01 ମଇ 2021, ଶନିବାର :- ଶନିଦେବଙ୍କ ଆଶୀର୍ବାଦରୁ ଆଜି ୫ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି ! ସ୍ଥଗିତ

01 ମଇ 2021, ଶନିବାର :- ଶନିଦେବଙ୍କ ଆଶୀର୍ବାଦରୁ ଆଜି ୫ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି ! ସ୍ଥଗିତ

01 ମଇ 2021, ଶନିବାର :- ଶନିଦେବଙ୍କ ଆଶୀର୍ବାଦରୁ ଆଜି ୫ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି ! ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣ କରିବା ସହ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ ।

ଆଜି ଆମେ ଆପଣଙ୍କୁ ୦୧ ମଇ ୨୦୨୧ ଶନିବାର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବା । ପ୍ରତ୍ୟେକ କ୍ଷେତ୍ରରେ ଭଲ ସୁବିଧା ସୁଯୋଗ ମିଳିଲେ ମଧ୍ୟ ସଦ୍-ବ୍ୟବହାର କରିପାରିବେ ନାହିଁ । ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାନ୍ତ କରିପାରନ୍ତି । କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ବନ୍ଧୁଙ୍କ ସହଯୋଗ ଲାଭ କରି ବ୍ୟବସାୟ ବାଣିଜ୍ୟରୁ କେତେକାଂଶରେ ଉପକୃତ ପାଇବେ । ପରୋକ୍ଷ ଶତ୍ରୁତା ଯୋଗୁଁ କେତେକ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇପାରେ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ଦେଖିବେ ଓ ଆପଣଙ୍କୁ ଦୋଷାରୋପ କରିପାରନ୍ତି । ପରିବାରର ସଦସ୍ୟଙ୍କ ସହ ହସଖୁସିରେ ଦିନଟି ଅତିବାହିତ କରିବେ । ପଡୋଶୀଙ୍କ ସହାୟତାରେ ବନ୍ଧୁ ସହ ମନୋମାଳିନ୍ୟ ଦୂର ହେବ । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

କର୍ମକ୍ଷେତ୍ରେରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବେ । ଆର୍ଥିକ ସମସ୍ୟା ଦୂରେଇବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିପାରନ୍ତି । ଆଜି କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତିକି ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ ସିନା ଶୁଭଫଳ ପାଇପାରିବେ ନାହିଁ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ । ସଭାସମିତି, ସଙ୍ଗଠନ, ରାଜନୀତି, ପ୍ରଶାସନ, ଆଲୋଚନା କ୍ଷେତ୍ରରୁ ପ୍ରଶଂସିତ ହେବେ । ଆନୁଷ୍ଠାନିକ କାର୍ଯ୍ୟରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଅପରାହ୍ନେ କୌଣସି ଶୁଭ ଖବର ଶୁଣିବାକୁ ପାଇବେ । ପାରିବାରିକ କ୍ଷେତ୍ରରେ ଗତକାଲିର କଳି ତକରାଳ ବିଷୟର ପର୍ଯ୍ୟାଲୋଚନା କରି ଅନ୍ୟମନସ୍କ ରହିବେ । ଗୃହସ୍ଥ ଜୀବନରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ପରସ୍ପରକୁ ସାହାଯ୍ୟ ଓ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ । ଶୁଭରଙ୍ଗ : ମେରୁନ । ଆରାଧନା : ପ୍ରଭୁ ହନୁମାନ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ସ୍ଥଗିତ ଥିବା କାମ ସମ୍ପର୍ଣ୍ଣ କରିବାରେ ସମର୍ଥ ହେବେ । ବ୍ୟବସାୟରେ ଆଶାତୀତ ଫଳ ପାଇବେ । ଆର୍ଥିକ ସ୍ଥିତି ମଜଭୁତ ରହିବ । ଅଫିସରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବା ସହ ପଦମର୍ଯ୍ୟାଦା ମଧ୍ୟ ବୃଦ୍ଧି ପାଇବ । ସହକର୍ମୀମାନଙ୍କ ସାହାଯ୍ୟ କାର୍ଯ୍ୟ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ଉଚ୍ଚବର୍ଗର ଲୋକଙ୍କ ସଂସ୍ପର୍ଶରେ ଆସି ପାରନ୍ତି । ଆଜି କୌଣସି କଥାକୁ ଭଲରୂପେ ନ ବୁଝି ନ ଶୁଝି ପରିବାର ସଦସ୍ୟଙ୍କ ଉପରେ ବିରକ୍ତି ପ୍ରକାଶ କରିବା ଠିକ୍‌ ହେବନାହିଁ । ସ୍ଵାସ୍ଥ୍ୟହାନି କାରଣରୁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମହାଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବା ସହ ଅଭିଳଷିତ କାମ କରିପାରିବେ ନାହିଁ । କର୍ମକ୍ଷେତ୍ର ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମଧ୍ୟମ ଧରଣ ରହିବ । ଯୁକ୍ତିତର୍କ, ବାଦବିବାଦ, କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରୁହନ୍ତୁ । ରାଜନୀତି, ପ୍ରଶାସନ ପାଇଁ ଦିନଟି ଭଲ ରହିବ । ଦାମ୍ପତ୍ୟ ଜୀବନରେ ଅସହିଷ୍ଣୁତା ଅଶାନ୍ତିର କାରଣ ହୋଇପାରେ । ଛୋଟ ଛୋଟ କଥାକୁ ଧରିବସିଲେ ଅସୁବିଧାର ସମ୍ମୁଖୀନ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସମସ୍ତ ସୁବିଧା ଥାଇ ମଧ୍ୟ ପାରିବାରିକ କ୍ଷେତ୍ରରେ ସମସ୍ୟା ମନକୁ ଆନ୍ଦୋଳିତ କରିବ । ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ କିନ୍ତୁ ଋଣ ପରିଶୋଧର ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ । ସହକର୍ମୀ ସହଯୋଗର ହାତ ବଢ଼ାଇବେ ଓ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି । ଅଫିସରେ ଉଚ୍ଚାଧିକାରୀଙ୍କ ଠାରୁ ପ୍ରସଂଶିତ ପାଇବେ । ସମାଜରେ ମନ ସମ୍ମାନ ମଧ୍ୟ ବଢିବ । ରାଜନୈତିକ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ଆନୁଷ୍ଠାନିକ କାମ, ସଭାସମିତି, ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଗୃହରେ ମାଙ୍ଗଳିକ କାର୍ଯ୍ୟରେ ଧନ ବ୍ୟୟହେବ । ପରୋକ୍ଷ ଶତ୍ରୁତା କରିବା ଯୋଗୁ ବିଚଳିତବୋଧ କରିପାରନ୍ତି । ପାରିବାରିକ ଜୀବନରେ ବୃଥା ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କରେ ତିକ୍ତତା ଦେଖାଦେଇପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ମନରେ ରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ । ପୂର୍ବରୁ ଯେଉଁ ସବୁ କାର୍ଯ୍ୟ କରିଥିଲେ, ତାହାର ଉପଯୁକ୍ତ ପରିଶ୍ରମିକ ମିଳିବ । ପ୍ରତ୍ୟେକ କ୍ଷେତ୍ରରେ କୌଶଳରେ କାର୍ଯ୍ୟ ହାସଲ କରିନେବେ । ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିପାରନ୍ତି । ସମାଜର କେତେକ ଖଳ ଲୋକମାନଙ୍କ କଥାରେ ପଡି ହଇରାଣ ହରକତ ହୋଇପାରନ୍ତି । ବ୍ୟବସାୟରେ ପୁଞି ନିବେଶ କରନ୍ତୁ, ଲାଭ ହେବ । କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବାରେ ସହକର୍ମୀଙ୍କ ଉଦାରତା ମୁଖ୍ୟ ଭୂମିକା ଗ୍ରହଣ କରିବ । ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡିବେ । ସାମାଜିକ ସ୍ତରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ । ମାଲିମକଦ୍ଦମା, ତର୍କବିତର୍କ, ସଭାସମିତି, ସଂଗଠନ, ନିର୍ମାଣ ଓ ପରିବହନ ଆଦି କ୍ଷେତ୍ରରୁ ଶୁଭଫଳ ପାଇବାର ଆଶା କରାଯାଇପାରେ । ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ସମ୍ବନ୍ଧ ସୁଦୃଢ ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିମଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜିର ଯାତ୍ରା କାଳରେ କୌଣସି ଯୁବକ ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ଭଲ ରହିବ । ଆର୍ଥିକ ସ୍ଥିତି ଭଲ ରହିବା କାରଣରୁ ନୂତନ କାର୍ଯ୍ୟାରମ୍ଭ କରିବାରେ ସକାଶେ ମନୋବଳାଇବେ । ଅଫିସର ସହକର୍ମୀଙ୍କ ମଧ୍ୟରେ ସ୍ନେହା ଆଦର ବୃଦ୍ଧି ପାଇବ । ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ ସୌଖ୍ୟ ସାଙ୍ଗକୁ ପୁତ୍ରକନ୍ୟାଙ୍କ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଆତ୍ମୀୟମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି । ପ୍ରିୟ ବନ୍ଧୁଙ୍କ ସହଯୋଗ ସାହାଯ୍ୟରେ ପରିବାରରେ ଦୀର୍ଘ ଦିନରୁ ଲାଗିଥିବା ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ ବାଦ ବିବାଦ ଠାରୁ ରୂରେଇ ରୁହନ୍ତୁ । ଶୁଭ ରଙ୍ଗ : ଧଳା । ଆରାଧନା : ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆଜି ଆପଣଙ୍କ ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ । ଆପଣଙ୍କ ଚିନ୍ତାଧାରା ଅନୁଯାୟୀ ପାରିପାର୍ଶ୍ୱିକ ପରିସ୍ଥିତି ଅନୁକୂଳ ରହିବ । କୌଣସି ନୂତନ କାମରେ ବନ୍ଧୁମାନେ ସହଯୋଗର ହାତ ବଢାଇବେ । କର୍ମକ୍ଷେତ୍ରର ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ ସମାଧାନ କରିବାରେ ଯତ୍ନବାନ୍‌ ହେବେ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ । ସହକର୍ମୀଙ୍କ ସହାୟତା ଲାଭ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସାମାଜିକ ସ୍ତରରେ, ଶୁଭକାର୍ଯ୍ୟରେ କିମ୍ବା ଆନୁଷ୍ଠାନିକ କାମରେ ଯୋଗଦେଇ ପ୍ରଶଂସିତ ହୋଇପାରନ୍ତି । ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଘରୋଇ କଳହକୁ ନେଇ ମନରେ ଅଶାନ୍ତି ଲାଗିରହିବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ରୋଗପୀଡା ନିୟନ୍ତ୍ରଣ ମଧ୍ୟରେ ରହିବ । ଶୁଭରଙ୍ଗ : ସବୁଜ । ଆରାଧନା: ମାଆ ଗାୟତ୍ରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ସମସ୍ୟା ଭିତର ଦେଇ ଗତି କରୁଥିବାରୁ ଅନ୍ୟମନସ୍କ ରହିବେ । କିନ୍ତୁ କର୍ମକ୍ଷେତ୍ରର ସନ୍ତୋଷଜନକ ସ୍ଥିତି ସାଙ୍ଗକୁ ପରିବାରର ସୁଖ ସମୃଦ୍ଧି ମନକୁ ଖୁସି ରଖିବ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ଅଯଥା ବ୍ୟସ୍ତତା ପ୍ରକାଶ କରନ୍ତୁ ନାହିଁ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ପୂର୍ବପରି ରହିବ । ଆନୁଷ୍ଠାନିକ କାମରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ଓ କାମ ହାସଲ କରିବେ । ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ସନ୍ତାନଙ୍କ ସମସ୍ୟା କିମ୍ବା ବିବାଦୀୟ ମନ୍ତବ୍ୟ ଦ୍ଵାରା କଳହକୁ ନିମନ୍ତ୍ରଣ କରିପାରନ୍ତି । ପଡୋଶୀମାନେ କଣ୍ଟାବାଡରେ ଲୁଗାଛାଟି କଳହ କରିପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ହନୁମାନ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେହି କ୍ଷେତ୍ରରେ କିଛି ଅସୁବିଧା ହେବ ନାହିଁ । ପରିପାର୍ଶ୍ଵ ପରିସ୍ଥିତିକୁ ହୃଦୟଙ୍ଗମ କରି କେତେକ କ୍ଷେତ୍ରରେ ଜାଣିଶୁଣି ନୀରବ ରହିବାକୁ ବାଧ୍ୟ ହେବେ । ବ୍ୟବସାୟ, ବାଣିଜ୍ୟରେ କାରବାର ମାନ୍ଦା ରହିବ । ଜଣେ ବନ୍ଧୁଙ୍କ ସହାୟତାରୁ ଆର୍ଥିକ ସ୍ଥିତିରେ ସମ୍ୟକ ସୁଧାର ଆସିପାରେ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ । ପାରିବାରିକ ଶୃଙ୍ଖଳା ରକ୍ଷା କରିବବାକୁ ଯାଇ ବହୁିତ କଷ୍ଟ ସ୍ଵୀକାର କରିବାକୁ ପଡିବ । ରୋଗ,ଋଣ ଓ ଶତ୍ରୁତା ହେତୁକ ଚିନ୍ତାରେ ସମୟ କାଟିବାକୁ ପଡିପାରେ । ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ପାରିବାରିକ ଘଟଣାକୁ କେନ୍ଦ୍ର କରି ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉଚ୍ଚବଚ୍ଚା ଦେଖାଦେବାର ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ପ୍ରତ୍ୟେକ କାମରେ କିଛିନା କିଛି ଅସୁବିଧାର ସାମ୍ନା କରିବାକୁ ପଡିବ । ସତର୍କତା ଅଭାବରୁ ବିଭିନ୍ନ ସମସ୍ୟା ଭିତରକୁ ଟାଣି ହୋଇ ପାରନ୍ତି । ବନ୍ଧୁଙ୍କ ସହାୟତା ଲାଭ କରି ଲକ୍ଷ୍ୟ ହାସଲ କରିବେ । ତଥାପି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ସମସ୍ୟା ସୃଷ୍ଟି କରିବ । କର୍ମକ୍ଷେତ୍ରରେ ବାକ୍‌ଯୁଦ୍ଧ, କଥା କଟାକଟି ଜନନିତ ମତାନ୍ତରର ଆଶଙ୍କା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ । ଉଚ୍ଚପଦାଧିକାରୀଙ୍କ ଚାପ କିମ୍ବା ଗୁରୁଦାୟିତ୍ୱ ବହନ କରି ଅଫିସ୍‌ କର୍ମଜଞ୍ଜାଳ ମଧ୍ୟରେ ଛନ୍ଦି ହୋଇ ନିଜକୁ ଅଣନିଶ୍ଵାସୀ ଅନୁଭବ କରିବେ । ଜଣେ ବନ୍ଧୁଙ୍କ ଦ୍ୱାରା ଅଟକିଥିବା କାମ ପୂର୍ଣ୍ଣ କରିବେ । ସାମାଜିକ ସ୍ତରରେ ପାଖ ପଡୋଶୀ ମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ଆସିବା ଯୋଗୁଁ ମନ ଆନନ୍ଦ ଉଲ୍ଲାସ ରହିବ । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇପାରେ । ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଗାୟତ୍ରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କୁ ମିଶ୍ରଣ ଫଳ ପ୍ରଦାନ କରିବ । ମନରେ କର୍ମ ତତ୍ପରତା ଭାବନା ଜାଗ୍ରତ ହେବ । ସ୍ଥଗିତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବା ନିମନ୍ତେ ପ୍ରୟାସ ଜାରି ରଖିବେ । ସହକର୍ମୀ ଓ ବନ୍ଧୁମାନେ ମଧ୍ୟ ସାହାଯ୍ୟ ସହଯୋଗର ହାତ ବଢାଇବେ । ଅଫିସର ବାତାବରଣ ସୁସ୍ଥ ରହିବ । କିନ୍ତୁ ମଧ୍ୟାହ୍ନରେ ସାମାନ୍ୟ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ମନାନ୍ତର ସୃଷ୍ଟି ହୋଇପାରେ । ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁଁ ଆଗେଇ ଯିବେ । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ହେବନାହଁ । କୌଣସି ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରି ଖାଲରେ ପଡ଼ିପାରନ୍ତି । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ । ପାରିବାରିକ କ୍ଷେତ୍ରରେ ବକ୍ ଅସଂଯମତା ଯୋଗୁଁ ସଦସ୍ୟଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇପାରେ । ଶୁଭରଙ୍ଗ:ଲାଲ । ଆରାଧନା: ମାଆ ଭୈରବୀ ।

Leave a Reply

Your email address will not be published. Required fields are marked *