11 ଜାନୁୟାରୀ 2021, ସୋମବାର :- ଆଜି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ବାବା ଭୋଳାନାଥଙ୍କ କୃପାଦୃଷ୍ଟି ରହିବ । ଆର୍ଥିକ

11 ଜାନୁୟାରୀ 2021, ସୋମବାର :- ଆଜି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ବାବା ଭୋଳାନାଥଙ୍କ କୃପାଦୃଷ୍ଟି ରହିବ । ଆର୍ଥିକ

11 ଜାନୁୟାରୀ 2021, ସୋମବାର :- ଆଜି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ବାବା ଭୋଳାନାଥଙ୍କ କୃପାଦୃଷ୍ଟି ରହିବ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ସହ କର୍ମକ୍ଷେତ୍ରରେ ନିଜ ସ୍ଥିତି ମଜବୁତ କରିବେ ।

ଆଜି ଆମେ ଆପଣଙ୍କୁ ୧୧ ଜାନୁୟାରୀ ୨୦୨୧ ସୋମବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ଆଜି ଚନ୍ଦ୍ର ଭାଗ୍ୟସ୍ଥାନକୁ ଅବଲୋକନ କରୁଥିବା ଯୋଗୁଁ ଆପଣଙ୍କ ଚେଷ୍ଟା ବ୍ୟର୍ଥ ହେବ ନାହିଁ । ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ସମ୍ମାନ ଲାଭ ଓ ପଦ ମର୍ଯ୍ୟଦା ବୃଦ୍ଧି ପାଇବ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ । କର୍ମରେ ଆତ୍ମସନ୍ତୋଷ ମିଳିବ ସହ ଅଫିସରେ ପଦୋନ୍ନତିର ଯୋଗ ରହିଛି । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବ । ବାଦ-ବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ପାରିବାରିକ କ୍ଷେତ୍ର ଉତ୍ତମ ବୁଝାମଣା ରହିବ ଓ ପାରିବାରିକ ଜୀବନ ସୁଖଶାନ୍ତିରେ ଅତିବାହିତ ହେବ । ସତର୍କତାର ସହ ଗାଡ଼ି ଚଳାନ୍ତୁ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ହର ପାର୍ବତୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ନିଜ ବୃତ୍ତିରେ ଉନ୍ନତି ପ୍ରଦର୍ଶନ କରିବେ । ଶୁକ୍ର ଭାଗ୍ୟସ୍ଥ ଓ ରାଶିରେ ବଳବାନ୍‌ ରାହୁଙ୍କ ସ୍ଥିତି ହେତୁ କୌଶଳର ସହ ସ୍ଥଗିତ କାମଗୁଡିକୁ ସମ୍ପାଦନ କରିପାରିବେ । ଆଜି ଯେଉଁ କାମକୁ ଆରମ୍ଭ କରିବେ ତାହା ଅବଶ୍ୟ ପୂର୍ଣ୍ଣାଙ୍ଗ ହୋଇଯିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁରୂପକ ସଫଳତା ପାଇବେ । ଅର୍ଥନୈତିକ ପ୍ରଗତି ସହ ସାମାଜିକ ପ୍ରତିଷ୍ଠା ମନୋବଳ ବୃଦ୍ଧିରେ ସହାୟକ ହେବ । ସଭାସମିତିରେ ବିଶିଷ୍ଟ ବ୍ୟକ୍ତିମାନଙ୍କର ସାନ୍ନିଧ୍ୟ ଲାଭ କରିପାରନ୍ତି । କିନ୍ତୁ ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ସାଙ୍ଗକୁ ଖର୍ଚ୍ଚ ପରିମାଣ ବଢିଯିବ । ଶତ୍ରୁଙ୍କ ପ୍ରତି ସାବଧାନ ରହନ୍ତୁ । ଧାର୍ମିକ କାର୍ଯ୍ୟରେ ସମୟ ବିତିପାରେ । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ଦୂରସ୍ଥାନକୁ ଭ୍ରମଣ ଯୋଗ ରହିଛି । ଶୁଭରଙ୍ଗ: ଆକାଶିଆ ନୀଳ । ଆରାଧନା: ମାଆ ଶାରଳା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ନିଜ ଉପରେ ବିଶ୍ଵାସ ରଖନ୍ତୁ ଏବଂ ନିଜ କର୍ତ୍ତବ୍ୟ ମୁତବକ କାର୍ଯ୍ୟ କରିଚାଳନ୍ତୁ । ଅଷ୍ଟମସ୍ଥ ବୁଧ ଯୋଗୁଁ ଆକସ୍ମିକ ଭାବେ କର୍ମକ୍ଷେତ୍ରରେ କେତେକ ସମସ୍ୟା ସୃଷ୍ଟି ହେବ । ଷ୍ଟକ ଓ ମିଚ୍ୟୁଆଲ୍‌ଫଣ୍ତରେ ନିବେଶ ଲାଭଦାୟକ ରହିବ । ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ତଥାପି କୌଣସି ବିଭ୍ରାନ୍ତ ହୁଅନ୍ତୁ ନାହିଁ, ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । ବନ୍ଧୁମାନଙ୍କୁ ମଧୁର ବାକ୍ୟ କହି କାର୍ଯ୍ୟ ହାସଲ କରିନେବେ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିମାନେ ଆପଣଙ୍କୁ ଅପବାଦ କରିବାକୁ ଚେଷ୍ଟା କରିପାରନ୍ତି । ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ପ୍ରଶାସନିକ ସ୍ତରରେ ବ୍ୟସ୍ତତା ଦୂର ହୋଇଯିବା ସହ ଆଲୋଚନା ଫଳପ୍ରଦ ହେବ । ଶୁଭରଙ୍ଗ: କଫି । ଆରାଧନା: ମାଆ ଅମ୍ବିକା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ପୂଜାପାଠରେ ଆପଣଙ୍କ ମନ ଅଧିକ ଲାଗି ରହିବ । ବ୍ୟୟାଧିପ ଧନସ୍ଥାନକୁ ଭାଗରେ ଅବସ୍ଥାନ କରିଥିବା ଯୋଗୁଁ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିବେ । କର୍ମକ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ବ୍ୟବସାୟିକ କାର୍ଯ୍ୟ ଲାଗି ଭଲ ଦିନଟିଏ । ଆକସ୍ମିକ ଧନ ଲାଭ କିମ୍ବା କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ହେବ । ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ଉପକୃତ ହେବେ । ଅଫିସରେ ସହକର୍ମୀଙ୍କ ସହ କଳହର ଅବସାନ ଘଟିବ । ଯାନବାହନ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ଲାଭରୁ ଖୁସୀ ହୋଇପାରନ୍ତି । ପାରିବାରିକ ମତଭେଦ କାରଣରୁ ଭ୍ରାତୃବିବାଦ ଦେଖାଦେଇ ପାରେ । ଅତୀତ ଘଟଣାକୁ ନେଇ ଅସ୍ଥିରତା ପ୍ରକାଶ କରିବେ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଭଗବାନଙ୍କୁ ସ୍ମରଣ କରନ୍ତୁ, ସମସ୍ତ ଦୁଃଖ କଷ୍ଟ ଲାଘବ ହୋଇଯିବ । ଧନାଧିପ ଶୁକ୍ରଯୁକ୍ତ ହେତୁ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ନୂଆ ବ୍ୟବସାୟରେ ପୁଞ୍ଜିନିବେଶ, ଫଳପ୍ରଦ ସାବ୍ୟସ୍ତ ହେବ । ବ୍ୟସ୍ତତା କାରଣରୁ କେତେକ ସ୍ଥଳରେ କର୍ମଚାରୀଙ୍କ ଉପରେ ଅଜଠାରେ ବିରକ୍ତି ହୋଇପାରନ୍ତି । ଅଫିସରେ ଅଧିକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ । ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ । ଆଜି ହାତରୁ ଖାଇ ପରର କାମ କରିବାକୁ ପଡିବ । ଅନ୍ୟପଟେ ପରିବାରିକ ଖର୍ଚ୍ଚ ଅଧିକ ହେବ, ଯାହାଫଳରେ ମନରେ ସରସତା ରହିବ ନାହିଁ । ପରିବାରରେ ଉଭୟ ସ୍ତ୍ରୀ ଓ ସ୍ଵାମୀ ପରସ୍ପର ସହମତିରେ କାମକଲେ ଉପକୃତ ହେବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ମାଣିକେଶ୍ଵରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ମଙ୍ଗଳଙ୍କ କୁପ୍ରଭାବରେ ସାଧାରଣ କଥାକୁ ନେଇ ସହକର୍ମୀଙ୍କ ସହ କଳହ ହୋଇପାରେ । ପାରିବାରିକ କ୍ଷେତ୍ରରେ ସମସ୍ୟା ବଢ଼ି ଚାଲିବ ଫଳରେ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ସମସ୍ୟା ଦେଖାଦେଲେ ମଧ୍ୟ ବୀରଙ୍କ ସମ୍ମୁଖୀନ କରିବେ ଓ ସମାଧାନର ମାର୍ଗ ଖୋଜି ବାହାର କରିବେ । କେତେକ କ୍ଷେତ୍ରରେ ବାରମ୍ବାର ବିଫଳତା କାରଣରୁ ଅନ୍ୟମାନଙ୍କ ବିଶ୍ୱାସ ଜିଣିବା କଷ୍ଟକର ହୋଇପାରେ । ରାଜନୈତିକ ବ୍ୟକ୍ତି ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ପାଇବେ । ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କରିପାରନ୍ତି । ସ୍ଵାସ୍ଥ୍ୟ, ପରିବାର, ଯାନବାହାନ, ଜମିଜମା ଆଦି କ୍ଷେତ୍ରରେ ସତର୍କ ରହିବା ଭଲ । ଜୀବନସାଥୀଙ୍କ ସହ ସଂପର୍କରେ ନୂତନତ୍ଵ ଆସିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ ମନରୁ ଦୁଶ୍ଚିନ୍ତା ବାହାର କରି ଦିଅନ୍ତୁ । ଅଷ୍ଟମ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା, ଧନକ୍ଷତି, ଶାରୀରିକ ପୀଡ଼ା ଓ ପରିବାରରେ ବିବାଦ ଦେଖାଦେବ । ଅସୁବିଧା ନହେଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ । ବନ୍ଧୁଙ୍କ ସାହାଯ୍ୟରେ ସ୍ଥଗିତ ରହିଥିବା କାମର କେତେକାଂଶ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ରାଜନୀତି, ମାଲି ମକଦ୍ଦମା, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ । ସାମାଜିକ କାର୍ଯ୍ୟରେ ମନ ଲାଗିବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ ଦୃଢ ବିଶ୍ୱାସ ରଖନ୍ତୁ; ସମସ୍ତ କାର୍ଯ୍ୟ ଠିକ ଭାବରେ ସମ୍ପାଦାନ ହେବ । ଚନ୍ଦ୍ରଙ୍କ ଦୁର୍ବଳତା ହେତୁ ଆପଣଙ୍କ କୌଣସି ଉଦ୍ୟମ ସଫଳ ହେବା କଷ୍ଟକର । ଅଭାବ ଅସୁବିଧା ମଧ୍ୟ ଦେଇ ଗତି କରିବା ଫଳରେ ମନରେ ଏକ ପ୍ରକାର ଅସ୍ଥିରତା ସୃଷ୍ଟି ହେବ । ସତର୍କରେ ନ ଚଳିଲେ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସାମ୍‌ନା କରିବାକୁ ପଡିପାରେ । କୌଣସି ଲକ୍ଷ୍ୟକୁ ନେଇ ଉତ୍ସାହିତ ହେବେ । ବ୍ୟବସାୟ ଓ ପରିବହନରେ ଝଗଡ଼ାର ଆଶଙ୍କାକୁ ଏଡ଼ାଇହେବ ନାହିଁ । କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ । ରାଜନୀତି, ମାଲି ମକଦ୍ଦମା, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ । ପରିବାରରେ ସାଧାରଣ କଥାରେ କଳହର ସମ୍ମୁଖୀନ ହୋଇ ପାରନ୍ତି । ପୂରାତନ ରୋଗର ଉପଶମ ଓ ବନ୍ଧୁ ସମାଗମ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ରୋଗ, ଋଣ ଓ ଶତ୍ରୁ-ଏ ତିନୋଟିରୁ କେତାକାଂଶରେ ମୁକ୍ତି ପାଇବେ । ନୀଚସ୍ଥ ବୃହସ୍ପତି ହେତୁ ପ୍ରତ୍ୟେକ କାମ ସମ୍ପନ୍ନରେ ସଫଳ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ ସହ ସହକର୍ମୀଙ୍କ ସହଯୋଗ ରହିବ । ଶେୟାରବଜାର, ପ୍ରକଳ୍ପ କାମ, ରପ୍ତାନି ବ୍ୟବସାୟ କ୍ଷେତ୍ର ସନ୍ତୋଷଜନକ ଫଳ ପ୍ରାପ୍ତି ହେବ । ଅଫିସରେ ପୂର୍ବରୁ କରିଥିବା କାମ ଯୋଗୁଁ କତୃପକ୍ଷ ଆପଣଙ୍କୁ ପ୍ରଶଂସିତ କରିବେ । ବକେୟା ଅର୍ଥ ଆଦାୟରେ ଜଣେ ବନ୍ଧୁ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି । ଆନୁଷ୍ଠାନିକ କାମ, ଗଠନମୂଳକ କାର୍ଯ୍ୟ ଓ ରାଜନୈତିକ ସ୍ଥିତି ବେଶ୍‌ ଅନୁକୂଳ ରହିବ । ସାହିତ୍ୟ ଚର୍ଚ୍ଚା, ସଭା ସମିତିରେ ସଫଳତା ମିଳିବ । ପରିବାରରେ ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ସମସ୍ୟା ଦେଖାଦେଇପାରେ । ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ସମନ୍ଵୟ ବଜାୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ କଟକଚଣ୍ଡୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳଦୟାକ ରହିବ । ଅନୁକୂଳ ଗ୍ରହପ୍ରଭାବରୁ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିପାରନ୍ତିି । କର୍ମକ୍ଷେତ୍ରରେ ସଫଳତା ହାସଲ କରିବା ସଙ୍ଗେସଙ୍ଗେ ପ୍ରଶଂସା ଓ ପଦମର୍ଯ୍ୟଦା ପାଇବ । ବ୍ୟବସାୟ ଓ ବାଣିଜ୍ୟରେ ସ୍ଥିତି ମଜବୁତ ରହିବ । ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ । ଅଫିସରେ ସହକର୍ମୀ ଓ ଅଧିନସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିଲେ ମଧ୍ୟ ଉଚ୍ଚଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ ନାହିଁ । ଆନୁଷ୍ଟାନିକ କାର୍ଯ୍ୟରେ ଖଳ ପ୍ରବୃତ୍ତିର ଲୋକମାନେ ନାନା ପ୍ରକାର ସମସ୍ୟା ସୃଷ୍ଟି କରିପାରନ୍ତି । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ବନ୍ଧୁଙ୍କ ସହ ଯୁକ୍ତିତର୍କ ହୋଇପାରେ । ବ୍ୟକ୍ତିଗତ କିଛି ଜରୁରୀ କାମ ସମାପ୍ତ କରିବା ଯୋଗୁଁ ମନକୁ ଆଶ୍ଵସ୍ତି ମିଳିବ । ସଂପର୍କୀୟଙ୍କ ଠାରୁ ଶୁଭ ଖବର ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଆ ବିଜରା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ମତାନ୍ତର ଘଟିବାର ସମ୍ଭାବନା ରହିଛି । ରବିଙ୍କ ନକ୍ଷତ୍ରସ୍ଥ ଶନି ହେତୁ ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷପୂର୍ଣ୍ଣ ସ୍ଥିତି ମଧ୍ୟଦେଇ ଗତି କରିବାକୁ ପଡିବ, ଯାହାଫଳରେ ମନରେ ଅସ୍ଥିରତା ଭାବ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ନାନା ପ୍ରକାର ସମସ୍ୟା ଉତ୍କଟ ରୂପ ନେଇପାରେ । କର୍ମରେ ବାଧାବିଘ୍ନ ସହ ସହକର୍ମୀଙ୍କ ସହ ବିବାଦ, ମାନସିକ ଦୁଶ୍ଚିନ୍ତାର କାରଣ ହେବ । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇ ଅସୁବିଧାରେ ପଡ଼ିବେ । ସମାଜରେ ଆପଣଙ୍କ ପ୍ରତିଛବିରେ ଦାଗ ଲାଗିବା ପାଇଁ ବିରୋଧୀମାନେ ଚେଷ୍ଟା କରିବେ । ମାଲିମକଦ୍ଦମା, ପ୍ରଶାସନିକ ସ୍ତରରେ, କଳା, ସାହିତ୍ୟରେ ସୁଫଳ ପାଇବେ । ଦୀର୍ଘପଥ ଭ୍ରମଣ ହେତୁ କ୍ଳାନ୍ତି ଅନୁଭବ କରି ପାରନ୍ତି । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

କର୍ମପ୍ରତି ଧ୍ୟାନ ଅଧିକ ରହିବ । ରାଶିର ଏକାଦଶସ୍ଥରେ ଏକାଧିକଗ୍ରହ ଅବସ୍ଥାନ କରିଥିବା ଯୋଗୁଁ କାର୍ଯ୍ୟସାଧନରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟରେ ଉନ୍ନତି କରିବେ ଓ କର୍ମ ପ୍ରତି ଏକାଗ୍ରତା ଭାବ ଜାଗ୍ରତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଓ ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ଅଫିସରେ ସହକର୍ମୀଙ୍କ ସହଯୋଗ ଲାଭ କରିବା ଯୋଗୁଁ କାର୍ଯ୍ୟକୁ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ । ସଭାସମିତ, ଆଲୋଚନା ପରିସର, ଅନୁଷ୍ଟାନିକ କାର୍ଯ୍ୟ ଆଦି କ୍ଷେତ୍ରରେ ଆଶାନୁରୂପ ଫଳ ପ୍ରାପ୍ତ କରିବେ । ପରିବାରରେ ଶାନ୍ତଶିଷ୍ଟର ବାତାବରଣ ରହିବ । ସନ୍ତାନଙ୍କ ପାଠପଢାକୁ ନେଇ ଚିନ୍ତିତ ରହିବେ । ଦାମ୍ପତ୍ୟ ଜୀବନରେ ଉତ୍ଥାନପତନ ଲାଗିରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

Leave a Reply

Your email address will not be published. Required fields are marked *