11 ଅପ୍ରେଲ୍ 2021, ରବିବାର :- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ୭ଟି ରାଶିର ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବା ସହ ଆର୍ଥିକ

11 ଅପ୍ରେଲ୍ 2021, ରବିବାର :- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ୭ଟି ରାଶିର ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବା ସହ ଆର୍ଥିକ

11 ଅପ୍ରେଲ୍ 2021, ରବିବାର :- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ୭ଟି ରାଶିର ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବା ସହ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ….

ଆଜି ଆମେ ଆପଣଙ୍କୁ ୧୧ ଅପ୍ରେଲ୍ ୨୦୨୧ ରବିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି ଗ୍ରହସ୍ଥିତିର ପ୍ରଭାବ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ଆପଣ ସଫଳତା ପାଇବେ । ରାଶିରେ ଶୁକ୍ର ଅବସ୍ଥାନ କରିଥିବା ଯୋଗୁଁ ମନ ଉତ୍‌ଫୁଲ୍ଲିତ ରହିବ । କର୍ମକ୍ଷେତ୍ରର ଅସଜଡା ପରିସ୍ଥିତିକୁ ସଜାଡି ନେବାର ପ୍ରୟାସ କରି ନିଶ୍ଚିତ ସଫଳତା ପାଇବେ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ । କର୍ମକ୍ଷେତ୍ରରେ ପ୍ରତ୍ୟେକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । କିନ୍ତୁ ଅଫିସର ସ୍ଥଗିତ କାର୍ଯ୍ୟକୁ ଆଜି ଘରେ କରିବାକୁ ବାଧ୍ୟ ହେବେ । ଉତେଜନାପୂର୍ଣ୍ଣ ବାତାବରଣ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକିଯାଇପାରେ । ପ୍ରିୟବନ୍ଧୁଙ୍କ ଆଗମନର ସୂଚନା ସାଙ୍ଗକୁ ନୂତନ ସ୍ଥାନ ବୁଲିଯିବାର ସୁଯୋଗ ମିଳିବ । ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିଯିବା ଯୋଗୁଁ ସାମୟିକ ବ୍ୟସ୍ତତା ଅନୁଭବ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମନ ଚଞ୍ଚଳ ରହିବ ଓ ପୂଜାପାଠରେ ସମୟ ବିତିବ । ଏକାଦଶରେ ରବି ଓ ବୁଧ ସହ ଚନ୍ଦ୍ରଙ୍କ ସ୍ଥିତି ହେତୁ ସକାଳୁ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରି ଯାତ୍ରା କରିବାକୁ ବାଧ୍ୟ ହେବେ । ବ୍ୟବସାୟ, ବାଣିଜ୍ୟରେ ଆଶାତୀତ ଲାଭ ପାଇବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବନାହିଁ । ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି । ଜମିଜମା କିଣାବିକା, ପ୍ରକଳ୍ପ କାର୍ଯ୍ୟ, ସମସ୍ୟା ସମାଧାନ କ୍ଷେତ୍ରରେ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇପାରେ । ନିର୍ମାଣଧୀନ କାର୍ଯ୍ୟରେ କେତେକ ସମସ୍ୟା ଦେଖାଦେଇପାରେ, ଯାହାଫଳରେ କାମ ଅଟକାଇବାର ଆଶଙ୍କା ରହିଛି । ପରିବାରରେ କେତେକ ସମସ୍ୟା ଦେଖାଦେଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଚର୍ଚ୍ଚିକା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ଲାଗି ଅତି ଉତ୍ତମ ରହିବ । ଶନିଙ୍କ ପ୍ରଭାବରେ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ବ୍ୟବସାୟରେ କୌଣସି ପ୍ରକାର କ୍ଷତି ସହିବାକୁ ପଡିବ ନାହିଁ । ଚାକିରିଜୀବୀଙ୍କ ପଦୋନ୍ନତିର ସମ୍ଭାବନା ରହିଛି । ଆର୍ଥତ୍କ ଅଭିବୃଦ୍ଧି ଓ ପାରିବାରିକ ସଦ୍‌ଭାବ ମନକୁ ଖୁସି କରାଇବାରେ ସାହାଯ୍ୟ କରିବ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ଅଶ୍ଳେଷା ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ଆତ୍ମୀୟମାନଙ୍କ ଅସହଯୋଗ ରହିଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବାରେ ସମର୍ଥ ହେବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ରୋଗପୀଡ଼ା ନିୟନ୍ତ୍ରଣ ମଧ୍ୟରେ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । କେନ୍ଦ୍ରସ୍ଥ ଶୁକ୍ର ଓ ଶନି ହେତୁ ହଜିଲା ଦିନର ଅଭୁଲା ସମୟଗୁଡ଼ିକୁ ମନେପକାଇ ଭାବ ବିଭୋର ହେବେ । କର୍ମକ୍ଷେତ୍ରରେ ନିଜ ଅବହେଳା ଯୋଗୁଁ କେତେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସହାୟତାରେ କର୍ମକ୍ଷେତ୍ରରେ କେତେକାଂଶରେ ଉପକୃତ ହେବେ । ଅଫିସରେ ଭୁଲ୍‌ ବୁଝାମଣା ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ସାମାଜିକ ସ୍ତରରେ ଉଚ୍ଚାସନ ଲାଭ କରିବେ । ବ୍ୟର୍ଥ ଚ଼ିନ୍ତା ପରିତ୍ୟାଗ କରି ପରିବାର ସହିତ ସମୟ ଅତିବାହିତ କରିବେ । ପଡ଼ୋଶୀଙ୍କ ସହ ଉପୁଜିଥିବା ସମସ୍ୟା ସମାଧାନ ହୋଇଯାଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଭୈରବୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମନରେ ଅଶାନ୍ତି ସୃଷ୍ଟି ହେଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ । ଚନ୍ଦ୍ର ଅଷ୍ଟମସ୍ଥ ହୋଇ ଶନିଙ୍କ ଦୃଷ୍ଟିରେ ଥିବାରୁ ଜଣେ ବନ୍ଧୁଙ୍କ ଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । ଅର୍ଥନୈତିକ ପ୍ରଗତିର ଅବଶ୍ୟମ୍ଭାବୀ କିନ୍ତୁ କର୍ମ ଜଞ୍ଜାଳର ଚାପରେ ଅତିଷ୍ଠ ମଧ୍ୟ ହୋଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ ଉଚ୍ଚ ଅଧିକାରୀ ଓ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଚାକିରିରେ ପଦୋନ୍ନତିର ଯୋଗ ରହିଛି । ସଭାସମିତିରେ ଯୋଗଦାନ ଦେଇ ପ୍ରଶଂସା ହେବେ ଏବଂ ମନୋରନଞ୍ଜ କାର୍ଯ୍ୟକ୍ରମରେ ଲିପ୍ତ ରହିପାରନ୍ତି । ଗଠନମୂଳକ କାର୍ଯ୍ୟ କିମ୍ବା ସାମୂହିକ କାର୍ଯ୍ୟର ନେତୃତ୍ଵ ନେଇ ନିଜ ପରିସରରେ ଉଚ୍ଚ ପ୍ରଶଂସିତ ହେବେ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯତ୍ନ କରିବେ ଏବଂ ସଫଳ ମଧ୍ୟ ହେବେ । ସ୍ଵାସ୍ଥ୍ୟ ଭଲ ରହିବ । ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଗୁପ୍ତେଶ୍ଵର ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆପଣଙ୍କ ବ୍ୟବହାରରେ ଅନ୍ୟର ହୃଦୟ ଜିଣିବେ । ବୁଧଗ୍ରହ ଶନିଦୃଷ୍ଟ ହେତୁ କାମ ସମ୍ପନ୍ନ ଦିଗରେ ଜଣେ ବିଜାତୀୟ ବ୍ୟକ୍ତିଙ୍କ ଅବଦାନ ଅବିସ୍ମରଣୀୟ ରହିବ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ଥିଲେ ମଧ୍ୟ କର୍ମକ୍ଷେତ୍ରର ବିଭିନ୍ନ ପ୍ରକାରର ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଅଫିସରେ ଅଧସ୍ତନ କର୍ମଚାରୀଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ କେତେକ ନୂତନ ସମସ୍ୟା ସୃଷ୍ଟି ହୋଇପାରେ । ସମାଜରେ ଉନ୍ନୟନମୂଳକ କାର୍ଯ୍ୟର ନେତୃତ୍ଵ ନେଇ ଉଚ୍ଚ ପ୍ରଶଂସିତ ହେବେ । ନିର୍ମାଣ ଓ ପରିବହନ କ୍ଷେତ୍ରରେ ଆଶାତୀତ ସଫଳାତା ପାଇବେ । କେତେକ କ୍ଷେତ୍ରରେ ଅନ୍ୟମାନଙ୍କୁ ଖୁସୀ କରିବାକୁ ଯାଇ ନିଜର ସ୍ଵାର୍ଥକୁ ବଳି ଦେବାକୁ ବାଧ୍ୟ ହୋଇପାରନ୍ତି । ସାଧାରଣ କଥାକୁ କେନ୍ଦ୍ର କରି ସ୍ତ୍ରୀଙ୍କ ସହ କଳହ ହୋଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଇଷ୍ଟଦେବୀଙ୍କୁ ଆରାଧନା କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ଶୁକ୍ର ଦ୍ୱାଦଶସ୍ଥ ଚନ୍ଦ୍ରଙ୍କ ଯୋଗୁଁ କିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ଟେନ୍‌ସନ ଲାଗି ରହିବ । ଆଜି ବ୍ୟବସାୟରେ ମାନ୍ଦା ସ୍ଥିତି ଉତ୍ପନ ହେବ, ବନ୍ଧୁଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହେବ ଏବଂ ପୂର୍ବରୁ ସ୍ଥିରୀକୃତ ହୋଇଥିବା ପୁଅ କିମ୍ବା ଝିଅଙ୍କ ବିବାହ ପ୍ରସ୍ତାବରେ ବାଧା ଉପୁଜିପାରେ । ସ୍ଥଗିତ କାର୍ଯ୍ୟକୁ ନେଇ ଚାକିରି କ୍ଷେତ୍ରରେ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ଦ୍ଵାରା ସମାଲୋଚନାର ପାତ୍ର ହୋଇପାରନ୍ତି । ପରୋକ୍ଷ ଶତ୍ରୁତା କାରଣରୁ ନିର୍ମାଣାଧୀନ କାର୍ଯ୍ୟ, ନୂତନ ପ୍ରକଳ୍ପ ଆଦି ସ୍ଥଗିତ ରହିପାରେ । ବନ୍ଧୁଙ୍କ ସହାୟତାରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ ଓ ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବ । ନିଜ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ଫଳରେ ମନୋବଳ ଟାଣ ରହିବ । ପରିବାର ସଦସ୍ୟଙ୍କ ମଧ୍ୟ ପାରସ୍ପରିକ ତାଳମେଳ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟି କୋଣରୁ ଭଲ । ସମସ୍ତ ଗ୍ରହ ରାଶିଠାରୁ ସାତୋଟି ସ୍ଥାନରେ ଏକପାଖିଆ ରହିଥିବାରୁ କାର୍ଯ୍ୟ ସାଧନରେ ବ୍ୟତିକ୍ରମ ଅବଶ୍ୟମ୍ଭାବୀ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । କମ୍ପାନୀ ତରଫରୁ ଆଦେଶପ୍ରାପ୍ତ ହୋଇ ଦୂରଭ୍ରମଣର ସୁବିଧା ଲାଭ କରିବେ । କର୍ମକ୍ଷେତ୍ରରେ ଦେଖାଦେଇଥିବା ପ୍ରତିଟି ସମସ୍ୟାକୁ ସୁଧାରିବା ନିମନ୍ତେ ବନ୍ଧୁଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ରହିବ । ଅଫିସରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ଵ ମିଳିବା ସଙ୍ଗେ ସଙ୍ଗେ କାର୍ଯ୍ୟ ଚାପ ମଧ୍ୟ ବଢିଯିବ । ତର୍କ ବିତର୍କ, ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ପୁରାତନ ରୋଗର ପାଦୁର୍ଭାବ ବଢିବାର ସମ୍ଭାବନା ରହିଛି । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପରିସ୍ଥିତ ଓ ପରିଣାମକୁ ଆଖି ଆଗରେ ରଖି କାମ କରିଚାଲିଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଅଷ୍ଟମାଧିପତି ସହ ଦୁଇଟି ଗ୍ରହ ଚତୁର୍ଥଭାଗରେ ଅବସ୍ଥାନ କରିଥିବା ଯୋଗୁଁ ପାରିବାରିକ ସମସ୍ୟା ଲାଗିରହିବା ସତ୍ତ୍ୱେ ମଧ୍ୟ କୌଣସି କାର୍ଯ୍ୟ ଅଟକିବା ନାହିଁ । ବନ୍ଧୁ ଓ ସହକର୍ମୀଙ୍କ ମାଧ୍ୟମରେ କାର୍ଯ୍ୟ ସାଧନ କରିବାରେ ସମର୍ଥ ହେବେ । ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ସମାଜିକ ଜନକଲ୍ୟାଣ କାର୍ଯ୍ୟରେ ସହଭାଗିତା କରିପାରନ୍ତି । ଅନ୍ୟର ବିବାଦୀୟ କଥାରେ ମୁଣ୍ଡ ପୁରାନ୍ତୁ ନାହିଁ । ପରକଥାରେ ପଡି ଭୁଲ୍‍ ମାର୍ଗର ଅନୁସରଣ କରିଲେ, ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଖାଦ୍ୟପେୟର ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଭଗବାନଙ୍କୁ ଆରୋଧନ କରନ୍ତୁ, ମନକୁ ଶାନ୍ତି ମିଳିବ । ରାଶିରେ ଅନୁକୂଳ ଗ୍ରହସ୍ଥିତି ଯୋଗୁଁ ଯାହା ଇଚ୍ଛା କରିବେ ତାହା ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ଦୀର୍ଘ ଦିନରୁ ଲାଗିରହିଥିବା ଆର୍ଥିକ ସମସ୍ୟା କ୍ରମଶଃ ଦୂର ହେବ । ମିଠା କଥା କହି ସ୍ଥଗିତ କାର୍ଯ୍ୟକୁ ସହଜରେ ସଂପୂର୍ଣ୍ଣ କରିନେବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । କିନ୍ତୁ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁଁ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । କିନ୍ତୁ ପରିସ୍ଥିତିରେ ପଡି କେତେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ପାରିବାରିକ କ୍ଷେତ୍ରରେ କେତେକ ସମସ୍ୟା ଲାଗି ରହିଥିଲେ ମଧ୍ୟ ବିଶେଷ କିଛି ଗୋଳମାଳିଆ ପରିସ୍ଥିତି ଉପୁଜିବାର ସମ୍ଭାବନା ନାହିଁ । ଶାରୀରିକ ଓ ମାନସିକ ସ୍ତରରେ ସ୍ଥିରତା ଅନୁଭବ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ସ୍ଥଗିତ ଥିବା କାମ ସଂପୂର୍ଣ୍ଣ କରିବା ଲାଗି ଦିନଟି ଅତ୍ୟନ୍ତ ଭଲ । ଗ୍ରହସ୍ଥିତିର ସୁପ୍ରଭାବ ଯୋଗୁଁ ସୁପ୍ରଭାବରେ ଆର୍ଥିକ ସ୍ଥିତି, ପ୍ରକଳ୍ପ କାର୍ଯ୍ୟ, ନୂତନ ଯୋଜନାରେ ଆଦିରେ କୌଣସି ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିବ ନାହିଁ । କିନ୍ତୁ ଯେଉଁମାନଙ୍କୁ ଆପଣ ନିଜର ବୋଲି ଭାବୁଛନ୍ତି ସେମାନେ ହିଁ ଆଜି ପ୍ରତାରଣା କରିପାରନ୍ତି । ବ୍ୟବସାୟରେ ଆଶାଜନକ ଫଳ ପାଇବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ଅଫିସରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ । ସଭାସମିତି, ପ୍ରକାଶନ, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । କଳା, ସାହିତ୍ୟ ଓ କ୍ରୀଡ଼ା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ ଓ ସମସ୍ୟା ସମାଧାନ ହୋଇଯିବ । ସ୍ଵାସ୍ଥ୍ୟଜନିତ ସମସ୍ୟାରେ ସୁଧାର ଆସିଲେ ମଧ୍ୟ ସାମୟିକ ମୁଣ୍ଡବ୍ୟଥା କାରଣରୁ ମନ ଚଞ୍ଚଳ ରହିବ ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମହାଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ମନରେ ଧାର୍ମିକ ଭାବନା ଉଦୟ ହେବ । ଆଜି ରାଶିରେ ଶୁକ୍ରର ପ୍ରଭାବ ଯୋଗୁଁ ମନ ବହୁତ ଖୁସି ରହିବ । ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା, ଆଦର ପାଇ ମନର ଦୁଃଖ ଲାଘବ ହେବ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ କିନ୍ତୁ ଆର୍ଥିକ ସ୍ଥିତି ପୂର୍ବ ପରି ରହିବ । ଅଫିସରେ ଉଚ୍ଚଧିକାରୀଙ୍କ ସାନ୍ନିଧ୍ୟ ଲାଭ କରି ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରିନେବେ । ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ପରିବାରରେ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ମନ ଭୁଲାଣିଆ କଥା କହି ବନ୍ଧୁକୁ ଆପଣାଇ ନେବେ । ପାରିବାରିକ କ୍ଷେତ୍ରରେ କେତେକ ଜଟିଳ ସମସ୍ୟା ଥିଲେ ମଧ୍ୟ ନିଜ ବୁଦ୍ଧି ଓ କୌଶଳ କ୍ରମେ ସମସ୍ୟାକୁ ନିୟନ୍ତ୍ରଣାଧୀନ କରିବାରେ ସମର୍ଥ ହେବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଗୌରି ।

Leave a Reply

Your email address will not be published. Required fields are marked *