11 ଜୁନ୍ 2021, ଶୁକ୍ରବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ ଦିନଟି ବିଶେଷ ଫଳପ୍ରଦ ସାବ୍ୟସ୍ତ ହେବ । ଅଧୁର କାର୍ଯ୍ୟକୁ ପୂର୍ଣ୍ଣ

11 ଜୁନ୍ 2021, ଶୁକ୍ରବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ ଦିନଟି ବିଶେଷ ଫଳପ୍ରଦ ସାବ୍ୟସ୍ତ ହେବ । ଅଧୁର କାର୍ଯ୍ୟକୁ ପୂର୍ଣ୍ଣ

11 ଜୁନ୍ 2021, ଶୁକ୍ରବାର :- ଆଜି ୬ଟି ରାଶିର ବ୍ୟକ୍ତିଙ୍କ ଦିନଟି ବିଶେଷ ଫଳପ୍ରଦ ସାବ୍ୟସ୍ତ ହେବ । ଅଧୁର କାର୍ଯ୍ୟକୁ ପୂର୍ଣ୍ଣ କରିବା ସହ ଦୂର ସମ୍ପର୍କୀୟଙ୍କ ସମ୍ପର୍କରେ ମଧୁରତା ଆସିବ ।

ଆଜି ଆମେ ଆପଣଙ୍କୁ ୧୧ ମଇ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନ ଲାଭଦାୟକ ସାବ୍ୟସ୍ତ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ସହ କର୍ମକ୍ଷେତ୍ରରେ ଲାଗିରହିଥିବା ଦ୍ଵନ୍ଦ ଦୂର ହେବ । ଆୟର ନୂତନ ଉତ୍ସ ମିଳିବ । ବ୍ୟବସାୟ, ବାଣିଜ୍ୟରେ ଆଶାନୁରୂପକ ଫଳ ପାଇବେ । ଅଫିସରେ ଅଧିକାରୀ ବର୍ଗ ଆପଣଙ୍କ ସପକ୍ଷରେ ଯୁକ୍ତି ବଢିବେ । ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶଂସା କରିବେ । ବ୍ୟକ୍ତିଗତ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହୋଇପାରିବ । ଅର୍ଥ ମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ । ପାରିବାରିକ ଜୀବନରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବ । ଜୀବନ ସାଥୀଙ୍କ ସହଯୋଗରେ ପାରିବାରିକ ସମସ୍ୟାକୁ ସହଜରେ ନିୟନ୍ତ୍ରଣାଧୀନ କରିନେବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆମୋଦପ୍ରମୋଦ, ମଉଜ, ମଜଲିସ ପ୍ରତି ଅଧିକ ଆଗ୍ରହ ରହିବ । ଅସମ୍ପୂର୍ଣ୍ଣ କାମରୁ ପୂର୍ଣ୍ଣାଙ୍ଗ କରିବାରେ ନିକଟ ସମ୍ପର୍କୀୟମାନେ ସହଯୋଗର ହାତ ବଢାଇବେ । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବ । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବେ, ଯାହା ଆଗାମୀ ଦିନରେ ଫଳପ୍ରଦ ସାବ୍ୟସ୍ତ ହେବ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିଲେ ମଧ୍ୟ ନିଷ୍ଠାର ସହ କାର୍ଯ୍ୟଗୁଡିକ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ ଏବଂ ଆପଣଙ୍କ କାମକୁ ନେଇ ସମସ୍ତେ ପ୍ରଶଂସା କରିବେ । ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ପାଇବ । ବନ୍ଧୁ ମାନଙ୍କ ସହିତ ବାର୍ତ୍ତାଳାପରେ ସମୟ ଅତିବାହିତ କରିବେ । ବୈବାହିକ ଜୀବନରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ଦୀର୍ଘ କେତେ ଦିନରୁ ସ୍ଥଗିତ ଥିବା କାର୍ଯ୍ୟକୁ ଗୁରୁତ୍ଵ ଦେଇ ସଂପୂର୍ଣ୍ଣ କରିବାକୁ ପ୍ରୟାସ ଜାରି ରଖିବେ । ବ୍ୟବସାୟୀକ ହିସାବପତ୍ରରେ କିଛିଟା ଭୁଲ ଥିବାର ଅନୁମାନ କରି ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । କେତେକ ସ୍ଥଳରେ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଇ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । ସହକର୍ମୀମାନଙ୍କ ଠାରୁ ସହଯୋଗର ଆଶା କରିବା ବୃଥା ହେବ । ରାଜନୀତିରେ ବିରୋଧୀମାନେ କ୍ଷତି ପହଞ୍ଚାଇବା ପାଇଁ ପ୍ରୟାସ କରିବେ । ସାଧାରଣ କଥାରେ ସମ୍ପର୍କୀୟଙ୍କ ସହ କଳହ ସମ୍ଭାବନା ରହିଛି । ଅର୍ଥକୁ କେନ୍ଦ୍ର କରି ପରିବାରରେ ଉଚ୍ଚବଚ୍ଚା ହୋଇପାରେ । ଶୁଭରଙ୍ଗ: ହଳଦିଆ । ଆରାଧନା: ହନୁମାନ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଜାଣିଶୁଣି କେତେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବ । ପାରିବାରିକ ଜଞ୍ଜାଳ, ସନ୍ତାନଙ୍କ ଭବିଷ୍ୟତକୁ ନେଇ ଛନ୍ତିତ ରହିବେ । କର୍ମକ୍ଷେତ୍ରରେ ଆବଶ୍ୟକ ଯୋଜନା ମୁତାବକ କାର୍ଯ୍ୟ ଉପରେ ଧ୍ୟାନ ଦେବେ, କିନ୍ତୁ ସହକର୍ମୀ କିମ୍ବା ଅଧିନସ୍ଥ କର୍ମଚାରୀଙ୍କ ବେଖାତିରି କାର୍ଯ୍ୟକଳାପ ଯୋଗୁଁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ନିଜର କେହି ଜଣେ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାମାଜିକ ସ୍ତରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ଲାଭ କରିବେ । ସାଧାରଣ ଘଟଣାକୁ ଅତିରଞ୍ଜିତ କରି ଓ ପ୍ରକୃତ ଘଟଣା ନ ବୁଝି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ଶ୍ରୀଗଣେଶ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଜୀବନରେ କିଛି କରିବା ପାଇଁ ମନରେ ନୂଆ ଭାବନା ଉଦ୍ରେକ ଜାଗ୍ରତ ହେବ । ସ୍ୱାସ୍ଥ୍ୟରେ ଅବନତି ଯୋଗୁଁ ମନରେ ସରସତା ରହିବ ନାହିଁ । କୌଣସି ନୂତନ କର୍ମାରମ୍ଭରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେବ । ଅଫିସରେ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ । କର୍ମକ୍ଷେତ୍ରରରେ ସହକର୍ମୀଙ୍କ ସହଯୋଗ ପାଇଁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ପୂର୍ବ ବିବାଦକୁ କେନ୍ଦ୍ରକରି ନିଜର ଲୋକମାନେ ଦୂରେଇ ଯିବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । କୌଣସି ବ୍ୟକ୍ତି ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ସ୍ଵାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହେବେ । ପରିବାରରେ ହସଖୁସିର ବାତାବରଣ ବଜାୟ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ । ବ୍ୟବସାୟ ବାଣିଜ୍ୟରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ଅଫିସରେ ଅତ୍ୟଧିକ କାର୍ଯ୍ୟଚାପ ରହିବ ଏବଂ ସ୍ଥଗିତ କାର୍ଯ୍ୟ ପାଇଁ ଉଚ୍ଚାଧିକାରୀ ଆପଣଙ୍କୁ କୈଫତ୍ ମାଗିବେ । ଆପଣଙ୍କ କେତେକ ଭୁଲ କାର୍ଯ୍ୟକଳାପ ଯୋଗୁଁ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ସୁଧୁର ଆସିବା ଯୋଗୁଁ ସାମୟିକ ଖୁସୀ ଅନୁଭବ କରିବେ । ପାରିବାରିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

କର୍ମକ୍ଷେତ୍ରର ବାତାବରଣ ସୁସ୍ଥ ରହିବ । କିନ୍ତୁ ବିଭିନ୍ନ ପ୍ରକାରର ସମସ୍ୟା ଲାଗିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ନିଜ ପରିସରରେ କାମ କରୁଥିବା ଅନ୍ୟମାନଙ୍କ କାର୍ଯ୍ୟକଳାପ ମନରେ ସନ୍ଦେହ ସୃଷ୍ଟି କରିବ । ତଥାପି ଅଧିନସ୍ଥ କର୍ମଚାରୀଙ୍କ ସହ ଉତ୍ତମ ବୁଝାମଣା ଦ୍ଵାରା କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ଅଫିସରେ ଆୟୋଜିତ ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ପ୍ରାଧାନ୍ୟ ଦେଇ ପ୍ରଶଂସିତ ହେବେ । ସାମାଜିକ ସ୍ତରରେ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିୟନ୍ତ୍ରଣାଧୀନ କରିବାରେ ସମର୍ଥ ହେବେ । ଆର୍ଥିକ ସମ୍ବନ୍ଧୀୟ କୌଣସି ଚୁକ୍ତି କିମ୍ବା ନେଣଦେଣ କରିବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶ ନିଅନ୍ତୁ । ଅନ୍ୟର କଥା ଶୁଣି କାର୍ଯ୍ୟ କରିଲେ ଅସୁବିଧାରେ ପଡ଼ିପାରନ୍ତି । ବୈବାହିକ ଜୀବନରେ ଉତ୍ଥାପତନ ଲାଗିରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ୱାସ କରିବେ । ଦୀର୍ଘ ଦିନର ଆଶା ପୂରଣ ହେବା ଦିଗରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ । କର୍ମକ୍ଷେତ୍ରରେ ଆଶାତୀଟି ସଫଳତା ପାଇବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସ ଅବା ବୃତ୍ତିଗତ କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ପରାମର୍ଶ ପାଇବେ ଯାହାଫଳରେ ମନକୁ ଆଶ୍ଵସ୍ତି ମିଳିବ । ସଭା ସମିତିରେ ଯୁକ୍ତିଯୁକ୍ତ କଥା କହି ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ପାରିବାରିକ ସମସ୍ୟା ସମାଧାନରେ ବନ୍ଧୁମାନେ ସହଯୋଗ କରିବେ । ପେଟ ଜନିତ ଯନ୍ତ୍ରଣା ଓ ମୁଣ୍ଡ ବ୍ୟଥା ପରି କେତେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିରଜା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆପଣଙ୍କ ଚେଷ୍ଟା ଅବ୍ୟାହତ ରଖନ୍ତୁ, ବିଳମ୍ବି ହେଲେ ମଧ୍ୟ ଲକ୍ଷ୍ୟପ୍ରାପ୍ତି ଅବଶ୍ୟ କରିବେ । ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପାରନ୍ତି । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ବ୍ୟବସାୟିକ କାରବାରରେ ସ୍ଥିତି ମାନ୍ଦା ରହିବ । ଆର୍ଥିକ ସ୍ଵଚ୍ଛଳତା ଶୋଚନୀୟ ହୋଇପାରେ, ଯାହାଫଳରେ ମନ ଉଦାସ ରହିବ । ଅଫିସରେ ଉଚ୍ଚବର୍ଗ ଅଧିକାରୀଙ୍କ ସହାୟତା ଲାଭକରି ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ । ନିଜର ପ୍ରାଧାନ୍ୟ ରକ୍ଷା କରିବାକୁ ଯାଇ ବନ୍ଧୁମାନଙ୍କ ସହ ମତାନ୍ତରର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ରହିଲେ ମଧ୍ୟ ପାଖ ପଡୋଶୀମାନେ ଈର୍ଷାନ୍ୱିତ ହୋଇ ଭିନ୍ନ ପ୍ରକାରର ମନ୍ତବ୍ୟ ଦେଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

କର୍ମକ୍ଷେତ୍ରରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସାର ପାତ୍ର ହେବେ । ପରିବାରର ବ୍ୟତିକ୍ରମ ସକାଶେ ମନ ଭଲ ରହି ନ ପାରେ । କିନ୍ତୁ ବନ୍ଧୁ, ସହକର୍ମୀମାନେ ସହଯୋଗର ହାତ ବଢାଇବା ଫଳରେ କୌଣସି କାମ ଅଟକିବ ନାହିଁ । ବାଣିଜ୍ୟ, ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳ ପାଇବେ । ଭଲଭାବରେ ଭାବିଚିନ୍ତା କାମ କରନ୍ତୁ, ଅଗ୍ରସର ନିଶ୍ଚୟ କରିବେ । ରାଜନୀତିରେ ସ୍ଵାର୍ଥରକ୍ଷା କରିବାରେ ସମୟ ବିତିବ । ଆଲୋଚନା କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତ ଯୋଗୁ କେତେକ କାମ ଠିକ୍‌ ସମୟରେ କରି ପାରିବେ ନାହିଁ । ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ପୂଜାପାଠରେ ଅଧିକ ସମୟ ଅତିବାହିକ କରିବେ । କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି । ନିଜ ବ୍ୟବହାର ଦ୍ୱାରା ଅନ୍ୟମାନଙ୍କୁ ଆପଣାର କରିବାରେ ସମର୍ଥ ହେବେ । ବେପାରୀବର୍ଗଙ୍କ ଲାଗି ଦିନଟି ଭଲ ରହିବ । ଲାଭ କମ ହେଲେ ମଧ୍ୟ ବାତାବରଣ ସୁସ୍ଥ ରହିବ । ପ୍ରତ୍ୟେକ କ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥା କହିବା ଦ୍ୱାରା କାମ ହାସଲ ହୋଇପାରିବ । ରାଜନୀତି କ୍ଷେତ୍ରରେ ନିଜ ସ୍ଥିତି ଅକ୍ଷୁର୍ଣ୍ଣ ରଖିବେ ଓ ସମାଜ ସେବାରେ ନିଜକୁ ନିୟୋଜିତ କରାଇବେ । କାର୍ଯ୍ୟ ବ୍ୟସ୍ତତାରେ ଆପଣଙ୍କ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନକୁ ଆଘାତ ଦେବ, କିନ୍ତୁ ପରବର୍ତ୍ତୀ ସମୟରେ ବୁନ୍ଧୁକୁ ବୁଝାଇନେବେ । ପାରିବାରିକ ସମସ୍ୟା ସମାଧାନ ହୋଇଯିବ । ଆଗାମୀ ମାଙ୍ଗଳିକ କାମ ସକାଶେ ତତ୍ପରତା ହେବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ପରିସ୍ଥିତିରେ ପଡି ଅତ୍ୟଧିକ ବ୍ୟୟବହୁଳ ହୋଇପାରେ । କର୍ମକ୍ଷେତ୍ରରେ ସୁସ୍ଥ ବାତାବରଣ ମନକୁ ଆନନ୍ଦ ପ୍ରଦାନ କରିବ । କିନ୍ତୁ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବା ଯୋଗୁଁ ମନରେ ସରସତା ରହିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ସଚେତନ ରହି କାମ କରିବା ଦ୍ୱାରା ସମସ୍ୟାକୁ ଟାଳି ଦେଇ ପାରିବେ । ଅଫିସରେ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ପାଇବେ । ସହକର୍ମୀମାନେ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ହାତ ବଢାଇବେ । ଆନୁଷ୍ଠାନିକ କାମରେ ଯୋଜନା ମୁତାବକ କାର୍ଯ୍ୟ କରି ସଫଳତା ହାସଲ କରିବେ । ସ୍ଵାସ୍ଥ୍ୟରେ ବିଶେଷ ଉନ୍ନତି ନ ଘଟିବାରୁ ମନ ସାମୟିକ ବିଚଳିତ ରହିପାରେ । ବୈବାହିକ ଜୀବନ ଖୁସି ଭରା ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *