13 ମଇ 2021, ଗୁରୁବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପରିବାରରେ

13 ମଇ 2021, ଗୁରୁବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପରିବାରରେ

13 ମଇ 2021, ଗୁରୁବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ ।

ଆଜି ଆମେ ଆପଣଙ୍କୁ ୧୩ ମଇ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ବିଭିନ୍ନ ପ୍ରକାର ସମସ୍ୟା ହେତୁ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ । ଆଜି ରାଶିରେ ଏକାଧିକ ଗ୍ରହ ଅବସ୍ଥାନ କରିଥିବା ଯୋଗୁଁ ମାନସିକ ବିକ୍ଷିପ୍ତତା ମଧ୍ୟରେ ଅଭିଳଷିତ କାର୍ଯ୍ୟକୁ ସିଦ୍ଧି ଲାଭ କରିବା କଷ୍ଟକର ହୋଇପାରେ । ବ୍ୟବସାୟ, ବାଣିଜ୍ୟରେ ବାଧାପ୍ରାପ୍ତ ହେବା ସହ କେତେକ ସ୍ତରରେ ପ୍ରତିଯୋଗୀତା ମନୋଭାବ ଉପୁଜିପାରେ । ଅପରପକ୍ଷରେ ସାମୟିକ ଭାବରେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ । ଆଜି ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ଅଫିସର୍ ଓ ସହକର୍ମୀମାନେ ଆପଣଙ୍କ କାମକୁ ନେଇ ସମାଲୋଚନା କରିବେ । ଧାର୍ମିକ କାର୍ଯ୍ୟ ପ୍ରତି ମନରେ ଆଗ୍ରହ ଜନ୍ମିବ । ନିର୍ମାଣାଧୀନ କାର୍ଯ୍ୟର କିଛି ଅଂଶ ପୂର୍ଣ୍ଣ କରିବା ପାଇଁ ଚେଷ୍ଟିତ କରିବେ । ପାରିବାରିକ ସ୍ତରରେ ସୁଖଶାନ୍ତି ବଜାୟ ରହିବ । ସାଧାରଣ କଥାକୁ ବଡ ଆକାରରେ ଚିନ୍ତା କରି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସାମୟିକ ଉଚ୍ଚବଚ୍ଚା ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ସ୍ଵାସ୍ଥ୍ୟ ଅବସ୍ଥାରେ ବିଶେଷ କିଛି ଖରାପ ନଥିଲେ ମଧ୍ୟ ବିଭିନ୍ନ ପ୍ରକାର ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ଅତି ଆପଣଙ୍କର ବ୍ୟକ୍ତିଟି ବିଶ୍ଵାସଘାତ କରିପାରେ । ତେଣୁ ଅନ୍ଧ ଭାବରେ କାହାରି କଥାକୁ ଗ୍ରହଣ କରନ୍ତୁ ନାହିଁ ବରଂ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ବ୍ୟବସାୟ, ବାଣିଜ୍ୟରେ କାରବାର ମାନ୍ଦା ରହିବ । ସରକାରୀ କିମ୍ବା ବେସରକାରୀ ସ୍ତରରୁ ପାଇବାକୁ ଥିବା ଅର୍ଥ ପାଇଁ ଆଶାୟୀ ହୋଇପାରନ୍ତି । ବନ୍ଧୁଙ୍କ ଦ୍ଵାରା ନିମନ୍ତ୍ରିତ ହୋଇ ସାମାଜିକ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ପ୍ରଶାସନ, ସମ୍ବାଦିକତା ତଥା ପ୍ରକାଶନ କ୍ଷେତ୍ରରେ ଆଶାନୁରୂପକ ଫଳ ପାଇବେ । ବନ୍ଧୁଙ୍କ ଗହଣରେ ଅଧିକାଂଶ ସମୟ ଅତିବାହିତ କରିବେ । ପାରିବାରିକ ସ୍ତରରେ ନିଜର ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇ ପାରନ୍ତି । ସ୍ଵାସ୍ଥ୍ୟ ପ୍ରତି ଅବହେଳା କରିବା ଦୁଃଶ୍ଚିନ୍ତାର କାରଣ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ହୋଇଯିବ । ବ୍ୟବସାୟ, ବାଣିଜ୍ୟରେ କାରବାର ମଧ୍ୟମ ଧରଣ ରହିବ । ଆର୍ଥିକ ପରିସ୍ଥିତିରେ କ୍ରମଶଃ ସୁଧାର ଆସିବ । ଅଫିସରେ ଆପଣଙ୍କ କାମକୁ ନେଇ ଉଚ୍ଚାଧିକାରୀ କୈଫତ୍ ମାଗିପରାନ୍ତି । ମଧ୍ୟାହ୍ନରେ ଏକ ମାମୁଲି କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ମତଭେଦ ଦେଖାଦେଇପାରେ । ସାମାଜିକକ୍ଷେତ୍ର କିମ୍ବା ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ବାକ୍ ଅସଂଯମତା ଯୋଗୁଁ କେତେକ କ୍ଷେତ୍ରରେ ଅପଦସ୍ଥ ହେବାକୁ ପଡିବ । ନିଜଲୋକଙ୍କ ଶତ୍ରୁତା ଫଳରେ ମନରେ କ୍ଷୋଭ ଓ ହତାଶଭାବ ଦେଖାଦେବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା କ୍ରମଶଃ ଜଟିଳ ହେବା ଯୋଗୁଁ ଚିନ୍ତିତ ରହିବେ । ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଚର୍ଚ୍ଚିକା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବ ନାହିଁ । ବ୍ୟବସାୟ ଓ ବାଣିଜ୍ୟ ତଥା ନିର୍ମାଣରେ କେତେକ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ପାଇବେ । ଅଫିସରେ ସହକର୍ମୀଙ୍କ ସହ ମିଳିମିଶି ପରସ୍ପର ସହମତିରେ କାର୍ଯ୍ୟ କରିବେ । କିନ୍ତୁ ହଠାତ କୌଣସି ବିଷୟକୁ ତର୍ଜମା କରି ଉଚ୍ଚାଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବର ସମ୍ଭାବନା ରହିଛି । ପାରିବାରିକ ସମସ୍ୟାକୁ ଭିତ୍ତି କରି ମାନସିକ ବିଷାଦର ଶିକାର ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମନରେ ନୂଆ ଚିନ୍ତାଧାରାର ପରିକଳ୍ପନା କରିବେ । ଦୀର୍ଘଦିନର ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ପରିସ୍ଥିତିକୁ ଆଖିଆଗରେ ରଖି ଯେସାକୁ ତେସା ନୀତିରେ କାମ କରିବାକୁ ମନସ୍ଥ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିବେ ସତ କିନ୍ତୁ ଋଣ ପରିଶୋଧର କରିବାରେ ଅକ୍ଷମ ହେବେ । ଅଫିସ ପରିସରରେ ଆୟୋଜିତ ବୈଠକରେ ଅପ୍ରିୟ ସତ୍ୟ କହିବା ଫଳରେ ସହକର୍ମୀମାନେ ଶତ୍ରୁତା କରିପାରନ୍ତି । କଳା, ସାହିତ୍ୟ, ପ୍ରଶାସନିକ ସ୍ତରରେ ଏପରି କି ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ । ଛୋଟ ଛୋଟ କଥାକୁ କେନ୍ଦ୍ର କରି ପରିବାର ଭିତରେ ସମ୍ପର୍କ ହାନି ଘଟିପାରେ । ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଅତୀତର ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସମ୍ପାଦନା କରିବେ । ସ୍ଵାସ୍ଥ୍ୟ ସମସ୍ୟା କ୍ରମଶଃ ସୁଧୁର ଆସିବା ଫଳରେ ମନକୁ ସାମୟିକ ଆଶ୍ୱସ୍ତି ମିଳିବ । ଆର୍ଥିକ ଜନିତ କୌଣସି ଅଭାବ ଓ ଅସୁବିଧା ପରିଲକ୍ଷିତ ହେବ ନାହିଁ । କିନ୍ତୁ ଆଳସ୍ୟ ଓ ଅବହେଳା ଯୋଗୁଁ କେତେକ କାମ ହାତ ପାହାନ୍ତରୁ ଖସି ଯାଇପାରେ । ଅଫିସରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ଓ ସାନ୍ନିଧ୍ୟ ଲାଭ କରି ସ୍ଥଗିତ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାରେ ସାମର୍ଥ୍ୟ ବଢ଼ିବ । କେତେକ କ୍ଷେତ୍ରରେ ପରିସ୍ଥିତିରେ ପଡ଼ି ନିଜକୁ ସଂକୁଚିତ କରି ରଖିବାକୁ ବାଧ୍ୟ ହେବେ । ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ବାବା ଭୋଳାନାଥ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କୁ ମିଶ୍ରଣ ଫଳ ପ୍ରଦାନ କରିବ । ଆର୍ଥିକ ଦୁର୍ବଳ ରହିବା ସହ ଋଣଭାରରେ ଅତିଷ୍ଠ ହୋଇ ଚିନ୍ତିତ ରହିବେ । ଚେଷ୍ଟା କରୁଥିବା କାମଗୁଡିକ ସହଜରେ ସମ୍ପନ୍ନ ହୋଇପାରିବ ନାହିଁ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ସତ୍ତ୍ୱେ ଉଚ୍ଚାଧିକାରୀଙ୍କ ଠାରୁ ସମାଲୋଚିତ ହେବାକୁ ପଡିବ । ମତାନ୍ତର ଜନିତ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ପାଇବେ ନାହିଁ । ସାମାଜିକ ଓ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ନିଜ ପରିସରରେ କୌଣସି ଉଚ୍ଚବର୍ଗର ବ୍ୟକ୍ତି କିମ୍ବା ନିକଟ ସମ୍ପର୍କୀୟଙ୍କ ଦ୍ୱାରା କେତେକ କାମ ହାସଲ କରିବାରେ ସକ୍ଷମ ହେବେ । ବିବାଦୀୟ ସ୍ଥିତିରେ ମଧ୍ୟସ୍ଥତା କରନ୍ତୁ ନାହିଁ । ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ପାଇବେ, ଯାହାଫଳରେ ମନୋବଳ ଦୃଢ ରହିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ପ୍ରତ୍ୟେକ ସ୍ଥଳରେ ଅନ୍ୟର ମନ ବୁଝିଲା ଭଳି କଥା ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିନେବେ । ଦୀର୍ଘଦିନର ଅଭିଳାଷ ପୂରଣ ହେବା କାରଣରୁ ମନ ପ୍ରଫୁଲ୍ଲ ରହିବ । ବ୍ୟବସାୟ ଓ ବାଣିଜ୍ୟରେ ମଧ୍ୟମ ଧରଣର ରହିଲେ ମଧ୍ୟ ଆର୍ଥିକ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ଅଫିସରେ ସହକର୍ମୀ ସମେତ ଅଧିନସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଆନୁଷ୍ଟାନିକ କ୍ଷେତ୍ରରେ, ସାମାଜିକ କାର୍ଯ୍ୟକଳାପରେ, ସଭାସମିତି ଆଦି କ୍ଷେତ୍ରରୁ ଆଶାନୁରୂପକ ଫଳ ପାଇବେ । ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ଉଦାସ ରହିପାରନ୍ତି । ଅନ୍ୟର ବ୍ୟକ୍ତିଗତ ମାମଲାରେ ମୁଣ୍ଡ ପୁରାନ୍ତୁ ନାହିଁ । ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବେ । ପଡୋଶୀଙ୍କ ଅସହିଷ୍ଣୁ ମନୋଭାବରୁ ଟିକିଏ ଟିକିଏ କଥାରୁ କଳହ ଲାଗିବାର ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ବନ୍ଧୁଙ୍କ ସମ୍ମୁଖରେ ପ୍ରିୟ କଥା କହି ଭୁଲ୍‌ ବୁଝାମଣା ହେତୁକ ସମସ୍ୟାକୁ ସୁଧାରି ନେବେ । ବନ୍ଧୁଙ୍କ ସାହାର୍ଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । ଆର୍ଥିକ ସ୍ଥିତି ପୂର୍ବପରି ରହିବ । ଆଜିର କର୍ମକ୍ଷେତ୍ରରେ ଯେକୌଣସି ପରିସ୍ଥିତି ଆସୁନା କାହିଁକି, ଆପଣ ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ । ଅଫିସରେ ସହକର୍ମୀମାନଙ୍କ ସହଯୋଗରୁ ମଧ୍ୟାହ୍ନରେ ଟେନସନ୍‌ ଦୂର ହୋଇପାରେ । ରାଜନୈତିକ କ୍ଷେତ୍ର, ଆନୁଷ୍ଠାନିକ କିମ୍ବା ଗଠନମୂଳକ କାର୍ଯ୍ୟ ମନ୍ଥର ହେବ । ପାଖ ପଡ଼ୋଶୀମାନେ କିମ୍ବା ଈର୍ଷାପରାୟଣ ବ୍ୟକ୍ତିମାନେ ପରୋକ୍ଷ ଶତ୍ରୁତା କରିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । ପ୍ରତ୍ୟେକ କାର୍ଯ୍ୟରେ ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦେବାଦେବୀଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ମାନସିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବ ନାହିଁ । ଆଜି ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ, ନତୁବା ପ୍ରତ୍ୟେକ କ୍ଷେତ୍ରରେ ଅଯଥାରେ କଳହର ସମ୍ମୁଖୀନ ହୋଇପାରନ୍ତି । ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ କର୍ମକ୍ଷେତ୍ରରେ କିଛି ବ୍ୟତିକ୍ରମ ଦେଖାଦେଇପାରେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ବନ୍ଧୁ ଓ ସହକର୍ମୀଙ୍କ ସହାୟତାରେ ଆର୍ଥିକ ଜନିତ ସମସ୍ୟା ଦୂରେଇ ଯିବ । ସମାଜରେ ଶୃଙ୍ଖଳିତ ଭାବେ ଜନ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ପରିବାରରେ ଅସଂଯମତା ବ୍ୟବହାର ମନକୁ ଦୁଃଖ ଦେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ଭୈରବୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଜୀବନରେ ଲାଗିଥିବା ସଂଘର୍ଷର ଅନ୍ତ ଘଟିବ ଓ ଆତ୍ମୀୟମାନଙ୍କ ସହ ହସଖୁସିରେ ଦିନଟି ଅତିବାହିତ କରିବେ । କର୍ମକ୍ଷେତ୍ରରେ ବୀରଙ୍କ ଭଳି କାର୍ଯ୍ୟ କରିବେ ଓ ସଫଳତା ପାଇବେ । ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ସହକର୍ମୀଙ୍କ ମାଧ୍ୟମରେ ତାହା ଅତି ସୁବିଧାରେ ପାଇଯିବେ । ହାତକୁ ନେଇଥିବା କାର୍ଯ୍ୟ ଯଥା ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ । ଅଫିସରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଶତ୍ରୁମାନେ ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଭିନ୍ନ ଭିନ୍ନ ଯୋଜନା ପ୍ରସ୍ତୁତ କରିଲେ ମଧ୍ୟ ସଫଳତା ହୋଇପାରିବେ ନାହିଁ । ରିବାରରେ ହସଖୁସିରେ ଦିନ ଅତିବାହିତ କରିବେ । ଜୀବନସାଥୀଙ୍କ ଅଧିକ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଆକାଶି ନୀଳ । ଆରାଧନା: ମାଆ ବିମଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ବିନମ୍ର ସ୍ଵଭାବ ଓ ଶାନ୍ତଶିଷ୍ଟ ବ୍ୟବହାର ଯୋଗୁଁ ଅନ୍ୟମାନଙ୍କ ଦ୍ଵାରା ପ୍ରଶଂସିତ ହେବେ । ବ୍ୟବସାୟ ଓ ବାଣିଜ୍ୟରେ ଆତ୍ମସନ୍ତୋଷ ମିଳିବ । ଦୀର୍ଘଦିନରୁ ଅଟକି ରହିଥିବା କାମ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହେବ । କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବାରେ କୌଣସି ଅସୁବିଧା ହେବନାହିଁ । ଅଫିସରେ ଆପଣଙ୍କର କାର୍ଯ୍ୟ କରିବା ଶୈଳୀ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହେବ ଏବଂ ଉଚ୍ଚାଧିକାରୀଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆଲୋଚନା ପରିସରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ପରିବାରିକ କ୍ଷେତ୍ରରେ ସମସ୍ୟା ପୂର୍ବପରି ରହିବା, ଦୁଶ୍ଚିନ୍ତାର କାରଣ ହେବ । ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତତ ରହିବେ । ଶୁଭରଙ୍ଗ: ଆକାଶିଆ ନୀଳ । ଆରାଧନା: ସନ୍ତୋଷୀ ମାତା ।

Leave a Reply

Your email address will not be published. Required fields are marked *