20 ଜୁଲାଇ 2021 ମଙ୍ଗଳବାର :- ଆଜି ୭ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ଶାନ୍ତି ପୂର୍ଣ୍ଣ ବାତାବରଣ ମଧ୍ୟରେ ଦିନଟି ଅତିବାହିତ

20 ଜୁଲାଇ 2021 ମଙ୍ଗଳବାର :- ଆଜି ୭ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ଶାନ୍ତି ପୂର୍ଣ୍ଣ ବାତାବରଣ ମଧ୍ୟରେ ଦିନଟି ଅତିବାହିତ

20 ଜୁଲାଇ 2021 ମଙ୍ଗଳବାର :- ଆଜି ୭ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ଶାନ୍ତି ପୂର୍ଣ୍ଣ ବାତାବରଣ ମଧ୍ୟରେ ଦିନଟି ଅତିବାହିତ କରିବେ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ସହ ସାମାଜିକ କ୍ଷେତ୍ରରେ ସ୍ଥିତି ମଜବୁତ ରହିବ ।

ଆଜି ଆମେ ଆପଣଙ୍କୁ ୨୦ ଜୁଲାଇ ୨୦୨୧ ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହ-ନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମନରେ ଆତ୍ମ ବିଶ୍ଵାସ ବୃଦ୍ଧି ପାଇବା ସହ କର୍ମକ୍ଷେତ୍ରରେ ଭବି ଚିନ୍ତି ପଦକ୍ଷେପ ନେବେ । ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ । ବ୍ୟବସାୟ ବାଣିଜ୍ୟରେ ସ୍ଥିତିରେ ସୁଧାର ଆସିବା ସହ ଆର୍ଥିକ ଜନିତ ସଙ୍କଟରୁ ମୁକୁଳି ପାରିବେ । କିନ୍ତୁ କର୍ମକ୍ଷେତ୍ରରେ ବିଗତ ଦିନର କାର୍ଯ୍ୟକଳାପକୁ ନେଇ ସାମୟିକ ମନ ଉଦାସ ରହିବ । ଅଫିସରେ ଅନ୍ଯମନସ୍କ ରହିବା ଫଳରେ ସହକର୍ମୀମାନେ ଭୁଲ୍ ବୁଝିପାରନ୍ତି । ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କୌଶଳପୂର୍ଣ୍ଣ କଥା କହି ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପାରିବାରିକ କ୍ଷେତ୍ରରେ ପରସ୍ପର ମଧ୍ୟରେ ଯୁକ୍ତିତର୍କକୁ କେନ୍ଦ୍ର କରି ପରିସ୍ଥିତି ଭିନ୍ନ ରୂପ ନେଇପାରେ । ବୈବାହିକ ଜୀବନରେ ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆଜି ଦକ୍ଷତା ବୃଦ୍ଧି ପାଇବା ସହ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ । ଆର୍ଥିକ ସମସ୍ୟା ଦୂରେଇବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇବା ଫଳରେ ମନୋବଳ ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହେବ । ଅଫିସରେ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ କିନ୍ତୁ ମଧ୍ୟାହ୍ନରେ ସାଧାରଣ କଥାକୁ ନେଇ ଅଧିନସ୍ଥ କର୍ମଚାରୀଙ୍କ ଯୁକ୍ତିତର୍କ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସଭାସମିତିରେ ଯୋଗ ଦେଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ବାକ୍‌ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବାର ସମ୍ଭାବନା ରହିଛି । ପାରିବାରିକ କ୍ଷେତ୍ରରେ ସଦ୍‌ଭାବ ବୃଦ୍ଧି ପାଇବା ଲକ୍ଷ୍ୟକରି ଖୁସି ହୋଇପାରନ୍ତି । ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଚର୍ଚ୍ଚିକା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କୁ ମିଶ୍ରଣ ଫଳ ପ୍ରଦାନ କରିବ । ବ୍ୟବସାୟ, ବାଣିଜ୍ୟ, ବୃତ୍ତିଗତ କର୍ମକ୍ଷେତ୍ରରେ ଉତ୍ଥାନପତନ ଲାଗିରହିବ । ଆର୍ଥିକ ସଂକଟ, ଋଣ ଭାର ଯୋଗୁଁ ଅଧିକାଂଶ ସମୟ ଚିନ୍ତିତ ରହିବେ । ବନ୍ଧୁ ଓ ସହକର୍ମୀଙ୍କ ଠାରୁ ଧାର କରଜ କରି ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରିବେ । କୌଣସି ନୂତନ କର୍ମସଂସ୍ଥାନରେ ନିଯୁକ୍ତି ନିମନ୍ତେ ମନୋବଳାଇବେ । କେତେକ କ୍ଷେତ୍ରରେ ସୁଯୋଗ ପାଇ ମଧ୍ୟ ହାତଛଡ଼ା କରିବେ । ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଅଫିସରେ କାର୍ଯ୍ୟଚାପ ଅଧିକ ରହିବ । କିନ୍ତୁ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଫେରିବା ବାଟରେ ବନ୍ଧୁ ଠାରୁ କିଛି ଶୁଖିଲା ଉପଦେଶ ଶୁଣିବାକୁ ପାଇବେ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୁଧୁର ଆସିବା ଯୋଗୁଁ ମନ ସାମୟିକ ଖୁସି ରହିବ । ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରି କେତେକ କ୍ଷେତ୍ରରେ ଉପକୃତ ହେବେ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଦେଖାଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭୈରବୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ନିମନ୍ତେ ସରସ ଓ ସୁନ୍ଦର ରହିବ । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । କିନ୍ତୁ କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀମାନେ ପ୍ରତିବାଦର ସ୍ଵର ଉଠାଇ ପାରନ୍ତି । ଅଫିସ କାମର ଜଞ୍ଜାଳ ବଢିଯିବା, ଫଳରେ ମାନସିକ ବ୍ୟସ୍ତତା ଅନୁଭବ କରିବେ । ଅଫିସରେ ଅପରାହ୍ନ ପରେ ଈର୍ଷାପରାୟଣ ସହକର୍ମୀ ଜଣକ ଦ୍ଵାରା କେତେକ କାମରେ ଗତିରୋଧ ଦେଖାଦେଇପାରେ । ଦୂରଦର୍ଶିତା ଅଭାବରୁ ସାମାଜିକ କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ ଓ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ । ସହଧର୍ମୀଙ୍କ ପ୍ରେରଣା ଓ ସହଯୋଗ ପାଇବା ଫଳରେ ମନୋବଳ ଟାଣ ହେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆଜି ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । କାମଗୁଡିକ ବହୁତ ବିଳମ୍ବରେ ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିବେ । ବ୍ୟବସାୟ ବାଣିଜ୍ୟରେ ଲାଭ ପାଇବେ ସତ କିନ୍ତୁ ଅର୍ଜନ କରିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ଚାକିରୀ କ୍ଷେତ୍ରରେ ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ସାମାଜିକ କ୍ଷେତ୍ରରେ ଖଳ ପ୍ରକୃତିର ଲୋକଙ୍କ ଦ୍ଵାରା ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରେ ନାନାଦି ପ୍ରତିବାନ୍ଧକ ଦେଖାଦେଇପାରେ । ଅଧିକାଂଶ ସମୟ ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ । ପାରିବାରିକ କ୍ଷେତ୍ରରେ ସମସ୍ୟା ଲାଗିଥିଲେ ମଧ୍ୟ ବିଶେଷ ଗୁରୁତ୍ଵ ଦେବେ ନାହିଁ । ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତା ମନକୁ ବିଚଳିତ କରିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ମାଶ୍ରଣ ଫଳ ପ୍ରଦାନ କରିବ । ସାମାଜିକ ସ୍ତରରେ କିମ୍ବା କର୍ମକ୍ଷେତ୍ରରେ ଉଚିତ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । କର୍ମକ୍ଷେତ୍ରରେ କିଛି ଗୋଳମାଳିଆ ପରିସ୍ଥିତିର ସମାଧାନ ଅମୀମାଂସିତ ରହିବ । ବ୍ୟବସାୟୀ ମଧ୍ୟରେ ପ୍ରତିଦ୍ୱନ୍ଦିତା ମନୋଭାବ ଉପୁଜିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିକୁ ମଜବୁତ କରିବାକୁ ଚେଷ୍ଟା କରିବେ । ସହକର୍ମୀଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇ ପ୍ରଶଂସିତ ହେବେ । ସାମାଜିକ ସ୍ତରରେ ନିଜ କ୍ଷମତାର ଅପବ୍ୟବହା ଯୋଗୁଁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ପରିବାରରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ନିଜର ଚତୁଃପାର୍ଶ୍ୱରେ ପ୍ରତିକୁଳ ପରିସ୍ଥିତି ଯୋଗୁଁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଭଗବାନଙ୍କୁ ସ୍ମରଣ କରନ୍ତୁ, ମନକୁ ଶାନ୍ତି ମିଳିବ । ଆକସ୍ମିକ ସୃଷ୍ଟି ହୋଇଥିବା ସମସ୍ୟା ସମାଧାନ ପାଇଁ ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କୁ ସାହାଯ୍ୟ ମାଗିବେ । ଶାରୀରିକ ଓ ମାନସିକ ସ୍ଥିତି ବହୁତ ଭଲ ରହିଲେ ମଧ୍ୟ ଧନହାନି ମନସ୍ତାପର କାରଣ ହୋଇପାରେ । ବ୍ୟବସାୟରେ ସ୍ଥିତି ମାନ୍ଦା ରହିବା ସଙ୍ଗେ ସଙ୍ଗେ କେତେକେ ପ୍ରତିବନ୍ଧକ ମଧ୍ୟ ଦେଖାଦେଇପାରେ । ଅଫିସ୍ କାମରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବେ । ମନ ଅସ୍ଥିର ରହିବା କାରଣରୁ କଥାରେ ସଂଯମତା ହରାଇବେ, ଯାହାଫଳରେ ସମସ୍ୟାର ଘେରରେ ଛନ୍ଦି ହୋଇପାରନ୍ତି । ପରିବାରରେ ନାନାଦି ସମାସ୍ୟାକୁ କେନ୍ଦ୍ର କରି ମାନସିକ ସ୍ତରରେ ଭାରସାମ୍ୟ ହରାଇପାରନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁନଃ ରୋଗପୀଡାର ପାଦୁର୍ଭାବ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ବନ୍ଧୁମାନଙ୍କ ସହ କୈାଣସି ଗୁରୁତ୍ୱପୂର୍ଣ୍ଣ ବିଷୟୟକୁ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିବେ । ବ୍ୟବସାୟ, ବାଣିଜ୍ୟରେ ଆଶାତୀତ ଲାଭ ପାଇବେ । ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ କରିବେ । ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି । ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ଥି ଅନୁଭବ କରିପାରନ୍ତି । ଘରେ ଛୋଟିଆ ସମାରୋହ ଆୟୋଜନ କରିପାରନ୍ତି । କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ବୃଦ୍ଧି ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିମଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିବ । ପରିବାରରେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ନୂତନ କର୍ମାରମ୍ଭ ନିମନ୍ତେ ସୁବିଧା ସୁଯୋଗ ମିଳିପାରେ କିନ୍ତୁ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଖାଦେଇପାରେ । ଅଫିସରେ ସହକର୍ମୀମାନେ ଆପଣଙ୍କ ବିରୋଧରେ ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି । ସଭାସମିତି, ଆଲୋଚନା ପରିସରରେ ମୌନତା ରହିବା ଶ୍ରେୟସ୍କର ହେବ । ରାଜନୈତିକ ସ୍ଥିତି ଓ ଅର୍ଥନୈତିକ ପ୍ରଗତି, ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ । ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ସକାଶେ କଳହର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ପୁରୁଣା ସମସ୍ୟାଗୁଡ଼ିକ ତୁଟିଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମନ ଅନୁଯାୟୀ କାମ କରିବାର ସୁବିଧା ସୁଯୋଗ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ, ଅଫିସରେ ଓ ସମାଜରେ ମାନସମ୍ମାନ ଲାଭ କରିବା ସହ ପଦମର୍ଯ୍ୟାଦାକୁ ମଧ୍ୟ ଅକ୍ଷୁର୍ଣ୍ଣ ରଖିପାରିବେ । ଦୀର୍ଘ ଦିନରୁ କର୍ମକ୍ଷେତ୍ରରେ ଯେଉଁ ସମସ୍ୟା ଦେଖାଦେଇଛି, ତାହା ସହକର୍ମୀଙ୍କ ସହାୟତାରେ ସମାଧାନ କରିନେବେ । ବନ୍ଧୁମାନଙ୍କ ସହ ହସ ଖୁସୀ ଦିନ ଅତିବାହିତ କରିବେ । ଅର୍ଥ ନେଣେଦେଣେ ବ୍ୟାପାରରେ ସାବଧାନ ରହନ୍ତୁ । କର୍ମକ୍ଷେତ୍ରରେ ଠିକ୍ ଓ ଯୁକ୍ତିଯୁକ୍ତ କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ । ଆନୁଷ୍ଠାନିକ କାମରେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି କିନ୍ତୁ ଚେଷ୍ଟା କରୁଥିବା କାମରେ ସଫଳତା ପ୍ରାପ୍ତ କରିବେ । ନିର୍ମାଣ, ମରାମତି କାମ ଓ ପ୍ରତିଟି କଥାରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଉପସ୍ଥିତ ବୃଦ୍ଧି ଖଟାଇ ପରିବାରରେ ଦେଖାଯାଉଥିବା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ବନ୍ଧୁମାନଙ୍କ ପରାମର୍ଶ ନେଇ କାର୍ଯ୍ୟଗୁଡିକ ଠିକ୍ ଭାବରେ ସମ୍ପନ୍ନ କରିପାରିବେ । ସ୍ଥଗିତ ଯୋଜନାକୁ ତ୍ୱରାନ୍ୱିତ କରିବାରେ ବନ୍ଧୁମାନେ ସାହାଯ୍ୟ କରିବ । ବ୍ୟବସାୟ, ବାଣିଜ୍ୟ ଓ ପରିବହନ ସମସ୍ୟା ଦୂର ହେବ । ଅଫିସରେ ଉଚ୍ଚପଦାଧିକାରୀଙ୍କ ସାହାଯ୍ୟ ଲାଭକରି କାର୍ଯ୍ୟ ହାସଲ କରିବେ । ରାଜନୀତିରେ ଥିବା ବ୍ୟକ୍ତିଙ୍କ ଲୋକ ସମ୍ପର୍କ ବୃଦ୍ଧି ପାଇବ । ଗଠନମୂଳକ କିମ୍ବା ଆନୁଷ୍ଠାନିକ କାମରେ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ । ଅତୀତର କେତେକ ଘଟଣାକୁ ସ୍ମରଣ କରି ସାମୟିକ ମନ ଉଦାସ ରହିପାରେ । ପରିବାରରେ ହସଖୁସିର ବାତାବରଣ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଭୈରବୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ପରିବାର ସଦସ୍ୟଙ୍କ ଠାରୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପାଇବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା ନ କଲେ ପଶ୍ଚାତ୍ତାପ କରିବାକୁ ପଡିପାରେ । ବନ୍ଧୁଙ୍କ ଦ୍ଵାରା ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାର ସୁଯୋଗ ପାଇବେ । କୈାଣସି ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସୀ ହୋଇ ପାରନ୍ତି । ଅଫିସରେ ଭୁଲ୍‌ ଖବର ପାଇ କିମ୍ବା ଉପରିସ୍ଥଙ୍କ ଚାପରେ ବଶବର୍ତ୍ତୀ ହୋଇ ସାମୟିକ ବିବ୍ରତ ହୋଇପାରନ୍ତି । ସାମାଜିକ କ୍ଷେତ୍ର, ଆଲୋଚନା, ସେବାସଂସ୍ଥା, ରାଜନୀତି ଓ କଳା, ସାହିତ୍ୟରୁ ପ୍ରଶଂସିତ ହେବେ । ପାରିବାରିକ ପରିସ୍ଥିତି ସୁଖଦମୟ ରହିବ । ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଭଦ୍ରକାଳୀ ।

Leave a Reply

Your email address will not be published. Required fields are marked *