10 ଅପ୍ରେଲ୍ 2021, ଶନିବାର :- ଶନିଦେବଙ୍କ କୃପାରୁ ଆଜି ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ

10 ଅପ୍ରେଲ୍ 2021, ଶନିବାର :- ଶନିଦେବଙ୍କ କୃପାରୁ ଆଜି ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ

10 ଅପ୍ରେଲ୍ 2021, ଶନିବାର :- ଶନିଦେବଙ୍କ କୃପାରୁ ଆଜି ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ଅନ୍ୟ ରାଶିର ବ୍ୟକ୍ତିମାନେ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ ।

ଆଜି ଆମେ ଆପଣଙ୍କୁ ୧୦ ଅପ୍ରେଲ୍ ୨୦୨୧ ଶନିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆପଣ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଦେଖିବେ ସବୁ ଠିକ୍ ହୋଇଯିବ । ଆକସ୍ମିକ ଯାତ୍ରା କିମ୍ବା ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରି କେତେକାଂଶରେ ଋଣମୁକ୍ତ ହେବା ସୂଚନା ରହିଛି । ଚାକିରିରେ ଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭଦାୟକ ରହିବ । ଆୟ ବୃଦ୍ଧି ସଙ୍ଗେ ପଦୋନ୍ନତିର ଯୋଗ ମଧ୍ୟ ରହିଛି । ସାମାଜିକ କାର୍ଯ୍ୟରେ ଉନ୍ନୟନ ମୂଳକ କାର୍ଯ୍ୟ କରି ବିଶେଷ ଉନ୍ନତି କରିବେ । ବନ୍ଧୁମାନଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯିବାର ସୂଚନା ରହିଛି । ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଶାରୀରିକ କ୍ଲାନ୍ତି ଓ ଅବସାଦ ସାୟାହ୍ନେ ଅନୁଭବ କରିବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ତାରିଣୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ପ୍ରାପ୍ତି ସହ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଆପଣାଛାଏଁ ଆସିବ । ନିକଟ ଅତୀତର ପରିସ୍ଥିତିକୁ ଯେତିକି ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ ସିନା ଶୁଭଫଳ ପାଇପାରିବେ ନାହିଁ । ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ଆପଣଙ୍କ ଉତ୍ସାହ ବଢ଼ାଇବ । ସଭାସମିତି, ସଙ୍ଗଠନ, ରାଜନୀତି, ପ୍ରଶାସନ, ଆଲୋଚନା କ୍ଷେତ୍ରରୁ ପ୍ରଶଂସିତ ହେବେ । ଆନୁଷ୍ଠାନିକ କାମ ସକାଶେ ଧାଁ ଦଉଡ଼ କରିବାକୁ ପଡ଼ିପାରେ । ପାରିବାରିକ କ୍ଷେତ୍ରରେ ଗତକାଲିର କଳି ତକରାଳ ବିଷୟର ପର୍ଯ୍ୟାଲୋଚନା କରି ଅନ୍ୟମନସ୍କ ରହିବେ । ଅପରାହ୍ନେ ଦୀର୍ଘଦିନର ଆଶା ଫଳବତୀ ହେବ । ଶୁଭରଙ୍ଗ : ମେରୁନ । ଆରାଧନା : ପ୍ରଭୁ ହନୁମାନ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କୁ ମଧ୍ୟମ ଫଳପ୍ରଦାନ କରିବ । କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ନେଇ ଉଚ୍ଚବାଚ୍ଚ ଘଟିବ ଯାହାଫଳରେ କୈଫିୟତ୍‌ ଦେବାକୁ ପଡିପାରେ । ବନ୍ଧୁମାନଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇବାର ଆଶା ମଉଳିଯିବ । କାମଗୁଡିକ ସମସ୍ୟା ଓ ପ୍ରତିବନ୍ଧକ ଯୋଗୁଁ ଅଟକି ରହିବା କାରଣରୁ ମନସ୍ତାପ କରିପାରନ୍ତି କିନ୍ତୁ ବାଣିଜ୍ୟ, ବ୍ୟବସାୟରେ କ୍ଷତିର ସମ୍ମୁଖୀନ ହେବାକୁ ପଡିବ ନାହିଁ । ନିଜର ଅବହେଳା ଓ ଖାମଖିଆଲ ନୀତି ଯୋଗୁଁ ଅଫିସର କେତେକ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ ଖୋଜିପାଇବେ ନାହିଁ । ଯାହାଫଳରେ ଉଚ୍ଚାଧିକାରୀଙ୍କ ଠାରୁ ଅପଦସ୍ଥ ହେବାକୁ ପଡିବ । ଜମିଜମା ବିବାଦ, ଆଇନ, ଅଦାଲତ କ୍ଷେତ୍ରରେ ବିଚାର ବିଳମ୍ବିତ ହେବାରୁ ବ୍ୟସ୍ତତା ପ୍ରକାଶ କରିବେ । ଅନିୟମିତତା ଖାଦ୍ୟପେୟ ଯୋଗୁଁ ସ୍ଵାସ୍ଥ୍ୟହାନି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ନୂଆ ସମ୍ଭାବନା ମିଳିପାରେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସାହାଯ୍ୟ ଲାଭକରି କାର୍ଯ୍ୟ ହାସଲ କରିପାରିବେ । ଆର୍ଥିକ ସ୍ୱଚ୍ଛଳତା ଫେରି ପାଇବେ । କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେମିତି କିଛି ହେବ ନାହିଁ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଅଫିସ୍‌ରୁ ଫେରନ୍ତା ବାଟରେ କୌଣସି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି । କର୍ମକ୍ଷେତ୍ରରେ ସାମୟିକ ଅସୁବିଧା ମଧ୍ୟରେ ଅଟକି ରହିଥିବା କାମ ଗୁଡିକ ସୁବିଧାରେ ହୋଇଯିବ । ସରକାରୀ କାମରେ ଲାଗି ରହିଥିବା ବାଧା ଦୂର ହେବ । କଥାରେ କଥାରେ ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଅପଣେଇ ନେଇ କାମ ହାସଲ କରିପାରିବେ । ନିର୍ମାଣର ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ଶୁଭରଙ୍ଗ: ନୀଳ । ଆରାଧନା : ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମନରେ ଆତ୍ମବିଶ୍ୱାସ ବଜାୟ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ପାଇବେ । ମନ କଥାକୁ ମନ ଭିତରେ ରଖି ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ଆକସ୍ମିକ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବେ । ବାଣିଜ୍ୟ, ବ୍ୟବସାୟରେ ସ୍ଥିତି ମଧ୍ୟମ ଧରଣର ରହିବ । ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ସାମୟିକ ଉପକୃତ ହେବେ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ନୀତି ଅବଲମ୍ବନ କରନ୍ତୁ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀର ସୂଚନା ରହିଛି । ପୁରାତନ ରୋଗର ପାଦୁର୍ଭାବ ବୃଦ୍ଧି ପାଇବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ବନ୍ଧୁମିଳନ ଏବଂ ମନୋରଞ୍ଜନ କାର୍ଯ୍ୟରେ ଅଧିକାଂଶ ସମୟ ଅତିବାହିତ କରିବେ । ବ୍ୟବସାୟ ଓ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ଅର୍ଥାଭାବ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଅଫିସରେ ନିଜ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରିଲେ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ ନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସନୀୟ କାମ କରି ବୁଦ୍ଧିଜୀବୀମାନଙ୍କ ଦୃଷ୍ଟି ଆକର୍ଷଣ କରିବେ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସଂକୀର୍ଣ୍ଣ ସ୍ଵାର୍ଥର ବଶବର୍ତ୍ତୀ ହୋଇ ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି । ପରିବାରରେ କୌଣସି ଛୋଟ ଘଟଣାରେ ମୁଣ୍ଡ ପୁରାଇ ସମସ୍ତଙ୍କ ଆଗରେ ସମାଲୋଚିତ ହୋଇପାରନ୍ତି । ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶଃ ଦୁର୍ବଳ ହେବା ଯୋଗୁଁ ମନ ଭାରକ୍ରାନ୍ତ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମନରେ କାର୍ଯ୍ୟ କରିବାକୁ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବଦ୍ଧକତା ହୋଇ କାର୍ଯ୍ୟ କରିବେ । ଆର୍ଥିକ ସମସ୍ୟା ଯୋଗୁଁ ଯୋଗୁଁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଧାରେ ଅଟକି ଯାଇପାରେ । ନିଜର ଆଳସ୍ୟ ଓ ଅବହେଳା ଯୋଗୁଁ କେତେକ ସୁଯୋଗ ହାତ ଛଡା ହୋଇପାରେ । ବନ୍ଧୁମାନେ ଛାଇ ଭଳି ପାଖେ ପାଖେ ରହିବେ । ପ୍ରିୟଜନଙ୍କ ସହ ଏକ ସାଧାରଣ କିମ୍ବା ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ଅଫିସରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ପ୍ରଶଂସିତ ହେବେ । ସଭା ସମିତିରେ, ରାଜନୈତିକ ସ୍ଥିତିରେ ମାନସମ୍ମାନ ଓ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ବନ୍ଧୁଙ୍କ ଦ୍ଵାରା ପ୍ରଭାବିତ ହୋଇ ସାମାଜିକ ଜନକଲ୍ୟାଣ କାର୍ଯ୍ୟରେ ନିଯୋଜିତ ହେବେ । କୋର୍ଟକଚେରୀ କିମ୍ବା ମାଲିମକଦ୍ଦମାର ଶୁଣାଣି ବିଳମ୍ବରେ ହେବ । ପରିବାରରେ ସୁଖଶାନ୍ତିର ବାତାବରଣ ବଜାୟ ରହିବ । ଦାମ୍ପତ୍ୟ ସମ୍ବନ୍ଧ ମଧୁର ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ ସକାରାତ୍ମକ ଭାବନା ବଜାୟ ରଖନ୍ତୁ । ଅତୀତ କେତେକ ଘଟଣା ମନକୁ ଆଲୋଡନ ସୃଷ୍ଟି କରିବ । ବିଭିନ୍ନ ସମସ୍ୟା ମଧ୍ୟରେ ବୁଡ଼ିରହିବା ଫଳରେ ମାନସିକ ସ୍ଥିତି ବିପନ୍ନ ହୋଇପାରେ । ବନ୍ଧୁ ଓ ସହକର୍ମୀଙ୍କ ସହଯୋଗ ସାହାଯ୍ୟ ନେଇ କେତେକ ସମସ୍ୟାରୁ ବର୍ତ୍ତୀ ପାରିବେ । ଛୋଟିଆ କଥାକୁ କେନ୍ଦ୍ର କରି ଅଫିସ୍‌ ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ । ରାଜନୀତି ଓ ଅନ୍ୟାନ୍ୟ ଅନୁଷ୍ଟାନିକ କ୍ଷେତ୍ରରେ ମିଥ୍ୟା ଅଭିଯୋଗରେ ଫଶୀ ପାରନ୍ତି, ତେଣୁ ସାବଧାନ ଅବଲମ୍ବନ କରିବା ଆବଶ୍ୟକ । ଆଜି ଆର୍ଥିକ ନେଣଦେଣ କରନ୍ତୁ ନାହିଁ, ଅନ୍ୟଥା ବିବାଦର ଘରରେ ଛନ୍ଦି ହୋଇଯିବେ । ପରିବାରରେ ଭୁଲ୍‌ ବୁଝାମଣା ହେତୁ ପରିବାରରେ ଅଶାନ୍ତିର ବାତାବରଣ ଦେଖାଦେବାର ସମ୍ଭାବନା ରହିଛି । ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ଶୁଭରଙ୍ଗ: ନୀଳ । ଆରାଧନା: ହନୁମାନ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ସମ୍ୟକ କଷ୍ଟଦାୟକ ରହିବ । ପ୍ରତ୍ୟେକ କ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । କର୍ମକ୍ଷେତ୍ରରେ ଈର୍ଷା ପରାୟଣ ବନ୍ଧୁଙ୍କ ଶତ୍ରୁତା ସମସ୍ୟା ସୃଷ୍ଟି କରିପାରେ । କର୍ମକ୍ଷେତ୍ରରେ ବାରମ୍ବାର ପ୍ରୟାସ ସତ୍ତ୍ୱେ ମଧ୍ୟ ଅସଫଳତା ହେବା କାରଣରୁ ମନରେ ସମ୍ୟକ କ୍ରୋଧଭାବ ଜାଗ୍ରତ ହେବ । ନୂତନ କର୍ମସଂସ୍ଥାନ ପାଇଁ ମନ ବଳାଇବେ ଏବଂ ତଦନୁଯାୟୀ କାର୍ଯ୍ୟ କରିଲେ ଉପକୃତ ହେବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବାର ସମ୍ଭାବନା ରହିଛି । ଅଫିସରେ ନିଷ୍ଠାର ସହ କାର୍ଯ୍ୟ କରିଲେ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚନା କରିବେ । ସାହିତ୍ୟ, ଚଳଚ୍ଚିତ୍ର ଓ ସାମ୍ବାଦିକତା ପ୍ରଭୃତି କାର୍ଯ୍ୟରେ ସାମାନ୍ୟ ଅଗ୍ରଗତି ଘଟିବ । ଆପଣଙ୍କ ଦୁଃଖ କଷ୍ଟକୁ ବୁଝି ପରିବାର ସଦସ୍ୟମାନେ ସହଯୋଗ କରିବେ । କେତେକ କାର୍ଯ୍ୟ ସହଧର୍ମୀଙ୍କ ପ୍ରେରଣାରେ କରିବେ ଓ ଉପକୃତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ । ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ସମ୍ମାନଜନକ ସ୍ଥିତି ବଜାୟ ରହିବ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ଫଳରେ ମନରେ ନୂଆ କାର୍ଯ୍ୟ କିଛି କରିବା ପାଇଁ ଇଚ୍ଛା ଜାଗ୍ରତ ହେବ । କିନ୍ତୁ ଅଫିସରେ ପରିସ୍ଥିତି ଭିନ୍ନ ଧରଣର ରହିବ । କେତେକ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ଅଫିସରେ କାର୍ଯ୍ୟଭାର ଅଧିକ ରହିବ । ତଥାପି ବିଚଳିତ ନ ହୋଇ ଧୌର୍ଯ୍ୟର ସହ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ । ଶତ୍ରୁତା କାରଣରୁ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଅନ୍ୟର ବିବାଦୀୟ ମାମଲାରେ ମୁଣ୍ଡ ପୁରାଇବା ଯୋଗୁଁ ଅପଦସ୍ଥ ହେବାକୁ ପଡିପାରେ । ଅର୍ଥକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ କଳହ ଉପୁଜିପାରେ । ପାରିବାରିକ କ୍ଷେତ୍ରରେ କେତେକ ସମସ୍ୟା ଥିଲେ ମଧ୍ୟ ବିଶେଷ କିଛି ପ୍ରଭାବ ପଡିବ ନାହିଁ । ଦାମ୍ପତ୍ୟ ଜୀବନରେ ଉତ୍ଥାନପତନ ଲାଗିରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନ ହେବ । ଦୀର୍ଘଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ସମସ୍ୟାକୁ ପ୍ରତିହତ କରି କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ କରିବାରେ ସମର୍ଥ ହେବେ । କିନ୍ତୁ କର୍ମକ୍ଷେତ୍ରରେ କେତେକ ଭୁଲ୍‌ ନିଷ୍ପତ୍ତି ନେଇ ପରବର୍ତ୍ତୀ ସମୟରେ ଅନୁତାପ କରିବେ । ଚାକିରି କ୍ଷେତ୍ରରେ ସହକର୍ମୀ ଓ ଅଧିନସ୍ଥ କର୍ମଚାରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । କିନ୍ତୁ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ତର୍ଜମା କରିପାରନ୍ତି । ସାଂଗଠନିକ କ୍ଷେତ୍ର ତଥା ରାଜନୈତିକ ପରିସ୍ଥିତି କ୍ରମଶଃ ଜଟିଳ ଓ ସମସ୍ୟାବହୁଳ ହୋଇପଡିବ । ପରିବାରର ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ପାଇଁ ଚେଷ୍ଟା କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ପିଲାଙ୍କ ପାଠପଢାକୁ ନେଇ ମନ ବିଚଳିତ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆପଣଙ୍କୁ ଲାଭର କିଛି ଅବସର ପ୍ରାପ୍ତ ହେବ । ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ହାତକୁ ନେଇଥିବା କାମ ଅଟକିବ ନାହିଁ । ବ୍ୟବସାୟ ବାଣିଜ୍ୟ ମାନ୍ଦା ରହିଲେ ମଧ୍ୟ କୌଣସି କ୍ଷତି ସହିବାକୁ ପଡିବ ନାହିଁ । ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ଈର୍ଷା ପରାୟଣ ବନ୍ଧୁଙ୍କ ପ୍ରତି ସତର୍କ ନ ରହିଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି । ଅପରାହ୍ନରେ ଜଣେ ବନ୍ଧୁଙ୍କ ନିକଟରୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ଶୁଣିବାକୁ ପାଇବେ । ଆନୁଷ୍ଠାନିକ କ୍ଷେତ୍ରରେ ଏକ ବିଶେଷ କାମଟିରେ ଅବହେଳା କରି ଅନୁତାପ କରିପାରନ୍ତି । ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ । ପାରିବାରିକ ସୌଖ୍ୟ ସାଙ୍ଗକୁ ପୁତ୍ରକନ୍ୟାଙ୍କ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ପରିବାରରେ କାହାରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମନ ଭାରକ୍ରାନ୍ତ ରହିବ । ଶୁଭରଙ୍ଗ: ଧଳା । ଆରାଧନା : ମାଆ ମାଣିକେଶ୍ଵରୀ ।

Leave a Reply

Your email address will not be published. Required fields are marked *