12 ଜୁନ୍ 2021, ଶନିବାର :- ଆଜି ୮ଟି ରାଶିର ବ୍ୟକ୍ତି ଧନ ସମ୍ବନ୍ଧୀୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ସ୍ଥଗିତ

12 ଜୁନ୍ 2021, ଶନିବାର :- ଆଜି ୮ଟି ରାଶିର ବ୍ୟକ୍ତି ଧନ ସମ୍ବନ୍ଧୀୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ସ୍ଥଗିତ

12 ଜୁନ୍ 2021, ଶନିବାର :- ଆଜି ୮ଟି ରାଶିର ବ୍ୟକ୍ତିଙ୍କୁ ଧନ ସମ୍ବନ୍ଧୀୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ସହ ପରିବାରରେ ହସଖୁସିର ବାତାବରଣ ରହିବ ।

ଆଜି ଆମେ ଆପଣଙ୍କୁ ୧୨ ମଇ ୨୦୨୧ ଶନିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ହଠାତ୍ ବୃତ୍ତିଗତ ବ୍ୟବସାୟରେ ଆମଦାନୀ ବୃଦ୍ଧି ପାଇବା ଫଳରେ ମନରେ ଏକ ପ୍ରକାର ଖୁସି ଅନୁଭବ କରିବେ । କର୍ମକ୍ଷେତ୍ରରେ ପ୍ରତି କ୍ଷେତ୍ରରେ ଜଗିରହି କାର୍ଯ୍ୟ କରିବେ । ଚାକିରି କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ ଓ ସହକର୍ମୀଙ୍କ ସହ ହସଖୁସିରେ କାର୍ଯ୍ୟ ନିର୍ବାହ କରିବେ । ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । କୃଷି, ବାଣିଜ୍ୟ ବ୍ୟବସାୟ, ପ୍ରଶାସନ ଓ ରାଜନୀତିକ ସ୍ତରରେ ଦ୍ଵନ୍ଦ ଦୂରେ ହେବ । ଦୀର୍ଘ ମିଆଦି ଯୋଜନାଗୁଡିକ ଉପରେ କାର୍ଯ୍ୟ କରିବାକୁ ଚିନ୍ତା କରିବେ । ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବାର ଅବସର ମିଳିବ କିନ୍ତୁ କେତେକ ସ୍ଥଳରେ ନିଜକୁ ଖପାଖୁଆଇ ଚଳିବାକୁ ବାଧ୍ୟ ହେବେ । ବୈବାହିକ ଜୀବନରେ ପ୍ରେମର ସୁଗନ୍ଧ ପାରିବାରିକ ବାତାବରଣ ରୋମାଞ୍ଚକର ରହିବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ଅମ୍ବିକା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ସୁଖ ଦୁଃଖର ମିଶ୍ରଣରେ ଦିନଟି ଅତିବାହିତ ହେବେ । କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ, ଅନ୍ୟଥା କଳହର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସହିତ ଯୁକ୍ତିତର୍କ ହେବାର ସମ୍ଭାବନା ଅଛି । କୌଣସି କାର୍ଯ୍ୟ କରିବା ସମୟରେ ତତ୍ପରତା ହୁଅନ୍ତୁ ନାହିଁ, ବୁଝି ବିଚାରୀ କାର୍ଯ୍ୟ କରିନ୍ତୁ । ଆକସ୍ମିକ ଭାବରେ ସମାଜରେ କିଛି ନୂତନ ଲୋକଙ୍କ ସହିତ ଦେଖାସାକ୍ଷାତ ହେବ । କର୍ମକ୍ଷେତ୍ର କିମ୍ବା ଅଫିସ ପରିସରରେ କାହାକୁ ମଧ୍ୟ ଅନ୍ଧ ଭାବରେ ବିଶ୍ଵାସ କରନ୍ତୁ ନାହିଁ, କାହିଁକି ନା ଅତି ନିଜର ଭାବୁଥିବା ଲୋକଟି ହିଁ ଆଜି ବିଶ୍ୱାସଘାତକତା କରିପାରି । ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଗୃହ ନିର୍ମାଣ କିମ୍ବା ଆନୁଷ୍ଠାନିକ କାମରେ ଲିପ୍ତ ରହିବା କାରଣରୁ ଘର କଥା ବୁଝିବାକୁ ସମୟ ପାଇବେ ନାହିଁ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ହସଖୁସିର ସହ ଦିନଟି ଅତିବାହିତ କରିବେ । ଆପଣଙ୍କ ନିକଟରେ ଥିବା ପ୍ରତିଭା ଆଜି ଲୋକଲୋଚନକୁ ଆସିବ । ଦୃଢ ଆତ୍ମବିଶ୍ୱାସର ସହ କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହେବେ । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବା କାରଣରୁ ଆର୍ଥିକ ଦିଗରୁ ସ୍ଥିତିରେ ସୁଧାର ଆସିବ । ଅଫିସ କାର୍ଯ୍ୟାଳୟ ଓ ବୃତ୍ତିଗତ କର୍ମକ୍ଷେତ୍ରରେ ସାଙ୍ଗସାଥୀଙ୍କ ସାହାଯ୍ୟ ଓ ସହାନୁଭୂତିର ସୁଯୋଗ ଲାଭ କରିବା ସହ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଅଫିସରେ ଆୟୋଜିତ ବୈଠକରେ ଅନ୍ୟମାନଙ୍କ ମନ୍ତବ୍ୟକୁ ପ୍ରାଧାନ୍ୟ ଦେଇ ପ୍ରଶଂସିତ ହେବେ । ଅନ୍ୟର ବ୍ୟକ୍ତିଗତ ମାମଲା କିମ୍ବା ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥା କରନ୍ତୁ ନାହିଁ, ଅନ୍ୟଥା ଅପଦସ୍ଥ ହେବାକୁ ପଡିବ । ସମ୍ପର୍କୀୟଙ୍କ ସହଯୋଗରେ ପାରିବାରିକ ସମସ୍ୟା ଦୂର ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ବିମଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏକାଧିକ କାର୍ଯ୍ୟ ହାତକୁ ନେଇଥିବା ଯୋଗୁଁ ବ୍ୟସ୍ତ ବିଭ୍ରାନ୍ତ ହୋଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନ ଲାଗିରହିବ । ଆର୍ଥିକ ଦୃଷ୍ଟିକୋଣରୁ ଅଭାବ ଲାଗିରହିଲେ ମଧ୍ୟ ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟରେ ଆର୍ଥିକ ସ୍ଥିତିରେ କ୍ରମଶଃ ସୁଧାର ଆସିବ । ଅଫିସରେ ଟିକେ ସତର୍କ ରହିବାକୁ ପଡିବ କାରଣ କିଛି ଲୋକ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚନା କରିପାରନ୍ତି । ଅଫିସିଆଲି କାର୍ଯ୍ୟବ୍ୟସ୍ତତା ଯୋଗୁଁ ଘରର କଥା ବୁଝିବାକୁ ସମୟ ମଧ୍ୟ ପାଇ ପାରିବେ ନାହିଁ । ବରିଷ୍ଠ ଅଧିକାରୀଙ୍କ ସହିତ ଭଲ ସମ୍ପର୍କ ରହିବ । ଆଲୋଚନା ପରିସରରେ କାହାକୁ ପକ୍ଷପାତିତା ନ କରି ବରଂ ନୀରବ ରୁହନ୍ତି । ସରକାରୀ ସ୍ତରରୁ ଆଶା କରୁଥିବା ସାହାଯ୍ୟ ସହଯୋଗ ମିଳିପାରେ । ସମାଜରେ ନିଜର ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଦେଖାଦେଇପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଚର୍ଚ୍ଚିକା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଅନ୍ୟର କଥାରେ ପ୍ରଭାବିତ ହୋଇ କାର୍ଯ୍ୟ କରନ୍ତୁ ନାହିଁ । ଅବଶ୍ୟ ବ୍ୟବସାୟ, ବାଣିଜ୍ୟରେ କେତେକ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । କିନ୍ତୁ ବ୍ୟବସାୟ ସହ ସମନ୍ଧିତ କୌଣସି ନୂତନ ପ୍ରକଳ୍ପ ଉପରେ କାର୍ଯ୍ୟ କରିବେ, ଯାହା ଆପଣଙ୍କ ପାଇଁ ଲଭାଦୟାକ ପ୍ରମାଣିତ ହେବେ । ଆପଣ କୌଣସି କ୍ଷେତ୍ରରେ ଅର୍ଥ ବିନିଯୋଗ କରିବାକୁ ଯୋଜନା କରିବେ । ଅଫିସରେ ସହକର୍ମୀଙ୍କ ଅନୁପସ୍ଥିତି ମାନସିକ ଦୁଶ୍ଚିନ୍ତାର କାରଣ ହେବ । ଆଜି ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ତର୍ଜମା କରିପାରନ୍ତି । ନିଜ ଜୀବନସାଥୀ ଉପରେ ବିଶ୍ୱାସ ରଖନ୍ତୁ । ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହୋଇପାରିବ । ପରିବାରରେ ହଠାତ କାହାରି ସ୍ୱାସ୍ଥ୍ୟଜନିତ ସମସ୍ୟା ମାନସିକ ସ୍ତରରେ ଚିନ୍ତା ବଢାଇବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମାଣିକେଶ୍ଵରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସାର ସୁଅ ଛୁଟିବ । ବ୍ୟବସାୟ, ବାଣିଜ୍ୟ ତଥା ବୃତ୍ତିଗତ କର୍ମରେ ଆକସ୍ମିକ ଭାବରେ ଅର୍ଥ ଲାଭର ସମ୍ଭାବନା ରହିଛି । ସମ୍ପତି କ୍ରୟ ପାଇଁ ଯୋଜନା କରିବେ । ସାମାଜିକ କ୍ଷେତ୍ରରେ ପ୍ରଭାବଶାଳୀ ଲୋକମାନେ ମାର୍ଗଦର୍ଶନ କରିବେ, ଯାହାଫଳରେ ହାତକୁ ନେଇଥିବା କାର୍ଯ୍ୟଟି ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ଅଫିସ ପରିସରରେ ବାତାବରଣ ଯାହା ହେଲେ ମଧ୍ୟ ଆପଣ ଖାତିରି କରିବେ ନାହିଁ ଏବଂ ନିଜ କାର୍ଯ୍ୟରୁ ନିବୃତ୍ତି ହେବେ ନାହିଁ । ସଂଗଠନ, ଆନୁଷ୍ଠାନିକ କାମ ତଥା ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ଦୂର ସମ୍ପର୍କୀୟଙ୍କ ଠାରୁ ହଠାତ୍ ଏକ ଖୁସି ଖବର ଶୁଣିବାକୁ ପାଇବେ, ଯାହାଫଳରେ ପରିବାରର ପରିପାର୍ଶ୍ଵକ ସ୍ଥିତି ବେଶ୍ ରୋମାଞ୍ଚକର ରହିବ । ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଗାୟତ୍ରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ନିମନ୍ତେ ଶୁଭଦାୟକ ରହିବ । ସାଙ୍ଗସାଥିଙ୍କ ସହଯୋଗ ସାହାଯ୍ୟର ଅଭାବ ରହିବ ନାହିଁ । କର୍ମକ୍ଷେତ୍ରରେ କାରବାର ମାନ୍ଦା ରହିବା ଯୋଗୁଁ ଚିନ୍ତିତ ରହିବେ । କୌଣସି ନୂଆ କାର୍ଯ୍ୟାରମ୍ଭ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିବେ । ଆର୍ଥିକ ସମ୍ବନ୍ଧୀୟ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଅଫିସରେ ବାରିଷ୍ଠ ଅଧିକାରୀଙ୍କ ଆଦେଶରେ କର୍ମକ୍ଷେତ୍ରରେ ଅଧିକ ସମୟ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ସାମାଜିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିରେ ଚାପ ବୃଦ୍ଧି ପାଇବା ସହ ଖଳ ପ୍ରକୃତିର ଲୋକମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ । ନିକଟ ସମ୍ପର୍କୀୟ ସହ ଆପୋସ ଆଲୋଚନା ମାଧ୍ୟମରେ ପରସ୍ପର ମଧ୍ୟରେ ଥିବା ଦ୍ଵନ୍ଦ ଦୂର ହେବ । ପାରିବାରିକ କ୍ଷେତ୍ରରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ବନ୍ଧୁବାନ୍ଧବ ଓ ସାଙ୍ଗସାଥିଙ୍କ ମଧ୍ୟରେ ସମ୍ପର୍କରେ ଦୃଢତା ଆସିବ । ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କରିଲେ, କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ । ଅବଶ୍ୟ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁଁ ସାମୟିକ ବାଧା ସୃଷ୍ଟି ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଚାକିରି କରୁଥିବା ବ୍ୟକ୍ତିମାନଙ୍କ ଉପରେ ଉଚ୍ଚାଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ । ଅଫିସରଙ୍କ ସମ୍ମୁଖରେ ମନର ଭାବ ପ୍ରକାଶରେ ଶଙ୍କା କରି ମନସ୍ତାପ କରିବେ । ଭାବପ୍ରବଣତାରେ ଆସି ବନ୍ଧୁଙ୍କ ଦୁଃଖକୁ ଅନୁତାପ କରି ମନ ଉଦାସ ରହିବ । ପରିବାରରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମନରେ ଆତ୍ମବିଶ୍ୱାସ ଦୃଢ ରହିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ସମ୍ୟକ ମାନ୍ଦା ରହିଲେ ମଧ୍ୟ ଅର୍ଥ ସମ୍ବନ୍ଧୀୟ କୌଣସି ଅଭାବ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଦୀର୍ଘଦିନର ଆଶା ଫଳବତୀ ହେବ କିନ୍ତୁ ଏଥିସକାଶେ ଖର୍ଚ୍ଚାନ୍ତ ଟିକିଏ ଅଧିକ ହୋଇପାରେ । କୌଣସି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ । ଅଫିସରେ ସବୁ କଥାକୁ ହାଲୁକା ଭାବରେ ଗ୍ରହଣ କରିଲେ ଅସୁବିଧାରେ ପଡିବେ । ସଭାସମିତି, ପ୍ରଶାସନିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆକସ୍ମିକ ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ପୁରାତନ ରୋଗର ପୀଡ଼ା କାମ କରିବାକୁ ନିରୁତ୍ସାହିତ କରିପାରେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଶୁଭଦାୟକ ରହିବ । ସମ୍ପତ୍ତି ସମ୍ବନ୍ଧୀୟ ଡକ୍ୟୁମେଣ୍ଟଗୁଡିକରେ ଭଲ ଭାବରେ ଯାଞ୍ଚ କରନ୍ତୁ । ବ୍ୟବସାୟ ବାଣିଜ୍ୟରେ ପରିଶ୍ରମର ଉପଯୁକ୍ତ ପରିଶ୍ରମିକ ପାଇବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ଫଳରେ ଋଣ ପରିଶୋଧ କରିବା ପାଇଁ ଯୋଜନା କରିବେ । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ପର୍କ ଭଲ ରହିବ ଓ ସହକର୍ମୀଙ୍କ ସହମତିରେ କାର୍ଯ୍ୟ କରିଲେ ଉପକୃତ ହେବେ । ବନ୍ଧୁ ଗହଣରେ ମନର ଭାବକୁ ପ୍ରକାଶ କରିବା ଫଳରେ ସାମୟିକ ଦୁଃଖକୁ ଭୁଲିଯିବେ । ସେବା ଓ ପରୋପକାର ହେତୁ ସାମାଜିକ ସ୍ତରରେ ପ୍ରଶଂସା ପାଇବେ । ଅସାବଧାନତା ଯୋଗୁଁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିବାର ସମ୍ଭାବନା ଯଥେଷ୍ଟ ରହିଛି । ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବା । ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବ ସହ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଏଜେନ୍ସିପରୁ ଖୁସି ରହିବେ । କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ଅର୍ଥର ଅଭାବ, ଋଣ କିମ୍ବା ପୂର୍ବର ଶତ୍ରୁତାକୁ ନେଇ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିଲେ ମଧ୍ୟ ସହକର୍ମୀମାନେ ସହଯୋଗ ବଦଳରେ ଆପଣଙ୍କ କାମକୁ ନେଇ ସମାଲୋଚନା କରିବେ । କେତେକ ଅସୁବିଧାରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ରାଜନୀତି ଓ ଅନ୍ୟାନ୍ୟ ଅନୁଷ୍ଟାନିକ କ୍ଷେତ୍ରରେ ମିଥ୍ୟା ଅଭିଯୋଗରେ ଫଶୀ ପାରନ୍ତି, ତେଣୁ ସାବଧାନ ଅବଲମ୍ବନ କରିବା ଆବଶ୍ୟକ । ସ୍ତ୍ରୀଙ୍କ ସ୍ଵାସ୍ଥ୍ୟହାନି ଯୋଗୁଁ ମନ ବିଚଳିତ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ସୁଚିନ୍ତିତ ଯୋଜନାକୁ ଭିତ୍ତି କରି କର୍ମକ୍ଷେତ୍ରରେ କାର୍ଯ୍ୟ କରିବେ । ବ୍ୟବସାୟର ଆଶାତୀତ ଲାଭବାନ ହେବେ । କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ଅଫିସରେ କିଛି ଉଚ୍ଚଅଧିକାରୀଙ୍କ ଠାରୁ ପ୍ରସଂଶିତ ପାଇବେ । ବକ୍ ଅସଂଯମତା ଯୋଗୁଁ ଅଫିସରେ ଆୟୋଜିତ ବୈଠକରେ ଅପମାନିତ ହୋଇପାରନ୍ତି । ସମାଜରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ, ଯାହାଫଳରେ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟ ସହ ସମ୍ପର୍କହାନୀ ହେବାର ସମ୍ଭାବନା ରହିଛି । ସାହିତ୍ୟ, ସଂଗୀତ, କଳା, କ୍ରୀଡା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ । ପାରିବାରିକ କ୍ଷେତ୍ରରେ ଲାଗିରହିଥିବା ସମସ୍ୟା ସହଜରେ ସମାଧାନ ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

Leave a Reply

Your email address will not be published. Required fields are marked *