10 ଜୁନ୍ 2021, ଗୁରୁବାର :- ଆଜି ୮ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ହେବ ସୂର୍ଯ୍ୟ ଉଦୟ ! ପ୍ରତ୍ୟେକ କ୍ଷେତ୍ରରେ ମିଳିବ

10 ଜୁନ୍ 2021, ଗୁରୁବାର :- ଆଜି ୮ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ହେବ ସୂର୍ଯ୍ୟ ଉଦୟ ! ପ୍ରତ୍ୟେକ କ୍ଷେତ୍ରରେ ମିଳିବ

10 ଜୁନ୍ 2021, ଗୁରୁବାର :- ଆଜି ୮ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ହେବ ସୂର୍ଯ୍ୟ ଉଦୟ ! ପ୍ରତ୍ୟେକ କ୍ଷେତ୍ରରେ ମିଳିବ ମନୋବାଞ୍ଛିତ ଫଳ । ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ ।

ଆଜି ଆମେ ଆପଣଙ୍କୁ ୧୦ ମଇ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଭାଗ୍ୟର ସହଯୋଗ ପାଇ ଉନ୍ନତିର ପଥରେ ଅଗ୍ରସର କରିବେ ଓ କର୍ମକ୍ଷେତ୍ରରେ ଦୀର୍ଘ ଦିନର ଆଶାଫଳବତୀ ହେବ । ବନ୍ଧୁଙ୍କ ପରୋକ୍ଷ ସାହାଯ୍ୟ ସହଯୋଗ ପାଇ, କେତେକ କାର୍ଯ୍ୟକୁ ସହଜରେ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ଅଫିସରେ ସୁସ୍ଥ ବାତାବରଣ ଥିଲେ ମଧ୍ୟ ହଠାତ ସହକର୍ମୀଙ୍କ ସହ ଅର୍ଥକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଅତୀତର ସ୍ମୃତିକୁ ମନେ ପକାଇ କଲ୍ପନାର ଦୁନିଆରେ ନିଜକୁ ହଜାଇ ଦେବେ । ପରିବାରରେ ଆପୋସ ମିଳାମିଶା କାରଣରୁ ସୁସ୍ଥ ବରବରଣ ବଜାୟ ରହିବ । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ବାବା ଭୋଳାନାଥ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବିବାଦୀୟ ବ୍ୟକ୍ତି ସାହାଯ୍ୟ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଦୃଢ ପଦେକ୍ଷପ ନେଇ କାମ ହାସଲ କରିବେ । ଯଦିଓ କେତେକ ସମସ୍ୟା ଓ ପ୍ରତିବନ୍ଧକ ଆସିବ, ତଥାପି ଆରମ୍ଭ କରିଥିବା କାମଟି ଅଟକିବ ନାହିଁ । କେତେକ କ୍ଷେତ୍ରରେ ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରି ନ ପାରି ପସ୍ତେଇବେ । କଳା, ସାହିତ୍ୟ, ନୂତନ କାର୍ଯ୍ୟାରମ୍ଭ ଓ ଶିଳ୍ପ, ବ୍ୟବସାୟ, ପରିବହନରେ ଉନ୍ନତି କରିବେ । ଟଙ୍କା ପଇସା ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ । ସ୍ଵାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । ଭୁଲ୍‌ ବୁଝାମଣା ଓ ସନ୍ଦେହ କାରଣରୁ ପାରିବାରିକ ଅଶାନ୍ତି ଦେଖା ଦେଇପାରେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଧୈର୍ଯ୍ୟର ସହ ବିଭିନ୍ନ କ୍ଷେତ୍ରର ସମସ୍ୟା ମୁକାବିଲା କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ଅଫିସରେ ସହକର୍ମୀଙ୍କ ସହ ଯୁକ୍ତିତର୍କ ମହଙ୍ଗା ପଡିପାରେ । କିନ୍ତୁ ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସମ୍ପର୍କ ଭଲ ରହିବ । ଅସମର୍ଥିତ ସୂତ୍ରରୁ ଅନ୍ୟମାନଙ୍କର କଥା ଶୁଣି ବ୍ୟସ୍ତତା ଅନୁଭବ କରିପାରିବେ । ପରୋକ୍ଷ ଶତ୍ରୁତା ଯୋଗୁଁ ସାମାଜିକ ସ୍ତରରେ କେତେକ ଅସ୍ଵଭାବିକ ଘଟଣାର ସମ୍ମୁଖୀନ କରିବାକୁ ପଡିପାରେ । ପାରିବାରିକ ସ୍ତରରେ ହସଖୁସିର ବାତାବରଣ ରହିବ କିନ୍ତୁ ଆକସ୍ମିକ ଭାବରେ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଜନିତ ଅସୁସ୍ଥତା ମାନସିକ ଚିନ୍ତାର କାରଣ ହୋଇପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ହର ପାର୍ବତୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

କୌଣସି କାମ ଅଟକିବା ନାହିଁ । ପ୍ରୟାସ କରୁଥିବା କାର୍ଯ୍ୟଟିକୁ ମଧ୍ୟ ଅନ୍ୟମାନଙ୍କ ସାହାଯ୍ୟ ପାଇ ସହଜରେ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ଆଜି କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ସତ୍ତ୍ୱେ ଉପଯୁକ୍ତ ପରିଶ୍ରମିକ ପାଇବେ ନାହିଁ । ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିବ । ଅଫିସରେ ଆୟୋଜିତ ବୈଠକରେ ନୀରବ ରହି ଅନ୍ୟର ମନ୍ତବ୍ୟକୁ ଶୁଣନ୍ତୁ । ନିଜ ପରିସରରେ କୌଣସି ଉଚ୍ଚବର୍ଗର ବ୍ୟକ୍ତି କିମ୍ବା ନିକଟ ସମ୍ପର୍କୀୟଙ୍କ ଦ୍ୱାରା କେତେକ କାମ ହାସଲ କରିବାରେ ସକ୍ଷମ ହେବେ । ଆଦୌ ଭଲ ସମ୍ପର୍କ ନ ଥିବା କୌଣସି ବ୍ୟକ୍ତି ପରିସ୍ଥିତିକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରିବେ, ତେଣୁ ଆପଣ ସତର୍କ ରୁହନ୍ତୁ । ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ପାଇବେ, ଯାହାଫଳରେ ମନୋବଳ ଦୃଢ ରହିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସ୍ଥଗିତ କାର୍ଯ୍ୟକୁ ପୂରଣ କରିବା ସହ କୌଶଳକୁ ପାଥେୟ କରି ଅନ୍ୟମାନଙ୍କ ଦ୍ଵାରା କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । କର୍ମକ୍ଷେତ୍ରରେ ଯେକୌଣସି ପରିସ୍ଥିତି ଆସିଲେ, ପଛ ଘୁଞ୍ଚା ଦେବେ ନାହିଁ । ଆଜି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିବିଶେଷଙ୍କ ଦ୍ଵାରା ଆଦର ଓ ସମ୍ମାନ ପ୍ରାପ୍ତି କରିବା ସହ ଶତ୍ରୁମାନେ ମିତ୍ରତାର ହାତ ବଢାଇବେ । କିନ୍ତୁ ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କାର୍ଯ୍ୟ କରିଲେ ଅସୁବିଧାରେ ପଡିବେ । ଫିସରେ ସହକର୍ମୀମାନଙ୍କ ସହଯୋଗରୁ ମଧ୍ୟାହ୍ନରେ ଟେନସନ୍‌ ଦୂର ହୋଇପାରେ । ଅସଂଯତ କାର୍ଯ୍ୟକଳାପ ଯୋଗୁଁ ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି । ପାରିବାରିକ ସମସ୍ୟାକୁ ବୁଦ୍ଧିମତାର ସହ ସହଧର୍ମୀ ସମାଧାନ କରିନେବେ । ଏପରି କି ସ୍ତ୍ରୀଙ୍କ ପ୍ରେରଣା ଓ ପରାମର୍ଶ ନେଇ କେତେକ କାର୍ଯ୍ୟ କରିଲେ ଉପକୃତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ବିଭିନ୍ନ ପ୍ରକାରର ଜଞ୍ଜାଳ ମଧ୍ୟରେ ଦିନ ଅତିବାହିକ କରିବାକୁ ପଡିବ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବା ତଥାପି କ୍ଷତି ସହ୍ୟ କରିବାକୁ ପଡିବ ନାହିଁ । ଆଜି ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅଫିସ୍‌ରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ । ନିର୍ମାଣ, ଯୋଗାଯୋଗ, ସଙ୍ଗଠନ ଓ ପ୍ରଶାସନିକସ୍ତର ସମସ୍ୟାମୁକ୍ତ ରହିବ । ସ୍ଵାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ ମାତ୍ର ସଂପୂର୍ଣ୍ଣ ମାତ୍ରାରେ ଆରୋଗ୍ୟ ଲାଭ କରି ନ ପାରନ୍ତି । ଘର କାମରେ ଆଳସ୍ୟ ଓ ଅବହେଳା ଯୋଗୁଁ ସ୍ତ୍ରୀଙ୍କ କଟୁକ୍ତି ଶୁଣି ପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଖୁସିଭରା ରହିବା । ବ୍ୟବସାୟ ବାଣିଜ୍ୟରେ ପ୍ରତିବନ୍ଧକ ଦୂର ହେବ ସହ ଆଶାନୁଯାୟୀ ଅର୍ଥ ପ୍ରାପ୍ତି କରିବେ । କର୍ମକ୍ଷେତ୍ରରେ ଅନ୍ୟ ମାନଙ୍କୁ ସୁହାଇଲା ଭଳି କଥାକହି ଲକ୍ଷ୍ୟ ହାସଲ କରିପାରନ୍ତି । ଅଫିସରେ ନିଜ କାମକୁ ନିଷ୍ଠାର ସହ ସମ୍ପାଦନ କରିବେ ଓ ସହକର୍ମୀ ସମେତ ଅଧିନସ୍ଥ କର୍ମୀଚାରୀଙ୍କ ସହ ସମ୍ପକ ଭଲ ରହିବ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟର ପ୍ରେରଣା ଦେଇ ପ୍ରଶଂସିତ ହେବେ । ଅର୍ଥ ସମ୍ବନ୍ଧୀୟ କୌଣସି ଚୁକ୍ତିପତ୍ର ସ୍ଵାକ୍ଷର କରନ୍ତୁ ନାହିଁ କିମ୍ବା ଆର୍ଥିକ ନେଣଦେଣ କରନ୍ତୁ ନାହିଁ । ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରଖି ଚଳିବା ନିତାନ୍ତ ଜରୁରୀ ହୋଇପଡ଼ିବ । ପରିବାରରେ କାହାରି ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସ୍ତରରେ ଦୁଶ୍ଚିନ୍ତା ଲାଗିରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଦୁର୍ଗା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

କର୍ମକ୍ଷେତ୍ରରେ ଅସଜଡା ପରିସ୍ଥିତିକୁ ସଜାଡି ନେବେ । ଯାହା ଚାହୁଁଥିଲେ ତାହା ହାସଲ କରିବା କାରଣରୁ ମନ ଖୁସି ହୋଇଯିବ । କର୍ମକ୍ଷେତ୍ରରେ ପୂର୍ବ ପ୍ରସ୍ତୁତି ଯୋଜନା ଅନୁସାରେ କାର୍ଯ୍ୟ କରିବେ । ବ୍ୟବସାୟ ଓ ବାଣିଜ୍ୟରେ ଆର୍ଥିକ ସ୍ଥିତି ମଜବୁତ ରହିବ । ଅଫିସରେ ସହକର୍ମୀଙ୍କ ସହ ତାଳମେଳ ଭଲ ରହିବା ସହ ଆପଣଙ୍କ କାର୍ଯ୍ୟକୁ ନେଇ ଉଚ୍ଚାଧିକାରୀ ମଧ୍ୟ ଖୁସି ହେବେ । ଆନୁଷ୍ଟାନିକ କ୍ଷେତ୍ରରେ, ସାମାଜିକ କାର୍ଯ୍ୟକଳାପରେ, ସଭାସମିତି ଆଜି କ୍ଷେତ୍ରରୁ ଉପକୃତ ହେବେ । ପଡ଼ୋଶୀ, ଖଳ ପ୍ରକୃତିତ ଲୋକେ ଈର୍ଷାନ୍ଵୀତ ହୋଇ ପଛରେ ନାନା ପ୍ରକାରର ମନ୍ତବ୍ୟ ଦେବେ । ପରିବାର ସଦସ୍ୟଙ୍କ ସହିତ ସନ୍ଧ୍ୟାରେ ସମୟ ଅତିବାହିତ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଅଭିଳଷିତ ଦ୍ରବ୍ୟ ପ୍ରାପ୍ତି କରିବେ ସହ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ । ମିଷ୍ଟ ବଚନ ଓ ବିନୟପୂର୍ଣ୍ଣ ଆଚରଣ ଆପଣଙ୍କର ବ୍ୟକ୍ତିତ୍ଵ ଓ ପ୍ରତିଭାକୁ ବୃଦ୍ଧି କରିବ । ଅବଶ୍ୟ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସମାନ କରିବାକୁ ପଡିବ । କିନ୍ତୁ ବନ୍ଧୁଙ୍କ ସଦ୍‌ଭାବ, ସହକର୍ମୀଙ୍କ ସହଯୋଗ ହାସଲ କରି ପରିସ୍ଥିତିକୁ ସୁଧାରୀ ନେବେ । ଅଫିସରେ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ । ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ ସହଜରେ କାମ ହାସଲ ହେବା କଷ୍ଟକର ହେବ । କଳା ସାହିତ୍ୟ ଓ କ୍ରୀଡ଼ା, ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ । କିନ୍ତୁ ଶାରୀରିକ ଦୁର୍ବଳତା ଯୋଗୁଁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ବୈବାହିକ ଜୀବନ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଜି ପ୍ରତ୍ୟେକ କାମରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ । କେତେକ କାର୍ଯ୍ୟ ହାସଲ କରିବା ପାଇଁ ଇଚ୍ଛା ନ ଥିଲେ ମଧ୍ୟ ପଡ଼ୋଶୀ କିମ୍ବା ଅନ୍ୟମାନଙ୍କ ସହ ସୁସମ୍ପର୍କ ରକ୍ଷା କରିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ଆର୍ଥିକ ସ୍ତର ଦୁର୍ବଳ ରହିବା ସହ ଗୋଟିଏ ପରେ ଗୋଟିଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ, ଯାହାଫଳରେ ମନରେ ସରସତା ରହିବ ନାହିଁ । ଅଫିସର କର୍ମଚାରୀଙ୍କ ଉପରେ ବୃଥା ସନ୍ଦେହ କଲେ ଅସୁବିଧାରେ ପଡ଼ିବେ । ଆନୁଷ୍ଠାନିକ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି । ମନର ଭାବକୁ ବନ୍ଧୁଙ୍କ ନିକଟରେ ପ୍ରକାଶ କରିବାକୁ କୁଣ୍ଠାବୋଧ କରିବେ । ପାରିବାରିକ ସ୍ତରରେ ଆତ୍ମୀୟ ଓ ସ୍ଵାଜନଙ୍କ ପ୍ରତିରୋଧ କାରଣରୁ କେତେକ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେଇପାରେ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଚର୍ଚ୍ଚିକା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ସୁଖ, ସଂଭରର ସହ ଦିନଟି ଆରମ୍ଭ କରିବେ । ଯୋଜନାଗୁଡିକୁ ଠିକ ଭାବରେ କାର୍ଯ୍ୟ କରିବା ନିମନ୍ତେ ପ୍ରୟାସ ଜାରି ରଖିବେ । କର୍ମକ୍ଷେତ୍ରରେ ସାମୟିକ କେତେକ ବ୍ୟତିକ୍ରମକୁ ବାଦ୍ ଦେଲେ ଦିନ ଠିକ୍ ଠାକ ରହିବ । ଅଫିସରେ ସହକର୍ମୀଙ୍କ ସହ ପରସ୍ପର ଆଲୋଚନା ଭିତ୍ତିରେ କାର୍ଯ୍ୟ କରିବେ । କୌଣସି ନୂତନ ପ୍ରକଳ୍ପ ଆରମ୍ଭ କରିବା ସକାଶେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । କିନ୍ତୁ ଆର୍ଥିକ ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶ ନିଅନ୍ତୁ । ବନ୍ଧୁଙ୍କ ସହ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ପାରିବାରିକ ବ୍ୟତିକ୍ରମକୁ ନେଇ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ । ବୈବାହିକ ଜୀବନରେ ହଖୁସିର ବାତାବରଣ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମହାଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ପାଇଁ ଅତି ରୋମାଞ୍ଚକର ରହିବ । କର୍ମକ୍ଷେତ୍ରରେ ସ୍ଵାଧୀନ ଭାବରେ କାର୍ଯ୍ୟ କରିବେ । ମନ ଭୁଲାଣିଆ କଥା କହି ଶତ୍ରୁକୁ ମଧ୍ୟ ଆପଣାର କରିନେବେ । କିନ୍ତୁ କର୍ମକ୍ଷେତ୍ରରେ ତରବାରିଆ ହୋଇ କୌଣସି କାର୍ଯ୍ୟ କରିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଫିସ୍‌ରେ ହଠାତ୍‌ କୌଣସି ଘଟଣାକୁ କେନ୍ଦ୍ର କରି ସହକର୍ମୀ କିମ୍ବା ଉଚ୍ଚାଧିକାରୀଙ୍କ ସହ ମନାନ୍ତର ହୋଇପାରେ । ସାମାଜିକ କ୍ଷେତ୍ରରେ ପରିସ୍ଥିତିକୁ ଯେତିକି ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେପରି କିଛି ହେବନି । ଧାର ଦେଇଥିବା ଅର୍ଥ ଆଦାୟ କରିବାକୁ ଯାଇ ଯୁକ୍ତିତର୍କର ସମ୍ମୁଖୀନ ହୋଇପାରନ୍ତି । କୌଣସି ବ୍ୟକ୍ତିଗତ କାର୍ଯ୍ୟ ସକାଶେ ନିର୍ମାଣଧୀନ କାର୍ଯ୍ୟ କିଛି ଦିନ ପାଇଁ ସ୍ଥଗିତ ରହିପାରେ । ପରିବାରରେ ଖୁସିର ମାହୋଲ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *