13 ମାର୍ଚ୍ଚ 2021, ଶନିବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ । ପରିବାରରେ ସୁଖଶାନ୍ତିର

13 ମାର୍ଚ୍ଚ 2021, ଶନିବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ । ପରିବାରରେ ସୁଖଶାନ୍ତିର

13 ମାର୍ଚ୍ଚ 2021, ଶନିବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ । ପରିବାରରେ ସୁଖଶାନ୍ତିର ବାତାବରଣ ରହିବ ।

ଆଜି ଆମେ ଆପଣଙ୍କୁ ୧୩ ମାର୍ଚ୍ଚ ୨୦୨୧ ଶନିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବା । ବିବାଦୀୟ ପରିସ୍ଥିତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେଲେ ମଧ୍ୟ ସ୍ତ୍ରୀଙ୍କ ସ୍ଵାସ୍ଥ୍ୟହାନି ଓ ଯାତ୍ରା ସ୍ଥଗିତ ଯୋଗୁଁ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ଓ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଏଜେନ୍ସିପରୁ ଖୁସି ରହିବେ । ବ୍ୟବସାୟ ପାଇଁ ଦୂରଯାତ୍ରାରେ ସଫଳ ହେବେ ଓ ଅନେକ ପ୍ରକାର ସୁବିଧା ସୁଯୋଗ ପାଇ ଆଶା ପୂରଣ ହେବାରେ ବିଳମ୍ବ ହୋଇପାରେ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ରୋଗ, ଋଣ ଓ ଶତ୍ରୁତା ବିଷୟ ଚିନ୍ତନରେ ସମୟ କାଟିବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ଦେଖାଦେବ । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବ୍ୟବସାୟୀମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଲାଭଦାୟକ ରହିବ । ଆପଣଙ୍କ ନିଜ ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ଆଜି କିଛି ବଡ ନିଷ୍ପତ୍ତି ନେବେ । ଆପଣ ପ୍ରଥମେ ନିଜ ଇଚ୍ଛା ଏବଂ ଆବଶ୍ୟକତା ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ ବିଶ୍ଳେଷଣ କରନ୍ତୁ ଯାହା ଦ୍ଵାରା ଆପଣ ଏକ ଉପଯୁକ୍ତ ନିଷ୍ପତ୍ତି ନେଇପାରିବେ । ବ୍ୟବସାୟ ସଲଗ୍ନ ଯାତ୍ରା କରିବାକୁ ପଡିବାକୁ ପଡିପାରେ । ଅଫିସରେ କିମ୍ବା ଆଲୋଚନା କ୍ଷେତ୍ରରେ ମନ ଅସ୍ଥିର ରହିବା କାରଣରୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ । ମନୋବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ । ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ । ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । କିନ୍ତୁ ରାଗକୁ ନିୟନ୍ତ୍ରଣରେ ନ ରଖିବା କାରଣରୁ ବନ୍ଧୁଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ । ଆର୍ଥିକ ସମସ୍ୟା ଦୂରେଇବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିପାରନ୍ତି । ନିକଟ ଅତୀତର ପରିସ୍ଥିତିକୁ ଯେତିକି ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ପାରିବାରିକ କ୍ଷେତ୍ରରେ ଗତକାଲିର କଳି ତକରାଳ ବିଷୟର ପର୍ଯ୍ୟାଲୋଚନା କରି ଅନ୍ୟମନସ୍କ ରହିବେ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ ସିନା ଶୁଭଫଳ ପାଇପାରିବେ ନାହିଁ । ଗୃହସ୍ଥ ଜୀବନରେ ସୁଖ- ଶାନ୍ତି ରହିବ । ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ଆପଣଙ୍କ ଉତ୍ସାହ ବଢ଼ାଇବ । ସଭାସମିତି, ସଙ୍ଗଠନ, ରାଜନୀତି, ପ୍ରଶାସନ, ଆଲୋଚନା କ୍ଷେତ୍ରରୁ ପ୍ରଶଂସିତ ହେବେ । ସରକାରଙ୍କ ତରଫରୁ ଲାଭ ପ୍ରାପ୍ତି କରି ପାରିବେ । ଅପରାହ୍ନେ ଦୀର୍ଘଦିନର ଆଶା ଫଳବତୀ ହେବ । ଶୁଭରଙ୍ଗ : ମେରୁନ । ଆରାଧନା : ପ୍ରଭୁ ହନୁମାନ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ସାମୟିକ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ବିଭିନ୍ନ ସମସ୍ୟା ମଧ୍ୟରେ ବୁଡ଼ିରହି ନିଜର କାମଗୁଡ଼ିକୁ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢ଼ିଯାଇପାରେ । କାର୍ଯ୍ୟ ହାସଲ ନିମନ୍ତେ ଖର୍ଚ୍ଚାନ୍ତ ଅଧିକ ହେବ । ଅଫିସ୍‌ କାମରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ, ମାତ୍ର ଆପଣଙ୍କୁ ଅନ୍ୟମାନେ ସାହାଯ୍ୟ କରିବେ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସାମାଜିକ ଜନକଲ୍ୟାଣ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଅପରାହ୍ନରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମତୃପ୍ତି ଲାଭ କରିପାରିବେ । ରାଜନୀତି ଓ ଅନ୍ୟାନ୍ୟ ଅନୁଷ୍ଟାନିକ କ୍ଷେତ୍ରରେ ମିଥ୍ୟା ଅଭିଯୋଗରେ ଫଶୀ ପାରନ୍ତି, ତେଣୁ ସାବଧାନ ଅବଲମ୍ବନ କରିବା ଆବଶ୍ୟକ । ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ । ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ଶୁଭରଙ୍ଗ: ନୀଳ । ଆରାଧନା: ହନୁମାନ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆର୍ଥିକ ପରିସ୍ଥିତି ଭଲ ରହିବ । ଯଦି ଆପଣ ନିଜ ବଜେଟ୍ ଅନୁଯାୟୀ ଖର୍ଚ୍ଚ କରିବେ, ତେବେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଆଜିର ପରିପାର୍ଶ୍ଵକ ସ୍ଥିତି ଓ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ରହିବ ଓ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ମଜବୁତ ରହିବ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଲାଭ କିଛି ଊଣା ହେବନି । କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ପରିବାର ସହିତ ହସଖୁସୀରେ ସମୟ ଅତିବାହିତ ପାଇଁ ଅନୁକୂଳ ପରିବେଶ ସୃଷ୍ଟିହେବ । ଯାତ୍ରା ସମୟରେ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା : ମାଆ ମାଣିକେଶ୍ଵରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦୀର୍ଘ ଦିନର ଆଶା ପୂରଣ ହେବା ସଙ୍ଗକୁ ସମ୍ପର୍କୀୟଙ୍କ ଶୁଭ ସୂଚନାରୁ ଖୁସି ହେବେ । ବ୍ୟବସାୟରେ ପୁଞି ଲଗାଣ କରନ୍ତୁ, ଲାଭ ହେବ । ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ ଓ କଳହର ସମ୍ଭାବନା ରହିଛି । ବନ୍ଧୁମାନଙ୍କ ସହ ସତ୍‌ସଙ୍ଗ, ଧାର୍ମିକ ବାତାବରଣ, ସାଂଗଠନିକ କାର୍ଯ୍ୟ କିମ୍ବା ସାମୁହିକ କାମରେ ଯୋଗ ଦେଇପାରନ୍ତି । ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ମାଲିମକଦ୍ଦମା, ତର୍କବିତର୍କ, ସଭାସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବାର ଆଶା କରାଯାଇପାରେ । ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ସମ୍ବନ୍ଧ ସୁଦୃଢ ହେବ । କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିମଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ବିଭିନ୍ନ କାରଣକୁ ନେଇ ମାନସିକ ସ୍ଥିରତା ରହିବ ନାହିଁ । ପୂର୍ବଯୋଜନା ଅନୁଯାୟୀ କର୍ମ କରନ୍ତୁ ଅବଶ୍ୟ କେତେକାଂଶରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ଅଫିସରେ ନୂଆ ଦାୟିତ୍ଵକୁ ଭଲ ଭାବରେ ନିର୍ବାହ କରିବେ । ସାମାଜିକ ସ୍ତରରେ ନିଜ ପରିସରରେ ପ୍ରତିଷ୍ଠିତ ହେବେ । ଆନୁଷ୍ଠାନିକ କାର୍ଯ୍ୟରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ । ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବା ସହ ଦାମ୍ପତ୍ୟ ଜୀବନରେ ସାମୟିକ ମନାନ୍ତର ଦେଖାଦେବ । ସନ୍ତାନଙ୍କ ସଫଳତା ହେତୁ ଗୌରବାନ୍ୱିତ ଅନୁଭବ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ମାଣିକେଶ୍ଵରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ସମ୍ୟକ କଷ୍ଟଦାୟକ ରହିବ । ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତି କ୍ରମଶଃ ବଦଳିବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ବାରମ୍ବାର ଚେଷ୍ଟା କରି ମଧ୍ୟ ଅସଫଳତା ହେତୁକ ଅପୂରଣୀୟ ଆଶା ଓ ଅଭିଳାଷ ମନରେ ସମ୍ୟକ କ୍ରୋଧ ସୃଷ୍ଟି କରିପାରେ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଯେଉଁ କାମ ଦୀର୍ଘଦିନ ହେଲା ହୋଇପାରି ନ ଥିଲା ଆଜି ଆକସ୍ମିକ ଭାବେ ହୋଇଯିବ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ । ପରିବହନ, ଶିଳ୍ପ ଓ ବ୍ୟବସାୟରେ ପ୍ରତିବନ୍ଧକ ଦୂରେଇବାରେ ସଫଳ ହେବେ । ପରିବାରରେ ଭୁଲ୍‌ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କ ଭଲ ରହିନପାରେ । ବନ୍ଧୁମାନେ ସାମୟିକ ସହଯୋଗକୁ ନିଜର ସ୍ଵାର୍ଥ ସାଧନ ଦିଗରେ ଲଗାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ସମ୍ୟକ କଷ୍ଟଦାୟକ ରହିବ । କୌଣସି ପରିଚିତଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ । କର୍ମକ୍ଷେତ୍ରରେ ବାରମ୍ବାର ଚେଷ୍ଟା କରି ମଧ୍ୟ ଅସଫଳତା ହେତୁକ ଅପୂରଣୀୟ ଆଶା ଓ ଅଭିଳାଷ ମନରେ ସମ୍ୟକ କ୍ରୋଧ ସୃଷ୍ଟି କରିପାରେ । ଅଫିସରେ ସହକର୍ମୀଙ୍କ ସହ ହସଖୁସିରେ ମାତି ରହି, କର୍ମ ପ୍ରତି ଅବହେଳା କରିବେ । ସଭାସମିତିରେ ଯୋଗ ଦେଲେ ମଧ୍ୟ ନୀରବଭ୍ରଷ୍ଟ ରହି ବିପକ୍ଷଙ୍କ ମନ୍ତବ୍ୟକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି,ଏଣୁ ସାବଧାନ ରହିବା ଭାଲ । ପରିବାରରେ ଭୁଲ୍‌ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କ ଭଲ ରହି ନ ପାରେ । ବନ୍ଧୁମାନେ ସାମୟିକ ସହଯୋଗକୁ ନିଜର ସ୍ଵାର୍ଥ ସାଧନ ଦିଗରେ ଲଗାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦୃଢ ଆତ୍ମା ବିଶ୍ଵାସର ସହ କର୍ମକ୍ଷେତ୍ରକୁ ଓହ୍ଳାଇବେ । ସ୍ୱାସ୍ଥ୍ୟ ଜନିତ କୌଣସି ସମସ୍ୟା ଯୋଗୁଁ ସାମୟିକ ଚିନ୍ତିତ ରହିବେ । କର୍ମକ୍ଷେତ୍ର କିମ୍ବା ପରିବାରରେ ଜଣେ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ର କରି ଝଗଡା ଲାଗିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢ଼ା ପ୍ରଭୃତିରୁ ସୁଫଳ ପାଇବେ । ଅଫିସରେ କାର୍ଯ୍ୟଭାର ଅଧିକ ଯୋଗୁଁ ସମ୍ୟକ ମନ ବିଚଳିତ ରହିବ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ, କୌଣସି କାରଣ ନ ଥାଇ ଅନ୍ୟମାନେ ଆପଣଙ୍କୁ ଦୋଷ ଦେଇପାରନ୍ତି । ଉପରିସ୍ଥ ଅଧିକାରୀମାନେ କାମହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି । ମାଲିମକଦ୍ଦମାରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ପରିବାର ସହିତ ହସଖୁସିରେ ଦିନଟି ଅତିବାହିତ କରିବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ସନ୍ତୋଷୀମାତା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ସକାରାତ୍ମକ ଭାବନାରେ ରହନ୍ତୁ, ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ । ଆପଣ ଲକ୍ଷ୍ୟ ହାସଲରେ କୃତକାର୍ଯ୍ୟ ହେବେ କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ବଶତଃ ଚାପର ସମ୍ମୁଖୀନ ହେବେ । ବ୍ୟବସାୟରେ ଉତ୍ଥାନ ସ୍ଥଗିତ ଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବାରେ ବନ୍ଧୁଙ୍କ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବାରେ ସହକର୍ମୀଙ୍କ ଉଦାରତା ମୁଖ୍ୟ ଭୂମିକା ଗ୍ରହଣ କରିବ । ଗୁପ୍ତ ଶତ୍ରୁମାନେ ଆପଣଙ୍କର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । ଆଶା କରିଥିବା ଖବରଟି ପଡୋଶୀଙ୍କ ଠାରୁ ପାଇ ଖୁସି ହେବେ । ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି । ପାରିବରରେ ସୁଖଶାନ୍ତି ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ନିଜକୁ ସୁସ୍ଥ ସବଳ ଅନୁଭବ କରିବେ । ଶାରୀରିକ ସୁସ୍ଥତା ବଜାୟ ରହିବ ଯାହାଫଳରେ ମନ ଆନନ୍ଦିତ ରହିବ । ଉଚ୍ଚ ଅଫିସରଙ୍କ ସହ ସମ୍ପର୍କ ହାନି ଦୁଶ୍ଚିନ୍ତାର କାରଣ ହେବ । ବନ୍ଧୁଙ୍କ ସାହାଯ୍ୟ ଓ ବଦାନ୍ୟତା ଆପଣଙ୍କୁ ଅର୍ଥଲାଭ କରାଇଲେ ସୁଦ୍ଧା ଶନିଙ୍କ ପ୍ରଭାବରେ ପାରିବାରିକ କ୍ଷେତ୍ରକୁ ଅସ୍ଥିରତା ପ୍ରଦାନ କରିପାରନ୍ତି । ବ୍ୟାବସାୟିକ କାମରେ ମନ୍ଥର ଗତିରେ ସଫଳତା ପାଇବେ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନରେ ବୃଦ୍ଧି ହେବ । ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ବିଭିନ୍ନ ପ୍ରକାରର ଅତୀତ ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ପିଲାଙ୍କ ସ୍ଵାସ୍ଥ୍ୟକୁ ନେଇ ମନ ଅସ୍ଥିର ରହିବ ଓ ମାନସିକ ବ୍ୟଥା ଅନୁଭବ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *