ରଣବୀରଙ୍କୁ ବିବାହ କରିବା ପୂର୍ବରୁ ଏହି ଲୋକମାନଙ୍କ ସହ ଡେଟ୍ କରିସାରିଛନ୍ତି ଦୀପିକା ପାଦୁକୋନ୍ ! ଜଣଙ୍କ ଠାରୁ ଧୋକ୍କା ମଧ୍ୟ ଖାଇଛନ୍ତି…

୨୦୧୮ ମସିହାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଚଳଚ୍ଚିତ୍ର ଅଭିନେତା ରଣବୀର ସିଂହଙ୍କୁ ବିବାହ କରିଥିଲେ । ଏଭଳି ପରିସ୍ଥିତିରେ ସେ ନିଜ ବିବାହର ଦ୍ୱିତୀୟ ବାର୍ଷିକୀ ପାଳନ କରୁଛନ୍ତି । ଦୀପିକା ପାଦୁକୋନ୍ ଓ ରଣବୀର ସିଂହ ଦୁହେଁଙ୍କ ବିବାହ ଅନେକ ଚର୍ଚ୍ଚିତ ରହିଥିଲା, ଯାହାର ଚର୍ଚ୍ଚା ବର୍ତ୍ତମାନ ମଧ୍ୟ ବେଳେବେଳେ ହୋଇଥାଏ ।

କିନ୍ତୁ ବର୍ତ୍ତମାନ ଦୀପିକା ପାଦୁକୋନ୍, ରଣବୀର ସିଂହଙ୍କର ପତ୍ନୀ ହୋଇସାରିଛନ୍ତି କିନ୍ତୁ ବିବାହ ପୂର୍ବରୁ ତାଙ୍କର ବହୁତ ସମ୍ପର୍କ ରହିଛି । ଦୀପିକା ପାଦୁକୋନଙ୍କ ନାମ ଅନେକ ଲୋକଙ୍କ ସହ ଜଡିତ ହୋଇସାରିଛି, ଯେଉଁଥିରେ ଚଳଚ୍ଚିତ୍ର ଅଭିନେତା ମାନଙ୍କ ଠାରୁ ଆରମ୍ଭ କରି କ୍ରିକେଟ୍ ଜଗତର ତାରକାମାନଙ୍କ ନାମ ମଧ୍ୟ ସାମିଲ ରହିଛି । କେବଳ ଏତିକି ନୁହେଁ, ଦୀପିକା ପାଦୁକୋନ୍ ପ୍ରେମରେ ଧୋକ୍କା ମଧ୍ୟ ଖାଇସାରିଛନ୍ତି ।

ତେବେ ଦୀପିକା ପାଦୁକୋନ୍ କେଉଁମାନଙ୍କ ସହ ସମ୍ପର୍କରେ ରହିଥିଲେ, ସେ ବିଷୟରେ ଆଜି ଆମେ ଆପଣଙ୍କୁ ଏହି ଅନୁଛେଦ ମାଧ୍ୟମରେ ଜଣାଇବୁ । ଆପଣଙ୍କୁ କହିରଖୁଛୁ ଯେ ଦୀପିକା ପାଦୁକୋନ୍ ନିଜ ପ୍ରେମ ସମ୍ପର୍କର ତାଲିକା ପାଇଁ ମଧ୍ୟ ବେଶ୍ ପରିଚିତ ।

୧) ନିହାର ପାଣ୍ଡ୍ୟା :-

ସର୍ବପ୍ରଥମେ ଦୀପିକା ପାଦୁକୋନଙ୍କ ନାମ ନିହାର ପାଣ୍ଡ୍ୟାଙ୍କ ସହ ଜଡିତ ହୋଇଥିଲା । ନିହାରଙ୍କ ସହ ଦୀପିକା ପାଦୁକୋନଙ୍କ ସାକ୍ଷାତ ଅଭିନୟ କ୍ଳାସରେ ହୋଇଥିଲା । ସେହିଠାରୁ ହିଁ ଉଭୟଙ୍କର ପ୍ରେମ ଆରମ୍ଭ ହୋଇଥିଲା, ଯାହାପରେ ଦୁହେଁ ଦୁଇଙ୍କର ପ୍ରେମରେ ପାଗଳ ହୋଇଯାଇଥିଲେ ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଦୀପିକା ପାଦୁକୋନ୍ ୩ ବର୍ଷ ପର୍ଯ୍ୟନ୍ତ ନିହାର ପାଣ୍ଡ୍ୟାଙ୍କ ସହ ଲିଭ୍ଇନରେ ମଧ୍ୟ ରହିଥିଲେ । ତଥାପି ଉଭୟଙ୍କର ପ୍ରେମ ଦୀର୍ଘ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା, ଯାହାଫଳରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯିବାକୁ ନିଷ୍ପତ୍ତି ନେଇଥିଲେ । ଏଠାରେ ଆପଣଙ୍କୁ ଜଣାଇଦେଉଛୁ ଯେ, କଙ୍ଗନା ରାଣାୱତଙ୍କ ସହ ଚଳଚ୍ଚିତ୍ର ଝାନ୍ସିରେ ନିହାର ପାଣ୍ଡ୍ୟା କାମ କରିଛନ୍ତି ।

୨) ମୁଜମ୍ମିଲ ଇବ୍ରାହିମ :-

ମଡେଲିଙ୍ଗ ଦିନରୁ ଦୀପିକା ପାଦୁକୋନଙ୍କ ନାମ ସୁପରିଚିତ ମଡେଲ୍ ମୁଜମ୍ମିଲ ଇବ୍ରାହିମଙ୍କ ସହ ଜଡିତ ହୋଇଥିଲା । ଉଭୟେ ଉଭୟଙ୍କ ସହ ସମୟ ଅତିବାହିତ କରିଥିଲେ କିନ୍ତୁ ପରେ ମତଭେଦ କାରଣରୁ ଉଭୟଙ୍କର ବ୍ରେକ୍ଅପ୍ ହୋଇଯାଇଥିଲା ।

୩) ଯୁବରାଜ ସିଂହ :-

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର ସୌନ୍ଦର୍ଯ୍ୟରେ ଯୁବରାଜ ସିଂହ ମଧ୍ୟ ଦିନେ ନିଜ ହୃଦୟ ଦେଇବସିଥିଲେ । କୁହାଯାଏ ଯେ କିଛି ସମୟ ପର୍ଯ୍ୟନ୍ତ ଦୀପିକା ପାଦୁକୋନ୍ ଯୁବରାଜ ସିଂହଙ୍କ ସହ ଡେଟ୍ କରିଥିଲେ, ଯାହାର ଫୋଟ ମଧ୍ୟ ଭାଇରାଲ ହୋଇଥିଲା ।

ଯୁବରାଜ ସିଂହ କେବେ ମଧ୍ୟ ଦୀପିକା ପାଦୁକୋନଙ୍କ ସହ ତାଙ୍କ ସମ୍ପର୍କକୁ ସ୍ୱୀକାର କରିନାହାଁନ୍ତି । କେବଳ ଏତିକି ନୁହେଁ, ସେ ସର୍ବଦା ଦୀପିକା ପାଦୁକୋନଙ୍କୁ ନିଜର ବାନ୍ଧବୀ ଭାବୁଥିଲେ ଓ ଆଜି ମଧ୍ୟ ତାଙ୍କ ସହ କଥାବାର୍ତ୍ତା କରିଥାନ୍ତି । କିନ୍ତୁ ମିଡ଼ିଆ ଦୃଷ୍ଟିରୁ ଉଭୟଙ୍କର ବନ୍ଧୁତାକୁ ସମ୍ପର୍କର ନାମ ଦିଆଯାଇଥିଲା ।

୪) ମହେନ୍ଦ୍ର ସିଂହ ଧୋନୀ :-

ଦୀପିକା ପାଦୁକୋନଙ୍କ ସୌନ୍ଦର୍ଯ୍ୟରେ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଆକର୍ଷିତ ହୋଇଯାଇଥିଲେ । କୁହାଯାଏ ଯେ, ଉଭୟ ପରସ୍ପରକୁ ଡେଟ୍ କରୁଥିଲେ କିନ୍ତୁ କେବେ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ନିଜର ସମ୍ପର୍କକୁ ସ୍ୱୀକାର କରିନାହାଁନ୍ତି ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଧୋନୀ ଦୀପିକାଙ୍କୁ ମଧ୍ୟ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ସେହି ସମୟରେ ଦୀପିକା ନିଜ କ୍ୟାରିଅର ଉପରେ ଧ୍ୟାନ ଦେବାକୁ ଚାହୁଁଥିଲେ । ଯେଉଁଥି କାରଣରୁ ସେ ମନା କରିଦେଇଥିଲେ ଓ ସମ୍ପର୍କ ଭାଙ୍ଗି ଯାଇଥିଲା ।

୫) ସିଦ୍ଧାର୍ଥ ମାଲ୍ୟା :-

ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟାଙ୍କ ସହ ମଧ୍ୟ ଦୀପିକା ପାଦୁକୋନଙ୍କ ନାମ ଜଡିତ ହୋଇସାରିଛି । ଉଭୟଙ୍କର ବନ୍ଧୁତ୍ୱ କିମ୍ବା ପ୍ରେମର ଦୃଶ୍ୟ ଆଇପିଏଲ (IPL)ରେ ଦେଖିବାକୁ ମିଳିଥିଲା । ଦୁହେଁ ଉଭୟଙ୍କ ସହ ବହୁତ ସମୟ ଅତିବାହିତ କରିଥିଲେ ।

ସୂଚନା ଅନୁଯାୟୀ ସିଦ୍ଧାର୍ଥ, ଦୀପିକାଙ୍କ ପ୍ରେମରେ ଏତେ ପାଗଳ ହୋଇ ଯାଇଥିଲେ ଯେ ସେ ତାଙ୍କୁ ଏକ ଘର ଉପହାର ସ୍ୱରୂପ ଭେଟି ଦେଇଥିଲେ । କିନ୍ତୁ ପରେ ଉଭୟଙ୍କର ପ୍ରେମରେ ଫାଟ ସୃଷ୍ଟି ହୋଇଥିଲା, ଯାହାଫଳରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯିବାକୁ ଉଚିତ ମନେ କରିଥିଲେ ।

୬) ଉପେନ ପଟେଲ୍ :-

ଉପେନ ପଟେଲଙ୍କର ହୃଦୟ ମଧ୍ୟ ଦୀପିକା ପାଦୁକୋନଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇଯାଇଥିଲା । ଉଭୟଙ୍କ ମଧ୍ୟରେ ଗଭୀର ବନ୍ଧୁତ୍ଵ ସମ୍ପର୍କ ରହିଥିଲା । କିନ୍ତୁ ଏହି ବନ୍ଧୁତ୍ଵ ସମ୍ପର୍କ ପ୍ରେମରେ ପରିବର୍ତ୍ତିତ ହୋଇଥିଲା କି ନାହିଁ, ଏହା ଉପରେ ସ୍ପଷ୍ଟ ଭାବରେ କିଛି କୁହାଯାଇପାରିବ ନାହିଁ ! ବାସ୍ତବରେ ଦୁହେଁ କେବେ ମଧ୍ୟ ଖୋଲାଖୋଲି ଭାବରେ ଦୁହିଁଙ୍କ ବିଷୟରେ କିଛି କହି ନାହାଁନ୍ତି ।

ଖବର ଅନୁଯାୟୀ ଉପେନ ଏବଂ ଦୀପିକା କିଛିମାସ ପର୍ଯ୍ୟନ୍ତ ଦୁହିଁଙ୍କୁ ଡେଟ୍ କରିଥିଲେ, ଏହାପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଏବଂ ଉଭୟ ପରସ୍ପର ଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ । ମିଡ଼ିଆ ରିପୋର୍ଟ ଅନୁଯାୟୀ, ଉପେନ ପଟେଲ୍ ଏକୁଟିଆ ଅଛନ୍ତି କିନ୍ତୁ ତାଙ୍କ ନାମ ଟିଭି ଅଭିନେତ୍ରୀ କରିସ୍ମାଙ୍କ ସହ ମଧ୍ୟ ଜଡିତ ହୋଇଥିଲା ।

୭) ରଣବୀର କପୁର :-

ଦୀପିକାଙ୍କ ହୃଦସ୍ପନ୍ଦନ ରଣବୀର କପୁରଙ୍କ ପାଇଁ ପ୍ରଖର ବେଗରେ ସ୍ପନ୍ଦିତ ହେଉଥିଲା । ଦୀପିକା ରଣବୀଙ୍କ ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ ଯେ, ତାଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ । କେବଳ ଏତିକି ନୁହେଁ, ଦୀପିକା ରଣବୀରଙ୍କୁ ବିବାହ କରିବା ପାଇଁ ସ୍ୱପ୍ନ ମଧ୍ୟ ଦେଖିଥିଲେ । କିନ୍ତୁ ଉଭୟଙ୍କର ବ୍ରେକ୍ଅପ୍ ହୋଇଯାଇଥିଲା ।

ଏକ ସାକ୍ଷାତକାରରେ ଦୀପିକା ପାଦୁକୋନ୍ କହିଥିଲେ ଯେ ସେ ରଣବୀର କପୁରଙ୍କୁ ଅନ୍ୟ ଝିଅଙ୍କ ସହିତ ଦେଖିଥିଲେ, ଏହାପରେ ସେ ନିଜେ ଭାଙ୍ଗି ପଡିଥିଲେ ଏବଂ ରଣବୀର କପୂରଙ୍କ ସହ ବ୍ରେକ୍ଅପ୍ କରିଦେଇଥିଲେ ।

କୁହାଯାଏ ଯେ, ରଣବୀରଙ୍କ ସହ ବ୍ରେକ୍ଅପ୍ ପରେ ଦୀପିକା ଡିପ୍ରେଶନର ମଧ୍ୟ ଶିକାର ହୋଇଥିଲେ, ଯେଉଁଥି କାରଣରୁ ତାଙ୍କ କ୍ୟାରିୟର ମଧ୍ୟ ନିମ୍ନଗାମୀ ହେବାକୁ ଲାଗିଥିଲା ।

୮) ରଣବୀର ସିଂହ :-

ପରିଶେଷରେ ଦୀପିକା ପାଦୁକୋନଙ୍କ ଜୀବନରେ ରଣବୀର ସିଂହ ପ୍ରବେଶ କରିଥିଲେ, ଯାହାଙ୍କ ସହିତ ଦୀପିକା ଅନେକ ବର୍ଷ ପର୍ଯ୍ୟନ୍ତ ଡେଟ୍ କରିଥିଲେ । ଡେଟିଂ ପରେ ଦୀପିକା ପାଦୁକୋନ୍ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ୨୦୧୮ ମସିହାରେ ସେମାନେ ବିବାହ କରିଥିଲେ ।

ଦୀପିକା ଓ ରଣବୀର ସିଂହ ଦୁହେଁ ଦୁଇଙ୍କ ପାଇଁ ଉପଯୁକ୍ତ ଥିଲେ । କେବଳ ଏତିକି ନୁହେଁ, ରଣବୀର ସିଂହ ତାଙ୍କ ପତ୍ନୀ ଦୀପିକାଙ୍କର ବହୁତ ଧ୍ୟାନ ରଖିଥାନ୍ତି । ତାଙ୍କୁ କୌଣସି ଅସୁବିଧା ସମୟରେ ଏକୁଟିଆ ଛାଡ଼ନ୍ତି ନାହିଁ ।

Be the first to comment

Leave a Reply

Your email address will not be published.


*