14 ଜାନୁୟାରୀ 2021, ଗୁରୁବାର :- ମକର ସଙ୍କ୍ରନ୍ତି, ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଲାଭପ୍ରଦ

14 ଜାନୁୟାରୀ 2021, ଗୁରୁବାର :- ମକର ସଙ୍କ୍ରନ୍ତି, ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଲାଭପ୍ରଦ

14 ଜାନୁୟାରୀ 2021, ଗୁରୁବାର :- ମକର ସଙ୍କ୍ରନ୍ତି, ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଲାଭପ୍ରଦ ରହିବ । କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତିରେ ଆସିବ ସୁଧାର ।

ଆଜି ଆମେ ଆପଣଙ୍କୁ ୧୪ ଜାନୁୟାରୀ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦେବାଦେବୀଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ପ୍ରତ୍ୟେକ କ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନ ମଧ୍ୟ ଦେଇ ଗତି କରିବାକୁ ପଡିବ । କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖ ଦେବ । କର୍ମକ୍ଷେତ୍ରରେ ଯେତେ ଭଲ କାମ କରିଲେ ମଧ୍ୟ ପଦୁଟିଏ ପ୍ରଶଂସା ପାଇବେ ନାହିଁ । ଘନିଷ୍ଟ ବନ୍ଧୁଙ୍କ ସହାୟତାରେ କର୍ମକ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାରୁ ବର୍ତ୍ତୀ ପାରିବେ । ଅଫିସରେ ସହକର୍ମଚାରୀମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । ଆର୍ଥିକ ସ୍ଥିତି ଦୁର୍ବଳ ରହିବ କିନ୍ତୁ ବନ୍ଧୁଙ୍କ ସହାୟତାରେ ଆର୍ଥିକ ସ୍ଥିତି କେତେକାଂଶରେ ସୁଧାର ଆସିବ । ସାମାଜିକ ସ୍ତରରେ ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇବେ କିନ୍ତୁ ଖଳ ସ୍ଵଭାବରେ ଲୋକେ ବିରୋଧ କରିପାରନ୍ତି । ପରିବାର ମଧ୍ୟରେ ଛୋଟ ଛୋଟ କଥାରେ ବିରକ୍ତି ପ୍ରକାଶ କଲେ ପରିସ୍ଥିତି ବିଗିଡ଼ି ଯାଇପାରେ । ଜୀବନ ସାଥୀଙ୍କ ସହ ଉତ୍ତମ ବୁଝାମୁଣା ରହିବ । ସ୍ୱାସ୍ଥ୍ୟ କିମ୍ବା ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ସମଲେଶ୍ୱରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆତ୍ମା ବିଶ୍ଵାସ ଦୃଢ଼ ରହିବ । ଆଜି ମନ ଅନୁଯାୟୀ କାମ ହାସଲ କରିବାରେ କୌଣସି ଅସୁବିଧା ହେବନାହିଁ । କାର୍ଯ୍ୟ ହାସଲ ସକାଶେ ବନ୍ଧୁଙ୍କ ନିକଟରୁ ଅଯାଚିତ ଭାବେ ସହାୟତା ପାଇବେ । କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରିପାରିବେ । ବ୍ୟବସାୟ, ବାଣିଜ୍ୟରେ ଆଶାତୀତ ଲାଭ ପାଇବେ । ଅଫିସରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ଆନୁଷ୍ଠାନିକ କାର୍ଯ୍ୟରେ କିମ୍ବା ସଭାସମିତିରେ ଯୋଗ ଦେଇପାରନ୍ତି । ସନ୍ତାନଙ୍କ ଦୁଶ୍ଚିନ୍ତା, ଯାନବାହନରେ କ୍ଷତି ମନସ୍ତାପର କାରଣ ହୋଇପାରେ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ପାରିବାରିକ ଜୀବନରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କରିଲେ, ଆଗାମୀ ଦିନରେ କ୍ଷତିରେ ପଡ଼ିପାରନ୍ତି । ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ଚେଷ୍ଟା କରୁଥିବା କାମ ଓ କୋର୍ଟ କଚେରୀ କ୍ଷେତ୍ରରେ ସଫଳତା ମିଳିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ କିନ୍ତୁ ନାନାଦି ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ମନ ଭିତରେ ଦୁଃଖ ରହିଥିଲେ ମଧ୍ୟ ହସି ହସି କହିବା କାରଣରୁ କାମ ହାସଲ କରିବାରେ ଅସୁବିଧା ହେବ ନାହିଁ । ବ୍ୟବସାୟ ଓ ପରିବହନ ସକାଶେ ଦିନଟି ବହୁତ ଭଲ । ବନ୍ଧୁ ଅଯଥା ଦୋଷାରୋପ କରି ସମସ୍ୟାକୁ ବଢାଇ ପାରନ୍ତି, କିନ୍ତୁ କୌଣସି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । ଆର୍ଥିକ ଦିଗରୁ ସ୍ଥିତି ମଜବୁତ ରହିବ, ଯାହାଫଳରେ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବାରେ ସମର୍ଥ ହେବେ । ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ପରିବାର ସଦସ୍ୟଙ୍କ ମଧ୍ୟରେ ପରସ୍ପର ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ପୁରାତନ ରୋଗ ପୀଡାର ପାଦୁର୍ଭାବ ବଢିବା ଯୋଗୁଁ ଅପରାହ୍ନରେ କର୍ମକ୍ଷେତ୍ରରେ ସାମୟିକ ବ୍ୟତିକ୍ରମ ଦେଖାଦେଇପାରେ । ଶୁଭରଙ୍ଗ: ଲଲ୍ । ଆରାଧନା: ମାଆ ଶାରଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଭାବପ୍ରବଣତା ବୃଦ୍ଧି ପାଇବା କାରଣରୁ କୌଣସି କାମ ସୁବିଧାରେ ହୋଇପାରିବ ନାହିଁ । କର୍ମକ୍ଷେତ୍ରରେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବା ଫଳରେ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ଅବରୋଧ ସୃଷ୍ଟି ହୋଇପାରେ । ବ୍ୟବସାୟରେ ଆୟ ବ୍ୟୟର ତାଳମେଳ ରହିବ ନାହିଁ, ଯାହାଫଳରେ ମନ ବିଷାଦଗ୍ରସ୍ତ ରହିବ । ଆକସ୍ମିକ ଭାବରେ ମିତ୍ରମାନେ ମଧ୍ୟ ଶତ୍ରୁ ଭଳି କାମ କରିବେ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ । ପୁନଶ୍ଚ ସ୍ଥଗିତ କାର୍ଯ୍ୟକୁ ନେଇ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିବ । ସାମାଜିକ କ୍ଷେତ୍ର କିମ୍ବା ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ନିଜ ଲୋକମାନେ ଶତ୍ରୁତା କରିବା ଫଳରେ ମନରେ କ୍ଷୋଭ ଓ ହତାଶଭାବ ଦେଖାଦେବ । ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳାର ଅଭାବ ଦେଖାଦେବ । ଦୈହିକ ଦୁର୍ବଳତା ସହ ସ୍ନାୟୁ ପୀଡା ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆପଣଙ୍କ ନିଜ ଉପରେ ଭରସା ରଖନ୍ତୁ, ନିଜ ବୁଦ୍ଧି ବଳରେ ଆଗକୁ ବଢ଼ନ୍ତୁ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରିବା ଲାଗି ମନ ସ୍ଥିର କରିବେ । ଆର୍ଥିକ ସ୍ଥିତି ମାନ୍ଦା ରହିବା ସଙ୍ଗେ ସଙ୍ଗେ ଅଯଥା ଖର୍ଚ୍ଚ ହେବ ଫଳରେ ମନରେ ଉତ୍ତେଜିତ ଭାବନା ସୃଷ୍ଟି ହେବ ଏବଂ ଏକାଗ୍ରତା ମଧ୍ୟ ଭଙ୍ଗ ହେବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତି ସୂଚକ କଥା ଶୁଣି ମନ ହାଲୁକା ହୋଇଯିବ । ମିଠା କଥା କହି ସହକର୍ମୀଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ ପାଇଁ ସମର୍ଥ ହେବ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସାମାଜିକ କାର୍ଯ୍ୟରେ ଲିପ୍ତ ରହିବେ । ପରିବହନ କ୍ଷେତ୍ରରେ ପୂର୍ବରୁ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ । ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଆର୍ଥିକ ସ୍ଥିତି ମାନ୍ଦା ଥିବା ବେଳେ ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ସନ୍ତାନଙ୍କ ଶାରୀରିକ ଅସୁସ୍ଥତା ମାନସିକ ଦୁଶ୍ଚିନ୍ତାର କାରଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆସିବ । କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିପାରିବେ । କିନ୍ତୁ ଅତୀତର କେତେକ ଘଟଣାକୁ ସ୍ମରଣ କରି ମନ ଅସ୍ଥିର ରହିବା କାରଣରୁ କାମଗୁଡିକ ସମ୍ପନ୍ନ ହେବା କଷ୍ଟକର ହୋଇପାରେ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ମାଧ୍ୟମ ଧାରଣର ରହିବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ସକାଶେ ମନ ବଳାଇପାରନ୍ତି । ସଭାସମିତିରେ ଯୋଗ ଦେଲେ ମଧ୍ୟ କାହାରି ସପକ୍ଷ ନିଅନ୍ତୁ ନାହିଁ । ସମାଜରେ ମାନସମ୍ମାନ ଅକ୍ଷୁର୍ଣ୍ଣ ରହିବ । ହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବାକୁ ପଡିପାରେ । ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିବା ପରି ଆଶଙ୍କା ଦେଖାଦେବ । କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନଚେତ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ସ୍ଵାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜି ଆପଣଙ୍କୁ କୌଣସି ମନୋରଞ୍ଜନ କାର୍ଯ୍ୟ କରିବାକୁ ସୁଯୋଗ ମିଳିବ । ପିଲାମାନଙ୍କ ସହ ହସଖୁସିରେ ଦିନ ଅତିବାହିତ କରିବେ । ଆର୍ଥିକ ସ୍ଥିତିରେ ବିଶେଷ କିଛି ତାରତମ୍ୟ ପରିଲକ୍ଷିତ ହେବ ନାହିଁ । ସନ୍ଧ୍ୟା ସୁଦ୍ଧା ଆପଣ ଦୂର ସମ୍ପର୍କୀୟଙ୍କ ଠାରୁ କିଛି ଭଲ ଖବର ଶୁଣିବାକୁ ପାଇପାରନ୍ତି । ସମାଜରେ ଆପଣଙ୍କ କାର୍ଯ୍ୟକୁ ନେଇ ଲୋକମାନଙ୍କ ଠାରୁ ପ୍ରଶଂସା ମିଳିବ । ବ୍ୟବସାୟରେ ଉତ୍ଥାନପତନ ଲାଗି ରହିବ । ପରୋକ୍ଷ ଶତ୍ରୁତା ଓ ଆଳସ୍ୟ ଯୋଗୁଁ କୌଣସି ଦୀର୍ଘ ମିଆଦି ଯୋଜନା ହାତ ପାହନ୍ତରୁ ଖସିଯିବ । ଅଫିସରେ ଯେତେ ଭଲ କାମ କଲେ ମଧ୍ୟ ଉଚ୍ଚାଧିକାରୀ ପ୍ରଶଂସା ବଦଳରେ ସମାଲୋଚିତ କରିବେ । ବନ୍ଧୁଙ୍କୁ ମନ କଥା ଜଣାଇବା ଦ୍ଵାରା ସେମାନଙ୍କ ଠାରୁ ପ୍ରାରଣା ଓ ପ୍ରତ୍ସାହନ ପାଇ ମନୋବଳ ଦୃଢ ହେବ । ବୈବାହିକ ଜୀବନରେ ପରସ୍ପର ମଧ୍ୟ ସମନ୍ଵୟ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ଲାଗି ଅତି ଉତ୍ତମ ରହିବ । ବିଭିନ୍ନ କୌଶଳକୁ ପାଥେୟ କରି ଆଶା ପୂରଣ ଦିଗରେ ଉଦ୍ୟମ ଜାରି ରଖିବେ । ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ । କିନ୍ତୁ ପରିସ୍ଥିତି ବଶତଃ ଦୁଇ ପଇସା ଜାଗାରେ ଛ’ପଇସା ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ କିଛି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ମନୋବଳ ଖୁବ୍‌ ଟାଣ ରହିବ । ଚାକିରୀ କ୍ଷେତ୍ରରେ, ଆପଣଙ୍କ କର୍ତ୍ତବ୍ୟ ନିଷ୍ଠା ଓ ନିସ୍ଵାର୍ଥପରତା କାର୍ଯ୍ୟ ଦେଖି ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ । ଆଇନ କାନୁନ ମାମଲାରେ ବନ୍ଧୁଙ୍କ ସାହାଯ୍ୟ ମିଳିବ । ଘରୋଇ ବ୍ୟାପାର ଏବଂ ଦୀର୍ଘ ବିଚାରାଧୀନ ଘର କାମରେ ଦିନଟି ଅତିବାହିକ ହେବ । ପରିବାର ସଦସ୍ୟଙ୍କ ସହ କିଛି ସମୟ ବିତାଇବା ଦ୍ୱାରା ସମ୍ପର୍କରେ ଦୃଢତା ଆଣିପାରିବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଜି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସେଥିରେ ନିଶ୍ଚୟ ସଫଳତା ପାଇବେ । କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଦୀର୍ଘଦିନରୁ ସ୍ଥଗିତ ଥିବା କାର୍ଯ୍ୟଟିକୁ ଆଜି ପୂର୍ଣ୍ଣାଙ୍ଗ ରୂପ ଦେବାରେ ସମର୍ଥ ହେବେ । ବ୍ୟବସାୟ ଏବଂ ରିୟଲ୍ ଇଷ୍ଟେଟ୍ କ୍ଷେତ୍ରରେ ଆଶାନୁରୂପକ ଫଳ ପାଇବେ । ଆର୍ଥିକ ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ମତାମତ ନିଶ୍ଚୟ ନିଅନ୍ତୁ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ସମପରକ ଭଲ ରହିବ । କିନ୍ତୁ ଅଫିସରେ ଆୟୋଜିତ ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଆନୁଷ୍ଠାନିକ କାର୍ଯ୍ୟରେ ଛୋଟ କଥାଟିକୁ କେନ୍ଦ୍ରକରି ମତାନ୍ତର ଘଟିପାରେ । ବିବାଦୀୟ ଘଟଣାରେ ନୀରବ ରହିଯିବା ଏକ ପ୍ରକାର ଭଲ ହେବ । ଆକସ୍ମିକ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ସ୍ଵାସ୍ଥ୍ୟହାନୀ ସଙ୍ଗକୁ ମାନସିକ ଅସ୍ଥିରତା କର୍ମକ୍ଷେତ୍ରରେ ବ୍ୟତିକ୍ରମ ସୃଷ୍ଟି କରିବ । ବନ୍ଧୁଙ୍କ ସହାୟତାରେ ବ୍ୟବସାୟ, ବାଣିଜ୍ୟରେ ସମସ୍ୟା ସମାଧାନ ହୋଇପାରିବ । ବ୍ୟବସାୟ ସଂପର୍କରେ ଆପଣଙ୍କୁ ଯାତ୍ରା କରିବାକୁ ପଡିବ । ବିନମ୍ରତାର ସହ କଥାବାର୍ତ୍ତା କରି କାର୍ଯ୍ୟ ହାସଲ କରିବେ । ଆଜି କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀ ଓ ସହକର୍ମୀମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଠ ହୋଇପାରିବେ ନାହିଁ, ସେମାନଙ୍କ କାର୍ଯ୍ୟକୁ ନା ପସନ୍ଦ କରି ନିଜେ ଏକାଧିକ କାର୍ଯ୍ୟ ହାତକୁ ନେଇ ବ୍ୟସ୍ତବିବ୍ରତ ହେବାକୁ ପଡିବ । କୌଣସି ଏକ ଜିନିଷ ପାଇଁ ପାଖପଡ଼ୋଶୀଙ୍କ ସହ ତର୍କ ଓ ବିବାଦର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ପରିବାର ମଧ୍ୟରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆପଣଙ୍କ ସୃଜନଶୀଳତା ଗୁଣରେ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ଆର୍ଥିକ ଦୃଷ୍ଟିକୋଣରୁ କହିବାକୁ ଗଲେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । କିନ୍ତୁ ଆର୍ଥିକ ସମ୍ଭାନ୍ଧୀୟ ନେଣଦେଣ କଲେ, କ୍ଷତିରେ ପଡିବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମଜବୁତ ରହିବ । ହଠାତ୍ କାରବାରରେ ଟଙ୍କା ଲାଭ ହୋଇପାରେ । ଅଫିସରେ ସ୍ଥିତି ଭଲ ରହିବ ଓ ସହକର୍ମୀଙ୍କ ସହ ସହଯୋଗଭିତ୍ତିରେ କାର୍ଯ୍ୟ କରିବେ ଏବଂ ପରସ୍ପରକୁ ସାହାଯ୍ୟ କରି କାର୍ଯ୍ୟ ତ୍ୱରାନ୍ୱିତ କରିବେ । ସମାଜରେ ଅସହିଷ୍ଣୁ ଲୋକମାନେ ଅପପ୍ରଚାର କରିବା ସହିତ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି କରିପାରନ୍ତି । କୌଣସି କାରଣ ଯୋଗୁଁ ନିର୍ମାଣ କାର୍ଯ୍ୟ ସ୍ଥଗିତ କରିପାରନ୍ତି । ସମ୍ପର୍କୀୟମାନେ ଆପଣଙ୍କ କାର୍ଯ୍ୟକୁ ସମ୍ପୂର୍ଣ୍ଣ ସମର୍ଥନ କରିବେ । ପାରିବାରିକ ଶୃଙ୍ଖଳା ରକ୍ଷା କରିବବାକୁ ଯାଇ ବହୁିତ କଷ୍ଟ ସ୍ଵୀକାର କରିବାକୁ ପଡିପାରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା କପିଳାସ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆଜି ଦିନଟି ମଧ୍ୟମ ଫଳପ୍ରଦ ରହିବ । ଅଫିସରେ ଆପଣଙ୍କ କାର୍ଯ୍ୟ ପାଇଁ ଉଚ୍ଚାଧିକାରୀ ଆପଣଙ୍କୁ ପ୍ରଶଂସା କରିବେ । ପ୍ରତିବନ୍ଧକ କରଣରୁ ବ୍ୟବସାୟ, ଶିଳ୍ପ ତଥା ବାଣିଜ୍ୟରେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ କରିବେ । ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ । ବିଶେଷକରି ସାଙ୍ଗମାନଙ୍କ ସହିତ ଜିଦ୍-ଖୋର ମନୋବୃତ୍ତି ନିମନ୍ତେ ସମ୍ପର୍କ ହାନୀ ହେବାର ସମ୍ଭାବନା ରହିଛି । ପରିବାରର କେତେକ ବ୍ୟତିକ୍ରମକୁ ନେଇ ଦୁର୍ଭାବନା ବୃଦ୍ଧି ପାଇପାରେ । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ଫଳରେ ମନରେ ଚିନ୍ତା ବଢିବ । ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସି କୌଣସି ନୂତନ ସନ୍ଦେଶ ଦେଇପାରନ୍ତି । ଯାତ୍ରାରେ ସତର୍କତା ଅଭାବରୁ ଧନହାନି କିମ୍ବା କଳହର ସୂଚନା ରହିଛି । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

Leave a Reply

Your email address will not be published. Required fields are marked *