20 ମାର୍ଚ୍ଚ 2021, ଶନିବାର :- ଏହି ୩ଟି ରାଶିର ବ୍ୟକ୍ତି ବ୍ୟବସାୟ ଓ କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି ! ଅନ୍ୟ ରାଶିର

20 ମାର୍ଚ୍ଚ 2021, ଶନିବାର :- ଏହି ୩ଟି ରାଶିର ବ୍ୟକ୍ତି ବ୍ୟବସାୟ ଓ କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି ! ଅନ୍ୟ ରାଶିର

20 ମାର୍ଚ୍ଚ 2021, ଶନିବାର :- ଏହି ୩ଟି ରାଶିର ବ୍ୟକ୍ତି ବ୍ୟବସାୟ ଓ କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି ! ଅନ୍ୟ ରାଶିର ବ୍ୟକ୍ତିମାନଙ୍କ କ୍ଷେତ୍ରରେ ବିଶେଷ କିଛି ଅସୁବିଧା ନ ହେଲେ ମଧ୍ୟ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ ।

ଆଜି ଆମେ ଆପଣଙ୍କୁ ୨୦ ମାର୍ଚ୍ଚ ୨୦୨୧ ଶନିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମନ ଭିତରେ ଦୁଃଖ ଓ ଅସ୍ଥିରତାକୁ ହୃଦୟରେ ଚାପି ରଖି ମୁହଁରେ ହସ ଫୁଟାଇ କାମ କରିବାକୁ ବାଧ୍ୟ ହେବେ । କୌଣସି କାରଣ ବଶତଃ ବନ୍ଧୁମାନଙ୍କ ସହ ମତାନ୍ତର ସୃଷ୍ଟି ହେବ ଯାହାଦ୍ୱାରା ନୂତନ ସମସ୍ୟା ସୃଷ୍ଟି ହୋଇପାରେ । ପୂର୍ବ ଯୋଜନା ଅନୁଯାୟୀ କର୍ମକ୍ଷେତ୍ରରେ କାର୍ଯ୍ୟ କରିଲେ ଶ୍ରମ ସାର୍ଥକ ହେବା ସହ କେତେକାଂଶରେ ସଫଳତା ମଧ୍ୟ ମିଳିବ । ଅଫିସରେ କେତେକ ସହକର୍ମୀଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟର ଚାପ ଅଧିକ ରହିବ । ବାଣିଜ୍ୟ, ନିର୍ମାଣ, ପରିବହନ, ବ୍ୟବସାୟିକସ୍ଥିତି ପ୍ରାୟତଃ ଭଲ ରହିବ । ପୂର୍ବ ଶତ୍ରୁତା ଓ ପିଲାଙ୍କ ସମ୍ପର୍କରେ ଚିନ୍ତା କରି ମନ ବିଚଳିତ ରହିବ । ପରିବାରରେ ସମସ୍ୟାକୁ ସୁଧାରି ନେବାରେ କୌଣସି ଅସୁବିଧା ହେବ ନାହିଁ । ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିମଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

କର୍ମକ୍ଷେତ୍ରରେ କେତେକ କାର୍ଯ୍ୟ କରିବା ପାଇଁ ଚାହୁଁଥିଲେ ମଧ୍ୟ ପରିସ୍ଥିତି ତାହା କରାଇଦେବ ନାହିଁ । ପରିବାର, ବନ୍ଧୁସମ୍ପର୍କରେ ଫାଟ ସୃଷ୍ଟି କରିବାର ଆଶଙ୍କା ରହିଛି । ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବ ସହ ସମ୍ମାନଜନକ ସ୍ଥିତିରେ ରଖିବେ । ବ୍ୟବସାୟରେ ଉଧାର ଦେଇ ପରବର୍ତ୍ତୀ ସମୟରେ କଳହ ସୃଷ୍ଟି ହୋଇପାରେ । ଶତ୍ରୁତା ଆଚରଣ କରୁଥିବା ଲୋକେ ମିଥ୍ୟା ଆରୋପ ଲଗାଇପାରେ, ଯେଉଁଥି ସକାଶେ ଆପଣ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନରେ ବୃଦ୍ଧି ହେବ । ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ପାରିବାରିକ ସମ୍ପର୍କ, ପରିବହନରେ ସମସ୍ୟା, ପରୋକ୍ଷ ଶତ୍ରୁତା ହେତୁ ଚିନ୍ତାରେ ରହିବେ । ବିବାଦୀୟ କଥା ଓ ପିଲାଙ୍କ ସମସ୍ୟାକୁ ନେଇ ମନରେ ବ୍ୟସ୍ତତା ବଢ଼ିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ପୂଜାର୍ଚ୍ଚନାରେ ମନୋନିବେଶ କରିପାରନ୍ତି । ଆଜିର ଯାତ୍ରାରେ ସଫଳତା ପାଇବେ, କିନ୍ତୁ ସମସ୍ୟା ଭିତର ଦେଇ ଯିବାକୁ ପଡିବ । ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡିବ । ବକେୟା ଅର୍ଥ ଆଦାୟ କରିବାକୁ ଯାଇ ତର୍କବିତର୍କ ହୋଇପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ସାମାନ୍ୟ ମାନ୍ଦା ରହିବ କିନ୍ତୁ କୌଣସି ଅଭାବ ଅସୁବିଧା ହେବ ନାହିଁ । ସ୍ଥଗିତ ରହିଯାଇଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବା ସକାଶେ ଜଣେ ବନ୍ଧୁ ସାହାଯ୍ୟ କରିବେ । ଆଜି ଆପଣଙ୍କୁ ଅଫିସ କାମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କାରିବାକୁ ପଡିପାରେ । କୌଣସି ବ୍ୟକ୍ତି ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ । ପରିବାର ଓ ସହଧର୍ମୀଙ୍କ ତରଫରୁ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଜି ଆପଣ କର୍ମତତ୍ପର ରହିବେ ଓ ମନ ଆନନ୍ଦିତ ରହିବ । ପାରିବାରିକ ଓ ସାମାଜିକ ସ୍ଥିତି ବହୁତ ଭଲ ରହିବ । ଅର୍ଥ ପ୍ରାପ୍ତିର ସୂଚନା ରହିଛି । ଆଜି ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ଆଜି କର୍ମକ୍ଷେତ୍ରରେ ଏତେ ବ୍ୟସ୍ତ ରହିବେ ଯେ ଖାଇବାକୁ ସମୟ ପାଇବେ ନାହିଁ । କିନ୍ତୁ କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିବ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବିରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଅତୀତଘଟଣାକୁ ନେଇ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଅନିୟମିତ ଆହାର ଯୋଗୁଁ ସ୍ଵାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ । ପାରିବାରିକ କ୍ଷେତ୍ରରେ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସ୍ଵାସ୍ଥ୍ୟ ପ୍ରତି ଜଗି ନ ରହିଲେ ଅସୁବିଧାର ସମ୍ମୁଖୀନ ହେବେ । କର୍ମକ୍ଷେତ୍ରରେ ଅପୂରଣୀୟ ଆଶା ଅଭିଳାଷକୁ ନେଇ ମାନସିକ ସ୍ତରରେ ଅଶାନ୍ତି ସୃଷ୍ଟି ହେବ । ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ । ଆପଣ ନିଜ ଯୋଜନାରେ ଲୋକମାନଙ୍କୁ ଏକମତ କରାଇ ନେବେ । ବ୍ୟବସାୟରେ ଆୟ ବ୍ୟୟର ତାଳମେଳ ରହିବ ନାହିଁ । ଆଜି ଅଫିସର ବାତାବରଣ ଆପଣଙ୍କ ମନକୁ ଆନନ୍ଦିତ କରାଇବ । ପରିବହନ, ନିର୍ମାଣ, ସଂଗଠନ ଓ ରାଜନୀତି ପାଇଁ ଦିନଟି ମନ୍ଦ ନୁହେଁ । ବିବାଦୀୟ ପରିସ୍ଥିତିରେ କିଛି ଅଘଟଣ ଆଶଙ୍କା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି । ହଜି ଯାଇଥିବା ଜିନିଷ ପୁଣି ଫେରି ପାଇବେ । ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ପୁନଃ ପ୍ରତିଷ୍ଠା ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ ରହିବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ତାରିଣୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଜି ସାମୟିକ ବିଭିନ୍ନ ପ୍ରକାରର ଅସ୍ୱାଭାବିକ ପରିସ୍ଥିତିକୁ ସାମ୍‌ନା କରିବେ ଯାହାଫଳରେ ମନ ଉଦାସ ରହିବ । ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ୍‌ ରହିବା ଠିକ୍‌ ହେବ । କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମକୁ ଚିନ୍ତାକରି ମନ ବିଚଳିତ ରହିପାରେ । ବିବାଦୀୟ ପରିସ୍ଥିତିର ଆଶୁ ସମାଧାନ ପାଇଁ ମନରେ ତତ୍ପରତା ପ୍ରକାଶ କରିବେ ଏବଂ ବନ୍ଧୁଙ୍କ ସାହାଯ୍ୟ ଲୋଡିବେ । ବ୍ୟବସାୟ ବାଣିଜ୍ୟରେ ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ଅବଶ୍ୟ ଆଶାତୀତ ସଫଳତା ମିଳିବ ନାହିଁ କିନ୍ତୁ କେତେକାଂଶରେ ଉପକୃତ ହେବେ । ବ୍ୟର୍ଥ ବାଦବିବାଦ କିମ୍ବା ଚର୍ଚ୍ଚାରୁ ଦୂରେଇ ରହିବା ଭଲ ହେବ ଅନ୍ୟଥା ଅସୁବିଧାର ଘେରରେ ଛନ୍ଦି ହୋଇପାରନ୍ତି । ନିକଟ ସମ୍ପର୍କୀୟ ଉପର ମନରେ ସ୍ନେହ ଦେଖାଇ ଭିତରେ ଚେର କାଟି ପାରନ୍ତି । ପରିବାର ଭିତରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ସହକର୍ମୀଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇ ପ୍ରଶଂସିତ ହେବେ । କିନ୍ତୁ କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ପ୍ରତି ଆନ୍ତରିକତା ଅଡୁଆରେ ପକାଇବ । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଆଜି ବିଶେଷ କରି ଆର୍ଥିକ ସ୍ଥିତି ଦୁର୍ବଳ ରହିବ । ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଅଯଥାରେ ଅପମାନିତ ହେବେ । ବନ୍ଧୁଙ୍କ ସହ ସହାନୁଭୂତିମୂଳକ ଆଲୋଚନା ମାଧ୍ୟମରେ ପରିବାରରେ ଶାନ୍ତି ଫେରି ଆସିବା ଆଶା କାରଯାଇପାରେ । ଈର୍ଷାପରାୟଣ ପୂର୍ବକ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନରେ ବୃଦ୍ଧି ପାଇବ । ସନ୍ଧ୍ୟାରେ ସାଙ୍ଗ ଓ ପରିଜନଙ୍କ ସହିତ ସମୟ ବିତେଇବେ । ପାରିବାରିକ କ୍ଷେତ୍ରରେ ସବୁ କିଛି ଜାଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୂର୍ଗା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡି କୌଣସି ଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ । ଆଜି କଥା କଥାରେ ଉତ୍ତେଜିତ ହେବା ଫଳରେ ନାନା ପ୍ରକାର ସମସ୍ୟା ସୃଷ୍ଟି ହୋଇପାରେ । ଆଜି ହଠାତ୍‌ କିଛି ନୂଆ କାମ କରିବାକୁ ମନ ବଳିବ । ଆତ୍ମୀୟ ସ୍ଵଜନଙ୍କ ବିରୋଧାତ୍ମକ ନୀତି ଯୋଗୁଁ ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଅଫିସରେ ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ ଓ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି । ସାମାଜିକ ସ୍ତରରେ ବିଭିନ୍ନ ପ୍ରକାରର କାମ ହାତକୁ ନେଇ ବ୍ୟସ୍ତତା ବୃଦ୍ଧି ପାଇବ । ପାରିବାରିକ ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । କେତେକ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ସନ୍ତୋଷୀମାତା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପ୍ରତିଟି କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ସାମନା କରିବାକୁ ପଡ଼ିବ । ଏକ କାଳୀନ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ, ଯାହାଫଳରେ ମାନସିକ ସ୍ଥିତି ହରାଇପାରନ୍ତି । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ଶୋଚନୀୟ ରହିବ । କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ । ଆର୍ଥିକ ଅଣତଣ କାରଣରୁ କେତେକ କାର୍ଯ୍ୟ ଅଧାରେ ଅଟକିଯାଇପାରେ । ଆଶା ପୂରଣ ହେବା ମାନସରେ ଅନ୍ୟର ପ୍ରହେଳିକାପୂର୍ଣ୍ଣ କଥାରେ ପଡ଼ି ପଛରେ ଦୌଡ଼ିପାରନ୍ତି । ପାରିବାରିକ କ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ସ୍ଵାସ୍ଥ୍ୟଗତ ସମସ୍ୟାର ସମାଧାନ ହେବା କାରଣରୁ ମନକୁ ସାମୟିକ ଖୁସୀ ମିଳିବ । ଆଗାମୀ ଦିନର ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଶାରଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ନିଜର ସ୍ଵଭାବ ଓ ବ୍ୟବହାର ଦ୍ଵାରା ଅନ୍ୟର ହୃଦୟ ଜିଣି ପାରିବେ । ନୂତନ ବନ୍ଧୁତା ସ୍ଥାପନ କରିବା ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇ ରହିବ । କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରିଛନ୍ତି ବାସ୍ତବରେ ସେପରି କିଛି ହେବ ନାହିଁ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ଭଲ ରହିଲେ ମଧ୍ୟ ବ୍ୟୟ ଅଧିକ ହେବା ଫଳରେ ମନରେ ସରସତା ରହିବ ନାହିଁ । ଅଫିସରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ଅଫିସରେ ନୂଆ ଦାୟିତ୍ଵ ମିଳିବ ଯାହାଫଳରେ ନିଶ୍ଵାସ ନେବାକୁ ମଧ୍ୟ ସମୟ ପାଇବେ ନାହିଁ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ । ବିଭିନ୍ନ ପ୍ରକାର ପାରିବାରିକ ସମସ୍ୟାକୁ ନେଇ ନିଜେ ଅସୁବିଧା ମଧ୍ୟରେ ଚଳୁଥିଲେ ମଧ୍ୟ ବନ୍ଧୁଙ୍କ କାମରେ ଯଥାସାଧ୍ୟ ସାହାଯ୍ୟ କରିବାକୁ ଆଗେଇ ଯିବେ । ଅନ୍ୟର କଥାକୁ ନେଇ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ଉଚ୍ଚବଚ୍ଚା ହେବାର ସମ୍ଭାବନା ରହିଛି । ଶୁଭରଙ୍ଗ:ଲାଲ । ଆରାଧନା: ମାଆ ଭୈରବୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

କର୍ମକ୍ଷେତ୍ରରେ ଆକସ୍ମିକ ଭାବେ କେତେକ ଅସ୍ଵଭାବିକ ଘଟଣାକୁ କେନ୍ଦ୍ର କରି ମନ ଉଦାସ ରହିବ । ସମସ୍ୟା ସମାଧାନ କ୍ଷେତ୍ରରେ ଧୀରସ୍ଥିର ଭାବରେ କମା କଲେ ପରିସ୍ଥିତିର ମୁକାବିଲାରେ ସମର୍ଥ ହେବେ । ସତର୍କତାର ଅଭାବ ଯୋଗୁ ଅର୍ଥ କିମ୍ବା ଦରକାରୀ କାଗଜପତ୍ର ହଜାଇ ଦେଇପାରନ୍ତି । ନିଜର ଅବହେଳା ଯୋଗୁଁ କେତେକ କାମ ସଂପୂର୍ଣ୍ଣ କରିବା ନିମନ୍ତେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ । ପରୋକ୍ଷ ସହତ୍ରୁତା ଆଚରଣ କରୁଥିବା ବ୍ୟକ୍ତିମାନେ ଆପଣଙ୍କ କର୍ମକ୍ଷେତ୍ରରେ ନାନାଦି ବାଧାବିଘ୍ନ ସୃଷ୍ଟି କରିବେ । ସାମାଜିକ କାର୍ଯ୍ୟକଳାପରେ ସହଭାଗିତା କରିପାରନ୍ତି । ସଭାସମିତି, ରାଜନୀତି, ପ୍ରଶାସନ ତଥା ବ୍ୟବସାୟ ପାଇଁ ଦିନଟି ବହୁତ ଭଲ । ଆଲୋଚନ ପରିସର ମଧ୍ୟରେ ବକ୍ ଅସଂଯମତା ଯୋଗୁଁ ଅପଦସ୍ଥ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ପରିସ୍ଥିତି ଶାନ୍ତ ରହିବ । ଖାଇବା ପିଇବାର ଧ୍ୟାନ ଯଦି ନ ରଖିଲେ, ସ୍ଵାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ଜଗନ୍ନାଥ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

କାର୍ଯ୍ୟବ୍ୟସ୍ତତା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । କର୍ମକ୍ଷେତ୍ରରେ ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲ ରହିଲେ ମଧ୍ୟ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ । ବ୍ୟବସାୟ, ବାଣିଜ୍ୟରେ କ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ମାନ୍ଦା ରହିବ । ଆବଶ୍ୟକ ସ୍ଥଳରେ ଧାର କରଜ କରିବାକୁ ପଡିବ । ସାମାଜରେ ଆପଣଙ୍କ ସ୍ଥିତି ସୁଦୃଢ ରହିବ । ଈର୍ଷାକରି ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ । କାଳେ ସାହାଯ୍ୟ ସହଯୋଗ କରିବାକୁ ପଡିବ ଏହି ମନୋଭାବନା ନେଇ ନିକଟ ସମ୍ପର୍କୀୟମାନେ ଦୂରେଇ ଯିବେ । ଦାମ୍ପତ୍ୟ ଜୀବନରେ ସହଧର୍ମିଙ୍କ ସହଯୋଗ ପାଇ ମନୋବଳ ଦୃଢ କରିବେ । ପୁରାତନ ରୋଗର ପାଦୁର୍ଭାବ ବଢିବା ଯୋଗୁଁ କର୍ମକ୍ଷେତ୍ର ପ୍ରତି ନିରୁତ୍ସାହିତ ହେବେ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ସମଲେଇ ।

Leave a Reply

Your email address will not be published. Required fields are marked *