10 ଫେବୃୟାରୀ 2021, ବୁଧବାର :- ଆସନ୍ତୁ ଜାଣିବା ଆଜି କେଉଁ କେଉଁ ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭୁ ଗଣେଶଙ୍କ

10 ଫେବୃୟାରୀ 2021, ବୁଧବାର :- ଆସନ୍ତୁ ଜାଣିବା ଆଜି କେଉଁ କେଉଁ ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭୁ ଗଣେଶଙ୍କ

10 ଫେବୃୟାରୀ 2021, ବୁଧବାର :- ଆସନ୍ତୁ ଜାଣିବା ଆଜି କେଉଁ କେଉଁ ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ରହିବ । ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଉନ୍ନତିର ଚରମ ଶିଖରରେ ପହଞ୍ଚିବେ ।

ଆଜି ଆମେ ଆପଣଙ୍କୁ ୧୦ ଫେବୃୟାରୀ ୨୦୨୧ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ଆଜି କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଧନହାନି, ଜମିଜମା କଳହକୁ ନେଇ ଚିନ୍ତିତ ରହିବେ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । କିନ୍ତୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ସମୟରେ ବୁଝିସୁଝି ନିଜର ମତାମତ ରଖନ୍ତୁ, ଅନ୍ୟଥା ସମାଲୋଚିତ ହୋଇପାରନ୍ତି । ସମାଜ ସେବାରେ ନିଜକୁ ନିୟୋଜିତ କରାଇବେ । ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସ୍ଵାର୍ଥର ବଶବର୍ତ୍ତୀ ହୋଇ ମିତ୍ର ବନ୍ଧୁମାନେ ଅସହଯୋଗ କରିପାରନ୍ତି । ଦାମ୍ପତ୍ୟ ଓ ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଶାରଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଭଗବାନଙ୍କ ଆରାଧନା କରନ୍ତୁ, ମନକୁ ଶାନ୍ତି ମିଳିବ । ଭୁଲ୍ ବୁଝାମଣା ବଶତଃ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବା ପାଇଁ ନିରନ୍ତର ପ୍ରୟାସ କରିବେ । ବୟସ୍କ ଓ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଅଫିସରେ କେତେକ ଈର୍ଷାପରାୟଣ ସହକର୍ମୀ ମିଥ୍ୟା ଆରୋପରେ ଫସାଇ ଦେଇପାରନ୍ତି । ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ଆକସ୍ମିକ ଦୂରଯାତ୍ରାର ସୁଯୋଗ ପାଇବେ । ପରିବାରର ବିଭିନ୍ନ ବ୍ୟୟ ବରାଦର ଭରଣା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ଛୋଟ ଛୋଟ କଥାକୁ ଧରି ବସିଲେ ଅଶାନ୍ତି ବଢ଼ିବ । ପରିବାର ଭିତରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମନରେ ଆତ୍ମବିଶ୍ଵାସ ରଖନ୍ତୁ, ଭଗବାନଙ୍କୁ ଆରୋଧନ କରନ୍ତୁ । ଆର୍ଥିକ ଅର୍ଥ ସ୍ଥିତି ମଜବୁତ ରହିବ, ବନ୍ଧୁଙ୍କ ସହ ଯୋଗାଯୋଗ ଲାଭ କରିବେ । କିନ୍ତୁ ଯେତେ ଭଲ କାମ କଲେ ମଧ୍ୟ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚିତ କରିବେ । କିନ୍ତୁ ନୂତନ କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ । ଅଫିସରେ ଆପଣଙ୍କ ମନ୍ତବ୍ୟକୁ ସହକର୍ମୀମାନେ ହାସ୍ୟାସ୍ପଦ ଭାବେ ଗ୍ରହଣ କରିବେ । ସଂଗଠନ, ରାଜନୀତି, ପ୍ରଶାସନ ପାଇଁ ଆଜି ଦିନଟି ବହୁତ ଭଲ ରହିବ । ଅନ୍ୟମାନଙ୍କୁ ବିଶ୍ୱାସ କରି କାର୍ଯ୍ୟ କରିଲେ ଅସୁବିଧାରେ ପଡିବେ । ନିଜର ବନ୍ଧୁ ବାନ୍ଧବ କିମ୍ବା ଆତ୍ମୀୟମାନେ ବିରୋଧାମତ୍କ କଥା କହିପାରନ୍ତି । ସ୍ଵାର୍ଥ ହାସଲ ନ ହୋଇପାରିବା କାରଣରୁ ସେମାନେ ସମାଲୋଚନା କରିପାରନ୍ତି । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଧାର୍ମିକ ଆୟୋଜନରେ ଆପଣ ସେବା କରିବାର ଅବସର ମିଳିବ । କର୍ମକ୍ଷେତ୍ରରେ ଅସ୍ଥିରତା ସହ ସହକର୍ମୀଙ୍କ ସଙ୍ଗେ ଏକ ସାଧାରଣ କଥାକୁ ନେଇ ଉଚ୍ଚବାଚ ଘଟିପାରେ । ଶତ୍ରୁମାନେ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବାକୁ ପଡିବ । କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡ଼ି କ’ଣ କରିବେ କିମ୍ବା ନ କରିବେ ଏହି ଦ୍ୱନ୍ଦ୍ୱରେ ପଡିପାରନ୍ତି । ପୂର୍ବରୁ ପ୍ରସ୍ତୁତି ଯୋଜନା ଅନୁସାରେ କାର୍ଯ୍ୟରେ କରିବା ମନସ୍ଥ କରିବେ । ମନ ବୁଝିଲା ଭଳି କଥା ବନ୍ଧୁମାନଙ୍କୁ ଆପଣାର କରିବା ପାଇଁ ଚେଷ୍ଟା କରିବେ । ଅପରାହ୍ନରେ ପ୍ରତିକ୍ଷିତ କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଭାବବିଭୋର ହେବେ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେ ରୁହନ୍ତୁ । ପରିବାର ସଦସ୍ୟମାନେ ଆପଣଙ୍କ ମନର ଭାବଙ୍କୁ ବୁଝି ସହଯୋଗ କରିବାକୁ ଆଗେଇ ଆସିବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ବାବା ସାଇରାମ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପରିସ୍ଥିତିକୁ ଦୃଷ୍ଟିରେ ରଖି କାର୍ଯ୍ୟ କରନ୍ତୁ । ଆଜି ପ୍ରତି କ୍ଷେତ୍ରରେ ଖର୍ଚ୍ଚାନ୍ତ କରି କାର୍ଯ୍ୟ ହାସଲ କରିବାକୁ ପଡିବ । କର୍ମକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖାଦେବ, ଯାହାଫଳରେ ମାନସିକ ସ୍ତରରେ ବ୍ୟାଘ୍ରାତ ଅନୁଭବ କରିବେ । କୌଣସି ନୂତନ କାର୍ଯ୍ୟାରମ୍ଭ କରନ୍ତୁ ନାହିଁ । ଅଫିସରେ ସହକର୍ମୀଙ୍କ ସାହାଯ୍ୟରେ ସ୍ଥଗିତ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଅନ୍ୟପକ୍ଷରେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ । ସାମାଜିକ ସ୍ତରରେ କେତେକ ଖଳ ପ୍ରକୃତିର ଲୋକେ ଆପଣଙ୍କ କାର୍ଯ୍ୟକଳାପକୁ ନେଇ ପଛରେ ନାନା ପ୍ରକାର କୁଟ କଥା କହିବେ । ସମ୍ପର୍କୀୟଙ୍କ ଅସହଯୋଗ ସତ୍ତ୍ୱେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ । ସହଧର୍ମୀଙ୍କ ପ୍ରେରଣାରେ ପାଇ କେତେକ କାର୍ଯ୍ୟରେ ସଫଳତା ହାସଲ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କୁ ମାଧ୍ୟମ ଫଳ ପ୍ରଦାନ କରିବା । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ମାଧ୍ୟମ ଧାରଣ ରହିବ କିନ୍ତୁ ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି । ଅଫିସରେ କେତେକ ସହକର୍ମୀ ଈର୍ଷାନ୍ଵିତ ହୋଇ ଆପଣଙ୍କ ବିରୋଧରେ ଷଢଯନ୍ତ୍ର କରିବେ । ସମାଜର ସମ୍ମାନନୀୟ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମ ସକାଶେ ପ୍ରେରଣା ମିଳିବ । ସଭାସମିତି ଓ ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁଁ ସମ୍ପର୍କ ବ୍ୟାହତ ସୃଷ୍ଟି ହୋଇପାରେ । ଗୃହ ନିର୍ମାଣ, ପରିବହନ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହ ସଜ୍ଜାରେ ମନୋନିବେଶ କରିପାରନ୍ତି । ପାରିବାରିକ ସମସ୍ୟା ଜାଣିଲେ ମଧ୍ୟ ପରିସ୍ଥିତିକୁ ନେଇ ନୀରବ ରହିବାକୁ ବାଧ୍ୟ ହେବେ । ପଡୋଶୀଙ୍କ ସହାୟତା ଲାଭ କରି ମାନସିକ ଅସୁସ୍ଥିକୁ ଦୂରେଇବାର ଚେଷ୍ଟା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ସ୍ୱାସ୍ଥ୍ୟ ଅପରିବର୍ତ୍ତିତ ରହିବ ଓ କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇପାରିବ । କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ । ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପକ ଫଳ ପାଇବେ । ବିଭିନ୍ନ ଦିଗରୁ ଅର୍ଥାଗମନର ଯୋଜନା ଆଜି ଫଳପ୍ରଦ ହୋଇପାରେ । ମାନସିକ ଅବସାଦ ଯୋଗୁଁ ଅଫିସରେ ଆଜି କୌଣସି କାମ କରିବା ପାଇଁ ଉତ୍ସାହପ୍ରଦ ହେବେ ନାହିଁ । କେତେକ କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ । ପରୋକ୍ଷ ଶତ୍ରୁତା କାରଣରୁ ନିର୍ମାଣ କାର୍ଯ୍ୟରେ ସାମୟିକ ବାଧା ସୃଷ୍ଟି ହେବ କିନ୍ତୁ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଅଭାବ ନ ଥାଇ ମଧ୍ୟ ଭୁଲ ବୁଝାମଣାରୁ ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ । ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ପ୍ରତ୍ୟେକ କାମରେ ସଫଳତା ପାଇଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ ନ ହେବାରୁ ଅସନ୍ତୁଷ୍ଟ ରହିବେ । ଅବଶ୍ୟ ଆଜିର ଯାତ୍ରା ଫଳପ୍ରଦ ରହିବ । ବ୍ୟବସାୟରେ ନୂଆ ସମ୍ଭାବନା ଅନ୍ୱେଷଣ କରିବେ । ସହକର୍ମୀଙ୍କ ସାହାଯ୍ୟ ନେଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି । ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ସାମାଜିକ ସ୍ତରରେ ସତର୍କରେ ନ ଚଳିଲେ ନିଜ ଲୋକମାନେ ଅପପ୍ରଚାର କରିପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟ ମାନେ ଆପଣଙ୍କ ପରାମର୍ଶ ଲୋଡ଼ି ପାରନ୍ତି । ପାରିବାରିକ ସମ୍ପର୍କକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବେ । ସ୍ଵାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମନରେ ଚଞ୍ଚଳତା ରହିବ ନାହିଁ । ଯେକୌଣସି କ୍ଷେତ୍ର ହେଉନା କାହିଁକି, ଠିକ୍‌ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେଇପାରେ । ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ଟଙ୍କା ରୋଜଗାର କରିବା ପାଇଁ ନୂତନ ପନ୍ଥା ଅବଲମ୍ବନ କରିବେ । ଅଧିକାଂଶ ସମୟ ଅନ୍ଯମନସ୍କ ରହିବା ଫଳରେ କମ୍ରକ୍ଷେତରରେ କେତେକ ଭୁଲ୍ କରି, ପରବର୍ତ୍ତୀ ସମୟରେ ଅନୁତାପ କରିବେ । ଅଫିସରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ବେକାର ଥିବା ଯୁବକ ଯୁବତୀଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିପାରେ । ମାଲିମକଦ୍ଦମାରେ ଆପୋସ ସମାଧାନ ଘଟିବ । ଆଜି, ଆପଣଙ୍କର ପରିବାର ସଦସ୍ୟମାନେ ଆପଣଙ୍କୁ ସାହାଯ୍ୟ କରିପାରିବେ । ମଧୁମେହ ରୋଗୀମାନେ ସତର୍କ ହେବା ଆବଶ୍ୟକ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଭୈରବୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଉଚ୍ଚଆଶା ନେଇ ଦିନଚର୍ଯ୍ୟା ଆରମ୍ଭ କରିବେ । ଯାହା ଚାହୁଁଛନ୍ତି ସେହି ଅନୁସାରେ କାମ କରି ଚାଲିଲେ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଆଜି ଶତ୍ରୁମାନେ ମିତ୍ରତାର ହାତ ବଢାଇବେ । କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ବୀରଙ୍କ ଭଳି ସମସ୍ୟାର ସମ୍ମୁଖୀନ କରିବେ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି । ଅଫିସରେ କୌଣସି ଫାଇଲ କାମକୁ ବ୍ୟସ୍ଥତା ବଢିବ । ଆର୍ଥିକ ଉନ୍ନତି ଘଟିବ କିଛି ବ୍ୟବସାୟ, ବାଣିଜ୍ୟ ଓ ପରିବହନରୁ ମଧ୍ୟ ଲାଭ ପାଇପାରିବେ । ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଅନ୍ୟମାନଙ୍କ ପ୍ରରୋଚନା ଦ୍ଵାରା ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଦାମ୍ପତ୍ୟ ଜୀବନରେ ଠିକ୍ ବୁଝାମୁଣା ରହିବ ଓ ପରସ୍ପର ମଧ୍ୟରେ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ । ଶୁଭରଙ୍ଗ: ନୀଳ । ଆରାଧନା: ବାବା ଭୋଳାନାଥ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

କେତେକ କ୍ଷେତ୍ରରେ ସବୁ ଜାଣିଶୁଣି ନୀରବ ରହିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହ କଥାବାର୍ତ୍ତା କରିବା ସମୟରେ ସାର୍ଥକତା ଅବଲମ୍ବନ କରନ୍ତୁ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ଚାଲିଲେ ମଧ୍ୟ କେତେକ ଆକସ୍ମିକ ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିପାରେ । ବୟସ୍କ ଏବଂ ସହକର୍ମୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ହାତକୁ ନେଇ ଥିବା କାମକୁ ପୂରା କରିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ ଏବଂ ତହିିଁରେ ଲାଭ ପାଇବେ । ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ, ଯାହାକି ମାନସିକ ସ୍ଥିତିକୁ ଦୋହଲାଇ ଦେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଅନ୍ୟମାନଙ୍କୁ ଆପଣାର କରିବା ସକାଶେ କୌଶଳ ପ୍ରୟୋଗ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟରେ ସ୍ଥିତି ଭଲ ରହିବ । ନିର୍ମାଣ କାର୍ଯ୍ୟ, ଆଜିର ପ୍ରତ୍ୟୁଷ ଯାତ୍ରା, ସଭାସମିତି ପ୍ରଭୃତିରୁ ଆଶାନୁରୂପକ ଫଳ ପାଇବେ । ଅଫିସରେ ସ୍ଥିତି ଭଲ ରହିବ, କିନ୍ତୁ ମଧ୍ୟାହ୍ନରେ କୌଣସି କାର୍ଯ୍ୟକୁ ନେଇ ସହକର୍ମୀଙ୍କ ସହ ବିତର୍କ ଦେଖାଦେଇପାରେ । ବେରୋଜଗାର ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି କର୍ମକ୍ଷେତ୍ରରେ ନିଯୁକ୍ତିର ମିଳିବାର ସମ୍ଭାବନା ରହିଛି । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବେ । ଅନୁଷ୍ଟନିକ କାର୍ଯ୍ୟରେ ବିନା ପ୍ରତିରୋଧରେ କାର୍ଯ୍ୟ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାର ସମସ୍ୟାକୁ ସାମ୍ନା କରିନପାରି ବିଚଳିତ ହୋଇପାରନ୍ତି । ଭୁଲ୍‌ ବୁଝାମଣା ଯୋଗୁଁ ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ନିକଟରୁ ଅନାଦର ପାଇବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

Leave a Reply

Your email address will not be published. Required fields are marked *