10 ଜୁଲାଇ, ଶନିବାରର ରାଶିଫଳ:- ଆଜି ଶନିଦେବଙ୍କ କୃପାରୁ ଏହି ୭ଟି ରାଶି ସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମିଳିବ

10 ଜୁଲାଇ, ଶନିବାରର ରାଶିଫଳ:- ଆଜି ଶନିଦେବଙ୍କ କୃପାରୁ ଏହି ୭ଟି ରାଶି ସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମିଳିବ

10 ଜୁଲାଇ, ଶନିବାରର ରାଶିଫଳ:- ଆଜି ଶନିଦେବଙ୍କ କୃପାରୁ ଏହି ୭ଟି ରାଶି ସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମିଳିବ ସଫଳତା । ଅର୍ଥ ଲାଭର ଯୋଗ ରହିଛି ।

ଆଜି ଆମେ ଆପଣଙ୍କୁ ୧୦ ଜୁଲାଇ ୨୦୨୧ ଶନିବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ରରେ ଗ୍ରହମାନଙ୍କ ନିରନ୍ତନ ପରିବର୍ତ୍ତନ ହୋଇଥାଏ, ଏହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶି ଗୁଡିକ ଉପରେ ମଧ୍ୟ କିଛି ନା କିଛି ପ୍ରଭାବ ପଡିଥାଏ । ଯେତେବେଳେ ଗ୍ରହ ଗୁଡିକର ସ୍ଥାନ ପରିବର୍ତ୍ତନ ହୋଇଥାଏ, ରାଶି ଗୁଡିକ ଉପରେ ମଧ୍ୟ ଏହାର ଶୁଭଫଳ ପଡିଥାଏ । ଜୋତିଷଙ୍କ ଅନୁସାରେ ରାଶି ଗୁଡିକର ମହତ୍ତ୍ୱ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ରାଶିର ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ କୁହାଯାଇପାରେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ :

କର୍ମକ୍ଷେତ୍ର ପ୍ରତି ମନରେ ଆଗ୍ରହ ଜନ୍ମିବା । ଆଜି ଦ୍ୱିଜାନକ୍ଷତ୍ର ପୂର୍ବ ପରିକଳ୍ପିତ ନୂଆ କରି କାମଟିଏ ଆରମ୍ଭ କରିବାକୁ ମନ ବଳାଇବେ । ବିନମ୍ର ସ୍ଵଭାବ ଓ କୌଶଳପୂର୍ଣ୍ଣ କଥା କହି ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ । କିନ୍ତୁ ଅଧିନସ୍ଥ କର୍ମଚାରୀମାନଙ୍କ କାର୍ଯ୍ୟକଳାପ ଯୋଗୁଁ ମନରେ କ୍ଷୁବ୍ଧ ଭାବନା ଜାତ ହେବ । ଅଫିସରେ ଏକ ସାଧାରଣ ଘଟଣାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ଉଚ୍ଚବାଚ ଓ ବିତର୍କ ଘଟିବାର ସମ୍ଭାବନା ରହିଛି । ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆଲୋଚନା, ସଭାସମିତି, କଳା-ସାହିତ୍ୟରେ କିମ୍ବା ଗବେଷଣା କାର୍ଯ୍ୟରୁ ପ୍ରଶଂସିତ ହେବେ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ପାରିବାରରେ ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ଅଶାନ୍ତିର ବାତାବରଣ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

ବୃଷ :

ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ସମାଧାନ କରିବାରେ ସମର୍ଥ ହେବେ । ସପ୍ତମସ୍ଥ କେତୁ ପ୍ରଭାବରୁ ଆଜିର ଯାତ୍ରା ପ୍ରୀତିପ୍ରଦ ରହିନପାରେ । ବ୍ୟବସାୟ ବାଣିଜ୍ୟରେ ଉତ୍ଥାନପତନ ଲାଗିରହିବ । ଆର୍ଥିକ ସ୍ଥିତି ପୂର୍ବପରି ରହିବା ଫଳରେ ମାନସିକ ସ୍ତରରେ ମନ ଚଞ୍ଚଳ ରହିବ ନାହିଁ । ଅଫିସରେ ସହକର୍ମୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଦୀର୍ଘ କେତେକ ଦିନ ହେଲା ଯେଉଁ କାର୍ଯ୍ୟକୁ କରିଆସୁଛନ୍ତି ସେହି କାର୍ଯ୍ୟକୁ ଆଜି ସହକର୍ମୀମାନେ ସହଯୋଗ ସଂପୂର୍ଣ୍ଣ କରିନେବେ । ସାମାଜିକ ସ୍ତରରେ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପାରିବାରିକ ପରିବେଶ ସୁସ୍ଥ ଓ ନିରାମୟ ରହିବ । ଦାମ୍ପତ୍ୟ ଜୀବନରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ହନୁମାନ ।

ମିଥୁନ :

ଦେବୀମାତାଙ୍କ ଧ୍ୟାନରେ ମନକୁ ଶାନ୍ତି ମିଳିବ । ରାଶିରେ ବଳବାନ୍‌ ଶନିଙ୍କ ପ୍ରଭାବ ଯୋଗୁଁ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଆପଣା ଛାଏଁ ସୁଧାରି ଯିବ । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବା ସହ ବାଣିଜ୍ୟ ଭିତ୍ତିକ ପରିସରକୁ ବୃଦ୍ଧି କରିବାକୁ ଚେଷ୍ଟା କରିବେ । ଅଫିସରେ ଦୁଃସାଧ୍ୟ କାର୍ଯ୍ୟକୁ ସହଜରେ ସମାପନ କରିବା ସହ ନିଜ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବେ । ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ପ୍ରଶାସନ କ୍ଷେତ୍ରରେ ଅତ୍ୟଧିକ ଟଙ୍କା ଖର୍ଚ୍ଚ କରିବେ ଯାହାଫଳରେ ମନ ଦୁଃଖିତ ହେବ । ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ । ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

କର୍କଟ :

ଦିନଟି ଆପଣଙ୍କୁ ମଧ୍ୟମ ଫଳପ୍ରଦାନ କରିବ । କର୍ମକ୍ଷେତ୍ରରେ ଯେତେ ସତର୍କତାର ସହ କାର୍ଯ୍ୟ କରିଲେ ମଧ୍ୟ ଅଧିନସ୍ଥ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ସମସ୍ୟା ଦେଖାଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଏପରି କେତେକ ଅଧିନସ୍ଥ କର୍ମଚାରୀମାନେ ବିଶ୍ଵାସଘାତ ମଧ୍ୟ କରିପାରନ୍ତି । ବ୍ୟବସାୟ ବାଣିଜ୍ୟରେ କାରବାର ସ୍ଥିତି ମାନ୍ଦା ରହିବା ସହ ଆର୍ଥିକ କ୍ଷେତ୍ରରେ ଅଭାବ ଅନଟନ ଦେଖାଦେବାର ସମ୍ଭାବନା ରହିଛି । ନିଜର ଅବହେଳା ଓ ଖାମଖିଆଲ ନୀତି ଯୋଗୁଁ ଅଫିସର କେତେକ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ ଖୋଜି ପାଇପାରିବେ ନାହିଁ । ନିଜର ଲୋକମାନଙ୍କୁ ମନେଇ କାର୍ଯ୍ୟ ସାଧନ କରିବେ । ଅନ୍ୟମାନଙ୍କ କଥାରେ ପଡ଼ି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଅନିୟମିତତା ଖାଦ୍ୟପେୟ ଯୋଗୁଁ ସ୍ଵାସ୍ଥ୍ୟହାନି ହୋଇପାରେ । ପାରିବାରିକ କ୍ଷେତ୍ରର କେତେକ ସମସ୍ୟାକୁ ଭିତ୍ତି କରି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସାମୟିକ ମତଭେଦ ଦେଖାଦେବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ସିଂହ :

ଧାର୍ମିକ ଆୟୋଜନରେ ସେବା କରିବାର ଅବସର ମିଳିବ । ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବଂ ଯଥେଷ୍ଟ ଲାଭ ମଧ୍ୟ ପାଇବେ । ଆକସ୍ମିକ ଭାବରେ ଧନ ଲାଭର ସମ୍ଭାବନା ଯୋଗ ରହିଛି । ସରକାରୀ କାର୍ଯ୍ୟରେ ସଫଳତା ମିଳିବ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବା ସହ ପଦୋନ୍ନତିର ଯୋଗ ମଧ୍ୟ ରହିଛି । ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । କାର୍ଯ୍ୟ ହାସଲ ନିମନ୍ତେ ଖର୍ଚ୍ଚର ଭାର ଅଧିକ ହେବ, ଯାହାଫଳରେ ମନରେ ସରସତା ରହିବ ନାହିଁ । ପାରିବାରିିକ ସମସ୍ୟାର ସମାଧାନ ଘଟିବ, ଏଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ । ପାରିବାରିକ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନା କରିବେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

କନ୍ୟା :

ଯାହା ପାଇବା କଥା ତାହା ଠିକ୍‌ ସମୟରେ କିମ୍ବା ଆଶାନୁରୂପ ପାଇପାରିବେ ନାହିଁ । କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ତଥାପି ବନ୍ଧୁଙ୍କ ଜରିଆରେ ବ୍ୟବସାୟିକ କ୍ଷେତ୍ରରେ ସଫଳତା ପାଇବେ । ପୂର୍ବ ଶତ୍ରୁତା ଓ କାର୍ଯ୍ୟ ସ୍ଥଗିତ ଯୋଗୁଁ ମନରେ ସରସତା ରହିବ ନାହିଁ । ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କହାନୀର ସମ୍ଭାବନା ରହିଛି । ପାରିବାରିକ ସମସ୍ୟା କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ଆଶ୍ଵାସନା ପାଇବା ଫଳରେ ମନକୁ ଏକ ପ୍ରକାର ଶାନ୍ତ ମିଳିବ । ଅନ୍ୟମାନଙ୍କ ପ୍ରରୋଚନାରେ ପଡି କାର୍ଯ୍ୟ କରିଲେ ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

ତୁଳା :

କର୍ମକ୍ଷେତ୍ରରେ ବିଭିନ୍ନ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ । ଶନି ଦୃଷ୍ଟ ମଙ୍ଗଳ ପ୍ରତି ଥିବାରୁ ସ୍ତ୍ରୀଙ୍କ ସ୍ଵାସ୍ଥ୍ୟହାନି ସଙ୍ଗେ ସଙ୍ଗେ ଆକସ୍ମିକ କଳହ ଉପୁଜିବାର ସମ୍ଭାବନା ରହିଛି । ସତର୍କତାର ଅଭାବ ଯୋଗୁ ଅର୍ଥ କିମ୍ବା ଦରକାରୀ କାଗଜପତ୍ର ହଜାଇ ଦେଇପାରନ୍ତି । ଆଜି ପରିସ୍ଥିତିକୁ ଯେତିକି ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ ସିନା ଶୁଭଫଳ ପାଇପାରିବେ ନାହିଁ । ସମାଜର କିଛି ଖଳ ବ୍ୟକ୍ତିମାନେ କଣ୍ଟା ବାଢରେ ଲୁଗା ପକାଇ କଳହ କରିପାରନ୍ତି । ନିଜର ବନ୍ଧୁ ବାନ୍ଧବ କିମ୍ବା ଆତ୍ମୀୟଙ୍କ ସ୍ଵାର୍ଥ ହାସଲ ନ ହେବା କାରଣରୁ ସେମାନେ ସମାଲୋଚନା କରିପାରନ୍ତି । ଖାଇବା ପିଇବାର ଧ୍ୟାନ ଯଦି ନ ରଖିଲେ, ସ୍ଵାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ଜଗନ୍ନାଥ ।

ବିଛା :

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡି କ’ଣ କରିବେ ସ୍ଥିର କରିପାରିବେ ନାହିଁ । ବ୍ୟବସାୟିକ ସ୍ଥିତି ମାନ୍ଦା ରହିବା ନାହିଁ ବରଂ ଆଜି କାରବାର ଭଲ ହେବା ସହ ଲାଭ ମଧ୍ୟ ଭଲ ପାଇବେ । ଆର୍ଥାଭାବ ଦୂର କରିବାରେ ବନ୍ଧୁଙ୍କ ସହାୟତା ନେବେ । ଅଫିସରେ ପ୍ରତିକୂଳ ଚାପର ବଶବର୍ତ୍ତୀ ହୋଇ ଅତ୍ୟାଧିକ କାର୍ଯ୍ୟ ରହିବ କିନ୍ତୁ ସହକର୍ମୀଙ୍କ ସହଯୋଗରେ କାମକୁ ତ୍ୱରାନ୍ୱିତ କରିପାରିବେ । କୌଣସି ନୀଚ ଜାତିର ବ୍ୟକ୍ତି ପରୋକ୍ଷ ଭାବେ ସମାଲୋଚନା କରି ପାରନ୍ତି । ଦୈହିକ ଦୁର୍ବଳତା ଯୋଗୁଁ ମନ୍ଥର ଗତିରେ ପ୍ରତ୍ୟେକ କାମ ସମ୍ପନ୍ନ ହେବ । ପାରିବାରିକ କ୍ଷେତ୍ରରେ ସୁଖ ଓ ଶାନ୍ତି ପ୍ରାପ୍ତି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ :

ଆଜି ବନ୍ଧୁମାନଙ୍କ ସହ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ । କର୍ମାଧିପତିଙ୍କ ସ୍ଵଗୃହକୁ ଦୃଷ୍ଟି ଅବଲୋକନ କରୁଥିବା ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । ଅଫିସରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସରକାରୀ ସ୍ତରରୁ ଅପେକ୍ଷା କରିଥିବା ଅର୍ଥ ସାହାଯ୍ୟ ପାଇ ଅତ୍ୟନ୍ତ ଖୁସି ହେବେ । ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ ଓ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ପାରିବାରିକ ପରିସ୍ଥିତି ଠିକ୍‌ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ଯୋଗୁଁ ମନ ଖୁସି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୂର୍ଗା ।

ମକର :

ମନରେ ଦୃଢ ଆତ୍ମବିଶ୍ୱାସ ରହିବା ଫଳରେ ସମସ୍ତ କାର୍ଯ୍ୟକୁ ସଫଳତାର ସହ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ଆଲୋଚନା ହୋଇପାରେ । କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ବୃଦ୍ଧି ପାଇବା ସହ ସାମୟିକ କେତେକ ବ୍ୟତିକ୍ରମ ଲାଗିରହିବ, ଯାହାଫଳରେ ମନରେ ସରସତା ରହିବ ନାହିଁ । ଆଗାମୀ ପାରିବାରିକ କାର୍ଯ୍ୟକୁ ଦୃଷ୍ଟିରେ ରଖି ଅଫିସ ସ୍ଥଗିତ କାମଗୁଡ଼ିକ ଶେଷ କରିବାକୁ ଯଥାସାଧ୍ୟ ଚେଷ୍ଟା କରିବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ । ଆଜି କୌଣସି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବା କିମ୍ବା କାହାରୀକୁ ଧାର ଦେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ହେବ । ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ପଡୋଶୀଙ୍କ ସହ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଚର୍ଚ୍ଚିକା ।

କୁମ୍ଭ :

କର୍ମକ୍ଷେତ୍ରରେ ଚିନ୍ତା ମୁକ୍ତ ରହିବା ସହ ପାରିବାରିକ କ୍ଷେତ୍ରରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବା ଫଳରେ ମନ ପ୍ରଫୁଲ୍ଲ ରଖିବ । ବ୍ୟବସାୟିକ ସଫଳତା ସାଙ୍ଗକୁ ସାମାଜିକ ସ୍ତରରେ ଲୋକପ୍ରିୟତା ବୃଦ୍ଧି ପାଇବା ଫଳରେ ମନରେ ଖୁସି ଅନୁଭବ କରିବେ । ନୂତନ କାର୍ଯ୍ୟାରମ୍ଭ ନିମନ୍ତେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମ ହାସଲ କରିପାରିବେ । ଅଫିସରେ ଉଚ୍ଚକତ୍ତୃପକ୍ଷଙ୍କ ଆଦେଶ ଅନୁସାରେ ଅଧିକ ସମୟ କାର୍ଯ୍ୟକୁ ପଡିବ । ପ୍ରଶାସନିକ ସ୍ତରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ବାକ୍ ଅସଂଯମତା ଯୋଗୁଁ ଅଫିସରେ ସହକର୍ମୀଙ୍କ ସହ ମତଭେଦ ଦେଖାଦେଇପାରେ । ପାରିବାରିକ ଜୀବନରେ ସୁଖଦ ଅନୁଭୂତିର ସୌଭାଗ୍ୟ ଅର୍ଜନ କରିବେ । କିନ୍ତୁ ଅତ୍ୟଧିକ କାର୍ଯ୍ୟର ଚାପ ଯୋଗୁଁ ସାମୟିକ କ୍ଳାନ୍ତ ଅନୁଭବ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ : ସବୁଜ । ଆରାଧନା: ମାଆ ଗାୟତ୍ରୀ ।

ମୀନ :

ଦିନଟିକ ସରସ ଓ ସୁନ୍ଦର ରହିବ । କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ସହର୍ଦ୍ଧ୍ୟ କାରଣରୁ ସମସ୍ୟାର ସମାଧାନ ହୋଇଯିବା କାରଣରୁ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ । ବ୍ୟବସାୟ, ବାଣିଜ୍ୟରେ ଯୋଜନାବଦ୍ଧ ରୂପେ କାମ କରିଲେ, ଯଥେଷ୍ଟ ଫାଇଦା ମିଳିବ । ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟକୁ ଆଜି ବନ୍ଧୁଙ୍କ ସହାୟତାରେ ପୂର୍ଣ୍ଣ କରିବାରେ ସମର୍ଥ ହେବ । ଅଫିସରେ ସୁସ୍ଥ ବାତାବରଣ ରହିବ । ସଭାସମିତି, କଳା ସାହିତ୍ୟ, ରାଜନୀତି, ଜମିଜମା କାରବାର ତଥା ଗଠନମୂଳକ କାର୍ଯ୍ୟରେ ଯୋଗଦାନ ଦେଇ ଉଚ୍ଚ ପ୍ରଶଂସିତ ହେବେ । ଆର୍ଥିକ ଦିଗରୁ ଉନ୍ନତି ହେବ । ସ୍ୱାସ୍ଥ୍ୟ ଠିକ୍ ରହିବ । କିନ୍ତୁ ଅତୀତର କେତେକ ଘଟଣାବଳୀକୁ ସ୍ମରଣ କରି ମନ ବିଚଳିତ ରହିବ । ପରିବାରରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

Leave a Reply

Your email address will not be published. Required fields are marked *