10 ମଇ 2021, ସୋମବାର :- ବାବା ଭୋଳାନାଥଙ୍କ କୃପାରୁ ଆଜି ଏହି ୬ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ଆଶାନୁରୂପକ

10 ମଇ 2021, ସୋମବାର :- ବାବା ଭୋଳାନାଥଙ୍କ କୃପାରୁ ଆଜି ଏହି ୬ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ଆଶାନୁରୂପକ

10 ମଇ 2021, ସୋମବାର :- ବାବା ଭୋଳାନାଥଙ୍କ କୃପାରୁ ଆଜି ଏହି ୬ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ଆଶାନୁରୂପକ ଫଳ ପାଇବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ଆଜି ଆମେ ଆପଣଙ୍କୁ ୧୦ ମଇ ୨୦୨୧ ସୋମବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି ବିନମ୍ର ସ୍ଵଭାବ ରହିବ । ପ୍ରତ୍ୟେକ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ପ୍ରୟାସ କରିବେ ଓ ସଫଳ ମଧ୍ୟ ହେବ । ବନ୍ଧୁଗହଣରେ ହସଖୁସିର ସହ ଆଲୋଚନାରେ ସମୟ କଟାଇବେ ଓ ଯାହା ଆଶା କରୁଛନ୍ତି ତାହା ଅବଶ୍ୟ ପାଇବେ । ସହକର୍ମୀ ଓ ବନ୍ଧୁଙ୍କ ସହାୟତାରେ ମିଳିବ ଯୋଗୁଁ ମନୋବଳ ଟାଣ ରହିବ । ଆର୍ଥିକ ସମସ୍ୟାରେ ସୁଧାରି ଆସିବ । ବନ୍ଧୁଙ୍କ ସହାୟତା ଲାଭ କରି ସ୍ଥଗିତ ଥିବା କାମକୁ ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ । ଅଫିସରେ ସ୍ଥିତି ରୋମାଞ୍ଚକର ରହିବ ଓ ପରସ୍ପର ମଧ୍ୟରେ ମିଳିମିଶି କାର୍ଯ୍ୟ କରିବେ । ଆଲୋଚନା, ସଭାସମିତି, ପ୍ରଶାସନ ଆଦି କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ । ସାମାଜିକ କ୍ଷେତ୍ରରେ ସକ୍ରିଯତା ବୃଦ୍ଧି ପାଇବ କିନ୍ତୁ ପରୋକ୍ଷ ଶତ୍ରୁତା କରୁଥିବା ଲୋକମାନେ ମନକୁ ବାଧିଲା ଭଳି କଥା କହିବେ । ପରିବାରିକ କ୍ଷେତ୍ରରେ କେତେକ ସମସ୍ୟା ଦେଖାଯିବା ସହ ସ୍ତ୍ରୀଙ୍କ ସ୍ଵାସ୍ଥ୍ୟହାନି ଯୋଗୁଁ ଚିନ୍ତିତ ରହିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଚର୍ଚ୍ଚିକା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମନ ଆନନ୍ଦ ଉଲ୍ଲାସ ରହିବ । କର୍ମକ୍ଷେତ୍ରରେ ଆକସ୍ମିକ ଭାବରେ ସୁଯୋଗ ଆପଣାଛାଏଁ ଆସିବ, କିନ୍ତୁ କିଛି ମନମୁତାବକ ଲାଭ ପାଇବା କାଠିକର ପାଠ ହେବ । କର୍ମକ୍ଷେତ୍ରରେ ଉତ୍ଥାନପତନ ମଧ୍ୟ ଦେଇ ଗତି କରିବାକୁ ପଡିବ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ ଏବଂ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ । ରାଜନୀତିରେ ଥିବା ବ୍ୟକ୍ତି ବିଶେଷମାନେ ସାମାଜିକ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଯାହାଫଳରେ ଲୋକସମ୍ପର୍କ ବୃଦ୍ଧି ପାଇବା ସହ ନିଜର ମାନସମ୍ମାନ ମଧ୍ୟ ବୃଦ୍ଧି ପାଇବ । ବନ୍ଧୁ ଗହଣରେ ସତ୍ୟ କଥା ପ୍ରକାଶ କରି ମଧ୍ୟ ଅପମାନିତ ହୋଇପାରନ୍ତି । ଅନ୍ୟର ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କରିଲେ ଅପଦସ୍ଥ ହେବାକୁ ପଡିବ । ବୈବାହିକ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଲାଲ । ଆରାଧନା: ମାଆ ମାଣିକେଶ୍ଵରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆଜି ପ୍ରତ୍ୟେକ କ୍ଷେତ୍ରରେ ସ୍ଵାଧୀନ ଭାବରେ କାର୍ଯ୍ୟ କରିବେ । ଲକ୍ଷ୍ୟ ପୂରଣ କରିବା ଦିଗରେ ବନ୍ଧୁମାନେ ସାହାଯ୍ୟ କରିବେ । ନିଜର ବୁଦ୍ଧିମତ୍ତାର ପ୍ରୟୋଗ କରି ପ୍ରତ୍ୟେକ କ୍ଷେତ୍ରରେ ସାଫଲ୍ୟ ମଣ୍ଡିତ ହେବେ । ବ୍ୟବସାୟରେ ସ୍ଥିତି ଭଲ ରହିବ । ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ ଅତ୍ୟଧିକ ସମୟ ସାପେକ୍ଷ ଲାଗିବ । ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ନିଷ୍ଠାର ସହ ନିଜ କାର୍ଯ୍ୟକୁ ତୁଲାଇବେ ଓ ସହକର୍ମୀଙ୍କର ସହଯୋଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଈର୍ଷାନ୍ଵିତ ବ୍ୟକ୍ତିଙ୍କ ଦ୍ଵାରା କୌଣସି ଗୁଜବ ଖବର ଶୁଣି ବିଚଳିତ ହୋଇପାରନ୍ତି । ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ମଧ୍ୟରେ ସାମୟିକ ମନାନ୍ତର ଦେଖାଦେଇପାରେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ବିରଜା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ପ୍ରଭୁଙ୍କ ଆାରାଧନାରେ ମନକୁ ଶାନ୍ତି ମଳିବ । ଧୌର୍ଯ୍ୟ ଧରି ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିଲେ କେତେକାଂଶରେ ଉପକୃତ ପାଇବେ । ନିଜ ଆତ୍ମୀୟ ସ୍ଵଜନମାନେ ହିଁ କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନ ସୃଷ୍ଟି କରିପାରନ୍ତି । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ଭଲ ରହିଲେ ମଧ୍ୟ ଗୋଟିଏ ଗୋଟିଏ ପରେ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ, ଯାହାଫଳରେ ମନରେ ବିଭ୍ରାନ୍ତ ସୃଷ୍ଟି ହେବ । ଅଫିସର ବାତାବରଣ ଆଜି ପ୍ରାୟତଃ ଭଲ ରହିବ । ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ଈର୍ଷାପରାୟଣ ବନ୍ଧୁମାନଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ଆନୁଷ୍ଠାନିକ କାମରେ କିଛି ଭୁଲ୍‌ କାମ କରି ପଶ୍ଚାତ୍ତାପ କରିବେ । ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେବାରୁ ମନକୁ ସମ୍ୟକ ଆଶ୍ଵସ୍ତି ମିଳିବ । ବୈବାହିକ ଜୀବନରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ ଆପଣଙ୍କର ଚେଷ୍ଟା ନିଷ୍ଫଳ ହେବ ନାହିଁ । ନାନା ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟ ଦେଇ ଗତିକରିବାକୁ ପଡିବ, ତେଣୁ ଧୌର୍ଯ୍ୟହରା ନ ହୋଇ ପରିସ୍ଥିତିକୁ ସାମ୍ନା କରନ୍ତୁ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ଅଫିସରେ ଉପରିସ୍ଥ ଅଧିକାରୀଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । କର୍ମକ୍ଷେତ୍ରର ସହ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ । ସ୍ଵାସ୍ଥ୍ୟ ଜନିତ ସମସ୍ୟାରେ ସାମୟିକ ଉନ୍ନତି ପରିଲକ୍ଷିତ ହେବ କିନ୍ତୁ ପୂର୍ଣ୍ଣତଃ ଆରୋଗ୍ୟ ଲାଭ କରି ନ ପାରନ୍ତି । ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ବିଭିନ୍ନ ପ୍ରକାରର ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ସାମ୍ବାଦିକତା ଆଦି କ୍ଷେତ୍ରରେ ଆଶାନୁରୂପକ ଫଳ ପାଇବେ । ପ୍ରତ୍ୟେକ କାମ ଓ କଥାରେ ସଂଯମତା ରକ୍ଷା ନ କଲେ ବିବାଦର ଘେରରେ ଛନ୍ଦି ହୋଇପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରିଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ । ଆର୍ଥିକ ସ୍ଥିତି ପୂର୍ବ ପରି ରହିବ । ଅଫିସରେ ଆପଣଙ୍କ କାର୍ଯ୍ୟ ଦେଖି ଉଚ୍ଚାଧିକାରୀ ଅତ୍ୟନ୍ତ ଖୁସି ହେବେ । ସଭାସମିତି ଓ ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ହାସଲ କରିବେ । ସାଧାରଣ ପରିସ୍ଥିତିରେ ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ । ଆତ୍ମୀୟ ସ୍ଵଜନଙ୍କ ମାଧ୍ୟମରେ ପାରିବାରିକ ସମସ୍ୟାର ସମାଧାନ ହୋଇପାରିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମନ ଚଞ୍ଚଳ ରହିବ । କିନ୍ତୁ ଅର୍ଥ ନେଣଦେଣକୁ କେନ୍ଦ୍ର କରି ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କହାନୀର ସୂଚନା ରହିଛି । ବ୍ୟବସାୟ ମାନ୍ଦା ରହିଲେ ମଧ୍ୟ କ୍ଷତି ହେବ ନାହିଁ । ବନ୍ଧୁ ଓ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେଇ କର୍ମକ୍ଷେତ୍ରରେ ଦେଖାଦେଇଥିବା ଅସଜଡା ସ୍ଥିତିକୁ ପୁନଶ୍ଚ ସଜାଡିବାରେ ପ୍ରଯତ୍ନ କରିବେ । ଆଜି ଅଫିସରେ ଆପଣଙ୍କ କାମକୁ ଉଚ୍ଚାଧିକାରୀ ତର୍ଜମା କରିବେ । କୌଣସି ଭୁଲ ନଥିଲେ ମଧ୍ୟ ଆପଣଙ୍କ କାର୍ଯ୍ୟକୁ ନେଇ ଆପଣଙ୍କୁ ସମାଲୋଚନା କରିବେ, ଯାହାଫଳରେ ଉଚ୍ଚାଧିକାରୀଙ୍କ ସହ ଉଚ୍ଚବାଚ୍ଚ ହୋଇପାରେ । ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିି ବିଶେଷ ସହାୟତା ଲାଭ କରିବେ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିମାନେ ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ନାନା ପ୍ରକାର ଷଢଯନ୍ତ୍ର କରିବେ । କୌଣସି ନୀଚ ଜାତିର ବ୍ୟକ୍ତି ସହ କଳହର ସମ୍ମୁଖୀନ ହେବାକୁ ପଡ଼ିବ । ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା, ଅତୁଟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ । ଆଜି ଯେଉଁ କାମ କରିବାକୁ ଯାଉଛନ୍ତି, ତାହା ସାମାନ୍ୟ ଝିନ୍‌ଝଟ୍‌ ଓ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିବ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଭୁଲ୍‌ ବୁଝାମଣା ଯୋଗୁଁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଅଫିସରେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ କିନ୍ତୁ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ସାମାଜରେ ମାନସମ୍ମାନ ବୃଦ୍ଧି ପାଇବ । ବକ୍ ଅସଂଯମତା ଯୋଗୁଁ ସଭାସମିତି ଓ ଆଲୋଚନା ପରିସରରେ ଅପମାନିତ ହେବାକୁ ପଡିବ । ଆକସ୍ମିକ ଭାବରେ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ଯାଇପାରେ । ପାରିବାରିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇପାରେ । ହଜିଯାଇଥିବା ବସ୍ତୁ ଫେରସ୍ତ ପାଇବାର ସୂଚନା ରହିଛି । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମନ ବୁଝିଲା ଭଳି କଥା କହି ପ୍ରତ୍ୟେକ ପରିସ୍ଥିତିକୁ ସରଳୀକୃତ କରିବାରେ ସମର୍ଥ ହେବେ । ବ୍ୟବସାୟ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରାପ୍ତ କରି, ଉନ୍ନତିର ପଥରେ ଆଗେଇ ଯିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ନୂତନ ଭାବେ କୈାଣସି କାମ ଆରମ୍ଭ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିବେ । ଅଫିସରେ ବାତାବରଣ ଆପଣଙ୍କ ପାଇଁ ଅନୁକୂଳ ରହିବ । ସହକର୍ମୀଙ୍କ ସହ ସହଯୋଗ ଭିତ୍ତିରେ କାମ କଲେ ଯଥେଷ୍ଟ ଉପକୃତ ପାଇବେ । ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ପ୍ରଶଂସା ପାଇବେ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ପରିବାରରେ କାହାରି ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ଭିତ୍ତି କରି ଅଣନିଃଶ୍ଵାସୀ ଅନୁଭବ କରିପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭୈରବୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଜି ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ଓ ପ୍ରତିବନ୍ଧକ ଦେଖାଦେବ ଯୋଗୁଁ ମନରେ ଚଞ୍ଚଳତା ରହିବ ନାହିଁ । କର୍ମକ୍ଷେତ୍ରରେ ଲାଭ ବଦଳରେ କ୍ଷତି ସହିବାକୁ ପଡିବ । ଆର୍ଥିକ ସ୍ଥିତି ଦୁର୍ବଳ ରହିବ । ଅଭାବନୀୟ ପରିସ୍ଥିତିରେ ବନ୍ଧୁ କିମ୍ବା ସହକର୍ମୀଙ୍କ ଠାରୁ ଧାରା କରଜ କରି, ଦେଖାଦେଇଥିବା ଆର୍ଥିକ ସଙ୍କଟରୁ ମୁକୁଳି ପାରିବେ । କିନ୍ତୁ ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ସାମାଜିକ କାର୍ଯ୍ୟରେ କେବଳ ହାତରୁ ଖାଇ ପର ପାଇଁ ଖଟିବାକୁ ପଡିବ । ହଠାତ୍‌ ପରୋକ୍ଷ ଶତ୍ରୁତା କରୁଥିବା ଲୋକେ ଆପଣଙ୍କ ସାମାଜିକ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି । ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ପରିବାରରେ ସୁଖଶାନ୍ତିର ବାତାବରଣ ରହିବ ଓ ପରିବାର ସଦସ୍ୟଙ୍କ ସହ ମାଙ୍ଗଳିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ଏବଂ ପ୍ରସନ୍ନ ରହିବେ । ଆଜିର ଯାତ୍ରା ଓ ଭ୍ରମଣରେ ଅଭିଳଷିତ ଫଳ ପାଇବେ । ବନ୍ଧୁଙ୍କ ସହାୟତାରେ ପାରିବାରିକ ତଥା ପ୍ରଶାସନିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବ । ନୂତନ ଯୋଜନା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସଫଳତା ମିଳିବ । ସ୍ଥଗିତ କାମକୁ ଅନ୍ୟମାନଙ୍କ ଦ୍ଵାରା ସମ୍ପାଦନ କରିବାରେ ସମର୍ଥ ହେବ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କୁ କୌଣସି ଗୁରୁ ଦାୟିତ୍ଵ ଦେଇପାରନ୍ତି । ଯଥାସମ୍ଭବ କମ୍‌ କଥାବାର୍ତ୍ତା କଲେ କଳହରୁ ଦୂରେଇ ରହିବାରେ ସମର୍ଥ ହେବେ । ନିଜ ଲୋକମାନେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଶତ୍ରୁତା କରିପାରନ୍ତି । ପାରିବାରିକ ସ୍ତରରେ ସାମୟିକ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଭଲରେ ବିତିବ । ଶୁଭରଙ୍ଗ: ପିଙ୍କ୍ । ଆରାଧନା: ମାଆ ସମଲେଶ୍ଵରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆଜି ମାନସିକ ଶାନ୍ତି ବଜାୟ ରହିବ । କାର୍ଯ୍ୟଦକ୍ଷତା ହେତୁ କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବେ । ବ୍ୟବସାୟ, ବାଣିଜ୍ୟ ତଥା ନୂତନ କାର୍ଯ୍ୟ ହାତକୁ ନେଇ କୃତକାର୍ଯ୍ୟ ହେବେ । ଦୀର୍ଘଦିନର ଆଶା ଫଳବତୀ ହେବାରେ ବନ୍ଧୁଙ୍କ ଭୂମିକା ଅବିସ୍ମରଣୀୟ ରହିବ । ଅଫିସରେ ସହକର୍ମୀଙ୍କ ସହାନୁଭୂତିରେ କାମଗୁଡିକ ଯଥାଶୀଘ୍ର ସଂପନ୍ନ କରିପାରିବେ । ଆର୍ଥିକ ସ୍ଥିତି ମଜଭୁତ ରହିବେ । ସାମାଜିକ ସ୍ତରରେ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ । ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ । ଆର୍ଥକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ମନାନ୍ତର ହୋଇପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ପରିବର୍ତ୍ତନ କରିପାରନ୍ତି । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଗାୟତ୍ରୀ ।

Leave a Reply

Your email address will not be published. Required fields are marked *