19 ମଇ 2021, ବୁଧବାର :- ଆଜି ୪ଟି ରାଶିର ବ୍ୟକ୍ତି ସତର୍କତାର ଦିନଚର୍ଯ୍ୟା କରିବାକୁ ପଡିବ । ଆର୍ଥିକ ସ୍ଥିତି ସ୍ଵଚ୍ଛଳ

19 ମଇ 2021, ବୁଧବାର :- ଆଜି ୪ଟି ରାଶିର ବ୍ୟକ୍ତି ସତର୍କତାର ଦିନଚର୍ଯ୍ୟା କରିବାକୁ ପଡିବ । ଆର୍ଥିକ ସ୍ଥିତି ସ୍ଵଚ୍ଛଳ

19 ମଇ 2021, ବୁଧବାର :- ଆଜି ୪ଟି ରାଶିର ବ୍ୟକ୍ତି ସତର୍କତାର ଦିନଚର୍ଯ୍ୟା କରିବାକୁ ପଡିବ । ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ ! କିନ୍ତୁ ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ !

ଆଜି ଆମେ ଆପଣଙ୍କୁ ୧୯ ମଇ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ନୂଆ ପ୍ରସ୍ତାବର ରୂପରେଖ ଦିଅନ୍ତୁ, ଭବିଷ୍ୟତରେ ଶୁଭଫଳ ପାଇବେ । ତଥାପି ସାମୟିକ ଭାବରେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ । ଆର୍ଥିକ ପରିସ୍ଥିତି ଭଲ ରହିବ । ଚାକିରୀରେ ଆପଣଙ୍କ ଅଫିସର୍ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ନିର୍ମାଣାଧୀନ କାର୍ଯ୍ୟ କିଛି ଅଂଶ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟ ଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଯେତେ ଭଲ କାମ କଲେ ମଧ୍ୟ ଅର୍ଥସଂକଟ, ବ୍ୟବହାରରେ ବ୍ୟତିକ୍ରମ ସମସ୍ୟା ସୃଷ୍ଟିର କାରଣ ହୋଇପାରେ । ବ୍ୟବସାୟରେ ପ୍ରଚାର ଓ ପ୍ରସାର ଫଳରେ ଆଶାତୀତ ଲାଭବାନ ହେବେ । କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡ଼ି କ’ଣ କରିବେ କିମ୍ବା ନ କରିବେ ଏହି ଦ୍ୱନ୍ଦ୍ୱରେ ପଡିପାରନ୍ତି । ଅଫିସରେ ସହକର୍ମୀଙ୍କ ସହଯୋଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ନୂତନ କର୍ମ ନିଯୁକ୍ତି ପାଇବେ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ପାରିବାରିକ ସମସ୍ୟା ସୁଧାରି ନେବା ସକାଶେ ବିଭିନ୍ନ ଚେଷ୍ଟା କରିପାରନ୍ତି । ଆପଣଙ୍କ ଚିନ୍ତା ଓ ଯୋଜନାନୁଯାୟୀ ପ୍ରତ୍ୟେକ କାମ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଆଜି ପ୍ରତ୍ୟେକ କ୍ଷେତ୍ରରେ ପାଇବେ ଯେତିକି ଅଧିକ ଦେବାକୁ ପଡିପାରେ । ଏକାଧାରରେ ଅର୍ଥ ସଙ୍ଗକୁ ବିଶିଷ୍ଟ ବ୍ୟକ୍ତିିଙ୍କ ଦ୍ୱାରା ସମ୍ମାନ ପାଇପାରନ୍ତି । ଆପଣଙ୍କ କାମ ପୂରା କରିବାରେ କେହି ବାଧା ଦେଇ ପାରିବେ ନାହିଁ । ବ୍ୟବସାୟୀକ କାର୍ଯ୍ୟରେ ଆର୍ଥିକ ସ୍ଥିତି ମଧ୍ୟମ ଧରଣ ରହିବ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧିହେବ । କର୍ମକ୍ଷେତ୍ରରେ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କଲେ ସଫଳତା ମିଳିବ । ନିଜର ବନ୍ଧୁ ବାନ୍ଧବ କିମ୍ବା ଆତ୍ମୀୟମାନେ ବିରୋଧାମତ୍କ କଥା କହିପାରନ୍ତି । ସ୍ଵାର୍ଥ ହାସଲ ନ ହୋଇ ପାରିବା କାରଣରୁ ସେମାନେ ସମାଲୋଚନା କରିପାରନ୍ତି । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ପରିସ୍ଥିତି ଓ ପରିଣାମକୁ ଆଖି ଆଗରେ ରଖି କାମ କଲେ ସଫଳତା ମିଳିବ । କୌଣସି ସୁଯୋଗ ମିଳିବା ହେତୁ ଧନଲାଭ ହେବ । ବ୍ୟବସାୟ, ପରିବହନ, ବାଣିଜ୍ୟ ଓ ନିର୍ମାଣାଦି କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଅଫିସରେ କୌଣସି ସିନିୟରଙ୍କ ସହଯୋଗରେ ସ୍ଥଗିତ ଥିବା କାର୍ଯ୍ୟ ପୂରା ହୋଇଯିବ । ପରୋକ୍ଷ ପରୀକ୍ଷା ଓ ଅନୁସନ୍ଧାନ ନ କରି କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଠିକ୍‌ ହେବ ନାହିଁ । ବିବାଦୀୟ ପରିସରରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବାରେ ସମର୍ଥ ହେବେ । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ । ସାହିତ୍ୟ, କଳା, କାରିଗରୀ ପ୍ରତି ରୁଚି ବଳିବ । ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପୂଜାପାଠରେ ଅଧିକ ସମୟ ବିତିବ । ସମସ୍ୟା ଓ ପ୍ରତିବନ୍ଧକକୁ ହଟାଇ କାର୍ଯ୍ୟହାସଲ କରିବାରେ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ବ୍ୟବସାୟରେ ଲାଗିଥିବା ସମସ୍ୟା ସୁଧାରିବା ପାଇଁ ଚେଷ୍ଟା କରିବେ । ଅସାବଧାନତା ବଶତଃ ଭଲ କରିବାକୁ ଯାଇ ସମସ୍ୟା ଭିତରକୁ ଟାଣି ହୋଇଯିବେ । ଅତୀତ ଘଟଣାକୁ ବାରମ୍ବାର ଚିନ୍ତା କରି ମାନସିକ ଅଶାନ୍ତି ଅନୁଭବ କରିବେ । ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ ଏବଂ କଳ୍ପନା କିମ୍ବା ଆଶା କରିନଥିବା ଜିନିଷ ଲାଭ କରି ଖୁସୀ ହୋଇଯିବେ । ଅଭାବବୋଧ ଲାଗିରହୁଥିବାରୁ ପାରିବାରିକ କ୍ଷେତ୍ରରେ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ । ବନ୍ଧୁମାନଙ୍କ ପ୍ରତି ସ୍ନେହ ସହୃଦୟତା ମନୋଭାବ ଗ୍ରହଣ କରିପାରନ୍ତି । ଶୁଭରଙ୍ଗ: ମ୍ୟାଜଣ୍ତା । ଆରାଧନା: ହର ପାର୍ବତୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦେବାଦେବୀଙ୍କ ଆରୋଧନାରେ ସଂଭାବ୍ୟ ସଙ୍କଟ ଦୂର ହେବ । ବୟସ୍କଙ୍କ, ପରାମର୍ଶ ନେଇ କାର୍ଯ୍ୟ କରିଲେ ସଫଳତା ନିଶ୍ଚୟ ମିଳିବ । ପ୍ରତିକୂଳ ପରିସ୍ଥତିରେ କାର୍ଯ୍ୟର ଚାପ ଅଧିକ ରହିବ ତଥାପି ଧୌର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଅପକୃତ ହେବେ । ଅଫିସ ଆଲୋଚନାରେ ନୂଆ ଲୋକଙ୍କ ସହିତ ମିଶିବେ । ଆନୁଷ୍ଠାନିକ କାମ, ସଭାସମିତି, ଆଲୋଚନା ପରିସରରେ ବନ୍ଧୁମାନଙ୍କ ସହ ପ୍ରୀତିପ୍ରଦ ସମ୍ପର୍କ ସ୍ଥାପିତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ପରିବାର ଲୋକଙ୍କ ସହିତ କଥା କହିବା ବେଳେ ଭାଷା ଉପରେ ସଂଯମ ରଖନ୍ତୁ । ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆସନ୍ତାକାଲିର ଯାତ୍ରାରେ ଅଭିଳଷିତ ଫଳ ପାଇ ଖୁସି ହେବେ । ବ୍ୟବସାୟରେ ତ୍ଵରିତ ଫଇସଲା ଲାଭପ୍ରଦ ହେବ । ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ । ଆତ୍ମୀୟ ମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ମାନସିକ ଶାନ୍ତି ବ୍ୟାହତ ହେବାର ସୂଚନା ରହିଛି । ମନର ଭାବକୁ ବନ୍ଧୁ ନିକଟରେ ପ୍ରକାଶ ହେତୁ ଭୁଲ୍‌ ବୁଝାମଣାର ପରିସ୍ଥିତି ସୃଷ୍ଟି ହେବ । କର୍ମକ୍ଷେତ୍ରରେ ନୀତିଗତ କାମକୁ ପ୍ରାଧାନ୍ୟ ଦେଇ ପାରନ୍ତି । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବାରେ ହେଲା କଲେ ପରେ ଅନୁତାପ କରିବାକୁ ସମୟ ପାଇବେ ନାହିଁ । ପରିବାରରେ ହସ ଖୁସିର ବାତାବରଣ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ସ୍ଵଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ । କର୍ମକ୍ଷେତ୍ରରେ ବୀରଙ୍କ ଭଳି ସମସ୍ୟାର ସମ୍ମୁଖୀନ କରିବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ । କିନ୍ତୁ କେତେକ ଅପ୍ରୀତିକର ଘଟଣା ଯୋଗୁଁ ମନ ବିଚଳିତ ରହିବ । ଅଫିସରେ ସହକର୍ମୀଙ୍କ ସହ ମିଳିମିଶି କାମ କରିବେ କିନ୍ତୁ ସାଧାରଣ ଘଟଣାକୁ ନେଇ ସମସ୍ତାପ କରିପାରନ୍ତି । ଅଫିସରେ ଆୟୋଜିତ ବୈଠକରେ ସବୁ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାର ସୂଚନା ରହିଛି । ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ରହିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟ ଦେବ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ବନ୍ଧୁମାନଙ୍କ ସହାୟତାରେ ସମସ୍ୟାକୁ ସମାଧାନ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ବନ୍ଧୁ ଓ ସହକର୍ମୀଙ୍କ ସହମତିରେ କାର୍ଯ୍ୟ କରିଲେ ଉପକୃତ ହେବେ । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ବଚ୍ଛଳତା ମଧ୍ୟମ ଧରଣର ରହିବ । କିନ୍ତୁ କୌଶଳ ଓ ବୁଦ୍ଧି ପ୍ରୟୋଗ ସମସ୍ୟାର ସମାଧାନ କରିନେବାରେ ସମର୍ଥ ହେବେ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ପାଇବ । ନିର୍ମାଣ କ୍ଷେତ୍ରରେ ଆବଶ୍ୟକୀୟ ଜିନିଷ ଅଭାବରୁ କାର୍ଯ୍ୟ ସ୍ଥଗିତ ରହିପାରେ । ଅତୀତର କଥାକୁ ନେଇ ଆତ୍ମୀୟ ସ୍ଵଜନମାନେ ବିରୋଧାମତ୍କ କଥା କହି, ମନରେ ଦୁଃଖ ପହଞ୍ଚାଇବେ । ସ୍ତ୍ରୀଙ୍କ ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଚର୍ଚିକା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଆପଣଙ୍କ ଶୁଭଦାୟକ ରହିବ । କର୍ମକ୍ଷେତ୍ର ସମସ୍ୟା ଦୂର ହେବା ସଙ୍ଗେସଙ୍ଗେ ଓ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ନୂତନ କାର୍ଯ୍ୟାରମ୍ଭ କରିବା ପାଇଁ ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରିବେ । ଅଫିସର ସ୍ଥଗିତ କାମକୁ ନେଇ ଉଚ୍ଚଅଧିକାରୀ ଆପଣଙ୍କୁ କୈଫତ୍ ମାଗିପରାନ୍ତି । ଆଲୋଚନା କାଳରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ବୁଝିବେ । ନିଜଲୋକଙ୍କ ଶତ୍ରୁତା ଫଳରେ ମନରେକ୍ଷୋଭ ଓ ହତାଶଭାବ ଦେଖା ଦେବ । ପାରିବାରିକ ସମସ୍ୟା କେତେକାଂଶରେ ପ୍ରଗତିର ପଥରୋଧ କରିପାରେ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ବାଧ୍ୟ ହେବେ । ତରବରିଆ ଭାବରେ କୌଣସି କାର୍ଯ୍ୟ ନ କରି ସବୁଆଡ଼କୁ ନଜର ଦେଇ କାମ କରିବା ଉଚିତ୍ । ବ୍ୟବସାୟ ବାଣିଜ୍ୟରେ ଗୋଟିଏ ପରେ ଗୋଟିଏ ସମସ୍ୟାର ସମ୍ମୁଖୀନ କରିବାକୁ ପଡିପାରେ । ଅଫିସରେ ନିଷ୍ଠାର କାର୍ଯ୍ୟ କରିଲେ ମଧ୍ୟ ପରୋକ୍ଷ ଶତ୍ରୁତା କରୁଥିବା ସହକର୍ମୀମାନେ ମଧ୍ୟାହ୍ନରେ ମିଥ୍ୟା ଆରୋପ ଲଗାଇପାନ୍ତି । ଇଚ୍ଛା ନ ଥିଲେ ମଧ୍ୟ ସଭାସମିତିରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ । ପାରସ୍ପରିକ ମତଭେଦ କାରଣରୁ ପାରିବାରିକ ସ୍ତରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆପଣଙ୍କ ଚେଷ୍ଟା ଅବ୍ୟାହତ ରଖନ୍ତୁ, ବିଳମ୍ବି ହେଲେ ମଧ୍ୟ ଲକ୍ଷ୍ୟପ୍ରାପ୍ତି ଅବଶ୍ୟ କରିବେ । ବନ୍ଧୁଙ୍କ ମାଧ୍ୟମରେ କାର୍ଯ୍ୟ ହାସଲ କରିବେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତି କିମ୍ବା ଉଚ୍ଚାଧିକାରୀଙ୍କ ସହ ଆଲୋଚନା କରିବା ଭଲ ହେବ । ବ୍ୟବସାୟିକ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ଵଚ୍ଛଳତା ଫେରି ଆସିବ । ସାଧାରଣ କଥାକୁ କେନ୍ଦ୍ର କରି କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ନିଜର ପ୍ରାଧାନ୍ୟ ରକ୍ଷା କରିବାକୁ ଯାଇ ବନ୍ଧୁମାନଙ୍କ ସହ ମତାନ୍ତରର ସମ୍ଭାବନା ରହିଛି । ପଡ଼ୋଶୀଙ୍କ ସହ ସମ୍ପର୍କ ଭଲ ରହିବ । ଜୀବନ ସାଥୀଙ୍କ ସହିତ ସମୟ ଭଲରେ କଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *