15 ଅପ୍ରେଲ୍ 2021, ଗୁରୁବାର :- ଏହି ୭ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତି କର୍ମକ୍ଷେତ୍ରରେ ବୀରଙ୍କ ଭଳି ପ୍ରଦର୍ଶନ କରିବେ । ସ୍ଥଗିତ

15 ଅପ୍ରେଲ୍ 2021, ଗୁରୁବାର :- ଏହି ୭ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତି କର୍ମକ୍ଷେତ୍ରରେ ବୀରଙ୍କ ଭଳି ପ୍ରଦର୍ଶନ କରିବେ । ସ୍ଥଗିତ

15 ଅପ୍ରେଲ୍ 2021, ଗୁରୁବାର :- ଏହି ୭ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତି କର୍ମକ୍ଷେତ୍ରରେ ବୀରଙ୍କ ଭଳି ପ୍ରଦର୍ଶନ କରିବେ । ସ୍ଥଗିତ ଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବା ସହ ମନୋବାଞ୍ଛା ହେବ ପୂରଣ…

ଆଜି ଆମେ ଆପଣଙ୍କୁ ୧୫ ଅପ୍ରେଲ୍ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ସମୟର ଅପେକ୍ଷା କରନ୍ତୁ, ପ୍ରତିଟି କାର୍ଯ୍ୟରେ ସଫଳତା ପାଇବେ । ମଙ୍ଗଳ ଭାଗ୍ୟସ୍ଥାନରେ ରହିଥିବାରୁ କୌଣସି ନୂତନ ନୂତନ କାର୍ଯ୍ୟ କରିବା ପାଇଁ ମନ ବଳାଇ ପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ । ବ୍ୟବସାୟରେ ସ୍ଥିତି ଭଲ ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଚାକିରୀଜୀବିମାନେ ନିଜ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମ୍ପର୍ଣ୍ଣ କରିବା ଯୋଗୁଁ ଉଚ୍ଚାଧକାରୀଙ୍କ ଦ୍ଵାରା ପ୍ରସଂଶିତ ହେବେ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ପ୍ରକାର ମନଗଢ଼ା କଥା କହିବେ । ର୍ମାଣାଧୀନ କାର୍ଯ୍ୟଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ପାରିବାରିକ କ୍ଷେତ୍ରରେ ସୁଖଦ ପରିବେଶ ରହିବ । କିନ୍ତୁ ସନ୍ତାନଙ୍କ ଭାନିଷ୍ୟତକୁ ନେଇ ଚିନ୍ତାତ ରହିବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଶାରଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବନ୍ଧୁ ଓ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ । ରାଶିରେ ଏକାଧିକ ଗ୍ରହ ସପ୍ତମଭାବରେ ଅବସ୍ଥାନ କରିଥିବା ଯୋଗୁଁ ବିବାଦରୁ ଦୂରେଇ ରହିବା ଭଲ ହେବ । କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢାଇବେ ଓ ସହାନୁଭୂତି ପ୍ରକାଶ କରିପାରନ୍ତି । ବ୍ୟବସାୟ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଅଫିସ ପରିସରରେ ଆୟୋଜିତ ବୈଠକ କିମ୍ବା ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ । ବନ୍ଧୁଙ୍କ ସହଯୋଗରେ ଅଟକି ରହିଥିବା ପ୍ରାପ୍ୟ ଅର୍ଥ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ପରିବାରରେ ପୁରୁଣା ସମସ୍ୟାଗୁଡିକର ସମାଧାନ ହୋଇଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ, ଯାହାଫଳରେ ସାମୟିକ ଟେନ୍ସନ ଲାଗି ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମନ ଉତ୍ସାହ ରହିବ, ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ । କିନ୍ତୁ ରାଶିରେ ପାପଗ୍ରହ ପ୍ରଭାବରୁ ପ୍ରତ୍ୟେକ ସ୍ତରରେ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି । ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ, ତେଣୁ ତରବାରିଆ ହୋଇ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । ଆମଦାନୀ କାରବାର, ଜମିଜମା ସମ୍ବନ୍ଧୀୟ କଥାବାର୍ତ୍ତା ପ୍ରଭୃତିରେ ଉନ୍ନତମାନର ସୁଫଳ ପାଇବେ । ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନଚେତ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ଦୀର୍ଘଦିନ ପରେ ଆଜି ଶାରୀରିକ ସୁସ୍ଥତା ଫେରିପାଇବେ । ଭୁଲ୍‌ ବୁଝାମଣା କାରଣରୁ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀ ହୋଇପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଗୌରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଭଗବାନଙ୍କ ଉପରେ ଭରସା ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । ଚିତ୍ରା ନକ୍ଷତ୍ର ଯୋଗୁଁ ବିବାଦରୁ ଦୂରେଇ ରହିବା ଭଲ ହେବ । ଯାହା ପାଇବାକୁ ଆଶା ବାନ୍ଧି ବସିଛନ୍ତି ତାହା ନିରର୍ଥକ ହୋଇପାରେ । ବିଭିନ୍ନ ବିଷୟକୁ କେନ୍ଦ୍ର କରି ଅଯଥା ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି । ମିତ୍ରମାନେ ସହଯୋଗର ହାତ ବଢ଼ାଇବେ । କର୍ମକ୍ଷେତ୍ର ଓ ପରିବାରରେ ପୁରୁଣା ସମସ୍ୟାଗୁଡିକ ତୁଟି ଯାଇଥିଲେ ବି ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖା ଦେଇପାରେ । ବ୍ୟବସାୟ ଆୟ ବ୍ୟୟ ତାଳମେଳ ରହିବ ନାହିଁ । ଚାକିରିରେ ସାମାନ୍ୟ ଅଶାନ୍ତିର ସାମ୍ନା କରିବେ । ସାମାଜିକ କାର୍ଯ୍ୟକଳାପରେ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ । ଯାହାଫଳରେ ମନକୁ ସାମୟିକ ମାନସିକ ଶାନ୍ତି ମିଳିବ । ପରିବାର ସଦସ୍ୟଙ୍କ ସହଯୋଗ ପାଇବା ଫଳରେ ମନୋବଳ ଦୃଢ ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମାଣିକେଶ୍ଵରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମନରେ ଆତ୍ମବିଶ୍ଵାସ ରଖନ୍ତୁ ଏବଂ ଭଗବାନଙ୍କ ଉପରେ ଭରସା ରଖନ୍ତୁ । ରୋହିଣୀ ନକ୍ଷତ୍ରର ଅଭାବ ପୂରଣ ଦିଗରେ ସହକର୍ମୀ, ବନ୍ଧୁ କିମ୍ବା ପାଖ ପଡ଼ୋଶୀମାନେ ଆଗେଇ ଆସିବେ । ବ୍ୟବସାୟ, ବାଣିଜ୍ୟରେ ବିଭିନ୍ନ ପ୍ରକାର ବାଧାବିଘ୍ନ ମଧ୍ୟ ଦେଇ ଗତି କରିବାକୁ ପଡିବ । ତେଣୁ ଧୌର୍ଯ୍ୟହରା ନ ହୋଇ ନିଜ କର୍ତ୍ତବ୍ୟ ଅନୁଯାୟୀ କାର୍ଯ୍ୟ କରିଚାଳନ୍ତୁ । ଅଫିସରେ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସଭାସମିତିରେ ବିତର୍କଜନିତ ଅସ୍ଥିରତାର ସୂଚନା ମଧ୍ୟ ରହିଛି । ଅର୍ଥାଭାବର ଦୁଃପରିସ୍ଥିତିକୁ ସମ୍ମୁଖୀନ କରିବାକୁ ପଡିବ । ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ନିକଟ ସମ୍ପର୍କୀୟମାନେ ସାମୟିକ ସୁଯୋଗକୁ ନିଜର ସ୍ଵାର୍ଥ ସାଧନ ଦିଗରେ ଲଗାଇପାରନ୍ତି । ବନ୍ଧୁମାନେ ଭୁଲ୍‌ ବୁଝାମଣା କାରଣରୁ ଭାଇ, ଭଉଣୀ ଏପରିକି ପରିବାର ସହ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ସମସ୍ୟା ଜାଲରେ ଛନ୍ଦି ହେବା ପରି ଅନୁଭବ କରିବେ । ଦ୍ୱିଜା ନକ୍ଷତ୍ରର ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ । କର୍ମକ୍ଷେତ୍ରରେ ସ୍ଥିତି ସୁଦୃଢ କରିବେ । କିନ୍ତୁ କାର୍ଯ୍ୟ ହାସଲ କରିବା ନିମନ୍ତେ ଖର୍ଚ୍ଚାନ୍ତ ବଢିବାର ସମ୍ଭାବନା ରହିଛି । ବନ୍ଧୁମାନଙ୍କ ସହ ଆଲୋଚନା ଯୋଗୁଁ ସାମୟିକ ମନକୁ ଆଶ୍ୱସ୍ତି ମିଳିବ ଏବଂ କର୍ମକ୍ଷେତ୍ରରେ ଉପୁଜିଥିବା ସମସ୍ୟାକୁ ବନ୍ଧୁଙ୍କ ନିକଟରେ ଉପସ୍ଥାପନ କରିବାରେ କୁଣ୍ଠାବୋଧ କରିବେ ନାହିଁ । ବନ୍ଧୁଙ୍କ ପରମର୍ଶକୁ ପାଥେୟ କରି କାର୍ଯ୍ୟ କରିବେ ଓ ସମସ୍ୟାରୁ ମୁକ୍ତ ହୋଇପାରିବେ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ ତଥାପି ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବେ କିନ୍ତୁ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଜବୁତ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଶାରଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମନରେ କର୍ମ ତାତ୍ପରତା ବୃଦ୍ଧି ପାଇବ । ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁଁ ଆପଣ କଳ୍ପନା ମାଧ୍ୟମରେ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିବେ । ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି କରିବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଯୋଗୁଁ ଚିନ୍ତା ମଧ୍ୟ ବଢ଼ିପାରେ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ । ଅଫିସ୍‌ କାମର ଜଞ୍ଜାଳ ମଧ୍ୟ ବଳିପଡିବ । ସାମୂହିକ କାମରେ ଅଥବା ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ସଭାସମିତି, ଚୁକ୍ତିପତ୍ର, ଆଲୋଚନା, କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ନିଜର ଅକ୍ଷୁର୍ଣ୍ଣ ପୂର୍ବପରି ରହିବ । ପରିବାର ଲୋକଙ୍କ ସହିତ କଥା କହିବା ସମୟରେ ନିଜ ଭାଷା ଉପରେ ସଂଯମ ରଖନ୍ତୁ । ଥଣ୍ଡା କାଶଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆଜି ସମସ୍ୟାରେ ବିଚଳିତ ହେବେ ନାହିଁ । କିନ୍ତୁ ସମାଗମ ସ୍ଥିତିରେ ଚନ୍ଦ୍ରର ଅବସ୍ଥାନ ଯୋଗୁଁ ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ ପରିପାର୍ଶ୍ଵକ ସ୍ଥିତି ବଦଳି ଯାଇପାରେ । ବିଭିନ୍ନ ପ୍ରତିବନ୍ଧକ ଓ ପରୋକ୍ଷ ଶତ୍ରୁତା ରହିଥିଲେ ମଧ୍ୟ ଆପଣଙ୍କ କାମରେ କୌଣସି କୁପ୍ରଭାବ ପଡିବ ନାହିଁ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ । ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବା ସହ ଆକସ୍ମିକ ଭାବରେ ଜଣେ ବନ୍ଧୁଙ୍କ ଠାରୁ ଯଥେଷ୍ଟ ସହାୟତା ପାଇବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଯାଇପରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଭାଗ୍ୟ ଓ କର୍ମସ୍ଥାନରେ ଏକାଧିକ ଗ୍ରହମାନଙ୍କ ପ୍ରଭାବଯୁକ୍ତ ଯୋଗୁଁ ଆପଣଙ୍କ ଆଶା ଅବଶ୍ୟ ପୂରଣ ହେବ । ବ୍ୟବସାୟ ବାଣିଜ୍ୟରେ ଉନ୍ନତି ସଙ୍ଗେ ସଙ୍ଗେ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ । ଯାହାଫଳରେ ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । କର୍ମକ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିବା ଫଳରେ ସହକର୍ମୀମାନଙ୍କ ଅପ୍ରିୟଭାଜନ ହୋଇପାରନ୍ତି । ଉଚ୍ଚ ପଦାଧିକାରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ । ଦୀର୍ଘଦିନରୁ ଅଟକିଥିବା ବକେୟା ଟଙ୍କା ଆଦାୟ କରିବାରେ ସମର୍ଥ ହେବେ । ଭୁଲ୍‌ ବୁଝାମଣା ଓ ସନ୍ଦେହ ଯୋଗୁଁ ପରିବାରରେ କଳହ ଉପୁଜିପାରେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି । ଗୃହ ସଜ୍ଜା, ଗାଡି ମରାମତି, ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି । ସମ୍ପର୍କୀୟଙ୍କ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ଭୁଲ୍‌ ନିଷ୍ପତ୍ତି ସମସ୍ୟାକୁ ବଢାଇପାରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଚର୍ଚ୍ଚିକା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲ ହେବ । ନୀଚାରୋହୀ ରବିଙ୍କ ପ୍ରଭାବରେ ପରୋକ୍ଷ ଶତ୍ରୁତା କାରଣରୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । କେତେକ ବିବାଦୀୟ ଘଟଣାର ସ୍ଥିତି ଆପଣଙ୍କ ସପକ୍ଷରେ ରହିଲେ ମଧ୍ୟ ସଂଘର୍ଷପୂର୍ଣ୍ଣ ସ୍ଥିତି ବଳବତ୍ତର ରହିବ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଉଚ୍ଚପଦାଧିକାରୀଙ୍କ ଆଦେଶପ୍ରାପ୍ତରେ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବା ପାଇଁ ବାଧ୍ୟ ହେବେ । ଘରୋଇ ବ୍ୟାପାରରେ ଅନ୍ୟମାନଙ୍କ ହସ୍ତକ୍ଷେପ ଯୋଗୁଁ ଅଶାନ୍ତ ବାତାବରଣ ସୃଷ୍ଟିର ଆଶଙ୍କା ରହିଛି । ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ନିଜର ମତ ହଠାତ୍ ବଦଳାଇ ଅସହଯୋଗ କରିପାରନ୍ତି । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ ଓ ସହଧର୍ମୀଙ୍କ ପରାମର୍ଶରେ ହିଁ କର୍ମକ୍ଷେତ୍ରରେ କେତେକାଂଶରେ ଉପକୃତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ଡଳମଣି ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ । ତୃତୀୟ ବ୍ୟୟାଧିପତି ବୁଧ ଧନ ଲାଭାଧିପତି ଯୁକ୍ତ ହୋଇଥିବା ଯୋଗୁଁ କର୍ମକ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ । ଆକସ୍ମିକ ଅର୍ଥ ଲାଭର ଯୋଗ ରହିଛି । ବ୍ୟବସାୟରେ ଅଗ୍ରଗତି ଘଟିବ ଏବଂ ନୂତନ ବ୍ୟବସାୟ ଆରମ୍ଭ କରି ଆମତ୍ତୃପ୍ତି ଲାଭ କରିବେ । କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭ କରିବେ । ସମାଜରେ ମାନସମ୍ମାନ ବୃଦ୍ଧି ଘଟିବ । ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବା ସଙ୍ଗେ ସଙ୍ଗେ ଉଚ୍ଚାଧିକାରୀଙ୍କ ପ୍ରିୟପାତ୍ର ହୋଇପାରିବେ । ଆର୍ଥିକ ସ୍ଥିତି ଭଲ ରହିବ କିନ୍ତୁ ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ପାରିବାରିକ ସମସ୍ୟାର ସମାଧାନ ନିମିତ୍ତ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ଶାରଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ କାର୍ଯ୍ୟ କରନ୍ତୁ, ଉପକୃତ ହେବ । ଆଜି ରବି ନୀଚସ୍ଥ ଯୋଗୁଁ ବ୍ୟବସାୟ ସମ୍ବନ୍ଧିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଠିକ୍‌ ହେବନାହିଁ । କର୍ମକ୍ଷେତ୍ରରେ ସାମୟିକ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । କିନ୍ତୁ ବ୍ୟବସାୟ ସମ୍ବନ୍ଧିତ ମନରେ ଯେଉଁ ପ୍ରକାର ଆଶଙ୍କ ରହିଛି, ସେହିପରି କିଛି ଅସୁବିଧା ହେବ ନାହିଁ । ଅଫିସରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଓ ସମ୍ମାନ ଅକ୍ଷୁଣ୍ଣ ରହିବ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାରେ ସାମର୍ଥ୍ୟ ବଢ଼ିବ । ସଭାସମିତିରେ ଯୋଗ ଦେଇପାରନ୍ତି । ଆର୍ଥିକ ସ୍ଥିତି ସାମାନ୍ୟ ମାନ୍ଦା ରହିବ । ବିବାଦୀୟ ପରିବେଶରୁ ଦୂରେଇ ରହିବା ଭଲ ହେବ । ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାର୍ଯ୍ୟ କରିପାରନ୍ତି । ପରିବାରିକ ସମସ୍ୟାକୁ ନେଇ ସହଧର୍ମୀଙ୍କ ସହ ମନାନ୍ତର ହୋଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *