15 ଜୁଲାଇ 2021 ଗୁରୁବାରର ରାଶିଫଳ :- ୬ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ମିଳିବ ଆଶାନୁରୂପକ ଫଳ । ସମାଜରେ ମାନସମ୍ମାନ

15 ଜୁଲାଇ 2021 ଗୁରୁବାରର ରାଶିଫଳ :- ୬ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ମିଳିବ ଆଶାନୁରୂପକ ଫଳ । ସମାଜରେ ମାନସମ୍ମାନ

15 ଜୁଲାଇ 2021 ଗୁରୁବାରର ରାଶିଫଳ :- ୬ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ମିଳିବ ଆଶାନୁରୂପକ ଫଳ । ସମାଜରେ ମାନସମ୍ମାନ ବୃଦ୍ଧି ପାଇବ ସହ ପରିବାରରେ ସୁଖଶାନ୍ତି ବଜାୟ ରହିବ ।

ଆଜି ଆମେ ଆପଣଙ୍କୁ ୧୫ ଜୁଲାଇ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ରରେ ଗ୍ରହମାନଙ୍କ ନିରନ୍ତନ ପରିବର୍ତ୍ତନ ହୋଇଥାଏ, ଏହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶି ଗୁଡିକ ଉପରେ ମଧ୍ୟ କିଛି ନା କିଛି ପ୍ରଭାବ ପଡିଥାଏ । ଯେତେବେଳେ ଗ୍ରହ ଗୁଡିକର ସ୍ଥାନ ପରିବର୍ତ୍ତନ ହୋଇଥାଏ, ରାଶି ଗୁଡିକ ଉପରେ ମଧ୍ୟ ଏହାର ଶୁଭଫଳ ପଡିଥାଏ । ଜୋତିଷଙ୍କ ଅନୁସାରେ ରାଶି ଗୁଡିକର ମହତ୍ତ୍ୱ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ରାଶିର ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ କୁହାଯାଇପାରେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ :

ଦିନଟି ପ୍ରେମଭାର ରହିବ । ରାଶିରେ ଚନ୍ଦ୍ରଥିବାରୁ ମାନସିକ ଦୃଷ୍ଟିକୋଣରୁ ସୁସ୍ଥ ଅନୁଭବ କରିବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ପୂର୍ବ ପ୍ରସ୍ତୁତ ଯୋଜନା ମୁତାବକ କାର୍ଯ୍ୟ କରିବେ ଓ ଯଥେଷ୍ଟ ଉପକୃତ ହେବେ । କର୍ମକ୍ଷେତ୍ରର ସମସ୍ୟାଗୁଡ଼ିକ ଆପଣା ଛାଏଁ ସୁଧାରିଯିବା କାରଣରୁ କାର୍ଯ୍ୟ କରିବା ନିମନ୍ତେ ମନରେ ଉତ୍ସାହ ବୃଦ୍ଧି ପାଇବ । ଅଫିସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି । ଈର୍ଷାଳୁ ଲୋକେ ଅସୁବିଧାରେ ପକାଇପାରନ୍ତି । ପାରିବାରିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ହେବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା କାରଣରୁ ସାମୟିକ ଆଶ୍ୱସ୍ତିଲାଭ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ବୃଷ :

ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ । ଭାଗ୍ୟସ୍ଥାନ ପ୍ରତି ଗ୍ରହଦୃଷ୍ଟି ପ୍ରଭାବରେ ଯେଉଁ କାମରେ ହାତଦେବେ ଅବଶ୍ୟ ସଫଳତା ପାଇବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବନାହିଁ । ବ୍ୟବସାୟିକ ଦୃଷ୍ଟିକୋଣରୁ ନୂତନ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇପାରେ । ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ କିମ୍ବା ବନ୍ଧୁ ଗହଣରେ ପ୍ରଶଂସିତ ହେବେ । ବନ୍ଧୁଙ୍କ ଅନୁରୋଧ ରକ୍ଷା କରି କୌଣସି ବୈଠକରେ ଯୋଗ ଦେଇପାରନ୍ତି । ଆଶା କରିଥିବା ଦିଗରୁ ଅର୍ଥ କିମ୍ବା ଶୁଭ ଖବର ପାଇ ଖୁସୀ ହେବେ । ପରିବାରିକ କ୍ଷେତ୍ରରେ ସୁଖଶାନ୍ତି ବଜାୟ ରହିବ କିନ୍ତୁ ସ୍ନାୟବିକ ଦୁର୍ବଳତା ଯୋଗୁଁ ମାନସିକ ସ୍ତରରେ ଚିନ୍ତିତ ରହିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ :

ମନରେ ଦୃଢ ଆତ୍ମବିଶ୍ଵାସ ରହିବ । ଆଜିର ବୁଧାଦିତ୍ୟ ଯୋଗ ପ୍ରଭାବରୁ ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ କରିବେ । ଅଙ୍ଗୁଳି ନିର୍ଦ୍ଦେଶରେ କାର୍ଯ୍ୟ ହାସଲ କରିନେବେ । କର୍ମକ୍ଷେତ୍ରରେ ସ୍ଥିତି ସୁଖଦମୟ ରହିବ । କାରବାର ମଧ୍ୟ ଭଲ ରହିବ । କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ଅଫିସରେ କୌଣସି ନୂତନ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ନିଜର କାର୍ଯ୍ୟଦକ୍ଷତା କାରଣରୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ଆଶା କରିଥିବା ଦିଗରୁ ଅର୍ଥ କିମ୍ବା ଶୁଭ ଖବର ପାଇ ଖୁସୀ ହେବେ । କିନ୍ତୁ ପ୍ରଶାସନିକ ସ୍ତରରେ ବୁଝାମଣା ନେଇ ତିକ୍ତତା ସୃଷ୍ଟି ହୋଇପାରେ । ପରିବାରିକ ସମସ୍ୟାକୁ ନେଇ ସହଧର୍ମୀଙ୍କ ସହ ମନାନ୍ତର ହୋଇପାରେ । ସ୍ଵାସ୍ଥ୍ୟ ସମସ୍ୟା ଲାଗିରହିବା କାରଣରୁ ମନରେ ସରସତା ରହି ନ ପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସୂର୍ଯ୍ୟଦେବ ।

କର୍କଟ :

ଆଜି କୌଣସି ସମସ୍ୟା ଆପଣଙ୍କୁ ବିଚଳିତ କରି ପାରିବ ନାହିଁ । ରାଶ୍ୟାଧିପତି ସ୍ବଗୃହସ୍ଥ ଯୋଗୁ କର୍ମକ୍ଷେତ୍ରରେ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ । ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଓ ପରୋକ୍ଷ ଶତ୍ରୁତା ଲାଗିଥିବା ସତ୍ତ୍ୱେ ଆପଣ ନିଜ କାମଗୁଡିକ ସହଜରେ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ଅଫିସରୁ ଆସିବା ବେଳକୁ ନିଜ ମନ ପସନ୍ଦର ଜିନିଷଟି କିଣିବାରେ ସମର୍ଥ ହେବେ । ବିନା ଖର୍ଚ୍ଚରେ କିମ୍ବା ସରଳ ଓ ସହଜରେ କୌଣସି କାମ ହାସଲ କରିବା ଆଜି ଦୁରୂହ ହୋଇପାରେ । ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନ କରିବାରେ ସମର୍ଥ ହେବେ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ସାମାନ୍ୟ ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ସମସ୍ୟା ଜାଣିଥିଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଶାରଳା ।

ସିଂହ :

ଆପଣଙ୍କ ବିଚାର ଧାରାରେ ପରିବର୍ତ୍ତନ ଆସିବ । ମାନସିକ ଅଶାନ୍ତି ସାଙ୍ଗକୁ ସ୍ଵାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ । ମନକଥା ମନରେ ଗୋପନ ରଖି ପିଠି ଥାପୁଡ଼େଇ କାମ ହାସଲ କରିବେ । ନିକଟସ୍ଥ ବ୍ୟକ୍ତି ବିଶେଷଙ୍କ ସାହାଯ୍ୟ ସହଯୋଗ ପାଇ କର୍ମକ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାର ସରଳ ସମାଧାନ କରିବାକୁ ଚେଷ୍ଟା କରିବେ । ବ୍ୟବସାୟରେ ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ । ବିଭିନ୍ନ ଲୋକଙ୍କ ସହିତ ଦେଖାସାକ୍ଷାତ କରିବେ ଯାହାଦ୍ୱାରା ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆନୁଷ୍ଠାନିକ କାର୍ଯ୍ୟରେ ଅଗ୍ରଗତି କରିବେ । ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ପାରସ୍ପରିକ ସହଯୋଗ ପରିବେଶକୁ ସରସ, ସୁନ୍ଦର କରିବାରେ ସହାୟକ ହେବ । ବୈବାହିକ ଜୀବନ ପ୍ରମମୟ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

କନ୍ୟା :

ପ୍ରତିକୂଳ ଗ୍ରହଙ୍କ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ର ଓ କାର୍ଯ୍ୟ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ରହିବ । ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଓ ଅଟକି ରହିଥିବା କାମକୁ ଶେଷ କରି ପାରିବେ । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଅସନ୍ତୁଷ୍ଟ ହୋଇପାରନ୍ତି । କେତେକ ଆକସ୍ମିକ ଅସୁବିଧା ଉପୁଜିବା କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ପରିବାର ସହ ସମୟ ଅତିବାହିତ କରିବେ । ଅଯଥାରେ ଖର୍ଚ୍ଚର ପରିମାଣ ବଢିବା କାରଣରୁ ମନରେ ସରସତା ରହିବ ନାହିଁ । ଜୀବନସାଥୀଙ୍କ ସହଯୋଗ ଓ ପ୍ରେରଣା ପାଇ କେତେକ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇ ପାରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ତୁଳା :

ଆପଣଙ୍କ ଆଖପାଖରେ ସୁଖଦ ବାତାବରଣ ରହିବ । କର୍ମଭାବସ୍ଥ ରାଶ୍ୟାଧିପତି ହେତୁ ବନ୍ଧୁମାନଙ୍କୁ ଉପଯୁକ୍ତ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ । ଅଫିସରେ ସହକର୍ମୀ ଓ ଅନ୍ୟାନ୍ୟ ଅଧିନସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ମଧ୍ୟାହ୍ନରେ ଉଚ୍ଚାଧିକାରୀଙ୍କ ଆଦେଶରେ ଅଧିନସ୍ଥ କର୍ମଚାରୀଙ୍କ କାର୍ଯ୍ୟକୁ ତଦାରଖ କରିବେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ସଭାସମିତି, ଆଲୋଚନା ପରିସରରେ ସମସ୍ତଙ୍କ ମନ୍ତବ୍ୟକୁ ଶୁଣିବା ହି ଶ୍ରେୟସ୍କର ହେବେ, ପାଟି ଖୋଲିରେ ମିତ୍ରମାନେ ମଧ୍ୟ ଶତ୍ରୁତା କରିପାରନ୍ତି । ପାରିବାରିକ ସମସ୍ୟା ସୁଧାର ଆସିବ । ବୈବାହିକ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ବିଛା :

ଦିନଟି ଆପଣଙ୍କ ଲାଗି ଅନୁକୂଳ । ମୁଖଭାବାଧିପତି କେନ୍ଦ୍ରସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ଅନ୍ୟକୁ ସନ୍ତୁଷ୍ଟ କରିବେ । ଆକସ୍ମିକ ଭାବେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ । କୌଣସି ଉନ୍ନତିମୂଳକ କାମ ଲାଗି ମୋଟାଅଙ୍କର ଅର୍ଥ ଆବଶ୍ୟକ ପଡ଼ିପାରେ । ଅଫିସରେ ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି । ବନ୍ଧୁଙ୍କ ଜରିଆରେ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସମାଜରେ ଜନହିତକର କାର୍ଯ୍ୟରେ ସହଭାଗିତା କରିବେ । ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ଶଙ୍କଟ ଭୋଗିବେ । ଆକସ୍ମିକ ଭାବରେ ଘରକୁ ବନ୍ଧୁବାନ୍ଧବଙ୍କ ଅପ୍ରତ୍ୟାଶିତ ଆଗମନ କାରଣରୁ ଖୁସି ହୋଇପାରନ୍ତି । କିନ୍ତୁ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟହାନୀ ମାନସିକ ଅଶାନ୍ତିର କାରଣ ହେବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ :

ମନରେ ସକାରାତ୍ମକ ଭାବନା ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ବୃହସ୍ପତିଙ୍କ ଦୁର୍ବଳତା ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ଦୀର୍ଘ ଦିନରୁ ଅଟକି ରହିଯାଇଥିବା କାମ ଆଜି ବନ୍ଧୁ କିମ୍ବା ଅନ୍ୟମାନଙ୍କ ସହାୟତାରେ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ସତର୍କତା ସହିତ ନ ଚଳିଲେ କାର୍ଯ୍ୟକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି । ଅଫିସରେ କୌଣସି ଦୁଃସାଧ୍ୟ କାର୍ଯ୍ୟକୁ ସହଜରେ ସମ୍ପର୍ଣ୍ଣ କରିବା ଯୋଗୁଁ ଅନ୍ୟମାନଙ୍କ ଆଦରଣୀୟ ହୋଇପାରିବେ । କିନ୍ତୁ ଜମା ଭଲ ପଡୁ ନ ଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ସମ୍ପର୍କୀୟଙ୍କ ନିକଟରୁ ହଠାତ୍‌ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ଦାମ୍ପତ୍ୟ ଜୀବନ ସୁଖଦମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ମକର :

ଅଯଥା ଚିନ୍ତା ମାନସିକ ଦୁଶ୍ଚିନ୍ତାର କାରଣ ହେବ । ଆଜି ଅଷ୍ଟମଚନ୍ଦ୍ର କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ମଧ୍ୟରେ ଗତି କରିବେ । କର୍ମକ୍ଷେତ୍ରରେ ନୀଚ୍ଚ ମନୋଭାସମ୍ପନ୍ନବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି । ବାଣିଜ୍ୟ, ବ୍ୟବସାୟ ପୂର୍ବପରି ସମସ୍ୟା ମଧ୍ୟରେ ଗତି କରିବ । ଅନ୍ୟପକ୍ଷରେ ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ । ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ଉପରିସ୍ଥଙ୍କ ଆଦେଶରେ ଅତିରିକ୍ତ ସମୟ ପର୍ଯ୍ୟନ୍ତ ପରିଶ୍ରମ କରିବାକୁ ବାଧ୍ୟ ହେବେ । ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ । ଆନୁଷ୍ଠାନିକ କାମରେ ବନ୍ଧୁ ଓ ସହକର୍ମୀଙ୍କ ସହଯୋଗ ପାଇ ଉନ୍ନତିର ପଥରେ ଅଗ୍ରସର ହେବେ । ଦୀର୍ଘଦିନରୁ ଚିନ୍ତା କରିଥିବା ଜମିଜମା କାରବାର ସମ୍ପର୍କିତ କାମଟି ହଠାତ୍‌ ହୋଇଯିବାର ପୂର୍ଣ୍ଣ ସମ୍ଭାବନା ରହିଛି । ପରିବାରରେ ହଠାତ କାହାରି ସ୍ୱାସ୍ଥ୍ୟ ଜନିତ ସମସ୍ୟା ମାନସିକ ଚିନ୍ତାକୁ ଆହୁରି ବଢାଇବା । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କୁମ୍ଭ :

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ରାଶିରେ ଚନ୍ଦ୍ରଙ୍କ ପ୍ରଭାବ ଯୋଗୁଁ ଆଜି ଆପଣ ନିଜ ସ୍ଵାର୍ଥହାସଲ କରିବା ନିମନ୍ତେ ଅନ୍ୟମାନଙ୍କ ସହ ଶତ୍ରୁତା କରିବାକୁ ପଛାଇବ ନାହିଁ । ଆଜିର ଯାତ୍ରା ପ୍ରତିପଦ ରହିବା ସହ ବ୍ୟବସାୟ, ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଲେ ମଧ୍ୟ ସଫଳତା ନିଶ୍ଚୟ ପାଇବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ସରକାରୀ ପଦବୀରେ ଥିବା ବ୍ୟକ୍ତି ବିଶେଷମାନେ କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସାନ୍ନିଧ୍ୟ ଲାଭ କରିବେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଅନୁଷ୍ଟାନିକ କ୍ଷେତ୍ରରେ ବାରମ୍ବାର ସ୍ଥଗିତ ରହିଯାଉଥିବା କାର୍ଯ୍ୟ କୌଶଳ ଖଟାଇ ହାସଲ ପାଇଁ ଚେଷ୍ଟିତ ହେବେ । ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସହ ଅର୍ଥ ନେଣଦେଣଙ୍କୁ କେନ୍ଦ୍ର କରି ତର୍କବିତର୍କ ଜନିତ କଳହ ଉପୁଜିବାର ସମ୍ଭାବନା ରହିଛି । ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ତ ହୋଇପାରନ୍ତି । ଦାଂପତ୍ୟ ଜୀବନରେ ସୁଖଦ ସ୍ଥିତି ଗଢ଼ଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ମୀନ :

ଦିନଟି ଆପଣଙ୍କ ଲାଗି ମିଶ୍ରଣ ଫଳ ପ୍ରଦାନ କରିବା । ଗୁରୁକୃପାରୁ ଗତକାଲିର ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ । କିନ୍ତୁ କର୍ମକ୍ଷେତ୍ରରେ ଅଭିଳଷିତ ଜିନିଷ ନ ପାଇବା କାରଣରୁ ଅନ୍ୟମାନଙ୍କ ପ୍ରତି ମନରେ ଭୁଲ ଧାରଣା ଜାତ ହେବ । ବନ୍ଧୁଙ୍କ ସହାୟତାରେ ଆଶା କରୁଥିବା କାର୍ଯ୍ୟଟି ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିନେବେ । ଅଫିସରେ ବାତାବରଣ ସୁସ୍ଥ ଥିଲେ ମଧ୍ୟ ଅପରାହ୍ନରେ ଏକ ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ର କରି ସହକର୍ମୀ ଜଣକଙ୍କ ସହ ମନାନ୍ତର ଦେଖାଦେବାର ସମ୍ଭାବନା ରହିଛି । ସଭାସମିତିରେ ଯୋଗ ଦେଇପାରନ୍ତି । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର ରଖିବାରେ ସକ୍ଷମ ହେବେ । ଆର୍ଥିକ ସ୍ଥିତି ସାମାନ୍ୟ ମାନ୍ଦା ରହିବ । ପାରିବାରିକ ସମସ୍ୟାକୁ ନେଇ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସାମୟିକ ମନାନ୍ତର ଦେଖାଦେବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

Leave a Reply

Your email address will not be published. Required fields are marked *