14 ଅପ୍ରେଲ୍ 2021, ବୁଧବାର :- ବିଷୁବ ସଙ୍କ୍ରାନ୍ତି ଓ ହନୁମାନ ଜଯନ୍ତୀରେ ଏହି ୭ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଦିନଟି

14 ଅପ୍ରେଲ୍ 2021, ବୁଧବାର :- ବିଷୁବ ସଙ୍କ୍ରାନ୍ତି ଓ ହନୁମାନ ଜଯନ୍ତୀରେ ଏହି ୭ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଦିନଟି

14 ଅପ୍ରେଲ୍ 2021, ବୁଧବାର :- ବିଷୁବ ସଙ୍କ୍ରାନ୍ତି ଓ ହନୁମାନ ଜଯନ୍ତୀରେ ଏହି ୭ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ମନୋବାଞ୍ଛା ପୂରଣ ହେବ…

ଆଜି ଆମେ ଆପଣଙ୍କୁ ୧୪ ଅପ୍ରେଲ୍ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆପଣଙ୍କ ସ୍ଵଭାବ ଓ ବ୍ୟବହାରରେ ଲୋକଙ୍କୁ ଆକର୍ଷିତ କରିବ । ଶତ୍ରୁନାଶ ହେବା ସଙ୍ଗେସଙ୍ଗେ ଋଣ ପରିଶୋଧ ଓ ରୋଗପୀଡାରୁ ମଧ୍ୟ ମୁକ୍ତି ମିଳିବ । କର୍ମକ୍ଷେତ୍ରରେ ଅବହେଳା କାରଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ବ୍ୟବସାୟରେ ଆଶାତୀତ ସଫଳତା ପାଇବେ । ଅଫିସରେ ଆପଣଙ୍କ କାର୍ଯ୍ୟ ଶୈଳୀକୁ ଦେଖି ଉଚ୍ଚାଧିକାରୀ ସନ୍ତୁଷ୍ଟ ହେବ । ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିବାକୁ ପଡିପାରେ । ପଦୋନ୍ନତି ବା ନୂତନକର୍ମ ପ୍ରାପ୍ତି ହୋଇପାରେ । ଅନ୍ୟମାନଙ୍କର ଚାପରେ ପଡି ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟଦକ୍ଷତା କାରଣରୁ ପ୍ରଶଂସିତ ହେବେ । ସହକର୍ମୀ କିମ୍ବା ଅନ୍ୟର ବ୍ୟକ୍ତିଗତ କାର୍ଯ୍ୟରେ ମଧ୍ୟସ୍ଥତା କରିଲେ ନିଜେ ଅପଦସ୍ଥ ହେବାକୁ ପଡିବ । ପରିବାର ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବା ଫଳରେ ପାରିବାରିକ ଜୀବନ ସୁଖମୟ ହେବ । ବୈବାହିକ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଅତୀତର ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସମ୍ପାଦନା କରିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ମଜବୁତ ରହିବ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ । ମାନସିକ ଶାନ୍ତି ପାଇଁ ପରିବାର ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି । ଆନୁଷ୍ଠାନିକ କାମରେ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ସାଧାରଣ କଥାରେ ପ୍ରତିବାଦ କରି ଟେନ୍‌ସନ୍‌କୁ ନିମନ୍ତ୍ରଣ କରିପାରନ୍ତି । ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । କୈାଣସି ଏକ ସାଧାରଣ କଥାକୁ କେନ୍ଦ୍ର କରି ପ୍ରିୟ ବନ୍ଧୁଟି ମୁହଁ ଫେରାଇ ନେଇପାରନ୍ତି । ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ ଓ ଅନ୍ୟର ବ୍ୟକ୍ତିଗତ ମାମଲାରେ ମୁଣ୍ଡ ପୁରନ୍ତୁ ନାହିଁ । ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଘଟିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀ ଗଣେଶ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ସଂଘର୍ଷ ଦ୍ୱାରା ସଫଳତା ମିଳିବ । କଥାବାର୍ତ୍ତା ଓ ବ୍ୟବହାରରେ ସଂଯମତା ଆଚରଣ କରନ୍ତୁ । କାମଗୁଡିକ ବହୁତ ବିଳମ୍ବରେ ସମ୍ପନ୍ନ ହେବା କାରଣରୁ ମନଟା ଭଲ ରହିବ ନାହିଁ । ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ । ପରିବାର ସଦସ୍ୟଙ୍କ ସହାୟତା ପାଇ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଚାକିରୀ କ୍ଷେତ୍ରରେ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚିତ କରିପାରନ୍ତି । ସହକର୍ମୀଙ୍କ ଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଆୟ ଅନୁସାରେ ଖର୍ଚ୍ଚ ଅଧିକ ହେବ । ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି । ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡିବେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

କାହାରି ଆଗରେ ମୁଣ୍ଡ ନ ନୁଆଁଇ ନିଜ ସମସ୍ୟାକୁ ନିଜେ ସମାଧାନ କରିବାକୁ ପ୍ରୟାସ ଜାରି ରଖିବେ । କାର୍ଯ୍ୟଗୁଡିକ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ସହଧର୍ମୀ ଓ ପରିବାର ସଦସ୍ୟମାନେ ଆପଣଙ୍କ କାର୍ଯ୍ୟକୁ ସମର୍ଥନ କରିବେ । କଠିନ ଶ୍ରମ ଜନିତ ମାନସିକ ଓ ଶାରୀରିକ ଅସୁସ୍ଥତାର ଆଶଙ୍କା ରହିଛି । ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରାଇପାରନ୍ତି ଓ ଅଫିସିଆଲି କାମ ହାସଲ କରିବା ସକାଶେ ଆଗନ୍ତୁକ ଜଣକ ଆପଣଙ୍କ ପ୍ରଶଂସାଗାନ କରିବେ । କିଛି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ । ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ପତ୍ନୀଙ୍କ ସହ ମତାନ୍ତର ଦେଖାଦେବ । ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଆଜି ସ୍ତ୍ରୀଙ୍କ ସ୍ୱାସ୍ଥ୍ୟହାନି ଓ ଆକସ୍ମିକ କଳହ ମାନସିକ ଚିନ୍ତାର କାରଣ ହେବ । ବ୍ୟବସାୟ ଓ କ୍ୟାରିଅର କ୍ଷେତ୍ରରେ ପରିବର୍ତ୍ତନ ଆସିବ । କୌଣସି ଯୋଜନା କରିବା ପୂର୍ବରୁ ଭଲଭାବରେ ଚିନ୍ତା କରିବା ନିହାତି ଆବଶ୍ୟକ । କାରଣ ପରୋକ୍ଷ ଶତ୍ରୁତା ଦୈନିକ ଜୀବନଚର୍ଯ୍ୟାକୁ କେତେକାଂଶରେ ପ୍ରଭାବିତ କରିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ର ସ୍ଥିତି ମଧ୍ୟମ ଧରଣର ରହିବ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସାମାଜିକ ଜନକଲ୍ୟାଣ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଚୁକ୍ତିପତ୍ର, ନିର୍ମାଣ, ପ୍ରକଳ୍ପ କାର୍ଯ୍ୟ ପ୍ରତିଯୋଗିତା, ମାଲି ମକଦ୍ଦମା ପ୍ରଭୃତିରେ ବିଜୟଲାଭ ଅବଶ୍ୟମ୍ଭାବୀ । ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ମଧ୍ୟାହ୍ନରେ ଶୁଣିବାକୁ ପାଇବେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଶୁଭରଙ୍ଗ: କଫି ରଙ୍ଗ । ଆରଧନା: ସନ୍ତୋଷୀ ମାତା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଜି ବନ୍ଧୁଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଆଜିର ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁମାନେ ମାର୍ଗଦର୍ଶକ ସାଜିବେ । କିନ୍ତୁ ସାଧାରଣ ଘଟଣାକୁ ନେଇ ପଶ୍ଚ୍ୟାତପ କରିପାରନ୍ତି । କର୍ମକ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ବ୍ୟବସାୟକ୍ଷେତ୍ରରେ କଠିନ ପରିଶ୍ରମ ଦ୍ଵାରା ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସରେ ସୁସ୍ଥ ବାତାବରଣ ସହ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ପରସ୍ପର ସହମତିରେ କାର୍ଯ୍ୟ ସାଧନା ହେବା ଯୋଗୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । କିନ୍ତୁ ଅପରାହ୍ନରେ ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଶୁଭରଙ୍ଗ: ଧୂସର । ଆରାଧନା: ବାବା ଲିଙ୍ଗରାଜ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଧାର୍ମିକ କାର୍ଯ୍ୟ ପ୍ରତି ମନ ଆକର୍ଷିତ ହେବ । ମନମୁତାବକ କାର୍ଯ୍ୟ କରନ୍ତୁ କିନ୍ତୁ ବିବାଦୀୟ ପରିସ୍ଥିତିରୁ ଦୂରେଇ ରହିବା ଭଲ ହେବ । ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ବ୍ୟବସାୟରେ ସ୍ଥିତି ମାଧ୍ୟମ ଧାରଣ ରହିବ । ଆୟ ବ୍ୟୟର କୌଣସି ତାଳମେଳ ରହିବ ନାହିଁ । ଚାକିରି କ୍ଷେତ୍ରରେ ଅବରୋଧ ଆସିବାରୁ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ ନାହିଁ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ପ୍ରଶାସନିକ ସ୍ତରରେ ଲାଗି ରହିଥିବା ସମସ୍ୟାର ସମଧାନ ହୋଇଯିବ । ବିଚାର ନକରି ପରକଥାରେ ପଡି ଭୂଲ ମାର୍ଗର ଅନୁସରଣ କଲେ ହଇରାଣ ହେବାକୁ ପଡିବ । ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ପଡ଼ିବ । ପରିବାରର ସ୍ନେହ ଓ ଜୀବନସାଥୀଙ୍କ ସୁଖ ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଚର୍ଚିକା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ ବିଶ୍ଵାସ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ପାଇବେ । ନିଜ ପରିସରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ଅତୀତର କୌଣସି ବିବାଦୀୟ ଘଟଣା ଯୋଗୁଁ ସମସ୍ୟା ବଢିପାରେ । ଅପେକ୍ଷା କରିଥିବା କାର୍ଯ୍ୟଟି ପୂରଣ କରିବା କଷ୍ଟକର ହୋଇପାରେ । ତରବରିଆ ହିସାବରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ପରିସ୍ଥିତି ସହ ଟକ୍କର ଦେଇ ଆଗକୁ ଆଗକୁ ବଢିବା ସକାଶେ ଚେଷ୍ଟା ଅବ୍ୟାହତ ରଖନ୍ତୁ, ନିଶ୍ଚୟ ସଫଳତା ପାଇବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ, ଯାହା କି ବନ୍ଧୁ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯିବ । ନିର୍ମାଣ ଓ ପରିବାରଣ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ପଡ଼ୋଶୀମାନେ ସ୍ୱାର୍ଥ ହାସଲ ପାଇଁ ମନୋଭୁଲାଣିଆ କଥା କହିବେ । ପାରିବାରିକ ବାତାବରଣ ସୁସ୍ଥ ଥିଲେ ମଧ୍ୟ ଅପରାହ୍ନରେ କୌଣସି କଥାକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ ମୁହଁ ଫୁଲାଇ ରହିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଅନୁକୂଳ ରହିବ । ଯେକୌଣସି କାର୍ଯ୍ୟ ହାତ ନେଲେ ମଧ୍ୟ କାର୍ଯ୍ୟ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ ବାଣିଜ୍ୟରେ ଆଶାତୀତ ସଫଳତା ପାଇବେ । କର୍ମକ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାକୁ ବୀରଙ୍କ ଭଳି ସମ୍ମୁଖୀନ କରିବେ ଓ ସଲଫତା ପାଇବେ । ଅଫିସରେ ସହକର୍ମୀଙ୍କ ସହ ପରସ୍ପର ମଧ୍ୟରେ ଆପୋସ ବୁଝାମୁଣା ଦ୍ଵାରା କାର୍ଯ୍ୟ କରିଲେ ଯଥେଷ୍ଟ ଉପକୃତ ହେବେ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ । ପ୍ରତି କ୍ଷେତ୍ରରେ ପରିବାର ସଦସ୍ୟଙ୍କ ସମର୍ଥ ପାଇବେ । ଅସୁବିଧାରେ ପଡିଥିବା ଲୋକଟି ପ୍ରତି ଦୟାଭାବ ପୋଷଣ କରି ପ୍ରଶଂସାଭାଜନ ହେବେ । ଶାରୀରିକ ସୁସ୍ଥତା ଏବଂ ମାନସିକ ପ୍ରସନ୍ନତା ଅନୁଭବ କରିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଗୌରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଦୌ ଆଶା କରି ନ ଥିବା କୌଣସି ଜିନିଷ କିମ୍ବା ଖବର ପାଇ ଖୁସି ହୋଇଯିବେ । ସ୍ଵାସ୍ଥ୍ୟ ଦୃଷ୍ଟିକୋଣରୁ କେତେକାଂଶରେ ଭଲ ରହିବ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଚାପର ସମ୍ମୁଖୀନ ହୋଇ ମାନସିକ ସ୍ଥିତି ହରାଇପାରନ୍ତି । ତଥାପି କେତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାରେ ସକ୍ଷମ ହେବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମଧ୍ୟମ ଧରଣର ରହିବ । ଅଫିସ ଆଲୋଚନାରେ ନୂଆ ଲୋକଙ୍କ ସହିତ ମିଶିବେ । ଆନୁଷ୍ଠାନିକ କାମ, ସଭାସମିତି, ଆଲୋଚନା ପରିସରରେ ବନ୍ଧୁମାନଙ୍କ ସହ ପ୍ରୀତିପ୍ରଦ ସମ୍ପର୍କ ସ୍ଥାପିତ ହେବ । ବନ୍ଧୁଙ୍କ ସହ ଆଲୋଚନା କରି କୌଣସି ନୂତନ କର୍ମାରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ପାରିବାରିକ କ୍ଷେତ୍ରରେ ସଦସ୍ୟ ବର୍ଗଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ମିତ୍ରଙ୍କ ଠାରୁ ଭଲ ଖବର ପାଇବେ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିରଜା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ମନରେ ସକାରାତ୍ମକ ଭାବନା ବଜାୟ ରଖନ୍ତୁ । ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜବୁତ ରହିବ । କର୍ମକ୍ଷେତ୍ରର ବିଭିନ୍ନ ପ୍ରକାରର ଘଟଣାବଳୀ ମନକୁ ବାରମ୍ବାର ଆଲୋଡିତ କରିବ । ବ୍ୟବସାୟରେ ଲାଗିଥିବା ସମସ୍ୟା ସୁଧାରିବା ପାଇଁ ଚେଷ୍ଟା କରିବେ । କୌଣସି କମ୍ପାନୀରେ ଚାକିରି କରିବାର ଇ-ମେଲ୍ ଜରିଆରେ ଜାଣିବାକୁ ପାଇବେ । ଅତୀତ ଦିନର ପାରିବାରିକ ସମସ୍ୟା ବିଷୟକୁ ବାରମ୍ବାର ଚିନ୍ତା କରିବା କାରଣରୁ ମାନସିକ ସ୍ଥିରତା ରହିବ ନାହିଁ । କଳା, ସାହିତ୍ୟ, ସଙ୍ଗୀତ, ସତ୍‌ସଙ୍ଗ, ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ । କେତେକ ସ୍ଥାଳରେ ଶେଷ ସମୟରେ ନିଷ୍ପତି ବଦଳାଇପାରନ୍ତି । ବନ୍ଧୁମାନଙ୍କ ପ୍ରତି ସ୍ନେହ ସହୃଦୟତା ମନୋଭାବ ପୋଷଣ କରିବେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ନୂଆ କାମ ଆରମ୍ଭ କରିବା ସଙ୍ଗେ ସଙ୍ଗେ ସମସ୍ୟାର ସମାଧାନ କରିବା ଲାଗି ମାର୍ଗ ଖୋଜିପାଇବେ । ଆଜି ଗ୍ରହସ୍ଥିତିର ସୁପ୍ରଭାବ ଯୋଗୁଁ ଅର୍ଥଲାଭ କରିବେ କିନ୍ତୁ ଯାତ୍ରା, ସଭାସମିତିରେ କେତେକ ପ୍ରତିକୂଳ ପରିସ୍ଥିତିରେ ଚାପ ବଢିବା ଯୋଗୁଁ ସାମୟିକ ଚିନ୍ତିତ ରହିବେ । ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ । ଆପଣ ମନେ ମନେ ଯାହା ଭାବୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ । ବ୍ୟବସାୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ । ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରି ପାରନ୍ତି । ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ରାମଚଣ୍ତୀ ।

Leave a Reply

Your email address will not be published. Required fields are marked *