18 ଫେବୃୟାରୀ 2021, ଗୁରୁବାର :- ଆଜି ୫ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଅନେକ ଫାଇଦା ! ବ୍ୟବସାୟ, ବାଣିଜ୍ୟରେ

18 ଫେବୃୟାରୀ 2021, ଗୁରୁବାର :- ଆଜି ୫ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଅନେକ ଫାଇଦା ! ବ୍ୟବସାୟ, ବାଣିଜ୍ୟରେ

18 ଫେବୃୟାରୀ 2021, ଗୁରୁବାର :- ଆଜି ୫ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଅନେକ ଫାଇଦା ! ବ୍ୟବସାୟ, ବାଣିଜ୍ୟରେ ମନୋବାଞ୍ଛା ପୂରଣ ହେବା ସହ ସମସ୍ୟା ଦୂର ହେବ ଓ ଆର୍ଥିକ ସ୍ଥିତି ମଜବୁତ ରହିବ…

ଆଜି ଆମେ ଆପଣଙ୍କୁ ୧୮ ଫେବୃୟାରୀ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ସାମୟିକ ପ୍ରତିବନ୍ଧକ ଥିଲେ ମଧ୍ୟ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ । ପାରିବାରିକ ଓ ଆର୍ଥିକ ଦିଗରୁ କିଛିଟା କିଛିଟା ବ୍ୟତିକ୍ରମ ଦେଖାଦେଇପାରେ । ବିଶେଷ କରି ଖର୍ଚ୍ଚ ପରିମାଣ ବୃଦ୍ଧି, ଦୂରଯାତ୍ରା ଓ ସ୍ଥାନାନ୍ତରର ସୂଚନାରୁ ସାମୟିକ ଚିନ୍ତିତ ରହିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ବନ୍ଧୁ ଓ ସହକର୍ମୀଙ୍କ ସହଯୋଗରେ ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବେ । ଅଫିସରେ କାର୍ଯ୍ୟଭାର ଅଧିକ ହେତୁ ମନରେ ସରସତା ରହିବ ନାହିଁ । ସାମାଜିକ କାର୍ଯ୍ୟକଳାପରେ ଯୋଗ ଦେଇପାରନ୍ତି । ସହକର୍ମୀ କିମ୍ବା ବନ୍ଧୁଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ମୁଣ୍ଡ ପୁରାଇ ଅପମାନିତ ହେବାକୁ ପଡିବ । ଅତି ନିକଟତର ବନ୍ଧୁଙ୍କ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିବେ । ସନ୍ତାନଙ୍କ ସ୍ୱାସ୍ଥ୍ୟହାନି ଦୁଶ୍ଚିନ୍ତାକୁ ବଢାଇ ଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବନ୍ଧୁମାନଙ୍କ ସାହାଯ୍ୟରେ ଆର୍ଥିକ ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ ପରିସ୍ଥିତି ଆପଣ ଯେତିକି ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେହିପରି ହେବ ନାହିଁ । ଆଗାମୀ ସମୟରେ ମିଶ୍ରିତ ଫଳ ମିଳିବ । ବନ୍ଧୁ ଓ ସହକର୍ମୀଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରି କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ପାରିବେ । ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଅପେକ୍ଷାକୃତ ଭଲ ରହିବ । କୌଣସି ନୂତନ ଯୋଜନାର କାର୍ଯ୍ୟକାରୀ କରିବା ନିମନ୍ତେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । ଅଫିସରେ ବରିଷ୍ଠ ଅଧିକାରୀ, ଆପଣଙ୍କ କାର୍ଯ୍ୟକୁ ତର୍ଜମା କରିପାରନ୍ତି । ପରିବାର ସହିତ ଅଧିକ ସମୟ ଅତିବାହିକ କରିବେ କିନ୍ତୁ ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ସମ୍ୟକ ଚିନ୍ତା ପ୍ରକୋଟ କରିବେ । ସନ୍ତାନଙ୍କ କୃତିତ୍ୱ ଆତ୍ମଶାନ୍ତି ପ୍ରଦାନ ମିଳିବ । ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦେବାଦେବୀଙ୍କୁ ସ୍ମରଣ କରନ୍ତୁ, ବାଧାବିଘ୍ନ ଆପଣା ଛାଏଁ ଦୂରେଇ ଯିବ । ପାରିବାରିକ କ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକୋଟ କରିପାରନ୍ତି । ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବ । ଆର୍ଥିକ ଦୃଷ୍ଟିକୋଣରୁ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ଅର୍ଥ ଅଭାବ ଯୋଗୁଁ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଧାରେ ଅତିକି ଯାଇପାରେ । ବେରୋଜଗାର ବ୍ୟକ୍ତିବିଶେଷଙ୍କୁ ନୂତନ କର୍ମସଂସ୍ଥାନର ଯୋଗ ରହିଛି । ରାଜନୀତି, ସଭାସମିତି କିମ୍ବା ପ୍ରଶାସନିକ ସ୍ତରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ କରିପାରିବେ । କେତେକ ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କରି ଅନ୍ୟମାନଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେବ । ଶୁଭରଙ୍ଗ: ଧଳା। ଆରାଧନା : ମାଆ ଭୈରବୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଉନ୍ନତ ଚିନ୍ତା ଓ ଯୋଜନା ସହ ପ୍ରତ୍ୟେକ କାର୍ଯ୍ୟକୁ ସମ୍ମାନର ସହ କରିପାରିବେ । କିନ୍ତୁ ବ୍ୟବସାୟ ବାଣିଜ୍ୟରେ ଆକସ୍ମିକ ଭାବେ କେତେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ଅନୁରୋଧକ୍ରମେ ସ୍ଥଗିତ କାମକୁ ସମ୍ପନ କରିବେ । ଅଫିସରେ ନିଷ୍ଠାର ସହ କାର୍ଯ୍ୟ କରିବା ସତ୍ତ୍ୱେ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟ ନେଇ କୈଫତ୍ ମାଗିପାରନ୍ତି । କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ । ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ । ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମିବା ସଙ୍ଗେ ସଙ୍ଗେ କାର୍ଯ୍ୟ କରିବାର ଗତି ମଧ୍ୟ ମନ୍ଥର ହୋଇଯିବ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ହସଖୁସିରେ ଦିନଟି ଅତିବାହିତ କରିବେ । ମଉଳି ଯାଇଥିବା ଆଶା ପୁଣିଥରେ ମନରେ ଉଙ୍କି ମାରିବା । ଦୀର୍ଘ ଦିନରୁ ମନେ ମନେ ଭାବିଥିବା କାର୍ଯ୍ୟଟିରେ କୃତକାର୍ଯ୍ୟ ହେବେ । ହାତକୁ ନେଇଥିବା କାର୍ଯ୍ୟଟିକୁ ସହଜରେ ସମ୍ପର୍ଣ୍ଣ କରିପାରିବା । ବ୍ୟବସାୟ ବାଣିଜ୍ୟରେ ଟେନସନ୍‌ କିିଛି ମାତ୍ରାରେ କିନ୍ତୁ କାର୍ଯ୍ୟବ୍ୟସ୍ତତା ଯୋଗୁଁ ବିଶ୍ରାମର ଅବସର ପାଇବେ ନାହିଁ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ କିନ୍ତୁ ସହକର୍ମୀଙ୍କ ସହଯୋଗ ସହଜର ଅଭାବ ରହିବ ନାହିଁ । ସଭା ସମିତିରେ, ରାଜନୈତିକ ସ୍ଥିତିରେ ସମ୍ମାନ ଓ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ଦୀର୍ଘଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ । ପାରିବାରିକ ସମସ୍ୟା ସମାଧାନ ହେବାରେ ଅପରିଚିତ ବ୍ୟକ୍ତି ଜଣେ ସାହାଯ୍ୟ କରିବେ । ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ଆନନ୍ଦ ଅନୁଭବ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଧୌର୍ଯ୍ୟହରା ନ ହୋଇ କାର୍ଯ୍ୟ କରିଲେ ସଫଳତା ନିଶ୍ଚୟ ପାଇବେ । ଶାରୀରିକ ସୁସ୍ଥତା ଭଲ ଥିଲେ ମଧ୍ୟ ମାନସିକ ସ୍ତରରେ ଏକାଗ୍ରତା ରହିବ ନାହିଁ । ଏଣୁତେଣୁ କଥାଗୁଡିକ ଭାବି ମନରେ ଅଯଥା ଆଶଙ୍କା ଉପୁଜିବ । ଆର୍ଥିକ ସ୍ଥିତି ଦୁର୍ବଳ ହେବା କାରଣରୁ ପ୍ରତ୍ୟେକ କାର୍ଯ୍ୟ ଅଧାରେ ଅଟକି ଯାଇପାରେ । ଅଫିସ୍‌ରେ ସ୍ଥଗିତ କାମ ପାଇଁ ଉଚ୍ଚାଧିକାରୀଙ୍କୁ କୈଫିୟତ୍‌ ଦେବାକୁ ପଡିବ । ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ପ୍ରତିଶ୍ରୁତି ଦେଇଥିବା ବନ୍ଧୁ ନିଜ ପ୍ରତିଶ୍ରୁତିରୁ ଓହରିବା କାରଣରୁ ଶେଷ ସମୟରେ ବନ୍ଧୁଙ୍କ ଉପରୁ ବିଶ୍ୱାସ ହରାଇପାରନ୍ତି କିନ୍ତୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ଅନ୍ୟର କଥାକୁ ବିଶ୍ଵାସ କରି ପରିବାର ସଦସ୍ୟଙ୍କୁ ଭୁଲ୍ ବୁଝିବେ । ସ୍ଵାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ବାବା ଭୋଳାନାଥ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ପାଇଁ ମିଶ୍ରଣ ଫଳ ପ୍ରଦାନ କରିବ । କର୍ମକ୍ଷେତ୍ରରେ ଆକସ୍ମିକ ସମସ୍ୟାର ଦେଖାଦେବାର ସମ୍ଭାବନା ରହିଛି । ସମସ୍ୟାର ସମାଧାନ ନିମନ୍ତେ ବନ୍ଧୁଙ୍କୁ ସାହାଯ୍ୟ ମାଗିବେ । ଅଫିସରେ କାହାକୁ କିଛି ନ କହି ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ କ୍ରମଶଃ ଦୂରେଇ ଯିବ । ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ । ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଜୋରଦାର କରିପାରନ୍ତି । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିମାନେ ଆପଣଙ୍କ କର୍ମପଥରେ ନାନା ପ୍ରକାର ବାଧାବିଘ୍ନ ସୃଷ୍ଟି କରିବେ, ଯାହାଫଳରେ କର୍ମକ୍ଷେତ୍ରରେ ଆଗ୍ରହ କ୍ରମଶଃ ମନ୍ଥର ହୋଇଯିବ । ଦାମ୍ପତ୍ୟ ଜୀବନରେ ସମ୍ୟକ ଝଡ ଦେଖା ଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ଲାଗି ମିଶ୍ରଣ ଫଳ ପ୍ରଦାନ କରିବା । ଆଜି ପାରିବାରିକ ଭଲ ରହିବା ସହ କର୍ମକ୍ଷେତ୍ରରେ ଯଥେଷ୍ଟ ଫାଇଦା ପାଇବେ । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ । ବ୍ୟବସାୟ ଓ ପରିବହନରେ ଲାଗିରହିଥିବା ସମସ୍ୟା କ୍ରମଶଃ ଦୂରେଇ ଯିବା ସହ କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତି ମଜବୁତ ରହିବ । ଆଜି ସହକର୍ମୀମାନେ ନିଜ ନିଜର ଫାଇଦା ହାସଲ କରିବା ପାଇଁ ଆପଣଙ୍କୁ ନାନା ପ୍ରକାର ଫୁସୁଲାଫୁସୁଲି କରିଲେ । ପୂର୍ବ ସମସ୍ୟାକୁ ଦୋହରାଇ ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ । ବିବାଦୀୟ ଘଟଣାରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ । ପରିବାରର କାହାରୀ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମନ ଚିନ୍ତିତ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଭୈରବୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆନନ୍ଦ ଉଲ୍ଲାସର ସହ ଦିନ ଅତିବାହିତ କରିବେ । ଆଜି ମନ ମୁତବକ କାର୍ଯ୍ୟ କରିବାରେ କୌଣସି ଅସୁବିଧା ହେବ ନାହିଁ କିନ୍ତୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । କୌଣସି ନୂତନ ବ୍ୟବସାୟର ଶୁଭାରମ୍ଭ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିବେ । ସାମାଜିକ କ୍ଷେତ୍ରରେ ଜନକଲ୍ୟାଣ କାର୍ଯ୍ୟରେ ଲିପ୍ତ ରହିବେ । ଅର୍ଥ ସଂପର୍କିତ ଚୁକ୍ତିପତ୍ର ସ୍ଵାକ୍ଷର କରିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ଯେତେ ଭଲ କାମ କରିଲେ ମଧ୍ୟ ଶତ୍ରୁମାନେ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚନା କରିବେ ଓ ପଛରେ ଆପଣଙ୍କୁ ନିନ୍ଦା କରିବେ । ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ଆଗାମୀ ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ଚର୍ଚ୍ଚିକା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । କୌଣସି ନୂତନ ଯୋଜନାରମ୍ଭ କରିବା ସକାଶେ ମନ ବଳାଇପାରନ୍ତି । ଦୂରଦର୍ଶିତା ଓ ସହଯୋଗୀ ମନୋବୃତ୍ତି କାରଣରୁ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରେ । ବ୍ୟବସାୟରେ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ଯେକୌଣସି ପରିସ୍ଥିତି ଆସୁନା କାହିଁକି, ଆପଣ ସମସ୍ୟାକୁ ସୁଧାରି ନେଇ ପାରିବେ । ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ ଉପରେ ବହୁତ ଖୁସି ରହିବେ ଓ ଅଫିସରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଅତୀତର ଘଟଣାକୁ କେନ୍ଦ୍ର କରି ପାରିବାରିକ କ୍ଷେତ୍ରରେ ସମସ୍ୟା ଲାଗିରହିବା ଫଳରେ ମନ ସରସତା ରହିବ ନାହିଁ । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ବୈବାହିକ ଜୀବନରେ ପରସ୍ପରକୁ ସହଯୋଗ କରି ଚଳିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ବୁଝି ବିଚାରୀ କାର୍ଯ୍ୟ କରନ୍ତୁ, ତରବାରିଆ ହୋଇ କୌଣସି ନିଷ୍ପତ୍ତି ବା କାର୍ଯ୍ୟ କରିଲେ ଅସୁବିଧାରେ ପଡ଼ିପାରନ୍ତି । ପରିସ୍ଥିତିକୁ ଆଖିଆଗରେ ରଖି ଯେସାକୁ ତେସା ନୀତିରେ କାମ କରନ୍ତୁ, ନଚେତ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଗତକାଲିର କେତେକ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରି ଅନ୍ୟମନସ୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିବେ କିନ୍ତୁ ଋଣ ପରିଶୋଧ କରିପାରିବେ ନାହିଁ । ବିଭିନ୍ନ ସୂତ୍ରରୁ ରୋଜଗାର କରିବା ନିମନ୍ତେ ଚେଷ୍ଟା କରିବେ । ଅଫିସରେ କାର୍ଯ୍ୟର ଚାପ ଯୋଗୁଁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି । ବନ୍ଧୁଙ୍କ ଅଯାଚିତ ଆଦର ଓ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ । କଳା, ସାହିତ୍ୟ, ପ୍ରଶାସନିକ ସ୍ତରରେ ଏପରି କି ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ । ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ । ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ବାବା ଆଖଣ୍ତଳମଣି ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ ଓ ଲାଭଦାୟକ ରହିବ । ଆଜି ଆପଣଙ୍କ ସମସ୍ତ ସୁଖ, ସୁବିଧା ପାଇବା ସହ ଅଭିଳାଷ ପୂରଣ କରିବାରେ ଚେଷ୍ଟା କରିବେ । କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ଵଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆତ୍ମତୃପ୍ତି ଲାଭ କରିବେ । କିନ୍ତୁ ନିଜର ଅବହେଳା କାରଣରୁ କେତେକ ସୁ୍‌ଯୋଗ ହାତପହନ୍ତାରୁ ଖସି ଯାଇପାରେ । ଅଫିସରେ ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି, ସେହିପରି କିଛି ହେବ ନାହିଁ । ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ । ଅବଶ୍ୟ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ, ସୁଖଶାନ୍ତି ଫେରି ଆସିବ । କିନ୍ତୁ ପାରିବାରିକ ଖର୍ଚ୍ଚ ବୃଦ୍ଧି, ମାନସିକ ଦୁଶ୍ଚିନ୍ତାର କାରଣ ହୋଇପାରେ । ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

Leave a Reply

Your email address will not be published. Required fields are marked *