13 ଜୁଲାଇ 2021 ମଙ୍ଗଳବାର :- ଆଜି ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି କଷ୍ଟଦୟାକ ରହିବ । ଅନ୍ୟ ସମସ୍ତ ରାଶିର

13 ଜୁଲାଇ 2021 ମଙ୍ଗଳବାର :- ଆଜି ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି କଷ୍ଟଦୟାକ ରହିବ । ଅନ୍ୟ ସମସ୍ତ ରାଶିର

13 ଜୁଲାଇ 2021 ମଙ୍ଗଳବାର :- ଆଜି ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି କଷ୍ଟଦୟାକ ରହିବ । ଅନ୍ୟ ସମସ୍ତ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦାୟକ ରହିବ ।

ଆଜି ଆମେ ଆପଣଙ୍କୁ ୧୩ ଜୁଲାଇ ୨୦୨୧ ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହ-ନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ମିଶ୍ରଣ ଫଳ ପ୍ରଦାନ କରିବ । ବ୍ୟବସାୟ ଓ ବାଣିଜ୍ୟରେ କାରବାର ମାନ୍ଦା ରହିବ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଅଫିସରେ କୌଣସି ମିଥ୍ୟା ଆରୋପରେ ଛନ୍ଦି ହୋଇଯିବେ । ସମାଜର ସାନ୍ନିଧ୍ୟ ବ୍ୟକ୍ତିଙ୍କ ସହଯୋଗ ପାଇବେ । ଛୋଟଛୋଟ କଥାକୁ କେନ୍ଦ୍ରକରି ସହକର୍ମୀ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ମାନସିକ ଅଶାନ୍ତିର କାରଣ ହେବ । ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ କରିବେ । ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ଜଣେ ପ୍ରିୟ ବନ୍ଧୁ ମାର୍ଗଦର୍ଶକ ସାଜିପାରନ୍ତି । ଦାଂପତ୍ୟ ଜୀବନରେ ପାରସ୍ପରିକ ବିଶ୍ଵାସରେ ମଜଭୁତ ଆସିବ । ବାତ-ବ୍ୟାଧି ଜନିତ ହାତ ପାଦ କିମ୍ବା ଆଣ୍ଠୁଗଣ୍ଠିରେ ଦରଜ ଜନିତ ପୀଡ଼ା ଲାଗିପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆଜି କୌଣସି ଶୁଭ ଖବର ପାଇବା ଫଳରେ ମନକୁ ଆଶ୍ଵସ୍ତି ମିଳିବ । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢିବା ଫଳରେ ମନରେ ସରସତା ରହିବ ନାହିଁ । ବ୍ୟବସାୟ, ବାଣିଜ୍ୟ ଓ ପରିବହନାଦି ବିଭିନ୍ନ ଦିଗରୁ ଲାଭବାନ ହେବେ । ସହକର୍ମୀଙ୍କ ସହଯୋଗ ଓ ସାହାଯ୍ୟରେ କେତେକାଂଶରେ ଉପକୃତ ହୋଇପାରିବେ । ସଭାସମିତିରେ ଯୁକ୍ତିଯୁକ୍ତ ଓ ଅପ୍ରିୟ ସତ୍ୟକଥା ପ୍ରକାଶ କରିବା ଦ୍ୱାରା ସାମୟିକ ସମସ୍ୟା ସୃଷ୍ଟି ହୋଇପାରେ । ଆପଣ ଧାର୍ମିକ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ । ପାରିବାରିକ ସ୍ତରରେ ଉତ୍ଥାନପତନ ଲାଗିରହିବ । ଆତ୍ମୀୟ ସ୍ଵଜନଙ୍କ ପାଇଁ ଚିନ୍ତା ବଢିଯିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦୀର୍ଘ ଦିନରୁ ବହୁ ପ୍ରତୀକ୍ଷିତ ଖବରଟି ଅପରାହ୍ନେ ପାଇପାରନ୍ତି । ଆବଶ୍ୟକତା ପୂରଣ କରିବା ଦିଗରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ବ୍ୟବସାୟରେ ଲାଗିରହିଥିବା ସମସ୍ୟା ଗମ୍ଭୀର ରୂପା ଧାରଣ କରିପାରେ । ଚାକିରି କରୁଥିବା କର୍ମଜୀବୀ ମାନେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅପମାନିତ ହେବାକୁ ପଡିପାରେ । ଅବଶ୍ୟ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କାକୁ ଏଡାଇ କରାଯାଇ ନ ପାରେ । ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳିଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟ ପାଇବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ସମଲେଶ୍ଵରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦୀର୍ଘଦିନର ପ୍ରତୀକ୍ଷା ପରେ ଅପୂର୍ବ ସଫଳତାରେ ଆନନ୍ଦ ଅନୁଭବ କରିବେ । ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ, ଅଯଥା ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ବ୍ୟବସାୟ ବାଣିଜ୍ୟରେ ଉପଯୁକ୍ତ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଓ ଦ୍ୱନ୍ଦ୍ୱରେ ପଡିବେ । ସହକର୍ମୀମାନଙ୍କ ସହ ଭଲ ସମ୍ପର୍କ ରହିବ । ଅଫିସରେ ତରବାରିଆ ହୋଇ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ, ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ବିଶିଷ୍ଟବ୍ୟକ୍ତିଙ୍କ ସହୃଦୟତାରୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ । ମତାନ୍ତର ଜନିତ ପାରିବାରିକ ଅଶାନ୍ତି କାରଣରୁ ମାନସିକ ଉଦ୍‌ବେଗ ବଢିପାରେ । ଆପଣରେ ନିଜ ସ୍ୱାସ୍ଥ୍ୟର ଅବହେଳା କରନ୍ତୁ ନାହିଁ । ଅପରିଚିତ ଲୋକଙ୍କୁ ବିଶ୍ଵାସ କରିଲେ, ସମସ୍ୟା ବଢିବା ସିନା କମିବା ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ହିଙ୍ଗୁଳା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ବନ୍ଧୁମାନଙ୍କ ଠାରୁ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ । ବ୍ୟବସାୟରେ ସ୍ଥିତିରେ ସୁଧାର ଆସିବ କିନ୍ତୁ ସହଭାଗୀଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ । ଅଫିସର ପ୍ରତିଟି କାର୍ଯ୍ୟରେ ସହକର୍ମୀମାନଙ୍କ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ । ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ । ଆନୁଷ୍ଟାନିକ କାର୍ଯ୍ୟରେ ଅଗ୍ରଗତି କରିବେ । ଅତୀତର ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟିର ହେବାର ସମ୍ଭାବନା ରହିଛି । ବନ୍ଧୁଙ୍କ ନିକଟରୁ ହଠାତ୍‌ କାୈଣସି ଖବର ପାଇ ଖୁସି ହେବେ । ପରିବାର ସଦସ୍ୟଙ୍କ ସହିତ ପାରସ୍ପରିକ ମନାନ୍ତର ବୃଦ୍ଧି ହେବାକୁ ଦିଅନ୍ତୁ ନାହିଁ । ବୈବାହିକ ଜୀବନରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ସ୍ଵାସ୍ଥ୍ୟ ପ୍ରାୟତଃ ଭଲ ରହିବ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ଯେଉଁ କାର୍ଯ୍ୟ ହାତକୁ ନେବେ ସେଥିରେ ନିଶ୍ଚୟ ସଫଳତା ପାଇବେ । କିନ୍ତୁ ପରିସ୍ଥିତି ବଶତଃ ଅଯଥା ଖର୍ଚ୍ଚ ଯୋଗୁଁ ମାନସିକ ସ୍ଥିତି ବିପନ୍ନ ହୋଇପାରେ । ଅଟକି ରହିଯାଇଥିବା କାର୍ଯ୍ୟକୁ କୌଶଳ ପୂର୍ଣ୍ଣ କଥା କରି ଅନ୍ୟମାନଙ୍କ ଦ୍ଵାରା ହାସଲ କରିବାରେ ସମର୍ଥ ହେବେ । ଅଫିସରେ ପରିସ୍ଥିତି ସୁସ୍ଥ ରହିବ । ସାମାଜର କେତେକ କାର୍ଯ୍ୟକଳାପ ଦେଖି ମନରେ କ୍ଷୁବ୍ଧ ଭାବ ଜାତ ହେବ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ସହ ପରାମର୍ଶ ନିଅନ୍ତୁ । ଆତ୍ମୀୟ ସ୍ଵଜନମାନଙ୍କ ଈର୍ଷାପରଣାୟ ଓ ବିଶ୍ଵାସଘାତ ମନକୁ ଦୁଃଖ ପହଞ୍ଚିବ । ବନ୍ଧୁଙ୍କ ସହ ବ୍ୟବସାୟୀକ ବିଷୟକୁ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିବେ । ଦାମ୍ପତ୍ୟ ଜୀବନରେ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ପୂର୍ବସ୍ଥିତିକୃତ ଯୋଜନାନୁସାରେ କାର୍ଯ୍ୟ କରିଲେ ଯଥେଷ୍ଟ ଉପକୃତ ହେବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । ବନ୍ଧୁ ଓ ସହକର୍ମୀ ଅନୁପସ୍ଥିତି ମନକୁ ବିଚଳିତ କରିବ । ଅଫିସରେ ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧିନସ୍ଥ କର୍ମଚାରୀମାନଙ୍କ ସହଯୋଗରେ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଆର୍ଥିକ ସ୍ଥିତି ଭଲ ରହିବ । ସମାଜରେ ଗଠନ ମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ । ରାଜନୈତିକ କ୍ଷେତ୍ରରେ ଶତୃମାନେ ମିତ୍ରତାର ହାତ ବଢେଇବେ । କଳା, କ୍ରୀଡା. ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ସଫଳତା ମିଳିପାରେ । ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିଯିବ । ପୁରାତନ ରୋଗ ପୀଡାରୁ ସାମାନ୍ୟ ସୁସ୍ଥତା ଅନୁଭବ କରିପାରନ୍ତି । ଶୁଭରଙ୍ଗ: ଗୋଲାପି । ଆରାଧନା: ହର ପାର୍ବତୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ଅଳ୍ପ ପରିଶ୍ରମ କରି ଆଶାତୀତ ଲାଭ ପାଇପାରିବେ । କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ କରିବେ । ଆଜି ସହକର୍ମୀମାନଙ୍କ ପୂର୍ଣ୍ଣ ସହଯୋଗ ମିଳିବା ସହ କର୍ମକ୍ଷେତ୍ରରେ ସହକର୍ମୀଙ୍କ କର୍ମ ତତ୍ପରତା ଦେଖି ମନ ଖୁସି ରହିବ । ଯଦି ଅଫିସରେ କାର୍ଯ୍ୟର ଚାପ ସମ୍ୟକ ଅଧିକ ରହିବ । ତଥାପି ଧୌର୍ଯ୍ୟହରା ନ ହୋଇ ନିଜ କାର୍ଯ୍ୟକୁ ନିଷ୍ଠା ସହ ସମ୍ପାଦନ କରିବାରେ କୌଣସି ଅସୁବିଧା ହେବ ନାହିଁ । ନିଜ କ୍ଷମା ଗୁଣ ପାଇଁ ସମାଜରେ ଲୋକ ପ୍ରିୟତା ବୃଦ୍ଧି ପାଇବ । ପରିବାରରେ ବୁଝିବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଅସଂଯତ କାର୍ଯ୍ୟକଳାପ ପାଇଁ ବନ୍ଧୁଙ୍କ ଗହଣରେ ଅପଦସ୍ଥ ହେବାକୁ ପଡିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ସାଧାରଣ କଥାକୁ ବଡ ଆକାରରେ ଚିନ୍ତା କରି ଅଯଥାରେ ବିଚଳିତ ହେବେ । ବାସ୍ତବ ଘଟଣା ନ ବୁଝି ପରିବାର ସଦସ୍ୟଙ୍କ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି । ବ୍ୟବସାୟରେ ସ୍ଥିତି ମାନ୍ଦା ରହିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ଅଫିସ୍ କାମରେ ଅନ୍ୟମନସ୍କ ହେତୁକ କେତେକ ଭୁଲ୍ କାମ କରି ପରବର୍ତ୍ତୀ ସମୟରେ ଅନୁତାପ କରିବେ । ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ପରିବାରରେ ଝଗଡା ଲାଗିପାରେ । ସାମାଜିକ କ୍ଷେତ୍ରରେ ଖଳ ପ୍ରକୃତିର ଲୋକମାନେ ଆପଣଙ୍କ ଚରିତ୍ରରେ ଦାଗ ଲାଗିବାକୁ ଚେଷ୍ଟା କରିବେ । ଅସ୍ଥିର ମନ ହେତୁ କଥାରେ ସଂଯମତା ହରାଇବେ, ଯାହାଫଳରେ ସଭାସମିତିରେ ଅପଦସ୍ଥ ହେବାକୁ ପଡିପାରେ । ସହଧର୍ମୀଙ୍କ ସହଯୋଗ ଓ ପ୍ରେରଣା ଯୋଗୁଁ ମନୋବଳ ଟାଣ ରହିବ । ପୁରାତନ ରୋଗର ପାଦୁର୍ଭାବ ବଢିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ସ୍ଵାଧୀନ ଭାବରେ ପ୍ରତ୍ୟେକ କାର୍ଯ୍ୟ କରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାୟତାରେ ସମସ୍ୟାକୁ ସୁଧାରି ନେବେ । ବନ୍ଧୁମାନଙ୍କ ସହ ହସ ଖୁସୀ ଦିନ ଅତିବାହିତ କରିବେ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ । ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ । ସରକାରୀ କ୍ଷେତ୍ରରୁ ଲାଭର ଆଶା କେତେକାଂଶରେ ମନକୁ ହାଲୁକା କରିଦେବ । ଆନୁଷ୍ଠାନିକ କାମରେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି କିନ୍ତୁ ଚେଷ୍ଟା କରୁଥିବା କାମରେ ସଫଳତା ପ୍ରାପ୍ତ କରିବେ । ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଉପସ୍ଥିତ ବୃଦ୍ଧି ଖଟାଇ ପରିବାରରେ ଦେଖାଯାଉଥିବା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ବୈବାହିକ ଜୀବନ ସୁଖଦମୟ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିବ । ବ୍ୟବସାୟ, ନୂତନ କର୍ମାରମ୍ଭ ପାଇଁ ସୁବିଧା ସୁଯୋଗ ମିଳିପାରେ କିନ୍ତୁ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଖାଦେଇପାରେ । ଆର୍ଥିକ ସଂକଟ ମଧ୍ୟଦେଇ ଗତି କରିବାକୁ ପଡ଼ିପାରେ । ସହକର୍ମୀମାନେ ଆପଣଙ୍କ ବିରୋଧରେ ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି । ସଭାସମିତି, ଆଲୋଚନା ପରିସରରେ ମୌନତା ରହିବା ଶ୍ରେୟସ୍କର ହେବ । ରାଜନୈତିକ ସ୍ଥିତି ଓ ଅର୍ଥନୈତିକ ପ୍ରଗତି, ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ । ଯାତ୍ରା ସମୟରେ ଯାନବାହନରେ ସତର୍କତା ରକ୍ଷା କରିବା ଭଲ । ପାରିବାରିକ କ୍ଷେତ୍ରରେ ପୁରୁଣା ସମସ୍ୟାଗୁଡ଼ିକ ତୁଟିଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ତଥାପି ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମଜବୁତ ରହିବ । ଅଫିସରେ ସହକର୍ମୀଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇ ପ୍ରଶଂସିତ ହେବେ । ସାମାଜିକ ସ୍ତରରେ ନିଜ କ୍ଷମତାର ଅପବ୍ୟବହା ଯୋଗୁଁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ସଭାସମିତି ଓ ଆଲୋଚନା ପରିସରରେ ପକ୍ଷପାତିତାକୁ କେନ୍ଦ୍ରକରି କଳହ ଦେଖାଦେଇପାରେ । ପରିବାରରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ନିଜର ଚତୁଃପାର୍ଶ୍ୱରେ ପ୍ରତିକୁଳ ପରିସ୍ଥିତି ଯୋଗୁଁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *