12 ମଇ 2021, ବୁଧବାର :- ଆଜି ଏହି ୫ଟି ରାଶିର ଲୋକ କର୍ମକ୍ଷେତ୍ରରେ ଦୁଃସାଧ୍ୟ କାର୍ଯ୍ୟକୁ ସହଜରେ ସମ୍ପାଦନ କରି

12 ମଇ 2021, ବୁଧବାର :- ଆଜି ଏହି ୫ଟି ରାଶିର ଲୋକ କର୍ମକ୍ଷେତ୍ରରେ ଦୁଃସାଧ୍ୟ କାର୍ଯ୍ୟକୁ ସହଜରେ ସମ୍ପାଦନ କରି

12 ମଇ 2021, ବୁଧବାର :- ଆଜି ଏହି ୫ଟି ରାଶିର ଲୋକ କର୍ମକ୍ଷେତ୍ରରେ ଦୁଃସାଧ୍ୟ କାର୍ଯ୍ୟକୁ ସହଜରେ ସମ୍ପାଦନ କରି ପ୍ରଶଂସିତ ହେବେ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ ।

ଆଜି ଆମେ ଆପଣଙ୍କୁ ୧୨ ମଇ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ସତର୍କତାର ସହ କାମ ନ କଲେ ନିଜ ଲୋକମାନେ ଶତ୍ରୁତା କରି ବସିବେ । କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ । ଆର୍ଥିକ ଅଭିବୃଦ୍ଧି ପାଇଁ ଅପ୍ରାଣ ଉଦ୍ୟମ କରିବେ । ଅଫିସର ଆଲୋଚନା ପରିସରରେ କେତେକ ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହେବ । ଆନୁଷ୍ଠାନିକ କାମ, ସଭାସମିତି, ଆଲୋଚନା ପରିସରରେ ବନ୍ଧୁମାନଙ୍କ ସହ ପ୍ରୀତିପ୍ରଦ ସମ୍ପର୍କ ସ୍ଥାପିତ ହେବ । ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଭଲ କହୁଥିବା ଲୋକଟି ପଛରେ ସମାଲୋଚନା କରୁଥିବା ଶୁଣିବାକୁ ପାଇବେ । ପରିବାର ଲୋକଙ୍କ ସହିତ କଥା କହିବା ବେଳେ ଭାଷା ଉପରେ ସଂଯମ ରଖନ୍ତୁ । ଅତୀତର କେତେକ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଚର୍ଚ୍ଚିକା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆଜି ବନ୍ଧୁ ଓ ସହକର୍ମୀମାନେ ଛାଇ ଭଳି ପାଖେପାଖେ ରହିବେ । ଦୀର୍ଘ ଦିନର ଅପୂରଣୀୟ ଆଶା ଆଜି ବନ୍ଧୁ ଓ ସହକର୍ମୀଙ୍କ ସହାୟତାରେ ପୂରଣ ହୋଇପାରେ । କାରବାରରେ ମାନ୍ଦା ରହିଲେ ମଧ୍ୟ ଆର୍ଥିକ ଜନିତ କୌଣସି ଅଭାବ ଓ ଅସୁବିଧା ରହିବ ନାହିଁ । ଆଲୋଚନା କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତ ଯୋଗୁଁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ । ଅଫିସରେ ସହକର୍ମୀମାନେ ସହଯୋଗର ହାତ ବଢାଇବେ । ଆନୁଷ୍ଠାନିକ କାମରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ରାଜନୀତି କ୍ଷେତ୍ରରେ ଅସ୍ୱସ୍ତି ଲାଭ କରିବେ । ଆପୋସ ବୁଝାମୁଣା ଦ୍ଵାରା ମାଲିମୋକଦ୍ଦମା ଜନିତ ମାମଲାର ସମାଧାନ ହୋଇଯିବ । ପାରିବାରିକ ବାତାବରଣ ସୁସ୍ଥ ରହିବ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ତରବରିଆ ଭାବରେ କୌଣସି କାର୍ଯ୍ୟ ନ କରି ପରିସ୍ଥିତିକୁ ଦୃଷ୍ଟିରେ ରଖି କାମ କରିବା ଉଚିତ୍ । ଆଜି ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଅପ୍ରିୟ ସତ୍ୟ କହି ସେମାନଙ୍କ ସହ ତିକ୍ତତା ଆଶଙ୍କା ରହିଛି । ବ୍ୟବସାୟ, ବାଣିଜ୍ୟରେ କାରବାର ମଧ୍ୟମ ଧରଣ ରହିବ । ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ଅଫିସ୍‌ରେ ଥିବା ସମୟରେ ବନ୍ଧୁମାନଙ୍କ ବିଷୟରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ । ପାରସ୍ପରିକ ମତଭେଦ କାରଣରୁ ପାରିବାରିକ ସ୍ତରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍ ରାସ୍ତାରେ ପରିଚାଳିତ ହୋଇ, ଅସୁବିଧାରେ ପଡ଼ିପାରନ୍ତି । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଜି କୌଣସି କ୍ଷେତ୍ରରେ ମଧ୍ୟ ପଛଘୁଞ୍ଛା ଦେବେ ନାହିଁ, ଧୌର୍ଯ୍ୟର ସହ ଆସୁଥିବା ସମସ୍ୟାର ସମ୍ମୁଖୀନ କରିବେ । କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରିବାରେ ବନ୍ଧୁଙ୍କ ଅବଦାନ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ । ଅଫିସ୍ ନିଷ୍ଠାର ସହ କାର୍ଯ୍ୟ କରିଲେ ମଧ୍ୟ ଉଚ୍ଚାଧିକାରୀଙ୍କ ଦ୍ଵାରା ସମାଲୋଚିତ ହୋଇପାରନ୍ତି । ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମବିଭୋର ହୋଇପାରନ୍ତି । ଯଦିଓ ଅର୍ଥର ଅଭାବ ରହିବନାହିଁ ତଥାପି ଆଉ କେତେକ ଅପୂରଣୀୟ ଆଶା ଦୁଶ୍ଚିନ୍ତାର କାରଣ ହେବ । ସାମାଜିକ ଜନକଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ପାରିବାରିକ ସ୍ତରରେ କେତେକ ବ୍ୟତିକ୍ରମ ଯୋଗୁଁ ମନରେ ସରସତା ରହିବ ନାହିଁ । ପିତା କିମ୍ବା ମାତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନକୁ ଆଶ୍ୱସ୍ତି ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଆର୍ଥିକ ସ୍ଥିତି ଭଲ ରହିଲେ ମଧ୍ୟ ପରୋକ୍ଷ ଶତ୍ରୁତା କାରଣରୁ ମନରେ ଚିନ୍ତା ଲାଗିରହିବ । ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ । ଅଫିସରେ ଯୁକ୍ତିଯୁକ୍ତ କଥା କହି ବନ୍ଧୁଙ୍କ ସହ ମନୋମାଳିନ୍ୟ ଦୂର ହେବ । କୌଣସି କ୍ଷେତ୍ରରେ ମଧ୍ୟ ହଠାତ୍‌ ନିଜର ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ । ଅନ୍ୟମାନଙ୍କ ପ୍ରେରଣାରେ ଆନୁଷ୍ଠାନିକ କାମ, ଆଧ୍ୟାତ୍ମିକତା ପରିସରରେ ସମୟ କଟାଇବେ । ସାମାଜିକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ପାଇ ଅଗ୍ରଗତି କରିବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଙ୍ଗୀତାଦି କ୍ଷେତ୍ର ପ୍ରତି ଆକର୍ଷିତ ହେବେ । ପାରିବାରିିକ ସ୍ନେହ, ଶ୍ରଦ୍ଧା ଓ ସଦ୍-ଭାବ ଅକ୍ଷୁଣ୍ଣ ରହିବ । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବା ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଧ୍ୟାତ୍ମିକ ଭାବନାରେ ଉଦବୃଦ୍ଧ ହୋଇ ସତ୍-ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗ ପ୍ରତି ମନ ଆକର୍ଷିତ ହେବ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଅଧିକ ଲାଭ ପାଇବାର ଆଶା, ମନକୁ ଦୁଃଖ ଦେଇପାରେ । କାର୍ଯ୍ୟ ସାଧନାରେ ନିଜ ଲୋକମାନେ ହିଁ ପରୋକ୍ଷରେ ପ୍ରତିରୋଧ ସୃଷ୍ଟି କରିବେ । ଶତ୍ରୁବୃଦ୍ଧି ହେବା ସଙ୍ଗେସଙ୍ଗେ ଚାକିରି କରୁଥିବା କର୍ମଜୀବିଙ୍କ ଉପରେ ସମ୍ୟକ ମାନସିକ ଚାପ ରହିପାରେ । ସଭାସମିତ କିମ୍ବା ଅଫିସରେ ଆୟୋଜିତ ବୈଠକରେ ଅପ୍ରିୟ ସତକଥା କହି ଅନ୍ୟମାନଙ୍କ ବିରୋଧୀ ହୋଇପାରନ୍ତି । କଥାବାର୍ତ୍ତାରେ ସଂଯମତା ରକ୍ଷା ନ କରିଲେ, ଅପଦସ୍ଥ ହେବାକୁ ପଡିବ । ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ । କୌଣସି ଯୋଜନା କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ଘର କଥା ଓ ପିଲାମାନଙ୍କ କିଛି ବ୍ୟତିକ୍ରମ ହେତୁ ମନଟା ଅସ୍ଥିର ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଗାୟତ୍ରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆପଣ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ମଧୁର କଥା କହି ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । କାର୍ଯ୍ୟଗୁଡିକ ବିଳମ୍ବରେ ସମ୍ପନ୍ନ ହେବା ଯୋଗୁଁ ବ୍ୟସ୍ତତା ଅନୁଭବ କରିବେ । ବ୍ୟସ୍ତତାକୁ ଲକ୍ଷ୍ୟରେ ରଖି ତରବାରିଆ ହୋଇ କାର୍ଯ୍ୟ କରିଲେ ହଇରାଣ ହେବାକୁ ପଡିପାରେ । ବ୍ୟବସାୟ, ବାଣିଜ୍ୟ, ସାମ୍ବାଦିକତା ଓ ଅର୍ଥ ସମ୍ବନ୍ଧିତ କାମରେ ସଫଳତା ପାଇବେ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । କିନ୍ତୁ ନିଜର ସ୍ଥଗିତ କାର୍ଯ୍ୟ ସକାଶେ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିବ । ସାମାଜିକ ଜନକଲ୍ୟାଣ ନିମନ୍ତେ ଯେଉଁ ପ୍ରୟାସ ଜାରି ରଖିଛନ୍ତି, ସେଥିରେ କୃତକାର୍ଯ୍ୟ ହେବେ । ମନ ବୁଝିଲା ଭଳି କଥା କହି ପରକୁ ମଧ୍ୟ ଆପଣାର କରିବାରେ ସମର୍ଥ ହେବେ । ପାରିବାରିକ ପରିବେଶ ସୁଖଦମୟ ରହିବ କିନ୍ତୁ ସ୍ତ୍ରୀଙ୍କ ସହ ମନାନ୍ତର ହେବାର ସୂଚନା ରହିଛି । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆଦୌ ଆଶା କରି ନ ଥିବା କୌଣସି ଜିନିଷ କିମ୍ବା ଖବର ପାଇ ଖୁସି ହୋଇଯିବେ । ବ୍ୟବସାୟ ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ଦୂର ହେବ । ଆର୍ଥିକ ସ୍ଥିତି ପୂର୍ବ ପରି ରହିବ । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବେ । ଅଫିସରେ ଫାଇଲ କାମକୁ ନେଇ ବ୍ୟସ୍ତତା ରହିବେ । ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସହକର୍ମୀ ଜଣକ ଅସହଯୋଗ କରିପାରନ୍ତି । ବନ୍ଧୁଙ୍କ ସହ ଏକତ୍ର ବସି ଅତୀତର କେତେକ କଥାକୁ ସ୍ମରଣ କରି, ମନ ଉଦାସ ରହିବ । ଘରୋଇ ବ୍ୟାପାରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ । ପରିବାରରେ ହଠାତ କାହାରି ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହେବା ଯୋଗୁଁ ମାନସିକ ସ୍ତରରେ ଚିନ୍ତିତ ରହିବେ । ଉଭୟ ସ୍ଵାମୀ ଓ ସ୍ତ୍ରୀ ପରସ୍ପର ମଧ୍ୟରେ ମନର ଭାବନକୁ ବୁଝିବେ ଓ ପରସ୍ପର ସହମତିରେ କାର୍ଯ୍ୟ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିରଜା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଶୃଙ୍ଖଳିତ ଭାବରେ ଅତିବାହିତ ହେବ । ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ । ନିଜ ବ୍ୟବହାର ଓ କଥାବାର୍ତ୍ତ ଦ୍ୱାରା ସମସ୍ତଙ୍କ ପ୍ରିୟ ହୋଇପାରିବେ । କୌଣସି ପରିଚିତ ବ୍ୟକ୍ତିଙ୍କ ଉପସ୍ଥିତିକୁ କେନ୍ଦ୍ର କରି କର୍ମକ୍ଷେତ୍ର ସାମୟିକ ବିଶୃଙ୍ଖଳିତ ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତିକୁ ନେଇ ଚିନ୍ତିତ ରହିବେ । କିନ୍ତୁ ଅଫିସରେ ସହକର୍ମୀ ମାନଙ୍କ ସହ ମିଷ୍ଟାଳାପ ମଧ୍ୟରେ କାମ କରି ଚାଲିବେ । ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ କିନ୍ତୁ ବନ୍ଧୁଙ୍କ ସହାୟତାରେ ସମସ୍ୟାକୁ ସୁଧାରି ନେବେ । ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବା ଫଳରେ ମନକୁ ସାମୟିକ ଆଶ୍ଵସ୍ତି ମିଳିବ । କଳା, ସାହିତ୍ୟ, ସଙ୍ଗୀତ, ସତ୍‌ସଙ୍ଗ, ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ । ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବା ଯୋଗୁଁ ମନରେ ସାମୟିକ ଖୁସି ଅନୁଭବ କରିବେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ପ୍ରାୟତଃ ଆପଣଙ୍କ ପାଇଁ ଭଲ ରହିବ । କର୍ମକ୍ଷେତ୍ରରେ ବିନା କୌଣସି ଦ୍ଵିଧାରେ ସମସ୍ତ କାର୍ଯ୍ୟ ସମ୍ପାଦନା କରିବେ । ବନ୍ଧୁ ଓ ସହକର୍ମୀମାନଙ୍କ ସହଯୋଗ ମିଳିବ । ସ୍ଥଗିତ ଥିବା କାମକୁ ବନ୍ଧୁ ଓ ସହକର୍ମୀଙ୍କ ସହାୟତାରେ ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ । ଅଫିସରେ ଉପରିସ୍ଥ ଅଧିକାରୀ କାମହାସଲ ସକାଶେ ସହଯୋଗ ଲୋଡ଼ିପାରନ୍ତି । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଗୁପ୍ତ ଶତ୍ରୁତା ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । କୌଣସି ବ୍ୟକ୍ତିଠାରୁ ହଠାତ୍‌ ଦୁଃଖଦ ଖବର ପାଇ ବିଚଳିତ ହୋଇପାରନ୍ତି । ଅନ୍ୟର ବିବାଦୀୟ କଥାରେ ମୁଣ୍ଡ ପୁରନ୍ତୁ ନାହିଁ । ପାରିବାରିକ କ୍ଷେତ୍ରରେ ନାନା ପ୍ରକାର ବିଷମତାକୁ ନେଇ ଚିନ୍ତିତ ଥିଲେ ମଧ୍ୟ ଆପଣଙ୍କ କାମ ଅଟକିବ ନାହିଁ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆଜିର କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ପାଟିତୁଣ୍ଡ ଲାଗିବ । ଯାହାଫଳରେ କର୍ମକ୍ଷେତ୍ରରେ ଅଶାନ୍ତର ପରିବେଶ ସୃଷ୍ଟି ହେବ । ଆଜି ଅଯଥା ଖର୍ଚ୍ଚାନ୍ତ ହେବା କାରଣରୁ ମାନସିକ ସ୍ତର ଉତ୍ତେଜିତ ରହିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ସଭାସମିତି କିମ୍ବା ଅଫିସର ଆଲୋଚନା ପରିସରରେ ଯୁକ୍ତିଯୁକ୍ତ କଥା କହିଲେ ମଧ୍ୟ ବିରୋଧୀମାନଙ୍କ ଦ୍ଵାରା ଅପମାନିତ ହେବାକୁ ପଡିବ । ବାକ୍‌ ଅସଂଯମତା ଯୋଗୁଁ ନିକଟ ସମ୍ପର୍କୀୟଙ୍କ ସହ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି । ଆର୍ଥିକ ସ୍ଥିତି ମାନ୍ଦା ରହିବା କାରଣରୁ କେତେକ କାର୍ଯ୍ୟ ଅଧାରେ ଅଟକିଜଯାଇପାରେ । କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ରାଜନୀତି ଓ ସାହିତ୍ୟକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ବନ୍ଧୁଙ୍କ ଅବଦାନରେ ପାରିବାରରେ ବିବାଦୀୟ ପରିସ୍ଥିତି କ୍ରମେ ବଦଳିଯିବ । ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ଶ୍ରୀଗଣେଶ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ପରିବାର ଭିତରେ ଅଯଥା ବ୍ୟସ୍ତତା ପ୍ରକାଶ କରିବେ । କାରବାର ମାନ୍ଦା ରହିବ । ଆର୍ଥିକ ସ୍ଥିତି ମଧ୍ୟ ଶୋଚନୀୟ ରହିବ । ବ୍ୟବସାୟ ଓ ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ, ନତୁବା ସମସ୍ୟା ଉପୁଜିପାରେ । ପରିସ୍ଥିତି ବଶତଃ ଧାର, କରଜ କରି ଆବଶ୍ୟକତା ମେଣ୍ଟାଇବାକୁ ସକ୍ଷମ ହେବେ । ସହକର୍ମୀମାନଙ୍କ ଅସହଯୋଗୀ ଓ ଅଫିସରେ କାର୍ଯ୍ୟଭାର ଅଧିକ ଯୋଗୁଁ ମନ ଭାରକ୍ରାନ୍ତ ରହିବ । ଅପରପକ୍ଷରେ ପରୋକ୍ଷ ଶତୁତା କରୁଥିବା ବ୍ୟକ୍ତିମାନେ ଉନ୍ନୟନ ମୂଳକ କାର୍ଯ୍ୟରେ ନାନା ପ୍ରକାର ପ୍ରତିରୋଧ ସୃଷ୍ଟି କରିବେ । କିନ୍ତୁ ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ସାଂଗଠନିକ କ୍ଷେତ୍ରରେ କିଛି ନୂତନ ଦିଗ୍‌ଦର୍ଶନ ମିଳିବ । ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ । ପାରିବାରିକ ଜୀବନରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

Leave a Reply

Your email address will not be published. Required fields are marked *