11 ଫେବୃୟାରୀ 2021, ଗୁରୁବାର :- ଆଜି ୬ଟି ରାଶିର ବ୍ୟକ୍ତି ଆତ୍ମବିଶ୍ଵାସର ସହ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢିବେ ଏବଂ

11 ଫେବୃୟାରୀ 2021, ଗୁରୁବାର :- ଆଜି ୬ଟି ରାଶିର ବ୍ୟକ୍ତି ଆତ୍ମବିଶ୍ଵାସର ସହ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢିବେ ଏବଂ

11 ଫେବୃୟାରୀ 2021, ଗୁରୁବାର :- ଆଜି ୬ଟି ରାଶିର ବ୍ୟକ୍ତି ଆତ୍ମବିଶ୍ଵାସର ସହ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢିବେ ଏବଂ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ସହ ପରିବାରରେ ସୁଖଶାନ୍ତି ବଜାୟ ରହିବ ।

ଆଜି ଆମେ ଆପଣଙ୍କୁ ୧୧ ଫେବୃୟାରୀ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ସ୍ମରଣୀୟ ରହିବ । ଅର୍ଥ ସଂଗ୍ରହ ପାଇଁ ମନରେ ତତ୍ପରତା ପ୍ରକାଶ ପାଇବ । କମ୍ରକ୍ଷେତ୍ରରେ ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ । ନିଜ ମଧୁର ବ୍ୟବହାର ଦ୍ଵାରା କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବେ । ଯେଉଁ କାର୍ଯ୍ୟ ହାତକୁ ନେବେ, ତାହାକୁ ପୂରା କରି ବିଶ୍ରାମ ନିଅନ୍ତୁ । ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀମାନଙ୍କ ସାନ୍ନିଧ୍ୟରେ ଆସିବେ । ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ । ଭାସମିତି, ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ । କୌଣସି କାମରେ ଅଧିକ ପରିଶ୍ରମ ଓ ସମୟ ଲାଗିବ । ଉତ୍ତମ ବୁଝାମଣା ଜନିତ ଉତ୍ସାହ-ଉଦ୍ଦୀପନାଯୁକ୍ତ ହେବେ । ବୈବାହିକ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନିଜକୁ ଗୌରବାନ୍ୱିତ ମନେକରିବେ । କର୍ମକ୍ଷେତ୍ରରେ କୌଣସି କାମ ଅଟକି ରହିବ ନାହିଁ ଏବଂ ପ୍ରତ୍ୟେକ ସ୍ତରରେ ନିଜ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ମହତ୍ତ୍ଵପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ, ତଥାପି ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ କିନ୍ତୁ ସମସ୍ୟା ଲାଗି ରହିବ । ଅଫିସ ତରଫରୁ ବାହାରକୁ ଯିବାର ସୁଯୋଗ ମିଳିବ । ପର କଥାକୁ ବିଶ୍ୱାସ କରି କାର୍ଯ୍ୟ କରିଲେ ସମସ୍ୟାର ଜାଲରେ ଛନ୍ଦି ହୋଇପାରନ୍ତି । ନିଜ ଲୋକଙ୍କୁ ସନ୍ଦେହ କରିବା ଫଳରେ ନିଜ ପରିବାର ମଧ୍ୟରେ ଅଶାନ୍ତିର ବାତାବରଣ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତିବ । ସକାଳୁ ସକାଳୁ କାହାର ଡାକରା ଆପଣଙ୍କୁ ଚଳଚଞ୍ଚଳ କରାଇପାରେ । ସ୍ଵାସ୍ଥ୍ୟ ଭଲ ରହିଲେ ମଧ୍ୟ ବିଚାରଧାରା ଠିକ୍‌ ରହି ନ ପାରେ । ବ୍ୟବସାୟ କ୍ଷେତ୍ରରେ ଆୟ ବ୍ୟୟ ସମାନ ରହିବ । ଅଟକି ରହିଥିବା କାମ ଆରମ୍ଭ କରିବାକୁ ମନ ବଳାଇ ସଫଳ ହେବେ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ, ଯାହାକି ପରିସ୍ଥିତିକୁ ବଦଳାଇ ଦେଇପାରେ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ପାଇବାର ସୌଭାଗ୍ୟ ପ୍ରାପ୍ତ ହେବ କିନ୍ତୁ ବନ୍ଧୁମାନେ ଈର୍ଷାନ୍ଵିତ ହେବେ । ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଖୁସି ଅନୁଭବ କରିବେ । ପରିବାରର ଆବଶ୍ୟକତା ଅନୁଯାୟୀ ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ମାନସିକ ସ୍ତରରେ ସୁସ୍ଥ ଅନୁଭବ କରିବେ । ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ଧୈର୍ଯ୍ୟ, ସାହସ ଓ ଦକ୍ଷତା ହେତୁ କର୍ମକ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ନିଜର ଯୋଜନାମୁତାବକ କାମ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖା ଦେଇପାରେ । ବାଦବିବାଦ, କୋର୍ଟ କଚେରୀରେ ସକାରାତ୍ମକ ଫଳ ପାଇବେ । ମହତ୍ତ୍ଵପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବର ସମ୍ଭାବନା । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ସାମାଜିକ କାର୍ଯ୍ୟକଳାପରେ ଭାଗ ନେଇ ପ୍ରଶଂସିତ ହେବେ । ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବା ଫଳରେ ମନରେ ସରସତା ରହିବ ନାହିଁ । ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶାରୀରିକ ଅସୁସ୍ଥତା ମାନସିକ ଦୁଶ୍ଚିନ୍ତାର କାରଣ ହେବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ବାବା ଭୋଳାନାଥ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମନରେ ବିଶ୍ଵାସ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିବ । କର୍ମକ୍ଷେତ୍ରରେ ଆପଣଙ୍କ କୌଣସି ନିଷ୍ପତି, ଆପଣଙ୍କ ପାଇଁ କଷ୍ଟଦାୟକ ହୋଇପାରେ । କିନ୍ତୁ ଆଜି ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ଏବଂ ଅର୍ଥ ସଂଗ୍ରହ କରିବା ପାଇଁ ମନରେ ତତ୍ପରତା ପ୍ରକାଶ କରିବେ । ବ୍ୟବସାୟ ବାଣିଜ୍ୟରେ ସମସ୍ୟା ଦେଖାଦେଲେ ମଧ୍ୟ ଆପେଆପେ ସମସ୍ୟାର ସମାଧାନ ହୋଇଯିବ । ଆପଣଙ୍କ ଅନୁରୋଧକୁ ଉଚ୍ଚଅଧିକାରୀ ଅଗ୍ରାଧିକାର ଦେବେ ଓ ଗୁରୁତ୍ଵର ସହିତ ବିଚାର କରିବେ । ସମାଜରେ ଆପଣଙ୍କ ମାନସମ୍ମାନ ଅକ୍ଷୁର୍ଣ୍ଣ ରହିବ । ଆନୁଷ୍ଟନିକ କାର୍ଯ୍ୟରେ କେତେକ ଅସ୍ଵାଭାବିକ ଘଟଣାର ସମ୍ମୁଖୀନ କରିବେ ଓ ବୀରତ୍ଵର ସହ ସମ୍ମୁଖୀନ କରି ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ । ଦେହ ଭଲ ରହିଲେ ମଧ୍ୟ ରକ୍ତଚାପ କିମ୍ବା ଡାଇବେଟିସ୍‌ ରୋଗରେ କଷ୍ଟ ପାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଜି ସକାଳୁ ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ସେଥିରେ ଶୁଭଫଳ ପାଇବେ । ମନରେ ଲାଗିରହିଥିବା ଓଲଟପାଲଟ ଚିନ୍ତାଧାରା ଅବସାନ ଘଟିବ । ଆଜି ଆପଣଙ୍କ ସମସ୍ତ ସୁଖ, ସୁବିଧା ସହ ଅଭିଳାଷ ପୂରଣ ହେବାର ଯୋଗ ରହିଛି । କିନ୍ତୁ ଆପଣଙ୍କ ଆଳସ୍ୟ ଓ ଅବହେଳା କାରଣରୁ ହାତ ମୁଠାରୁ କେତେକ ସୁ୍‌ଯୋଗ ଖସି ଯାଇପାରେ । କାର୍ଯ୍ୟକ୍ଷେତ୍ରରେ ସୁସ୍ଥ ବାତାବରଣ ରହିବ ଓ ଉଚ୍ଚଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ସାମାଜିକ କାର୍ଯ୍ୟରେ ସଫଳତା ପାଇବା ସହ ମାନସମ୍ମାନ ଅକ୍ଷୁର୍ଣ୍ଣ ରହିବ । ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ । ଅଫିସରେ ଥିବା ସମୟରେ କୌଣସି ବ୍ୟକ୍ତିଙ୍କଠାରୁ ଶୁଭଖବର ପାଇ ଉଲ୍ଲସିତ ହେବେ । ଅସାବଧାନତା କାରଣରୁ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ । ପ୍ରିୟତମଙ୍କ ସହିତ ବୁଝାମଣା ଠିକ୍‌ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଚର୍ଚ୍ଚିକା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମନରେ ଆତ୍ମା ବିଶ୍ଵାସ ବୃଦ୍ଧି ପାଇବ । ଆଜି ନିଜ ମନ ମୁତବକ କାମ କରିବାରେ ଅସୁବିଧା ହେବନାହିଁ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ବ୍ୟବସାୟରେ ନୂଆ ନୀତି ମଧ୍ୟ ପ୍ରୟୋଗ କରିବେ । ଅଫିସରେ ଏକ ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ର କରି ସହକର୍ମୀଙ୍କ ଉଚ୍ଚବାଚ୍ଚ ହୋଇପାରେ । ପାରିବାରିକ ପରିସ୍ଥିତି ପୂର୍ବପରି ରହିବ । ସଭାସମିତିରେ ଯୋଗଦେଇ ପ୍ରଶଂସିତ ହେବେ । ସାମାଜିକ ସମ୍ମାନର ସହ କାର୍ଯ୍ୟସିଦ୍ଧି ହେବ । ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତକାରରେ ଜୟଯୁକ୍ତ ହେବେ ଓ ଆଶା ମୁତାବକ ଫଳ ପାଇବେ । ନିକଟସ୍ଥ ବ୍ୟକ୍ତି ବିଶେଷଙ୍କଠାରୁ ଶ୍ରଦ୍ଧା, ଆଦର ପାଇ ନିଜକୁ ଗର୍ବିତ ମନେ କରିବେ । ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ଲାଗି ଖୁସିଭରା ରହିବ । ମାନସିକ ଶାନ୍ତି ଅନୁଭବ କରିବେ । ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ । ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ବ୍ୟବସାୟିକ ସ୍ଥିତି ବିଶେଷ ଭଲ ରହିବ । ବ୍ୟବସାୟ ବାଣିଜ୍ୟରେ ଆଶାତୀତ ଲାଭ ମିଳିବ । ଅଫିସ ମଧ୍ୟରେ ସହକର୍ମୀଙ୍କ ପୂର୍ଣ୍ଣ ସଫଳତା ପାଇବେ । ଆପଣଙ୍କ ପ୍ରତିଭାରେ ଅନ୍ୟମାନଙ୍କୁ ପ୍ରେରଣା ମିଳିବ । ଅପରାହ୍ନରେ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଭୁଲ୍‌ ବୁଝାମଣା ହେତୁ ଆତ୍ମୀୟମାନଙ୍କ ଅସହଯୋଗ, ଅସମ୍ମାନ ଦୁଃଖର ମାତ୍ରାକୁ ବଢ଼ାଇ ଦେଇପାରେ । କେତେକ ପାରିବାରିକ ସମସ୍ୟା କାରଣରୁ ମନରେ ଚଞ୍ଚଳତା ରହିବ ନାହିଁ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଜି କୌଣସି ସମସ୍ୟା ଆପଣଙ୍କୁ ବିଚଳିତ କରି ପାରିବ ନାହିଁ । ପରୋକ୍ଷ ଶତ୍ରୁତା ଓ ବିଭିନ୍ନ ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡିବ । ତଥାପି କର୍ମକ୍ଷେତ୍ରରେ ଏହାର କୌଣସି କୁପ୍ରଭାବ ପଡିବ ନାହିଁ । କିନ୍ତୁ ସହକର୍ମୀଙ୍କ ସହ ଅଯଥାରେ ମନାନ୍ତର ହୋଇପାରେ । ଅଫିସରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇପରେ । ନିଜ ଲୋକପ୍ରିୟତ କାରଣରୁ ଶତ୍ରୁମାନେ ମଧ୍ୟ ମିତ୍ରତାର ହାତ ବଢାଇବେ । ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନ କରିବାରେ ସମର୍ଥ ହେବେ । କୋର୍ଟ କଚେରୀ ମାମଲାରୁ ଦୁରେଇ ରୁହନ୍ତୁ । ପାରିବାରିକ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମଙ୍ଗଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଆପଣଙ୍କୁ ମିଶ୍ରଫଳ ପ୍ରଦାନ କରିବ । ଆଜିର ବିଳମ୍ବିତ ସମୟରେ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହୋଇପାରିବେ । ବୃତ୍ତିଗତ ବ୍ୟବସାୟରେ ଆମଦାନୀରେ ବୃଦ୍ଧି ପାଇବ । ବ୍ୟବସାୟ ବାଣିଜ୍ୟର ପ୍ରଚାର, ପ୍ରସାର କରିବା ପାଇଁ ଚେଷ୍ଟା କରିବେ । କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଚାକିରି ମିଳିପାରେ । ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି । ଅଫିସରେ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ । କୌଣସି ଉନ୍ନତିମୂଳକ କାମ ଲାଗି ମୋଟା ଅଙ୍କର ଅର୍ଥ ଆବଶ୍ୟକ ପଡ଼ିପାରେ । ଆର୍ଥିକ ସମସ୍ୟାକୁ ନେଇ ପରିବାରରେ କେତେକ ବ୍ୟତିକ୍ରମ ଦେଖାଦେଇପାରେ । ବନ୍ଧୁ କିମ୍ବା ନିକଟ ସମ୍ପର୍କୀୟଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁନଃ ଯୋଡ଼ିବାରେ ପ୍ରଯତ୍ନ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ପୂଜାପାଠରେ ଆପଣଙ୍କ ମନ ଲାଗି ରହିବ । ଆଜି ନିଜ ବନ୍ଧୁ ଓ ସମ୍ପର୍କୀୟମାନେ ନିଜର ଫାଇଦା ହାସଲ ପାଇଁ ଆପଣଙ୍କୁ ଫୁସୁଲାଫୁସୁଲି କରିବେ । ଜରୁରୀ କାମ ସମ୍ପର୍ଣ୍ଣ କରିବା ଲାଗି ଠୋସ୍ ଯୋଜନା କରିପାରନ୍ତି । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ଅଫିସରେ ସହକର୍ମୀମାନେ ପରସ୍ପରର ଗୋଡ଼ ଟଣାଟଣି ହେତୁ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ । ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ପ୍ରତିବନ୍ଧକ ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ପ୍ରଶାସନିକ ସ୍ତରରେ ସଫଳତା ହାସଲ କରି ଖୁସି ହେବେ । ପରିବାରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ । ଶୁଭରଙ୍ଗ: ଲାଲ । ଆରାଧନା: ହର ପାର୍ବତୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆଶା ଅନୁସାରେ ପରିବାର ଲୋକଙ୍କ ଠାରୁ ସାହାଯ୍ୟ ମିଳିବା ନିର୍ଥକ ହେବ । ଅର୍ଥ ସମ୍ପର୍କିତ ବିବାଦ ବୃଦ୍ଧିର ଆଶଙ୍କା ରହିଛି । ଋଣଦାତାଙ୍କ ଅସହନୀୟ କଥା ଶୁଣି ବିବ୍ରତ ହୋଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । କିନ୍ତୁ କର୍ମକ୍ଷେତ୍ରରେ ନିଜର ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ମନକଥା ମନରେ ରଖି ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ଅଫିସରେ ସହକର୍ମୀଙ୍କ ଅସଯୋଗ ସଙ୍ଗେସଙ୍ଗେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ସନ୍ତୁଷ୍ଟ ହେବେ ନାହିଁ । ସଭାସମିତି, ଆଲୋଚନା ପରିସରରେ ଯୋଗ ଦେଲେ ମଧ୍ୟ ବିପକ୍ଷଙ୍କ ମନ୍ତବ୍ୟକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶାରୀରିକ ସୁସ୍ଥତା ଥିଲେ ମଧ୍ୟ ମାନସିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ । ଦାମ୍ପତ୍ୟଜୀବନ ସୁଖରେ କଟିବା । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *