ବୈଜ୍ଞାନିକଙ୍କ ଅଭିନବ ଉଦ୍ଭାବନ : ଅଙ୍ଗାରକାମ୍ଳ ଶୋଷି ଅମ୍ଳଜାନ ଦେବ ଏହି କପଡ଼ା…

ନୂଆଦିଲ୍ଲୀ,୧୬/୧୦: ନଦର୍ଣ୍ଣ ଇଣ୍ଡିଆ ଟେକ୍ସଟାଇଲ୍ ରିସର୍ଚ୍ଚ ଆସୋସିଏସନ୍ (ନିଟରା) ବୈଜ୍ଞାନିକମାନେ ଏପରି ଏକ ସ୍ୱତନ୍ତ୍ର ରାସାୟନିକ ପଦାର୍ଥ ପ୍ରସ୍ତୁତ କରିଛନ୍ତି, ଯାହାଦ୍ୱାରା ଆବୃତ୍ତ କପଡା ଉଦ୍ଭିଦ ପରି କାର୍ବନ ଡାଇଅକ୍ସାଇଡ୍ ଅବଶୋଷଣ କରି ଅକ୍ସିଜେନ ପରିତ୍ୟାଗ କରିବ । ପ୍ରଥମ ପର୍ଯ୍ୟାୟରେ ଏହି ରାସାୟନିକ ବ୍ୟବହାର କରାଯାଇ ପରଦା, ସୋଫା ଏବଂ ଟେବୁଲ୍ କଭର ଉତ୍ପାଦନ କରାଯିବ । ଗୁଜୁରାଟର ଏକ କମ୍ପାନୀ ଅରବିନ୍ଦ ଟେକ୍ସଟାଇଲର ସହଯୋଗରେ ନିଟରା ଦେଢ ବର୍ଷ ପୂର୍ବେ ଏହି ଅନୁସନ୍ଧାନ ଆରମ୍ଭ କରିଥିଲା । ଅନୁସନ୍ଧାନ କାର୍ଯ୍ୟ ପାଇଁ ମୋଟ ବଜେଟ୍ ୪୦ ଲକ୍ଷ ଟଙ୍କା ଥିଲା ।

ଗାଜିଆବାଦସ୍ଥିତ ନିଟରା ସହ ସ୍ୱାକ୍ଷରିତ ଚୁକ୍ତିନାମାକୁ ଆଧାର କରି ସମ୍ପୃକ୍ତ କମ୍ପାନୀ ଏହି ଟେକ୍ନୋଲୋଜି ସହ ସ୍ୱତନ୍ତ୍ର କପଡା ଉତ୍ପାଦନ କରିବ । ନିଟରା ଦାବି କରିଛି, ରାସାୟନିକ ସମୃଦ୍ଧ କପଡା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସାଧାରଣ ଲୋକଙ୍କ ବଜେଟ୍ ମଧ୍ୟରେ ରହିବ । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଗବେଷଣା ସଫଳ ହୋଇଛି । ଆଗାମୀ ୬ ମାସ ମଧ୍ୟରେ ଗବେଷଣା ସମାପ୍ତ କରି ଏହି ଟେକ୍ନୋଲୋଜିକୁ ପେଟେଣ୍ଟ କରାଯିବ । ଏହା ପରେ ଟେକ୍ନୋଲୋଜି ସମ୍ପୃକ୍ତ କମ୍ପାନୀକୁ ହସ୍ତାନ୍ତର ହେବ, ଯାହା ବସ୍ତ୍ର ଉତ୍ପାଦନ ଆରମ୍ଭ କରିବ । ନିଟରା ଅନୁଯାୟୀ ପରିଧାନ ପାଇଁ ଅନୁସନ୍ଧାନ ପରେ କରାଯିବ । ଯେଉଁଥିରେ ବିଶେଷ ଧ୍ୟାନରେ ରଖିବାକୁ ପଡିବ, ଯେପରି ଏହି ରାସାୟନିକ ଶରୀର ଉପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନରଖିବ ।

ଲଜ୍ଜାର ସମସ୍ତ ସୀମା ଅତିକ୍ରମ କଲା ଚୀନ ! ଭାରତୀୟ ସୀମାରେ କ୍ଷେପଣାସ୍ତ୍ର ନିକ୍ଷେପ କରି ଟିଭିରେ ଦେଖାଇଲା !

ରାସାୟନିକ ପଦାର୍ଥର ପ୍ରଭାବ କପଡ଼ାରେ ୩୫ରୁ ୪୦ ଥର ଧୋଇବା ପର୍ଯ୍ୟନ୍ତ ରହିବ । ଏହାର ପ୍ରଭାବ ସମାପ୍ତ ହେବା ପରେ ଉପଭୋକ୍ତା ସମ୍ପୃକ୍ତ କମ୍ପାନୀର ଗ୍ରାହକ ଆଉଟଲେଟ୍ କିମ୍ବା ଶୋ ରୁମ୍ ସହ ଯୋଗାଯୋଗ କରି ପୋଷାକରେ ରାସାୟନିକ ପଦାର୍ଥ ପୁନଃପ୍ରୟୋଗ କରିବାକୁ ସମର୍ଥ ହେବେ । ଏହାର ଦେୟ ୨୫୦ରୁ ୩୦୦ ଟଙ୍କା ହେବ । ସାଧାରଣ କପଡା ଅପେକ୍ଷା କପଡ଼ାର ମୂଲ୍ୟ ୨୫୦ରୁ ୩୦୦ ଟଙ୍କା ଅଧିକ ହେବ । ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହା ବଜାରକୁ ଆସିବ । ଘର କିମ୍ବା କାର୍ଯ୍ୟାଳୟରେ ପ୍ରଦୂଷଣର ମୁକାବିଲା କରିବାର ଏହି କୌଶଳ ନୂତନ ଏବଂ ଅତ୍ୟନ୍ତ ପ୍ରଭାବଶାଳୀ ସମାଧାନ ଉପସ୍ଥାପନ କରୁଛି ।

ଆଜିର ସୁନା ଓ ରୂପା ମୂଲ୍ୟ : ସୁନା ମୂଲ୍ୟ ୫୫୦୦ ଟଙ୍କା ଶସ୍ତା ହେଲା ଓ ରୂପା ମୂଲ୍ୟ ୧୬୦୦୦ ଟଙ୍କା ହ୍ରାସ ପାଇଲା !

ସୂଚନାଯୋଗ୍ୟ, ଗତ ବର୍ଷ କାନାଡିୟ ଡିଜାଇନର୍ ରୋୟା ଆଘିଘିଙ୍କ ଦ୍ୱାରା ଶୈବାଳରେ ନିର୍ମିତ ସ୍ୱତନ୍ତ୍ର ଡିଜାଇନର ପୋଷାକ ଚର୍ଚ୍ଚାକୁ ଆସିଥିଲା । ଉଦ୍ଭିଦ ପରି ଏହି ପୋଷାକଗୁଡ଼ିକ ଫୋଟସିନ୍ଥେସାଇଜ୍ କରି ଅଙ୍ଗାରକାମ୍ଳକୁ ଅମ୍ଳଜାନରେ ପରିଣତ କରେ । ଏହାକୁ ବାୟୋଗାର୍ମେଣ୍ଟାରୀ ନାମରେ ନାମିତ କରାଯାଇଛି । କେବଳ ଏତିକି ନୁହେଁ, ବିଶ୍ୱ ବର୍ତ୍ତମାନ ପ୍ରଦୂଷଣ ମୁକାବିଲା କରିବା ପାଇଁ କୃତ୍ରିମ ଫଟୋସିନ୍ଥେସିସ୍ ଏକ ଉପକରଣ ତିଆରି କରୁଛି । କୃତ୍ରିମ ପତ୍ର ମଧ୍ୟ ବିକଶିତ କରାଯାଉଛି ।

ଅରିନ୍ଦମ ବସୁ (ମହାନିର୍ଦ୍ଦେଶକ, ନିଟରା) କହିଛନ୍ତି ପେଟେଣ୍ଟ ପରେ ଅରବିନ୍ଦ ଟେକ୍ସଟାଇଲ କମ୍ପାନୀକୁ ଏହା ହସ୍ତାନ୍ତର କରାଯିବ । ଏହି ଚୁକ୍ତି ୨ ବର୍ଷ ପାଇଁ ହେବ । କମ୍ପାନୀ ଏହାକୁ ସ୍ୱତନ୍ତ୍ର ବସ୍ତ୍ର ଉତ୍ପାଦନରେ ବ୍ୟବହାର କରିବ । ବର୍ତ୍ତମାନ କେବଳ ପରଦା, ଟେବୁଲ୍, ସୋଫା କଭର ଇତ୍ୟାଦିର କପଡା ଉତ୍ପାଦନ କରାଯିବ ।

Be the first to comment

Leave a Reply

Your email address will not be published.


*