14 ମାର୍ଚ୍ଚ 2021, ରବିବାର :- ଆଜି ସୂର୍ଯ୍ୟ, ମୀନା ରାଶିରେ କରିବେ ପ୍ରବେଶ । ଏହି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ

14 ମାର୍ଚ୍ଚ 2021, ରବିବାର :- ଆଜି ସୂର୍ଯ୍ୟ, ମୀନା ରାଶିରେ କରିବେ ପ୍ରବେଶ । ଏହି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ

14 ମାର୍ଚ୍ଚ 2021, ରବିବାର :- ଆଜି ସୂର୍ଯ୍ୟ, ମୀନା ରାଶିରେ କରିବେ ପ୍ରବେଶ । ଏହି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ହେବ ପରିବର୍ତ୍ତନ !

ଆଜି ଆମେ ଆପଣଙ୍କୁ ୧୪ ମାର୍ଚ୍ଚ ୨୦୨୧ ରବିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେଲେ ମଧ୍ୟ ମନରେ ଚଞ୍ଚଳତା ରହିବ । ଚେଷ୍ଟା କରୁଥିବା କାମକୁ ସଂପୂର୍ଣ୍ଣ କରିବା ନିମନ୍ତେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ମନରେ ପୂର୍ଣ୍ଣ ଆତ୍ମାବିଶ୍ଵାସ ଥିଲେ ମଧ୍ୟ କୌଣସି କାମ ଅଧାରେ ଅଟକିବା ନାହିଁ । ଅଫିସର ସୁସ୍ଥ ବାତାବରଣ ମଧ୍ୟରେ ସହକର୍ମୀଙ୍କ ସହ ହସଖୁସିରେ ନିଜ କାର୍ଯ୍ୟ ସଂପୂର୍ଣ୍ଣ କରିବାରେ କୌଣସି ଅସୁବିଧବା ହେବ ନାହିଁ । କର୍ମକ୍ଷେତ୍ରରେ ବହୁତ ଦିନରୁ ଅଟକି ରହିଯାଇଥିବା କାମଗୁଡିକ ସୁବିଧାରେ ସମ୍ପନ୍ନ କରିପାରିବେ । କିନ୍ତୁ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ, ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ଅର୍ଥକୁ କେନ୍ଦ୍ର କରି ବନ୍ଧୁଙ୍କ ସହ ମନାନ୍ତର ହୋଇପାରେ । ପାରିବାରିକ ଜୀବନରେ ଭୁଲ ବୁଝାମଣା ନେଇ ତିକ୍ତତା ସୃଷ୍ଟିର ସମ୍ଭାବନା ରହିଛି । ସ୍ଵାସ୍ଥ୍ୟରେ ଉନ୍ନତି ହେବାରୁ ମନ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ରବି ଓ ଶୁକ୍ର ପ୍ରଭାବରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବାର ଯୋଗ ରହିଛି । ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବା ସାଙ୍ଗକୁ ଅର୍ଥଲାଭ ମଧ୍ୟ ହେବ । କର୍ମକ୍ଷେତ୍ରରେ ନିଜ ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅଫିସ ସମ୍ବନ୍ଧୀୟ କାର୍ଯ୍ୟରେ ବାହାରକୁ ଯାଇପାରନ୍ତି । ବିଭିନ୍ନ ଯୋଜନା, ସାଙ୍ଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ସଭାସମିତିରେ ପ୍ରଶଂସିତ ହେବେ । ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ । ଭୁଲ୍‌ ବୁଝାମଣା କାରଣରୁ ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତ ପ୍ରକଟ କରି ପାରନ୍ତି । ଯାତ୍ରାରେ ଧନହାନି, ଦୁଶ୍ଚିନ୍ତାର କାରଣ ହୋଇପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ସମଲେଶ୍ୱରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଯେକୌଣସି ବି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ । ଚତୁର୍ଥ ଚନ୍ଦ୍ର ଯୋଗୁ କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ । କିନ୍ତୁ ସହକର୍ମୀ ଓ ନିକଟ ସମ୍ପର୍କୀୟଙ୍କ ସହଯୋଗରେ କେତେକ କାମ ସଂପୂର୍ଣ୍ଣ ହୋଇପାରିବ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବ । ଆର୍ଥିକ ସ୍ଥିତି ଶୋଚନୀୟ ରହିବା କାରଣରୁ କେତେକ କାମ ଅଧାରେ ଅଟକିଜାଇପାରେ । ସଭାସମିତିରେ କାହା କଥା କାହା ସହିତ ନ ମିଶିବା କାରଣରୁ ଆଲୋଚନା ଅମୀମାଂସିତ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ, ରାଜନୈତିକ ସ୍ତରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ସାଧାରଣ କଥାକୁ କେନ୍ଦ୍ର କରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ । ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ପାଇଁ ଖଟା ମିଠା ରହିବ । ଏକାଧିକ ରାଶିରେ ରହିଥିବାରୁ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତିି; ସେଥିରେ ବହୁ ଖର୍ଚ୍ଚାନ୍ତ ହେବା ସାଙ୍ଗକୁ ବିଳମ୍ବରେ ସଫଳତା ପାଇବେ । ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି । ବାରମ୍ବାର କ୍ଷତିଗ୍ରସ୍ତ ହୋଇ ବ୍ୟବସାୟରେ କିଛି ନୂତନ ପଦକ୍ଷେପ ନେବା ସକାଶେ ଚିନ୍ତା କରିବେ । ଅଫିସ କାମ ନିର୍ଦ୍ଦିଷ୍ଟ ସମୟରେ ପୂରା କରିବା‌ରେ ସକ୍ଷମ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁଁ ଉନ୍ନତିର ପଥରେ ଅଗ୍ରସର ହେବେ । ଦୂରଯାତ୍ରା ଓ ବନ୍ଧୁ ମିଳନରୁ ସାମୟିକ ଆନନ୍ଦ ଅନୁଭବ କରିବେ । ପାରିବାରିକକ୍ଷେତ୍ରରେ ବୁଝାମଣା ଠିକ୍ ରହିବ । କିନ୍ତୁ ପିଲାମାନଙ୍କ ସମସ୍ୟାକୁ କେନ୍ଦ୍ରକରି ଓ ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଯେକୌଣସି ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ । ତରବାରିଆ ହୋଇ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । ଦୀର୍ଘ ଦିନର ସୁଚିନ୍ତିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ । ପ୍ରତ୍ୟେକ କ୍ଷେତ୍ରରେ କେବଳ କୌଶଳ ପୂର୍ଣ୍ଣ କଥା କହିବା ଦ୍ୱାରା କାମ ହାସଲ କରି ପାରିବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବନାହିଁ । ଅଫିସ ସମ୍ବନ୍ଧୀୟ କାମରେ ସହର ବାହାରକୁ ଯାଇପାରନ୍ତି । ସହକର୍ମୀମାନେ ଯଥାର୍ଥ ସହଯୋଗ କରିବେ, ଯାହାଫଳରେ ଆନୁଷ୍ଠାନିକ କାମରେ ଆଗକୁ ବଢିପାରିବେ । କିନ୍ତୁ ବନ୍ଧୁଗହଣରେ ବକ୍ ଅସଂଯମତା କାରଣରୁ ମତଭେଦ ଦେଖାଦେଇପାରେ । ପାରିବାରିକ କ୍ଷେତ୍ରରେ ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ରହିବା ଫଳରେ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିବେ । ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିରଜା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦୃଢ ଆତ୍ମବିଶ୍ଵାସର ସହ କର୍ମକ୍ଷେତ୍ରରେ ଆଗେଇବେ । କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ବ୍ୟବସାୟରେ କୌଣସି ସହଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ । କିନ୍ତୁ ବନ୍ଧୁମାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି । ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ଅଫିସରେ ସହକର୍ମୀ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ସାମାଜିକ କଲ୍ୟାଣ କାମରେ ଯୋଗ ଦେବେ । ପରୋକ୍ଷ ଶତ୍ରୁତା ଥିଲେ ମଧ୍ୟ ଆଶା କରିଥିବା କାମଟି ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗିରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । ଜୀବନସାଥୀଙ୍କ ସହିତ ନିକଟସ୍ଥ ବନ୍ଧୁ ବା ସମ୍ପର୍କୀୟଙ୍କ ଘରକୁ ଯାଇପାରନ୍ତି । ପାଖ ପଡ଼ୋଶୀଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଇଷ୍ଟଦେବୀଙ୍କୁ ଆରୋଧନା କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରିବା ନିମନ୍ତେ ମନରେ ଧୈର୍ଯ୍ୟ ଓ ସାହସ ଅକ୍ଷୁଣ୍ଣ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ନିଜର ପଦମର୍ଯ୍ୟାଦାକୁ ବଜାୟ ରହିପାରିବେ । ବ୍ୟବସାୟ ଓ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ ସୁସ୍ଥ ବାତାବରଣ ରହିଲେ ମଧ୍ୟ ପୁରୁଣା ବିବାଦକୁ କେନ୍ଦ୍ର କରି କେତେକ ସହକର୍ମୀଙ୍କ ସହ ମତଭେଦ ଦେଖାଦେଇପାରେ । ରାଜନୀତି କ୍ଷେତ୍ରରେ କୌଣସି ଉଚ୍ଚପଦବୀରେ ଆଭୁଷଣ ହେବାର ସମ୍ଭାବନା ରହିଛି । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀ ହୋଇପାରେ । ପରକଥାରେ ପଡ଼ି ଭୁଲ ମାର୍ଗର ଅନୁସରଣ କରିପାରନ୍ତି । ସାମୟିକ ପାରିବାରିକ ଅସ୍ଥିରତା କର୍ମକ୍ଷେତ୍ରର ଗତିକୁ ମନ୍ଥର କରିପାରେ । ଶୁଭରଙ୍ଗ: ଲାଲ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ ନକରାତ୍ମକ ଚିନ୍ତାଧାରା ଯୋଗୁଁ ବନ୍ଧୁ ଓ ପରିବାର ମଧ୍ୟରେ ସମସ୍ୟା ଉପୁଜିପରେ । ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଲାଗି ରହିବ । ପୂର୍ବର କୌଣସି ସମସ୍ୟା ସମାଧାନ ହେତୁ ଆଶ୍ୱସ୍ତି ଅନୁଭବ କରିବେ । ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ । କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ମନମୁଖି ଚିନ୍ତାଧାରା କେତେ ନୂତନ ସମସ୍ୟା ସୃଷ୍ଟି କରିପାରେ । ବନ୍ଧୁମିଳନ, ନୂତନ ସମ୍ପର୍କ, ପ୍ରୀତିପ୍ରଦ ଆଲୋଚନା କରିବାର ସୁଯୋଗ ପାଇପାରନ୍ତି । ଅର୍ଥନୈତିକ ଉନ୍ନତି, ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବା ଯୋଗୁଁ ମନ ଖୁସି ରହିବ । କିନ୍ତୁ ପରୋକ୍ଷ ଶତ୍ରୁତା, ଶାରୀରିକ ଅସୁସ୍ଥତା, ପୁରାତନ ରୋଗର ପୀଡ଼ା ଓ ପାରିବାରିକ ମତାନ୍ତରଜନିତ ସାମୟିକ ଚିନ୍ତିତ ରହିବେ । ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । ପାରିବାରିକ ଜୀବନ ସୁଖଦମୟ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପରିସ୍ଥିତି ଅନୁକୂଳ ନ ହେଲେ ମଧ୍ୟ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । କର୍ମକ୍ଷେତ୍ର ବିଶୃଙ୍ଖଳିତ ପରିସ୍ଥିତି ଦୂରେଇବାରେ ବନ୍ଧୁ ଜଣକ ସହଯୋଗ କରିବେ । ସ୍ଵାସ୍ଥ୍ୟ ସମସ୍ୟା ଓ ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବ । ଅଫିସର ସ୍ଥଗିତ କାର୍ଯ୍ୟ ପାଇଁ ଚିନ୍ତିତ ରହିବେ । କିନ୍ତୁ ଦୀର୍ଘ ଦିନରୁ ଯେଉଁ ସବୁ କାମ ଅଟକିଥିଲା ଆଜି ଘରେ ରହି ସେହି କାମଗୁଡିକ ସମ୍ପନ୍ନ କରିବା ପାଇଁ ଚେଷ୍ଟା କରିବେ । ଆଇନ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ । ନିଜଲୋକଙ୍କ ଶତ୍ରୁତା କରିବା ଫଳରେ ମନରେ କ୍ଷୋଭ ଓ ହତାଶଭାବ ଦେଖାଦେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ହଳଦିଆ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଧୈର୍ଯ୍ୟ ଧରି କାମ କରନ୍ତୁ; ସଫଳ ନିଶ୍ଚୟ ହେବେ । ମନରେ ବିଭିନ୍ନ ପ୍ରକାର ଚିନ୍ତା ଲାଗିରହିବ, ଯାହାଫଳରେ ମାନସିକ ସ୍ତରରେ ଅସ୍ଥିରତା ସୃଷ୍ଟି ହେବ । ବୃତ୍ତିଗତ କର୍ମରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । କାର୍ଯ୍ୟକ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିମାନେ ଆପଣଙ୍କୁ ସହଯୋଗ କରିବେ । ସହକର୍ମୀଙ୍କ ସହାନୁଭୂତି ଯୋଗୁଁ କାମଗୁଡିକ ସଂପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ଆଜିର ଅଧିକାଂଶ ସମୟ ବନ୍ଧୁମାନଙ୍କ ଗହଣରେ ଆଳାପ ଆଲୋଚନାରେ କଟାଇବେ । ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିମଳା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ନିଜ ଉପରେ ବିଶ୍ଵାସ ରଖନ୍ତୁ, ସମ୍ୟକ ବିଳମ୍ବରେ କାର୍ଯ୍ୟଗୁଡିକରେ ସଫଳତା ପାଇବେ । ପରିସ୍ଥିତ ଓ ପରିଣାମକୁ ଆଖି ଆଗରେ ରଖି କାମ କରିଚାଲିଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ଅଟକି ରହିଯାଇଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ କରିବା ପାଇଁ ଚେଷ୍ଟିତ କରିବେ । ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ । ନିଜ ପରିସରରେ ନିଜର ଲୋକମାନଙ୍କ କାର୍ଯ୍ୟକଳାପ ଓ ବ୍ୟବହାର ମନକୁ ଅସନ୍ତୁଷ୍ଟ କରିବେ, ଯାହାଫଳରେ ମାନସିକ ସ୍ଥିତି ବିପନ୍ନ ହୋଇପାରେ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ଜୀବନ ସାଥୀଙ୍କ ସହିତ ସୁସଂପର୍କ ବଜାୟ ରହିବ । ପୋଡଶୀଙ୍କ ସହ ଅଯଥା ବକ୍ ଅସଂମତା ଯୋଗୁଁ ମନ ଭଲ ରହିବ ନାହିଁ । ପରିବାରରେ ସମସ୍ତଙ୍କ ସହ ସ୍ନେହାଭାବ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ବନ୍ଧୁଙ୍କ ପରାମର୍ଶ ଅନୁସାରେ ସମସ୍ୟା ସମାଧାନ ଦିଗରେ ଚେଷ୍ଟା କରିପାରନ୍ତି । ବ୍ୟବସାୟ ଓ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ଆର୍ଥିକ ସ୍ଥିତି ଶୋଚନୀୟ ରହିବ । ବନ୍ଧୁ ଓ ସହକର୍ମୀଙ୍କ ସହଯୋଗରୁ ଅର୍ଥ ପ୍ରାପ୍ତ କରିବେ । ଅଫିସରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟଚାପ ଅଧିକ ରହିବ । ଆର୍ଥିକ ସ୍ଥିତି ମାନ୍ଦା ଥିବା ଯୋଗୁଁ କେତେକ କାର୍ଯ୍ୟ ଅଧାରେ ଅଟକିଯିବ । ଛୋଟ ଛୋଟ କାମକୁ ବୁଝି ବିଚାରି ନ କଲେ ଦ୍ଵନ୍ଦରେ ପଡିବେ । ଆଲୋଚନା ପରିସରରେ, ସଭାସମିତିରେ, ତର୍କବିତର୍କ ଓ ବିବାଦରେ ଆଶାନୁରୂପକ ଫଳ ପାଇବେ । ଅନ୍ୟଦ୍ୱାରା ପ୍ରଭାବିତ ହୋଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ନତୁବା ଅପଦସ୍ଥ ହେବାକୁ ପଡିପାରେ । ସହଧର୍ମୀଙ୍କ ସହଯୋଗ ପାଇବା ଫଳରେ ମନୋବଳ ଦୃଢ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

Leave a Reply

Your email address will not be published. Required fields are marked *