17 ମାର୍ଚ୍ଚ 2021, ବୁଧବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତି ସତର୍କତାର ଦିନଚର୍ଯ୍ୟା କରିବାକୁ ପଡିବ । କର୍ମକ୍ଷେତ୍ରରେ

17 ମାର୍ଚ୍ଚ 2021, ବୁଧବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତି ସତର୍କତାର ଦିନଚର୍ଯ୍ୟା କରିବାକୁ ପଡିବ । କର୍ମକ୍ଷେତ୍ରରେ

17 ମାର୍ଚ୍ଚ 2021, ବୁଧବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତି ସତର୍କତାର ଦିନଚର୍ଯ୍ୟା କରିବାକୁ ପଡିବ । କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି ।

ଆଜି ଆମେ ଆପଣଙ୍କୁ ୧୭ ମାର୍ଚ୍ଚ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି ଆପଣ ମଧୁର ବାକ୍ୟାଳାପ ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ । ରାଶିର ଏକାଦଶସ୍ଥ ସ୍ଥାନରେ ରବି ଓ ଶୁକ୍ର ଅବସ୍ଥାନ କରିବା ଯୋଗୁଁ ଆଜି ଏକାଧାରରେ ଅର୍ଥଲାଭ ସାଙ୍ଗକୁ ବନ୍ଧୁ ସମ୍ପର୍କରୁ ଖୁସି ରହିବେ । ବ୍ୟବସାୟ, ବାଣିଜ୍ୟରେ ଆଶାତୀତ ସଫଳତା ମିଳିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ରହିବ । ଅଫିସରେ ନିଜ ସ୍ଥିତି ଓ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବିବାଦୀୟ ଘଟଣାରେ କୌଣସି ପକ୍ଷକୁ ସମର୍ଥନ କରି ନିଜେ ଅସୁବିଧାରେ ପଡିବେ । ଚଳଚ୍ଚିତ୍ର, ସାହିତ୍ୟ, କଳା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ବନ୍ଧୁଙ୍କ ଦ୍ଵାରା ପ୍ରଭାବିତ ହୋଇ ଧାର୍ମିକ କାର୍ଯ୍ୟପ୍ରତି ମନରେ ଆଗ୍ରହ ଜନ୍ମିବ । ଶାରୀରିକ ସୁସ୍ଥତା ଏବଂ ମାନସିକ ପ୍ରସନ୍ନତା ଅନୁଭବ କରିବେ । ପରିବାରରେ ସୁଖଶାନ୍ତିର ବାତାବରଣ ବଜାୟ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ବିମଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ରାଶିରେ ଶୁକ୍ରର ଅବସ୍ଥାନ ଯୋଗୁଁ ସ୍ୱାସ୍ଥ୍ୟ ଅବସ୍ଥାରେ ସାମୟିକ ଉନ୍ନତି ପରିଲକ୍ଷିତ ହେବ, ଯାହାଦ୍ୱାରା ମନ ଆନନ୍ଦ ରହିବ । ବନ୍ଧୁ ଓ ସହକର୍ମୀଙ୍କ ସହାୟତାରେ ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣ କରିବେ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ବିରୋଧି ହୋଇପାରନ୍ତି । ଛୋଟ ଛୋଟ କଥାକୁ କେନ୍ଦ୍ରକରି ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ କଳହ ଲାଗିବ । ରାଜନୀତି କ୍ଷେତ୍ରରେ ଅଶାନ୍ତି ଭୋଗିବେ ଓ କାର୍ଯ୍ୟ କ୍ଷେତ୍ରର ପରିବର୍ତ୍ତନ ହେବ । ଅଯଥା ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରି ସମାଲୋଚିତ ହେବେ । ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

କୌଣସି ପୁରୁଣା କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି । ବିଭିନ୍ନ ବିଷୟକୁ ଚିନ୍ତାକରି ଅନ୍ୟମନସ୍କ ରହିପାରନ୍ତି । ତଥାପି କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ସହକର୍ମୀଙ୍କ ସହ ଟଙ୍କା, ପଇସାକୁ କେନ୍ଦ୍ର କରି କଳହ ଘଟିପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍ । ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧନ କରିବେ । ନିଜ ଲୋକମାନେ ହିଁ କାମ ଦ୍ଵନ୍ଦ ସୃଷ୍ଟି କରିପାରନ୍ତି । କର୍ମ କ୍ଷେତ୍ରରେ ଦାୟିତ୍ଵ ବଢିବା ଯୋଗୁଁ ଚିନ୍ତିତ ରହିବେ । ବହୁ ଦିନରୁ ଚେଷ୍ଟା କରି ପାଇ ନ ଥିବା ପ୍ରାପ୍ୟଧନ ଆଜି ଅପରାହ୍ନରେ ପାଇବାର ପ୍ରତିଶ୍ରୁତି ପାଇବେ । ପାରିବାରିକ ଅଶାନ୍ତି ସୃଷ୍ଟି ହେବ । ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ହନୁମାନ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଚିତ୍ତପ୍ରସନ୍ନ ରହିବ ଏବଂ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବେ । ଦ୍ୱାଦଶସ୍ଥ ଗ୍ରହମାନେ ଆପଣଙ୍କୁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରାଇ କର୍ମ ପରିସରକୁ ବ୍ୟାପକ କରିପାରନ୍ତି । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ ତଥାପି ଉପସ୍ଥିତ ବୁଦ୍ଧି ଖଟାଇ ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବେ । ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଖପାଖୁଆଇ ନେବା ହେତୁ ହେତୁ କିଛି ଅସୁବିଧା ହେବ ନାହିଁ । ଅଫିସରେ ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାମରେ ଅତ୍ୟନ୍ତ ଖୁସି ହେବେ । ପରିସ୍ଥିତିରେ ପଡି କେତେକ କାମ ଇଚ୍ଛା ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହୋଇପାରନ୍ତି । ସନ୍ଧ୍ୟାରେ କୌଣସି ବନ୍ଧୁ ବା ଜୀବନସାଥୀଙ୍କ ସହିତ ସମୟ କଟାଇବେ । ପରିଜନମାନଙ୍କ ସହିତ କୌଣସି ପର୍ଯ୍ୟଟନ-ସ୍ଥଳକୁ ଯାତ୍ରାର ଆନନ୍ଦ ପ୍ରାପ୍ତ କରି ପାରିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ମନ ଭଲ ରହିବ ନାହିଁ । କିନ୍ତୁ ଏକାଦଶସ୍ଥ ସ୍ଥାନରେ ଅବସ୍ଥାନ କରିବାଥିବା ଗ୍ରହଗୁଡିକ ଆପଣଙ୍କ ଆଶା ଓ ଅଭିଳାଷକୁ ପୂରଣ କରିବାରେ ସହାୟତା ପ୍ରଦାନ କରିବେ । ପାରିବାରିକ କ୍ଷେତ୍ରରେ କେତେକ ଅପ୍ରୀତିକର ଘଟଣାକୁ ଯୋଗୁଁ କର୍ମକ୍ଷେତ୍ରରେ କେତେକ ସୁଯୋଗ ପାଇଲେ ମଧ୍ୟ ସଦ୍‌-ବ୍ୟବହାର କରିବା କାଠିକର ପାଠ ହୋଇଯିବ । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଅଫିସରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ ଅସୁବିଧାରେ ପଡିବେ । ଆଲୋଚନା କାଳରେ ଅପ୍ରିୟ ସତ କଥା କହି ବିରୋଧୀ ହୋଇପାରନ୍ତି । ନିଜର ଆତ୍ମୀୟ ସ୍ଵଜନମାନେ ହିଁ କର୍ମକ୍ଷେତ୍ରରେ ଅସୁବିଧା ସୃଷ୍ଟି କରିପାରନ୍ତି । ପରିବାରରେ ‌ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ବିବ୍ରତ ହୋଇଯିବେ । ଶୁଭରଙ୍ଗ: ଲାଲ୍ । ଆରାଧନା: ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ନିଜ ଉପରେ ବିଶ୍ଵାସ ରଖନ୍ତୁ । ଶନିଙ୍କ ପ୍ରଭାବରେ କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ । କର୍ମକ୍ଷେତ୍ରରେ ଯେତେ ଭଲ କାମ କରିଲେ ମଧ୍ୟ ସମାଲୋଚନାର ପାତ୍ର ହୋଇପାରନ୍ତି । ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ସମ୍ପନ୍ନ କରିବାରେ ବନ୍ଧୁ ଜଣେ ସାହାଯ୍ୟ କରିବେ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ସାମାଜିକ କ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବାରେ ବିଶିଷ୍ଟବ୍ୟକ୍ତିମାନେ ସହାୟତା କରିପାରନ୍ତି । ଭୁଲ୍‌ ବୁଝାମଣା ଜନିତ ଅଯଥା କାରଣରେ ମଧ୍ୟ ଅଶାନ୍ତି, କଳହର ସୂତ୍ରପାତ ହୋଇପାରେ । ଧାର୍ମିକ ପ୍ରସଙ୍ଗରେ ମଧ୍ୟ ଆପଣ ଅଧିକ ଅଂଶଗ୍ରହଣ କରିପାରନ୍ତି । ପରିବାରରେ କିଛି ଅଭାବ ଅସୁବିଧା ନଥିଲେ ମଧ୍ୟ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ରାମଚଣ୍ତୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷମୟ ସ୍ଥିତି ଲାଗି ରହିପାରେ, ତଥାପି କୌଣସି ଅଭାବ ଅସୁବିଧା ହେବ ନାହିଁ । ପରିବାର ସଦସ୍ୟଙ୍କ କଥାକୁ ଅବମାନନା କରି ପଡୋଶୀଙ୍କ କଥା କିମ୍ବା ଅନ୍ୟର ବ୍ୟକ୍ତିଗତ ଜୀବନରେ ମୁଣ୍ଡ ପୂରାଇବେ, ପରବର୍ତ୍ତୀ ସମୟରେ ସମାଲୋଚିତ ହେବେ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ସନ୍ତୋଷଜନକ ହେବନାହିଁ । ସହକର୍ମୀ କିମ୍ବା ବନ୍ଧୁଙ୍କୁ ମନ ଭୁଲାଣିଆ କଥା କହି ନିଜ କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ । ସମାଜରେ ହିତୈଷୀମାନଙ୍କ ତରଫରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହିବ । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ କଳହକୁ ନେଇ ଅଶାନ୍ତି ଲାଗିରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ରାମଚଣ୍ତୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଯେଉଁଥିପାଇଁ ଚିନ୍ତିତ ରହିଛନ୍ତି, ଆଜି ସେଥିରୁ ଅନେକାଂଶରେ ହାଲୁକା ଅନୁଭବ କରିବେ । ଅର୍ଥ ସମ୍ପର୍କୀୟ ବିବାଦର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ । ଅଫିସରେ ଭାବପ୍ରବଣବଶତଃ ପ୍ରତିକ୍ରିୟା ହଠାତ୍ ପ୍ରକାଶ କରିବା ଠିକ୍ ହେବ ନାହିଁ । ଆଜିର ଆଲୋଚନା କାଳରେ ବାକ୍ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ । କଠିନ ପରିଶ୍ରମ ଯୋଗୁଁ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରି ପାରନ୍ତି । ପୂର୍ବରୁ ଶତ୍ରୁତା କରୁଥିବା ଲୋକଙ୍କ ପ୍ରତି ସତର୍କତା ରୁହନ୍ତୁ । ସ୍ୱାସ୍ଥ୍ୟ ସମସ୍ୟା ସୁସ୍ଥ ରହିବ । ପରିବାରରେ କେତେକ ବିବାଦୀୟ ଘଟଣାକୁ ନେଇ ମନରେ ଦୁଶ୍ଚିନ୍ତା ଲାଗି ରହିବ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: କ୍ରୀମ୍ ‌। ଆରାଧନା: ସୂର୍ଯ୍ୟଦେବ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମନରେ ଆତ୍ମବିଶ୍ୱାସ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ମଙ୍ଗଳ ଷଷ୍ଠ ଏକାଦଶାଧିପତି ହେତୁ ଅର୍ଥ ସଂକଟ ଲାଗି ରହିବ । ସହକର୍ମୀ ଓ ବନ୍ଧୁ ନିକଟରୁ ଧାରକରଜ ମାଧ୍ୟମରେ ଅର୍ଥପ୍ରାପ୍ତି କରିପାରିବେ । କିନ୍ତୁ ଔଷଧକ୍ରୟ, ଡାକ୍ତର ଫ’ କିମ୍ବା ଶାରୀରିକ ପରୀକ୍ଷାଜନିତ ବ୍ୟୟ ବୃଦ୍ଧି ହେବାର ସୂଚନା ରହିଛି । ବ୍ୟବସାୟରେ ନୂତନ କାରବାର କରିବା ପାଇଁ ମନସ୍ଥ କରିବେ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ସତର୍କ ରୁହନ୍ତୁ । ଅପେକ୍ଷା କରୁଥିବା କାର୍ଯ୍ୟଟି ପୂରଣ କରିବା ପାଇଁ କଷ୍ଟକର ହେବ ନାହିଁ । ବିବାଦୀୟ ପରିସ୍ଥିତି ନିଜର ମନ୍ତବ୍ୟ ଦେଇ କଳହକୁ ନିମନ୍ତ୍ରଣ କରିବା ସଦୃଶ ହୋଇପାରେ । ବୃଥା ସନ୍ଦେହଜନିତ କାରଣରୁ ବନ୍ଧୁମାନଙ୍କ ସହ ସାଧାରଣ କଥାରେ କଳହ ଲାଗିପାରେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମନ ଆନନ୍ଦ ଓ ଉଲ୍ଲାସ ରହିବ । ଗ୍ରହମାନଙ୍କ ଅନୁକୂଳ ସ୍ଥିତି ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ । ସରକାରୀ ସ୍ତରରୁ ଋଣ ସୂତ୍ରରେ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି । ଅବଶ୍ୟ ଆପଣ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଖପାଖୁଆଇ ନେବା ହେତୁ କିଛି ଅସୁବିଧା ହେବ ନାହିଁ । ପରିସ୍ଥିତିରେ ପଡି କେତେକ କାମ ଇଚ୍ଛା ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହୋଇପାରନ୍ତି । ଗୁପ୍ତ ଶତ୍ରୁତା ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ରହିଥିବା ବିଷମତା ନେଇ ଚିନ୍ତିତ ଥିଲେ ମଧ୍ୟ ଆପଣଙ୍କ କାମ ଅଟକିବ ନାହିଁ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ଆପଣ ବିଜୟୀ ହେବାର ସୂଚନା ରହିଛି । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ । ବ୍ୟବସାୟରେ ପ୍ରଭୂତ ଉନ୍ନତି ଘଟିବ । ଅଫିସର ପରିବେଶ ସୁସ୍ଥ ରହିବ ଓ ସହକର୍ମୀମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରି କାର୍ଯ୍ୟ କରିବେ । ବିଶିଷ୍ଟ ବ୍ୟକ୍ତିମାନଙ୍କ ଅନୁରୋଧରେ ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ପୈତୃକସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ନ ହୋଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ । ଛୋଟଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ସୃଷ୍ଟି କରିପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଅମ୍ବିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ବ୍ୟୟଭାବ ପ୍ରତି ଗ୍ରହମାନଙ୍କ ଦୃଷ୍ଟି ଫଳରେ ଆଜିର ପାରିବାରିକ ସମସ୍ୟାରେ ମନ ଅସ୍ଥିର ରହିବ । ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥତା ରହିବ ନାହିଁ । ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟରଖି କାମ କରନ୍ତୁ, ନତୁବା କିଛିଟା ଅସୁବିଧାର ସମ୍ଭାବନା ରହିଛି । ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଯେତେ ରାଗିଥିଲେ ମଧ୍ୟ ବନ୍ଧୁଙ୍କ ମୁହଁ ସାମ୍ନାରେ କିଛି କହିପାରିବେ ନାହିଁ । ଅବଶ୍ୟ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟମାନେ ଆପଣଙ୍କ ପରାମର୍ଶ ଲୋଡ଼ି ପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

Leave a Reply

Your email address will not be published. Required fields are marked *