12 ମାର୍ଚ୍ଚ 2021, ଶୁକ୍ରବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ଧନ ପ୍ରାପ୍ତିର ଯୋଗ ରହିଛି । ଆର୍ଥିକ କ୍ଷେତ୍ରରେ ସ୍ଵଛଳତା

12 ମାର୍ଚ୍ଚ 2021, ଶୁକ୍ରବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ଧନ ପ୍ରାପ୍ତିର ଯୋଗ ରହିଛି । ଆର୍ଥିକ କ୍ଷେତ୍ରରେ ସ୍ଵଛଳତା

12 ମାର୍ଚ୍ଚ 2021, ଶୁକ୍ରବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ଧନ ପ୍ରାପ୍ତିର ଯୋଗ ରହିଛି । ଆର୍ଥିକ କ୍ଷେତ୍ରରେ ସ୍ଵଛଳତା ଯୋଗୁଁ ମନରେ ଆନନ୍ଦ ଉଲ୍ଲାସ ରହିବ ।

ଆଜି ଆମେ ଆପଣଙ୍କୁ ୧୨ ମାର୍ଚ୍ଚ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ସକାଶେ ମାଧ୍ୟମ ଫଳ ପ୍ରଦାନ କରିବ । ଆଜି ଲାଭଭାବସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ପାରିବାରିକ ପରିସ୍ଥିତି ଠିକ୍‌ ନ ରହିବା କାରଣରୁ ମନରେ ଚଞ୍ଚଳତା ରହିବ ନାହିଁ । ବନ୍ଧୁଙ୍କ ସହ କୌଣସି ଦର୍ଶନୀୟ ସ୍ଥାନକୁ ଯାତ୍ରା କରିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ଥିଲେ ମଧ୍ୟ ଆକସ୍ମିକ ଭାବରେ କୌଣସି ନିଷ୍ପତ୍ତି ନେଇ, ପରବର୍ତ୍ତୀ ସମୟରେ ଅନୁତାପ କରିବାକୁ ପଡିପାରେ । ସାମାଜିକ କ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିବ, କିନ୍ତୁ ବୁଝାମଣା ମାଧ୍ୟମରେ ପରିସ୍ଥିତିକୁ ସମ୍ଭାଳି ନେବେ । ପରିବାରରେ କୌଣସି କଥାକୁ ଠିକ୍‌ ଭାବରେ ନ ବୁଝି ଅଯଥା ବିରକ୍ତି ପ୍ରକାଶ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ପିଠିରେ ଅସହ୍ୟ ଯନ୍ତ୍ରଣା ଯୋଗୁଁ ଚିନ୍ତିତ ରହିବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିରଜା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଘରେ ଧାର୍ମିକ ସମାରୋହର ଆୟୋଜନ କରିପାରନ୍ତି । ଦ୍ୱାଦଶାଧିପତି ରାଶିସ୍ଥ ହେତୁ ଆପଣଙ୍କୁ ଆକସ୍ମିକ ଭାବରେ ଯାତ୍ରା କରିବାକୁ ପଡିପାରେ । ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିବାର ଅବସର ପ୍ରାପ୍ତ ହେବ, ଯାହାଦ୍ୱାରା ଆପଣ ନିଜ ବ୍ୟବସାୟର ପ୍ରଚାର ପ୍ରସାର କରି ଆର୍ଥିକ ସ୍ଥିତିକୁ ସଦୃଢ କରିପାରିବେ । କର୍ମକ୍ଷେତ୍ରରେ ଆତ୍ମୀୟ ସ୍ଵଜନଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି କାର୍ଯ୍ୟ ସାଧନ କରିବେ । ସ୍ଥଗିତ କାମଗୁଡିକ ନିର୍ଦ୍ଦିଷ୍ଟ ସମୟରେ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ । ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ପାରିବାରିକ ଅସ୍ଥିରତା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ । ପଡୋଶୀଙ୍କ ସହ ସମ୍ପର୍କ ମଧୁର ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ବିରଜା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଅଯଥା କଥାକୁ ଭାବି ମନ ଉଦାସ ରହିବ । ରାଶିରେ ପାପଗ୍ରହର ପ୍ରଭାବ ଯୋଗୁଁ ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି । ଆଜି ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ଅଭାବ ରହିବ ନାହିଁ । କିନ୍ତୁ କର୍ମକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ, ଯାହାଦ୍ୱାରା ମନରେ ସରସତା ରହିବ ନାହିଁ । ଆର୍ଥିକ ସ୍ଥିତି ଦୁର୍ବଳ ରହିବ । ଅଫିସରେ ସ୍ଥଗିତ କାର୍ଯ୍ୟ ନିମନ୍ତେ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିବ । ଆନୁଷ୍ଠାନିକ କାମ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । କେତେକ କାମ ସକାଶେ ପରିବାର ଭିତରୁ ସମାଲୋଚିତ ହେବାକୁ ପଡିବ । ବାଦ ବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ ହେବ । ଶୁଭରଙ୍ଗ: କମଳା ରଙ୍ଗ । ଆରାଧନା: ମାଆ ଭୈରବୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଶା ପୂରଣ ହେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ବ୍ୟୟାଧିପ ସପ୍ତମସ୍ଥ ଯୋଗୁ ବାଣିଜ୍ୟ, ବ୍ୟବସାୟରେ ଶେୟାର ବଜାରରେ ପୁଞ୍ଜିଲଗାଣ ଶୁଭପ୍ରଦ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମକ୍ଷେତ୍ରରେ ଶତ୍ରୁମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ମଧ୍ୟ କିଛି କରିପାରିବେ ନାହିଁ । ଅଫିସରେ ଆପଣଙ୍କ କାର୍ଯ୍ୟକୁ ନେଇ ସହକର୍ମୀ ଓ ଉପରିସ୍ଥ ଅଧିକାରୀ ବର୍ଗ ପ୍ରଶଂସା କରିବେ ଓ ପଦୋନ୍ନତିର ଯୋଗ ରହିବ । କିନ୍ତୁ ସଭାସମିତିରେ ବାକ୍ ଅସଂଯମତା ଯୋଗୁଁ ବିବାଦଗ୍ରସ୍ଥରେ ଛନ୍ଦି ହୋଇପାରନ୍ତି । ବନ୍ଧୁ ଜରିଆରେ ଆକସ୍ମିକ ଭାବରେ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ । କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ପରିବାରରେ ହସଖୁସିର ବାତାବରଣ ରହିବ । ଦାମ୍ପତ୍ୟ କଳହ ଦୂର ହେବ । ସନ୍ତାନଙ୍କର ଉନ୍ନତିରେ ଖୁସିହେବେ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

କର୍ମକ୍ଷେତ୍ରରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ମିଳିବ । କର୍ମାଧିପ ଭାଗ୍ୟସ୍ଥ ଯୋଗୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ବନ୍ଧୁ, ସହକର୍ମୀଙ୍କ ବଦାନ୍ୟତା କାରଣରୁ ସ୍ଥଗିତ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ବୃତ୍ତିଗତ କର୍ମରେ ଆଶାତୀତ ଲାଭ ପାଇବେ । ଅଫିସର ବାତାବରଣ ସୁସ୍ଥ ଓ ନିରାମୟ ରହିବ । ସହକର୍ମୀଙ୍କ ସହ ମିଳିମିଶି ପରସ୍ପର ମଧ୍ୟରେ ସାହାଯ୍ୟ ଓ ସହଯୋଗ ଭିତ୍ତି କାର୍ଯ୍ୟ କରିବେ । ଆଲୋଚନା କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତ ଯୋଗୁଁ କେତେକ କାମ ଠିକ୍‌ ସମୟରେ କରି ପାରିବେ ନାହିଁ । ଆର୍ଥିକ ନେଣଦେଣକୁ ନେଇ ନିକଟ ସମ୍ପର୍କୀୟଙ୍କ ସହ ମନାନ୍ତର ହୋଇପାରେ । ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନ ଭଲ ରହିବ ନାହିଁ । ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ପାଠପଢାକୁ ନେଇ ଚିନ୍ତିତ ରହିପାରନ୍ତି । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଶୁକ୍ରଙ୍କ ଶୁଭ ସଂସ୍ଥାନରୁ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । କିନ୍ତୁ କାର୍ଯ୍ୟ ହାସଲ ନିମନ୍ତେ ଖର୍ଚ୍ଚାନ୍ତ ଅଧିକ ହେବ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ । ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ । ଚାକିରି କରୁଥିବା କର୍ମଜୀବିମାନେ ଅଫିସ ଉଚ୍ଚାଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ । ବିଭିନ୍ନ ସମସ୍ୟା ମଧ୍ୟରେ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ବନ୍ଧୁମାନେ ସାହାଯ୍ୟ ସହଯୋଗର ହାତ ବଢେଇବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷମାନେ ସାମାଜିକ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରି ଲୋକ ସମ୍ପର୍କ ଦୃଦ୍ଧି କରିବେ । କର୍ମଜଞ୍ଜାଳ ବୃଦ୍ଧି ଘଟିବାର ବିଶେଷ ସମ୍ଭାବନା ରହିଛି । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଏକାଦଶସ୍ଥ ଗ୍ରହ ଯୋଗୁ ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ । କିନ୍ତୁ ଗତକାଲିର ଘରୋଇ ବ୍ୟାପାରକୁ ନେଇ ମାନସିକ ସ୍ଥିତି ସେତେଟା ଭଲ ରହି ନପାରେ । ବ୍ୟାବସାୟିକ କାର୍ଯ୍ୟ ନିମନ୍ତେ ବାହାରକୁ ଯାତ୍ରାରେ ଯାଇପାରନ୍ତି । ଚାକିରିରେ କର୍ତ୍ତୃପକ୍ଷଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ । କର୍ମକ୍ଷେତ୍ରରେ ସହଯୋଗଭିତ୍ତିରେ କାମ କରିଲେ ଯଥେଷ୍ଟ ଉପକୃତ ପାଇବେ । ପାରିବାରିକ ଅଶାନ୍ତି ଯୋଗୁଁ ମାନସିକ ଅବସାଦ ମଧ୍ୟରେ ରହିବେ, ଯାହାଫଳରେ କାମ କରିବା ନିମନ୍ତେ ମନରେ ଆଗ୍ରହ ଆସିବ ନାହିଁ । କେତେକ କ୍ଷେତ୍ରରେ ବନ୍ଧୁଙ୍କ ସମ୍ମୁଖରେ ମନର ଭାବ ପ୍ରକାଶରେ ପଛେଇ ଯାଇପାରନ୍ତି । ପ୍ରଶାସନ, ଆଇନ ଅଦାଲତ ଓ ସଭା ସମିତି କ୍ଷେତ୍ରରେ ଉପକୃତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ପାଇଁ ମିଶ୍ରଣ ଫଳ ପ୍ରଦାନ କରିବ । ଚନ୍ଦ୍ରଙ୍କ ପ୍ରଭାବରୁ ପାରିବାରିକ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ଆର୍ଥିକ ସ୍ଥିତି ମଜଭୁତ ରହିବ । ଚାକିରି ତଲାସରେ ଥିବା ଯୁବକଙ୍କୁ ଭଲ ଚାକିରି ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ । ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବା ସଙ୍ଗକୁ ନିକଟ ସମ୍ପର୍କୀୟମାନଙ୍କ ସହ କୈାଣସି ନୂତନ କର୍ମାରମ୍ଭର ଯୋଜନା ପ୍ରସ୍ତୁତ କରିବେ । ସଭାସମିତିରେ ଯୁକ୍ତିଯୁକ୍ତ କଥା କଥା ପ୍ରଶଂସିତ ହେବ । କଳା, ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ । ବୈବାହିକ ଜୀବନ ସୁଖପ୍ରଦ ରହିବ । ପରିବାରର ବିଭିନ୍ନ ପ୍ରକାରର ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । ଶୁଭରଙ୍ଗ: ଗୋଳାପୀ । ଆରାଧନା: ମାଆ ବିମଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଅନୁକୂଳ ପରିବେଶ ଯୋଗୁଁ ଯାହା ଚାହୁଁଛନ୍ତି ପାଇବେ । ଗ୍ରହସ୍ଥିତିର ସୁପ୍ରଭାବ ଯୋଗୁଁ ଆଦୌ ଆଶା କରି ନ ଥିବା କୌଣସି ଜିନିଷ କିମ୍ବା ଖବର ପାଇ ଖୁସି ହୋଇଯିବେ । ଆଜିର କର୍ମକ୍ଷେତ୍ରରେ ଆଶାନୁରୂପକ ଫଳପ୍ରାପ୍ତି କରିବେ । ନୂତନ ବାଣିଜ୍ୟାରମ୍ଭ, ସଭାସମିତିରେ ଆଲୋଚନା, ବନ୍ଧୁ ମିଳନ ପାଇଁ ସୁନ୍ଦର ସୁଯୋଗ ସୃଷ୍ଟି କରିବ । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ପାରିବାରିକ, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ନିକଟ ସମ୍ପର୍କୀୟ ମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଶୁଭରଙ୍ଗ: ଗୋଲାପୀ ରଙ୍ଗ । ଆରାଧନା: ମାଆ ସମଲେଶ୍ୱରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

କାର୍ଯ୍ୟରେ ସଫଳତା ଓ ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଅଟେ । କିନ୍ତୁ ଆଜି ଆପଣଙ୍କ ଖର୍ଚ୍ଚର ଭାର ଅଧିକ ରହିବ । ବ୍ୟବସାୟରେ ସ୍ଥିତି ଭଲ ରହିବ । ମଧୁର ବାକ୍ୟାଳାପ ଦ୍ଵାରା ଗ୍ରାହକଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ଜାଗା ସୃଷ୍ଟି କରିବାରେ ସମର୍ଥ ହେବେ । ଅଫିସ ପରିସରରେ ଆୟୋଜିତ ଆଲୋଚନରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଆକସ୍ମିକ ଭାବରେ ଆମୋଦ-ପ୍ରମୋଦର ମଉକା ଜୁଟିବ । କୌଣସି ବିବାଦୀୟ ପରିସ୍ଥିତିରେ ସମାଜର ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ସମସ୍ୟାର ସମାଧାନ ହୋଇପାରିବ । ଘର କଥାନେଇ ସ୍ତ୍ରୀଙ୍କ ସହ ଆଲୋଚନା କରିବେ, ଅବଶ୍ୟ ଆପଣଙ୍କ ଆଶଙ୍କା ଅପରାହ୍ନେ ଦୂର ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଭାବିଚିନ୍ତି ଯେକୌଣସି କାର୍ଯ୍ୟ କରନ୍ତୁ, ନତୁବା ଯେଉଁ ବ୍ୟକ୍ତିମାନେ ଆପଣଙ୍କ ଗୁଣଗାନ କରୁଥିଲେ ସେହି ବ୍ୟକ୍ତିମାନେ ହିଁ ଆପଣଙ୍କ ପ୍ରତିଟି କାର୍ଯ୍ୟରେ ସମସ୍ୟା ସୃଷ୍ଟି କରାଇବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ଅଫିସରେ କାମ ଅଧିକ ରହିବା ସଙ୍ଗେ ସଙ୍ଗେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ତର୍ଜମା କରିବେ ଓ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚିତ କରିବେ । ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ବ୍ୟତୀତ ଶୁଖିଲା ଉପଦେଶ ଶୁଣି ମନରେ ବିରକ୍ତି ଆସିବ । ନିକଟ ସମ୍ପର୍କୀୟମାନଙ୍କ ପରୋକ୍ଷ ଶତ୍ରୁତା ଯୋଗୁଁ ମନ ବିଚଳିତ ହୋଇଉଠିବ । ପରିବାର ସଦସ୍ୟମାନଙ୍କ ସହଯୋଗ ପାଇବା ଫଳରେ ମନକୁ ଆଶ୍ଵସ୍ତି ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିବେ । ଚତୁର୍ଥଭାବସ୍ଥ ଶନି ହେତୁ ଘରୋଇ କ୍ଷେତ୍ରରେ ପରିବାରବର୍ଗଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇ ପ୍ରଶଂସିତ ହେବେ । ପଦସ୍ଥ ବ୍ୟକ୍ତିଙ୍କ ପରାମର୍ଶରେ ନୂଆ ନୂଆ ଯୋଜନାର ଖସଡା ପ୍ରସ୍ତୁତ କରିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ମିଳିବ । ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରହିବା ଭଲ । ପାରିବାରିକ ଜୀବନ ସୁଖମୟ ହେବ । ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ସୁଯୋଗ ମିଳିବ । ଜୀବନସାଥୀଙ୍କ ଠାରୁ ଖୁବ୍‌ ପ୍ରେମ ପାଇବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *