19 ଜୁନ୍ 2021, ଶନିବାରର ରାଶିଫଳ :- ଆଜି ୫ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପ୍ରାପ୍ତ କରିବେ ଏବଂ

19 ଜୁନ୍ 2021, ଶନିବାରର ରାଶିଫଳ :- ଆଜି ୫ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପ୍ରାପ୍ତ କରିବେ ଏବଂ

19 ଜୁନ୍ 2021, ଶନିବାରର ରାଶିଫଳ :- ଆଜି ୫ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପ୍ରାପ୍ତ କରିବେ ଏବଂ ପାରିବାରିକ କ୍ଷେତ୍ରରେ ହସଖୁସିର ବାତାବରଣ ରହିବ ।

ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ବିଶେଷ ମହତ୍ଵ ରହିଛି । ରାଶିଫଳ ଜରିଆରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ସମୟ କ୍ରମରେ ଗ୍ରହନକ୍ଷେତ୍ର ଗୁଡିକ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଯାହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଗ୍ରହ ନକ୍ଷେତ୍ର ଗୁଡିକର ସ୍ଥାନରେ ପରିବର୍ତ୍ତନ ଯୋଗୁଁ ବ୍ୟକ୍ତିର ଜୀବନରେ ମଧ୍ୟ କେତେକ ପରିବର୍ତ୍ତନ ପର୍ଯ୍ୟଲକ୍ଷିତ ହୋଇଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ :

ଦିନଟି ମଙ୍ଗଳଦୟାକ ରହିବ । ରାଶିରେ ଆଜି ଦ୍ୱାଦଶସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ଥିବା ଯୋଗୁଁ ଆଜି ଯେଉଁ କାମ ହାତକୁ ନେଇଛନ୍ତି ସେଥିରେ ନିଶ୍ଚୟ ସଫଳତା ପାଇବେ । ଅନ୍ୟମାନଙ୍କ ସହମତିରେ କାମ କରିବା ଫଳରେ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିକୁ ବୃଦ୍ଧି କରିବାରେ ଚେଷ୍ଟା କରିବେ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ଅଫିସରେ ଅଟକିଥିବା କାର୍ଯ୍ୟକୁ ସହକର୍ମୀଙ୍କ ସହଯୋଗରେ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ନିଜଲୋକଙ୍କ ବେଖାତିର ମନୋଭାବରୁ କଷ୍ଟ ଅନୁଭବ କରିବେ । ଭୁଲ୍‌ ବୁଝାମଣା, ବୃଥା ସନ୍ଦେହଜନିତ ପାରିବାରିକ କ୍ଷେତ୍ର ଅସନ୍ତୁଳିତ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ବୃଷ :

ନିଜ ଉପରେ ବିଶ୍ଵାସ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ନିଶ୍ଚିତ ପାଇବେ । ଶୁକ୍ର ଅଷ୍ଟମାଧିପତିଙ୍କ ନକ୍ଷତ୍ରସ୍ଥ ହେତୁ ଘରୋଇ ସମସ୍ୟାରେ ଉଗ୍ରରୂପ ନେଇପାରେ । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଯେତେ ପରିଶ୍ରମ କରିଲେ ମଧ୍ୟ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ନାହିଁ । କୌଣସି କ୍ଷେତ୍ରରେ ପୁଞି ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିମାନଙ୍କ ପରାମର୍ଶ ନିଅନ୍ତୁ । ଅଫିସରେ ବରିଷ୍ଠ ଅଧିକାରୀ ଆପଣଙ୍କ ବିନା କାରଣରେ କ୍ଷୁବ୍ଧ ହୋଇପାରନ୍ତି । ଗଠନମୂଳକ କିମ୍ବା ସାମୂହିକ କାମରେ କିମ୍ବା ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବ । ପୂର୍ବ ଯୋଜନା ଅନୁଯାୟୀ କାମ କରି ସଫଳତା ପାଇବେ । ପାରିବାରିକ ଜୀବନ ଉତ୍ତମ ବୁଝାମଣାଜନିତ ସୁଖସନ୍ତୋଷ ପାଇପାରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିମଳା ।

ମିଥୁନ :

ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ଧୈର୍ଯ୍ୟହରା ହେବେ ନାହିଁ । କର୍ମସ୍ଥାନରୁ କର୍ମାଧିପ ଦ୍ୱାଦଶସ୍ଥ ଯୋଗୁ ଗୁରୁତ୍ୱପୂର୍ଣ୍ଣ କାମ ଅଟକିଯିବ । ବ୍ୟବସାୟିକ ଦୃଷ୍ଟିକୋଣରୁ ନୂତନ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇପାରେ । ବ୍ୟବସାୟ ଓ ପ୍ରଶାସନିକ ସ୍ତରରେ ଆଶା ଅନୁଯାୟୀ ଫଳ ପାଇବେ । ଅଫିସରେ ସହକର୍ମୀଙ୍କ ହସ୍ତକ୍ଷେପ କାର୍ଯ୍ୟରେ ପ୍ରତିବନ୍ଧକ ସାଜିବାର ଆଶଙ୍କା ରହିଛି । ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ଓ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଏଜେନ୍ସିପରୁ ଖୁସି ରହିବେ । ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟର୍ଥ ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ନ ପଡ଼ିବା ଭଲ । ପଡୋଶୀଙ୍କ ସହ ଏକ ସାମାନ୍ୟ କାରଣରୁ ସମ୍ପର୍କ ହାନି ଘଟିପାରେ । ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ବିତର୍କ ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କର୍କଟ :

କର୍ମକ୍ଷେତ୍ରରେ ଅପୂର୍ବ ମନମୁତାବକ କାର୍ଯ୍ୟ କରିବେ ଓ ସଫଳତା ପାଇବା କାରଣରୁ ନିଜକୁ ଗୌରବାନ୍ୱିତ ମନେ କରିବେ । ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ ଏବଂ ଆୟ ବୃଦ୍ଧିର ଯଥେଷ୍ଟ ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ ଓ ସହକର୍ମୀଙ୍କ ସହ ସମ୍ପର୍କକୁ ଦୃଢ କୌଶଳ କିଛି ମାତ୍ରାରେ ଫଳପ୍ରଦ ରହିବ । ସଭାସମିତି ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲଭିବେ । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରତିବନ୍ଧକ କାରଣରୁ କାମଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ । ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରିଲେ ନିଜେ ହିଁ ଅପମାନିତ ହେବାକୁ ପଡିବ । ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ସିଂହ :

ବନ୍ଧୁମାନେ ସାମୟିକ ସୁଯୋଗକୁ ନିଜର ସ୍ଵାର୍ଥ ସାଧନରେ ଲଗାଇପାରନ୍ତି । ରାହୁଯୁକ୍ତ ବୁଧ ହେତୁ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ମାନକୁ ଅସ୍ଥିର କରିବ । ବ୍ୟବସାୟୀକ ସ୍ଥିତି ମଧ୍ୟମ ଧରଣ ରହିବ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଖାମଖିଆଲି କାର୍ଯ୍ୟପଦ୍ଧତି ଫଳରେ କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯାଇପାରେ । ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଆପଣଙ୍କ ରାସ୍ତାରେ ଆସୁଥିବା ବାଧାବିଘ୍ନକୁ ଆପଣ ନିଜେ ହିଁ ସମାଧାନ କରିବେ । ସାମାଜିକ କାର୍ଯ୍ୟରେ ସହଭାଗୀତ କରିବେ । ଅଧିକାଂଶ କ୍ଷେତ୍ରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡିପାରେ । ବକ୍ ଅସଂଯମତା ଯୋଗୁଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଅନ୍ୟ କଥାକୁ ଅନୁସରଣ କରି କାର୍ଯ୍ୟ କରିଲେ, ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ ଅଶାନ୍ତି ଓ ଅର୍ଥାଭାବର ସାମ୍ନା କରିବାକୁ ପଡିପାରେ । ଶୁଭରଙ୍ଗ : ମେରୁନ । ଆରାଧନା : ପ୍ରଭୁ ହନୁମାନ ।

କନ୍ୟା :

ମନରେ ଆତ୍ମବିଶ୍ଵାସ ଦୃଢ ରହିବ । ଶନିକ୍ଷେତ୍ରସ୍ଥ ଶୁକ୍ର ଯୋଗୁ ଦୃଢ ସଂକଳ୍ପର ସହ ସ୍ଥଗିତ ଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ କରିବେ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିବେ । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବ । ସରକାରୀ ଲାଭର ଆଶା ରଖିପାରନ୍ତି । ଗୃହସ୍ଥ ଜୀବନରେ ସୁଖ- ଶାନ୍ତି ରହିବ । ଉଚ୍ଚାପଦାଧିକାରିମାନଙ୍କର ପ୍ରୋତ୍ସାହନ ଆପଣଙ୍କ ଉତ୍ସାହ ବଢ଼ାଇବ । ସଭାସମିତି, ସଙ୍ଗଠନ, ରାଜନୀତି, ପ୍ରଶାସନ, ଆଲୋଚନା କ୍ଷେତ୍ରରୁ ପ୍ରଶଂସିତ ହେବେ । ନିଜ ନିଜର ସ୍ଵାର୍ଥସାଧନ ପରିପ୍ରେକ୍ଷୀରେ ସମ୍ପର୍କୀୟମାନେ ଫୁସୁଲାଫୁସୁଲି କରିବେ । ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିିକ ଲାଗିରହିଥିବା ସମସ୍ୟାର ସମାଧାନ ହୋଇପାରିବ । ବୈବାହିକ ସମ୍ପର୍କରେ ନୂଆ ପ୍ରତିଛବି ଦେଖିବାକୁ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ତୁଳା :

ଆଜି ଅନ୍ୟମାନଙ୍କ ଦ୍ଵାରା କାର୍ଯ୍ୟ ସମ୍ପର୍ଣ୍ଣ କରିବାରେ କୌଣସି ଅସୁବିଧା ହେବ ନାହିଁ । ଭାଗ୍ୟସ୍ଥାନରେ ଲାଭାଧିପ ସହ ଶୁକ୍ର ରହିଥିବାରୁ ସଫଳତା ହାସଲ କରିବାରେ କୌଣସି ଅସୁବିଧା ହେବନାହିଁ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ ସମସ୍ତ କର୍ମଚାରୀଙ୍କ ସହିତ ତାଳମେଳ ବଜାୟ ରଖି ପରସ୍ପରକୁ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ । ଋଣ ପରିଶୋଧ କରିବା ନିମନ୍ତେ ମନସ୍ଥ କରିବେ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ଅନ୍ୟର ବିବାଦୀୟ ପରିସ୍ଥିତିରେ ମୁଣ୍ଡ ପୁରାଇବା ଠିକ ନୁହେଁ । ପ୍ରତିଯୋଗୀତା, ପରୀକ୍ଷା, ସାକ୍ଷାତକାରରେ ବିଜୟୀ ଲାଭ କରିବେ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । କିନ୍ତୁ ସନ୍ତାନଙ୍କ ସ୍ଵାସ୍ଥ୍ୟର ଅବନତି ଯୋଗୁଁ ମନ ବିଚଳିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ବିଛା :

ଯେତେ ଭଲ କାମ କଲେ ସୁଦ୍ଧା ଭଲ ପାଉ ନ ଥିବା ଲୋକଙ୍କ ଦ୍ୱାରା ସମାଲୋଚିତ ହେବେ । ବୃହସ୍ପତିଙ୍କ ସୁପ୍ରଭାବରେ ସହକର୍ମୀଙ୍କ ସହ ସଦ୍‌ଭାବ ବୃଦ୍ଧି ହୋଇପାରେ । ବ୍ୟବସାୟ କ୍ଷେତ୍ରରେ ଆଜି ଉପରିସ୍ଥ ଅଧିକାରୀମାନଙ୍କର ସହ ମଧୁର ବାକ୍ୟାଳାପ ମାଧ୍ୟମରେ କାର୍ଯ୍ୟ ସମ୍ପର୍ଣ୍ଣ କରିବେ । ଅଫିସରେ ଉପରିସ୍ଥ ଅଧିକାରୀଙ୍କ ପ୍ରସନ୍ନତା ଆପଣଙ୍କ ଉପରେ ରହିବ । ସଭାସମିତି ତଥା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ନିଜର ଅସାବଧାନତା କିମ୍ବା ସତର୍କତା ଅଭାବରୁ ଧନହାନି ଘଟିପାରେ । ପରସ୍ପର ଆଲୋଚନା ମାଧ୍ୟମରେ ମାଲିମକଦ୍ଦମା ଜନିତ ସମସ୍ୟାର ସମାଧାନ ହୋଇଯିବ ଯାହାଫଳରେ ମନକୁ ଆଶ୍ୱସ୍ତି ମିଳିବ । ପାରିବାରିକ ସମସ୍ୟା ନେଇ ମାନସିକ ଅସ୍ଥିରତା ସୃଷ୍ଟି ହେବାର ସୂଚନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ଧନୁ :

ଆତ୍ମୀୟ ସ୍ଵଜନମାନେ ପରୋକ୍ଷରେ ସମାଲୋଚନା କରିଲେ ମଧ୍ୟ ଆଜି ରାଶିରେ ଗୁରୁଙ୍କ କେନ୍ଦ୍ରାଧିପତି କାରଣରୁ ବାହାର ଲୋକମାନେ ସମର୍ଥନ କରିବେ । ଲକ୍ଷ୍ୟ ହାସଲ କରିବାର ଉଦ୍ଦେଶ୍ୟରେ ବନ୍ଧୁଙ୍କ ସହଯୋଗ ଲୋଡିବେ । ବ୍ୟବସାୟର ଆଶାତୀତ ଲାଭବାନ ହେବେ । ଅଫିସରେ କିଛି ଉଚ୍ଚ-ଅଧିକାରୀଙ୍କ ଠାରୁ ପ୍ରସଂଶିତ ପାଇବେ କିନ୍ତୁ ଅଫିସ୍‌ରେ କୌଣସି ବ୍ୟକ୍ତିଠାରୁ କିଛି କଥା ଶୁଣି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ । ରାଜନୈତିକ କ୍ଷେତ୍ରରେ ସାସାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ଗୃହରେ ମାଙ୍ଗଳିକ କାର୍ଯ୍ୟରେ ଧନ ବ୍ୟୟହେବ । ସ୍ୱାସ୍ଥ୍ୟ ଠିକ୍ ରହିବ । ପରୋକ୍ଷ ଶତ୍ରୁତା କରିବା ଯୋଗୁ ବିଚଳିତବୋଧ କରିପାରନ୍ତି । ଖଳ ଲୋକମାନଙ୍କ କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପ୍ରେମରେ ସଫଳତା ପାଇବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ମକର :

ଆଜି ଅନୁକୂଳ ବାତାବରଣ ମଧ୍ୟରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ । ଚତୁର୍ଥାଧିପତି ଓ ରାଶ୍ୟାଧିପ ପରସ୍ପର ବିରୋଧତ୍ମକ ହୋଇଥିବା ଯୋଗୁଁ ନିକଟ ସମ୍ପର୍କୀୟଙ୍କ ଦ୍ୱାରା ହଇରାଣ ହୋଇପାରନ୍ତି । କୈାଣସି ଖଳ ଲୋକମାନଙ୍କ ଗୁଜବ କଥା ମନକୁ ଆନ୍ଦୋଳିତ କରିବ । ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । କିନ୍ତୁ ମନେ ରଖନ୍ତୁ ଆଜି କୌଣସି କ୍ଷେତ୍ରରେ ମଧ୍ୟ ପୁଞ୍ଜି ନିବେଶ କରନ୍ତୁ ନାହିଁ, ନଚେତ କ୍ଷତିରେ ପଡିବେ । ଅଫିସରେ କାର୍ଯ୍ୟର ଚାପ ଅଧିକ ଥିଲେ ମଧ୍ୟ ସହକର୍ମୀମାନେ ସହଯୋଗ ବଦଳରେ ନାନାଦି କୁଟ କଥା କହିବେ ଓ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚନା କରିବେ । ସଭାସମିତି କିମ୍ବା ଆଲୋଚନା ପରିସରରେ ଉତ୍ତେଜନାମୂଳକ କଥାବାର୍ତ୍ତା ଯୋଗୁଁ ସମସ୍ତଙ୍କ ଆଗରେ ଅପଦସ୍ଥ ହୋଇପାରନ୍ତି । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା ବିଫଳ ହେବ ନାହିଁ । ମତପାର୍ଥକ୍ୟ କାରଣରୁ ପାରିବାରିକ ଶାନ୍ତି ପାଇବେ ନାହିଁ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିମଳା ।

କୁମ୍ଭ :

କର୍ମକ୍ଷେତ୍ର ଓ ପାରିବାରିକ ଜୀବନରେ ଲାଗିରହିବା ବ୍ୟତିକ୍ରମକୁ ସୁଧାରବାରେ ପ୍ରଯତ୍ନ କରିବେ । ରାଶିରେ କର୍ମାଧିପ ମଙ୍ଗଳ ଦୁର୍ବଳ ଥିବା ହେତୁ କୌଣସି କାର୍ଯ୍ୟକୁ ମଧ୍ୟ ସଂପୂର୍ଣ୍ଣ ରୂପେ ସମ୍ପାଦନ କରିପାରିବେ ନାହିଁ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ବୃଦ୍ଧି ପାଇବା ସହ ଅଧିନସ୍ଥ କର୍ମଚାରୀଙ୍କ କାର୍ଯ୍ୟକଳାପ ମନକୁ କ୍ଷୁବ୍ଧ କରିବ । ଅଫିସର ଅଟକିଥିବା କାମକୁ ବନ୍ଧୁ ଓ ସହକର୍ମୀଙ୍କ ସହଯୋଗରେ ତ୍ୱରାନ୍ୱିତ କରିବାରେ ସମର୍ଥ ହେବେ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ । ଅନ୍ୟର ବ୍ୟକ୍ତିଗତ ଜୀବନ ଅଥବା ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ସାମାନ୍ୟ ଅବନତି ଦେଖାଦେବ ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ବାଦାମି । ଆରାଧନା: ହନୁମାନ ।

ମୀନ :

ସୁଖ ଓ ଦୁଃଖର ମିଶ୍ରଣରେ ଦିନଟି ଅତିବାହିତ କରିବେ । ପାପଗ୍ରହ ମଧ୍ୟସ୍ଥ ବୃହସ୍ପତି ହେତୁ କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି । ବ୍ୟବସାୟ ବାଣିଜ୍ୟ କାରବାରରେ ସ୍ଥିତି ସାମାନ୍ୟ ସୁଧାର ଆସିଲେ ମଧ୍ୟରେ ଆର୍ଥିକ ଅନଟନ ଲାଗିରହିବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିଲେ ସାମୟିକ ଉପକୃତ ମିଳିବ । ଆଜି ଅଫିସରେ ଉଚ୍ଚକତୃପକ୍ଷ ଆପଣଙ୍କ କାର୍ଯ୍ୟକୁ ତର୍ଜମା କରିପାରନ୍ତି । ସାମାଜିକ ସ୍ତରରେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିଲେ ମଧ୍ୟ କିନ୍ତୁ ମାନସିକ ସ୍ତରରେ ଚିନ୍ତା ଲାଗିରହିବ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ସକାଶେ ନିଜର ନିକଟ ସମ୍ପର୍କୀୟକଙ୍କ ଅବଦାନ ଅବିସ୍ମରଣୀୟ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ବାବା କପିଳାସ ।

Leave a Reply

Your email address will not be published. Required fields are marked *