13 ଫେବୃୟାରୀ 2021, ଶନିବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତି ଆନନ୍ଦ ଉତ୍ସାହ ସହ ଦିନଟିକୁ ଉପଭୋଗ କରିବେ ।

13 ଫେବୃୟାରୀ 2021, ଶନିବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତି ଆନନ୍ଦ ଉତ୍ସାହ ସହ ଦିନଟିକୁ ଉପଭୋଗ କରିବେ ।

13 ଫେବୃୟାରୀ 2021, ଶନିବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତି ଆନନ୍ଦ ଉତ୍ସାହ ସହ ଦିନଟିକୁ ଉପଭୋଗ କରିବେ । କର୍ମକ୍ଷେତ୍ରରେ ଆଶାତୀତ ଉନ୍ନତି କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ…

ଆଜି ଆମେ ଆପଣଙ୍କୁ ୧୩ ଫେବୃୟାରୀ ୨୦୨୧ ଶନିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ । କିନ୍ତୁ କର୍ମକ୍ଷେତ୍ରରେ ଅତୀତ କଥା ସ୍ମରଣ କରି ଭାବପ୍ରବଣ ହେବେ । ବ୍ୟବସାୟ କାରବାରରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସର କେତେକ କାମ ଅଧାରେ ଅଟକି ରହିଯିବ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ଆପଣଙ୍କୁ ବନ୍ଧୁବାନ୍ଧବଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳିବ । ବାଦବିବାଦ ଓ ମାଲିମକଦ୍ଦମା ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ବାହାର କାମରେ ଗଲାବେଳେ ବାହନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ । ପାରିବାରିକ ସ୍ତରରେ ଦେଖାଦେଇଥିବା ସମସ୍ୟାରେ ଯୁକ୍ତିଯୁକ୍ତ ମନ୍ତବ୍ୟ ଦେଇ ସମସ୍ୟାକୁ ନିୟନ୍ତ୍ରଣାଧୀନ କରିନେବେ । ସ୍ଵାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ନିଜର ସ୍ଵଭାବ ଓ ମଧୁର ଭାଷା ଦ୍ଵାରା ଅନ୍ୟକୁ ପ୍ରଭାବିତ କରିବେ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ଭଲ ଥିଲେ ମଧ୍ୟ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ କେତେକ ଅପ୍ରୀତିକର ସମସ୍ୟାର ସମ୍ମୁଖୀନ କରିବାକୁ ପଡିପାରେ । ଦୀର୍ଘ ଦିନରୁ ଲାଗିଥିବା ଆର୍ଥିକ ଚିନ୍ତା ଦୂର ହେବ । ଅଫିସ କାମରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ । ରାଜନୀତି କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସୀମା ବିବାଦକୁ କେନ୍ଦ୍ରକରି ନିର୍ମାଣ ମୂଳକ କାର୍ଯ୍ୟ ଅଧାରେ ଅଟକିଯିବ । ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ, ଅଶାନ୍ତିର କାରଣ ହୋଇପାରେ । ପାଖ ପଡୋଶୀଙ୍କ ଘରୋଇ କଳହକୁ ନେଇ ନିଜ ଘରେ ଅଶାନ୍ତି ଲାଗିରହିବ । ଦାମ୍ପତ୍ୟ ଜୀବନରେ ଉତ୍ଥାନପତନ ଲାଗିରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ଶ୍ରୀଗଣେଶ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆଜି ଆପଣଙ୍କ ସହିତ ଅନ୍ୟମାନଙ୍କ ସଂପର୍କ ଭଲ ରହିବ । ଆଜି ଆପଣ ଅର୍ଥ ଲାଭ ସଙ୍ଗେସଙ୍ଗେ ପ୍ରତ୍ୟେକ ସ୍ଥଳରେ ବନ୍ଧୁଙ୍କ ସହାନୁଭୂତି ଲାଭକରି ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ଆର୍ଥିକ ସମସ୍ୟାକୁ ସୁଧାରିବା ସକାଶେ ବିଭିନ୍ନ ଯୋଜନା କରିପାରନ୍ତି । ଶତ୍ରୁମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ । ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନାରେ ଆପଣଙ୍କୁ ଫାଇଦା ହେବ । ଅଫିସରେ ଓ ପ୍ରଶାସନିକ ସ୍ତରରେ ଫାଇଲ କାମ ବଢିଯାଇପାରେ । ନିଃସ୍ଵାର୍ଥ ଭାବରେ ସମାଜ ସେବାରେ ନିଜକୁ ସାମିଲ କରିବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ନୂଆ ଦାୟିତ୍ଵ ମିଳିପାରେ । ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଗାୟତ୍ରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଜି ଆପଣ ଧାର୍ମିକ କାର୍ଯ୍ୟ ପ୍ରତି ମନରେ ଆଗ୍ରହ ଜନ୍ମିବ । କିନ୍ତୁ କର୍ମକ୍ଷେତ୍ର ଓ ପାରିବାରିକ ସ୍ତରରେ ନାନା ପ୍ରକାର ସମସ୍ୟା ମନର ବିଚାରଧାରାକୁ ବିକ୍ଷିପ୍ତ କରିଦେପରେ । ସମାଜର କିଛି ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ । ଆର୍ଥିକ ସମ୍ବନ୍ଧୀୟ ମାମଲାରେ ବୁଦ୍ଧିମତ୍ତାର ସହିତ କାର୍ଯ୍ୟ କରନ୍ତୁ । କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବାର ଯୋଗ ରହିଛି । ପାରିବାରିକ ଆବଶ୍ୟକତାକୁ ନେଇ ବ୍ୟୟର ମାତ୍ରା କ୍ରମଶଃ ବୃଦ୍ଧି ହେତୁ ମାନସିକ ଅବସାଦ ବୃଦ୍ଧି ପାଇବ । ଦାଂପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

କୌଶଳ କ୍ରମେ ସମସ୍ୟାର ସମାଧାନ ନିମନ୍ତେ ମାର୍ଗ ଖୋଜିନେବେ । ଲକ୍ଷ୍ୟ ହାସଲ କରିବା ପରିପ୍ରେକ୍ଷୀରେ ମିଠା କଥା କହି ବନ୍ଧୁଙ୍କୁ ଆପଣାର କରିବାରେ ସମର୍ଥ ହେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ । ବ୍ୟବସାୟିକ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ସହଯୋଗ ପାଇବେ । ଅଫିସରେ ଅନ୍ୟମାନଙ୍କ ସହିତ ଆପଣଙ୍କର ତାଳମେଳ ଭଲ ରହିବ କିନ୍ତୁ ତରବାରିଆ ହୋଇ କୌଣସି କାମ କରନ୍ତୁ ନାହିଁ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ମାଲିମୋକଦ୍ଦମା ମାମଲାରେ ଆପୋସ ବୁଝାମୁଣା ଦ୍ଵାରା ସମସ୍ୟାର ସମାଧାନ କରିନେବେ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ପାରିବାରିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଶାରଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଧୌର୍ଯ୍ୟହରା ନ ହୋଇ କାର୍ଯ୍ୟ କରନ୍ତୁ, ବିଳମ୍ବିତ ସମୟରେ କାର୍ଯ୍ୟ ହାସଲ ହେବା ଯୋଗୁଁ ମନରେ ବିଭ୍ରାନ୍ତ ହୋଇଉଠିବ । ବ୍ୟବସାୟ, ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । କର୍ମକ୍ଷେତ୍ରରେ “ହାତେ ମାପି ଚାଖଣ୍ଡେ ଚାଲିବା” ଭଳି ନୀତି ଅବଲମ୍ବନ କରିଲେ କେତେକ ସମସ୍ୟାରୁ ବର୍ତ୍ତୀ ପାରିବେ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ । ସହକର୍ମୀଙ୍କ ସହିତ ବାକ୍‌ ଅସଂଯମତା ସମସ୍ୟା ସୃଷ୍ଟି କରିପାରେ । ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ବଢ଼ିଆ ରହିବ । କେତେକ କ୍ଷେତ୍ରରେ ନୀରବ ନ ରହିଲେ ଅସୁବିଧାରେ ପଡିବେ । ପ୍ରତ୍ୟେକ ସ୍ତରରେ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ଭଲ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ପ୍ରଭୁ ହନୁମାନ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ପୂର୍ବ ନିର୍ଦ୍ଧାରିତ କାମଗୁଡିକ ଠିକ୍‌ ସମୟରେ ହେବା କଷ୍ଟକର ହୋଇପଡିବ । କିନ୍ତୁ ଆଜି ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନେ ଛାଇ ଭଳି ପାଖେପାଖେ ଲାଗି ରହିବ । ଅସମ୍ପୂର୍ଣ୍ଣ କାର୍ଯ୍ୟ, କର୍ମକ୍ଷେତ୍ରରେ ସମସ୍ୟା ବନ୍ଧୁଙ୍କ ଦ୍ଵାରା ପୂରଣ ହୋଇପାରିବ । ଅଫିସରେ ପ୍ରତିକୂଳ ଅବସ୍ଥାରେ କାର୍ଯ୍ୟର ଚାପ ଅଧିକ ରହିବ । ଆର୍ଥିକ ସ୍ଥିତି ଦୁର୍ବଳ ରହିବା ଯୋଗୁଁ ବନ୍ଧୁ ଓ ସହକର୍ମୀଙ୍କ ଠାରୁ ଧାରା କରଜ କରିବାକୁ ବାଧ୍ୟ ହେବେ । ସଭାସମିତି ଓ ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ସ୍ଥଗିତ ଥିବା ନିର୍ମାଣ କାର୍ଯ୍ୟ ପୁନଃ ଆରମ୍ଭ କରିପାରନ୍ତି । କାଳେ ସାହାଯ୍ୟ କରିବାକୁ ପଡିବ ଏହି ଆଶା ନେଇ ନିକଟ ସମ୍ପର୍କୀୟମାନେ ପାଖତଡ ମାଡିବେ ନାହିଁ । ଅପରାହ୍ନରେ ଜଣେ ହିତୈଷୀଙ୍କ ସଙ୍ଗ ଲାଭରୁ ଖୁସି ରହିବେ । ପାରିବାରିକ କିଛିଟା ସମସ୍ୟା ହେତୁ ଶାନ୍ତି ବ୍ୟାହତ ହୋଇପାରେ । ଶୁଭରଙ୍ଗ: ନୀଳ । ଆରାଧନା: ସନ୍ତୋଷୀମାତା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନକୁ ଶାନ୍ତ ରଖନ୍ତୁ, କାର୍ଯ୍ୟରେ ସଫଳତା ମିଳିବ । ଆପଣ ଚୁପଚାପ ରହି ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ; ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଉନ୍ନତି କରିବେ କିନ୍ତୁ କୌଣସି ନୂତନ କାର୍ଯ୍ୟାରମ୍ଭ କରିଲେ ନାନାଦି ବାଧା ପ୍ରତିରୋଧର ସମ୍ମୁଖୀନ କରିବାକୁ ପଡିପାରେ । ଅଫିସରେ ସହକର୍ମୀମାନେ ନିଜ ନିଜର ଫାଇଦା ହାସଲ ପାଇଁ ଆପଣଙ୍କୁ ଫୁସୁଲାଫୁସୁଲି କରିବେ । ଆର୍ଥିକ ସ୍ଥିତିରେ ଉଠାଣ ଗଡ଼ାଣ ଲାଗି ରହିବ । ପ୍ରଶାସନିକ, ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ସତ୍ତ୍ୱେ ଆଶାନୁରୁକ ଫଳ ମିଳିବ କଷ୍ଟକର ହୋଇପାରେ । ଈର୍ଷାପରାୟଣ ମନୋଭାବ ନେଇ ଖଳଲୋକମାନେ ଅପପ୍ରଚାର କଲେ ମଧ୍ୟ କିଛି କରି ପାରିବେ ନାହିଁ । ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ । ପରିବାରରେ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ସାମୟିକ ଉନ୍ନତି ପରିଲକ୍ଷିତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପ୍ରଭୁଙ୍କ ଆାରାଧନାରେ ମନକୁ ଶାନ୍ତି ମଳିବ । ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ, ଯାହାଫଳରେ ନିଜର ସହକର୍ମୀ ଓ ଅତି ଘନିଷ୍ଟ ବନ୍ଧୁକୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖିବେ । କାମ ହାସଲ ସକାଶେ ଅନୁକୁଳ ସୁଯୋଗ ସୃଷ୍ଟି ହେବ । ବ୍ୟବସାୟରେ ପୂର୍ବରୁ ହୋଇଥିବା ଫଇସଲା ଲାଭପ୍ରଦ ହେବ । ଅଫିସରେ ଉଚ୍ଚ କତ୍ତୃପକ୍ଷ ଆପଣଙ୍କ ସପକ୍ଷରେ ରହିବେ ଓ ଉଚ୍ଚ କତ୍ତୃପକ୍ଷଙ୍କ ସାନ୍ନିଧ୍ୟ ଲାଭ କରି ସ୍ଥଗିତ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ରାଜନୀତିରେ ସଫଳତା ମିଳିବ । ସାମାଜିକ ସ୍ତରରେ ସବୁକଥା ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି । ସଭାସମିତି, ଯାତ୍ରା ଓ ବନ୍ଧୁମିଳନରେ ସମୟ କଟାଇବେ । ନିର୍ମାଣ ମୂଳକ ଯୋଜନାରେ ଆଗେଇବେ । ପାରିବାରିକ କ୍ଷେତ୍ରରେ ଖଳ ଲୋକଙ୍କ ଅନୁପ୍ରବେଶ ଦ୍ଵାରା ଅଯଥାରେ କଳହ ସୃଷ୍ଟି ହୋଇପାରେ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ହର ପାର୍ବତୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ଅତ୍ୟନ୍ତ ଭଲ ରହିବ । କର୍ମକ୍ଷେତ୍ରରେ ଅବହେଳାଜନିତ ଅଟକି ରହିଥିବା କାମଗୁଡ଼ିକୁ ତ୍ୱରାନ୍ୱିତ କରାଇବାରେ ଚେଷ୍ଟିତ ହେବେ । ଚାକିରୀ କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି । ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ଆଶା କରୁଥିବା ଦିଗରୁ ଧନପ୍ରାପ୍ତି ହୋଇପାରେ । ଆତ୍ମୀୟମାନଙ୍କ ସ୍ନେହ, ଶ୍ରଦ୍ଧା ଓ ସଦିଚ୍ଛା ଯୋଗୁଁ କର୍ମକ୍ଷେତ୍ରରେ କେତେକ କାର୍ଯ୍ୟ ସହଜରେ ସମ୍ପାଦନ ହୋଇଯିବ । ସଭାସମିତି, ପରିବହନ, ସାହିତ୍ୟ କ୍ଷେତ୍ରରୁ ସୁଫଳ ମିଳିବ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ, ଅନ୍ୟଥା ଅପଦସ୍ଥ ହେବାକୁ ପଡିବ । ଆକସ୍ମିକ ଭାବେ ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ଦୁଶ୍ଚିନ୍ତାର କାରଣ ହେବ । ପୈତୃକ ସମ୍ପତ୍ତିକୁ ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ଦେଖାଦେବ । ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ପାରିବାରିକ ସମସ୍ୟା ଯୋଗୁଁ ଚିନ୍ତିତ ରହିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଦିନ ଭିତରେ ଖର୍ଚ୍ଚାନ୍ତ ହେବେ ସିନା କୌଣସି କାମ ଅଟକିବ ନାହିଁ । ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ । ଅଫିସର ବାତାବରଣ ସୁସ୍ଥ ରହିବ ଓ ସହକର୍ମୀଙ୍କ ସହ ଉତ୍ତମ ବୁଝାମୁଣା ରହିବ । ଉପରିସ୍ଥ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ । ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ବ୍ୟବସାୟରେ ନୂତନ ଚିନ୍ତାଧାରା ପ୍ରୟୋଗ କରି ପରିବହନ ଓ ବ୍ୟବସାୟିକ ସ୍ଥିତିକୁ ସୁଦୃଢ଼ ହେବ । ଧାର୍ମିକ କାର୍ଯ୍ୟପ୍ରତି ମନରେ ଆଗ୍ରହ ସୃଷ୍ଟି ହେବ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପାଖ ପଡୋଶୀଙ୍କଠାରୁ ଶୁଭଖବର ପାଇ ଖୁସି ହେବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ବିରଜା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବା । ସଫଳତା ପୂର୍ବକ ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଏବଂ ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା ମଧ୍ୟ କରିବେ । ଚାକିରୀ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ମଧ୍ୟାହ୍ନରେ ଆପଣଙ୍କୁ କୌଣସି ବଡ଼ ଖୁସି ଖବର ମିଳିବ । ଆଗାମୀ କୌଣସି କାମ ସକାଶେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ । ଯାହାକୁ ନିଜର ବୋଲି ବିଶ୍ୱାସ କରୁଛନ୍ତି ସେହି ଲୋକ ବିଶ୍ୱାସଘାତକତା କରିପାରନ୍ତି । ସ୍ଵାସ୍ଥ୍ୟ ପ୍ରାୟତଃ ଭଲ ରହିବା ସଙ୍ଗକୁ ପରିବାରର ବାତାବରଣ ମଧ୍ୟ ଆନନ୍ଦଦାୟକ ରହିବ । ପାରିବାରିକ କ୍ଷେତ୍ରରେ ଦୀର୍ଘଦିନର ଆଶା ଫଳବତୀ ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଅମ୍ବିକା ।

Leave a Reply

Your email address will not be published. Required fields are marked *