10 ଜାନୁୟାରୀ 2021, ରବିବାର :- ଆଜି ସୂର୍ଯ୍ୟ ପରି ଚାମିକି ଉଠିବ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ! କର୍ମକ୍ଷେତ୍ରରେ

10 ଜାନୁୟାରୀ 2021, ରବିବାର :- ଆଜି ସୂର୍ଯ୍ୟ ପରି ଚାମିକି ଉଠିବ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ! କର୍ମକ୍ଷେତ୍ରରେ

10 ଜାନୁୟାରୀ 2021, ରବିବାର :- ଆଜି ସୂର୍ଯ୍ୟ ପରି ଚାମିକି ଉଠିବ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ! କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପାଇବେ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ ।

ଆଜି ଆମେ ଆପଣଙ୍କୁ ୧୦ ଜାନୁୟାରୀ ୨୦୨୧ ରବିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ପ୍ରତ୍ୟେକ ଦୃଷ୍ଟିକୋଣରୁ ଭଲ ରହିବ । ଯେଉଁ କାର୍ଯ୍ୟ ନିମନ୍ତେ ଉଦ୍ୟମ ଜାରି ରଖଛନ୍ତି, ସେଥିରେ ବ୍ୟର୍ଥ ହେବ ନାହିଁ । ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ଅର୍ଥନୈତିକ, ସାମାଜିକ, ଆନୁଷ୍ଠାନିକ କ୍ଷେତ୍ର ସକାଶେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ସାମାଜରେ ମାନ ସମ୍ମାନ ବଢ଼ିବ । ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ଭୁଲ୍‌ ବୁଝାମଣାରୁ ପାରିବାରିକ କଳହକୁ କେନ୍ଦ୍ରକରି ଭାବପ୍ରବଣ ହୋଇପାରନ୍ତି । ପଡ଼ୋଶୀ, ସହକର୍ମୀ, ଭାଇଭଉଣୀ ସହ ଯୁକ୍ତିତର୍କ ଲାଗିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରି ପାରିଲେ ନିଶ୍ଚିତ ସଫଳତା ହାସଲ କରିବେ । କୌଣସି ଏକ ସାଧାରଣ କଥାକୁ କେନ୍ଦ୍ର କରି ହଠାତ୍ ଆତ୍ମୀୟଙ୍କ ସହ ମତାନ୍ତର ସୃଷ୍ଟି ହୋଇପାରେ । ବାଣିଜ୍ୟ ବ୍ୟବସାୟ, ସଭାସମିତି ତଥା ପ୍ରଶାସନିକ ସ୍ତରରେ କିମ୍ବା ପ୍ରକାଶନ କ୍ଷେତ୍ରରେ ପ୍ରତିବନ୍ଧକ ଦେଖା ଦେଇପାରେ । ଆର୍ଥିକ ସ୍ଥିତି ଦୁର୍ବଳ ରହିବା ଫଳରେ କେତେକ କାର୍ଯ୍ୟକୁ ସଂପୂର୍ଣ୍ଣ କରିପାରିବେ ନାହିଁ । ଅଫିସର ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବା ସକାଶେ ଜୋରଦାର ଉଦ୍ୟମ କରି ସଫଳ ମଧ୍ୟ ହେବେ । ଆକସ୍ମିକ ସମସ୍ୟା କାରଣରୁ ନିର୍ମାଣାଧୀନ ଅଟକିଯିବ । ପରୋକ୍ଷ ଶତ୍ରୁତା, ଧାରକରଜ, ପିଲାମାନଙ୍କ ସ୍ଵାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବା ଆଶଙ୍କା ରହିଛି । ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ପ୍ରେମ, ସଦ୍-ଭାବ ବଜାୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ଶ୍ରୀଗଣେଶ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଯେଉଁ କାମରେ ହାତ ସେଥିରେ ନିଶ୍ଚୟ ସଫଳତା ପାଇବେ । ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଅଫିସରେ ଉଚ୍ଚାଧିକାରୀଙ୍କ ନିକଟରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇପାରେ । ଆମଦାନିର ନୂଆ ଅବସର ଖୋଲିବ । ସଭାସମିତି କିମ୍ବା ବନ୍ଧୁ ଗହଣରେ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପରିବହନ କ୍ଷେତ୍ରରେ ସମସ୍ୟା ସାମଧାନ ସକାଶେ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡିବ । ମାଲିମକଦ୍ଦମାରେ ମନ ଅଶାନ୍ତ ରହିବ । ନିକଟତର କେତେକ ବନ୍ଧୁ ନିଜ ନିଜର ଫାଇଦା ହାସଲ ପାଇଁ ଆପଣଙ୍କୁ ଫୁସୁଲାଫୁସୁଲି କରିବେ । ପରିବାରରେ କାହାରି ସ୍ଵସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଭଗବାନଙ୍କୁ ସ୍ମରଣ କରନ୍ତୁ, ସମସ୍ତ ଦୁଃଖ କଷ୍ଟ ଲାଘବ ହୋଇଯିବ । ପ୍ରତ୍ୟେକ କ୍ଷେତ୍ରରେ ଅବହେଳା ଓ ଆଳସ୍ୟ ହେତୁ କାର୍ଯ୍ୟ କରିବାର ଶୈଳୀ ମନ୍ଥର ହୋଇଯିବ । ନୂଆ ବ୍ୟବସାୟରେ ପୁଞ୍ଜିନିବେଶ କଲେ ମଧ୍ୟ କୌଣସି ଲାଭର ପ୍ରତିଛବି ଦେଖିବାକୁ ପାଇବେ ନାହିଁ । ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରିବାକୁ ପଡିପାରେ । ଅଫିସରେ ନିଷ୍ଠାର ସହିତ କାର୍ଯ୍ୟ କରିଲେ ମଧ୍ୟ ଆପଣଙ୍କୁ ପଦୁଟିଏ ମଧ୍ୟ ପ୍ରଶଂସା ମିଳିବ ନାହିଁ । ସଭାସମିତି କିମ୍ବା ବନ୍ଧୁଙ୍କ ସହ ଆଲୋଚନା କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହେବ । ବିବାଦୀୟ ଘଟଣା ସବୁ ଅମୀମାଂସିତ ରହିବ । ଆଜି କୌଣସି ଦୁଃଖଦ ଖବର ମନକୁ ସାମୟିକ ବିଚଳିତ କରିପାରେ । ପରିବାରରେ ଉଭୟ ସ୍ତ୍ରୀ ଓ ସ୍ଵାମୀ ପରସ୍ପର ସହମତିରେ କାମକଲେ ଉପକୃତ ପାଇବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ମାଣିକେଶ୍ଵରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପ୍ରଭୁଙ୍କ ଧ୍ୟାନରେ ମନର ସକାରାତ୍ମକ ଶକ୍ତି ସଂଚାର ହେବ । କର୍ମକ୍ଷେତ୍ରର ଅସଜଡା ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ସଙ୍ଗକୁ ସମସ୍ୟା ସୁଧାରିନେବାର ପ୍ରଯତ୍ନ କରିବେ । ଯେଉଁ କାମକୁ ହାତକୁ ନେଇଛନ୍ତି ତାହାକୁ ସଂପୂର୍ଣ୍ଣ କରିବା ପରେ ହିଁ ନିଶ୍ଵାସ ନେବେ । ବ୍ୟବସାୟରେ ଆର୍ଥିକ କାରବାର ଭଲ ରହିବ । ଅଫିସରେ ଉଚ୍ଚପଦାଧିକାରୀଙ୍କ ସହ ଆଲୋଚନା କରି, କର୍ମକ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ । ସାମାଜିକ ସ୍ତରରେ ମନ ଭୁଲାଣିଆ କଥା କହି ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ । ସାମ୍ବାଦିକତା, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ନିରପେକ୍ଷତା ଅବଲମ୍ବନ ନ କଲେ ପରିବାରରେ ସମାଲୋଚିତ ହେବାକୁ ପଡିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ କ୍ଳାନ୍ତ ଅନୁଭାବ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଚର୍ଚ୍ଚିକା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ପ୍ରତ୍ୟକେ କ୍ଷେତ୍ରରେ ସମସ୍ୟାର ଆସିଲେ ମଧ୍ୟ ନିଜର ବକ୍ ଚତୁରତା ମାଧ୍ୟମରେ ସମସ୍ୟାର ସମାଧାନ କରିନେବେ । ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ବ୍ୟବସାୟ ବାଣିଜ୍ୟର ପ୍ରଗତି ଉପଯୁକ୍ତ ପଦକ୍ଷେପ ନେବେ । ତଥାପି କର୍ମକ୍ଷେତ୍ରରେ ପୂର୍ବରୁ ଅଟକି ରହିଥିବା କେତେକ କାମ ସକାଶେ ଉଚ୍ଚପଦାଧିକାରୀଙ୍କ କ୍ରୋଧର ପାତ୍ର ହୋଇପାରନ୍ତି । ଆନୁଷ୍ଟାନିକ କାର୍ଯ୍ୟ, ପ୍ରଶାସନ କ୍ଷେତ୍ରରେ କେତେକ ବ୍ୟତିକ୍ରମ ସକାଶେ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ । ପ୍ରିୟବନ୍ଧୁମାନଙ୍କ ସହ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ଆତ୍ମୀୟମାନଙ୍କ ମଧ୍ୟରେ ଟଙ୍କା ପଇସାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ । ପରିବାରରେ ଅନ୍ୟମାନଙ୍କ ସହ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ବିଭିନ୍ନ ପ୍ରକାରର ସମସ୍ୟା ସାଙ୍ଗକୁ ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିତିକୁ ଦୋହଲାଇ ଦେବ । କର୍ମକ୍ଷେତ୍ରରେ କର୍ମଚାରୀମାନେ ଆପଣଙ୍କ ସମ୍ମୁଖରେ କିଛି କହିବେ ନାହିଁ ସିନା, ପଛରେ ସମାଲୋଚନା କରିପାରନ୍ତି । ଆର୍ଥିକ ନେଣଦେଣ କ୍ଷେତ୍ରରେ ସତର୍କ ରହନ୍ତୁ ନଚେତ୍‌ କ୍ଷତିରେ ପଡ଼ିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଶୋଚନୀୟ ରହିବ । ଏପରି କି ବନ୍ଧୁ ଓ ସହକର୍ମୀଙ୍କ ଠାରୁ ଧାର କରଜ କରିବାକୁ ପଡିବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ମତଭେଦ ଘଟିବାର ସମ୍ଭାବନା ରହିଛି । ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିଟି ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବ । କେତେକ କ୍ଷେତ୍ରରେ ଅନ୍ୟମାନଙ୍କୁ ଖୁସୀ କରିବାକୁ ଯାଇ ନିଜର ସ୍ଵାର୍ଥକୁ ବଳି ଦେବାକୁ ବାଧ୍ୟ ହୋଇପାରନ୍ତି । କାର୍ଯ୍ୟବ୍ୟସ୍ତତା ଯୋଗୁଁ ଖାଦ୍ୟପେୟ ଠିକ୍‌ ନ ରହିବ ନାହିଁ, ଯାହାଫଳରେ ସ୍ଵାସ୍ଥ୍ୟଜନିତ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଘର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ ନ କଲେ ଅସୁବିଧାରେ ପଡ଼ିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ କୌଶଳକ୍ରମେ ସ୍ଥଗିତ କାମଗୁଡିକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ଅର୍ଥନୈତିକ ପ୍ରଗତି ହେବା ସହ ସାମାଜିକ କ୍ଷେତ୍ରରେ ମନୋବଳ ବୃଦ୍ଧି ପାଇବ । କୌଣସି ନୂତନ କର୍ମାରମ୍ଭ ନିମନ୍ତେ ବନ୍ଧୁଙ୍କ ସହ ଆଲୋଚନା କରିବେ । ସଭାସମିତିରେ ବିଶିଷ୍ଟ ବ୍ୟକ୍ତିମାନଙ୍କର ସାନ୍ନିଧ୍ୟ ଲାଭ କରିପାରନ୍ତି । ସାମାଜିକ ସ୍ତରରେ ଅନ୍ୟମାନଙ୍କ ସମର୍ଥନ ନ ପାଇ କେତେକ କାମରେ ଦୂରେଇ ରହିବାକୁ ବାଧ୍ୟ ହେବେ । ଧାର୍ମିକ କାର୍ଯ୍ୟରେ ସମୟ ବିତିପାରେ । ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ସାଙ୍ଗକୁ ଖର୍ଚ୍ଚ ପରିମାଣ ବଢିଯିବ, ଯାହା ମାନସିକ ଦୁଶ୍ଚିନ୍ତାର କାରଣ ହେବ । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ବୈବାହିକ ଜୀବନରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା ବୋଳାନାଥ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ସ୍ଥଗିତ ଥିବା କାମ ସଂପୂର୍ଣ୍ଣ କରିବା ଲାଗି ଦିନଟି ଭଲ ରହିବ । ବ୍ୟବସାୟରେ ଆଶାଜନକ ଫଳ ପାଇବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ନୂତନ ଯୋଜନା ଆରମ୍ଭ କରି ଖୁସି ରହିବେ ଏବଂ ସମ୍ପର୍କୀୟଙ୍କ ସାହାଯ୍ୟ ଅବଶ୍ୟ ମିଳିବ । ନୂତନ ଯୋଜନା ଆରମ୍ଭ କରି ଖୁସି ରହିବେ ଏବଂ ସମ୍ପର୍କୀୟଙ୍କ ସାହାଯ୍ୟ ଅବଶ୍ୟ ମିଳିବ । ଅଫିସରେ ସମସ୍ତଙ୍କ ସହ ତାଳମେଳ ଭଲ ରହିବ । ସଭାସମିତି, ପ୍ରକାଶନ, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଖଳ ପ୍ରକୃତିର ଲୋକ କିମ୍ବା ଭଲ ସମ୍ପର୍କ ରଖୁ ନ ଥିବା ଲୋକେ ବିରୁଦ୍ଧାଚରଣ କରିପାରନ୍ତି । ଭାଙ୍ଗି ଯାଇଥିବା ସମ୍ପର୍କ ପୁଣିଥରେ ଯୋଡ଼ିପାରିବେ । କେତେକ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିମଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଧୌର୍ଯ୍ୟହରା ନ ହୋଇ କାର୍ଯ୍ୟ କରନ୍ତୁ, ସଫଳତା ନିଶ୍ଚୟ ପାଇବେ । ବ୍ୟବସାୟ, ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିମାନେ ସମସ୍ୟା ସୃଷ୍ଟି କରିପାରନ୍ତି । ଅଫିସ୍‌ କାମର ଚାପ ପ୍ରଭାବରୁ ଟେନ୍‌ସନ କିିଛି ମାତ୍ରାରେ ଲାଗି ରହିବ । ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଅଧ୍ୟାପନା ଓ ବିଦେଶ ଯାତ୍ରାରେ ସଫଳତା ହାସଲ କରିବେ । ସ୍ଵାସ୍ଥ୍ୟ, ପରିବାର, ଯାନ ବାହାନ, ଜମିଜମା ଓ କଳହ ପ୍ରତି ସତର୍କ ରହିବା ଭଲ । ଆତ୍ମୀୟ ସ୍ଵଜନଙ୍କ ସହ ମତପାର୍ଥକ୍ୟ ହେବା କାରଣରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ଜୀବନସାଥୀଙ୍କ ସହ ସଂପର୍କରେ ନୂତନତ୍ଵ ଆସିବ । ଶୁଭରଙ୍ଗ: କଫି ରଙ୍ଗ । ଶୁଭରଙ୍ଗ: ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ବୟୋଜ୍ୟେଷ୍ଟଙ୍କ ଆଶୀର୍ବାଦ ଓ ସମର୍ଥନ ପାଇବେ । କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା କିମ୍ବା ବିଶୃଙ୍ଖଳାକୁ ନେଇ ମନ ଭାରାକ୍ରାନ୍ତ ରହିପାରେ । କାର୍ଯ୍ୟବ୍ୟସ୍ତତା ଯୋଗୁଁ ପରିବାରର ପ୍ରତି ବିଶେଷ ଧ୍ୟାନ ଦେଇପାରିବେ ନାହିଁ । ବ୍ୟବସାୟରେ ଆର୍ଥିକ ମାନ୍ଦା ରହିବ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ ଓ ପରସ୍ପରକୁ ସାହାଯ୍ୟ ସହଯୋଗ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସଭାସମିତି, ଆଲୋଚନା ପରିସରରେ ଯୋଗ ଦେଲେ ମଧ୍ୟ ନୀରବ ରହିବକୁ ବାଧ୍ୟ ହେବେ । ସାମାଜିକ ସ୍ତରରେ ମନ ଗଢା ଲୋଭନୀୟ ପ୍ରତିଶ୍ରୁତି ଦେଇ ବନ୍ଧୁଙ୍କ ଦ୍ୱାରା କାମ ହାସଲ କରିବେ । ପାରିବାରିକ କ୍ଷେତ୍ରରେ ସମ୍ପର୍କୀୟଙ୍କ ସହ ବିବାଦୀୟ ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ବିବାହିତଙ୍କ ଲାଗି ଦିନଟି ଅତି ଉତ୍ତମ ରହିବ । ଶୁଭରଙ୍ଗ: ଆକାଶିଆ ନୀଳ । ଆରାଧନା: ମାଆ ଶାରଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟକୁ ପ୍ରଭାବିତ କରିବ । କିନ୍ତୁ ଆଜି ଅର୍ଥକ ପ୍ରସଙ୍ଗକୁ ନେଇ ସତର୍କତା କରନ୍ତୁ, ନଚେତ କ୍ଷତିର ସମ୍ମୁଖୀନ ହେବାକୁ ପଡିବ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିବ । କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ । ଅଫିସରେ ନିଜ କାର୍ଯ୍ୟକୁ ସୂଚାରୁ ରୂପେ ପାଳନ କରିବେ ଓ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ସ୍ଥଗିତ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ପରିବହନ କ୍ଷେତ୍ରରେ ଉନ୍ନତି ସହ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଘଟିବା ଯୋଗୁଁ ମନରେ ସାମୟିକ ଖୁସି ଅନୁଭବ କରିବେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ ହେବ । ପରିବାରରେ ପରସ୍ପର ସହିତ ପାରସ୍ପରିକ ସମନ୍ୱୟ ଭଲ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

Leave a Reply

Your email address will not be published. Required fields are marked *