15 ମଇ 2021, ଶନିବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ ଶନିଦେବଙ୍କ ଆଶୀର୍ବାଦ ରହିବ । ସମସ୍ତ ବାଧାବିଘ୍ନ ଦୂର ହେବ ସହ

15 ମଇ 2021, ଶନିବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ ଶନିଦେବଙ୍କ ଆଶୀର୍ବାଦ ରହିବ । ସମସ୍ତ ବାଧାବିଘ୍ନ ଦୂର ହେବ ସହ

15 ମଇ 2021, ଶନିବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ ଶନିଦେବଙ୍କ ଆଶୀର୍ବାଦ ରହିବ । ସମସ୍ତ ବାଧାବିଘ୍ନ ଦୂର ହେବ ସହ କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପାଇବେ ।

ଆଜି ଆମେ ଆପଣଙ୍କୁ ୧୫ ମଇ ୨୦୨୧ ଶନିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ପୂଜାର୍ଚ୍ଚନାରେ ମନୋନିବେଶ କରନ୍ତୁ । ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡିବ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡିପାରେ । କୌଣସି ବ୍ୟକ୍ତି ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ପରିବାର ଓ ସହଧର୍ମୀଙ୍କ ତରଫରୁ ସହଯୋଗର ଅଭାବ ରହିବ ନାହିଁ । ପ୍ରିୟବନ୍ଧୁଙ୍କ ଆକସ୍ମିକ ଉପସ୍ଥିତି ଯୋଗୁ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଅଭାବନୀୟ ପରିସ୍ଥିତି ଥିଲେ ମଧ୍ୟ ଧୌର୍ଯ୍ୟ ଧରି କାମ କରିବେ ଓ ସଫଳତା ମଧ୍ୟ ପାଇବେ । ଆଜିର ବିବାଦୀୟ ପରିସ୍ଥିତିରେ ନିଜର ଯୁକ୍ତିଯୁକ୍ତ ମନ୍ତବ୍ୟ ଦେଇ ପ୍ରଶଂସିତ ହେବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ସାମାନ୍ୟ ମାନ୍ଦା ରହିବ । ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ । ସାମାଜିକ କାର୍ଯ୍ୟରେ ସହଭାଗିତା କରିପାରନ୍ତି । ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, କାରଣ ଏହି ଦିଗପ୍ରତି ଧ୍ୟାନ ଦେଲେ ନିଜ ଲୋକଙ୍କୁ ସନ୍ଦେହ କରିବେ । ସାଂଗଠନିକ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ନିର୍ମାଣ, ଜମିଜମା କ୍ଷେତ୍ର କିମ୍ବା ମାଲିମକଦ୍ଦମା କ୍ଷେତ୍ରରେ ସଫଳତା ହାସଲ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ଭୋଳାନାଥ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଖଟାମିଠା ଲାଗିବ । ମନରେ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ରହିବ । କର୍ମକ୍ଷେତ୍ରରେ ଛୋଟଛୋଟ କଥାକୁ କେନ୍ଦ୍ରକରି ମାନସିକ ଦ୍ୱନ୍ଦ୍ୱ ଲାଗିରହିପାରେ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ ଓ ଅପରପକ୍ଷରେ ସହକର୍ମୀଙ୍କ ଅସହଯୋଗ ମନୋଭାବ କାମ କରିବାକୁ ନିରୂତ୍ସାହିତ କରିବ । ଜନହିତକର କାର୍ଯ୍ୟରେ ଯୋଗ ଦେଇପାରନ୍ତି । କିନ୍ତୁ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ପାରିବାରିକ ସମସ୍ୟାର ସମାଧାନ ଘଟିବ, କିନ୍ତୁ ଏଥିପାଇଁ ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡ଼ିବ । କାନକୁହା କଥା ଶୁଣି ପରିବାରରେ ପାରସ୍ପରିକ ସନ୍ଦେହ ଭାବ ଜାଗ୍ରତ ହୋଇପାରେ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ କଳହ ସୃଷ୍ଟି ହେବାର ଆଶଙ୍କା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଜିର କର୍ମକ୍ଷେତ୍ରରେ ମନ ବୁଝିଲା ଭଳି କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ । କର୍ମକ୍ଷେତ୍ରରେ ପୂର୍ବ ଯୋଜନା ଅନୁଯାୟୀ କର୍ମକ୍ଷେତ୍ରରେ ଆଶାନୁରୂପକ ଫଳ ପାଇବେ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ ଓ ଅପରପକ୍ଷରେ ସହକର୍ମୀଙ୍କ ଅସହଯୋଗ ମନୋଭାବ କାମ କରିବାକୁ ନିରୂତ୍ସାହିତ କରିବ । ସତର୍କତା ଅଭାବରୁ ଆଜି ଭଲ ରୂପେ ନ ବୁଝି ନ ଶୁଝି ସରଳ ବିଶ୍ୱାସ କରି ଠକାମିର ଶିକାର ହୋଇପାରନ୍ତି । ଜନହିତକର କାର୍ଯ୍ୟରେ ଯୋଗ ଦେଇପାରନ୍ତି । କିନ୍ତୁ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । କାନକୁହା କଥା ଶୁଣି ପରିବାରରେ ପାରସ୍ପରିକ ସନ୍ଦେହ ଭାବ ଜାଗ୍ରତ ହୋଇପାରେ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ କଳହ ସୃଷ୍ଟି ହେବାର ଆଶଙ୍କା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ଲାଗି ନୂଆ ସମ୍ଭାର ନେଇଆସିଛି । ଅର୍ଥର ଅଭାବ ଲାଗି ରହିଥିଲେ ମଧ୍ୟ ଆବଶ୍ୟକତା ଠିକ୍‌ ସମୟରେ ପୂରଣ ହୋଇଯିବ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ । କୌଣସି ସଭାସମିତି କାର୍ଯ୍ୟରେ ସାମିଲ ହୋଇପାରନ୍ତି । ଦକ୍ଷତା ଓ ସଚ୍ଚୋଟତା ହେତୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ସତର୍କତା ଅଭାବରୁ ଆଜି ଭଲ ରୂପେ ନ ବୁଝି ନ ସୁଝି ସରଳ ବିଶ୍ୱାସ କରି ଠକାମିର ଶିକାର ହୋଇପାରନ୍ତି । ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବା ସକାଶେ ନିଜକୁ ଖାପଖୁଆଇ ଚଳିବ ଭଲ । ବାଦବିବାଦରେ ମଧ୍ୟସ୍ଥା କରନ୍ତୁ ନାହିଁ, ଅନ୍ୟଥା ଅପଦସ୍ଥା ହେବାକୁ ପଡିବ । ଶୁଭରଙ୍ଗ:ଲାଲ । ଆରାଧନା: ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଚିନ୍ତିତ ରହିଲେ ମଧ୍ୟ କୌଣସି କାର୍ଯ୍ୟ ଅଟକିବ ନାହିଁ । ସ୍ଵସ୍ଥ୍ୟ ଓ କର୍ମକ୍ଷେତ୍ରର ସମସ୍ୟାକୁ ସୁଧାରି ନେବାରେ ସାହାଯ୍ୟ କରିବେ । କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ କିନ୍ତୁ ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ । ନୂତନ କର୍ମାରମ୍ଭ କରିବା ନିମନ୍ତେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ସାମାଜିକ କ୍ଷେତ୍ରରେ ସମ୍ମାନ ପାଇବେ । କୌଣସି ବିବାଦୀୟ ଘଟଣାକୁ ନେଇ ମାନସିକ ଅବସାଦ ବୃଦ୍ଧି ପାଇପାରେ । ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଭଲ ସମ୍ପର୍କ ଥିବା ବନ୍ଧୁ ଜଣକ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କୁ ଭୁଲ୍ ବୁଝିପାରନ୍ତି । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା କପିଳାସ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ଲାଗି ଅନୁକୂଳ । ସ୍ଵାସ୍ଥ୍ୟ ସମସ୍ୟା ସୁଧୁରିଯିବା କାରଣରୁ ସାମୟିକ ଖୁସୀ ରହିବେ । କର୍ମକ୍ଷେତ୍ରରେ ସ୍ଥଗିତ ଥିବା କାମ ବନ୍ଧୁଙ୍କ ସାହାଯ୍ୟରେ ସଂପୂର୍ଣ୍ଣ କରିନେବେ ଓ ବନ୍ଧୁଙ୍କ ସାହାଯ୍ୟ ନେଇ ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ । ଅଫିସ ପରିସରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି । ମଧ୍ୟାହ୍ନରେ ଭୁଲ୍‌ ଖବର ପାଇ ସାମୟିକ ବିବ୍ରତ ହୋଇପାରନ୍ତି । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ଭଲ ହେବ । ଘରୋଇ କଥାକୁ କେନ୍ଦ୍ର ମନରେ ବିଭିନ୍ନ ପ୍ରକାର ଆଶଙ୍କା ଉପୁଜିବାର ସମ୍ଭାବନା ରହିଛି । ପୂରାତନ ରୋଗର ପାଦୁର୍ଭାବ ବଢିପାରେ, ତେଣୁ ସ୍ୱାସ୍ଥ୍ୟକୁ ସତର୍କ ରୁହନ୍ତୁ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଶୁଭଦାୟକ ରହିବ । କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ । ଅନ୍ୟପକ୍ଷରେ ସହକର୍ମୀଙ୍କ ଖାମଖିଆଲ ମନୋବୃତ୍ତି ଯୋଗୁଁ ମନରେ ବିରକ୍ତିଭାବନା ଜାତ ହେବେ । ଅଫିସରେ ଚେଷ୍ଟା କରୁଥିବା କାମରେ ଉଚ୍ଚବର୍ଗଙ୍କ ସାହାଯ୍ୟ ମିଳିବ । ଉଚ୍ଚାଧିକାରୀଙ୍କ ଆଦେଶରେ ଇଚ୍ଛା ନଥିଲେ ମଧ୍ୟ କେତେକ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ସାମାଜିକ ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଆର୍ଥିକ ଦିଗରୁ ସନ୍ତୋଷଜନକ ଫଳ ପାଇବେ । ପାରିବାରିକ ଶାନ୍ତି ଓ ସୁସ୍ଥତା ସାମାନ୍ୟ ବ୍ୟାହତ ହେଲେ ମଧ୍ୟ ପରବର୍ତ୍ତୀ ସମୟରେ ସବୁ କିଛି ଠିକ୍‌ ହୋଇଯିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ଆଜି ଶୁକ୍ର ରାଶିର ତୃତୀୟସ୍ଥ ସ୍ଥାନ ଅବସ୍ଥାନ କରିଥିବା ଯୋଗୁଁ ସମାଜର ବରିଷ୍ଠ ଓ ସମ୍ମାନନୀୟ ବ୍ୟକ୍ତିଙ୍କ ସହଯୋଗ ପାଇବେ । ବ୍ୟବସାୟ ଓ ବାଣିଜ୍ୟରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିଦ୍ୱନ୍ଦ୍ୱିତା ଦେଖାଦେବାର ସମ୍ଭାବନା ରହିଛି । ବନ୍ଧୁ ଓ ସହକର୍ମୀଙ୍କ ଦ୍ଵାରା କର୍ମକ୍ଷେତ୍ର ସହ ଜଡିତ ସମସ୍ୟାକୁ ସମାଧାନ କରିନେବେ । ଅଫିସରେ ଉଚ୍ଚାଧିକାରୀଙ୍କ ସହଯୋଗରେ ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । କିନ୍ତୁ ତରବାରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ପାରିବାରିକ ସମସ୍ୟାକୁ ନେଇ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଖୁସୀ ଅନୁଭବ କରିବେ । ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ଶୁଭରଙ୍ଗ: ଆକାଶିଆ ନୀଳ । ଆରାଧନା: ମାଆ ଦୁର୍ଗା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଜି ଆପଣ ଯାହାକୁ ଯାହା ମାଗିବେ ସେହି ବ୍ୟକ୍ତି କଦାପି ମନା କରିବ ନାହିଁ । ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରି ସମାଧାନରେ ଉପନୀତ ହୋଇପାରନ୍ତି । ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ । ଚାକିରୀ କ୍ଷେତ୍ରରେ ବହୁତ କଷ୍ଟ ଓ କଠିନ ପରିଶ୍ରମ କଲେ ସଫଳତାପୂର୍ଣ୍ଣ ଫଳ ପ୍ରାପ୍ତ କରିବେ । ଆର୍ଥିକ ସ୍ଥିତି ମଜଭୁତ ହେବ । କର୍ମକ୍ଷେତ୍ରରେ ପରସ୍ପର ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ । ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ । ପ୍ରକୃତ ଘଟଣା ନବୁଝି ପାଖପଡୋଶୀ କିମ୍ବା ଉପରିସ୍ଥ କର୍ମଚାରୀ କ୍ରୋଧ ପ୍ରକାଶ କରିପାରନ୍ତି । ଅବଶ୍ୟ ପରିବାରର ଲୋକମାନେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଭୁଲ୍‌ ବୁଝିପାରନ୍ତି । ଅନ୍ୟମାନଙ୍କ କଥାକୁ ବିଶ୍ୱାସ କରି ଗୃହରେ କଳହ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ବାଦାମି । ଆରାଧନା: ହନୁମାନ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଉନ୍ନତିର ଅଗ୍ରସ ପଥରେ ଅତିକ୍ରମ କରିବେ କିନ୍ତୁ ପରୋକ୍ଷ ଶତ୍ରୁତା ଯୋଗୁଁ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ ସିନା ଶୁଭଫଳ ପାଇପାରିବେ ନାହିଁ । ଆଜି ପରିସ୍ଥିତିକୁ ଯେତିକି ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବ ନାହିଁ । ଅଫିସରେ ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ପାଇବା ଦ୍ଵାରା ମନରେ ଉତ୍ସାହ ବଢିବ । ଅପରାହ୍ନରେ ସରକାର କାର୍ଯ୍ୟାଳୟରେ ଆବେଦନ କରିଥିବା କାର୍ଯ୍ୟର ଶୁଭଖବର ଶୁଣିବାକୁ ପାଇବେ । ଆର୍ଥିକ ସମସ୍ୟା ଦୂରେଇବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିପାରନ୍ତି । ନିକଟ ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ ଏହି ଆଶା ନେଇ ପାଖତଡ ମାଡିବେ ନାହିଁ । ପାରିବାରିକ କ୍ଷେତ୍ରରେ ଅତୀତର କେତେକ ବିଷୟକୁ ପର୍ଯ୍ୟାଲୋଚନା କରି ଅନ୍ୟମନସ୍କ ରହିବେ । ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ : ମେରୁନ । ଆରାଧନା : ବାବା ଭୋଳାନାଥ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ବନ୍ଧୁଙ୍କ ଦ୍ଵାରା ଆୟୋଜିତ କୌଣସି କାର୍ଯ୍ୟରେ ଯୋଗଦେବେ । ରାଶିରେ ଦ୍ୱାଦଶଚନ୍ଦ୍ର ହେତୁ ଭୁଲ୍‌ ନିଷ୍ପତ୍ତି ନେଇ ପଶ୍ଚାନ୍ତେ ଅନୁତାପ କରିବେ । ଅବଶ୍ୟ କର୍ମକ୍ଷେତ୍ରରେ ସାମାନ୍ୟ ବିଳମ୍ବିତ ସମୟରେ କାର୍ଯ୍ୟ ସମ୍ପାଦନ ହେବ ଓ ଚେଷ୍ଟା କରୁଥିବା ଦିଗରୁ ଆର୍ଥିକ ସହାୟତା ପାଇ ଖୁସି ମଧ୍ୟ ହେବେ । ନୂତନ ବ୍ୟବସାୟ ଆରମ୍ଭ କଲେ ଲାଭବାନ ହେବେ । ଅଫିସରେ ସହକର୍ମୀଙ୍କ ସହଯୋଗରେ କାର୍ଯ୍ୟ ତ୍ୱରାନ୍ୱିତ କରିବେ କିନ୍ତୁ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକଳାପକୁ ତର୍ଜମା କରିବେ ଓ ଅଯଥାରେ ସମାଲୋଚିତ କରିବେ । ସାମାଜିକ ସ୍ତରରେ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ । ରାଜନୀତି, ସଭାସମିତି ତଥା ସାଙ୍ଗଠନିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ । ପରିବାରର ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ପାଇଁ ଚେଷ୍ଟା କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *