19 ଫେବୃୟାରୀ 2021, ଶୁକ୍ରବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟର ହେବ ପରିବର୍ତ୍ତନ ! ପ୍ରତ୍ୟେକ କ୍ଷେତ୍ରରେ

19 ଫେବୃୟାରୀ 2021, ଶୁକ୍ରବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟର ହେବ ପରିବର୍ତ୍ତନ ! ପ୍ରତ୍ୟେକ କ୍ଷେତ୍ରରେ

19 ଫେବୃୟାରୀ 2021, ଶୁକ୍ରବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟର ହେବ ପରିବର୍ତ୍ତନ ! ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ…

ଆଜି ଆମେ ଆପଣଙ୍କୁ ୧୯ ଫେବୃୟାରୀ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା ଲାଭ କରିବେ । ବନ୍ଧୁଙ୍କ ସହ ପରିସ୍ଥିତିବଶତଃ ସାମାନ୍ୟ ବିତର୍କରୁ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ । କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ପରାମର୍ଶରେ ସାନ୍ତ୍ୱନା ମିଳିବ । କିନ୍ତୁ ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ସାମାନ୍ୟ ମନ୍ଥର ରହିବ, ଯାହାଫଳରେ ମନ ପ୍ରସନ୍ନ ରହିବା ନାହିଁ । ଅସମର୍ଥିତ ସୂତ୍ରରୁ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଅଫିସରେ ସହକର୍ମୀମାନଙ୍କୁ ଉତ୍ତମ ପରାମର୍ଶ ଦେଇ ପ୍ରଶଂସିତ ହେବେ । ସାମାଜିକ ଓ ରାଜନୈତିକ ସ୍ତରରେ କେତେକ ଅପ୍ରୀତିକର ଘଟଣାର ସମ୍ମୁଖୀନ କରିବାର ସମ୍ଭାବନା ରହିଛି । ପରିବାରରେ ସୁଖଶାନ୍ତି ବଜାୟ ରହିବ କିନ୍ତୁ ଅନ୍ୟଲୋକଙ୍କ କଥା ଆଲୋଚନା କରି ମଧ୍ୟାହ୍ନରେ ପାରିବାରିକ ସଦସ୍ୟଙ୍କ ମଧ୍ୟରେ ଉଚ୍ଚବଚ୍ଚା ହୋଇପାରେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଦୈହିକ ଦୁର୍ବଳ ଯୋଗୁଁ ଶରୀର ପୀଡ଼ା ଅନୁଭବ କରିବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବଙ୍କେଶ୍ଵରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଘରେ ଧାର୍ମିକ ସମାରୋହର ଆୟୋଜନ କରିପାରନ୍ତି । ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିବେ ଯାହା ଆପଣଙ୍କ ବ୍ୟବସାୟ ପାଇଁ ସହାୟକ ହେବ । କର୍ମକ୍ଷେତ୍ରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ବ୍ୟସ୍ତତା ଅନୁଭବ କରିବେ । କର୍ମକ୍ଷେତ୍ରରେ ଆତ୍ମୀୟ ସ୍ଵଜନଙ୍କ ସାହାଯ୍ୟ ଓ ସହଯୋଗ ଲାଭ କରି କାର୍ଯ୍ୟ ସାଧନ କରିବେ । ସ୍ଥଗିତ କାମଗୁଡିକ ନିର୍ଦ୍ଧାରିତ ସମୟରେ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବ୍ୟବସାୟିକ ସ୍ଥିତି ପୂର୍ବପରି ରହିବାରୁ ସାମାନ୍ୟ ଚିନ୍ତା ପ୍ରକଟ କରିପାରନ୍ତି । ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ । ଆଜି ଆର୍ଥିକ ନେଣଦେଣ କରିଲେ କ୍ଷତି ପଡ଼ିପାରନ୍ତି । ସହକର୍ମୀଙ୍କ ବିବାଦୀୟ କଥାରେ ମୁଣ୍ଡ ପୁରନ୍ତୁ ନାହିଁ । ଘରୋଇ ଝମେଲା କାରଣରୁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ବିରଜା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦୀର୍ଘଦିନରୁ ଅଟକି ରହିଯାଇଥିବା କାମ ପାଇଁ ଚିନ୍ତା ପ୍ରକଟ କରିପାରନ୍ତି । ବ୍ୟବସାୟ, ବାଣିଜ୍ୟରେ ଆୟ ବୃଦ୍ଧି ଲାଗି ଅଭିଜ୍ଞଙ୍କ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେବେ । ଆର୍ଥିକ ପକ୍ଷ ପୂର୍ବ ପରି ରହିବ । ବ୍ୟବସାୟ ବାଣିଜ୍ୟରେ ନୂଆ ଏଗ୍ରୀମେଣ୍ଟ କରିପାରିବେ । ସଭାସମିତି, ଲେଖାପଢା, କଳା, ସାହିତ୍ୟ କ୍ଷେତ୍ର ଭଲ ରହିବ । ଆନୁଷ୍ଠାନିକ କାମ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକ ସ୍ଥିତି ଅକ୍ଷୁର୍ଣ୍ଣ ରହିବ । କାମ କରିବାର ସ୍ପୃହା ଥିଲେ ମଧ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ । କୋର୍ଟକଚେରି ମାଲିମକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ରହିବ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ, ଅନ୍ୟଥା ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ର କରି ସହକର୍ମୀ, ବନ୍ଧୁ କିମ୍ବା ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀ ହୋଇପାରେ । ନିଜର ଆତ୍ମୀୟମାନେ ହିଁ ଈର୍ଷାନ୍ଵିତ ହୋଇ ପରିବାରରେ ସମସ୍ୟା ସୃଷ୍ଟି କରିପାରନ୍ତି । ଦାମ୍ପତ୍ୟ ଜୀବନରେ ଉତ୍ଥାପତନ ଲାଗିରହିବ । ଶୁଭରଙ୍ଗ: କମଳା ରଙ୍ଗ । ଆରାଧନା: ମାଆ ଚର୍ଚ୍ଚିକା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଜି ହସଖୁସିରେ ସମୟ କଟାଇବେ ଏବଂ ବନ୍ଧୁମାନଙ୍କ ସାହାର୍ଯ୍ୟରେ କାମ ହାସଲ କରିବେ । ଆଜି ଆପଣ ଅତୀତର କେତେକ କଥାକୁ ସ୍ମରଣ କରି ଦିନସାରା ଉତେଜିତ ହୋଇରହିବେ, ଫଳରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ପୂର୍ଣ୍ଣ ଆଶଙ୍କା ରହିଛି । ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ବ୍ୟବସାୟ, ବାଣିଜ୍ୟ ବହୁମାତ୍ରାରେ ପ୍ରଭାବିତ ହୋଇପାରେ । ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ର କରି ଝଗଡା ଲାଗିପାରେ । ଅଫିସର ବାତାବରଣ ସୁସ୍ଥ ନିରାମୟ ରହିବ । ଅର୍ଥ ସମ୍ଭାନ୍ଧୀୟ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଆପଣଙ୍କ ଭବିଷ୍ୟତ ପାଇଁ ଭଲ ରହିବ । ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । କେତେକ କ୍ଷେତ୍ରରେ ଯେସାକୁ ତେସା ନୀତି ଅବଲମ୍ବନ କରିବାକୁ ବାଧ୍ୟ ହେବେ । ଯାତ୍ରା ସମୟରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ବାବା ଗୁପ୍ତେଶ୍ଵର ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମନ ମୁତାବିକ କାର୍ଯ୍ୟ କରିବାରେ କୌଣସି ଅସୁବିଧା ହେବ ନାହିଁ । ପାରିବାରରେ କାହାରୀ ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ନିଜ ପତ୍ନୀ ଓ ମାଆଙ୍କ ମଧ୍ୟରେ କଳହ ଯୋଗୁଁ ଚିନ୍ତିତ ରହିବେ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବ । ଆର୍ଥିକ ଅନଟନ ମଧ୍ୟରେ ଅଣନିଃଶ୍ୱାସୀ ହୋଇଯିବେ କିନ୍ତୁ ବନ୍ଧୁ କିମ୍ବା ସହକର୍ମୀ କେହି ଆର୍ଥିକ ସାହାଯ୍ୟର ହାତ ବଢାଇବେ । ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଅଫିସ ସମ୍ବନ୍ଧୀୟ ଫାଇଲ କାମ ବୃଦ୍ଧି ଯୋଗୁଁ କାର୍ଯ୍ୟ କରିବାର ଶୈଳୀ ମନ୍ଥର ହୋଇଯିବ । କିନ୍ତୁ ବେରୋଜଗାର ଥିବା ବ୍ୟକ୍ତିବିଶେଷଙ୍କ ଲାଗି ଦିନଟି ଭଲ ରହିବ, କୌଣସି ନା କୌଣସି କ୍ଷେତ୍ରରେ କର୍ମ ନିଯୁକ୍ତି ନିଶ୍ଚୟ ମିଳିବ । ବକେୟା ଟଙ୍କା ଆଜି ପାଇବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିପାରନ୍ତି । ଯେଉଁ କାର୍ଯ୍ୟ ପାଇଁ ଦୀର୍ଘ ଦିନରୁ ଚିନ୍ତିତ ରହିଥିଲେ, ଆଜି ତାହା ବନ୍ଧୁଙ୍କ ଜରିଆରେ ସଫଳତା ପାଇବେ । ପ୍ରଶାସନ, ଆଇନ, ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ୍େ‌ାଗୁ ମନ ଖୁସି ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଜି ଆପଣଙ୍କ ଆତ୍ମନିର୍ଭରଶୀଳ ଅନୁଭବ କରିବେ । କର୍ମକ୍ଷେତ୍ରରେ ଆତ୍ମୀୟ ସ୍ଵଜନମାନେ ହିଁ ଗତିରୋଧ କରିପାରନ୍ତି । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ । ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ । ଚାକିରି କରୁଥିବା କର୍ମଜୀବିମାନେ ଅଫିସ ଉଚ୍ଚାଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ । ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡିବେ । ସାମାଜରେ ଉନ୍ନୟନମୂଳକ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ମିଳିବ । ଅଭାବ ନ ଥିଲେ ମଧ୍ୟ ଅତୀତ କଥାକୁ ସ୍ମରଣ କରି ମନ ଉଦାସ ରହିବ । ରୋଗପୀଡା, ପରୋକ୍ଷଶତ୍ରୁତା କିମ୍ବା ବିବାଦୀୟ ଘଟଣାକୁ ନେଇ ଚିନ୍ତା ବଢିପାରେ । ପାରିବାରିକ ଜୀବନ ସୁଖମୟ ରହିବ କିନ୍ତୁ କର୍ମଜଞ୍ଜାଳ ବୃଦ୍ଧି ହେବାର ବିଶେଷ ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଜିନିଷ ପାଇ ମନ ଖୁସି ହେବ । ବ୍ୟବସାୟ, ବାଣିଜ୍ୟ ସମ୍ପର୍କୀୟ ଚିନ୍ତାରେ ଆପଣଙ୍କ ନିମଗ୍ନ ହୋଇପାରନ୍ତି । କର୍ମକ୍ଷେତ୍ରରେ ବୀରଙ୍କ ଭଳି ନିଜ କର୍ତ୍ତବ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିବେ । ଅଫିସରେ ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶଂସା କରିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ସାମାଜିକ ଜନ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରାଇବେ । ବାକ୍ ଅସଂଯମତା ଯୋଗୁଁ ସଭାସମିତି, ଆଲୋଚନା ପରିସର କ୍ଷେତ୍ର ଅପମାନିତ ହେବାକୁ ପଡିପାରେ । ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀ ଘଟିପାରେ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତି ଜଣକ ପୂର୍ବର ରାଗ ସୁଜାଇବାକୁ ଯାଇ ଅଯଥାରେ କଳହ କରିପାରେ । ପାରିବାରିକ ସ୍ତରରେ କେତେକ ଅପ୍ରତିକର ଘଟଣାକୁ ନେଇ ମନ ଚିନ୍ତିତ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଆଜି ସହକର୍ମୀ କିମ୍ବା ପଡୋଶୀଙ୍କ ସହ ମନାନ୍ତର ସୃଷ୍ଟି ହୋଇପାରେ । ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟଙ୍କ ସହିତ ତର୍କବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ନିଜ ଲୋକମାନଙ୍କ ବେପରୁଆ ମନୋଭାବ ଯୋଗୁଁ ବିଚଳିତବୋଧ କରିବେ । ଅଫିସରେ ଅଧିକାରୀ ବର୍ଗ ଆପଣଙ୍କ ସପକ୍ଷରେ ଯୁକ୍ତି ବାଢିବେ । ବନ୍ଧୁଙ୍କ ପରାମର୍ଶ ନେଇ କୌଣସି ନୂତନ କର୍ମାରମ୍ଭ କରିବା ପାଇଁ ମନସ୍ଥ କରିବେ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ ଏବଂ ଲୋକଙ୍କ ଠାରୁ ଆଦର ସମ୍ମାନ ପାଇବେ । ପାରିବାରିକ କ୍ଷେତ୍ରରେ ଅଶାନ୍ତି ଲାଗିରହିବା ଫଳରେ ମାନସିକ ସ୍ତରରେ ସମ୍ୟକ୍ ବିଚଳିତ ହୋଇପାରନ୍ତି । ଜୀବନ ସାଥୀଙ୍କ ସହ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ସମଲେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଭଗବାନଙ୍କୁ ସ୍ମରଣ କରନ୍ତୁ, ଦିନଟି ଭଲରେ ଅତିବାହିତ ହେବ । ମିଷ୍ଟାଳାପ ଭାଷା କହି ପରକୁ ମଧ୍ୟ ଆପଣାର କରିବାରେ ସକ୍ଷମ ହୋଇପାରନ୍ତି । କିନ୍ତୁ ପଡୋଶୀମାନେ ସାଧାରଣ କଥାକୁ ଅତିରଞ୍ଜିତ କରି ସମସ୍ୟା ସୃଷ୍ଟି କରିବେ । ବ୍ୟବସାୟ ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡିପାରେ । ନିଜ କାମ ପଛକୁ ପକାଇ ଅସୁବିଧାରେ ଥିବା ବନ୍ଧୁଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାଧାନ୍ୟ ଦେବେ । କର୍ମକ୍ଷେତ୍ରରେ ସୁସ୍ଥ ବାତାବରଣ ରହିବ । କିନ୍ତୁ ଆଳସ୍ୟ ଓ ଅବହେଳା ଯୋଗୁଁ କେତେକ ସୁଯୋଗ ହାତଛଡା ହୋଇପାରେ । ସାମାଜିକ ସ୍ତରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ଲାଭ କରିବେ । ପରିବାରର ଛୋଟିଆ ଛୋଟିଆ କଥାକୁ ଗୁରୁତ୍ଵ ଦେଲେ ସମସ୍ୟା ବଢିବ ସିନା କମିବ ନାହିଁ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ଶ୍ରୀଗଣେଶ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ପରବର୍ତ୍ତୀ ସମୟରେ ଅନୁତାପ କରିବେ । ବ୍ୟବସାୟ ବାଣିଜ୍ୟରେ ଉତ୍ଥାନପନନ ଲାଗିରହିବ । ବୃତ୍ତିଗତ କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିପ୍ରତି ଆଦୌ ବିଚଳିତ ହେବାକୁ ପଡିବ ନାହିଁ । ଅଫିସରେ ଅତ୍ୟଧିକ କାର୍ଯ୍ୟଚାପ ରହିବ ଏବଂ ସ୍ଥଗିତ କାର୍ଯ୍ୟ ପାଇଁ ଉଚ୍ଚାଧିକାରୀ ଆପଣଙ୍କୁ କୈଫତ୍ ମାଗିବେ । ବନ୍ଧୁଙ୍କ ଦ୍ଵାରା ପ୍ରଭାବିତ ହୋଇ ସାମାଜିକ କାର୍ଯ୍ୟରେ ସହଭାଗିତା କରିପାରନ୍ତି । ଆପଣଙ୍କ କେତେକ ଭୁଲ କାର୍ଯ୍ୟକଳାପ ଯୋଗୁଁ ସଭାସମିତି, ଆଲୋଚନା ପରିସରରେ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି । ଗୃହରେ ଆଗାମୀ ଦିନର କୌଣସି ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ବୟସ୍କ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ । ସ୍ୱାସ୍ଥ୍ୟ ସମସ୍ୟା ସୁଧୁର ଆସିବା ଯୋଗୁଁ ସାମୟିକ ଖୁସୀ ଅନୁଭବ କରିବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ବିରଜା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଦିନଚର୍ଯ୍ୟା ମନ୍ଦ ରହିବ ନାହିଁ ଏବଂ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ । ଦୀର୍ଘ ଦିନର ଆଶା ପୂରଣ ହେବା ଦିଗରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ । କର୍ମକ୍ଷେତ୍ରରେ ଆଶାତୀଟି ସଫଳତା ପାଇବେ । ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ । ଅଫିସ ଅବା ବୃତ୍ତିଗତ କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ପରାମର୍ଶ ପାଇବେ ଯାହାଫଳରେ ମନକୁ ଆଶ୍ଵସ୍ତି ମିଳିବ । ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ସମସ୍ତଙ୍କ ଆଦରଣୀୟ ହୋଇପାରିବେ । କିନ୍ତୁ କେତେକ କ୍ଷେତ୍ରରେ ପରିସ୍ଥିତିରେ ପଡି ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ ।ମଧ୍ୟହ୍ନରେ କୈାଣସି ଖବର ପାଇ ମନରେ ବିସ୍ମୟଭାବ ସୃଷ୍ଟି ହେବ । ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ପାରିବାରିକ କେତେକ ସମସ୍ୟାକୁ ନେଇ ମନରେ ଚିନ୍ତା ରିହିବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିରଜା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଭଗବାନଙ୍କୁ ଆରୋଧନ କରନ୍ତୁ, ମନକୁ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ଫାଇଲ୍ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ପାରିପାର୍ଶ୍ୱିକ ପରିସ୍ଥିତି ମାନସିକ ଅସୁସ୍ଥତାର କାରଣ ହେବ । ତେଣୁ ଶତ୍ରୁତା କରୁଥିବା ବ୍ୟକ୍ତି ଓ ନିଜ ଆତ୍ମୀୟ ବନ୍ଧୁ ପ୍ରତି ସତର୍କ ରୁହନ୍ତୁ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବା ସଙ୍ଗେ ସଙ୍ଗେ ଆର୍ଥିକ କ୍ଷେତ୍ରରେ କ୍ଷତି ମଧ୍ୟ ସହିବାକୁ ପଡିବ । କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିମାନେ ଜାଣିଶୁଣି ଝଗଡା ଲାଗିପାରନ୍ତି । କଳା, ସାହିତ୍ୟ, ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତି ସହ ପ୍ରତିଷ୍ଠା ମିଳିବ । ବନ୍ଧୁମାନଙ୍କ ଜରିଆରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଆର୍ଥିକ ଅନଟନ ଯୋଗୁଁ ମାନସିକ ଦୃଷ୍ଟିକୋଣରୁ ମନରେ ଅସ୍ତିରତା ଲାଗି ରହିବ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଘଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *