19 ଜୁଲାଇ 2021 ସୋମବାର :- ଆଜି ମହାଦେବଙ୍କ ଆଶୀର୍ବାଦରୁ ଏହି ୪ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଧନ ଲାଭର

19 ଜୁଲାଇ 2021 ସୋମବାର :- ଆଜି ମହାଦେବଙ୍କ ଆଶୀର୍ବାଦରୁ ଏହି ୪ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଧନ ଲାଭର

19 ଜୁଲାଇ 2021 ସୋମବାର :- ଆଜି ମହାଦେବଙ୍କ ଆଶୀର୍ବାଦରୁ ଏହି ୪ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଧନ ଲାଭର ଯୋଗ ରହିଛି । ପାରିବାରିକ କ୍ଷେତ୍ରରେ ସୁଖଶାନ୍ତିର ବଜାୟ ରହିବ ।

ଆଜି ଆମେ ଆପଣଙ୍କୁ ୧୯ ଜୁଲାଇ ୨୦୨୧ ସୋମବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହ-ନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇବା ଫଳରେ ମନ ଆନନ୍ଦ ରହିବ । ରାଶିରେ ଚତୁର୍ଥସ୍ଥ ଗ୍ରହ ପ୍ରଭାବରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧୁରିଯିବ । ଦୀର୍ଘ ଦିନରୁ ଲାଗିଥିବା ଆରଥି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇପାରିବେ । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ସାମାଜିକ କ୍ଷେତ୍ରରେ କେତେକ ଗୁରୁତ୍ଵ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହ ଦେଖାସାକ୍ଷାତ କରିବେ । ଆର୍ଥିକ କାରବାରକୁ ନେଇ ନିକଟ ସମ୍ପର୍କୀୟଙ୍କ ସହ ସାମୟିକ ମନାନ୍ତର ଦେଖାଦେଇପାରେ । ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେବାର ଆଶଙ୍କା ରହିଛି । ପାରିବାରିକ କ୍ଷେତ୍ରରେ ପରସ୍ପର ମଧ୍ୟରେ ସ୍ନେହ, ଶ୍ରାଦ୍ଧ ଅତୁଟ ରହିବ । ବୈବାହିକ ଜୀବନରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦେବାଦେବୀଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ରାହୁଙ୍କ ପ୍ରଭାବରୁ ବ୍ୟବହାରରେ କଠୋରତା, ସମସ୍ୟାର କାରଣ ପାଲଟିଯିବ । ବ୍ୟବସାୟ, ବାଣିଜ୍ୟରେ ନାନାଦି ସମସ୍ୟାର ସମ୍ମୁଖୀନ କରିବେ । ଏପରି କି ଅଧିନସ୍ଥ କର୍ମଚାରୀ ଓ ନିକଟ ସମ୍ପର୍କୀୟମାନେ ବିଶ୍ଵାସଘାତ କରିପାରନ୍ତି । ଅଫିସରେ ସହକର୍ମୀମାନେ ଫୁସୁଲାଫୁସୁଲି କରି ଆପଣଙ୍କ ଉପରେ କାର୍ଯ୍ୟଭାର ଲଦି ଦେଇପାରନ୍ତି । ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧପଡ଼ କରିବାକୁ ପଡ଼ିବ । ସଭାସମିତି, ଆଲୋଚନା ବୈଠକରେ ଇଚ୍ଛା ନ ଥିଲେ ମଧ୍ୟ ବିପକ୍ଷ ଦଳର ମନ୍ତବ୍ୟ ଗ୍ରହଣ କରିବାକୁ ବାଧ୍ୟ ହେବେ । ସରକାରୀ ସ୍ତରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ । ପରିବାରର ଛୋଟିଆ ଛୋଟିଆ କଥାକୁ ମୁଣ୍ଡ ପୁରନ୍ତୁ ନାହିଁ ଅନ୍ୟଥା ପରିବାରରେ ଅଶାନ୍ତି ଉପୁଜିପରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ କରି କାର୍ଯ୍ୟ ହାସଲ କରିବାକୁ ଉଦ୍ୟମ ଜାରି ରଖିବେ । ଦ୍ୱିତୀୟସ୍ଥ ମଙ୍ଗଳ ଯୋଗୁ ସାଧାରଣ କଥାରେ ଉତ୍ତେଜିତ ହେବା ଦ୍ୱାରା ଆକସ୍ମିକ କଳହ ଘଟିପାରେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଦୁର୍ବଳ ରହିଲେ ମଧ୍ୟ ବନ୍ଧୁ ଓ ସହକର୍ମୀଙ୍କ ବଦାନ୍ୟତା କାରଣରୁ ଆର୍ଥିକ କ୍ଷେତ୍ରରେ କିଞ୍ଚିତ ସୁଧାର ଆସିପାରେ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ସତ୍‌ସଙ୍ଗଜନିତ ଧର୍ମକାର୍ଯ୍ୟ ସକାଶେ ମନ ବଳିବ । ସାମାଜିକ ଜନକଲ୍ୟାଣ କାର୍ଯ୍ୟରେ ପ୍ରତି ମନ ବଳାଇପାରନ୍ତି । ପ୍ରଶାସନ,ମାଲିମକଦ୍ଦମା କ୍ଷେତ୍ରରେ ଆପୋସ ବୁଝାମୁଣା ଦ୍ଵାରା ସମସ୍ୟାର ସମାଧାନ ହୋଇପାରିବ । ପାରିବାରିକ ସମସ୍ୟାରେ ଆପଣଙ୍କ ମନ୍ତବ୍ୟ ସକାରାତ୍ମକ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଅନ୍ୟମାନଙ୍କୁ ଆପଣାର କରିବା ସକାଶେ କୌଶଳ ପ୍ରୟୋଗ କରିପାରନ୍ତି । କିନ୍ତୁ ବୁଧଜନିତ ସହକର୍ମୀଙ୍କ କୂଟନୀତି ଓ ଆତ୍ମୀୟଙ୍କ ବେଖାତିର କଥା ସକାଶେ ଅନୁତାପ କରିପାରନ୍ତି । ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ମାନସିକ ସ୍ତରରେ ଚିନ୍ତିତ ରହିବେ । ଆକସ୍ମିକ ଭାବରେ ଅନ୍ୟର କାମରେ ବାହାରକୁ ଯିବାକୁ ପଡ଼ିପାରେ । ବନ୍ଧୁଙ୍କ ଦ୍ଵାରା କେତେକ କାର୍ଯ୍ୟ ସମ୍ପାଦନ କରିବାରେ ସମର୍ଥ ହେବେ । ଅଫିସରେ ସହକର୍ମୀଙ୍କ ସହମତିରେ କାର୍ଯ୍ୟ କରିଲେ ଉପକୃତ ହେବେ । ରାଜନୈତିକରେ ଲୋକ ସମ୍ପର୍କ ବୃଦ୍ଧି ପାଇବା ସହ ଓ ଉପରିସ୍ଥ ଅଧିକାରୀ ବର୍ଗଙ୍କ ଠାରୁ ପ୍ରଶଂସିତ ହେବେ । ଅତୀତ କଥାକୁ ନେଇ ଗୁଡ଼ାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ପାରିବାରିକ ସ୍ତରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ । ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

କର୍ମକ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ତୃତୀୟ ଚନ୍ଦ୍ର ପ୍ରଭାବରୁ ଆଜି ମନ ବୁଝିଲା ଭଳି କଥା କହି କାମ ହାସଲ କରିବେ । କର୍ମକ୍ଷେତ୍ରରେ ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଚାକିରି କରୁଥିବା ବ୍ୟକ୍ତିମାନେ ନିଜର ଦକ୍ଷତା ବଳରେ ଉଚ୍ଚ ପ୍ରଶଂସିତ ହେବେ । ହଠାତ୍ କାହାକୁ ବିଶ୍ଵାସ କରି ବନ୍ଧୁତା କରିଲେ ଅସୁବିଧାରେ ପଡ଼ିପାରନ୍ତି । ସହକର୍ମୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ସକାଶେ ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ । ବୈବାହିକ ଜୀବନରେ ଉତ୍ତମ ବୁଝାମୁଣା ରହିବ । ପୁରାତନ ରୋଗ ପୀଡାର ପାଦୁର୍ଭାବ ପୁନଶ୍ଚ ବଢିପାରେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଅମ୍ବିକା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆପଣଙ୍କ ମନ ଆଧ୍ୟତ୍ମିକ ଦିଗରେ ଲାଗି ରହିବ । ଶନିକ୍ଷେତ୍ରସ୍ଥ ଗୁରୁ ହେତୁ ଘରୋଇ ବ୍ୟାପାରକୁ ନେଇ ମାନସିକ ସ୍ଥିତି ଭଲ ରହିନପାରେ । ସ୍ଵଭାବରେ ବିନମ୍ର ହୋଇ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରନ୍ତୁ, ଉଚ୍ଚାଧିକାରୀ ନିଶ୍ଚୟ ଆପଣଙ୍କ ଅନୁରୋଧକୁ ଗ୍ରହଣ କରିବେ । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ତରବର ନ ହୋଇ କାମ କଲେ ସମସ୍ୟାର ସରଳ ସମାଧାନ ହେବ । ଇଚ୍ଛା ବିରୋଧରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ପରସ୍ପର ମଧ୍ୟରେ ଆପୋସ ବୁଝାମୁଣା ଦ୍ଵାରା ମାଲିମୋକଦ୍ଦମା ଜନିତ ସମସ୍ୟାର ସମାଧାନ ହୋଇଯିବ, ଯାହାଫଳରେ ମନକୁ ଆଶ୍ଵସ୍ତି ମିଳିବ । ଭୁଲ୍ ବୁଝାମଣା ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଶାରଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଶାରୀରିକ ଦୁର୍ବଳତା ଯୋଗୁଁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ଶନି ଓ ଶୁକ୍ର ଷଷ୍ଠାମସ୍ଥିତି କାରଣରୁ ପରିବାରରେ ମନୋମାଳିନ୍ୟ ଦେଖାଦେବ । ବ୍ୟବସାୟ, ବାଣିଜ୍ୟରେ କ୍ଷତି ହେବାର ସମ୍ଭାବନା ରହିଛି । ଚାକିରିରେ ନିଷ୍ଠାର ସହିତ କାମ କରିଲେ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବ ନାହିଁ । ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିି ବିଶେଷ ସହାୟତା କରିବେ । ପଡ଼ୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମତାନ୍ତର ଅଶାନ୍ତିର ମାତ୍ରାକୁ ବଢାଇପାରେ । କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ଅନୁଭବ କରିବେ । ମାଲିମକଦ୍ଦମାରେ ଆପୋସ ସମାଧାନ ଘଟିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ରବି ସ୍ଵଗୃହାଭିମୁଖୀ ହୋଇ ମିତ୍ରକ୍ଷେତ୍ରସ୍ଥ ଯୋଗୁଁ ପାରିବାରିକ ପ୍ରତିରୋଧ କାମ ବିଶୃଙ୍ଖଳିତ କରିପାରେ । ବ୍ୟବସାୟ ବାଣିଜ୍ୟରେ ସନ୍ତୋଷଜନକ ପରିଣାମ ପାଇବା ଲାଗି ଏକାଗ୍ର ଚିତ୍ତରେ କାମ କରନ୍ତୁ । ଅଫିସରେ ଦୁଃସାହିକ ପଦକ୍ଷେପ ନେଇ ଉଚ୍ଚପ୍ରଶଂସିତ ହେବ । ଆଲୋଚନା ପରିସରରେ ଭାଗନେଇ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରି ଉପକୃତ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଯେକୌଣସି କ୍ଷେତ୍ରରେ ଛୋଟ ଘଟଣା ସମସ୍ୟା ସୃଷ୍ଟିର କାରଣ ହୋଇପାରେ । ପୂର୍ବରାଗକ୍ରମରେ ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇପାରେ । ପ୍ରଶାସନିକ ସ୍ତରରେ ଅନ୍ୟମାନଙ୍କୁ ନିଜ କାମରେ ସହଭାଗିତା କରାଇପାରିବେ । ପରିବାରର ସହଯୋଗ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

କର୍ମକ୍ଷେତ୍ରରେ ଆପଣ ଯୋଦ୍ଧାଙ୍କ ଭଳି ରହିବେ । ବୁଧଙ୍କ ବଳବାନତ୍ୱ କାରଣରୁ କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ । ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା କୈାଣସି ସମ୍ପର୍କ ପୁନଃ ଯୋଡିବାରେ ସକ୍ଷମ ହେବେ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ । ଚାକିରିରେ କୌଣସି ବିଶେଷ ଦାୟିତ୍ଵ ଗ୍ରହଣ କରିବେ ଓ ସହକର୍ମୀମାନେ ସହଯୋଗ କରବେ । ଆନୁଷ୍ଠାନିକ କାର୍ଯ୍ୟ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ । ମାଙ୍ଗଳିକ କାର୍ଯ୍ୟରେ ନିଜ ଆତ୍ମୀୟ ସ୍ଵଜନମାନେ ହିଁ ସାମୟିକ ବାଧା ସୃଷ୍ଟି କରିପାରନ୍ତି । ଭଲ ସମ୍ପର୍କ ନ ଥିବା ଆତ୍ମୀୟମାନେ ପଛରେ ବିଭିନ୍ନ ପ୍ରକାରର କଟୁ କଥା କହିବେ । ଘରେ ଅସାବଧାନତା ଯୋଗୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ସତର୍କତା ଅବଲମ୍ବନ କରି ଦିନଚର୍ଯ୍ୟା କରନ୍ତୁ । ବୁଧ ଓ ଶୁକ୍ରଙ୍କ ପାରସ୍ପରିକ ଦୃଷ୍ଟି ହେତୁ ସ୍ଥଗିତ କାମ ଖର୍ଚ୍ଚାନ୍ତ ହେଲେ ମଧ୍ୟ ସୁବିଧାରେ ସମ୍ପନ୍ନ ହେବ । ବ୍ୟବସାୟ, ବାଣିଜ୍ୟରେ ଉତ୍ଥାନପତନ ଲାଗିରହିବ । ପରିସ୍ଥିତିରେ ପଡି ହଠାତ୍‌ ବହୁତ‌ ଗୁଡିଏ ଟଙ୍କା ଖର୍ଚ୍ଚ ହୋଇପାରେ । ଅଫିସରେ ସହଯୋଗୀଙ୍କ ସହାୟତାରେ ନିଜର ମାନସମ୍ମାନକୁ ବଜାୟ ରଖିବାରେ ସମର୍ଥ ହେବେ । ସାମାଜିକ ସ୍ତରରେ ଉନ୍ନୟନ ମୂଳକ କାର୍ଯ୍ୟ କରି ଲୋକଙ୍କ ଆଦରଣୀୟ ହୋଇପାରିବେ । ଆଜି ଦିନଟିରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନରେ ସାମୟିକ ଆନନ୍ଦ ଅନୁଭବ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ସାମଲେଶ୍ୱରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ମଙ୍ଗଳଙ୍କ ଦୃଷ୍ଟିରେ ଶନି ହେତୁ ନିଜର ଲୋକ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ ଅସୁବିଧା ହେବ ନାହିଁ । ଯେଉଁ କାମ ହାତକୁ ନେଇଛନ୍ତି, ସେଥିରେ ନିଶ୍ଚୟ ସଫଳତା ପାଇବେ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ସରକାରୀ କାମରେ ଆଜି ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିପାରନ୍ତି । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାର ସାମର୍ଥ୍ୟ ବଢ଼ିବ । ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆତ୍ମୀୟସ୍ଵଜନଙ୍କ ସହଯୋଗରେ ସକାଳୁ ସକାଳୁ ନୂତନ କର୍ମାରମ୍ଭ ପ୍ରୀତିପଦ ରହିବ । ରବି ଦୃଷ୍ଟ ବୃହସ୍ପତି ହେତୁ ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି । ବ୍ୟବସାୟୀମାନେ ନଗଦ କାରବାର କରିଲେ ଅଧିକ ଲାଭପ୍ରଦ ହେବେ । ସହକର୍ମୀଙ୍କ ସହଯୋଗରେ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ବୈବାହିକ ସମ୍ପର୍କ ମଜବୁତ ରହିବ । ଗୁପ୍ତ ଶତ୍ରୁମାନଙ୍କ ସକ୍ରିୟତା ବୃଦ୍ଧି ହେତୁ ବ୍ୟସ୍ତ ରହୁ ପାରନ୍ତି । ପାରିବାରିକ ସମସ୍ୟା ସମାଧାନରେ ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପରିସ୍ଥିତିକୁ ସୁଧାରି ନେବେ । ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

Leave a Reply

Your email address will not be published. Required fields are marked *