15 ଜାନୁୟାରୀ 2021, ଶୁକ୍ରବାର :- ମାଆ ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ କ୍ଷେତ୍ରରେ ସୁଧାର

15 ଜାନୁୟାରୀ 2021, ଶୁକ୍ରବାର :- ମାଆ ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ କ୍ଷେତ୍ରରେ ସୁଧାର

15 ଜାନୁୟାରୀ 2021, ଶୁକ୍ରବାର :- ମାଆ ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ସହ ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି ।

ଆଜି ଆମେ ଆପଣଙ୍କୁ ୧୫ ଜାନୁୟାରୀ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଧ୍ୟାତ୍ମିକ ଦିଗରେ ମନ ଲାଗି ରହିବ । ରାଶିରେ କର୍ମାଧିପ ଅଭସ୍ଥାନ ଯୋଗୁଁ କର୍ମକ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରିବାରେ କୌଣସି ଅସୁବିଧା ହେବ ନାହିଁ । ଆଜି ଯାହା ଠାରୁ ଯେମିତି ଆଶା କରୁଛନ୍ତି ସେହିପରି ପାଇବାରେ କୌଣସି ଅସୁବିଧା ହେବ ନାହିଁ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁରୂଫ ଫଳ ପାଇବେ । ନୂତନ କାର୍ଯ୍ୟାରମ୍ଭ କରିବା ପାଇଁ ବନ୍ଧୁଙ୍କ ସହ ସାକ୍ଷାତ ଆଲୋଚନା କରିବେ । କିନ୍ତୁ ଅଫିସରେ ଦୀର୍ଘଦିନରୁ ଅଟକି ରହିଥିବା କାମ ସକାଶେ ଅନୁତାପ କରିବାକୁ ପଡିପାରେ । ପ୍ରଶାସନ, ସଭାସମିତି, ଲେଖାପଢା, ଯାତ୍ରା ପାଇଁ ଦିନଟି ବହୁତ ଭଲ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାର୍ଯ୍ୟ କରିବେ । ବୈବାହିକ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ପ୍ରଭୁ ହନୁମାନ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବିନମ୍ର ସ୍ଵଭାବ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣି ପାରିବେ । ଧନସ୍ଥାନ ବହୁଗ୍ରହ ଦୃଷ୍ଟ ହେତୁ ଆର୍ଥିକ ଉନ୍ନତି ସହ ଶାରୀରିକ ସୁସ୍ଥତା ଯୋଗୁଁ ମନୋବଳ ବୃଦ୍ଧି ପାଇବ । ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ ରହି କାମ କରିବେ, ପ୍ରତିବଦଳରେ ଅତ୍ୟାଧିକ ପରିଶ୍ରମ ଜନିତ କ୍ଳାନ୍ତି ଅନୁଭବ କରିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଭଲ ଲାଭ ପାଇବେ । ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ କାର୍ଯ୍ୟଭାର ଅଧିକ ହେତୁ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ, ସଭାସମିତିରେ ଓ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ ସ୍ତରରେ ଅଟକି ରହିଥିବା କାମଗୁଡିକ ସମ୍ପନ୍ନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ପାଇଁ ସମ୍ୟକ ଦୁଃଖଦାୟକ ରହିବ । ଅଷ୍ଟମ ସ୍ଥାନରେ ଏକାଧିକଗ୍ରହ ଅବଲୋକନ କରୁଥିବା ଯୋଗୁଁ ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ହଠାତ୍‌ ସକାଳୁ ସକାଳୁ ପରିବାରରେ କାହାରି ସ୍ଵାସ୍ଥ୍ୟ ସମସ୍ୟା ଓ ପୂର୍ବ ଶତ୍ରୁତାକୁ ମନେ ପକାଇ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ କେତେକ କାମ କରିବାକୁ ପଡିବ । ବ୍ୟବସାୟ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ଓ ବିଭିନ୍ନ ପ୍ରକାରର ସମସ୍ୟା ଭିତରେ ଗତି କରିବାକୁ ପଡିବ । ଅଫିସର କେତେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ । ଋଣଭାର, କଚେରି ମାମଲା, ପରିବହନ ଓ ନିର୍ମାଣ ସମ୍ପର୍କୀୟ ଆଦି ସମସ୍ୟାକୁ ନେଇ ବିଚଳିତ ରହିବେ । ନିକଟ ସମ୍ପର୍କୀୟମାନେ ଆପଣଙ୍କ ଦୁଃଖକଷ୍ଟ ଅନୁଭବ କରି, ସାହାଯ୍ୟର ହାତ ବଢାଇବେ । ଜୀବନସାଥୀଙ୍କ ସହ ସଂପର୍କରେ ସୁଧାର ଆସିବ ଓ ଜୀବନ ସାଥିଙ୍କ ସହଯୋଗ ପାଇବା ଫଳରେ ମନୋବଳ ଦୃଢ ହେବ । ଶୁଭରଙ୍ଗ: ଲାଲ । ଆରାଧନା: ପ୍ରଭୁ ହନୁମାନ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ପାଇଁ ପ୍ରତିକୂଳ ରହିବ । ଶୁକ୍ର ଓ ଚନ୍ଦ୍ରଙ୍କ ପାରସ୍ପରିକ ବିଷମଦୃଷ୍ଟି ଯୋଗୁଁ ଅର୍ଥାଭାବ ନଥିଲେ ମଧ୍ୟ କର୍ମକ୍ଷେତ୍ରରେ ଆଶାତୀତ ସଫଳତା ପାଇପାରିବେ ନାହିଁ । କିନ୍ତୁ ଉତ୍ସାହର ସହ ସବୁ କାମ କରିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । କର୍ମକ୍ଷେତ୍ରରେ ସାଧାରଣ କଥାରୁ କଳହ କିମ୍ବା ମନାନ୍ତର ଘଟିବାର ଆଶଙ୍କା ଉତ୍ପନ୍ନ ହେବ । ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଆତ୍ମୀୟଙ୍କ ସହ ଆଲୋଚନା କରିପାରନ୍ତି । ବନ୍ଧୁଙ୍କ ନିକଟରୁ କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ନୂଆ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ସ୍ଵାସ୍ଥ୍ୟରେ ଉନ୍ନତି ସହ ମାନସିକ ସ୍ଥିତି କେତେକାଂଶରେ ଭଲ ରହିବ । ଯାତ୍ରା ସମୟରେ ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମନରେ ଆତ୍ମବିଶ୍ଵାସ ରଖନ୍ତୁ; ଆଜି ରାହୁଯୁକ୍ତ ଚନ୍ଦ୍ର ହେତୁ ଯେକୌଣସି କାର୍ଯ୍ୟ କରିଲେ ସଫଳତା ଶୀଘ୍ର ମିଳିବ ନାହିଁ । କର୍ମକ୍ଷେତ୍ରରେ ନୂତନ ଯୋଜନାରମ୍ଭ କିମ୍ବା ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇପାରିବ । ଆଶା କରୁଥିବା ଦିଗରୁ କିଛି ପାଇବା ପଛରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପରୋକ୍ଷ ସାହାଯ୍ୟ ରହିବ । ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ଅଫିସରେ କାର୍ଯ୍ୟଭାର ଅଧିକ ରହିଲେ ମଧ୍ୟ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସହଯୋଗରେ କାର୍ଯ୍ୟକୁ ଯଥାଶୀଘ୍ର ସମ୍ପନ୍ନ କରିବାରେ ସମର୍ଥ ହେବେ । ବନ୍ଧୁମାନଙ୍କ ନିମନ୍ତ୍ରଣକ୍ରମେ ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇପାରନ୍ତି । ଯେତେ ଭଲ କଥା କହିଲେ ମଧ୍ୟ ପୂର୍ବର କଳହକୁ ନେଇ ପଡୋଶୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ । ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ଵର ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଜି ମନରେ ବିଭିନ୍ନ ପ୍ରକାର ଅଯଥା ଆଶଙ୍କା ଉଙ୍କି ମରିବ । ବୁଧଙ୍କ ଦୁର୍ବଳତା କାରଣରୁ କର୍ମକ୍ଷେତ୍ରର ଗୁରୁଦାୟିତ୍ୱ ସାମୟିକ ବିଚଳିତ ଅନୁଭବ କରିବେ । କର୍ମଜଞ୍ଜାଳ ବୃଦ୍ଧି ପାଇବା କାରଣରୁ ମାନସିକ ସ୍ତରରେ ଏକାଗ୍ରତା ଭଙ୍ଗ ପାଇପାରେ । ବ୍ୟବସାୟରେ ଲାଭ ପାଇଲେ ମଧ୍ୟ ତାହା ଅନ୍ୟ ବାଟରେ ବ୍ୟୟ ହେବାର ସୂଚନା ରହିଛି । ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢି ସମସ୍ୟାକୁ ଦ୍ୱିଗୁଣିତ କରିବ । ପୈତୃକ ସମ୍ପତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ । ବିବାଦୀୟ ଘଟଣାରେ ମୁଣ୍ଡ ପୁରନ୍ତୁ ନାହିଁ, ଅନ୍ୟଥା ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଗ୍ରସ୍ତ ହେବେ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ ଓ ସାହାଯ୍ୟ ସହଯୋଗ ଅବଶ୍ୟ ମିଳିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜି ଭାଗ୍ୟର ସହଯୋଗରେ ନିର୍ମାଣଧୀନ ଯୋଜନାରେ ଅଗ୍ରସର କରିବେ । ରାଶିରେ ମଙ୍ଗଳର ପ୍ରଭାବ ଯୋଗୁଁ ଅର୍ଥ ଲାଭ ପାଇଁ କ୍ଷେତ୍ର ପ୍ରସ୍ତୁତ କରିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ଉନ୍ନତି ସହ ବୈଷୟିକ ସୁଖ, ସମୃଦ୍ଧି ବୃଦ୍ଧି ପାଇବ ଓ ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ । କୌଣସି ନୂତନ କର୍ମାରମ୍ଭ କରିବା ପାଇଁ ଯୋଜନା କରିବେ । ଅଫିସରେ ଏକ ସାଧାରଣ କଥାକୁ ନେଇ ତର୍କବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ଆଲୋଚନା ପରିସରରେ ସହକର୍ମୀ କିମ୍ବା ବନ୍ଧୁଙ୍କ ସହ ବିତର୍କ ସୃଷ୍ଟି ହୋଇପାରେ । ସାମାଜିକ କ୍ଷେତ୍ରରେ ପରିସ୍ଥିତିରେ ପଡି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ଈର୍ଷାନ୍ୱିତ ହୋଇ ଖଳପ୍ରକୃତି ଲୋକମାନେ ଆପଣଙ୍କ କାର୍ଯ୍ୟର ବିରୁଦ୍ଧାଚରଣ କରିପାରନ୍ତି । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭଦ୍ରକାଳୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଉଚ୍ଚ ଆଶା ନେଇ ଦିନଚର୍ଯ୍ୟା ଆରମ୍ଭ କରିବେ । ଗ୍ରହସ୍ଥିତିର ସାମ୍ୟତା ଆପଣଙ୍କ ଦିନଚର୍ଯ୍ୟା ସକାଶେ ଶୁଭଙ୍କରୀ ରହିବ । କର୍ମକ୍ଷେତ୍ରରେ ମିତ୍ର ବନ୍ଧୁମାନଙ୍କ ଦ୍ୱାରା ଅର୍ଥ ଓ ସମ୍ମାନ ଲାଭ କରିବେ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି । ଆନୁଷ୍ଠାନିକ କାମରେ ଅବହେଳା ଓ ଅଫିସର ସ୍ଥଗିତ କାର୍ଯ୍ୟ ଯୋଗୁଁ ନାନା ପ୍ରକାର ପ୍ରତିବନ୍ଧକର ସମ୍ମୁଖୀନ କରି ବ୍ୟସ୍ତତା ବୃଦ୍ଧି ପାଇବ । ସଭାସମିତିରେ ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ଗୃହ, ଜମିଜମା, ବାଦବିବାଦ, କୋର୍ଟ କଚେରି ମାମଲାରେ ଆଶାଜନକ ଫଳ ପାଇବେ । ମତାନ୍ତର ଲାଗି ପାରିବାରିକ କ୍ଷେତ୍ରରେ ଅଶାନ୍ତି ଆସିବ । ସ୍ଵାସ୍ଥ୍ୟଗତ ସମସ୍ୟା ମନକୁ ବିଚଳିତ କରିପାରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କୁ ମାଧ୍ୟମ ଫଳ ପ୍ରଦାନ କରିବା । ରାଶିରେ ରବି ଓ ବୁଧଙ୍କ ସ୍ଥିତି ଯୋଗୁଁ କୌଣସି ନୂତନ କର୍ମାରମ୍ଭ କରିପାରନ୍ତି । କିନ୍ତୁ ବ୍ୟବସାୟ, ବାଣିଜ୍ୟରେ କେତେକ ସମସ୍ୟାକୁ ବାଦ୍ ଦେଲେ କର୍ମକ୍ଷେତ୍ରରେ ସ୍ଥିତି ଭଲ ରହିବ । କାରବାରରେ ସ୍ଥିତି ଭଲ ରହିଲେ ମଧ୍ୟ ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ଅଫିସରେ ଅପ୍ରିୟ ସତ୍ୟ ଭାଷଣ ସମସ୍ୟା ସୃଷ୍ଟିର କାରଣ ହୋଇପାରେ । ସହକର୍ମୀଙ୍କ ସହାୟତାରେ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । ଅବିବାହିତଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିବ । ପାରିବାରିକ ସମସ୍ୟା ଥିଲେ ମଧ୍ୟ ବିଶେଷ କିଛି ଗୁରୁତର ହେବନାହିଁ । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ବିବ୍ରତ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବାରେ ସମର୍ଥ ହେବେ । କର୍ମାଧିପ ଉଚ୍ଚରୋହୀ ହୋଇଥିବାରୁ କାର୍ଯ୍ୟସିଦ୍ଧି ସଙ୍ଗକୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇପାରନ୍ତି । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟ ବାଣିଜ୍ୟ ଓ ପରିବହନକ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ । କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବଂ ତହିିଁରେ ସନ୍ତୋଷଜନକ ଫଳ ପାଇବେ । ଆଲୋଚନା ପରିସର ଓ ସଭାସମିତିରେ ସମସ୍ୟା ସମାଧାନର ମାର୍ଗ ଖୋଜି ବାହାର କରିବାରେ ସମର୍ଥ ହେବେ । ଅପରାହ୍ନରେ ପ୍ରତିକ୍ଷିତ ଖବରଟି ଶୁଣି ଖୁସି ହୋଇଯିବେ । ସମ୍ପର୍କୀୟମାନଙ୍କ ସାହାଯ୍ୟରେ ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ । ଦାମ୍ପତ୍ୟ ଜୀବନରେ ପରସ୍ପରକୁ ସହଯୋଗ କରିବେ ଓ ପରସ୍ପର ମଧ୍ୟରେ ଭାବର ଆଦାନ-ପ୍ରଦାନ କରିବେ, ଯାହାଫଳରେ ସମ୍ପର୍କ ମଜବୁତ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଭଗବାନଙ୍କୁ ସ୍ମରଣ କରନ୍ତୁ; ଦିନଟି ଭଲରେ କାଟିବ । ରାହୁଙ୍କ ସ୍ଥିତି ଜନିତ ଭୁଲ୍‌ ନିଷ୍ପତି ଗ୍ରହଣ କରି ବିବାଦ ଭିତରକୁ ଟାଣି ହୋଇ ପାରନ୍ତି । ସମସ୍ୟା ଲାଗି ରହିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ଆବଶ୍ୟକୀୟ ସାହାଯ୍ୟ ପାଇବାରେ କୌଣସି ଅସୁବିଧା ହେବ ନାହିଁ । ଅଫିସରେ ସହକର୍ମୀ ଜଣକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । ସାମାଜିକ ସ୍ତରରେ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆର୍ଥିକସ୍ଥିତି ପୂର୍ବପରି ରହିବ । ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ । କୌଣସି ବିବାଦୀୟ ପରିସ୍ଥିତିରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ଆଧ୍ୟାତ୍ମିକ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସତ୍-ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ । କର୍ମକ୍ଷେତ୍ରରେ ଗୁଜବ ମାନସିକ ସ୍ଥିରତାକୁ ବିକ୍ଷିପ୍ତ କରିପାରେ । କର୍ମକ୍ଷେତ୍ରରେ ପରିବାର ସଦସ୍ୟଙ୍କ ସହଯୋଗ ପାଇବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ଶ୍ରୀଗଣେଶ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଏକାଦଶସ୍ଥ ଏକାଧିକଗ୍ରହ ହେତୁ ଗତକାଲିଠାରୁ ଯେଉଁ ଜିନିଷର ଅଭାବ ଥିଲା ତାହା ସୁବିଧାରେ ପୂରଣ ହୋଇଯିବ । ବ୍ୟବସାୟ, ବାଣିଜ୍ୟ ଓ ଆଜିର ଯାତ୍ରାରେ ସାମାନ୍ୟ ହଇରାଣ ହରକତ ହେବାକୁ ପଡ଼ିପାରେ । ବ୍ୟବସାୟରେ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ଗ୍ରହଣ କରି ନୂଆ ସମ୍ଭାବନାର ଅନ୍ୱେଷଣ କରିପାରନ୍ତି । ବନ୍ଧୁଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟମାନେ ଆପଣଙ୍କ ପରାମର୍ଶ ଲୋଡ଼ି ପାରନ୍ତି । ଅତୀତର କେତେକ ଘଟଣାକୁ ମନେ ପକାଇ ସାମୟିକ ଉଦାସ ରହିବେ । ଛୋଟ ଛୋଟ ଘଟଣାକୁ ବାଦ୍‌ ଦେଲେ ପାରିବାରିକ ପରିସ୍ଥିତି ପ୍ରାୟତଃ ଭଲ ରହିବ । ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍ ରୋଗ ଯୋଗୁଁ ଚିନ୍ତିତ ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

Leave a Reply

Your email address will not be published. Required fields are marked *