14 ଜୁଲାଇ 2021 ବୁଧବାର :- ଏହି ୪ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନ ଲାଭର ଯୋଗ ରହିଛି । ଉନ୍ନତିର ପଥରେ

14 ଜୁଲାଇ 2021 ବୁଧବାର :- ଏହି ୪ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନ ଲାଭର ଯୋଗ ରହିଛି । ଉନ୍ନତିର ପଥରେ

14 ଜୁଲାଇ 2021 ବୁଧବାର :- ଏହି ୪ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନ ଲାଭର ଯୋଗ ରହିଛି । ଉନ୍ନତିର ପଥରେ ଅଗ୍ରସରରେ ହେବା ସହ ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ବଜାୟ ରହିବ ।

ଆଜି ଆମେ ଆପଣଙ୍କୁ ୧୪ ଜୁଲାଇ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହ-ନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ଅତୁଟ ରହିବା ଯୋଗୁଁ ମନକୁ ଆଶ୍ଵସ୍ତି ମିଳିବ । ବ୍ୟବସାୟ ଓ କ୍ୟାରିଅର କ୍ଷେତ୍ରରେ ପରିବର୍ତ୍ତନ ଆସିବ । କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ, କିନ୍ତୁ ସମସ୍ୟା ଲାଗିରହିବ । କୌଣସି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଗଭୀର ଆଲୋଚନା କରିବେ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ କିନ୍ତୁ ସ୍ଥଗିତ କାର୍ଯ୍ୟ ପାଇଁ ବରିଷ୍ଠ ଅଧିକାରୀଙ୍କୁ କୈଫତ୍ ଦେବାକୁ ପଡିବ । ଆଲୋଚନା ପରିସରରେ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ସାମାଜିକ କ୍ଷେତ୍ରରେ ଅନ୍ୟମାନଙ୍କୁ ନୂତନ ଦିଗ୍-ଦର୍ଶନ ଦେଇ ପ୍ରଶଂସିତ ହେବେ । ପରିବାର ସଦସ୍ୟମାନେ ଆପଣଙ୍କ କାର୍ଯ୍ୟକୁ ସମର୍ଥନ କରିବେ । ବୈବାହିକ ଜୀବନରେ ଉତ୍ତମ ବୁଝାମୁଣା ରହିବ କିନ୍ତୁ ଆକସ୍ମିକ ଭାବରେ ସନ୍ତାନଙ୍କ ସ୍ୱାସ୍ଥ୍ୟହାନୀ ମାନସିକ ଦୁଶ୍ଚିନ୍ତାର କାରଣ ହେବେ । ଶୁଭରଙ୍ଗ: କଫି ରଙ୍ଗ । ଆରଧନା: ସନ୍ତୋଷୀ ମାତା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ନାନାଦି ବାଧାବିଘ୍ନ ଓ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିବ, ଯାହାଫଳରେ କେତେକ କାର୍ଯ୍ୟ ଅଧାରେ ଅଟକିଯିବାର ସମ୍ଭାବନା ରହିଛି । ମାନସିକ ଅସ୍ଥିରତା ଯୋଗୁଁ ପ୍ରତ୍ୟେକ କାର୍ଯ୍ୟକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ଏପରି କି ବନ୍ଧୁଙ୍କ କାର୍ଯ୍ୟକଳାପକୁ ନେଇ ମଧ୍ୟ ସନ୍ଦେହ କରିପାରନ୍ତି । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବା ସହ ସହକର୍ମୀଙ୍କ ଅସହଯୋଗ ମନକୁ କ୍ଷୁବ୍ଧ କରିବ । ଅଫିସରେ ବରିଷ୍ଠ ବ୍ୟକ୍ତି କିମ୍ବା ପଦାଧିକାରୀଙ୍କ ସହ ଯୁକ୍ତିତର୍କ ଜନିତ ମନାନ୍ତର ଦେଖାଦେଇପାରେ । ସରଳ ମନ ନେଇ ଅନ୍ୟକୁ ସହଜରେ ବିଶ୍ୱାସ କରି ପ୍ରତାରିତ ହୋଇପାରନ୍ତି । ସାମାଜିକ କ୍ଷେତ୍ରରେ ଅନାବଶ୍ୟକ ଧାଆଁ ଦଊଡ଼, ପାରିବାରିକ ଚିନ୍ତା, ପିତାଙ୍କ ସହ ମତାନ୍ତର ଆଦି ମାନସିକ ସ୍ଥିରତାକୁ ଭଙ୍ଗ କରିବ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ଚର୍ଚ୍ଚିକା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମାନସିକ କ୍ଷେତ୍ରରେ କେତେକାଂଶରେ ଶାନ୍ତି ପାଇବେ । ବ୍ୟବସାୟ କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ବହୁତ ଦିନରୁ ରହିଯାଇଥିବା ଅପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବ । ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ । କିନ୍ତୁ ଅଧିକ ଅର୍ଥ ଲାଭ ଆଶାରେ ଏକାଧିକ କାର୍ଯ୍ୟ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି । ଅଫିସରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ । ଆନୁଷ୍ଠାନିକ କିମ୍ବା ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ । ତର୍କବିତର୍କ, ବାଦବିବାଦ ଠାରୁ ଦୂରେଇ ରହିବା ଭଲ ହେବ । ପାରିବାରିକ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାର୍ଯ୍ୟ କରନ୍ତୁ, ନଚେତ୍ ଆତ୍ମୀୟ ସ୍ଵଜନଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ତାରିଣୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ । କାମ ନ ଅଟକିଲେ ମଧ୍ୟ ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ । ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ । ଅଫିସରେ ଆପଣ ନିଜ କାମକୁ ସଠିକ୍‌ ମାର୍ଗରେ ସଂପୂର୍ଣ୍ଣ କରିବାରେ କୌଣସି ଅସୁବିଧା ହେବ ନାହିଁ । ଆକସ୍ମିକ ଆବଶ୍ୟକତା କାରଣରୁ ବନ୍ଧୁଙ୍କ ନିକଟରୁ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହ ସାକ୍ଷାତ ଦେଖା କରିବାର ମଉକା ମିଳିପାରେ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ବିବାଦୀୟ ଘଟଣାର ପୃଷ୍ଠଭୂମି ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟକଚଣ୍ତୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ବିଳମ୍ବ ହେଲା ମଧ୍ୟ ଆଜି ଯେଉଁ କାମଟି ହାତକୁ ନେଇଛନ୍ତି ତାହାକୁ ସଂପୂର୍ଣ୍ଣ କରିବାରେ କୌଣସି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । କିନ୍ତୁ ଚିଡଚିଡାପଣ ସ୍ଵଭାବ ଯୋଗୁଁ ବନ୍ଧୁଙ୍କ ସହ ମନାନ୍ତର ଦେଖାଦେଇପାରେ । ବ୍ୟବସାୟ ଓ ବାଣିଜ୍ୟ ଆୟ ବ୍ୟୟର ତାଳମେଳ ରହିବ ନାହିଁ । ଅଫିସରେ କେତେକ କାର୍ଯ୍ୟ ସଂପୂର୍ଣ୍ଣ କରିବା ସମୟରେ ଦ୍ୱନ୍ଦ୍ୱରେ ପଡି, କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଘରେ ଟିକିଏ ଜୋର୍ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭିନ୍ନ ଦୃଷ୍ଟି କୋଣରୁ ବିଚାର କରିବେ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ବିରଜା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

କୌତୁକିଆ ସ୍ଵଭାବ ଯୋଗୁଁ ଅଭିମାନ କରିଥିବା ବନ୍ଧୁକୁ ମଧ୍ୟ ମିଠା କଥା କରି ନିଜର କରିନେବେ । ହାତକୁ ନେଇଥିବା ଆଜିର କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । ବୃତ୍ତିଗତ କର୍ମ ଅବା ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପକ ଫଳ ପାଇବେ ଓ କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବା ସହ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଅଫିସରେ ସହକର୍ମୀଙ୍କ ସହ ପରସ୍ପର ମଧ୍ୟରେ ଆପୋସ ବୁଝାମୁଣା ଦ୍ଵାରା କାର୍ଯ୍ୟ କରିଲେ ଯଥେଷ୍ଟ ଉପକୃତ ହେବେ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଅସୁବିଧାରେ ପଡିଥିବା ଲୋକଟି ପ୍ରତି ଦୟାଭାବ ପୋଷଣ କରି ପ୍ରଶଂସାଭାଜନ ହେବେ । ଶାରୀରିକ ସୁସ୍ଥତା ଏବଂ ମାନସିକ ପ୍ରସନ୍ନତା ଅନୁଭବ କରିବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଗୌରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଇଷ୍ଟଦେବୀଙ୍କ କୃପାରୁ ଦିନଟି ଆପଣଙ୍କ ପାଇଁ ସୁଖସମ୍ଭାର ନେଇ ଆସିବା । ନିଜ ପରିସରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି କାର୍ଯ୍ୟ ହାସଲ କରିବେ । ଅତୀତର କୌଣସି ବିବାଦୀୟ ଘଟଣା ଯୋଗୁଁ ସମସ୍ୟା ବଢିପାରେ । ତରବରିଆ ହିସାବରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ବନ୍ଧୁବର୍ଗଙ୍କ ପ୍ରେରଣା ପାଇବା ଯୋଗୁଁ ମନରେ କର୍ମ ତତ୍ପରତା ମନୋଭାବ ଉପୁଜିବ । ଅଫିସରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ, ଯାହା କି ବନ୍ଧୁ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯିବ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ବିଶେଷସମୟ ଦେବାକୁ ପଡ଼ିବ । ନିଜର ଫାଇଦା ହାସଲ ପାଇଁ ପାଖପଡୋଶୀ ଫନ୍ଦିଫିକର ଚଳାଇପାରନ୍ତି । ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ବୈବାହିକ ଜୀବନରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆଧ୍ୟାତ୍ମିକ ଦିଗରେ ମନ ଲାଗି ରହିବ । କାର୍ଯ୍ୟହାନି କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ । ଆଜି ସ୍ଵଭାବରେ ଉଗ୍ରତା ଏବଂ କ୍ରୋଧ ରହୁଥିବା କାରଣରୁ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀ ହେବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ଅବରୋଧ ଆସିବାରୁ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ ନାହିଁ । ସାମାଜିକ କ୍ଷେତ୍ରରେ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଜନହିତକର କାର୍ଯ୍ୟରେ ଯୋଗ ଦେଇପାରନ୍ତି । ବାଦ-ବିବାଦରେ କୌଣସି ଅସନ୍ତୋଷର ବାତାବରଣ ହୋଇପାରେ । ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିବେ । ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ରହିବା ସହ ଜୀବନସାଥୀଙ୍କ ସୁଖଶାନ୍ତିରେ ଦିନ ଅତିବାହିତ କରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ଆଜିର ଯାତ୍ରା, ବାଣିଜ୍ୟ, ବନ୍ଧୁ ମିଳନ, ଅର୍ଥ ସମ୍ପର୍କ ପ୍ରଭୃତିରୁ ସୁଫଳ ପାଇବେ । ବ୍ୟବସାୟରେ ଉନ୍ନତି କରିବା ସହ ଆର୍ଥିକ ସ୍ଥିତି ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅଫିସରେ ଉଚ୍ଚାଧିକାରୀଙ୍କ ଆଦେଶାନୁସାରେ କୌଣସି ଗୁରୁ ଦାୟିତ୍ୱ ବହନ କରି ବ୍ୟସ୍ତବିବ୍ରତ ହୋଇପାରନ୍ତି । ତଥାପି ସମସ୍ତ କାର୍ଯ୍ୟକୁ ଠିକ୍‌ଠାକ୍‌ ଭାବେ ସଂପୂର୍ଣ୍ଣ କରିବାରେ କୌଣସି ଅସୁବିଧା ହେବ ନାହିଁ । ନିର୍ମାଣାଧୀନ କାମ, ନୂତନ ଚୁକ୍ତିପତ୍ର, ସଭାସମିତି, ଆନୁଷ୍ଠାନିକ କାମ ସାମାନ୍ୟ ସମସ୍ୟା ମଧ୍ୟରେ ସମ୍ପନ୍ନ ହୋଇପାରେ । ପରିବାରରେ ଖର୍ଚ୍ଚ ପରିମାଣ ବୃଦ୍ଧି ହେତୁ ମନରେ ସରସତା ରହିବ ନାହିଁ । କିନ୍ତୁ ପାରିବାରିକ କ୍ଷେତ୍ରରେ ସୁଖ ଓ ଶାନ୍ତି ବଜାୟ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଅତୀତର ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସମ୍ପାଦନା କରିବେ । ପାରିବାରିକ କ୍ଷେତ୍ରରେ ଯେପରି ଶାନ୍ତି ବିରାଜମାନ କରିବେ ସେଥିପ୍ରତି ପ୍ରଯତ୍ନ କରିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ମଜବୁତ ରହିବ । କିନ୍ତୁ ଆଜି କୌଣସି ଅର୍ଥ ସମ୍ବନ୍ଧୀୟ ଚୁକ୍ତି ପାତ୍ର ସ୍ଵାକ୍ଷର କରନ୍ତୁ ନାହିଁ । ଅଧିନସ୍ଥ କର୍ମଚାରୀମାନେ ଅପରାହ୍ନରେ କୌଣସି ଘଟଣାକୁ ନେଇ ପରସ୍ପର ମଧ୍ୟରେ କଳହ କରିବେ ଯାହା ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରିବ । ଅଫିସରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ସାମାଜିକ ସ୍ତରରେ କାର୍ଯ୍ୟ ସାଧନ ନିମନ୍ତେ ଖଳ ପ୍ରକୃତିର ଲୋକମାନେ ନାନାଦି ସମସ୍ୟା ସୃଷ୍ଟି କରିପାରନ୍ତି । ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ଅଭାବ ଅସୁବିଧା ନ ଥିଲେ ମଧ୍ୟ ଅତୀତର କେତେକ କଥାକୁ ସ୍ମରଣ କରି ମାନସିକ ସ୍ତରରେ ଉଦାସ ରହିବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀ ଗଣେଶ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆର୍ଥିକ ଦୃଷ୍ଟି କୋଣରୁ ଦିନଟି ଆପଣଙ୍କ ପାଇଁ ଭଲ ରହିବା । ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ଭଲ । ହାତକୁ ନେଇଥିବା କାମଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ଅଫିସ ଅବା ବୃତ୍ତିଗତ କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଅଫିସରେ ଆୟୋଜିତ ବୈଠକ କିମ୍ବା ସଭାସମିତିରେ, ବ୍ୟବହାରରେ ସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ଥରେ ଛନ୍ଦି ହୋଇପାରନ୍ତି । ପ୍ରଶାସନିକ ସ୍ତରରେ ଲାଗି ରହିଥିବା ସମସ୍ୟାର ସମଧାନ ହୋଇଯିବ । ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ପଡ଼ିବ । ପରିବାରର ସ୍ନେହ ଓ ଜୀବନସାଥୀଙ୍କ ସୁଖ ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଚର୍ଚିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଶାରୀରିକ ଦୁର୍ବଳତା ସଙ୍ଗକୁ ସାମୟିକ ଅଭାବବୋଧ ଜନିତ ଚିନ୍ତା ଲାଗିରହିବ । ଶିଳ୍ପ, ବାଣିଜ୍ୟ, ରାଜନୀତି ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ସହକର୍ମୀ କିମ୍ବା ଅଧିନସ୍ଥ କର୍ମଚାରୀଙ୍କ କଥାକୁ ବିଶ୍ଵାସ କରି କାର୍ଯ୍ୟ କରିଲେ ଅସୁବିଧାରେ ପଡ଼ିପାରନ୍ତି । ଅଫିସରେ ଉଚ୍ଚ ପଦସ୍ଥ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । କିନ୍ତୁ ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ଖାପାଖୁଆଇ ଚଳିବାକୁ ପଡିବ ଓ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ପଡିବ । ସହକର୍ମୀ କିମ୍ବା ପାଖ ପଡୋଶୀଙ୍କ ବିବାଦୀୟ ଘଟଣାରେ ମୁଣ୍ଡ ପୁରନ୍ତୁ ନାହିଁ । ମତାନ୍ତର ଜନିତ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

Leave a Reply

Your email address will not be published. Required fields are marked *