13 ଜାନୁୟାରୀ 2021, ବୁଧବାର :- ଆଜି ୪ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ । ପାରିବାରିକ ଶୁଖଶାନ୍ତି ସହ

13 ଜାନୁୟାରୀ 2021, ବୁଧବାର :- ଆଜି ୪ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ । ପାରିବାରିକ ଶୁଖଶାନ୍ତି ସହ

13 ଜାନୁୟାରୀ 2021, ବୁଧବାର :- ଆଜି ୪ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ । ପାରିବାରିକ ଶୁଖଶାନ୍ତି ସହ କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତିରେ ଆସିବ ସୁଧାର ।

ଆଜି ଆମେ ଆପଣଙ୍କୁ ୧୩ ଜାନୁୟାରୀ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ପ୍ରଭୁଙ୍କ ଧ୍ୟାନରେ ମନର ସକାରାତ୍ମକ ଶକ୍ତି ଚିନ୍ତାଧାରା ଜାତ ହେବ । ଆର୍ଥିକ ସ୍ଵଚ୍ଛଳତା ଫେରି ପାଇବେ, ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ । ଜରୁରୀ କାମ ସମ୍ପର୍ଣ୍ଣ କରିବା ଲାଗି ମନରେ ଯୋଜନା ପ୍ରସ୍ତୁତ କରିବେ । ଆର୍ଥିକ ଓ ପାରିବାରିକ ସ୍ଥିତିରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ । କର୍ମକ୍ଷେତ୍ରରେ ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡ଼ିବ । ସରକାରୀ କର୍ମଚାରୀଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ମନରେ ସରସତା ରହିବ ନାହିଁ । ସାମାଜିକ ସ୍ତରରେ ପ୍ରତିଷ୍ଠା ମିଳିବ । କୋର୍ଟ କଚେରି ମାମଲା କିମ୍ବା ଜମିଜମା ସମସ୍ୟା ସମାଧାନ ହେଉ ହେଉ ଅଟକିଯିବ । ପ୍ରଶାସନ, ଆଇନ ଅଦାଲତ, ସଭା ସମିତି ଓ ରପ୍ତାନି ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । ସନ୍ତାନଙ୍କ ଗୌରବରେ ଗୌରବାନ୍ୱିତ ହୋଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବ୍ୟକ୍ତିତ୍ଵକୁ ବିକାଶ କରିବାରେ ଆପ୍ରାଣ ଉଦ୍ୟମ କରିବେ । ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଷଡ଼ଯନ୍ତ୍ର ରଚିବେ ତଥାପି ଆପଣଙ୍କର କିଛି ଅସୁବିଧା କରିପାରିବେ ନାହିଁ । ରାଶ୍ୟାଧିପ କର୍ମାଧିପଙ୍କ ନକ୍ଷତ୍ରରେ ରହିଥିବାରୁ ଆପଣଙ୍କ ଚିନ୍ତାଧାରା ଅନୁଯାୟୀ ପ୍ରତ୍ୟେକ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ । ବ୍ୟବସାୟରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ । ଅଫିସ ସମାରୋହରେ ଆନନ୍ଦ ଉପଭୋଗ କରିବେ । ଲୋକସମ୍ପର୍କ, ବ୍ୟବସାୟିକ ସ୍ଥିତି, ପୂର୍ବ ସ୍ଥିରୀକୃତ କାର୍ଯ୍ୟ, ଯାତ୍ରାରୁ ସୁଫଳ ପାଇବେ । ଅପରାହ୍ନରେ ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନସନ୍ ଦୂର ହେବ । କଳା, ସାହିତ୍ୟ କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ପାରିବାରିକ ଜୀବନ ଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଭୈରବୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ବିଗତ ଦିନର ସମସ୍ୟାର ସରଳ ସମାଧାନ ହେତୁ ମାନସିକ ସ୍ଥିରତା ଅବଶ୍ୟ ଆସିବ । ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ । ବନ୍ଧୁଙ୍କ ନିକଟରେ ମନକଥାକୁ ଲୁଚାଇ ରଖିପାରିବେ ନାହିଁ ଓ କହିବା ପରେ ମନସ୍ତାପ କରିବେ । ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ହେତୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି । ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । ଜୀବନସାଥୀଙ୍କ ଠାରୁ କିଛି ଉପହାର ମିଳିପାରେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ବାବା ଭୋଳାନାଥ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆପଣଙ୍କର ଆତ୍ମବିଶ୍ଵାସ ଉଚ୍ଚା ରହିବ କିନ୍ତୁ ନକରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ । ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ହାସଲ କରିବେ । ଅଫିସରେ କେତେକ ସ୍ଥଗିତ କାମ ପାଇଁ ସ୍ଥଗିତ କୈଫିୟତ ଦେବାକୁ ପଡ଼ିପାରେ । ସଭାସମିତିରେ ଯୋଗ ଦେଇ ପ୍ରଶଂସିତ ହେବେ । ପରିବାରରେ ମତଭେଦ କାରଣରୁ ଭୁଲ୍‌ ବୁଝାମଣା ଜନିତ ସମ୍ପର୍କ ହାନି ଘଟିପାରେ । ମିତ୍ରଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ । ପାରିବାରିକ କ୍ଷେତ୍ରର ଅସନ୍ତୋଷ ଆପୋସ ଆଲୋଚନା ଦ୍ୱାରା ସମାଧାନ ହୋଇପାରିବ । ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝିପାରିବେ ନାହିଁ । ପର କଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ଶୁଭରଙ୍ଗ: ଧଳା । ମାଆ ଶାରଳା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପ୍ରତ୍ୟେକ କ୍ଷେତ୍ରରେ ଭାଗ୍ୟର ସହଯୋଗ ପାଇବେ । ଏକାଦଶସ୍ଥ ଚନ୍ଦ୍ର ଓ ଭାଗ୍ୟସ୍ଥାନକୁ ବୁଧାଦିତ୍ୟଙ୍କ ଦୃଷ୍ଟିରୁ ଆଜି ଦିନଟି ବହୁତ ଭଲ । କାର୍ଯ୍ୟସିଦ୍ଧି, ବନ୍ଧୁପ୍ରୀତି, ଅର୍ଥଲାଭ ସଙ୍ଗେସଙ୍ଗେ ଶୁଭଖବର ଆଦି ପ୍ରାପ୍ତ ହେବ । ପରୋକ୍ଷ ଶତ୍ରୁତା ପ୍ରତ୍ୟେକ କାର୍ଯ୍ୟରେ ସାମୟିକ ସମସ୍ୟା ସୃଷ୍ଟି କଲେ ମଧ୍ୟ ଆପଣଙ୍କ କର୍ମପ୍ରବାହରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ । ଆପଣଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ବ୍ୟବସାୟ, ପରିବହନ, ପ୍ରଶାସନ ଓ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଉନ୍ନତି କରିବେ । ପଡୋଶୀଙ୍କ ପରୋକ୍ଷ ଶତ୍ରୁତାରୁ କେତେକ ସୁଯୋଗ ହାତଛଡା ହୋଇପାରେ । ପାରିବାରିକ କ୍ଷେତ୍ରରେ ଆଲୋଚନା ପରିସରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପାରସ୍ପରିକ ଆଲୋଚନା କରିବା ଭଲ ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ମାଣିକେଶ୍ଵରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ମନ ଶାନ୍ତ ରଖନ୍ତୁ ଓ ଧୈର୍ଯ୍ୟଧରି ପରିସ୍ଥିତିର ମୁକାବିଲା କରନ୍ତୁ ସଫଳ ହେବେ । ଚତୁର୍ଥ ଓ ଦଶମସ୍ଥାନ ପାପାକ୍ରାନ୍ତ ଯୋଗୁଁ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ସମସ୍ୟା ବହୁଳ ରହିବ । ସମ୍ପର୍କୀୟମାନେ ସମ୍ମୁଖରେ ମିଷ୍ଟା ଭାଷାରେ କଥାବାର୍ତ୍ତା ହେଲେ ମଧ୍ୟ ପରୋକ୍ଷରେ ବିରୁଦ୍ଧାଚରଣ କରିବେ । ବ୍ୟବସାୟର ଉନ୍ନତି ପାଇଁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱରେ ପଡିବେ । ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସହଜରେ ସମାଧାନ କରିପାରିବାରେ ସକ୍ଷମ ହୋଇପାରିବେ । ସଭାସମିତିରେ, ଆଲୋଚନା ଅବସରରେ ସମ୍ମାନଜନକ ସ୍ଥିତିରେ ରହିପାରନ୍ତି । ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ । ଆଜି ରାଶିରେ ଶୁକ୍ରର ସ୍ଥିତି ଯୋଗୁଁ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ସମୟ ଅତିବାହିତ କରିବେ । କୌଣସି ବିଶେଷ କାର୍ଯ୍ୟ ମିତ୍ରଙ୍କ ସାହାଯ୍ୟରେ ସଂପୂର୍ଣ୍ଣ ହେବ । ବ୍ୟବସାୟରେ ବିଭିନ୍ନ ସମସ୍ୟା ଦେଖା ଦେଇପାରେ । ସେୟାର ବଜାର କିମ୍ବା ଜମି କିଣିବା ପାଇଁ ଭାବିବେ । ବ୍ୟବସାୟର ଉନ୍ନତି ପାଇଁ ପ୍ରଚାର ପ୍ରସାର କରିବେ ଏବଂ ଅଟକିଥିବା ଟଙ୍କା ପଇସା ଫେରି ପାଇବେ । ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ କରିବାରେ ସକ୍ଷମ ହୋଇପାରନ୍ତି । ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ଶୁଭରଙ୍ଗ:ସବୁଜ । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଭଗବାନଙ୍କୁ ଧ୍ୟାନ କରନ୍ତୁ, ଦିନଟି ଶୁଭଦାୟକ ରହିବ । କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ଅଫିସରେ ଦୃଢ ପଦେକ୍ଷପ ନେଇ କାର୍ଯ୍ୟ ହାସଲ କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିବା କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ରୋଗ, ଋଣ ଓ ଶତ୍ରୁତା ବିଷୟ ଚିନ୍ତନରେ ସମୟ କାଟିବେ । ସମୟରେ ଅନୁକୂଳତା କାରଣରୁ କିଛି ନୂଆଁ କାମ ଆରମ୍ଭ କରିବା ସକାଶେ ମନ ବଳାଇବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ଦେଖାଦେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ନୂଆ ପରିଯୋଜନାର ଶୁଭାରମ୍ଭ କରିପାରନ୍ତି । ରାଶିରେ ରାହୁ ଓ ଚନ୍ଦ୍ରଙ୍କ ସଂଯୋଗ ଫଳରେ ନିଜର ପୂର୍ବ ଦୈନନ୍ଦିନ ଜୀବନଚର୍ଯ୍ୟାକୁ ବଦଳାଇବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ । ସରକାରୀ କ୍ଷେତ୍ରରେ ସ୍ଥଗିତ ଥିବା କାମ ପୂରା ହେବ । ଅଫିସରେ ଆପଣଙ୍କୁ ନୂଆ ପରିଯୋଜନାର ଦାୟିତ୍ଵ ମିଳିବ । ପୂର୍ବଅପେକ୍ଷା ଆର୍ଥିକ କ୍ଷେତ୍ରରେ ବହୁତ ଭଲ ରହିବ । ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ । ପରିବାରରେ ପାରସ୍ପରିକ ଶତ୍ରୁତା ମନୋଭାବରୁ ବିଚଳିତବୋଧ କରିପାରନ୍ତି । ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ । କର୍ମକ୍ଷେତ୍ରରେ ଖୁବ୍ ଆଶାବାଦୀ ହେବେ ଓ ସଫଳତା ମଧ୍ୟ ପାଇବେ । କୌଣସି ସଭା ସମିତି କାର୍ଯ୍ୟରେ ସାମିଲ ହୋଇପାରନ୍ତି । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ । ସରକାରୀ କର୍ମଜୀବିମାନେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ସାଧାରଣ ଘଟଣାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ପଡୋଶୀଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ସାଧାରଣ ଯୁକ୍ତିତର୍କ ଜନିତ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶୁଭରଙ୍ଗ:ଲାଲ । ଆରାଧନା: ହନୁମାନ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ । ଶିଳ୍ପ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ହେବ । କାର୍ଯ୍ୟ ହାସଲ ସକାଶେ ବନ୍ଧୁଙ୍କ ସହାନୁଭୂତି ନିଶ୍ଚୟ ଲାଭ କରିବେ । ଚାକିରି କରୁଥିବା କର୍ମଜୀବୀମାନଙ୍କ ପଦୋନ୍ନତିର ଯୋଗ ରହିଛି । ସଭାସମିତି କିମ୍ବା ଆନୁଷ୍ଠାନିକ କାମ ସକାଶେ ଅନ୍ୟର ସାହାଯ୍ୟ ଲୋଡିବେ । ପରିବାର ସକାଶେ ବସନଭୂଷଣ କ୍ରୟରେ ପକ୍ଷପାତିତା ହେତୁ ସମସ୍ୟା ସୃଷ୍ଟିହେବ । ନିଜ ପରିବେଶରେ କିମ୍ବା ସଭାସମିତି ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ଯାତ୍ରାକାଳରେ କୌଣସି ଅଜଣା ବ୍ୟକ୍ତିଙ୍କ ସମ୍ପର୍କ ସମସ୍ୟାର କାରଣ ହୋଇପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଚର୍ଚ୍ଚିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ଲାଗି ସବୁ ଦିଗରୁ ଭଲ ରହିବ । ରବି ଓ ବୁଧଙ୍କ ପ୍ରଭାବରେ ଆଜି କାର୍ଯ୍ୟବ୍ୟସ୍ତତାରୁ ଘର କଥା ବୁଝିବାକୁ ସମୟ ପାଇବେ ନାହିଁ । କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ କୌଶଳ ପ୍ରୟୋଗ କରି କାମ ହାସଲ କରିବେ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ । ବ୍ୟବସାୟରେ ଧନଲାଭର ସଙ୍କେତ ମିଳିବ । ଆନୁଷ୍ଠାନିକ କାମରେ ଯେତେ ଖଟିଲେ ମଧ୍ୟ ଆଶାନୁରୂପ ସଫଳତା ପାଇବେ ନାହିଁ । ଗୃହସୀମା, ନିର୍ମାଣ, ଘରଭଡ଼ା କିମ୍ବା ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ । ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ରାମଚଣ୍ତୀ ।

Leave a Reply

Your email address will not be published. Required fields are marked *