14 ଫେବୃୟାରୀ 2021, ସୋମବାର :- ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ଉପରେ ରହିବା ମହାଦେବଙ୍କ କୃପାଶୀର୍ବ ।

14 ଫେବୃୟାରୀ 2021, ସୋମବାର :- ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ଉପରେ ରହିବା ମହାଦେବଙ୍କ କୃପାଶୀର୍ବ ।

15 ଫେବୃୟାରୀ 2021, ସୋମବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ରହିବା ମହାଦେବଙ୍କ କୃପାଶୀର୍ବ । ବଦଳିବା ଭାଗ୍ୟର ରୂପରେଖା…! ପରିବାରରେ ସୁଖଶାନ୍ତି ବଜାୟ ରହିବ…

ଆଜି ଆମେ ଆପଣଙ୍କୁ ୧୫ ଫେବୃୟାରୀ ୨୦୨୧ ସୋମବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମନରେ ଚଞ୍ଚଳତା ରହିବ ନାହିଁ । କେତେକ କ୍ଷେତ୍ରରେ ପ୍ରଶଂସିତ ହେଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଲାଗି ରହିବ କିନ୍ତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ପରସ୍ପର ସହମତିିରେ କାମ କଲେ ଅପେକ୍ଷାକୃତ ଉପକୃତ ହୋଇପାରନ୍ତି । କାହାକୁ ବିଶ୍ଵାସ କରି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ନଚେତ ଅସୁବିଧାରେ ପଡ଼ିପାରନ୍ତି । ଅଫିସର ବାତାବରଣ ସୁସ୍ଥ ଥିଲେ ମଧ୍ୟ ମଧ୍ୟାହ୍ନରେ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ମତଭେଦ ଦେଖାଦେଇପାରେ । ସୁଖ ସମୃଦ୍ଧି ବୃଦ୍ଧି ସହ ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଗଠନମୂଳକ କିମ୍ବା ସାମୂହିକ କାମରେ ଅଥବା ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ପାଖ ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ଅସ୍ଥିରତା ଦୂର ହେବା ସାଙ୍ଗକୁ ମନୋବଳ ଦୃଢ ହେବ । ଶାରୀରିକ ସୁସ୍ଥତା ସହ ରୋଗପୀଡ଼ାରୁ ଉପଶମ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବା । ଏକ ସାଧାରଣ କିମ୍ବା ମାମୁଲି ଘଟଣାକୁ କେନ୍ଦ୍ର ନିକଟ ବନ୍ଧୁଙ୍କ ସହ କଳହ ଉପୁଜିପାରେ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ । ନିକଟ ସମ୍ପର୍କୀୟମାନଙ୍କ ସହାୟତାରେ ବିଭିନ୍ନ ପ୍ରକାରର ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ କରି ପାରନ୍ତି । ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ । ଘରୋଇ ଆବଶ୍ୟକତା ପୂରଣ କରିବା ପାଇଁ ବନ୍ଧୁ କିମ୍ବା ସହକର୍ମୀଙ୍କ ଠାରୁ ଧାର କରଜ କରିବାକୁ ପଡିବ । ସ୍ଵାସ୍ଥ୍ୟ ସମସ୍ୟା ଲାଗି ରହିବା କାରଣରୁ ମାନସିକ ଅବସାଦ ଦେଖାଦେବ, ଯେଉଁଥିପାଇଁ କୌଣସି କାମ କରିବା ପାଇଁ ଉତ୍ସାହପ୍ରଦ ହେବେ ନାହିଁ । ପରିବାର ସଦସ୍ୟ ଓ ସହଧର୍ମୀଙ୍କ ସାହାଯ୍ୟ ସହଯୋଗ ପାଇବା ଫଳରେ ମନକୁ ସମ୍ୟକ୍ ଶାନ୍ତି ମିଳିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ, ନକରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତି । ଋଣ ଦ୍ୱାରା ଅର୍ଥଲାଭ କରିପାରନ୍ତି । କର୍ମକ୍ଷେତ୍ରରେ ସଂଘର୍ଷମୟ ସ୍ଥିତି ମଧ୍ୟ ଦେଇ ଗତି କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ହେତୁ ନିଷ୍ପତ୍ତି ନେବାରେ ବିଳମ୍ବ ଘଟିପାରେ । ଅଫିସରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଯେତେ ସତର୍କ ଅବଲମ୍ବନ କରି ଚଳିଲେ ମଧ୍ୟ ଅନ୍ୟମାନଙ୍କ ଶ୍ରଦ୍ଧାଭାଜନ ହୋଇପାରିବେ ନାହିଁ । ରାଜନୀତି କ୍ଷେତ୍ରରେ ନିଜ କଥା ଓ ବ୍ୟବହାର ନିୟନ୍ତ୍ରଣ ନ କଲେ ଲୋକ ସଂପର୍କରେ ବାଧା ଉପୁଯିବ । ଆର୍ଥିକ ସ୍ଥିତି ଶୋଚନୀୟ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ । ପରିବାରରେ ସ୍ତ୍ରୀଙ୍କ ସହ ଭୁଲ ବୁଝାମଣା ଯୋଗୁଁ ପରସ୍ପର ମଧ୍ୟରେ ସାମୟିକ ମତପାର୍ଥକ୍ୟ ଦେଖାଦେଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଭଗବାନଙ୍କୁ ସ୍ମରଣ କରନ୍ତୁ ମନକୁ ଶାନ୍ତି ମିଳିବ । ବନ୍ଧୁଙ୍କ ସହ ସମ୍ପର୍କ ଅକ୍ଷୁଣ୍ଣ ରହିବ ଓ ବନ୍ଧୁମାନେ ଛାଇ ଭଳି ପାଖେପାଖେ ରହିବେ । ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ହାତକୁ ନେଇଥିବା କାମଟି ପୂର୍ଣ୍ଣ କରିପାରିବେ ନାହିଁ, ଯାହାଫଳରେ ମନ ଉଦାସ ରହିବ । ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାର ଆଶା ରହିଛି । ଅଫିସରେ ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ ଓ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି । ବାକ୍ ଅସଂଯମତା ଯୋଗୁଁ ଆଲୋଚନା ପରିସରରେ ସମାଲୋଚିତ ହୋଇପାରନ୍ତି । ନିଜ ଲୋକମାନଙ୍କ ଈର୍ଷାପରାୟଣତା ଯୋଗୁଁ ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ । ଶାରୀରିକ ପୀଡ଼ା ଯୋଗୁ ଖର୍ଚ୍ଚର ପରିମାଣ ବୃଦ୍ଧି ହୋଇପାରେ । ଅନ୍ୟର ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପୂଜାପାଠରେ ଅଧିକ ସମୟ ବିତିବ । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ସାମୟିକ ଭାବେ କାର୍ଯ୍ୟ ମନ୍ଥର ହୋଇପାରେ । ଛୋଟ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡିପାରନ୍ତି । କେତେକ କ୍ଷେତ୍ରରେ ସବୁକିଛି ଠିକ୍‌ଠାକ୍‌ ଥିଲେ ମଧ୍ୟ ହଠାତ୍ କର୍ମଚାରୀମାନେ ଆପଣଙ୍କୁ ବିରୋଧ କରିବେ । ଯାହାକୁ ନିଜର ବୋଲି ମନେ କରି ଗୋପନୀୟ କଥା କହିବେ, ସେ ଦୁର୍ବଳତାର ସୁଯୋଗ ନେଇ ଫାଇଦା ଉଠାଇପାରେ । ବ୍ୟବସାୟରେ ସ୍ଥିତି ଦୁର୍ବଳ ରହିବ । ଅଫିସରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ କିନ୍ତୁ କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ଆର୍ଥିକ ସମସ୍ୟା ଯୋଗୁଁ କୌଣସି ନୂତନ କାର୍ଯ୍ୟ ହାତକୁ ନେବାକୁ ପଛଘୁଞ୍ଚା କରିବେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ମାନସିକ ଦୁଶ୍ଚିନ୍ତାଜନିତ ଯୋଗୁଁ ପରିବାରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା କପିଳାସ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ନିଜ ଉପରେ ବିଶ୍ଵାସ ରଖନ୍ତୁ ଏବଂ ନିଷ୍ଟାର ସହ କାର୍ଯ୍ୟ କରନ୍ତୁ । ଅଜଣା ଅଶୁଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଭଲ । ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତାରେ ମନର ଭାବନକୁ ପରିବର୍ତ୍ତନ କରିଦେବ । ବିଭିନ୍ନ ପ୍ରକାର ପ୍ରତିବନ୍ଧକ ସାଙ୍ଗକୁ କେତେକ ଅଭାବନୀୟ ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ । ଆର୍ଥିକ ସ୍ଥିତି ମଧ୍ୟ ମାନ୍ଦା ରହିବ । ଅଫିସ କାମରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ କୈାଣସି କାମ ଉତ୍ସାହପ୍ରଦ ହେବ ନାହିଁ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତିି ପ୍ରକାଶ କରିପାରନ୍ତି । ଇନ ଅଦାଲତ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପାରେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଭଗବାନଙ୍କ ଉପରେ ଭରସା ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ହାସଲ କରିବେ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ବାରମ୍ବାର ଧୋକା ଖାଇ ଓ ସମସ୍ୟା ମଧ୍ୟରେ ଚଳିବା ସହ କାର୍ଯ୍ୟଗୁଡିକ ମଧ୍ୟ ଠିକ୍‌ ସମୟରେ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ । କର୍ମକ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ । ଅଫିସରେ ଅତ୍ୟଧିକ କାମ ସକାଶେ କ୍ଳାନ୍ତ ଅନୁଭବ କରିବେ । କେତେକ ବନ୍ଧୁଙ୍କ କାର୍ଯ୍ୟକୁ ନା ପସନ୍ଦ କରିପାରନ୍ତି । ସାମାଜିକ କାର୍ଯ୍ୟରେ ଭାଗ ନେବେ । ଗତକାଲିର ଯୋଜନା ଠିକ୍ ଭାବରେ ସମ୍ପନ୍ନ କରିବା ପାଇଁ ବହୁତ ପ୍ରକାରର ଚେଷ୍ଟା କରିପାରନ୍ତି । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଦୀର୍ଘଦିନରୁ ଅପେକ୍ଷା କରିଥିବା କାମ ସମ୍ପର୍କରେ କିଛି ଆଶା ଜନକ ଖବର ପାଇ ସାମୟିକ ଖୁସୀ ଅନୁଭବ କରିବେ । କର୍ମକ୍ଷେତ୍ରରୁ ଅର୍ଥ ଓ ସାମାଜରେ ସମ୍ମାନ ଲାଭ କରିବେ । ବେପାରି ବର୍ଗଙ୍କୁ ଅଚାନକ ଧନଲାଭ ହୋଇପାରେ । ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ । ସାମାଜିକ ସ୍ତରରେ କୈାଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା ଜନିତ ପାରିବାରିକ ସମସ୍ୟା ଦେଖା ଦେଇପାରେ, ଫଳରେ ବନ୍ଧୁଙ୍କ ପରାମର୍ଶ ନେଇ ପାରିବାରିକ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବ । ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଆଜି ସମସ୍ୟା ସମାଧାନ ହେବାର ମାର୍ଗ ଉନ୍ମୁକ୍ତ ହେବ । ବହୁତ ଦିନରୁ ଚେଷ୍ଟା ଚଳାଇଥିବା କାମଟି କାମ ହାସଲ ହେବା କାରଣରୁ ମାନସିକ ସ୍ଥିତି ଏକ ପ୍ରକାର ଭଲ ରହିବ । ବ୍ୟବସାୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମକ୍ଷେତ୍ରରେ ଲୋକଙ୍କ ମନ ବୁଝିଲା ପରି କଥା କହି ସମସ୍ୟାକୁ ସହଜରେ ସମାଧାନ କରିପାରିବେ । ଆର୍ଥିକ ସ୍ଥିତି ମଜଭୁତ ରହିବ । ସରକାରୀ ସ୍ତରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ । ପରିବାରରେ ସମସ୍ତ ସହ ସମ୍ପର୍କ ଭଲ ରହିବ । ନିକଟ ସମ୍ପର୍କୀୟମାନେ ଆର୍ଥିକ ସହାୟତା ପାଇଁ ଆପଣଙ୍କ ନିକଟକୁ ଆସିବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଜି ଯୋଜନା ଅନୁଯାୟୀ କାର୍ଯ୍ୟ କରିଲେ ସଫଳତା ମିଳିବ । କିନ୍ତୁ ଅନ୍ୟମନସ୍କତା ଓ କର୍ମକ୍ଷେତ୍ର ପ୍ରତି ଉଦାସୀନତା ରହିବେ । ବ୍ୟବସାୟ ବାଣିଜ୍ୟରେ ପ୍ରତିଦ୍ୱନ୍ଦିତା ବୃଦ୍ଧି ପାଇବ ଏବଂ ପରୋକ୍ଷ ଶତ୍ରୁମାନେ ଆପଣଙ୍କ ବିରୋଧରେ ଯେଉଁ ଚକ୍ରାନ୍ତ କରିବେ ସେଥିରେ ଆପଣଙ୍କ କୌଣସି ଅସୁବିଧା ହେବ ନାହିଁ । ଆର୍ଥିକ ସ୍ଥିତି ଶୋଚନୀୟ ରହିବା ଫଳରେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ । ଚିନ୍ତା ନ କରି କୌଣସି ପଦକ୍ଷେପ ବା ନିଷ୍ପତ୍ତି ନିଅନ୍ତୁ ନାହିଁ । ସଭାସମିତିରେ ଯୋଗ ଦେଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । କୌଣସି ବିବାଦୀୟ ପରିସ୍ଥିତିର ମଧ୍ୟସ୍ଥତା କରନ୍ତୁ ନାହିଁ । ପରିବାରରେ କୌଣସି ସଦସ୍ୟଙ୍କ ପକ୍ଷଭୁକ୍ତ ହୁଅନ୍ତୁ ନାହିଁ ବରଂ ନୀରବତା ରହିବା ଶ୍ରେୟସ୍କର ହେବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । ପ୍ରଭାବ ଫଳରେ ଦିନଟି ସମସ୍ୟା ବହୁଳ ରହିବ । ଆପଣଙ୍କ ସହ ଭଲ ସମ୍ପର୍କ ନ ଥିବା କୌଣସି ବ୍ୟକ୍ତି ସମସ୍ୟାକୁ ବଢାଇ ଦେଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ବିଭିନ୍ନ ପ୍ରକାର ବାଧାବିଘ୍ନ ଦେଖାଦେଇପାରେ । କିନ୍ତୁ ଅପରାହ୍ନ ପରେ ଅଫିସରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ପାଇବେ ଯାହାଫଳରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସମାଜର ଉଚ୍ଚ ବର୍ଗର ଲୋକଙ୍କ ସହଯୋଗ ମିଳିବ । ଯେତେ ଭଲ କାମ କଲେ ମଧ୍ୟ ସମ୍ପର୍କୀୟମାନେ ଦୋଷ ଖୋଜି ବୁଲିବେ । ପୁରୁଣା କଥାକୁ ଦୋହରାଇଲେ ଦୁଃଖ କଷ୍ଟ ଅନୁଭବ କରିବା ବ୍ୟତୀତ ଆଉ କିଛି ମିଳିବ ନାହିଁ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ, ଅନ୍ୟଥା ଅସୁବିଧାରେ ପଡ଼ିପାରନ୍ତି । ଆଜି ଅପରାହ୍ନରେ ପେଟଜନିତ ସମସ୍ୟା ଦେଖାଦେଇପାରେ । ବୈବାହିକ ଜୀବନରେ ହସଖୁସି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ଡଳମଣୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଭଗବାନଙ୍କ ଉପାସନା, ଜପ ଏବଂ ଆଧ୍ୟାତ୍ମିକତାରେ ଆପଣଙ୍କ ମନକୁ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ସାଙ୍ଗକୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି । କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଋଣ ସୁଝିବା ପାଇଁ ମନ ବଳାଇବେ । ଅଫିସରେ ଆଲୋଚନା ବା ବୈଠକରେ ନିରତ ସତକଥା କହି ସହକର୍ମୀଙ୍କ ଅନାଦର ପାତ୍ର ହୋଇପାରନ୍ତି । ସାମାଜିକ କ୍ଷେତ୍ରରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବାର ଅଭିନୟ କରିବାକୁ ପଡିପାରେ । ପରିବହନ, ସଭାସମିତି, ଆନୁଷ୍ଠାନିକ କାମ ଓ କଚେରି ମାମଲା କ୍ଷେତ୍ରରୁ ଶୁଭ ଫଳ ପାଇବେ । ଶତ୍ରୁ ପକ୍ଷ ଦୁର୍ବଳ ହେବ, ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ । ଆତ୍ମୀୟମାନଙ୍କ ପରୋକ୍ଷ ଶତ୍ରୁତା ମନରେ ଦୁଃଖ ଦେଇପାରେ । ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତା କରିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିମଳା ।

Leave a Reply

Your email address will not be published. Required fields are marked *