12 ଅପ୍ରେଲ୍ 2021, ସୋମବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆସିବା ପରିବର୍ତ୍ତନ ! କର୍ମକ୍ଷେତ୍ରରେ ସ୍ଥଗିତ

12 ଅପ୍ରେଲ୍ 2021, ସୋମବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆସିବା ପରିବର୍ତ୍ତନ ! କର୍ମକ୍ଷେତ୍ରରେ ସ୍ଥଗିତ

12 ଅପ୍ରେଲ୍ 2021, ସୋମବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆସିବା ପରିବର୍ତ୍ତନ ! କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣ କରିବେ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବ…

ଆଜି ଆମେ ଆପଣଙ୍କୁ ୧୨ ଅପ୍ରେଲ୍ ୨୦୨୧ ସୋମବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

କର୍ମକ୍ଷେତ୍ରରେ ଏକାଗ୍ରଚିତରେ କାର୍ଯ୍ୟ କରିବେ । ଆଜି କୌଣସି ଧାର୍ମିକ କାମରେ ନିଜକୁ ନିୟୋଜିତ କରିବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ଧୌର୍ଯ୍ୟ ସହ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ କରିବେ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ଟଙ୍କା ପଇସାକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟଙ୍କ ସହ କଳହ ହେବାର ସମ୍ଭାବନା ରହିଛି । ସାମାଜିକ ସ୍ତରରେ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ, ଏଣୁ ସତର୍କ ରହିବା ଭଲ । ଅନ୍ୟର ବିବାଦୀୟ କଥାବାର୍ତ୍ତରେ ମୁଣ୍ଡ ପୁରାନ୍ତୁ ନାହିଁ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ଉପୁଜିବାର ଆଶଙ୍କା ରହିଛି । ସ୍ୱାସ୍ଥ୍ୟଗତ ସମସ୍ୟା କେତେକାଂଶରେ ସୁଧାର ଆସିବା ଫଳରେ ମନକୁ ଆଶ୍ଵସ୍ତି ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମାନସିକ ଅସ୍ଥିରତା ଲାଗିରହିଥିଲେ ମଧ୍ୟ ଲୋକ ଆଦର, ସମ୍ମାନ ଲାଭ କରି ସବୁକିଛି ଭୁଲିଯିବେ । କେତେକ କ୍ଷେତ୍ରରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲେ ମଧ୍ୟ ଓଲଟା ଫଳ ମିଳିବ । ଯାହାକୁ ନିଜର ବୋଲି ଖୋଲା ମନରେ ଗୋପନୀୟ କଥା କହିବେ, ସେ ଦୁର୍ବଳତାର ସୁଯୋଗ ନେଇ ଫାଇଦା ଉଠାଇପାରେ । ବ୍ୟବସାୟରେ ସ୍ଥିତି ପ୍ରାୟତଃ ଭଲ ରହିବ । ଅଫିସରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ କିନ୍ତୁ କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ଘରେ ଅସାବଧାନତାବଶତଃ ମୂଲ୍ୟବାନ୍‌ ଦ୍ରବ୍ୟ ନଷ୍ଟ ହୋଇପାରେ । ଅଯାଚିତ ଭାବରେ ପଡ଼ୋଶୀଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା କପିଳାସ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଇଷ୍ଟଦେବୀଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ । ଆକସ୍ମିକ ଆବଶ୍ୟକତା ପୂରଣ ଦିଗରେ ଜଣେ ବନ୍ଧୁ ସହଯୋଗର ହାତ ବଢାଇବ । କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟ ସକାଶେ, କର୍ମକ୍ଷେତ୍ର ପ୍ରତି ଉଦାସୀନ ମନୋଭାବ ରହିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ପାଇ ଆର୍ଥିକ ସ୍ଥିତିକୁ ସୁଧାରିବାରେ ସକ୍ଷମ ହୋଇପାରିବେ । ଜାଣିଶୁଣି ନିକଟ ସମ୍ପର୍କୀୟ ବ୍ୟକ୍ତିମାନେ ସମସ୍ୟା ସୃଷ୍ଟି କରିପାରନ୍ତି । ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବାଣିଜ୍ୟ, ବ୍ୟବସାୟ ଓ ଯାତ୍ରାଜନିତ ଚିନ୍ତା ବଢ଼ିପାରେ । ଅଧିକାଂଶ ସମୟ ସ୍ଵାସ୍ଥ୍ୟ ସମସ୍ୟା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ସବୁଜ । ଆରାଧନା:ବିମଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ପାଇଁ ମାଧ୍ୟମ ଫଳ ପ୍ରଦାନ କରିବ । ମନକଥା ମନରେ ଗୋପନ ରଖି ଅନ୍ୟର ମନ ଜିଣିଲା ଭଳି କଥା କହି କାମ ହାସଲ କରିବେ । କର୍ମକ୍ଷେତ୍ରରେ କୌଣସି ଶୁଭ ଖବର ମନକୁ ଆନନ୍ଦିତ କରିବ । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଓ ସହକର୍ମୀଙ୍କ ଈର୍ଷା ଯୋଗୁଁ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବାର ସମ୍ଭାବନା ରହିଛି । ଅଫିସରେ ଉଚ୍ଚାଧିକାରୀଙ୍କ ଆଦେଶରେ କୌଣସି ଦୀର୍ଘ ମିଆଦୀ ଯୋଜନା ଉପରେ କାର୍ଯ୍ୟ କରିବେ । ରାଜନୀତିରେ ଥିବା ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟରେ ଯୋଗଦାନ କରି, ଲୋକ ପ୍ରିୟ ହୋଇପାରନ୍ତି । ଆଜିର ଯାତ୍ରା ଶୁଭପ୍ରଦ ହେବ କିନ୍ତୁ ଜିନିଷପତ୍ର ହଜିଯିବାର ଆଶଙ୍କା ରହିଛି । ପୁରାତନ ରୋଗର ପୀଡାର ପାଦୁର୍ଭାବ ବୃଦ୍ଧି ପାଇପାରେ । ପରିବାରର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆପଣ ନୀରବ ରହି ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ; ବିଳମ୍ବ ହେଲେ ବି ସବୁ ଠିକ୍‌ ହୋଇଯିବ । କାର୍ଯ୍ୟ ହାସଲରେ ପ୍ରତିବନ୍ଧକ ରହିବ ନାହିଁ । କିନ୍ତୁ ନିକଟସ୍ଥ ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆପଣଙ୍କ ଦୋଷ ଓ ଦୁର୍ବଳତାର ସୁଯୋଗ ନେଇ ପରବର୍ତ୍ତୀ ସମୟରେ ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ । କେତେକ ଗୁରୁତ୍ଵପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ । ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବେ କିନ୍ତୁ ସମ୍ମାନ ଓ ପ୍ରଶଂସାର ଅଭାବ ରହିବ ନାହିଁ । ଅଫିସରେ ସହକର୍ମୀଙ୍କ ସହ ସାମୟିକ ମନାନ୍ତର ଦେଖାଦେଇପାରେ । ସାମାଜିକ ସ୍ତରରେ କୈାଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ମନରେ କିଛି ଆଶଙ୍କା ଉପୁଜିପାରେ । ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା ଜନିତ ପାରିବାରିକ ସମସ୍ୟା ଦେଖା ଦେଇପାରେ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ସନ୍ତୋଷୀମାତା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ହଠାତ୍‌ ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ ନେଇ ବିବାଦ ଦେଖାଦେଇ ପାରେ । ମନରେ ସନ୍ଦେହ ଜାତ ହେବା କାରଣରୁ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ । ବ୍ୟବସାୟ ମାନ୍ଦା ରହିଲେ ମଧ୍ୟ କ୍ଷତି ହେବ ନାହିଁ କିନ୍ତୁ କୌଣସି ଘନିଷ୍ଟ ବନ୍ଧୁଙ୍କ ଠାରୁ ହଠାତ କରଜ କରିବାକୁ ପଡିପାରେ । ଅଫିସରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟର ଚାପ ଅଧିକ ରହିବ । ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିି ବିଶେଷ ସହାୟତା କରିବେ । ଆର୍ଥିକ ନେଣଦେଣ କିମ୍ବା କୌଣସି କ୍ଷେତ୍ରରେ ଆର୍ଥିକ ନିବେଶ କରିବେ କ୍ଷତିରେ ପଡ଼ିପାରନ୍ତି । ଭଲ ସମ୍ପର୍କ ନ ଥିବା ଆତ୍ମୀୟମାନେ ପଛରେ ବିଭିନ୍ନ ପ୍ରକାରର କଟୁ କଥା କହିବେ । ଘରେ ଅସାବଧାନତା ଯୋଗୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ସମ୍ୟକ ଖଟାମିଠା ରହିବ, ମନ ପ୍ରଫୁଲ୍ଲ ରହିବା ନାହିଁ । ମନକଥା ମନରେ ରଖି କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ବନ୍ଧୁମାନଙ୍କ ସହାନୁଭୂତି ଲାଭ କରିବା ଫଳରେ ବିବାଦୀୟ ଘଟଣା ଓ ଆର୍ଥିକ ସମସ୍ୟା କ୍ରମଶଃ ସମାଧାନ ହୋଇପାରିବ । ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତିକୁ ଜଟିଳ ମନେକରିଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ । ଚାକିରିରେ ନିଷ୍ଠାର ସହିତ କାମ କଲେ ଭଲ ପରିଣାମ ମିଳିବ । କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବ । ସାଧାରଣ ପରିସ୍ଥିତିରେ ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ । ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ନିକଟ ସମ୍ପର୍କୀୟମାନେ ସହଯୋଗ କରିବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନ ଚଞ୍ଚଲ ରହିବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ଆଜି ଯେଉଁ କାମରେ ହାତ ଦିଅନ୍ତୁ ନା କାହିଁକି, ଆପଣ ପ୍ରତ୍ୟେକ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ । କର୍ମକ୍ଷେତ୍ରରେ ସନ୍ତୋଷଜନକ ପରିଣାମ ପାଇବା ଲାଗି ଏକାଗ୍ର ଚିତ୍ତରେ କାମ କରିବେ ଏବଂ ସଫଳତା ମଧ୍ୟ ପାଇବେ । ଅଫିସରେ ଆପଣଙ୍କ କାମ ଦେଖି ଉଚ୍ଚାଧିକାରୀ ଆପଣଙ୍କୁ ପ୍ରଶଂସା କରିବେ । ଆର୍ଥିକ ସ୍ଥିତି ମଜଭୁତ ରହିବ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ପରିବାରରେ ସୁଖଶାନ୍ତି ବଜାୟ ଥିଲେ ମଧ୍ୟ ଛୋଟିଆ ଛୋଟିଆ କଥାକୁ ନେଇ ସନ୍ଧ୍ୟାରେ ପରିସ୍ଥିତି ଭିନ୍ନ ରୂପ ନେଇପାରେ । ସହଧର୍ମୀଙ୍କ ସହ ସାମୟିକ ଉଚ୍ଚବଚ୍ଚା ଘଟିପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଜି କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । କିନ୍ତୁ ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗରୁ କେତେକ ସମସ୍ୟାରୁ ବର୍ତ୍ତୀ ଯିବେ । ବ୍ୟବସାୟ, ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ଅଫିସରେ କର୍ତ୍ତୃପକ୍ଷଙ୍କ ସହଯୋଗ ମିଳିବ କିନ୍ତୁ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ କୌଣସି କାମ ଶେଷ ମୂହୁର୍ତ୍ତରେ ବିଗିଡି ଯିବାର ସମ୍ଭାବନା ରହିଛି । ଆଲୋଚନା ପରିସର ଓ ସଭାସମିତିରେ ପରିସ୍ଥିତିକୁ ଲକ୍ଷ୍ୟ କରି ମନକୁ ନ ପାଇଲେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ଘର ଲୋକଙ୍କୁ ଉପେକ୍ଷା କରି ପରକଥାରେ ପଡିଲେ ପଶ୍ଚାତ୍ତାପ କରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆର୍ଥିକ ଉନ୍ନତି ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଦୀର୍ଘ ଦିନ ହେଲା ମନେମନେ ଭାବୁଥିବା କାମଟି ଆଜି ବାସ୍ତବରେ ପରିଣତ କରିବେ । କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସ କାମକୁ ପୂରା କରିବାରେ ସହକର୍ମୀମାନେ ସହଯୋଗ ସାହାଯ୍ୟ କରିବେ । ବନ୍ଧୁଙ୍କ ଦ୍ଵାରା ପ୍ରଭାବିତ ହୋଇ କୌଣସି ଧାର୍ମିକ ଅନୁଷ୍ଠାନରେ ଯୋଗ ଦେଇପାରନ୍ତି । ପାରିବାରିକ କ୍ଷେତ୍ରରେ ସବୁ କିଛି ଭଲ ଥିଲେ ମଧ୍ୟ ନିକଟ ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା ମନକୁ କ୍ଷୁବ୍ଧ କରିବ । ଅପରାହ୍ନରେ କୌଣସି ମିଥ୍ୟା ଗୁଜବ ଶୁଣି ମନ ବିଭ୍ରାନ୍ତ ହୋଇପାରେ । ସହଧର୍ମୀଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ଚିନ୍ତିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ । ପ୍ରିୟ ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିଲେ ମଧ୍ୟ ସହକର୍ମୀ ସଯୋଗ ଓ ଉଚ୍ଚଧିକାରୀଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଗୃହ, ଜମି ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ଦିନ ଭିତରେ କାର୍ଯ୍ୟବ୍ୟସ୍ତ ଯୋଗୁ ମନ ଖୁସୀ କରିବାର ଅବସର ପାଇବେ ନାହିଁ । ସଭାସମିତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିପାରେ । ମାନସିକ ଆଘାତ ପାଇଲେ ମଧ୍ୟ ଆନୁଷ୍ଠାନିକ କାମରେ ସୁରୁଖୁରୁରେ ସମ୍ପନ୍ନ କରିବେ । ସ୍ଵାସ୍ଥ୍ୟ ଉନ୍ନତିରେ ସୁଧାର ଆସିବା ଯୋଗୁଁ ମନକୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଅମ୍ବିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ସ୍ୱଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ । ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ଅନ୍ୟଥା ଚିନ୍ତା କରିବାକୁ ପଡ଼ିପାରେ । ଦୀର୍ଘଦିନର ସୁପରିକଳ୍ପିତ ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମନୋଭାବ ଆପଣଙ୍କ ମନକୁ ପ୍ରଫୁଲ୍ଲିତ କରିବ । ଅର୍ଥଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଯୋଗୁ ମନ ଖୁସି ରହିବ । ପାରିବାରିକ ସ୍ତରରେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ହଠାତ୍‌ ଗତକାଲିର କୌଣସି ଘଟଣା ମନକୁ ବିବ୍ରତ କରିପାରେ । ମାଲିମକଦମାରେ ଜୟ ଯୁକ୍ତ ହେବେ, ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

Leave a Reply

Your email address will not be published. Required fields are marked *