ଏହି ୬ଟି ଜିନିଷ ନିଜ ପର୍ସରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ! ନଚେତ୍ ଧନହାନି ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ।

ପର୍ସରେ ଯଦି ଆପଣଙ୍କୁ ସର୍ବଦା ଟଙ୍କା ବଜାୟ ରଖିବାର ଅଛି, ତେବେ ଆପଣଙ୍କୁ ଏହି ଜିନିଷ ଗୁଡ଼ିକ ନିଜ ପର୍ସରେ ଆଦୌ ରଖିବା ଉଚିତ ନୁହେଁ ।

ଟଙ୍କା ବ୍ୟକ୍ତିର ସବୁଠାରୁ ବଡ଼ ଆବଶ୍ୟକତା ଅଟେ । ଜୀବନ ଜୀଇଁବା ପାଇଁ ଟଙ୍କା ବହୁତ ଜରୁରୀ ଅଟେ । ଏଥିପାଇଁ ବ୍ୟକ୍ତି ଶିକ୍ଷା ଗ୍ରହଣ କରେ ଏବଂ ଉତ୍ତମ ଜୀବନଶୈଳୀ ପାଇଁ ଦିନରାତି ପରିଶ୍ରମ କରିଥାଏ । ଯେଉଁଥିରୁ ତାକୁ ଏବଂ ତା’ପରିବାରକୁ ସମସ୍ତ ସୁଖ ସୁବିଧା ମିଳିପାରିବ । କିନ୍ତୁ ଯଦି ଧନର ଅଭାବ ହୁଏ, ତେବେ ମସ୍ତିଷ୍କ ମଧ୍ୟ କାମ କରେ ନାହିଁ ଏବଂ ପରେ ଆଉ କୌଣସି କାର୍ଯ୍ୟରେ ମନ ଲାଗେନାହିଁ । ଏହା ସହିତ ଆପଣ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ନିଜର ପର୍ସରେ ଏହି ୭ଟି ଜିନିଷ, ଜାଣନ୍ତୁ ଏହା ବିଷୟରେ ଏବଂ ସାବଧାନ ରୁହନ୍ତୁ ।

ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ସାତୋଟି ଜିନିଷ :

ସମସ୍ତ ବ୍ୟକ୍ତିଙ୍କ ଇଚ୍ଛା ଥାଏ ଯେ, ତାହାର ପର୍ସରେ ସର୍ବଦା ଧନ ଭରପୂର ରହିଥାଉ କିନ୍ତୁ ଯେବେ ଏହା ଖାଲି ହୋଇଯାଏ, ତେବେ ବହୁତ ଦୁଃଖ ମଧ୍ୟ ଲାଗିଥାଏ । କେବେ କେବେ ଟଙ୍କା ଏତେ ଶୀଘ୍ର ଖର୍ଚ୍ଚ ହୋଇଥାଏ ଯେ ଆପଣଙ୍କୁ ଏହା ବିଷୟରେ ଜଣା ମଧ୍ୟ ପଡେନାହିଁ । ଆପଣଙ୍କ ପର୍ସରେ କିଛି ଏପରି ଜିନିଷ ରହିଥାଏ ଯାହା ଆପଣଙ୍କ ଧନକୁ କମ କରିପାରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଜିନିଷ ପର୍ସରେ ରଖିବା ଦ୍ୱାରା ନା କେବଳ ଧନର ଅଭାବ ହୋଇଥାଏ ବରଂ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ ।

ବେକାର କାଗଜ :

ପର୍ସ ଯେତେ ପୁରୁଣା ହୋଇଯାଏ, ସେଥିରେ କାଗଜର ବଡ଼ ବଣ୍ଡଳ ବଢ଼ି ବଢ଼ି ଯାଏ । ପର୍ସରେ ପୁରାତନ କାଗଜକୁ ରଖିବା ଦ୍ୱାରା ଧନ ରହେନାହିଁ ଏବଂ ମାଁ ଲକ୍ଷ୍ମୀଙ୍କୁ ମଧ୍ୟ ଏପରି ସାମଗ୍ରୀ ବା ବସ୍ତୁ ପସନ୍ଦ ଆସେନାହିଁ । ମାଁ ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନତା ବହୁତ ପସନ୍ଦ ଆସେ ଏବଂ ଏଥିପାଇଁ ପର୍ସରେ ରଖିଥିବା ବେକାର କାଗଜକୁ ଆଜି ହିଁ କାଢ଼ି ଫିଙ୍ଗି ଦିଅନ୍ତୁ ।

ଚିରା ଫଟା ନୋଟ :

ଯଦି ଆପଣଙ୍କ ପର୍ସରେ ଚିରା ଫଟା ନୋଟ ଅଛି ଯାହାକି ଚଳିବାର ସ୍ଥିତିରେ ନାହିଁ, ତାକୁ ବାହାର କରି ଆପଣ ଫିଙ୍ଗି ଦିଅନ୍ତୁ । ଚିରା ନୋଟ ଆପଣଙ୍କ କୌଣସି କାମରେ ଲାଗିବ ନାହିଁ । ତେଣୁ ଏହା ଉତ୍ତମ ହେବ ଯେ ଆପଣ ଏହାକୁ ନିଜ ପର୍ସ ଠାରୁ ଦୂରେଇ ଦିଅନ୍ତୁ । ଏହା ଆପଣଙ୍କ ପର୍ସରେ ରହିଲେ ଆପଣଙ୍କ ଠାରେ ନକାରତ୍ମକତାକୁ ବୃଦ୍ଧି କରିବାର କାର୍ଯ୍ୟ କରେ ଆଉ କିଛି ନୁହଁ ।

ଲୁହ ନିର୍ମିତ ଜିନିଷ :

ନିଜ ପର୍ସରେ ଭୁଲରେ ମଧ୍ୟ ଲୁହ ନିର୍ମିତ ଜିନିଷ ବା ବ୍ଲେଡ଼ / ଚାକୁ କିମ୍ବା କୌଣସି ଧାରୁଆ ବସ୍ତୁ ରଖନ୍ତୁ ନାହିଁ । ବ୍ଲେଡ଼-ଚାକୁ କିମ୍ବା ଲୁହ ନିର୍ମିତ ଜିନିଷ ରଖିବା ଦ୍ୱାରା ନକାରତ୍ମକ ଉର୍ଜାର ସଞ୍ଚାର ହୋଇଥାଏ । ଏହା ସହିତ ଏହି ଜିନିଷ ଆପଣଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହେବ ।

ମୃତ ବ୍ୟକ୍ତିଙ୍କ ଫୋଟୋ :

ଯଦି କୌଣସି ମନୁଷ୍ୟ ଏହି ଦୁନିଆରେ ନାହାଁନ୍ତି ଏବଂ ଏହା ସତ୍ତ୍ୱେ ମଧ୍ୟ ଆପଣ ତାଙ୍କର ଫୋଟୋକୁ ନିଜ ପର୍ସରେ ଆଜି ମଧ୍ୟ ସମ୍ଭାଳି ରଖିଛନ୍ତି; ତେବେ ଏହାକୁ ଆଜି ହିଁ ବାହାର କରି ଦିଅନ୍ତୁ । ପର୍ସରେ କୌଣସି ମୃତ ବ୍ୟକ୍ତିଙ୍କ ଫୋଟୋ ରଖିବା ଅଶୁଭ ବୋଲି ଧରାଯାଏ ଏବଂ ଏଥିରୁ ମାଁ ଲକ୍ଷ୍ମୀ ମଧ୍ୟ ଆଗମନ କରିବାକୁ ପସନ୍ଦ କରନ୍ତି ନାହିଁ ।

ଦେବୀଦେବୀଙ୍କ ଫୋଟୋ ଚିତ୍ର :

ଯଦି ଆପଣଙ୍କ ପର୍ସରେ ଦେବୀ ଦେବତାଙ୍କ ଫୋଟୋ ରହିଛି; ତେବେ ଏହାକୁ ମଧ୍ୟ ପର୍ସରୁ ବାହାର କରି ଦିଅନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ଭଗବାନଙ୍କ ଯନ୍ତ୍ର ପର୍ସରେ ରଖିପାରିବେ କିନ୍ତୁ କୌଣସି ଜିନିଷକୁ ପର୍ସରେ ରଖନ୍ତୁ ନାହିଁ ।

ପୁରାତନ ବିଲ୍ :

ଯଦି ଆପଣଙ୍କ ପର୍ସରେ ପୁରାତନ ବିଲ୍ ରହିଛି, ତେବେ ତାକୁ ମଧ୍ୟ ଆଜି ହିଁ ପର୍ସରୁ ବାହାର କରି ଫିଙ୍ଗି ଦିଅନ୍ତୁ । ପୁରୁଣାରୁ ଅତି ପୁରୁଣା ଚିଠା ବା ବିଲ୍ ନିଜ ପର୍ସରେ ରଖିବା ଦ୍ଵାରା ଧନ ଜନିତ ସମସ୍ୟା ଲାଗି ରହିଥାଏ ।

Be the first to comment

Leave a Reply

Your email address will not be published.


*