01 ଅପ୍ରେଲ୍ 2021, ଗୁରୁବାର :- ମାସର ପ୍ରଥମ ଦିନ ମାଆ ଲକ୍ଷ୍ମୀଙ୍କ କୃପାରୁ ୭ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ କ୍ଷେତ୍ରରେ

01 ଅପ୍ରେଲ୍ 2021, ଗୁରୁବାର :- ମାସର ପ୍ରଥମ ଦିନ ମାଆ ଲକ୍ଷ୍ମୀଙ୍କ କୃପାରୁ ୭ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ କ୍ଷେତ୍ରରେ

01 ଅପ୍ରେଲ୍ 2021, ଗୁରୁବାର :- ମାସର ପ୍ରଥମ ଦିନ ମାଆ ଲକ୍ଷ୍ମୀଙ୍କ କୃପାରୁ ୭ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ କ୍ଷେତ୍ରରେ ଆସିବା ସୁଧାର । ପାରିବାରିକ କ୍ଷେତ୍ରରେ ହସଖୁସର ବାତାବରଣ ରହିବ ।

ଆଜି ଆମେ ଆପଣଙ୍କୁ ୦୧ ମାର୍ଚ୍ଚ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ନ ରଖିଲେ ପରିସ୍ଥିତି ଭିନ୍ନ ରୂପ ନେଇପାରେ । ରାହୁଯୁକ୍ତ ମଙ୍ଗଳଙ୍କ ଯୋଗୁଁ ସାହସର ସହ ପ୍ରତ୍ୟେକ କାମ ପାଇଁ ଆଗଭର ହେବେ । ଗତକାଲିର ଯୋଜନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ । ବ୍ୟବସାୟ, ବାଣିଜ୍ୟରେ କାରବାର ମଧ୍ୟମ ଧରଣ ରହିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ପାଇବେ ଏବଂ ହଠାତ୍‌ କାୈଣସି ଖବର ପାଇ ଖୁସି ହେବେ । ପୂର୍ବ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ରାଜନୀତିରେ ପ୍ରାଧାନ୍ୟ ବଢ଼ିବ । ଜମିଜମା ସମ୍ପର୍କୀୟ ଦୁଶ୍ଚିନ୍ତା ଲାଗି ରହିବ । ଅନ୍ୟର ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କଲେ ନିଜେ ଅପମାନିତ ହେବାକୁ ପଡିବ । ସ୍ଵାସ୍ଥ୍ୟ ସକାଶେ ଚିନ୍ତିତ ରହିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଜୀବନସାଥୀଙ୍କ ପ୍ରେରଣା ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଉତ୍ସାହର ସହିତ ସବୁ କାମ କରିବେ ଓ ବିଭିନ୍ନ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । ରାଶିରେ ଏକାଧିକ ଗ୍ରହ ଅବସ୍ଥାନ କରିଥିବା ଯୋଗୁଁ ଆଜି ଆପଣ ଦୂର ଯାତ୍ରା କରିପାରନ୍ତି । ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାକୁ ନିକଟସ୍ଥ ବ୍ୟକ୍ତି ବିଶେଷଙ୍କ ସାହାଯ୍ୟ ସହଯୋଗରେ ସମସ୍ୟା କରିନେବେ । ଆର୍ଥିକ ଦିଗରୁ ଉପକୃତ ହେବେ ଓ ସ୍ଥଗିତ କାମଗୁଡିକୁ ତ୍ୱରାନ୍ୱିତ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଆକସ୍ମିକ ଭାବରେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହେବ । ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ପରିବାରରେ ପାରସ୍ପରିକ ସହଯୋଗ ପରିବେଶକୁ ସରସ, ସୁନ୍ଦର କରିବାରେ ସହାୟକ ହେବ । ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମନ ଉଦାସ ରହିବ ଓ ବିଭିନ୍ନ ପ୍ରକାର ନକରାତ୍ମକ ଚିନ୍ତା କରି ଅଧିକାଂଶ ସମୟ ମନରେ ଆଶଙ୍କା ଜନ୍ମିବ । ଗ୍ରହସ୍ଥିତି ବିଶେଷ ଅନୁକୂଳ ରହିନଥିବାରୁ ବିଭିନ୍ନ ସମସ୍ୟା ମଧ୍ୟରେ ସମୟ କଟାଇବେ । କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ରହିବ । ଧାର କରଜ କରି ଆର୍ଥିକ ଅନଟନରୁ ମୁକୁଳିବାକୁ ଚେଷ୍ଟା କରିବେ । କିନ୍ତୁ ଚାକିରି ଜୀବିମାନେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବା କିନ୍ତୁ ଶାରୀରିକ ପରିଶ୍ରମ ଜନିତ କ୍ଳାନ୍ତି ଅନୁଭବ କରିବେ । ସଭାସମିତିରେ ଯୋଗ ଦେଲେ ମଧ୍ୟ ବିପକ୍ଷଙ୍କ ମନ୍ତବ୍ୟ ଗ୍ରହଣ କରିବାକୁ ବାଧ୍ୟ ହେବେ । କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ଫଳରେ ଧୈର୍ଯ୍ୟଚ୍ୟୁତି ଘଟିପାରେ । କେତେକ କ୍ଷେତ୍ରରେ ନିଜ ଲୋକମାନେ ହିଁ ପ୍ରତିବନ୍ଧକ ସାଜିପାରନ୍ତି । ପାରିବାରିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ଲାଗି ମିଶ୍ରଣ ଫଳ ପ୍ରଦାନ କରିବା । ମଙ୍ଗଳଙ୍କ ପ୍ରଭାବରେ ପ୍ରତାରିତ ହୋଇ ଅଭିଳଷିତ ଜିନିଷ ନ ପାଇବା କାରଣରୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇପାରେ । ଶାରୀରିକ ସୁସ୍ଥତା ଥିଲେ ମଧ୍ୟ ମାନସିକସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ । ଯାତ୍ରା କରିବା, ବ୍ୟବସାୟ, ବିବାଦ ଓ କିଛି ନୂତନ କାମରେ ଚିନ୍ତିତ ରହିବେ । ସହକର୍ମୀମାନଙ୍କ ସହ ବାଦବିବାଦ କ୍ରମେ ଜଟିଳ ରୂପ ନେଇପାରେ, ତଥାପି ଆପଣଙ୍କ ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ଜଣେ ବନ୍ଧୁଙ୍କ ସହଯୋଗରୁ ନିର୍ମାଣାଧୀନ କାମଟି ସମ୍ପନ୍ନ କରିପାରିବେ । କ୍ରୀଡ଼ା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଉନ୍ନତିର ସୁଯୋଗ ଜୁଟିବ । ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ ଜଣେ ନିକଟତମ ବ୍ୟକ୍ତି ସାହାଯ୍ୟ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆଜି କୌଣସି ସମସ୍ୟା ଆପଣଙ୍କୁ ବିଚଳିତ କରି ପାରିବ ନାହିଁ । ରାଶ୍ୟାଧିପ ଉଚ୍ଚାରୋହୀ ହୋଇ କର୍ମାଧିପତି ସହ ରହିଥିବାରୁ କର୍ମକ୍ଷେତ୍ରରେ ପଛକୁ ହଟିବେ ନାହିଁ । ବିଭିନ୍ନ ପ୍ରତିବନ୍ଧକ ଓ ପରୋକ୍ଷ ଶତ୍ରୁତା ଲାଗି ରହିଥିଲେ ମଧ୍ୟ ଆପଣଙ୍କ କାର୍ଯ୍ୟରେ କୌଣସି କୁପ୍ରଭାବ ପଡିବ ନାହିଁ କି କାମ ଅଟକିବା ନାହିଁ । ଆର୍ଥିକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିବ । ଅଫିସରୁ ଆସିବା ବେଳକୁ ନିଜ ମନ ପସନ୍ଦର ଜିନିଷଟି କିଣିବାରେ ସମର୍ଥ ହେବେ । ବିନା ଖର୍ଚ୍ଚରେ କିମ୍ବା ସରଳ ଓ ସହଜରେ କୌଣସି କାମ ହାସଲ କରିବା ଆଜି ଦୁରୂହ ହୋଇପାରେ । ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନ କରିବାରେ ସମର୍ଥ ହେବେ । କୋର୍ଟ କଚେରୀ ମାମଲାରୁ ଦୁରେଇ ରୁହନ୍ତୁ । ପାରିବାରିକ ସ୍ଥିତି ପ୍ରାୟତଃ ମଧ୍ୟମ ଧାରଣର ରହିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମଙ୍ଗଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ରାଶିରେ ରାଶ୍ୟାଧିପ ଶୁଭ ସ୍ଥାନରେ ଅଭସ୍ଥାନ କରିଥିବା ଯୋଗୁଁ କର୍ମକ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେବା ସହ ମିତ୍ରଙ୍କ ସହଯୋଗ ପାଇବେ ଓ ସୁଖ ସମ୍ମାନ ପ୍ରାପ୍ତ କରିବେ । ଆର୍ଥିକ ଦିଗରୁ ସନ୍ତୋଷଜନକ ଫଳ ପାଇବେ, କିନ୍ତୁ ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ । ବ୍ୟବସାୟରେ ନୂଆ ଚୁକ୍ତି କରିପାରନ୍ତି । କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବେ କିନ୍ତୁ ଅଫିସର କାର୍ଯ୍ୟଭାରକୁ ନେଇ ସମ୍ୟକ ଚିନ୍ତିତ ରହିବେ । ବିଭିନ୍ନ ପ୍ରକାର ଅସ୍ଵାଭାବିକ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିପାରେ । ଆନୁଷ୍ଠାନିକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ପଡୋଶୀଙ୍କ ସହ ଟଙ୍କାପଇସାକୁ କେନ୍ଦ୍ରକରି ଝଗଡା ସୃଷ୍ଟି ହୋଇପାରେ । ବନ୍ଧୁଙ୍କ ସହଯୋଗରେ ପାରିବାରିକ ସମସ୍ୟା ସମାଧାନର ରାସ୍ତା ଖୋଜି ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମନରେ ସକାରାତ୍ମକ ଭାବନା ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ଆଜି ଏକତ୍ର ବୁଧ ଓ ବୃହସ୍ପତି ପ୍ରଭାବରୁ ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ଜମା ଭଲ ପଡୁ ନ ଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ, କିନ୍ତୁ ସଫଳ ହେବେ ନାହିଁ । ସତର୍କତା ସହିତ ନ ଚଳିଲେ କାର୍ଯ୍ୟକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅଫିସରେ ବାତାବରଣ ସୁସ୍ଥ ରହିବ । ସହକର୍ମୀଙ୍କ ସହ ହସଖୁସିରେ ଦିନ ଅତିବାହିତ କରିବେ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । କୌଣସି ଅଭାବ ନ ଥିଲେ ମଧ୍ୟ କଚେରି ମାମଲାକୁ ନେଇ ଚିନ୍ତିତ ରହିବେ । ଦାମ୍ପତ୍ୟ ଜୀବନ ସୁଖଦମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଗ୍ରହସ୍ଥିତିର ସୁପ୍ରଭାବ ଯୋଗୁଁ କର୍ମକ୍ଷେତ୍ରର ଅସଜଡ଼ା ସ୍ଥିତିକୁ ସଜାଡି ନେବାରେ ସାହାଯ୍ୟ କରିବ । ଇଷ୍ଟଦେବୀଙ୍କ କୃପାରୁ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବ । କର୍ମକ୍ଷେତ୍ରରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇପାରିବ । ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡିକୁ ସଫଳତାର ସହ ସମ୍ପନ୍ନ କରିବେ । ମିତ୍ରଙ୍କ ସହଯୋଗ ମିଳିବ । ଯାତ୍ରା, ବ୍ୟବସାୟ, ମାଲି ମକଦ୍ଦମା, ସଙ୍ଗଠନ, ଲେଖାପଢ଼ାରେ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ ସ୍ଥିତି ମଜବୁତ୍‌ ରହିବ ଓ ନୂଆ ଯୋଜନା ହାତକୁ ନେଇପାରନ୍ତି । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ସକାଶେ ମନ ବଳାଇପାରନ୍ତି । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ଅତୀତର ଘଟଣାକୁ ସ୍ମରଣ କରି ମନ ଅସ୍ଥିର ରହିବା କାରଣରୁ କାମଗୁଡିକ ସମ୍ପନ୍ନ ହେବାରେ ବିଳମ୍ବ ହୋଇପାରେ । ଜୀବନସାଥୀଙ୍କ ପୂର୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ସମଲେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମନରେ ପରୋପକାରୀ ଭାବନା ଉପୁଜିବ । ଆପଣଙ୍କର ଦାୟିତ୍ଵ ବୃଦ୍ଧି ହେବାର ସମ୍ଭାବନା ରହିଛି । ଦ୍ୱିତୀୟ ରାହୁ ଓ ଅଷ୍ଟମ ଶନି ପ୍ରଭାବରୁ ପରିସ୍ଥିତିର ତାଡନାରେ ଆକସ୍ମିକ ଭାବେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ । ଅଫିସରେ ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି । ଅଟକି ରହିଥିବା ଆନୁଷ୍ଠାନିକ କାମ ପାଇଁ ଅନ୍ୟକୁ କୈଫତ୍‌ ଦେବାକୁ ପଡିପାରେ । ସାମାଜରେ ମାନସମ୍ମାନ ଅକ୍ଷୁର୍ଣ୍ଣ ରହିବ । ଆକସ୍ମିକ ଭାବରେ ଘରେ ବନ୍ଧୁ ମିଳନ କିମ୍ବା ବନ୍ଧୁଙ୍କ ଅପ୍ରତ୍ୟାଶିତ ଆଗମନରୁ ଖୁସି ହୋଇଯିବେ । ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ସଙ୍କଟ ଭୋଗିବେ । ଅତି ଦରକାରୀ ଜିନିଷ ଗୁଡିକ ପରକୁ ଦେଇ ଅପଦସ୍ତ ହୋଇପାରନ୍ତି । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ପରିସ୍ଥିତି ପ୍ରତି ସଜାଗ ରହି କାମ ନ କଲେ ମାନସିକ ଦୁଶ୍ଚିନ୍ତାରେ ପଡିବେ । ଶନି ରାଶିରେ ବ୍ୟୟାଧିପଙ୍କ ସଙ୍ଗରେ ରହିଥିବାରୁ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବ । ପ୍ରତ୍ୟେକ କ୍ଷେତ୍ର ଓ କାର୍ଯ୍ୟ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଉପୁଜିବାର ସମ୍ଭାବନା ରହିଛି । ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଓ ଅଟକି ରହିଥିବା କାମକୁ ଶେଷ କରି ପାରିବେ । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ତର୍ଜମା କରିପାରନ୍ତି । ଶିକ୍ଷା, ଆନୁଷ୍ଠାନିକ କାମ, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ । ଜୀବନସାଥୀଙ୍କ ପୁରା ସମର୍ଥନ ଓ ସହଯୋଗ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ବାରମ୍ବାର ବିଫଳ ହେବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଆଜି ପୁନର୍ବସୁ ନକ୍ଷତ୍ରସ୍ଥ ଚନ୍ଦ୍ର କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ସକାଶେ କିଛିଟା ବ୍ୟତିକ୍ରମ ମଧ୍ୟ ପରିଲକ୍ଷିତ ହୋଇପାରେ । ବିଶେଷ କରି ଖର୍ଚ୍ଚ ପରିମାଣ ବୃଦ୍ଧି, ଦୂରଯାତ୍ରା ଓ ସ୍ଥାନାନ୍ତରର ସୂଚନାରୁ ସାମୟିକ ଚିନ୍ତିତ ରହିପାରନ୍ତି । ସାମାଜିକ ସ୍ତରରେ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ । ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ । ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା କରି ପାରନ୍ତି । ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ । ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ବିଶେଷ କ୍ଷତି ହେବାର ସମ୍ଭାବନା ନାହିଁ । ପୁରାତନ ରୋଗପୀଡାରୁ ବିଶେଷ କଷ୍ଟ ପାଇବେ । ପାରିବାରିକ ସ୍ତରରେ ସାଧାରଣ କଥାକୁ କେନ୍ଦ୍ର କରି ମନରେ ବିରକ୍ତିଭାବ ସୃଷ୍ଟି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆପଣଙ୍କ ଆଖପାଖର ବାତାବରଣ ସୁଖଦମୟ ରହିବ । ଆଜି ଉଚ୍ଚ ରାଶିରେ ଚନ୍ଦ୍ର ରହିଥିବାରୁ ଯାତ୍ରା, ବନ୍ଧୁ ମିଳନ ଓ ମନୋରଞ୍ଜନ ପାଇଁ ବହୁତ ଭଲ । ବହୁତ ଚିନ୍ତା କରିବା ପରେ କୌଣସି ପଦକ୍ଷେପ ନେଇ କର୍ମକ୍ଷେତ୍ରକୁ ଓହ୍ଲାଇବେ । ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ । ଚାକିରୀ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବା ଯୋଗୁଁ ମନ ଉତପୁଲ୍ଲିତ ରହିବ । ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ କେତେକ ଅପ୍ରୀତିକର ଘଟଣାର ସମ୍ମୁଖୀନ କରିବାକୁ ପଡିପାରେ । ସଭାସମିତି, ଆଲୋଚନା ପରିସରରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସାର ପାତ୍ର ହେବେ । ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି । ପ୍ରତିଶ୍ରୁତିରୁ ଓହରିବା କାରଣରୁ ଶେଷ ସମୟରେ ବନ୍ଧୁଙ୍କ ଉପରୁ ବିଶ୍ୱାସ ହରାଇପାରନ୍ତି । ପାରିବାରିକ ସମସ୍ୟା ସୁଧାର ଆସିବ । ବୈବାହିକ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

Leave a Reply

Your email address will not be published. Required fields are marked *