20 ମଇ 2021, ଗୁରୁବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ । ଆର୍ଥିକକ୍ଷେତ୍ରରେ

20 ମଇ 2021, ଗୁରୁବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ । ଆର୍ଥିକକ୍ଷେତ୍ରରେ

20 ମଇ 2021, ଗୁରୁବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ । ଆର୍ଥିକକ୍ଷେତ୍ରରେ ସୁଧାର ଆସିବା ସହ ପରିବାରରେ ହସଖୁସିର ବାତାବରଣ ରହିବ ।

ଆଜି ଆମେ ଆପଣଙ୍କୁ ୨୦ ମଇ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ବ୍ୟସ୍ତତାରେ କଟିବ । ବୁଧ ସମେତ ଏକାଧିକ ଗ୍ରହ ସପ୍ତମସ୍ଥ ସ୍ଥାନରେ ରହିଥିବା ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ହତାଶ ହେବାକୁ ପଡିପାରେ । ଜଣେ ବନ୍ଧୁଙ୍କ ବିଚାରହୀନ ମନ୍ତବ୍ୟକୁ କେନ୍ଦ୍ରକରି କର୍ମକ୍ଷେତ୍ରରେ ଝଗଡ଼ା ଲାଗିପାରେ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିଲେ ମଧ୍ୟ ପରିଶ୍ରମ ଅନୁସାରେ ଫଳ ପାଇବେ ନାହିଁ । ଅଫିସରେ ଉଚ୍ଚାଧିକାରୀଙ୍କ ମନ ଜିଣିବା ନିମନ୍ତେ ଯେତେ ଭଲ କାମ କରିଲେ ମଧ୍ୟ କତ୍ତୃପକ୍ଷଙ୍କ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚନା କରିବେ । କେତେକ କ୍ଷେତ୍ରରେ ଦ୍ଵନ୍ଦରେ ପଡି ଠିକ୍‌ ନିଷ୍ପତ୍ତି ଆପଣ ନେଇପାରିବେ ନାହିଁ । ଅନ୍ୟମାନଙ୍କ ଉପରେ ଭରସା କରିଲେ ପରିଶେଷରେ ମୁଣ୍ଡରେ ହାତଦେଇ ବସିବାକୁ ପଡିପାରେ । ନିର୍ମାଣାଧୀନ କାମରେ ପରିସ୍ଥିତି ବଦଳି ଯିବାର ସୂଚନା ରହିଛି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ସାରା ଦିନ ଭଲରେ କଟିବ । କେନ୍ଦ୍ରସ୍ଥ ଶୁକ୍ର ପ୍ରଭାବରୁ କର୍ମକ୍ଷେତ୍ରରେ, ସଭାସମିତିରେ ଓ ଆନୁଷ୍ଠାନିକ କାମରେ ସମ୍ମାନ ଓ ପଦମର୍ଯ୍ୟାଦା ପାଇବାର ସମ୍ଭାବନା ମଧ୍ୟ ରହିଛି । ସମ୍ମାନିତ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିବ । ବ୍ୟବସାୟ ବାଣିଜ୍ୟରେ ଆୟର ନୂଆ ସ୍ରୋତ ମିଳିବ । ନୂତନ କାର୍ଯ୍ୟ ଆରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ । ଆର୍ଥିକ ଅଭିବୃଦ୍ଧି ସକାଶେ ବିଭିନ୍ନ ପ୍ରକାରର ଯୋଜନାକୁ ବାସ୍ତବରୂପ ଦେବାରେ ସମର୍ଥ ହୋଇପାରନ୍ତି । ଆପଣଙ୍କୁ ସାମାଜିକ କାର୍ଯ୍ୟ କରିବାର ଅବସର ମିଳିବ । ଜ୍ୟେଷ୍ଠା ନକ୍ଷତ୍ର ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ବିଜୟୀ ହେବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ପ୍ରତ୍ୟେକ କ୍ଷେତ୍ରରେ ଠିକ୍ ନିଷ୍ପତ୍ତି ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ରାଶିରେ ଶୁଭଗ୍ରହର ପ୍ରଭାବ କାରଣରୁ ଆପଣ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସନୀୟ ହେବେ । ପରିଶ୍ରମ‌ ଯଥାଚିତ ଫଳ ପ୍ରାପ୍ତି ହେବ । ବ୍ୟବସାୟରେ ଆଶତିଳ ଲାଭ ପାଇବେ । ବ୍ୟବସାୟକୁ ଭିତ୍ତି କରି ରାଜ୍ୟ ବାହାରକୁ ଯାଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ନିଜ ସହକର୍ମୀଙ୍କ କାର୍ଯ୍ୟକଳାପକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ପ୍ରକାଶନ, ମାଲିମକଦ୍ଦମା କ୍ଷେତ୍ରରେ ଆଶାତୀତ ସଫଳତା ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା ଆଖଣ୍ତଳମଣି ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନ ସାରା ଉତ୍ସାହିତ ରହିବେ । ପ୍ରତ୍ୟେକ କ୍ଷେତ୍ରରେ ଆଳସ୍ୟ ଓ ଅବହେଳା ହେତୁ ସଫଳତା ପାଇବା କଷ୍ଟକର ହୋଇ ପଡ଼ିବ ଏବଂ ନିଜର ଅବହେଳା କାରଣରୁ କୌଣସି ମୂଲ୍ୟବାନ୍‌ ସୁଯୋଗ ହାତ ପାହାନ୍ତରୁ ଚାଲିଯିବ । ବିଶାଖା ନକ୍ଷତ୍ର ଯୋଗୁଁ କେତେକ କାମରେ ପୂରଣ ନହେବ ଯାଏଁ କାମଟିକୁ ଛାଡ଼ିବେ ନାହିଁ । କଳା, ସାହିତ୍ୟ, ସାମ୍ବାଦିକତା,ଏଜେନ୍ସିପ୍‌ , ସଂଗଠନ ପ୍ରଶାସନ, ପ୍ରକାଶନ, ଗଣଯୋଗାଯୋଗ ତଥା ଆଇନ ଅଦାଲତରେ ସଫଳତା ପାଇପାରିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ବାପାଙ୍କର ସ୍ନେହ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ ।ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମାଣିକେଶ୍ଵରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଭବିଷ୍ୟକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ । ଆଜି ଏକାଦଶସ୍ଥ ଶୁକ୍ର ଯୋଗୁ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁମାନଙ୍କ ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ ଅବ୍ୟାହତ ରହିବ । ମନରେ ଆଶା ବାନ୍ଧିଥିବା କାର୍ଯ୍ୟଟି ଆଜି ଅପରାହ୍ନରେ ପୂରା ହୋଇଯିବ । ବ୍ୟବସାୟରେ ବଢିଆ ରହିବ । ଆଜି ସହକର୍ମୀଙ୍କ ସହାୟତାରେ ଅର୍ଥଲାଭ ସଙ୍ଗକୁ ଭ୍ରମଣ ସୁଯୋଗ ମିଳିପାରେ । କମ୍ପାନୀ କାମରେ ମାଲିକ ସହ ଛୋଟ କଥାରୁ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ । ଘରର କେତେକ ବ୍ୟତିକ୍ରମ ବିଷୟକୁ ନେଇ ଚିନ୍ତା ପ୍ରକଟ କରି ପାରନ୍ତି । ବୈବାହିକ ଜୀବନ ଖୁସିଭରା ରହିବ । ଶୁଭରଙ୍ଗ: ନାରଙ୍ଗି । ଆରାଧନା: ମାଆ ଅମ୍ବିକା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ବାଧାବିଘ୍ନରୁ ସଂପୂର୍ଣ୍ଣ ମୁକ୍ତ ରହିବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ପାଇଲେ ମଧ୍ୟ ମନରେ ଶାନ୍ତି ଆସିବ ନାହିଁ । ଭାବିଥିବା କାମ ବିନା ବାଧାବିଘ୍ନରେ ସଂପୂର୍ଣ୍ଣ କରିପାରିବେ । ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ । ଶେୟାର ମାର୍କେଟ କିମ୍ବା ବ୍ୟବସାୟରେ ପୁଞ୍ଜି ନିବେଶ, ଆପଣଙ୍କୁ ଲାଭ ହେବ । ଆପଣଙ୍କ ପ୍ରାର୍ଥନାକୁ ଉଚ୍ଚଅଧିକାରୀ ଗୁରୁତ୍ଵର ସହିତ ବିଚାର କରିବେ । ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ବନ୍ଧୁଙ୍କ ସହ ସମ୍ବନ୍ଧ ମଜଭୁତ ହେବ । ସୁସମ୍ବାଦ ମିଳିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟକୁ ପ୍ରଭାବିତ କରିବ । ଅନ୍ୟ କୌଣସି ସୂତ୍ରରୁ ଧନଲାଭର ଯୋଗ ରହିଛି । ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରି ପାରିବେ । ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ ଓ ନୂଆ ଦାୟିତ୍ଵ ମିଳିପାରେ । ସାମାଜିକ ଆୟୋଜନରେ ସହଭାଗିତା କରିବେ । ଆଲୋଚନା କ୍ଷେତ୍ର କିମ୍ବା ସଭାସମିତିରେ ନିଜର ପ୍ରାଧାନ୍ୟତା ବଜାୟ ରହିବ । ରାଜନୀତିରେ ସମ୍ମାନ ମିଳିପାରେ । ସତର୍କତା ଅଭାବରେ ଯାନବାହନ ଚାଳନାରେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ । ଘରକୁ ସମ୍ପର୍କୀୟ ବିବାହ ପ୍ରସ୍ତାବ ନେଇ ଆସିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଆରାଧନା: ସନ୍ତୋଷୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ସାମାନ୍ୟ କଷ୍ଟଦାୟକ ରହିବ । କୃତ୍ତିକା ନକ୍ଷତ୍ର ସକାଶେ ଆଜି ବିଭିନ୍ନ ପ୍ରକାର ସମସ୍ୟାକୁ କେନ୍ଦ୍ରକରି ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ମନରେ ଇଚ୍ଛା ନଥିବା ସତ୍ତ୍ୱେ ଅନେକ ଏପରି କାମ ବାଧ୍ୟ ବାଧକତାରେ କରିବାକୁ ପଡ଼ିବ । ବ୍ୟବସାୟରେ ଗ୍ରାହକଙ୍କୁ ନିଜ ପ୍ରତି ଆକ୍ରୁଷ୍ଟ କରିବା କାଠିକର ପାଠ ହେବ । ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରିବାକୁ ପଡିବ । ଅର୍ଥ ସମ୍ପର୍କୀୟ ଆବଶ୍ୟକତା ପୂରଣ ହେବାରେ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ । କିନ୍ତୁ ଅନ୍ୟ ଲୋକଙ୍କ ସାହାଯ୍ୟରେ ଅତ୍ୟାବଶ୍ୟ କେତେକ କାମ ସଂପୂର୍ଣ୍ଣ କରିବାରେ ସକ୍ଷମ ହୋଇପାରିବେ । ରୋଜଗାର ବୃଦ୍ଧି କରିବା ପାଇଁ ମନରେ ନୂଆ କିଛି ଯୋଜନା କରିବେ । ପାରିବାରିକ ସ୍ତରରେ ରାଗ, ରୁଷା ଓ ଅଭିମାନଭରା ପରିବେଶ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ତାରିଣୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଅନ୍ୟଠାରୁ ସହଯୋଗ ମିଳିପାରେ । ଧନିଷ୍ଠା ନକ୍ଷତ୍ର ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇପାରନ୍ତି । ପରିବାରରେ ଭୁଲ୍‌ ବୁଝାମଣା ନେଇ ଅଶାନ୍ତି ଓ କର୍ମକ୍ଷେତ୍ରରେ ବନ୍ଧୁ କିମ୍ବା ସହକର୍ମୀମାନଙ୍କ ସହ ତିକ୍ତତା ଦେଖାଦେଇପାରେ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିବାକୁ ଚେଷ୍ଟା କରନ୍ତୁ । ପ୍ରେମ ପ୍ରସଙ୍ଗରେ ସବୁ ଭଲ । ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ଆପଣଙ୍କ ପ୍ରତିଭାରୁ ଅନ୍ୟମାନଙ୍କୁ ପ୍ରେରଣା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଲକ୍ଷ୍ମୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ବ୍ୟକ୍ତିତ୍ଵକୁ ବିକଶିତ କରିବାରେ ଯେଉଁ ଉଦ୍ୟମ କରିଛନ୍ତି ସେଥିରେ ସଫଳ ହେବେ । ଜୀବିକା ଲାଗି ନୂଆ ସୁଯୋଗ ମିଳିବ । ନୂଆ ବ୍ୟବସାୟରେ ପୁଞ୍ଜିନିବେଶ କଲେ ଫାଇଦା ହେବ । ଅଧିକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ । ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ । ମଘା ନକ୍ଷତ୍ରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନ ପାରେ । ଯାତ୍ରା ସମୟରେ, ଯାନବାହନ ଚାଳନାରେ, ଆନୁଷ୍ଠାନିକ କାମରେ ଓ କ୍ରୟବିକ୍ରୟରେ ସତର୍କତା ଅବଲମ୍ବନ କରନ୍ତୁ । କୋର୍ଟ କଚେରୀ, ମାଲିମକଦ୍ଦମା ଆପଣଙ୍କ ସପକ୍ଷରେ ରହିବ । କିନ୍ତୁ ଅନ୍ୟର ବିବାଦୀୟ ମାମଲାରେ ମୁଣ୍ଡ ପୁରନ୍ତୁ ନାହିଁ । ପାରିବାରିକ ଜୀବନ ହସଖୁସିରେ ବିତିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଭାଦ୍ର କାଳୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆଜି କିଛି ନୂଆ କୀର୍ତ୍ତିମାନ ସ୍ଥାପନ କରିବେ । ସ୍ଵଗୃହୀ ମଙ୍ଗଳ ଯୋଗୁ ସାମୟିକ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ପାରିବାରିକ ଜୀବନ ପ୍ରାୟତଃ ଭଲ ରହିବ । ଦୀର୍ଘଦିନର ଚେଷ୍ଟା ପରେ ଋଣସୂତ୍ରରେ ଆଜ ହିଁ ଅର୍ଥଲାଭ କରିବେ । ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ଓ ଯାତ୍ରାରେ ସମସ୍ୟାର ଅନ୍ତ ଘଟିବ । ବ୍ୟବସାୟଜନିତ ଦୂର ଯାତ୍ରା । ଅଫିସ କର୍ମଚାରୀଙ୍କ ପଦୋନ୍ନତିର ସମ୍ଭାବନା ରହିଛି । ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ । ଘରୋଇ ସମ୍ପର୍କୀୟମାନେ ସେମାନଙ୍କ ଫାଇଦା ପାଇଁ ଆପଣଙ୍କ ସହ ମଧୁର ସମ୍ପର୍କ ରଖିବେ । ଜୀବନସାଥୀଙ୍କ ସହ ସଂପର୍କରେ ନୂତନତ୍ଵ ଆସିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଭୈରବୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ମିତ୍ର ଶନିଙ୍କ ଦୃଷ୍ଟିରେ ଶୁକ୍ର ଥିବାରୁ ସ୍ଵାସ୍ଥ୍ୟ ସମସ୍ୟା ବିଶେଷ ଗୁରୁତର ନ ହେଲେ ମଧ୍ୟ ଅନ୍ୟାନ ଚିନ୍ତା ଟେନ୍‌ସନ ଲାଗି ରହିବ । ବ୍ୟବସାୟ, ବାଣିଜ୍ୟର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିବେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ । ଅଧିକାଂଶ ସମୟରେ ଭୁଲ୍‌ ବୁଝାମଣା ହେତୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ । ଅର୍ଥର ଆବଶ୍ୟକତା ପୂରଣ କରିବା ସକାଶେ ଜମିଜମା, ପୁରାତନ ଗୃହ, ଯାନ୍ତ୍ରିକ ଜିନିଷ, ଯାନବାହନ ପ୍ରଭୃତି ବିକ୍ରି କରିପାରନ୍ତି । ଶତ୍ରୁଙ୍କ ପ୍ରତି ସାବଧାନ ରହନ୍ତୁ । ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

Leave a Reply

Your email address will not be published. Required fields are marked *