11 ମାର୍ଚ୍ଚ 2021, ଗୁରୁବାର :- ମହଶିବରାତ୍ରରେ ଗ୍ରହ ନକ୍ଷେତ୍ରଗୁଡିକର ଶୁଭ ସଂଯୋଗ ଯୋଗୁଁ ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ

11 ମାର୍ଚ୍ଚ 2021, ଗୁରୁବାର :- ମହଶିବରାତ୍ରରେ ଗ୍ରହ ନକ୍ଷେତ୍ରଗୁଡିକର ଶୁଭ ସଂଯୋଗ ଯୋଗୁଁ ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ

11 ମାର୍ଚ୍ଚ 2021, ଗୁରୁବାର :- ମହଶିବରାତ୍ରରେ ଗ୍ରହ ନକ୍ଷେତ୍ରଗୁଡିକର ଶୁଭ ସଂଯୋଗ ଯୋଗୁଁ ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ହେବ ପରିବର୍ତ୍ତନ ! ପରିବାରରେ ହସଖୁସିର ବାତାବରଣ ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ ।

ଆଜି ଆମେ ଆପଣଙ୍କୁ ୧୧ ମାର୍ଚ୍ଚ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ପରିସ୍ଥିତିକୁ ଆଖିଆଗରେ ରଖି ଇଚ୍ଛା ନ ଥିଲେ ସୁଧା ହଠାତ୍ ଦୁରକୁ ଯିବାକୁ ପଡିବ । ଆଜି ଆନୁଷ୍ଠାନିକ କାମ, ପରିବାର, ଯାନବାହନ, ସଭାସମିତିରେ ସଫଳତା ପାଇବାରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ନୂଆ ନୀତି ମଧ୍ୟ ପ୍ରୟୋଗ କରିବେ । ଅଫିସରେ ନିଜର ଅସାବଧାନତା ବଶତଃ ହେତୁ ଉଚ୍ଚାଧିକାରୀଙ୍କ ଦ୍ଵାରା ସମାଲୋଚିତ ହୋଇପାରନ୍ତି । ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ପରିବହନରେ, ଗୃହ ନିର୍ମାଣରେ, ସଭା ସମିତିରେ କ୍ରମଶଃ ସ୍ଥିରତା ଫେରି ଆସିବ । ପର କଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ପରିବାର ମଧ୍ୟରେ ସମସ୍ୟା ବୃଦ୍ଧି କରିପାରେ । ଯାତ୍ରାରେ କାର୍ଯ୍ୟସିଦ୍ଧି ହେବ ଓ ଆଶା ନିଶ୍ଚିତ ପୂରଣ ହୋଇଯିବ । ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ମଉଳି ଯାଇଥିବା ଆଶା ପୁଣି ଥରେ ମନରେ ଉଙ୍କି ମାରିବା । କାର୍ଯ୍ୟ ହାସଲ ପରିପ୍ରେକ୍ଷୀରେ ଅନ୍ୟମାନଙ୍କୁ ମନେଇବାରେ ସଫଳ ହେବେ, କିନ୍ତୁ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡ଼ିବ । ହାତକୁ ନେଇଥିବା କାମଟିକୁ ସୁରୁଖୁରୁରେ କରିପାରିବା କାରଣରୁ ଟେନସନ୍‌ କିିଛି ମାତ୍ରାରେ କମିଯିବ । କିନ୍ତୁ ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ, ସହକର୍ମୀଙ୍କ ସହ ପରସ୍ପର ସହଯୋଗ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସଭାସମିତିରେ, ରାଜନୈତିକ ସ୍ଥିତିରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ମାଙ୍ଗଳିକ କାମ ସକାଶେ କୌଣସି ଉପକରଣ କ୍ରୟ କରିପାରନ୍ତି । ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ୍ଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ । ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଲାଭ କରି ବିବାଦୀୟ ପରିସ୍ଥିତିକୁ ସୁଧାରି ନେବେ । ପ୍ରତିବନ୍ଧକ କାରଣରୁ ଅଟକି ରହିଥିବା କାମ ସକାଶେ ଅନୁତାପ କରିବାକୁ ବାଧ୍ୟ ହେବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କାର୍ଯ୍ୟ ସମ୍ପନ୍ନ କରିବାରେ ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଆଜି ଅପରାହ୍ନରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ । ରାଜନୀତି, ପ୍ରଶାସନ, ସଭାସମିତି, ଆଦି କ୍ଷେତ୍ରରେ ଆଶାନୁରୂପକ ଫଳ ପାଇବେ । ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ଘର ସାଜସଜ୍ଜା କରିପାରନ୍ତି । ଅନ୍ୟର ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ନିଜେ ଅପଦସ୍ଥ ହୋଇପାରନ୍ତି । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆପଣ ଯାହା ଓ ଯେପରି ଭାବୁଛନ୍ତି ତାହା ହିଁ ହେବ ଓ ପାଇବେ, କିନ୍ତୁ ପରିଣତ ସମୟକୁ ଅପେକ୍ଷା କରିବାକୁ ପଡ଼ିବ । ଆର୍ଥିକ କ୍ଷେତ୍ରରେ ସ୍ଵଚ୍ଛଳତା ରହିଲେ ମଧ୍ୟ ଶାରୀରିକ ଓ ମାନସିକ ଦୃଷ୍ଟି କୋଣରୁ ମନରେ ଅସ୍ଥିର ଲାଗିରହିବ । କାର୍ଯ୍ୟସ୍ଥଳରେ ସୁଧାର ଆସିବ ଓ ପରିବର୍ତ୍ତନ ମଧ୍ୟ ଆସିବା ଯାହା ଭବିଷ୍ୟତରେ ଲାଭ ହୋଇପାରେ । ଚାକିରି କରୁଥିବା କର୍ମଜୀବିଙ୍କ ଉପରେ କାର୍ଯ୍ୟର ଚାପ ବୃଦ୍ଧି ପାଇବ, ଯାହାଫଳରେ ମନରେ କର୍ମାବିମୁଖୀ ମନୋଭାବ ଜନ୍ମିପାରେ । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି । ସଭାସମିତି ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ଟିକିଏ ଟିକିଏ କଥାରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିବ । ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି । ପରିବାରର ସଦସ୍ୟଙ୍କ ସହିତ ହସଖୁସିରେ ଦିନ ଅତିବାହିତ କରିବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ହନୁମାନ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସକାରାତ୍ମକ ମନୋଭାବନା ନେଇ କାର୍ଯ୍ୟ କରନ୍ତୁ; ସଫଳତା ପାଇବେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାର୍ଯ୍ୟ କରନ୍ତୁ । ଆଜି ଆପଣଙ୍କ ଆତ୍ମୀୟ ସ୍ଵଜନମାନେ ହିଁ ଆପଣଙ୍କ ଶତ୍ରୁ ହୋଇପାରନ୍ତି । ନାନା ପ୍ରକାର ବାଧାବିଘ୍ନ ମଧ୍ୟ ଦେଇ ଗତି କରିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ମନ ବିଚଳିତ ହୋଇଯିବ । ଅଫିସର ସହକର୍ମୀମାନେ ମନକୁ ବଧିଲା ଭଳି କଥା କହିବେ, ଯାହାଦ୍ୱାରା କର୍ମକ୍ଷେତ୍ରରେ ଗତି ଶିଥିଳ ହୋଇଯିବ କିନ୍ତୁ ଉଚ୍ଚପଦାଧିକାରୀଙ୍କ ଅନୁକମ୍ପାରେ କର୍ମକ୍ଷେତ୍ରରେ ଲାଗି ରହିଥିବା ଟେନସନ୍‌ ଦୂର ହେବ । ଆନୁଷ୍ଠାନିକ କ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ଅସମ୍ମାନିତ ହୋଇପାରନ୍ତି । ଜମି କିଣାବିକା ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇପାରେ । ପରିବାରରେ ସବୁ କିଛି ଭଲ ଥିଲେ ମଧ୍ୟ ଆକସ୍ମିକ ଭାବେ ଅଶାନ୍ତିର ପରିବେଶ ସୃଷ୍ଟି ହେବାର ସମ୍ଭାବନା ରହିଛି । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଆରାଧନା: ମାଆ ସନ୍ତୋଷୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ପୂର୍ବ ସମସ୍ୟା କେତେକାଂଶରେ ସୁଧୁରିଯିବାରୁ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ । ପରିସ୍ଥିତିକୁ ଦୃଷ୍ଟିରେ ରଖି କଥାବାର୍ତ୍ତା ଓ ବ୍ୟବହାରରେ ପରିବର୍ତ୍ତନ କରିବା ଆପଣଙ୍କ ପାଇଁ ଭଲ ହେବ । କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନସନ୍‌ ବଢିପାରେ । ବ୍ୟବସାୟରେ ଲାଗିରହିଥିବା ସମସ୍ୟା, ବିବାଦୀୟ ପରିସ୍ଥିତି ଆଗକୁ ଗତି ନ କରିବା ସେଥିପ୍ରତି ଦୃଷ୍ଟି ଦେବା ଭଲ ହେବ ଓ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଅଫିସରେ ପୂର୍ବରୁ ସ୍ଥଗିତ କାର୍ଯ୍ୟକୁ ନେଇ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିବ । ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ଠାରୁ ମିଥ୍ୟା ଗୁଜବ ଖବର, ମାନସିକ ସ୍ଥିତିକୁ ଦୋହଲାଇ ଦେବ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ମାଆ ଚର୍ଚ୍ଚିକା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜି ପ୍ରାତଃରୁ ହିଁ କର୍ମକ୍ଷେତ୍ରରେ ନିମନ୍ତେ ଯୋଜନା ପ୍ରସ୍ତୁତ କରିନେବେ, ତଦ୍-ଅନୁଯାୟୀ କାର୍ଯ୍ୟ କରିବେ । ମନରେ ଆତ୍ମବିଶ୍ଵାସ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ । କର୍ମକ୍ଷେତ୍ରରେ ଦୃଢ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ । ବ୍ୟବସାୟରେ ସ୍ଥିତି ମାନ୍ଦା ରହିଲେ ମଧ୍ୟ ନୂତନ କାର୍ଯ୍ୟାରମ୍ଭ କରିବା ସକାଶେ ମନ ବଳାଇବେ । ଅଫିସର ସ୍ଥଗିତ କାର୍ଯ୍ୟ ନିମନ୍ତେ ଚିନ୍ତିତ ରହିବେ । ଇଚ୍ଛା ନଥିବା ସତ୍ତ୍ୱେ ଉଚ୍ଚାଧିକାରୀଙ୍କ ଆଦେଶାନୁସାରେ କେତେକ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ହଠାତ୍‌ କୌଣସି କ୍ଷେତ୍ରରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବା କାରଣରୁ ଅନ୍ୟମାନଙ୍କ ସହ ଶତ୍ରୁତା ହୋଇପାରେ । ବିଶେଷ ଭ୍ରମଣ କାରଣରୁ ସାମୟିକ ଭାବରେ ଶାରୀରିକ ଆଶ୍ୱସ୍ତି ଅନୁଭବ କରିବେ । ଭ୍ରାତୃ ସମ୍ପର୍କରେ ଥିବା ମତଭେଦ ଦୂରେଇ ଯିବା ଫଳରେ ସାମୟିକ ଖୁସୀ ଅନୁଭବ କରିବେ । ବାଦବିବାଦ, ଅଯଥା ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

କାର୍ଯ୍ୟଗୁଡିକ ବିଳମ୍ବରେ ସମ୍ପର୍ଣ୍ଣ ହେବା ଯୋଗୁଁ ମନରେ କାର୍ଯ୍ୟ ପ୍ରତି ଆଗ୍ରହ ମନୋଭାବ ରହିବ ନାହିଁ । ଭାବପ୍ରବଣତା ବଶତଃ ଏଣୁତେଣୁ କଥାଗୁଡିକ କଲ୍ପନା କରିବା, ଦୁଶ୍ଚିନ୍ତାର କାରଣ ହେବ । ଚେଷ୍ଟା କରୁଥିବା କାମଗୁଡିକ ସହଜରେ ସମ୍ପର୍ଣ୍ଣ କରିବା କଷ୍ଟକର ହୋଇଯିବ । କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରିଲେ ସ୍ଥଗିତ କାମକୁ ସଂପୂର୍ଣ୍ଣ କରିପାରିବେ । ବ୍ୟବସାୟ ଓ ବାଣିଜ୍ୟରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖାଦେବ କାରଣରୁ ମନ ବିବ୍ରତ ହୋଇପାରେ । ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମିବା ସଙ୍ଗେ ସଙ୍ଗେ କାର୍ଯ୍ୟ କରିବାର ଗତି ମଧ୍ୟ ମନ୍ଥର ହୋଇଯିବ । ଅଫିସରେ ନିଷ୍ଠାର ସହ କାର୍ଯ୍ୟ କରିବା ସତ୍ତ୍ୱେ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ରହିବେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ । ପରିବାରରେ ସାମୟିକ ଝଗଡ଼ାର ସୂଚନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ସ୍ୱାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିବାରୁ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ । ଆର୍ଥିକ କ୍ଷେତ୍ରରେ ସ୍ଥିତି ମଜବୁତ ରହିବା ଯୋଗୁଁ ମନରେ ଆନନ୍ଦ ଉଲ୍ଲାସର ଲୋହରି ଖେଳି ଉଠିବ । ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ବ୍ୟବସାୟ ଓ ବାଣିଜ୍ୟରେ ଯଥେଷ୍ଟ ଉନ୍ନତି କରିବେ । ଅଫିସରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ କିନ୍ତୁ ସମୟାନ୍ତରେ ସମାଧାନ ମଧ୍ୟ ହୋଇଯିବ । କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ଆନୁଷ୍ଠାନିକ କାର୍ଯ୍ୟରେ ଛୋଟ କଥାଟିକୁ କେନ୍ଦ୍ରକରି ମତାନ୍ତର ଘଟିପାରେ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ଟିକିଏ ଟିକିଏ କଥାରେ ଅଯଥା ବିରକ୍ତିଭାବ ପ୍ରକାଶ କରିଲେ କ୍ଷତିରେ ପଡିବାର ସମ୍ଭାବନା ରହିଛି । ଘରୋଇ କଥାର ଆଲୋଚନା ସମ୍ପର୍କୀୟ ଅଯଥା ଚିନ୍ତା କରି ଅଧିକାଂଶ ସମୟ ଉଦାସ ରହିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା କପିଳାସ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମନରେ ଆତ୍ମା ବିଶ୍ଵାସ ବୃଦ୍ଧି ପାଇବ । ଆଜି ମନ ଅନୁଯାୟୀ କାମ କରିବେ ଓ ସଫଳତା ହାସଲ କରିବାରେ କୌଣସି ଅସୁବିଧା ହେବନାହିଁ । ନିଜ ପାଖରେ ରହୁଥିବା କୌଣସି ବ୍ୟକ୍ତି କିମ୍ବା କୌଣସି ବନ୍ଧୁଙ୍କ ମାଧ୍ୟମରେ କାର୍ଯ୍ୟକୁ ପୂରଣ କରିନେବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପକ ଫଳ ପାଇବେ । ଆଜି ହଠାତ୍‌ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି । କିନ୍ତୁ ଅଫିସରେ କାର୍ଯ୍ୟଭାର ଅଧିକ ରହିବ ଓ କାର୍ଯ୍ୟକୁ ନେଇ ଚିନ୍ତା ମଧ୍ୟ ଲାଗି ରହିବ । ସାମାଜିକ କାର୍ଯ୍ୟ ଅର୍ଥାତ ଜନକଲ୍ୟାଣ କାର୍ଯ୍ୟରେ ସହଭାଗିତା କରିପାରନ୍ତି । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସେମାନଙ୍କ ଉଦ୍ୟମ ସଫଳ ହୋଇପାରିବ ନାହିଁ । ସାଧାରଣ କଥାକୁ କେନ୍ଦ୍ରକରି ପ୍ରିୟଜନମାନଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିବେ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ଲାଗି ଅନୁକୂଳ । କୌଣସି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଅଫିସରେ ଆପଣଙ୍କର ଦାୟିତ୍ଵ ବୃଦ୍ଧି ହେବାର ସମ୍ଭାବନା ରହିଛି । ସାମାଜରେ ଆପଣଙ୍କ ପ୍ରତିପତି ବୃଦ୍ଧି ସହ ଲୋକ ସମ୍ପର୍କ ମଧ୍ୟ ବୃଦ୍ଧି ପାଇବ । ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ । ବିଭିନ୍ନ ପ୍ରକାର ସମସ୍ୟାମୂଳକ କାମରେ ପ୍ରବେଶ କରି ବ୍ୟସ୍ତତା ଅନୁଭବ କରି ପାରନ୍ତି । ଅବଶ୍ୟ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିବେ । ଆଜି ପ୍ରତ୍ୟେକ କ୍ଷେତ୍ରରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ପିଲାଙ୍କ ସହ ହସଖୁସିରେ ଦିନ ଅତିବାହିତ କରିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କୁ ମିଶ୍ରଣ ଫଳ ପ୍ରଦାନ କରିବ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ସାହି, ପଡୋଶୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ସମସ୍ୟାର ଆଶୁ ସମାଧାନ ହୋଇଯିବ । ବାଣିଜ୍ୟ ଓ ବ୍ୟବସାୟରେ ନିକଟ ସମ୍ପର୍କୀୟଙ୍କ ସହାୟତା ପାଇଁ କେତେକାଂଶରେ ଉପକୃତ ହେବେ । ପୂର୍ବ ପ୍ରସ୍ତୁତି ଅନୁସାରେ କାର୍ଯ୍ୟ କରିଲେ ବିଶେଷ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଅଫିସରେ ସହକର୍ମୀଙ୍କ ସହାୟତାରେ ସ୍ଥଗିତ ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହୋଇପାରିବେ । ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ପ୍ରଶଂସିତ ହେବ । ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ ହେବାରେ କୌଣସି ଅସୁବିଧା ହେବ ନାହିଁ । ବଡ଼ ଭାଇଙ୍କ ସ୍ଵାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ହର ପାର୍ବତୀ ।

Leave a Reply

Your email address will not be published. Required fields are marked *