17 ଜୁଲାଇ 2021 ଶନିବାର  :- ଶନିଦେବଙ୍କ କୃପାରୁ ୬ଟି ରାଶିର ବ୍ୟକ୍ତିଙ୍କ କର୍ମକ୍ଷେତ୍ରରେ ନିଜର ପଦମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ

17 ଜୁଲାଇ 2021 ଶନିବାର :- ଶନିଦେବଙ୍କ କୃପାରୁ ୬ଟି ରାଶିର ବ୍ୟକ୍ତିଙ୍କ କର୍ମକ୍ଷେତ୍ରରେ ନିଜର ପଦମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ

17 ଜୁଲାଇ 2021 ଶନିବାର :- ଶନିଦେବଙ୍କ କୃପାରୁ ୬ଟି ରାଶିର ବ୍ୟକ୍ତିଙ୍କ କର୍ମକ୍ଷେତ୍ରରେ ନିଜର ପଦମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବାରେ ସମର୍ଥ ହେବେ । ପାରିବାରିକ ସୁଖଶାନ୍ତିରେ ଜୀବନ ଅତିବାହିତ କରିବେ ।

ଆଜି ଆମେ ଆପଣଙ୍କୁ ୧୭ ଜୁଲାଇ ୨୦୨୧ ଶନିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହ-ନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବା । ବିଭିନ୍ନ ସମସ୍ୟା ମଧ୍ୟରେ ମାନସିକ ସ୍ଥିରତା ହରାଇ ବସିବେ । କିନ୍ତୁ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ଓ କାର୍ଯ୍ୟସାଧିତ ହେବ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରେ ଫସି ଯାଇପାରନ୍ତି । ବ୍ୟବସାୟରେ କାରବାର ମାନ୍ଦା ରହିଲେ ମଧ୍ୟ କ୍ଷତି ସହିବାକୁ ପଡିବ ନାହିଁ । ଅଫିସରେ ସହକର୍ମୀଙ୍କ ସହମତିରେ କାର୍ଯ୍ୟ କରିଲେ ଉପକୃତ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ବନ୍ଧୁମାନଙ୍କ ସହ ସମ୍ପର୍କ ଦୃଢ ହେବ । ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ସ୍ତ୍ରୀଙ୍କ ସ୍ଵାସ୍ଥ୍ୟହାନି ଯୋଗୁଁ ଚିନ୍ତିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

କୌଣସି ଏକ ଅଶୋଭନୀୟ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ । କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ କରି କାର୍ଯ୍ୟ ହାସଲ କରିବେ । କିନ୍ତୁ ତରବାରୀ ହୋଇ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । ଅଫିସରେ କିଛି ଉଚ୍ଚ-ଅଧିକାରୀଙ୍କ ଠାରୁ ପ୍ରସଂଶିତ ପାଇବେ । ସଭାସମିତି, ରାଜନୀତି, ପ୍ରଶାସନ ତଥା ବ୍ୟବସାୟ ପାଇଁ ଦିନଟି ବହୁତ ଭଲ । ତେକ କ୍ଷେତ୍ରରେ ଅନ୍ୟ ମାନଙ୍କ ଉପରେ ପୂରା ଭରଷା କରି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ବନ୍ଧୁମାନଙ୍କ ସହମତି ସ୍ଥଗିତ ଯୋଜନାକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ । ଶୁଭରଙ୍ଗ: କଫିରଙ୍ଗ ।ପାରିବାରିକ ସ୍ଥିତି ପୂର୍ବଭଳି ରହିବ, କିନ୍ତୁ ବିଶେଷ କିଛି ଅସୁବିଧା ହେବ ନାହିଁ । ଆରାଧନା: ମାଆ ମାଣିକେଶ୍ଵରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆଜି କୌଣସି ପ୍ରକାର ଘାତପ୍ରତିଘାତର ସମ୍ମୁଖୀନ କରିବାକୁ ପଡିବ ନାହିଁ । ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଆସିବା ସହ ବନ୍ଧୁଙ୍କ ସାନ୍ନିଧ୍ୟରୁ ଅନେକ ସମସ୍ୟା ଭିତ୍ତିକ କାର୍ଯ୍ୟକୁ ସହଜରେ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ଅଫିସରେ କିଛି ଉଚ୍ଚ-ଅଧିକାରୀଙ୍କ ଠାରୁ ପ୍ରସଂଶିତ ପାଇବେ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେଇ ଉଚ୍ଚ ପ୍ରଶଂସିତ ହେବେ । ରାଜନୈତିକ କ୍ଷେତ୍ରରେ ସାସାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ଅନ୍ୟମାନଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାଇ ଟେନ୍‌ସନକୁ ନିମନ୍ତ୍ରଣ କରିପାରନ୍ତି । ଦୂରରେ ରହୁଥିବା ପରିଜନମାନଙ୍କ ଶୁଭ ସମାଚାର ମିଳିପାରେ । ପରିବାରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଆକସ୍ମିକ ଭାବରେ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ପାଇଁ ଭଲ ରହିବ । କର୍ମକ୍ଷେତ୍ରରେ ନିଜ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ପଡିବ ଅନ୍ୟଥା କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଯାଇପାରେ । ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ବନ୍ଧୁ ସାହାଯ୍ୟ କରିବେ । ଆପଣ କୌଣସି କ୍ଷେତ୍ରରେ ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ ଘରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ସାମାଜିକ ସ୍ତରରେ ଅନ୍ୟମାନଙ୍କୁ ଉପଯୁକ୍ତ ପରାମର୍ଶ ଦେଇ ପ୍ରଶଂସିତ ହେବେ । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । ଶୁଭରଙ୍ଗ:ଲାଲ । ଆରାଧନା: ମାଆ ଚର୍ଚ୍ଚିକା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମାତ୍ରାଧିକ ଭ୍ରମଣ ଯୋଗୁଁ କ୍ଲାନ୍ତି ଅନୁଭବ କରିବେ । କାର୍ଯ୍ୟ କରିବା ପାଇଁ ମନରେ ତତ୍ପରତା ଥିଲେ ମଧ୍ୟ, ଯେଉଁ କାମ କରିବା ପାଇଁ ଭବିବେ, କରିବା ବେଳେ ତାହା ନ କରି ନ କରି ଅନ୍ୟ କିଛି କାମ କରିବେ । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହଯୋଗ ଅଭାବରୁ ମନ ଭଲ ଲାଗିବ ନାହିଁ । ନିର୍ଦ୍ଧାରିତ ସମୟରେ କାର୍ଯ୍ୟଗୁଡିକ ଶେଷ କରିବା ପାଇଁ ଉପରିସ୍ଥ ଅଧିକାରୀ ଆଦେଶ ଦେଇପାରନ୍ତି । ଆର୍ଥିକ ଅନଟନ, ପାରିବାରିକ ଅସନ୍ତୋଷ, କାର୍ଯ୍ୟହାନି, ବାକି ରହିଥିବା ଟଙ୍କା ପରିଶୋଧ ସକାଶେ ମନ ଅସ୍ଥିର ରହିବ । ଭୁଲ୍‌ ବୁଝାମଣାଜନିତ ସାମୟିକ ମତାନ୍ତର ପାରିବାରିକ ପରିବେଶକୁ ଗମ୍ଭୀର କରିଦେଇପାରେ । ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମିଯାଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଅନ୍ୟର ବ୍ୟକ୍ତିଗତ କଥାରେ ମୁଣ୍ଡ ନ ପୁରାଇବା ଭଲ । ବ୍ୟବସାୟ ବାଣିଜ୍ୟରେ ଅନେକ ନୂତନ ସମଗ୍ର ମିଶାଇବାକୁ ଯୋଜନା କରିବେ । ଅର୍ଥ ତତ୍ପରତା ଯୋଗୁଁ ଏକାଧିକ କାର୍ଯ୍ୟ ହାତକୁ ନେଇ ବିଚଳିତ ହୋଇପାରନ୍ତି । ଅଫିସରେ ବିଶେଷ କିଛି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ନ ଥିଲେ ମଧ୍ୟ ମନ ଚଞ୍ଚଳତା ରହିବ ନାହିଁ । ସାମାଜିକ ସ୍ତରରେ କିମ୍ବା କର୍ମକ୍ଷେତ୍ରରେ ଉଚିତ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ବନ୍ଧୁମାନଙ୍କ ସହାନୁଭୂତି ଲାଭ କରିବା ସହ ସ୍ଵାସ୍ଥ୍ୟଜନିତ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବ । ସଙ୍ଗୀତ, ଚଳଚ୍ଚିତ୍ର ଓ କ୍ରୀଡା, ସାହିତ୍ୟ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ । ପରିବାରର ସଦସ୍ୟଙ୍କ ସହ ହସଖୁସିରେ ଦିନଟି ଅତିବାହିତ କରିବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାକୁ ନେଇ ବିଚଳିତ ରହିବେ । କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସୁଧୁରି ଯିବର ସମ୍ଭାବନା ରହିଛି । କିନ୍ତୁ ଆର୍ଥିକ ସ୍ଥିତି ମାନ୍ଦା ରହିବ । ପ୍ରତିକୂଳ ପରିସ୍ଥିତିରେ ଅଫିସରେ ସହକର୍ମୀଙ୍କ ସାଧାରଣ କଥାକୁ ନେଇ ତର୍କବିତର୍କ ଜନିତ ମନାନ୍ତର ଦେଖାଦେଇପାରେ । ଗଠନମୂଳକ କିମ୍ବା ସାମୂହିକ କାମରେ କିମ୍ବା ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବ । ବନ୍ଧୁ କିମ୍ବା ବାନ୍ଧବୀଙ୍କ ସମ୍ମୁଖରେ ପ୍ରିୟ କଥା କହି ଭୂଲ୍‌ ବୁଝାମଣା ହେତୁକ ସମସ୍ୟାକୁ ସୁଧାରି ନେବେ । ନିର୍ମାଣ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ଡଳମଣି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

କର୍ମକ୍ଷେତ୍ରରେ ଦକ୍ଷତା ଓ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେଲେ ମଧ୍ୟ ସଂଘର୍ଷପୂର୍ଣ୍ଣ ସ୍ଥିତି ବଳବତ୍ତର ରହିବ । ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ ଏବଂ ଆୟ ବୃଦ୍ଧିର ଯଥେଷ୍ଟ ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ମିଳିବ । କୌଶଳ କ୍ରମେ ସହକର୍ମୀଙ୍କ ସହାୟତାରେ କେତେକ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସକ୍ଷମ ହେବେ । କିନ୍ତୁ ଆଜି ଯେଉଁ କାମ କରିବାକୁ ଯାଉଛନ୍ତି, ସେଥିପାଇଁ ସମ୍ପର୍କୀୟମାନଙ୍କ ସହଯୋଗର ଅଭାବ ଅନୁଭବ କରିବେ । ରାଜନୈତିକ କିମ୍ବା ପ୍ରଶାସନିକ ସ୍ତରରେ ପରିସ୍ଥିତି ସେତେଟା ଭଲ ରହି ନ ପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଆଜିର ଯାତ୍ରା ଫଳପ୍ରଦ ହେବ ଏବଂ ସଭାସମିତିରେ ବିଶିଷ୍ଟବ୍ୟକ୍ତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । କିନ୍ତୁ ପ୍ରତିଟି କାର୍ଯ୍ୟ ହାସଲ କରିବା ନିମନ୍ତେ ଅତ୍ୟଧିକ ଖର୍ଚ୍ଚାନ୍ତ କରିବାକୁ ପଡିପାରେ । ଅଫିସରେ ଆପଣଙ୍କୁ ନୂଆ ପରିଯୋଜନାର ଗୁରୁଦାୟିତ୍ଵ ଅର୍ପଣ ମଧ୍ୟ କରାଯାଇପାରେ । ସହକର୍ମୀଙ୍କ ସାହାଯ୍ୟ ନେଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି । ସାମାଜିକ ସ୍ତରରେ ଅନ୍ୟମାନଙ୍କ କଥାକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ପୂର୍ବ ଅପେକ୍ଷା ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ପାରିବାରିକ ଅସ୍ଥିରତାକୁ ସାମୟିକ ଦୂରେଇବାରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିମଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମନକୁ ଶାନ୍ତ ରଖନ୍ତୁ ଓ ଧୈର୍ଯ୍ୟଧରି ପରିସ୍ଥିତିର ମୁକାବିଲା କରନ୍ତୁ ସଫଳତା ନିଶ୍ଚୟ ମିଳିବ । ବ୍ୟବସାୟ ବାଣିଜ୍ୟରେ ଉଚ୍ଚ ଫଳ ପ୍ରାପ୍ତି କରିବେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହେବେ । ଅଫିସରେ ପରିସ୍ଥିତି ଯେତେ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେହିପରି କିଛି ହେବ ନାହିଁ । କିନ୍ତୁ ଉଚ୍ଚାଧିକାରୀଙ୍କ ଆପଣଙ୍କ କାର୍ଯ୍ୟକୁ ନେଇ ତର୍ଜମା କରିପାରନ୍ତି । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ଅର୍ଥ ସମ୍ବନ୍ଧୀୟ ନେଣଦେଣକୁ କେନ୍ଦ୍ର କରି ଅଯଥାରେ କଳହ ଉପୁଜିପାରେ । ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଚର୍ଚ୍ଚିକା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ନିଜର ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ନିୟନ୍ତ୍ରଣ ମଧ୍ୟରେ ରଖି ପାରିବାରିକ ଶୃଙ୍ଖଳା ରକ୍ଷା କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ମଧ୍ୟମ ଧରଣର ରହିବ । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ କରମକ୍ଷେତ୍ରରେ ସାମୟିକ ବିଶୃଙ୍ଖଳା ଦେଖାଦେଇପାରେ । ବନ୍ଧୁଙ୍କ ସହାୟତାରେ ଆର୍ଥିକ ସ୍ଥିତିରେ ଆଂଶିକ ଉନ୍ନତି ପରିଲକ୍ଷିତ ହେବ । ସମିଜିକ କାର୍ଯ୍ୟରେ ସହଭାଗୀତ କରିବେ । ବକ୍ ଅସଂଯମତା ଯୋଗୁଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଅନ୍ୟ ଲୋକଙ୍କ କଥାରେ ପ୍ରଭାବିତ ହୋଇ ଭୁଲ ମାର୍ଗରେ ପରିଚାଳିତ ହୋଇପାରନ୍ତି । ପାରିବାରିକ ଅଶାନ୍ତି ଓ ଅର୍ଥାଭାବ ମାନସିକ ଦୁଶ୍ଚିନ୍ତାର କାରଣ ହେବ । ଶୁଭରଙ୍ଗ : ହଳଦିଆ । ଆରାଧନା : ପ୍ରଭୁ ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

କେତେକ ଜରୁରୀ କାମ ନିମନ୍ତେ ଆକସ୍ମିକ ଭାବରେ ବାହାରକୁ ଯିବାକୁ ପଡ଼ିପାରେ । ବ୍ୟବସାୟ, ବାଣିଜ୍ୟରେ ଭଲ କାରବାର ହେବେ । ସମସ୍ୟା ପ୍ରତିଦ୍ଵନ୍ଦିତିତା ଲରିରହିବା ସତ୍ତ୍ୱେ ଆପଣଙ୍କ କୌଣସି କାମ ଅଟକିବା ନାହିଁ । ଅଧିନସ୍ଥ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିବା ଫଳରେ ମନ ପ୍ରସନ୍ନ ରହିବ । ସରକାରୀ କର୍ମକ୍ଷେତ୍ରରେ ଅତିରିକ୍ତ କାର୍ଯ୍ୟଚାପ ମାନସିକ ଦୁଶ୍ଚିନ୍ତାର କାରଣ ହେବ । ସଭାସମିତି, ଆଲୋଚନା ପରିସରରେ ଆପଣଙ୍କ ମନ୍ତବ୍ୟକୁ ସମସ୍ତେ ଗୁରୁତ୍ଵ ଦେବେ । ପଡୋଶୀଙ୍କ ସହ ସମ୍ପର୍କ ଭଲ ରହିବ । ପାରିବାରିକ ସ୍ତରରେ ଗୁଡ଼ାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ଶୁଭରଙ୍ଗ: ଗୋଲାପି । ଆରାଧନା: ପ୍ରଭୁ ଜଗନ୍ନଥ ।

Leave a Reply

Your email address will not be published. Required fields are marked *