16 ଜୁଲାଇ 2021 ଶୁକ୍ରବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦାୟକ ରହିବ କିନ୍ତୁ କର୍ମକ୍ଷେତ୍ରରେ

16 ଜୁଲାଇ 2021 ଶୁକ୍ରବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦାୟକ ରହିବ କିନ୍ତୁ କର୍ମକ୍ଷେତ୍ରରେ

16 ଜୁଲାଇ 2021 ଶୁକ୍ରବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦାୟକ ରହିବ କିନ୍ତୁ କର୍ମକ୍ଷେତ୍ରରେ ମନୋବାଞ୍ଛା ପୂର୍ଣ୍ଣ ହେବ ଓ ଆଶାନୁରୂପକ ଫଳ ପାଇବେ ।

ଆଜି ଆମେ ଆପଣଙ୍କୁ ୧୬ ଜୁଲାଇ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହ-ନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଧାର୍ମିକ କାର୍ଯ୍ୟପ୍ରତି ମନରେ ଆଗ୍ରହ ଜନ୍ମିବ । ଚନ୍ଦ୍ରଙ୍କ ଶୁଭସଂସ୍ଥାନ ହେତୁ ଆଜି ସକାଳୁ ସକାଳୁ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ସତର୍କରେ ନ ଚଳିଲେ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସାମ୍‌ନା କରିବାକୁ ପଡିପାରେ । ବ୍ୟବସାୟରେ କିଛି ନୂଆ କରିବା ଲାଗି ମନସ୍ଥ କରିବେ । ଅଫିସରେ ଅଧିକାରୀ ଆପଣଙ୍କ କାମରେ ପ୍ରସନ୍ନ ରହିବେ । ସାମାଜରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ । ଯେତେ ଭଲ କାମ କରିଲେ ମଧ୍ୟ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ଦ୍ଵାରା ସମାଲୋଚିତ ହୋଇପାରନ୍ତି । ଘରର କେତେକ ରହିଯାଇଥିବା କାମକୁ କରିବା ସକାଶେ ଚିନ୍ତା କରି ପାରନ୍ତି । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ପାରସ୍ପରିକ ସହମତିକୁ ଗ୍ରହଣ କରିବା ଭଲ ହେବ । ଦାମ୍ପତ୍ୟ ଜୀବନ ଅତି ରୋମାଞ୍ଚକର ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ହର ପାର୍ବତୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆପଣଙ୍କ ଦୃଢ଼ ମନୋବଳ ଜରୁରୀ କାମରେ ସଫଳତା ଆଣିବ । ଚତୁର୍ଥାଧିପତି ଦ୍ୱିତୀୟସ୍ଥ ଯୋଗୁ ବନ୍ଧୁଙ୍କଠାରୁ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଅର୍ଥ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ତଥାପି ବଣିକ୍ୟ, ବ୍ୟବସାୟ, ଶିଳ୍ପ, ପରିବହନ ଆଦିରେ କୌଣସି ଅସୁବିଧା ହେବ ନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ବିଜ୍ଞ ବ୍ୟକ୍ତିମାନଙ୍କର ପ୍ରଶଂସାଭାଜନ ହେବେ । ଗଠନମୂଳକ କାର୍ଯରେ ଗତି ମନ୍ଥର ହେବା ସଙ୍ଗକୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ । ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ । ଈର୍ଷାରେ ଜଳୁଥିବା ଆତ୍ମୀୟମାନଙ୍କ ଅସହଯୋଗ ଏବଂ ଅସମ୍ମାନ ଯୋଗୁଁ ମନ ଦୁଃଖିତ ହେବେ । ପରିବାର ସଦସ୍ୟମାନଙ୍କ ସହିତ ପାରସ୍ପରିକ ମତଭେଦ ଦେଖାଦେବ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ଵରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଜରୁରୀ କାର୍ଯ୍ୟ ମିତ୍ରଙ୍କ ସହାୟତାରେ ପୂରା ହୋଇଯିବ । ବ୍ୟୟାଧିପ ଧନଭାବସ୍ଥ ଯୋଗୁ ବ୍ୟୟ ବୃଦ୍ଧି କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ହେବେ । ନୂତନ କର୍ମାରମ୍ଭରେ ଉସତ୍ାହିତ ହେବେ ଓ ସଫଳତା ହାସଲ କରିବେ । ନିଜସ୍ଵ ବିଚାରଧାରା ଓ ଉପସ୍ଥିତ ବୁଦ୍ଧି ଘଟାଇ ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବାକୁ ପ୍ରୟାସ କରିବେ । କର୍ମକ୍ଷେତ୍ରରେ ନୂତନ ଯୋଜନାରମ୍ଭ କିମ୍ବା ଚୁକ୍ତିପତ୍ର ସ୍ଵାକ୍ଷରିତ କରିପାରନ୍ତି । ଅଫିସିଆଲି କାର୍ଯ୍ୟବ୍ୟସ୍ତତା ଯୋଗୁ ଅବସର ପାଇବେ ନାହିଁ, ଫଳରେ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଧାରେ ରହିଯାଇପାରେ । ଆନୁଷ୍ଠାନିକ କାମରେ ପାରସ୍ପରିକ ବିବାଦ କାରଣରୁ କାର୍ଯ୍ୟ ସାଧନରେ ବିଳମ୍ବ ହୋଇପାରେ । ପୁରାତନ ରୋଗପୀଡାର ପାଦୁର୍ଭାବ ବଢିବାର ସମ୍ଭାବନା ରହିଛି । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଅମ୍ବିକା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ଭଗବାନଙ୍କୁ ବିଶ୍ଵାସ କରନ୍ତୁ । କର୍ମାଧିପତିଙ୍କ ଦୁର୍ବଳତା କାରଣରୁ ଅସ୍ଥିରତା ଲାଗି ରହିବ । ସାଧାରଣ କଥାରୁ କଳହ କିମ୍ବା ମନାନ୍ତର ଘଟିବାର ଆଶଙ୍କା ରହିଛି । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ଆର୍ଥିକ ଅବସ୍ଥା ମଧ୍ୟ ଶୋଚନୀୟ ରହିବ । ପ୍ରଶାସନ ଓ ରାଜନୀତିି କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ସଭାସମିତିରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ, ଫଳରେ ଆଲୋଚନା ଅମୀମାଂସିତ ରହିପାରେ । ନିଜ ସ୍ବାର୍ଥରେ ବାଧା ଉପୁଜିବା କାରଣରୁ ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବ । ପାରିବାରିକ ସମସ୍ୟାକୁ ସମାଧାନ କରିବା ସକାଶେ ଚେଷ୍ଟିତ ହେବେ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ଚର୍ଚ୍ଚିକା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମନରେ ସକାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ । କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମ ସକାଶେ ଅନୁତାପ କରିବାକୁ ପଡିପାରେ । ବ୍ୟବସାୟୀମାନେ ଅଧିକ ପରିଶ୍ରମ କଲେ ମଧ୍ୟ ସଂଯମତାର ଅଭାବ ଓ ଧନହାନି ଦୁଶ୍ଚିନ୍ତାର କାରଣ ହୋଇପାରେ । ବକେୟା ଅର୍ଥ ଆଦାୟ କରିବାରେ ବିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିବାକୁ ପଡିବ । ଅଫିସରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ । ସାମାଜିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢା, ଯାତ୍ରା ପାଇଁ ଦିନଟି ବହୁତ ଭଲ । କୌଣସି ବିବାଦୀୟ ପରିସ୍ଥିତିରେ ମୁଣ୍ଡ ପୁରନ୍ତୁ ନାହିଁ । ପରିବାର ସଦସ୍ୟଙ୍କ ମଧ୍ୟ ସ୍ନେହ ଶ୍ରଦ୍ଧା ଅତୁଟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ନିଜ ଉପରେ ବିଶ୍ଵାସ ରଖନ୍ତୁ, ସମସ୍ତ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବାରେ କୌଣସି ଅସୁବିଧା ହେବ ନାହିଁ । ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ମନରେ ଭାବପ୍ରବଣତା ଜନିତ ସୁସମ୍ପର୍କ ବ୍ୟାହତ ହୋଇପାରେ । ବାରମ୍ବାର ଚେଷ୍ଟା କରି ମଧ୍ୟ ଅପୂରଣୀୟ ଆଶା ମନରେ ଆଶଙ୍କା ଉଦ୍ରେକ କରିବ । ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ବନ୍ଧୁଙ୍କ ମାଧ୍ୟମରେ ଦୂର ହୋଇଯିବ । ଅର୍ଥନୈତିକ ଅବରୋଧ ହଟିଯିବ ଓ ଆପଣଙ୍କ ଅଭିଳାଷ ଅନୁଯାୟୀ ପ୍ରାପ୍ୟ ଅବଶ୍ୟ ପାଇବେ । କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ବିଭିନ୍ନ ପ୍ରକାରର ପାରିବାରିକ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରି ପାରନ୍ତି । ସ୍ଵାସ୍ଥ୍ୟ ଓ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଅସୁବିଧା ନ ହେଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ ହେବ । ସ୍ଵଗୃହୀ ଶନି ହେତୁ ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ଆଗକୁ ବଢିବେ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ସମାଜରେ ବିଜ୍ଞ ବ୍ୟକ୍ତିମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ । ମାନସିକ ଅବସାଦ ଯୋଗୁଁ କୌଣସି କାମରେ ଉତ୍ସାହପଦ ରହିବ ନାହିଁ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି । ନିଜ ଆତ୍ମୀୟ ଲୋକମାନଙ୍କ ବିରୁଦ୍ଧାଚରଣ ହେତୁ କାମଗୁଡ଼ିକ ମନ୍ଥର ଗତିରେ ସମ୍ପାଦନ ହେବ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ପରିସ୍ଥିତି ପ୍ରତି ସଚେତନ ରହି କାମ କରିଚାଲିଲେ କୌଣସି ଅସୁବିଧା ହେବନାହିଁବ । ଅତ୍ୟଧିକ ଖର୍ଚ୍ଚାନ୍ତ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ତଥାପି କର୍ମକ୍ଷେତ୍ର ଓ ପ୍ରଶାସନିକ ସ୍ତରରେ ବ୍ୟସ୍ତତା ଦୂର ହୋଇଯିବ । ସତର୍କରେ ଚଳନ୍ତୁ, ଅନ୍ୟଥା ନିଜର ପାଖ ଲୋକମାନେ ଅପପ୍ରଚାର କରିପାରନ୍ତି । ଅଫିସରେ ପ୍ରତିକୂଳ ପରିସ୍ଥିତି ମଧ୍ୟ ଦେଇ ଗତି କରିବାକୁ ପଡିବ, କାର୍ଯ୍ୟର ଚାପ ଅଧିକ ରହିବ । ରାଜନୈତିକ ସ୍ତରରେ ସମସ୍ୟା ସମାଧାନ ହେବା ସଙ୍ଗେ ସଙ୍ଗେ ଲୋକପ୍ରିୟତା ମଧ୍ୟ ବୃଦ୍ଧି କରିବାରେ ସମର୍ଥ ହେବେ । ନିଜ ଜିଦ୍‌ରେ ଅଟଳ ରହିବା କାରଣରୁ ଛୋଟିଆ ଛୋଟିଆ କଥାରେ କଳହର ସମ୍ମୁଖୀନ ହେବାକୁ ପଡିପାରେ । କଠିନ ପରିଶ୍ରମ ଯୋଗୁଁ ଥକ୍କାପଣ ଅନୁଭବ କରିପାରନ୍ତି । ପାରିବାରିକ ଜୀବନରେ ସାମୟିକ ଅଶାନ୍ତିର ଝଡ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସନ୍ତୋଷୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆକସ୍ମିକ ଭାବେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି, ଯାହାଫଳରେ ଆପଣ ଚିନ୍ତିତ ରହିପାରନ୍ତି । ଶନିଙ୍କ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେଇପାରେ । ବାକି ପଡିଥିବା ଟଙ୍କା ଆଦାୟ ପାଇଁ ଅନୁକୂଳ ସୁ୍‌ଯୋଗ ସୃଷ୍ଟି ହେବ । କାର୍ଯ୍ୟଗୁଡିକୁ ପୂର୍ଣ୍ଣାଙ୍ଗ କରିବା ସକାଶେ ଉଦ୍ୟମ ଜାରି ରହିଲେ ମଧ୍ୟ ମନରେ ଅଯଥା ଚିନ୍ତା ଯୋଗୁଁ ଶାନ୍ତି ଭଗ୍ନ ହୋଇପାରେ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବା ସହ ପରସ୍ପର ସହମତିରେ କାର୍ଯ୍ୟ କରିବେ । ବ୍ୟବସାୟରେ ଆୟ ବ୍ୟୟର ତାଳମେଳ ରହିବ ନାହିଁ । ନିର୍ମାଣାଧୀନ କାମ ଅଧାରେ ଅଟକିଯାଇପାରେ । ଯାତ୍ରା ସମୟରେ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି । ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ଆପଣଙ୍କୁ ଭୁଲ୍‌ ବୁଝେବେ । ମନ ଉଦାସ ଥିବା ଯୋଗୁଁ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ମାଣିକେଶ୍ଵରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

କୌଣସି ସମସ୍ୟାର ଆଶଙ୍କା କରି ମନ ବିବ୍ରତ ରହିପାରେ । ଶୁକ୍ର ଦୃଷ୍ଟ ଶନିଙ୍କ ହେତୁ ଅଭାବ ଅସୁବିଧା ସଙ୍ଗକୁ ନିନ୍ଦା, ଅପମାନରୁ ମଧ୍ୟ ରକ୍ଷା ପାଇବେ ନାହିଁ । ଏପରି କି ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରି ବସିବେ । କଥାବାର୍ତ୍ତାରେ ସଂଯମତା ଅବଲମ୍ବନ ନ କଲେ ଅଯଥା ବିବାଦୀୟ ପରିବେଶରେ ଛନ୍ଦି ହୋଇପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଅନୁକୂଳ ପରିବେଶ ଥିଲେ ମଧ୍ୟ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସରେ ଆପଣଙ୍କ କାର୍ଯ୍ୟ ଶୈଳୀ ଦେଖି ଉଚ୍ଚାଧିକାରୀ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଆପଣଙ୍କୁ ପ୍ରଶଂସା କରିବେ । ଆଲୋଚନା ପରିସରରେ କିମ୍ବା ସଭା ସମିତିରେ ଯୁକ୍ତିଯୁକ୍ତ କଥା କରିବେ, ବିରୋଧୀମାନେ ମୁଣ୍ଡ ନୂଆଁଇବେ । ବାଦବିବାଦରେ ମଧ୍ୟସ୍ଥତା କରନ୍ତୁ ନାହିଁ । ପାରିବାରିକ ସ୍ଥିତି ସ୍ଵାଭାବିକ ରହିବା ଯୋଗୁଁ ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ସଫଳତା ମିଳିବାରେ ବିଳମ୍ବିତ ହେବ । ଧନାଧିପ ନିଜ ରାଶିରେ ରହିଥିବାରୁ ଅର୍ଥଲାଭ ପାଇଁ ଚେଷ୍ଟା ନିରର୍ଥକ ହେବନାହିଁ । ନିଜର ବୁଦ୍ଧି କୌଶଳକୁ ପାଥେୟ କରି ଅନ୍ୟମାନଙ୍କ ଦ୍ଵାରା ସହଜରେ କାର୍ଯ୍ୟ ହାସଲ କରିନେବେ । ଅଧିନସ୍ଥ କର୍ମଚାରୀ ଓ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ଅଫିସରେ ସୁସ୍ଥ ବାତାବରଣ ମଧ୍ୟରେ ସହକର୍ମୀଙ୍କ ସହ ହସଖୁସିରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ କୌଣସି ଅସୁବିଧା ହେବ ନାହିଁ । ସାମାଜିକ ସ୍ତରରେ ଲୋକମାନେ ଆପଣଙ୍କ ପୂର୍ବ କାର୍ଯ୍ୟକଳାପକୁ କେନ୍ଦ୍ର କରି ସମାଲୋଚିତ କରିପାରନ୍ତି । ଅନ୍ୟ ବ୍ୟକ୍ତିଙ୍କ ଦ୍ଵାରା ପ୍ରଭାବିତ ହୋଇ ଭୁଲ୍ ରାସ୍ତାରେ ପରିଚାଳିତ ହୋଇପାରନ୍ତି । ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ମାନସିକ ଦୁଶ୍ଚିନ୍ତା କାରଣରୁ ବିଭିନ୍ନ ପ୍ରକାରର ଦ୍ୱନ୍ଦ୍ୱର ଆଶଙ୍କା କରି ମନକୁ ସଙ୍କୋଚବୋଧ କରିବେ । କିନ୍ତୁ ମୁଖଭାବରେ ଗ୍ରହମାନଙ୍କର ଶୁଭତ୍ଵ ଫଳରେ ଦୃଢ଼ ଆତ୍ମବିଶ୍ଵାସ ଓ ଧୈର୍ଯ୍ୟ, ସମୟାନୁକ୍ରମେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବ । ବ୍ୟବସାୟ ବାଣିଜ୍ୟରେ ଦେଖାଦେଇଥିବା ସମସ୍ୟା ଆପଣାଛାଏଁ ସୁଧାରିଯିବ । ଆର୍ଥିକ ସ୍ଥିତିରେ ମଧ୍ୟରେ ସୁଧାର ଆସିବ । ଅଫିସରେ ସ୍ଥଗିତ ଥିବା କାର୍ଯ୍ୟକୁ ନେଇ ମନ ବିଚଳିତ ହୋଇପାରନ୍ତି କିନ୍ତୁ ସହକର୍ମୀଙ୍କ ସହଯୋଗ ଓ ସାହାଯ୍ୟରେ କାର୍ଯ୍ୟଗୁଡିକୁ ଯଥାବିଧି ସମୟରେ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ସାମାଜିକ ସ୍ତରରେ ବନ୍ଧୁଙ୍କ ନିକଟରୁ ଯାହା ପାଇବେ ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ ହେବ । ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ କେତେକ ସମସ୍ୟାରୁ ବର୍ତ୍ତୀ ପାରିବେ । ସ୍ଵାସ୍ଥ୍ୟହାନି ସଙ୍ଗେ ସଙ୍ଗେ ଦାମ୍ପତ୍ୟ ଜୀବନରେ ଉତ୍ଥାନ-ପତ୍ତନ ଯୋଗୁଁ ମନ ବିଚଳିତ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *