14 ଫେବୃୟାରୀ 2021, ରବିବାର :- ସୂର୍ଯ୍ୟଦେବଙ୍କ କୃପାଶୀର୍ବାଦରୁ ଆଜି ଏହି ୮ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ସୁଧାର

14 ଫେବୃୟାରୀ 2021, ରବିବାର :- ସୂର୍ଯ୍ୟଦେବଙ୍କ କୃପାଶୀର୍ବାଦରୁ ଆଜି ଏହି ୮ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ସୁଧାର

14 ଫେବୃୟାରୀ 2021, ରବିବାର :- ସୂର୍ଯ୍ୟଦେବଙ୍କ କୃପାଶୀର୍ବାଦରୁ ଆଜି ଏହି ୮ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପରିବାରରେ ସୁଖଶାନ୍ତିର ବାତାବରଣ ବଜାୟ ରହିବ ।

ଆଜି ଆମେ ଆପଣଙ୍କୁ ୧୪ ଫେବୃୟାରୀ ୨୦୨୧ ରବିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମନ ଚଞ୍ଚଲ ରହିଲେ ମଧ୍ୟ ରହିବ ବିଭିନ୍ନ ପ୍ରକାର ନକରାତ୍ମକ ଚିନ୍ତାଧାର ମନକୁ ଅସ୍ଥିର କରିବ । ସ୍ୱଗୃହୀ ମଙ୍ଗଳ ହେତୁ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ପ୍ରତ୍ୟେକକ୍ଷେତ୍ରରେ ସାହାସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମନାନ୍ତର ଦେଖାଦେଇପାରେ । ବ୍ୟବସାୟରେ ମାନ୍ଦା ସ୍ଥିତି ଉପୁଜିଲେ ମଧ୍ୟ କ୍ଷତି ସହିବାକୁ ପଡିବ ନାହିଁ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ । ସାମାଜିକ ସ୍ତରରେ ପ୍ରତ୍ୟେକ କାର୍ଯ୍ୟ ଉପରେ ପଡି କାର୍ଯ୍ୟ କରିବ । ଉନ୍ନତ ଚିନ୍ତା, ନିରଳସ ଉଦ୍ୟମ, ଆନ୍ତରିକତାପୂର୍ଣ୍ଣ କାର୍ଯ୍ୟ ଓ ମନ ବୁଝିଲା ଭଳି କଥା କହି ପ୍ରଶଂସିତ ହେବେ । ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ପରିବାରରେ ମନୋମାଳିନ୍ୟ ଦେଖାଦେଇପାରେ । ପ୍ରତିବେଶୀଙ୍କ ସହ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆଜି ପ୍ରତ୍ୟେକ କ୍ଷେତ୍ର ଅତି ସହଜରେ କାର୍ଯ୍ୟ ହାସଲ କରିବେ । ଆର୍ଥିକ ସମସ୍ୟା ଦୂରେଇବାରେ ବନ୍ଧୁ ସାହାଯ୍ୟ କରିପାରନ୍ତି । ବ୍ୟବସାୟରେ ବଡ଼ ବଡ଼ ଅର୍ଡର ମିଳିବ, ଆଶାତୀତ ଲାଭ ମଧ୍ୟ ପାଇବାର ସମ୍ଭାବନା ରହିଛି । ଚାକିରିରେ ସିଦ୍ଧି ଏବଂ ସଫଳତା ମିଳିବ । ପୁରୁଣା ବିବାଦର ଅବସାନ ଘଟିବ ଓ ଶତ୍ରୁମାନେ ମିତ୍ରତାର ହାତ ବଢାଇବେ । କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ନୂଆ ଜମି ବା ଘର କିଣିବା ଲାଗି ଯୋଜନା କରିବେ । ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ । ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ଦାଂପତ୍ୟ ଜୀବନରେ ପାରସ୍ପରିକ ବିଶ୍ଵାସରେ ମଜଭୁତ ଆସିବ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଆଜି କାମ ହାସଲ ସକାଶେ ସମ୍ପର୍କୀୟଙ୍କ ଆବଶ୍ୟକତା ଅନୁଭବ କରିବେ । ଆଜି ପ୍ରତ୍ୟେକ ସ୍ଥଳରେ ଆପଣ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ଆପଣଙ୍କ ପାଇଁ କ୍ଷତି ହିଁ କ୍ଷତି ସାବ୍ୟସ୍ତ ହେବ, ତେଣୁ ବୁଝି ବିଚାରି କାର୍ଯ୍ୟ କରନ୍ତୁ । ଅଫିସରେ କାର୍ଯ୍ୟଭାର ବଢିବା ଫଳରେ ମନରେ ବିରକ୍ତିଭାବ ଜାତ ହେବ । ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇପାରେ । କୌଣସି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ସପକ୍ଷରେ ମତ ଦେବେ । ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ । ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ, ନଚେତ ଧନହାନୀ କିମ୍ବା ଜିନିଷପାତ୍ର ହଜିବାର ସମ୍ଭାବନା ରହିଛି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ସମଲେଶ୍ଵରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଜି ପୂରା ଦିନ ମନ ପ୍ରସନ୍ନ ରହିବ । ବକ୍ ଅସଂଯମତା ଯୋଗୁଁ ସମ୍ପର୍କ ହାନୀ ହେବାର ସମ୍ଭାବନା ରହିଛି । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ କାରବାର ବେଶ୍ ଭଲ ରହିବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଚାକିରି କରୁଥିବା କର୍ମଜୀବିଙ୍କୁ ଅଯଥାରେ ଉଚ୍ଚଧିକାରୀଙ୍କ ନିକଟରେ ଅପମାନିତ ହେବାକୁ ପଡିପାରେ । ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ । ଆକସ୍ମିକ ସମସ୍ୟା କାରଣରୁ ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ । ପରୋକ୍ଷ ଶତ୍ରୁତା ଓ ପିଲାମାନଙ୍କ ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ ଭାରାକ୍ରାନ୍ତ ରହିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା ଆଖଣ୍ତଳମଣି ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପୂର୍ବ ଯୋଜନା ଅନୁସାରେ କାର୍ଯ୍ୟ କରନ୍ତୁ, ଆଶାନୁରୂପ ଫଳ ପାଇପାରିବେ । ହାତକୁ ନେଇଥିବା କାମଗୁଡ଼ିକ ବହୁତ ବିଳମ୍ବରେ ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିବେ । ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ ସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, ସମସ୍ୟା ଦୂର ଓ ଉଚ୍ଚ ଆଶାରେ ଆଗେଇବେ ଏବଂ ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଅତ୍ୟନ୍ତ ଖୁସି ହୋଇପାରନ୍ତି । ସଭାସମିତରେ ବନ୍ଧୁମିଳନ, ପରିବହନ, ପ୍ରଶାସନିକ କ୍ଷେତ୍ରାଦିରେ ସଫଳତା ପାଇପାରିବେ । ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରସିଦ୍ଧି ମିଳିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଅମ୍ବିକା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ସ୍ଥଗିତ ଥିବା କାମ ସଂପୂର୍ଣ୍ଣ କରିବା ଲାଗି ଦିନଟି ଭଲ । କର୍ମକ୍ଷେତ୍ରରେ ଉଚିତ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ବ୍ୟବସାୟରେ ଆଶାଜନକ ଫଳ ପାଇବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଅଫିସରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ । ଇଚ୍ଛା ନଥିଲେ ମଧ୍ୟ ଯାନବାହନ କ୍ରୟ, ନିର୍ମାଣ, ଯାନ୍ତ୍ରିକ ଜିନିଷ ସଜାଡିବା କ୍ଷେତ୍ରରେ ଖର୍ଚ୍ଚାନ୍ତ ଅଧିକ କରିବାକୁ ପଡିବ । ସଭାସମିତି, ପ୍ରକାଶନ, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । କଳା, ସାହିତ୍ୟ ଓ କ୍ରୀଡ଼ା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ ଓ ସମସ୍ୟା ସମାଧାନ ହୋଇଯିବ । ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିବା କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମହାଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜି ଦିନଟି ଆପଣ ପାଇଁ ଅତି ଉତ୍ତମ ରହିବ । ଆଜି ଆପଣଙ୍କ ବ୍ୟବହାରରେ କଠୋରତା ଯୋଗୁଁ କେତେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ଏଣେ ସନ୍ତାନଙ୍କ ବୈବାହିକ ସମସ୍ୟା କିମ୍ବା ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିଯାଇପାରେ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟକୁ କେନ୍ଦ୍ର କରି ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଅଫିସରେ ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଅତ୍ୟନ୍ତ ଖୁସି ହେବେ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ପରିବାରର ଅବସ୍ଥାକୁ ଦେଖି ବ୍ୟବସ୍ଥା କରନ୍ତୁ, ନଚେତ ଅନେକ ସମସ୍ୟା ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ଆଜି ଆପଣ ବିଳାସବ୍ୟସନ ଦ୍ରବ୍ୟ ବା ସାମଗ୍ରୀ ପ୍ରତି ଆକର୍ଷିତ ହୋଇପାରନ୍ତି । ଅନ୍ୟମାନେ ନିଜର ସୁବିଧା ଅନୁଯାୟୀ କାମ କରିନେବେ, ଯାହା ଆପଣଙ୍କ ପାଇଁ ସମସ୍ୟାର କାରଣ ସାଜିପାରେ । କୌଣସି ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରି ମନର ଦୁଃଖକୁ ପରିପ୍ରକାଶ କରିବେ ଓ ବନ୍ଧୁଙ୍କ ଦ୍ଵାରା ମନର ଦୁଃଖ ଦୂର ହୋଇପାରେ । ବନ୍ଧୁଙ୍କ ଅନୁକମ୍ପାରୁ ଆର୍ଥିକ ରୋଜଗାରର ନୂଆ ପନ୍ଥା ପାଇପାରିବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ସଭାସମିତିରେ ଯୁକ୍ତି ଯୁକ୍ତ କଥା କହି ପ୍ରଶଂସିତ ହେବେ ।ଆକସ୍ମିକ ଭାବେ ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ସମ୍ପର୍କୀୟମାନେ ଉପର ମନରେ ସ୍ନେହ, ଶ୍ରଦ୍ଧା ଦେଖାଇ ଭିତରେ ଚେର କାଟିପାରନ୍ତି । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଭୈରବୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ପୂର୍ବ ପରିକଳ୍ପିତ ଯୋଜନାକୁ କାର୍ଯ୍ୟ କରି କର୍ମକ୍ଷେତ୍ରରେ ବ୍ୟସ୍ତତା ରହିବେ । ମାନସିକ ସ୍ଥିତି ବଦଳିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । ବ୍ୟବସାୟ ସମ୍ବନ୍ଧରେ ବଡ଼ ଫଇସଲା ନେଇପାରନ୍ତି । ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଆନୁଷ୍ଠାନିକ କାମ, ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ । ରାଜନୈତିକ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ । ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ବୁଦ୍ଧି ଓ କୌଶଳକ୍ରମେ ପାରିବାରିକ କ୍ଷେତ୍ରରେ ଲାଗିରହିଥିବା ସମସ୍ୟାକୁ ସୁଧାରିବାକୁ ପ୍ରୟାସ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୂର୍ଗା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମନ ଚଞ୍ଚଳ ରହିବ । ଆଜି ଆପଣଙ୍କ ଯାତ୍ରା, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ ସହ ନୂତନ ବନ୍ଧୁଙ୍କ ଆତିଥ୍ୟତା ଲାଭ କରି ମନ ଖୁସି ରଖିବ । ଅଭିଳାଷ ପୂରଣ କରିବା ପରିପ୍ରେକ୍ଷୀରେ ସୁନ୍ଦର କଥା କହି ବନ୍ଧୁଙ୍କୁ ଆପଣାଇବାରେ ସମର୍ଥ ହେବେ । ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ଅଫିସରେ ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଖୁସି ହେବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ । ନିର୍ମାଣ ଓ ମରାମତି କାମରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ସ୍ଵାସ୍ଥ୍ୟ ସମସ୍ୟା ମନକୁ ବିଶେଷ ଭାବରେ ବିଚଳିତ କରିବାର ଆଶଙ୍କା ରହିଛି । ଶୁଭରଙ୍ଗ: ଲାଲ । ଆରାଧନା: ବାବା କପିଳାସ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ବ୍ୟବ୍ୟବସାୟରେ ସଫଳତା ଅର୍ଜନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ଯାହାଫଳରେ ବ୍ୟବସାୟ ସମ୍ବନ୍ଧୀୟ କିଛି ନୂଆ କରିବାକୁ ଚେଷ୍ଟା କରିବେ । ଭାବିଥିବା କାମ ପୂରା କରିବାରେ ମିତ୍ରଙ୍କ ସହଯୋଗ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଅଧିକାରୀ ବର୍ଗ ଆପଣଙ୍କ ପକ୍ଷରେ ରହିବେ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବଜାୟ ରହିବ । ସଭାସମିତିରେ ବୁଦ୍ଧିଜୀବୀମାନଙ୍କ ଆଦରଣୀୟ ହେବେ । ନିର୍ମାଣ କାମ ଧିମେଇ ଯିବାରୁ ସାମୟିକ ବ୍ୟସ୍ତତା ଅନୁଭବ କରିବେ । ରାଜନୀତି ତଥା ପ୍ରଶାସନ ପାଇଁ ଦିନଟି ବହୁତ ଭଲ ରହିବ । କାମ ହାସଲ ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ଅନୁଭବ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ସମସ୍ୟାର ମୁଖ୍ୟ କାରଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲ ରହିବ । ମିଠା କଥା କହି ସ୍ଥଗିତ ଥିବା କାମକୁ ଅନ୍ୟମାନଙ୍କ ଦ୍ଵାରା ସହଜରେ କରିନେବେ । ବ୍ୟବସାୟୀ, ବାଣିଜ୍ୟରେ ଏକାଧିକ କାର୍ଯ୍ୟ ହାତକୁ ନେଇ ବ୍ୟସ୍ତତା ଅନୁଭବ କରିବେ । ଅଫିସରେ ଗୁରୁତ୍ବ ପୂର୍ଣ୍ଣ ଫଇସଲା ନେଇ ପାରନ୍ତି । କର୍ମକ୍ଷେତ୍ରରେ ଦୀର୍ଘଦିନର ଶତ୍ରୁତା ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ । ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି । ପରିବାରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଗୋଳମାଳିଆ ପରିସ୍ଥିତି ଦେଖା ଦେବ ନାହିଁ । ସାମାଜିକ ସ୍ତରରେ କିମ୍ବା ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । ସଂନ୍ଧ୍ୟା ସମୟରେ ସାଧାରଣ କଥାକୁ ନେଇ ଘରୋଇ କଳହ ବୃଦ୍ଧି ପାଇପାରେ । ବହୁତ ପରିଶ୍ରମ କରିବା କାରଣରୁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

Leave a Reply

Your email address will not be published. Required fields are marked *