20 ଜୁନ୍ 2021, ରବିବାରର ରାଶିଫଳ :- ଆଜି ଏହି ୮ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦୟାକ ରହିବ । ପ୍ରତ୍ୟେକ

20 ଜୁନ୍ 2021, ରବିବାରର ରାଶିଫଳ :- ଆଜି ଏହି ୮ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦୟାକ ରହିବ । ପ୍ରତ୍ୟେକ

20 ଜୁନ୍ 2021, ରବିବାରର ରାଶିଫଳ :- ଆଜି ଏହି ୮ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦୟାକ ରହିବ । ପ୍ରତ୍ୟେକ କ୍ଷେତ୍ରରେ ମନୋବାଞ୍ଛିତ ଫଳ ପାଇବେ ।

ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ବିଶେଷ ମହତ୍ଵ ରହିଛି । ରାଶିଫଳ ଜରିଆରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ସମୟ କ୍ରମରେ ଗ୍ରହନକ୍ଷେତ୍ର ଗୁଡିକ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଯାହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଗ୍ରହ ନକ୍ଷେତ୍ର ଗୁଡିକର ସ୍ଥାନରେ ପରିବର୍ତ୍ତନ ଯୋଗୁଁ ବ୍ୟକ୍ତିର ଜୀବନରେ ମଧ୍ୟ କେତେକ ପରିବର୍ତ୍ତନ ପର୍ଯ୍ୟଲକ୍ଷିତ ହୋଇଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ :

ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ସବୁ କିଛି ପାଣିଫୋଟକା ପରି ଅଳ୍ପ ସମୟ ଭିତରେ ମିଳାଇଯିବ । ରାଶିରେ ବଳହୀନ ରାଶ୍ୟାଧିପ ଯୋଗୁଁ ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବାରେ ପ୍ରଯତ୍ନ କରିବେ ଓ ଉପକୃତ ମଧ୍ୟ ହେବେ । ବ୍ୟବସାୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କିନ୍ତୁ ଅଫିସ୍‌ କାମର ଚାପ ଯୋଗୁଁ କିଛି ମାତ୍ରରେ ଟେନ୍‌ସନ ଲାଗିରହିବ ଓ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ । ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ସ୍ଵାସ୍ଥ୍ୟର ଅବଳାହେଲା କରନ୍ତୁ ନାହିଁ । ଜୀବନ ସାଥିଙ୍କ ସହଯୋଗରେ କେତେକ କାମ ସହଜରେ ସମ୍ପର୍ଣ୍ଣ ହେବାର ସୂଚନା ରହିଛି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଚର୍ଚ୍ଚିକା ।

ବୃଷ :

ଅପୂରଣୀୟ ଆଶା ମନରେ ଆଲୋଡନ କରିବା କାରଣରୁ ସାମୟିକ ଅଶାନ୍ତି ରହିପାରନ୍ତି । ଶନି ଓ ଶୁକ୍ରଷଡ଼ାଷ୍ଟକ ସ୍ଥିତିରେ ରହିଥିବାରୁ ସମସ୍ୟା ଜାଲରେ ଛନ୍ଦିହୋଇ ମନୋବଳ ଭାଙ୍ଗିଲା ଭଳି ଅନୁଭବ କରିବେ । ବ୍ୟବସାୟ ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନ ଦେଖାଦେବ । ଅଫିସର ସ୍ଥଗିତ କାର୍ଯ୍ୟକୁ ନେଇ ଅଧିକାରୀ ବର୍ଗ କୈଫତ୍ ମାଗିବେ । ଗଠନମୂଳକ କାର୍ଯ୍ୟ କିମ୍ବା ସାମୂହିକ କାର୍ଯ୍ୟରେ ଲୋକ ସମ୍ପର୍କ ବୃଦ୍ଧି କରିବା ପାଇଁ ଭିନ୍ନ ଭିନ୍ନ ଉପାୟମାନ ଅବଲମ୍ବନ କରିବେ । କାଳେ ଆର୍ଥିକ ସାହାଯ୍ୟ କରିବାକୁ ପଡିବ ଏହି ଆଶା ନେଇ ସମ୍ପର୍କୀୟମାନେ ପାଖତଡ ମାଡିବେ ନାହିଁ । ଅଯଥାରେ ଅନ୍ୟ ଉପରେ ବିରକ୍ତ ହେଲେ ଶତ୍ରୁତା ସୃଷ୍ଟି ହୋଇପାରେ । ଦୀର୍ଘ ଦିନରୁ ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ । ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ମିଥୁନ :

ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ । ବ୍ୟବସାୟ କାମରେ ସହଯୋଗୀଙ୍କ ସାହାଯ୍ୟ ଓ ସହଯୋଗ ପାଇ ଉନ୍ନତି କରିବେ । ଅଫିସରେ ଆପଣଙ୍କ କାର୍ଯ୍ୟ କରିବାର ଶୈଳୀ ଦେଖି ସହକର୍ମୀ ଓ ଅଧିକାରୀବର୍ଗ ମଧ୍ୟ ଆପଣଙ୍କୁ ପ୍ରଶଂସା କରିବେ । କୌଣସି କଥାକୁ ନେଇ ଅଧିକ ଜିଦ୍‌ କରନ୍ତୁ ନାହିିଁ । ଆକସ୍ମିକ ଭାବରେ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ । ଭାଗୀଦାରୀଙ୍କ ସହ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ହେବେ ଓ ଉନ୍ନତିର ପଥରେ ଅଗ୍ରସର ହେବେ । ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଇ କିମ୍ବା ସମର୍ଥକଙ୍କ ଶୁଭକାମନାରୁ ଖୁସି ରହିବେ। କର୍ମକ୍ଷେତ୍ରରେ ସଫଳତା ପାଇବେ । ପାରିବାରିକ ସ୍ତରରେ ବୁଝାମଣା ଠିକ୍ ରହିବା ସଙ୍ଗେ ସଙ୍ଗେ ସୁଖ ଶାନ୍ତିରେ ଦିନଟି ଅତିବାହିତ କରିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ତାରିଣୀ ।

କର୍କଟ :

ଆଜି କାମଗୁଡିକ ମନ୍ଥର ଗତିରେ ପୂରା ହେବାର ସମ୍ଭାବନା ରହିଛି । ହସ୍ତା ନକ୍ଷତ୍ରରେ ରାଶ୍ୟାଧିପ ରହିଥିବାରୁ କର୍ମ କ୍ଷେତ୍ରରେ ଟେନ୍‌ସନ କମିଯିବ । ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ । କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରି କାର୍ଯ୍ୟ ହାସଲ କରିବେ । ବ୍ୟବସାୟରେ ଉନ୍ନତି ପାଇଁ ନାନାବିଧି ପ୍ରୟାସ କରିବେ ଓ ପରିଶେଷରେ ସୁଧାର ଆସିବ । ଅଫିସ୍‌ କାମର ଚାପ ପ୍ରଭାବରୁ ଟେନ୍‌ସନ କିିଛି ମାତ୍ରାରେ ଲାଗି ରହିବ । ସଭାସମିତିରେ ତର୍କ ବୃଦ୍ଧି ପାଇବା କାରଣରୁ ଆଲୋଚନା ଅମୀମାଂସିତ ରହିବ । ପରିବାରରେ ସମସ୍ୟା ଭିତରେ ଗତିକଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ଆତ୍ମୀୟମାନଙ୍କ ସହୃଦୟତାରୁ ଆଜିର ଯାତ୍ରାରେ ଅଭିଳଷିତ କାମ ମଧ୍ୟ ହୋଇଯିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା ଭୋଳାନାଥ ।

ସିଂହ :

ହାତକୁ ନେଇଥିବା କାମରେ ସଫଳତା ଅବଶ୍ୟମ୍ଭାବୀ । ଏକାଦଶସ୍ଥ ରବି ହେତୁ ସମସ୍ୟାର ସରଳ ସମାଧାନ କରିବାରେ ସାହାଯ୍ୟ ପାଇବେ । ସ୍ଥଗିତ ରହିଥିବା କାମଗୁଡିକ ଆଜି ସହଜ ଓ ସୁବିଧାରେ ସମ୍ପନ୍ନ କରିବାରେ ସମର୍ଥ ହେବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ରହିବ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିପାରନ୍ତି । ଅଫିସ୍ କାମରେ, ପ୍ରଶାସନିକ ସ୍ତରରେ ସଭାସମିତିରେ ବିବାଦୀୟ ମନ୍ତବ୍ୟ ଯୋଗୁଁ ମାନମାନାନ୍ତର ଦେଖା ଦେଇପାରେ । ବାଦବିବାଦ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ପରିବାରରେ ପାରସ୍ପରିକ ସହଯୋଗ ପରିବେଶକୁ ସରସ, ସୁନ୍ଦର କରିବାରେ ସହାୟକ ହେବ । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କନ୍ୟା :

ଦିନଟି ଆପଣଙ୍କ ପାଇଁ ମଙ୍ଗଳଦାୟକ ରହିବ । ବୁଧ ଓ ବୃହସ୍ପତି ପରସ୍ପର କେନ୍ଦ୍ରସ୍ଥ ହେତୁ ଆଜିର ଯାତ୍ରା, କର୍ମାରମ୍ଭ, ବ୍ୟବସାୟିକ ସ୍ଥିତି ଭଲ ରହିବ । ଗତକାଲି ଠାରୁ ଯାହା କରିବା ପାଇଁ ଚିନ୍ତା କରିଥିଲେ ଆଜି ସେହି କାର୍ଯ୍ୟକୁ ଅତି ସହଜ ଓ ସୁବିଧାରେ ସମ୍ପାଦନ କରିପାରିବେ । ବ୍ୟବସାୟରେ ସ୍ଥିତି ଭଲ ରହିବ । ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ କ୍ରୟ କରିବା ସକାଶେ ମନ ବଳାଇବେ କିମ୍ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ରରେ ସମ୍ମାନ ଓ ଲୋକସମ୍ପର୍କ ବୃଦ୍ଧି ହେବ । କିନ୍ତୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି । ଭୁଲ୍‌ ବୁଝାମଣା ହେତୁ ଆତ୍ମୀୟଙ୍କ ଅସହଯୋଗ, ଅସମ୍ମାନ ପାଇବା ଫଳରେ ମନ ବ୍ୟଥିତ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

ତୁଳା :

ମନରେ ଅଜସ୍ର ଖୁସି ରହିବ । ମଙ୍ଗଳ ନିଜର ଉଚ୍ଚ ସ୍ଥାନକୁ ଦେଖୁଥିବାରୁ ହଠାତ୍‌ ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ମଧ୍ୟ ସମ୍ପର୍କ ମଜବୁତ ରହିବ । କର୍ମକ୍ଷେତ୍ରରେ କାର୍ଯ୍ୟଗୁଡିକୁ ସହଜରେ ସମ୍ପାଦନ କରିବାରେ କିଛି ଅସୁବିଧା ହେବ ନାହିଁ । ତଥାପି ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିପାରନ୍ତି, ତେଣୁ ସତର୍କତାର ସହ କାର୍ଯ୍ୟ କରିବା ଭଲ ହେବ । ନୂତନ କର୍ମାରମ୍ଭ ନିମନ୍ତେ ବନ୍ଧୁ ଓ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେବେ । ଅଫିସରେ ସୁସ୍ଥ ବାତାବରଣ ଥିଲେ ମଧ୍ୟ ମଧ୍ୟାହ୍ନରେ ଏକ ସାଧାରଣ କଥାକୁ କେଦ୍ର କରି ସହକର୍ମୀଙ୍କ ସହ ଯୁକ୍ତିତର୍କ ହୋଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ, କିନ୍ତୁ ଆତ୍ମୀୟସ୍ୱଜନଙ୍କ ପାଇଁ ଚିନ୍ତା ବଢିପାରେ । ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ । କିନ୍ତୁ ଆକସ୍ମିକ ଭାବରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ହାନି ମାନସିକ ଦୁଶ୍ଚିନ୍ତାର କାରଣ ହେବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ସମଲେଶ୍ଵରୀ ।

ବିଛା :

ମିଠାମିଠା କଥା ଅନ୍ୟର ମନ ଜିଣିନେବେ । ଭାଗ୍ୟାଧିପ ଏକାଦଶ ସ୍ଥାନରେ ଥିବାରୁ କାର୍ଯ୍ୟଗୁଡିକ ସହଜରେ ସମ୍ପନ୍ନ ହୋଇଯିବ ଯାହାଫଳରେ ମନ ଖୁସି ରହିବ । ପ୍ରତ୍ୟେକ କ୍ଷେତ୍ରରେ କୌଶଳ ପୂର୍ଣ୍ଣ ବ୍ୟବହାର ଓ ମନ ବୁଝିଲା ଭଳି କଥା କହି ଅନ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିନେବେ । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ଉନ୍ନତମାନର ରହିବ । ଅଫିସରେ ଉଚ୍ଚପଦାଧିକାରୀ ସହ କୌଣସି ବିଷୟକୁ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିବେ । ସାମାଜିକ କ୍ଷେତ୍ରରେ ଚାପର ବଶବର୍ତ୍ତୀ ହୋଇ କେତେକ କାମ କରିବାକୁ ବାଧ୍ୟ ହୋଇପାରନ୍ତି । ପରିବାର ମଧ୍ୟରେ ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧି କରି ଉପଯୁକ୍ତ ପଦକ୍ଷେପ ନେବାକୁ ପଡିବ ନଚେତ ପାରିବାରିକ ସ୍ଥିତି କ୍ରମଶଃ ଜଟିଳ ରୂପ ନେଇପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଶାରଳା ।

ଧନୁ :

ଦୀର୍ଘଦିନ ପରିଶ୍ରମର ସାର୍ଥକତା ସ୍ୱରୂପ ସଫଳତାରେ ଆନନ୍ଦ ଅନୁଭବ କରିବେ । ବଳବାନ୍‌ ଶନିଙ୍କ ଯୋଗୁ ନିର୍ଦ୍ଦିଷ୍ଟ ସମୟରେ ଆଶା କରୁଥିବା ବନ୍ଧୁଙ୍କ ନିକଟରୁ ଅର୍ଥଲାଭ ପାଇବେ । ଗତକାଲିଠାରୁ ଆପଣ ଯେଉଁ କଥା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । ଅଫିସରେ ଅନ୍ୟମନସ୍କ ରହିବା ଯୋଗୁଁ ସହକର୍ମୀ ଓ ଉଚ୍ଚଧିକାରୀଙ୍କ ଦ୍ଵାରା ସମାଲୋଚିତ ହୋଇପାରନ୍ତି । ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିଯାଇପାରେ । ଆଜିର ଅପରାହ୍ନରେ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ । ସ୍ଵାସ୍ଥ୍ୟ ପ୍ରାୟତଃ ଭଲ ରହିଲେ ମଧ୍ୟ କେତେକ କାରଣରୁ ମାନସିକ ସ୍ତରରେ ସାମାନ୍ୟ ଅସ୍ଥିରତା ଅନୁଭବ କରିବେ । ବୈବାହିତ ଜୀବନରେ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ ଓ ଦିନଟି ପ୍ରେମମୟ ରହିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ରାମଚଣ୍ଡୀ ।

ମକର :

ବ୍ୟସ୍ତମୟ ଜୀବନରେ ମଧ୍ୟ ଅତ୍ୟନ୍ତ ଖୁସି ଅନୁଭବ କରିବେ । ଧନସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ଆର୍ଥିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇପାରେ । ଅବଶ୍ୟ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବାରେ ନିକଟ ସମ୍ପର୍କୀୟ ମାନଙ୍କ ଅବଦାନକୁ ଭୁଲି ପାରିବେ ନାହିଁ । ଅଟକି ରହିଯାଇଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବ । ଖୁବ୍‌ କମ୍‌ ସମୟ ମଧ୍ୟରେ କର୍ମକ୍ଷେତ୍ରରେ ଲାଗି ରହିଥିବା ଅବ୍ୟସ୍ଥତା ଓ ଅସ୍ଥିରତାକୁ ଦୂର କରିବାରେ ସମର୍ଥ ହେବେ । ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ସୃଷ୍ଟିର ସମ୍ଭାବନା ରହିଛି । ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

କୁମ୍ଭ :

ଚିନ୍ତା ଦୂର ହେବ ଓ ହାତକୁ ନେଇଥିବା କାର୍ଯ୍ୟରେ ଆଶାନୁରୂପକ ଫଳ ପାଇବେ । କିନ୍ତୁ ରାଶିର ଦ୍ଵିତୀୟ ସ୍ଥାନରେ ମଙ୍ଗଳଙ୍କ ଅବସ୍ଥାନ ସକାଶେ କାମଗୁଡିକ ସହଜରେ ସମ୍ପନ୍ନ ହେବା କୌଣସି ଅସୁବିଧା ହେବ ନାହିଁ । ପୂର୍ବ ପ୍ରସ୍ତୁତି ଯୋଜନା ଅନୁସାରେ କାର୍ଯ୍ୟ କରିଲେ କର୍ମକ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ଅଫିସରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରୁହନ୍ତୁ, ନତୁବା ଅଯଥା ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି । ବିବାଦୀୟ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଖଟାଇ କାର୍ଯ୍ୟସାଧନ କରିବେ । ରିବାରର ନିର୍ଦ୍ଦେଶ କ୍ରମେ କୌଣସି ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ ଏବଂ ଅନ୍ୟର ବିବାଦୀୟ ଘଟଣାରେ ମୁଣ୍ଡପୁରାନ୍ତୁ ନାହିଁ । ପରିବାରରେ ପାରସ୍ପରିକ ସାହାଯ୍ୟ, ସହଯୋଗ ଓ ସଦିଚ୍ଛା ଲାଭ କରି ଖୁସି ରହିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଭୈରବୀ ।

ମୀନ :

ସ୍ୱାସ୍ଥ୍ୟହାନି, ମାନସିକ ଦୁଶ୍ଚିନ୍ତାର କାରଣ ହେବ । କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ଘଟଣାର ସମ୍ମୁଖୀନ କରିବେ । କିନ୍ତୁ ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ଲାଭ କରି ସମସ୍ୟାରୁ ମୁକୁଳି ପାରିବେ । ପ୍ରତିକୂଳ ପ୍ରରିସ୍ଥିତିରେ ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ ସହକର୍ମୀମାନେ ସହଯୋଗ କରିବା ପରିବର୍ତ୍ତେ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚନା କରିବେ । କିନ୍ତୁ ଅଫିସରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟକୁ ଶେଷ କରିବେ । ଅର୍ଥ ଆଦାୟରେ ସକ୍ଷମ ହେବେ, ତଥାପି ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ନିଜ ଆତ୍ମୀୟମାନେ ହଇରାଣରେ ପକାଇବାକୁ ଚେଷ୍ଟା କରିବେ । ଆଜିର ଅପରାହ୍ନରେ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ । ପରିବାର ସଦସ୍ୟଙ୍କ ମଧ୍ୟ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

Leave a Reply

Your email address will not be published. Required fields are marked *