15 ଜୁନ୍ 2021, ମଙ୍ଗଳବାର :- ଆଜି ୮ଟି ରାଶିର ଲୋକଙ୍କୁ ଆର୍ଥିକ କ୍ଷେତ୍ରରେ ମିଳିବ ଲାଭ କିନ୍ତୁ ଦିନଚର୍ଯ୍ୟାରେ ସତର୍କ

15 ଜୁନ୍ 2021, ମଙ୍ଗଳବାର :- ଆଜି ୮ଟି ରାଶିର ଲୋକଙ୍କୁ ଆର୍ଥିକ କ୍ଷେତ୍ରରେ ମିଳିବ ଲାଭ କିନ୍ତୁ ଦିନଚର୍ଯ୍ୟାରେ ସତର୍କ

15 ଜୁନ୍ 2021, ମଙ୍ଗଳବାର :- ଆଜି ୮ଟି ରାଶିର ଲୋକଙ୍କୁ ଆର୍ଥିକ କ୍ଷେତ୍ରରେ ମିଳିବ ଲାଭ କିନ୍ତୁ ଦିନଚର୍ଯ୍ୟାରେ ସତର୍କ ରହିବାକୁ ପଡିବ ଏବଂ ପାରିବାରିକ କ୍ଷେତ୍ରରେ ସଦସ୍ୟ ବୃନ୍ଦଙ୍କ ସହାୟତା ଲାଭ କରି କର୍ମକ୍ଷେତ୍ରରେ ଉପକୃତ ପାଇବେ ।

ଆଜି ଆମେ ଆପଣଙ୍କୁ ୧୫ ମଇ ୨୦୨୧ ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଉଜ୍ଜ୍ଵଳମୟ ଭବିଷ୍ୟତ ନିମନ୍ତେ ଯୋଜନା ପ୍ରସ୍ତୁତ କରିବେ ଏବଂ ଯୋଜନାକୁ ଆଧାର କରି କାର୍ଯ୍ୟ କରିବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ କାରବାର ମଧ୍ୟମ ଧରଣ ରହିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ନୂତନ କାର୍ଯ୍ୟାରମ୍ଭ ପାଇଁ ମନରେ ଯେଉଁ ଉଚ୍ଚାଶା ବାନ୍ଧିଛନ୍ତି ତାହା ନିରର୍ଥକ ହେବ ନାହିଁ । ସରକାରୀ କର୍ମଚାରୀମାନେ, କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ ଏବଂ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାକୁ ପ୍ରାଧାନ୍ୟ ଦେବେ । ସଭାସମିତିରେ ବନ୍ଧୁଙ୍କ ଯୁକ୍ତି ଗ୍ରହଣ କରିବାକୁ ବାଧ୍ୟ ହେବେ । ପରିବାରରେ ଅଶାନ୍ତ ଦୂର କରିବାରେ ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡ଼ିବାର ସୂଚନା ରହିଛି । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଚର୍ଚ୍ଚିକା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । କୌଣସି କ୍ଷେତ୍ରରେ ମଧ୍ୟ ଆପଣ ଠିକ୍‌ ନିଷ୍ପତ୍ତି ନେଇ ପାରିବେ ନାହିଁ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବା ସତ୍ତ୍ୱେ ମଧ୍ୟ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା କଷ୍ଟକର ହୋଇପାରେ । ଅନ୍ୟପକ୍ଷରେ ପାରିବାରିକ ଜଞ୍ଜାଳ ଓ ଆତ୍ମୀୟ ସ୍ଵଜନଙ୍କ ବିରୁଦ୍ଧାଚରଣ ଯୋଗୁଁ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ଘଟଣାର ସାମ୍ନା କରିବାକୁ ପଡିପାରେ । ଅଫିସରେ ସହକର୍ମୀଙ୍କ ଅସହଯୋଗ କରିବା ସଙ୍ଗେସଙ୍ଗେ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚନା କରିବେ ଯାହାଫଳରେ ମନରେ କ୍ରୋଧଭାବ ଜାତ ହେବ । ସାମାଜିକ ସ୍ତରରେ ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡ଼ିପାରେ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖାଦେଇପାରେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ପ୍ରିୟ ବ୍ୟକ୍ତିଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ । ପ୍ରତିବନ୍ଧକ ଲାଗି ରହିବା କାରଣରୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ପରିସ୍ଥିତି ବଶତଃ ଧାର କରଜ କରିବାକୁ ବାଧ୍ୟ ହେବେ । ବିଭିନ୍ନ ପ୍ରକାର ସମସ୍ୟା ଓ ଅର୍ଥ ରୋଜଗାର କରିବାର ତତ୍ପରତା ଯୋଗୁଁ ଭାବୁଥିବା କାମଟିକୁ ଶେଷ କରି ପାରିବେ ନାହିଁ । ଚାକିରୀ କରୁଥିବା ବ୍ୟକ୍ତିମାନେ ନିଜ କାର୍ଯ୍ୟଦକ୍ଷତା ବଳରେ, ସମସ୍ତଙ୍କ ପ୍ରିୟପାତ୍ର ହେବେ ଓ ପ୍ରଶଂସାର ପତ୍ର ହେବେ । ଆଲୋଚନା କ୍ଷେତ୍ରରେ କିମ୍ବା ସଭାସମିତିରେ ସଫଳତା ପାଇବେ ନାହିଁ । ପରିସ୍ଥିତିର ଗୁରୁତ୍ୱ କାରଣରୁ ପରିବାରରେ ମତ ରଖିବାରେ ପଛେଇ ଯାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଜି ଆପଣ ନିଜର ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ପ୍ରୟାସ କରିବେ । ଯେଉଁ କାର୍ଯ୍ୟଟିକୁ ସଂପୂର୍ଣ୍ଣ କରିବା ପାଇଁ ଦୀର୍ଘ ଦିନ ହେଲା ପ୍ରୟାସ କରୁଥିଲେ ଆଜି ତାହା ବାସ୍ତବରେ ପରିଣତ ହେବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମଧ୍ୟମ ଧରଣର ରହିବ । ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ର କରି ଅଫିସରେ ସହକର୍ମୀଙ୍କ ସହ ସାମୟିକ ତିକ୍ତତା ଦେଖାଦେବ କିନ୍ତୁ ପରବର୍ତ୍ତୀ ସମୟରେ ତିକ୍ତତା ଜନିତ ମନାନ୍ତର ଦୂରେଇଯିବ । ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ପ୍ରଶାସନିକ ସ୍ଥିତି ବହୁତ ଭଲ ରହିବ ଏବଂ ଫଳପ୍ରଦ ଆଲୋଚନା କରିପାରନ୍ତି । ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପୂଜାର୍ଚ୍ଚନା ପାଇଁ ମନରେ ଆଗ୍ରହ ଜନ୍ମିବ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମାସନ୍ତୋଷ ଲାଭ କରିବେ । ବ୍ୟବସାୟ ସମ୍ବନ୍ଧୀୟ କଥାବାର୍ତ୍ତା ସଂଯୋମତା ରଖନ୍ତୁ; ନଚେତ ସମସ୍ୟାର ଜାଲରେ ଛନ୍ଦି ହୋଇପାରନ୍ତି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ଅଫିସରେ ଅପ୍ରିୟ ସତ କଥା କହି ସମସ୍ୟାକୁ ସୁଧାରିବାରେ ସକ୍ଷମ ହେବେ ସତ କିନ୍ତୁ ଅପ୍ରିୟ ସତ କହିବା ଫଳରେ ଆପଣାର ଲୋକଟି ହିଁ ଶତ୍ରୁ ପାଲଟିଯିବ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ କରିପାରନ୍ତି । ପାରିବାରିକ ସମସ୍ୟା ଯୋଗୁଁ ମାନସିକ ସ୍ତରରେ ବିଚଳିତ ହୋଇପଡିବେ କିନ୍ତୁ ସ୍ତ୍ରୀଙ୍କ ସହର୍ଦ୍ଧ୍ୟ ଲାଭ କରି ମନୋବଳ ବୃଦ୍ଦି ପାଇବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଶତ୍ରୁତା କରୁଥିବା ବ୍ୟକ୍ତିମାନେ ମନରେ ଛଳକପଟ ରଖି ମିତ୍ରତାର ହାତ ବଢାଇବେ । ତେଣୁ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ଅଯଥା ବାଦବିବାଦ କିମ୍ବା ଯୁକ୍ତିତର୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବ । କୌଣସି ନୂତନ କାର୍ଯ୍ୟାରମ୍ଭ କରିବା ପାଇଁ ମନରେ ନୂଆ ଯୋଜନା ଆସିବ । ଅଫିସର ସହକର୍ମୀମାନେ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରି ମଜାମଉଜରେ ଦିନଟି ଅତିବାହିତ କରିବେ । ସଭାସମିତିରେ କିମ୍ବା ଆଲୋଚନା ପରିସରରେ ମୌନ ରହି ଅନ୍ୟର ମନ୍ତବ୍ୟକୁ ଶୁଣନ୍ତୁ, କାହିଁକି ନା ଆପଣଙ୍କ ଯେତେ ଯାହା କହିଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ଯୁକ୍ତିକୁ ତୁଛ ମଣିବେ । କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରଣ ରଖନ୍ତୁ । ପାରିବାରିକ ଦିଗରୁ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ । ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସଜାସଜିରେ ବ୍ୟସ୍ତ ରହିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମଧୁର ବାକ୍ୟାଳାପ ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ । ଆଶା କରୁଥିବା ଦିଗରୁ ସହକର୍ମୀମାନଙ୍କ ସାହାଯ୍ୟ ପାଇବେ ଓ ସ୍ଥଗିତ ଥିବା କାର୍ଯ୍ୟକୁ ସାଧନ କରିବାରେ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ କର୍ମକ୍ଷେତ୍ରରେ ତରବାରିଆ ହୋଇ କୌଣସି ପଦକ୍ଷେପ ନେଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଫିସରେ ବାତାବରଣ ମଧ୍ୟରେ ଦିନଟି ଅତିବାହିତ କରିବେ । ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ବିବାଦୀୟ ଘଟଣାରେ କୈାଣସି ପକ୍ଷ ସମର୍ଥନ କରିବା ଠିକ୍‌ ହେବ ନାହିଁ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶାରୀରିକ ଅସୁସ୍ଥତା କର୍ମକ୍ଷେତ୍ରରେ ଅବରୋଧ ସୃଷ୍ଟି କରିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ବଙ୍କେଶ୍ଵରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ ସରସତା ରହିବ ନାହିଁ । ବୃତ୍ତିଗତ କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଲେ ମଧ୍ୟ ତାହାର ସରଳ ସମାଧାନ କରିବାକୁ ଉପାୟ ବାହାର କରିବାରେ ସଫଳ ହେବେ । ବ୍ୟବସାୟିକ କାରବାର ବୃଦ୍ଧି ପାଇବ ଏବଂ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ତର୍ଜମା କରିପାରନ୍ତି ଏବଂ ଅଯଥାରେ ଭୁଲ୍ ବାହାର କରି ସମାଲୋଚତ କରିବେ । ଅବଶ୍ୟ ସମାଜରେ ଆପଣଙ୍କ ସ୍ଥିତି ମଜବୁତ ରହିବ ଓ ଜନକଲ୍ୟାଣ କାର୍ଯ୍ୟ କରି ପ୍ରଶଂସିତ ହେବ । ସରକାରୀ ସ୍ତରରୁ ଆଶା କରୁଥିବା ଖବର ପାଇ ଖୁସି ହେବେ । ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ପାରିବାରିକ ସମସ୍ୟାର ଆପୋଷ ଆଲୋଚନା ଦ୍ୱାରା ସମାଧାନ ହୋଇଯିବ । ସନ୍ତାନଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ସାମୟିକ ଚିନ୍ତିତ ରହିବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ବାବା କପିଳାସ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଅନ୍ୟମାନଙ୍କ କାର୍ଯ୍ୟରେ ଅତ୍ୟଧିକ ସମୟ ଅତିବାହିତ କରି ନିଜ କାମକୁ ଅବହେଳା କରିବେ । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ନାନା ପ୍ରକାର ସମସ୍ୟା ସୃଷ୍ଟି କରିବ ଏବଂ ନିଜର ଅବହେଳା ଯୋଗୁଁ କେତେକ ସୁଯୋଗ ହାତ ଛଡା ମଧ୍ୟ ହୋଇପାରେ । ଅଫିସର ଫାଇଲ ସମ୍ବନ୍ଧୀୟ କାର୍ଯ୍ୟକୁ ସାମୟିକ ବିବ୍ରତ ରହିବେ । କିନ୍ତୁ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାରେ ସକ୍ଷମ ହେବେ । ସଂଗଠନ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । କୌଶଳପୂର୍ଣ୍ଣ କଥା କହି ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପରିବାର ଭିତରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆର୍ଥିକ ଦିଗରୁ ଆଜି ଦିନଟି ବହୁତ ଭଲ, ଫଳରେ ବିଭିନ୍ନ ସୂତ୍ରରୁ ରୋଜଗାର କରିବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପକ ଫଳ ପାଇବେ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଅଫିସ ପରିସରରେ ନିମ୍ନସ୍ଥ କର୍ମଚାରୀ ଠାରୁ ଉଚ୍ଚାଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ । ଆନୁଷ୍ଠାନିକ କାମ, ସଭାସମିତି, ଓ ଚୁକ୍ତିପତ୍ରରୁ ଶୁଭଫଳ ପାଇବେ । ସେୟାର ବଜାରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ବନ୍ଧୁଙ୍କଠାରୁ କାୈଣସି ଖବର ପାଇ ଖୁସି ହେବେ । ପାରିବାରିକ କ୍ଷେତ୍ରରେ ଭୁଲ୍ ବୁଝାମଣାରୁ ଅଶାନ୍ତିର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି । ଦାମ୍ପତ୍ୟ ଜୀବନରେ ଉତ୍ଥାନପତନ ଲାଗିରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ସନ୍ତୋଷୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦୀର୍ଘ ଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ । କର୍ମକ୍ଷେତ୍ରରେ ସଫଳତା ହାସଲ କରିବାରେ କୌଣସି ଅସୁବିଧା ରହିବ ନାହିଁ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପାଇ ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ । ଆପଣଙ୍କ କାର୍ଯ୍ୟକୁ ଉଚ୍ଚଧିକାରୀ କୈଫତ୍ ମାଗିପରାନ୍ତି । ସାମାଜିକ ସ୍ତରରେ ନୀଚ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । ନିଜର କ୍ରୋଧ ଯୋଗୁଁ ଆଜି ସଭାସମିତି କିମ୍ବା ଅଫିସର ଆଲୋଚନା ପରିସରରେ ଅପମାନିତ ହେବାକୁ ପଡିବ । ରୋଗ ଓ ପରୋକ୍ଷ ଶତ୍ରୁତା ମାନସିକ ଦୁଶ୍ଚିନ୍ତାର କାରଣ ହେବ । ଆର୍ଥିକ ସମ୍ପର୍କୀୟ କୌଣସି ଚୁକ୍ତିପତ୍ର ସ୍ଵାକ୍ଷର କରିପାରନ୍ତି । ଛୋଟିଆ ଛୋଟିଆ ସମସ୍ୟାକୁ କେନ୍ଦ୍ର କରି ପରିବାରର ସଦସ୍ୟଙ୍କ ମଧ୍ୟରେ ମନାନ୍ତର ଦେଖାଦେଇପାରେ । ଦାମ୍ପତ୍ୟ ଜୀବନରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ପରସ୍ପରକୁ ସାହାଯ୍ୟ ସହଯୋଗ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାର୍ଯ୍ୟ ନେଇ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ବନ୍ଧୁ ଓ ସହକର୍ମୀମାନେ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ହାତ ବଢାଇବେ । ଆର୍ଥିକ ଅବସ୍ଥା ପୂର୍ବ ଅପେକ୍ଷା ଟିକେ ଭଲ ରହିବ । କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ଓ କେତେକାଂଶରେ ଉପକୃତ ମଧ୍ୟ ହେବେ । ଅଫିସରେ ସହକର୍ମୀଙ୍କ ସହ ପରସ୍ପର ପ୍ରତି ସହାନୁଭୂତି ପ୍ରଦର୍ଶନ କରି କାର୍ଯ୍ୟ କରିବେ, ଯାହାଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ଅନ୍ୟର ବ୍ୟକ୍ତିଗତ ମାମଲାରେ ମୁଣ୍ଡ ପୁରାନ୍ତୁ ନାହିଁ । ସନ୍ଧ୍ୟାରେ ପିଲାମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ପୁରାତନ ରୋଗର ପାଦୁର୍ଭାବ ଦେଖାଦେଇପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଗାୟତ୍ରୀ ।

Leave a Reply

Your email address will not be published. Required fields are marked *