11 ଜୁଲାଇ, ରବିବାର :- ଆଜି ଏହି ରାଶି ୬ଟି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମିକିବା ସଫଳତା ।

11 ଜୁଲାଇ, ରବିବାର :- ଆଜି ଏହି ରାଶି ୬ଟି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମିକିବା ସଫଳତା ।

11 ଜୁଲାଇ, ରବିବାର :- ଆଜି ଏହି ରାଶି ୬ଟି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମିକିବା ସଫଳତା । ଆର୍ଥିକ ସ୍ଥତି ମଜବୁତ ରହିବା ସହ ପରିବାରରେ ସୁଖଶାନ୍ତି ବଜାୟ ରହିବ ।

ଆଜି ଆମେ ଆପଣଙ୍କୁ ୧୧ ଜୁଲାଇ ୨୦୨୧ ରବିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହ-ନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଉଚ୍ଚସ୍ଥ ରବି ସାଙ୍ଗକୁ କର୍ମସ୍ଥ ଶନି ଓ ଚନ୍ଦ୍ର ସାମାଜିକ ସମ୍ମାନ ଓ ଉଚ୍ଚ ପଦପଦବୀ ପ୍ରଦାନ କରିବେ । ବ୍ୟବସାୟ ବାଣିଜ୍ୟରେ ଜଟିଳ ସ୍ଥତି କ୍ରମଶଃ ଦୂରେଇ ଯିବ । ଚେଷ୍ଟା କରୁଥିବା କାମଗୁଡ଼ିକ ସୁବିଧାରେ ଓ ସୁରୁଖୁରୁରେ ହୋଇଯିବ । ସାମାଜିକ କାର୍ଯ୍ୟକ୍ରମରେ ଅଧିକ ସମୟ ଅତିବାହିତ କରିବେ । ବନ୍ଧୁମିଳନ ସହିତ ଖୁସିର ଆସର ଜମିପାରେ । ଆଜି ନୂତନ ବାଣିଜ୍ୟର ଆରମ୍ଭ ନିମନ୍ତେ ପୁଞ୍ଜି ବିନିଯୋଗ କରିବେ । ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସମଲେଶ୍ଵରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବନ୍ଧୁମାନଙ୍କ ସହ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ । ଆନୁଷ୍ଠାନିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ । ଅଫିସରେ ସହକର୍ମୀଙ୍କ ଅସହଯୋଗ ମନୋବୃତ୍ତି ଯୋଗୁଁ ମନରେ ସରସତା ରହିବ ନାହିଁ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ଡାକି ଆଣିପାରନ୍ତି । ପରିବାର ଭିତରେ ସମସ୍ୟା ଦେଇ ଗତିକଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

କର୍ମକ୍ଷେତ୍ରରେ ଉନ୍ନତ ମାନର ଫଳ ପାଇବେ । ଖୋଜୁଥିବା ଜିନିଷ, ଦରକାରୀ କାଗଜପତ୍ର କିମ୍ବା ସରକାରୀ ସୁବିଧା ସହଜରେ ପାଇଯିବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅଫିସରେ କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ମନୋରଞ୍ଜନ ପ୍ରୀତିପ୍ରଦ ହେବ ଓ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ । ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ । ସଂନ୍ଧ୍ୟା ସମୟରେ ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ପରିସ୍ଥିତ ଓ ପରିଣାମକୁ ଆଖି ଆଗରେ ରଖି କାମ କରନ୍ତୁ । ଅତୀତ ଘଟଣାର ସମୀକ୍ଷା କରିବା ସାଙ୍ଗକୁ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବ । ଋଣ ସୂତ୍ରରୁ ଅର୍ଥଲାଭ କରିବେ ଏବଂ କୌଣସି ନୂତନ କର୍ମାରମ୍ଭ କରିପାରନ୍ତି । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ସମାଜିକ ଜନକଲ୍ୟାଣ କାର୍ଯ୍ୟରେ ସହଭାଗିତା କରିପାରନ୍ତି । ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବ୍ୟକ୍ତି ଭୁଲ୍‌ ଧାରଣା ପୋଷଣ କରିପାରେ । ପାରିବାରିକ ସ୍ତରରେ ଅସୁବିଧା ସୃଷ୍ଟି ହେବାର ଲକ୍ଷ୍ୟ କରିବେ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶାତୀତ ସଫଳତା ପାଇବେ । ଅଫିସରେ ସୁସ୍ଥ ବାତାବରଣ ରହିଲେ ମଧ୍ୟ ପୁରୁଣା ବିବାଦକୁ କେନ୍ଦ୍ର କରି କେତେକ ସହକର୍ମୀଙ୍କ ସହ ମତଭେଦ ଦେଖାଦେଇପାରେ । ମଧୁର କଥା କହି କ୍ଷୁବ୍ଧ ଥିବା ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମଇବେ । ସାମୟିକ ପାରିବାରିକ ଅସ୍ଥିରତା କର୍ମକ୍ଷେତ୍ରର ଗତିକୁ ମନ୍ଥର କରିପାରେ । ଶୁଭରଙ୍ଗ: ଲାଲ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦୀର୍ଘଦିନରୁ କର୍ମକ୍ଷେତ୍ରରେ ରହି ଆସିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ଆଜି ସମାଧାନ ହୋଇଯିବ । ଆର୍ଥିକ ଅନଟନ କାରଣରୁ ମାନସିକ ସ୍ଥିତି ଠିକ୍‌ ରହିନପାରେ । ଅଫିସରେ ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିବେ ଓ ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନିତ ହେବେ । ନିକଟ ସମ୍ପର୍କୀୟମାନଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ହେତୁ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ । ସୁଖଦୁଃଖ ମଧ୍ୟରେ ପରିବାରର ସ୍ଥିତି ପ୍ରାୟତଃ ଅକ୍ଷୁଣ୍ଣ ରହିବ । କଥାବାର୍ତ୍ତାରେ ସଂଯମତା ଆଚରଣ ନ କଲେ ଅସୁବିଧାର ସମ୍ମୁଖୀନ ହୋଇଇପାରନ୍ତି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜି ବିଭିନ୍ନ ପ୍ରକାରର କାମଗୁଡ଼ିଏ ହାତକୁ ନେଇ ବିଶ୍ରାମହୀନ କାମ କରିବେ । ବ୍ୟବସାୟ ଓ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ଆର୍ଥିକ ସ୍ଥିତି ଶୋଚନୀୟ ରହିଲେ ମଧ୍ୟ ବନ୍ଧୁ ଓ ସହକର୍ମୀଙ୍କ ସହଯୋଗରୁ ଅର୍ଥ ପ୍ରାପ୍ତ କରିବେ । ଅଫିସରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟଚାପ ଅଧିକ ରହିବ । ଛୋଟ ଛୋଟ କାମକୁ ବୁଝି ବିଚାରି ନ କଲେ ଦ୍ଵନ୍ଦରେ ପଡିବେ । ସାମାଜିକ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ । ପରିବାରର ଆବଶ୍ୟକତାକୁ ଉପଲବ୍ଧି କରି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିଲେ ମଧ୍ୟ ମନ ଉଦାସ ରହିବ । ଆତ୍ମୀୟମାନଙ୍କ ବିବାଦୀୟ ପରିସ୍ଥିତିରେ ଚିହ୍ନା ପଢି ଅଯଥାରେ ଅପଦସ୍ଥ ହେବେ । ଯେକୌଣସି କ୍ଷେତ୍ରରେ ମଧ୍ୟ ତରବରିଆ ହୋଇ କାମ କଲେ ସବୁ ଓଲଟପାଲଟ ହୋଇଯିବ । ବାରମ୍ବାର ବିଫଳତା ପରେ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ଅନ୍ୟମନସ୍କତା କିମ୍ବା ଅସାବଧାନତା ହେତୁ ସାମୟିକ ଯାତ୍ରାରେ ଅସୁବିଧା ଘଟିପାରେ । ଆଜିର ଅଧିକାଂଶ ସମୟ ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ କଟାଇବେ । ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିଯିବାରୁ ବ୍ୟସ୍ତ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ । ପରୋକ୍ଷ ଶତ୍ରୁତା ବ୍ୟକ୍ତିମାନେ ବ୍ୟବସାୟ ବାଣିଜ୍ୟରେ ପ୍ରତିରୋଧ ସୃଷ୍ଟି କରିପାରନ୍ତି, ଯାହା କି ମାନସିକ ଦୁଶ୍ଚିନ୍ତାର କାରଣ ହେବ । କିନ୍ତୁ ବନ୍ଧୁମାନଙ୍କ ସହଯୋଗରେ କେତେକ କାର୍ଯ୍ୟକୁ ସହଜରେ ହାସଲ କରିନେବେ । ଅଫିସିଆଲି କାମକୁ ନେଇ ମନରେ ଟେନ୍‌ସନ୍‌ ଲାଗିରହିବ । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । ପରିବାରରେ ସାମୟିକ ସମସ୍ୟା ଦେଖାଦେଲେ ମଧ୍ୟ ମାନସିକ ସ୍ତରରେ ବିଶେଷ କିଛି ପ୍ରଭାବ ପଡିବ ନାହିଁ । ଶିଶୁଙ୍କ ବିଶୃଙ୍ଖଳାକୁ ନେଇ ପଡୋଶୀଙ୍କ ସହ କଳହ ଦେଖାଦେଇପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିରେ ଚାପ କ୍ରମଶଃ ବୃଦ୍ଧିବାର ସମ୍ଭାବନା ରହିଛି । ବନ୍ଧୁଙ୍କ ଅମାନୁଷିକ କାର୍ଯ୍ୟକଳାପ ମନକୁ କ୍ଷୁବ୍ଧ କରିବ । ଅଫିସରେ ସହକର୍ମୀ ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହିବ । ସାମାଜିକ କ୍ଷେତ୍ରରେ ଅନୁଷ୍ଟାନିକ କାର୍ଯ୍ୟରେ ପ୍ରତିରୋଧ ଦେଖାଦେବ । ଆଜିର ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ । କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ପାରିବାରିକ ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । ରୋଗରେ ପୀଡ଼ା ବୃଦ୍ଧି ଘଟିବାର ଆଶଙ୍କା ରହିଛି । ବୈବାହିକ ଜୀବନରେ ଉତ୍ତମ ତାଳମେଳ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ମନରେ ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ବଢିବ । କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ବ୍ୟବସାୟ ଓ ବାଣିଜ୍ୟରେ ଆଶାନୁରୂପକ ସଫଳତା ପାଇବେ । ସ୍ଥଗିତ କାର୍ଯ୍ୟକୁ ସହଜରେ ଅନ୍ୟମାନଙ୍କ ଦ୍ଵାରା ସମ୍ପାଦନ କରିବାରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ ବାଣିଜ୍ୟରେ ପୁରୁଣା ପ୍ରାପ୍ୟ ସହଜରେ ଆଦାୟ କରିପାରିବେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ । ସନ୍ଧ୍ୟାରେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍ ରାସ୍ତାରେ ଅନୁପ୍ରବେଶ କରିବେ ଓ ପରବର୍ତ୍ତୀ ସମୟରେ ଅନୁତାପ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ବିଭିନ୍ନ ପ୍ରକାର ଝଡ ଝାଞ୍ଜଟ ମଧ୍ୟରେ ଗତି କରିବାକୁ ପଡିବ । ଉଗ୍ର ସ୍ଵଭାବ ଯୋଗୁଁ ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନୀ ହେବାର ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିବ । କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ଅଫିସର ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣ କରିବା ନିମନ୍ତେ ଅଧିକ ସମୟ ପରିଶ୍ରମ କରିବାକୁ ପଡିବ । ଆଲୋଚନା କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ଈର୍ଷାପରାୟଣ ହୋଇ ନିକଟରେ ରହୁଥିବା ବ୍ୟକ୍ତିମାନେ ଶତ୍ରୁତା ଆଚରଣ କରିପାରନ୍ତି । ପରିବାରରେ ବଡ଼ଙ୍କ ଠାରୁ ସହଯୋଗ ପାଇବେ । ସ୍ୱାସ୍ଥ୍ୟ ଦିଗରୁ ସୁସ୍ଥ ରହିଲେ ମଧ୍ୟ ସନ୍ତାନଙ୍କ ସ୍ୱାସ୍ଥ୍ୟହାନୀ ମାନସିକ ଦୁଶ୍ଚିନ୍ତାର କାରଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

Leave a Reply

Your email address will not be published. Required fields are marked *