16 ଅପ୍ରେଲ୍ 2021, ଶୁକ୍ରବାର :- ଆଜି ଏହି ୫ଟି ରାଶିର ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବ । କର୍ମକ୍ଷେତ୍ରରେ ସ୍ଥଗିତ

16 ଅପ୍ରେଲ୍ 2021, ଶୁକ୍ରବାର :- ଆଜି ଏହି ୫ଟି ରାଶିର ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବ । କର୍ମକ୍ଷେତ୍ରରେ ସ୍ଥଗିତ

16 ଅପ୍ରେଲ୍ 2021, ଶୁକ୍ରବାର :- ଆଜି ଏହି ୫ଟି ରାଶିର ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବ । କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟ ସଂପୂର୍ଣ୍ଣ କରିବା ସହ ସମାଜରେ ପଦୋମର୍ଯ୍ୟାଦା ବୃଦ୍ଧି ପାଇବ…

ଆଜି ଆମେ ଆପଣଙ୍କୁ ୧୬ ଅପ୍ରେଲ୍ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ବିଭିନ୍ନ ପ୍ରକାର ସମସ୍ୟାକୁ ଆଶଙ୍କା କରି ମନ ବିବ୍ରତ ରହିପାରେ । ଆପଣଙ୍କ ଠାରୁ ସବୁପ୍ରକାର ସୁବିଧା ସୁଯୋଗ ପାଉଥିବା ଲୋକଟି ହିଁ ସ୍ଵାର୍ଥହାନି ହେତୁ ଆପଣଙ୍କୁ ନିନ୍ଦା କରିପାରେ । ପୂର୍ବ ଯୋଜନା ଅନୁଯାୟୀ କର୍ମକ୍ଷେତ୍ରସ୍ଥ କାର୍ଯ୍ୟ କରିବା ଦ୍ଵାରା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିବ । ବ୍ୟବସାୟ କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ । କିନ୍ତୁ କଥାବାର୍ତ୍ତାରେ ସଂଯମତା ଅବଲମ୍ବନ ନ କଲେ ଅଯଥା ବିବାଦୀୟ ପରିବେଶରେ ଛନ୍ଦି ହୋଇପାରନ୍ତି । ଆପଣଙ୍କ କାର୍ଯ୍ୟ କରିବାର ଶୈଳୀ ଦେଖି ଅଫିସର ଉଚ୍ଚାଧିକାରୀ ଅତ୍ୟନ୍ତ ସନ୍ତୁଷ୍ଟ ହେବେ । ଅଫିସର ଆଲୋଚନା ପରିସରରେ କିମ୍ବା ସଭା ସମିତିରେ ଯୁକ୍ତିଯୁକ୍ତ କଥା କରିବେ, ବିରୋଧୀମାନେ ମୁଣ୍ଡ ନୂଆଁଇବେ । ରାଜନୀତିରେ ନିଜର ପରିସର ବୃଦ୍ଧି ହେବ । ବାଦବିବାଦ ଓ ଜମିବାଡିକୁ ନେଇ ଲାଗିଥିବା ଦ୍ଵନ୍ଦର ସମାଧାନ ହୋଇଯିବ । ପାରିବାରିକ ସ୍ଥିତି ସ୍ଵାଭାବିକ ରହିବା ଯୋଗୁଁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଅସୁବିଧା ନହେଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ ହେବ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ଆଗକୁ ବଢିବେ । ସରକାରୀ କିମ୍ବା ବେସରକାରୀ ସ୍ତରରୁ ଆର୍ଥିକ ସହାୟତା ପାଇବାର ଯୋଗ ରହିଛି । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ସମାଜରେ ବିଜ୍ଞ ବ୍ୟକ୍ତିମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ । ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି । ନିଜ ଆତ୍ମୀୟମାନଙ୍କ ଦ୍ଵାରା ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ କିନ୍ତୁ ପିଲାଙ୍କ ପଢା ନେଇ ଚିନ୍ତିତ ରହିପାରନ୍ତି । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଭାବପ୍ରବଣତାର ବଶବର୍ତ୍ତୀ, ସତର୍କତା ଅଭାବରୁ ପରିସ୍ଥିତି ଅଣାୟତ ହୋଇପାରେ । ଆପଣଙ୍କ କୌଣସି ଭୁଲ୍ ନିଷ୍ପତ୍ତି ସମସ୍ୟା ସୃଷ୍ଟି କରାଇପାରେ । ଆଜି ଆପଣଙ୍କ କର୍ମକ୍ଷେତ୍ରରେ ଅଫିସ କାମରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ । ବ୍ୟବସାୟ କିମ୍ବା ଅନ୍ୟ କୌଣସି କାମରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସାହାର୍ଯ୍ୟ ପାଇବା ଫଳରେ କିଛି ମାତ୍ରାରେ ଉପକୃତ ହୋଇପାରିବେ । ସାମାଜିକ ସ୍ତରରେ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ । ତରବରିଆ ଭାବେ କିଛି ନ କରି କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । କିନ୍ତୁ ବାକ୍‌ ଅସଂଯମତା ଯୋଗୁଁ ଚରିତ୍ରରେ ଦାଗ ଲାଗିପରେ । ବିବାଦୀୟ ସ୍ଥଳରେ ମନ୍ତବ୍ୟ ଦେଇ ସମସ୍ୟାର ଘେରରେ ଫସି ଯାଇପାରନ୍ତି । ଶୁଭରଙ୍ଗ:ଲାଲ । ଆରାଧନା: ବାବା କୈଳାସ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ପାଇଁ ମଙ୍ଗଳଦାୟକ ରହିବ । ଆଜି ଯେଉଁ କାମରେ ହାତ ଦିଅନ୍ତୁ ନା କାହିଁକି ସଫଳତା ନିଶ୍ଚୟ ପାଇବେ କିନ୍ତୁ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ । ଆଜି କଳା, ସଙ୍ଗୀତ, କ୍ରୀଡା, ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ । ପରୋକ୍ଷ ଶତ୍ରୁତା ଯୋଗୁଁ ବ୍ୟବସାୟ ବାଣିଜ୍ୟରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ଅଫିସରେ ସହକର୍ମୀଙ୍କ ସହ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ସୃଷ୍ଟି ହୋଇପାରେ । ଆନୁଷ୍ଠାନିକ କାମରେ ସହଯୋଗ କରି ପ୍ରଶଂସିତ ହୋଇପାରନ୍ତି । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ମିଳିବ । ବନ୍ଧୁମାନେ ସାହାଯ୍ୟ ସହଯୋଗର ହାତ ବଢେଇବେ । ପରିବାରର ଖର୍ଚ୍ଚଭାର ଯୋଗୁଁ ଚିନ୍ତାପ୍ରକଟ କରିବେ କିନ୍ତୁ କୌଣସି ଉପାୟ ପାଇବେ ନାହିଁ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ବିଭିନ୍ନ ପ୍ରକାରର ସମସ୍ୟା ସଙ୍ଗକୁ ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିିତିକୁ କଳୁଷିତ କରିଦେବ । ମନରେ ବିଭିନ୍ନ ପ୍ରକର ଦ୍ଵନ୍ଦ ଉପୁଜିବ ଓ ମନରେ ଅସ୍ଥିରତା ଲାଗି ରହିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ଶୋଚନୀୟ ରହିବ । ତଥାପି ବନ୍ଧୁ ଓ ସହକର୍ମୀଙ୍କ ସହଯୋଗରେ ଅର୍ଥ ପ୍ରାପ୍ତ କରିପାରିବେ । ଅଫିସରେ ଅତ୍ୟାଧିକ କାର୍ଯ୍ୟ ଥିଲେ ମଧ୍ୟ ସହକର୍ମୀଙ୍କ ସାହାଯ୍ୟ ପାଇଁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଋଣ ପରିଶୋଧ, ରୋଗ ପାଇଁ ଔଷଧ କିଣା, ଶତ୍ରୁମାନଙ୍କ ସମସ୍ୟାର ସମାଧାନ ସକାଶେ ଚିନ୍ତିତ ରହିବେ ଓ ଖର୍ଚ୍ଚାନ୍ତ ହେବାକୁ ପଡିବ । ମନ ଉତ୍ତେଜିତ ଫଳରେ ମାନସିକ ଏକାଗ୍ରତା ଭଙ୍ଗ ହେବ । କ୍ରୀଡ଼ା, ସଂଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ୟାର ସମାଧାନ ହୋଇଯିବ। ସହଧର୍ମୀଙ୍କ ସହଯୋଗ ପାଇବ ଫଳରେ ମନୋବଳ ଦୃଢ ହେବ । ଶୁଭରଙ୍ଗ: ଧୂସର । ଆରାଧନା: ବାବା କପିଳସ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ, ମନରେ ଏଣୁତେଣୁ କଥାକୁ ସ୍ଥାନ ଦେଇ ସାମୟିକ ଉଦାସ ରହିବ । ଅନାବଶ୍ୟକ ଭାବେ କରିଥିବା କେତେକ କାର୍ଯ୍ୟ ସକାଶେ ଅନୁତପ୍ତ କରିବେ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ବନ୍ଧୁଙ୍କ ସହ ପୂର୍ବରୁ ଥିବା ମନୋମାଳିନ୍ୟ ଦୂରେଇ ଯାଇପାରେ । ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢିବ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ ଏବଂ ଅଫିସରେ ଆୟୋଜିତ ବୈଠକରେ ଯଦି କୌଣସି ବିବାଦୀୟ ମନ୍ତବ୍ୟ ଦିଅନ୍ତି, ତେବେ ସମସ୍ୟାକୁ ନିମନ୍ତ୍ରଣ କରିବା ସଦୃଶ ହେବ । ଯାତ୍ରା ସମୟରେ କୌଣସି ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡିଯାଇ ପାରନ୍ତି । ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି ପରିବାର ଭିତରେ ଝଡ ଉଠିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ଆରାଧନା: ମାଆ ଭୈରବୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ବିଭିନ୍ନ ସମସ୍ୟା ଛନ୍ଦି ହୋଇଥିବା ଯୋଗୁଁ ଆଜି କାମଗୁଡିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିପାରିବେ ନାହିଁ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଧାରା କରଜ କରିବାକୁ ବାଧ୍ୟ ହେବେ । ଅଫିସରେ ଅତ୍ୟଧିକ କାର୍ଯ୍ୟ ସଙ୍ଗେସଙ୍ଗେ ଉଚ୍ଚାଧିକାରୀଙ୍କ ଅସନ୍ତୁଷ୍ଟ ମନକୁ ଭାରକ୍ରାନ୍ତ କରିବ । କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ଅନ୍ୟମାନେ ନିଜ ନିଜର ଫାଇଦା ହାସଲ କରିବା ପାଇଁ ଆପଣଙ୍କ ସମ୍ମୁଖରେ ପ୍ରଶଂସା କରିବେ । ଛୋଟ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡିପାରନ୍ତି । ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ଭୁଲ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ପିଲାଙ୍କ ସମ୍ବନ୍ଧୀୟ କେତେକ ସମସ୍ୟା ମନକୁ ବିଶେଷ ଭାବେ ଆନ୍ଦୋଳିତ କରିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ସମସ୍ୟା ଜାଲରେ ଛନ୍ଦି ହୋଇଥିବା ଯୋଗୁଁ ମନରେ ନାନା ପ୍ରକାର ଆଶଙ୍କା ଉପୁଯିବ । ନିକଟ ସମ୍ପର୍କଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ସ୍ଵାସ୍ଥ୍ୟ ଭଲ ଥିଲେ ମଧ୍ୟ କାମ ସମ୍ପନ୍ନ କରିବା କଷ୍ଟକର ହୋଇପଡିବ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ କାର୍ଯ୍ୟ ମନରେ ସନ୍ଦେହ ସୃଷ୍ଟି କରିବ । ଅଫିସରେ ସତର୍କତା ଅବଲମ୍ବନ ନ କରିଲେ ବିବାଦ ଭିତରକୁ ଟାଣି ହୋଇଯିବେ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ସରଳ ବିଶ୍ୱାସ ହୋଇ କୌଣସି ଅଜଣା ବ୍ୟକ୍ତିଙ୍କୁ ବିଶ୍ଵାସ କରି କାର୍ଯ୍ୟ କରିଲେ, ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏକ ସାଧାରଣ ଘଟଣାକୁ କେନ୍ଦ୍ରକରି ସାଙ୍ଗସାଥୀଙ୍କ ସହ ଉଚ୍ଚବାଚ୍ଚ ଘଟିପାରେ । ପାରିବାରିକ କ୍ଷେତ୍ରରେ ଛୋଟିଆ ଛୋଟିଆ କଥାକୁ ଗୁରୁତ୍ଵ ଦେଲେ ସମସ୍ୟା ବୃଦ୍ଧି ହେବ । ଶୁଭରଙ୍ଗ: ଆକାଶିଆ ନୀଳ । ଆରାଧନା: ମାଆ ତାରିଣୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ । କେତେକ କ୍ଷେତ୍ରରେ ମନରେ ଭୟ ଥିଲେ ମଧ୍ୟ ମୁହଁ ଟାଣ ରଖି କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ । ହାତକୁ ନେଇଥିବା କାର୍ଯ୍ୟଟି ସମ୍ପାଦନ କରିବାରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଦେଖାଦେଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ଓ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଏଜେନ୍ସିପ କ୍ଷେତ୍ରରେ ସୁସ୍ଥ ବାତାବରଣ ରହିବ । ବ୍ୟବସାୟ, ବାଣିଜ୍ୟ ସଂଲଗ୍ନ କୌଣସି ଚୁକ୍ତିପତ୍ର ସ୍ଵାକ୍ଷର କରିପାରନ୍ତି । କର୍ମକ୍ଷେତ୍ରରେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇଲେ ମଧ୍ୟ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ବିଭିନ୍ନ ପ୍ରତିବନ୍ଧକ ହେତୁ ଉନ୍ନୟନ କାମ ବାଧାପ୍ରାପ୍ତ ହେବ । ଅର୍ଥକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟମାନେ କଳହ ସୃଷ୍ଟି କରିପାରନ୍ତି । ସହଧର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ରହିବ । ଦୀର୍ଘ ଦିନରୁ ଭଟ୍ଟା ପଡିଯାଇଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ । ମଧ୍ୟାହ୍ନ ପରେ ପରେ ଯେଉଁ କାମରେ ହାତଦେବେ ସେଥିରେ ଅବଶ୍ୟ ସଫଳତା ମିଳିବ । ହଠାତ୍‌ ବନ୍ଧୁଙ୍କ ସାହାଯ୍ୟର ପ୍ରତିଶ୍ରୁତି ଶୁଣିବ ପରେ ମନୋବଳ ବୃଦ୍ଧି ପାଇବ । କାର୍ଯ୍ୟବ୍ୟସ୍ତତା ଯୋଗୁଁ ମଜାମଉଜ କରିବାକୁ ଅବସର ପାଇବା କଷ୍ଟକର ହୋଇପାରେ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବା ସଙ୍ଗେସଙ୍ଗେ କେତେକ କାମର ସାମାନ୍ୟ ଅବରୋଧ ଆସିପାରେ ତଥାପି କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ଵାରା ସମ୍ମାନିତ ହୋଇପାରନ୍ତି । ତରବରିଆ ହୋଇ କୌଣସି ନିଷ୍ପତ୍ତି ନେଲେ, ପରବର୍ତ୍ତୀ ସମୟରେ ପଶ୍ଚ୍ୟତପ କରିବାକୁ ପଡିପାରେ । ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ପାଇଁ ମଙ୍ଗଳଦୟାକ ରହିବ । ଆଜି କାମଗୁଡିକ ବହୁତ ଅସୁବିଧା ଭିତରେ ସମ୍ପନ୍ନ ହେବାର ସୂଚନା ରହିଛି । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସଙ୍ଗକୁ ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ଘଟିବ । ଦୀର୍ଘ ଦିନରୁ ଅଟକି ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ । କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ପାଇବା ଫଳରେ ମନରେ ଆତ୍ମାବିଶ୍ଵାସ ଜନ୍ମିବ । ପରୋକ୍ଷ ଶତ୍ରୁତା କାରଣରୁ କେତେକ କାର୍ଯ୍ୟ ଅଧାରେ ଅଟକି ଯିବାର ସମ୍ଭାବନା ରହିଛି । ଆନୁଷ୍ଠାନିକ କାମରେ ଆଗାମୀ କାଲିର କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ । କୌଣସି ଅଭାବ ନ ଥିଲେ ମଧ୍ୟ ପରିବାରରେ ତିକ୍ତତା ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ଭୈରବୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆଜି ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାର୍ଯ୍ୟ କରନ୍ତୁ ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ରେବତୀ ନକ୍ଷତ୍ର ପାରିବାରିକ ସ୍ଥିରତା ରକ୍ଷାରେ ଅସମର୍ଥ ହେବେ । ବ୍ୟବସାୟ ଓ ବାଣିଜ୍ୟରେ ସ୍ଥିତି ମଧ୍ୟମ ଧରଣର ରହିବ । ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ କିମ୍ବା ସଭାସମିତିରେ ପ୍ରଶଂସିତ ହେବେ । ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀ ଘଟିପାରେ । ବନ୍ଧୁଙ୍କ ପ୍ରତାରଣାପୂର୍ଣ୍ଣ କଥାରେ ମନରେ ଅସ୍ଥିର ସୃଷ୍ଟି କରିବ । ବିବାଦୀୟ ପରିସ୍ଥିତିରେ ଲଢେଇ କଲେ ବାଦି ଓ ପ୍ରତିବାଦୀ ଉଭୟେ କ୍ଷତିଗ୍ରସ୍ତ ହେବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ସନ୍ତାନଙ୍କ ପାଠପଢାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

Leave a Reply

Your email address will not be published. Required fields are marked *